ସମ୍ବଲପୁର

ଚାରିଛକରେ ପଞ୍ଚାୟତ ଅଫିସ ଦାବି ତେଜୁଛି

ଚାରିଛକରେ ପଞ୍ଚାୟତ ଅଫିସ ଦାବି ତେଜୁଛି
ନୂଆପଡା ଅଫିସ,୧୧। ୧୨- ନୂଆପଡା ଜିଲା କୋମନା ବ୍ଲକର ଢୋର୍ଲାକୁ ନୂତନ ପଞ୍ଚାୟତ ଭାବରେ ଘୋଷାଣା କରାଯାଇଛି। ହେଲେ ଆଜି ପର୍ଯ୍ୟନ୍ତ କାର୍ଯ୍ୟାଳୟ ସକାଶେ ଜାଗା ଚିହ୍ନଟ ହୋଇପାରୁନାହିଁ । ଏଥିପାଇଁ ଛତା ସମେତ ଅନ୍ୟ ୫ଟି ଗ୍ରାବାସୀ ବାରମ୍ବାର ଦାବି କରିଆସୁଛନ୍ତି। ହେଲେ ପ୍ରଶାସନ ଶୁଣୁନି। ଏଣୁ ଲୋକଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧୁଛି। ଆସନ୍ତା ୧୮ ତାରିଖରେ ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମାଟି ଦେବତାଙ୍କ ନିକଟରେ ଶପଥ ମଧ୍ୟ ନେଇଛନ୍ତି। ଲୋକଙ୍କ ଜିଦ୍‌ ଯେ ଚାରିଛକରେ ପଞ୍ଚାୟତ ଅଫିସ ନିର୍ମାଣ କରାଯାଉ। ରବିବାର ରାତିରେ ଛତା ଗାଁରେ ଛତା, କୋଟେନ ପଡା, ଧୋବେନ ପଡା, ଖରା ଡୁଙ୍ଗରୀ, ପଟେଲ ପଡାବାସୀ ଗାଁର ଲୋକମାନେ ଠୁଳ ହୋଇଥିଲେ । ଗାଁର ମାଟିଗୁଡି ନିକଟରେ ଅନୁଷ୍ଠିତ ସଭାରେ ଆବାହକ ତ୍ରିଲୋଚନ କଣ୍ଟା ସଭାପତିତ୍ୱ କରିଥିଲେ। ସମିତି ସଭ୍ୟା ମଞ୍ଜୁଳା ଜଗତ, ସନ୍ତୋଷ କଟା, ସାନ ସିଂ ମାଝି, ଜୟରମ ମାଝି, ଲଛମନ ତାଣ୍ଡି, କୃଷ୍ଣ ମାଝି ପ୍ରମୁଖ ଠୁଳ ହୋଇ ନିଜ ନିଜର ମତ ରଖିଥିଲେ। ତେବେ ଏହାକୁ ନେଇ ଗ୍ରାମବାସୀମାନେ ଶେଷ ଥର ପାଇଁ ମଙ୍ଗଳବାର ନୂଆପଡା ଆସି ଜିଲାପାଳଙ୍କ ନିକଟରେ ଜଣାଇବେ । ୬ ଦିନ ସମୟ ବି ଦେବେ । ସେହି ଅବଧି ଭିତରେ କାର୍ଯ୍ୟାନୁଷ୍ଠାନ ନ ହଲେ ୧୮ତାରିଖ କୋମନା ବ୍ଲକକୁ ଘେରାଉ କରି ଅଚଳ କରିଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜିଲାରେ କେତେକ ନୂତନ ପଞ୍ଚାୟତ ଗଠନ କରାଗଲା । ପୂର୍ବରୁ ଥିବା ପଞ୍ଚାୟତର ସଂଖ୍ୟା ୧୦୮ରୁ ୧୩୧କୁ ବୃଦ୍ଧି ଘଟିଲା । ହେଲେ ପଞ୍ଚାୟତ କାର୍ଯ୍ୟାଳୟ କେଉଁଠି ସ୍ଥାପନ ହେବ ସେ ନେଇ ଜାଗା ଚିହ୍ନଟ ହୋଇପାରି ନ ଥିଲା। ନିର୍ବାଚନ ପରେ ସରକାର ବର୍ତ୍ତମାନ କାର୍ଯ୍ୟାଳୟ ସ୍ଥାପନ ସକାଶେ ଚିହ୍ନଟ ପ୍ରକ୍ରିୟା ହାତକୁ ନେଇଛନ୍ତି। ହେଲେ ବିଭିନ୍ନ ପଞ୍ଚାୟତରେ ଜାଗା ଚିହ୍ନଟକୁ ନେଇ ବିଭିନ୍ନ ପ୍ରକାର ଦ୍ୱନ୍ଦ୍ୱ ଉପୁଜିଛି । ସେହିକ୍ରମରେ ଢୋର୍ଲାରେ କାର୍ଯ୍ୟାଳୟ ସ୍ଥାପନ କରାଯିବାକୁ ସରକାରୀ ପ୍ରକ୍ରିୟା ଚାଲିଥିଲା । ହେଲେ ଏହାକୁ ଛତା, କୋଟେନ ପଡା, ଧୋବେନ ପଡା, ଖରା ଡୁଙ୍ଗରୀ, ପଟେଲ ପଡାବାସୀ ବିରୋଧ କରିଛନ୍ତି। ଚାରି ଛକରେ ଅଫିସ ପ୍ରତିଷ୍ଠା ହେଲେ ସବୁ ଦୃଷ୍ଟିକୋଣରୁ ସୁବିଧା ହେବ ବୋଲି ଜିଲା ପ୍ରଶାସନକୁ ଗୁହାରୀ କରି କାମକୁ ବନ୍ଦ କରିବାକୁ ଦାବି କରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ନିଷ୍ପତ୍ତି ନିଆଯାଇ ନ ଥିବାରୁ ଗ୍ରାମବାସୀ ବାରମ୍ବାର ଜିଲା ପ୍ରଶାସନର ଅଭିଯୋଗ ଶୁଣାଣି ଶିବିରରେ ଦ୍ୱାରସ୍ଥ ହେଉଛନ୍ତି। କୌଣସି ପ୍ରକାର ସୁଫଳ ନ ପାଇ ଶେଷରେ ଆନ୍ଦୋଳନ କରିବାକୁ ସଜବାଜ ହେଉଛନ୍ତି।
All Right Reserved By

ସମ୍ବଲପୁର

ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କିକ୍‌ ବକ୍ସିଂ ଓ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭେଲି ସ୍କୁଲ ଛାତ୍ରୀଛାତ୍ରଙ୍କ ସଫଳତା

ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କିକ୍‌ ବକ୍ସିଂ ଓ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭେଲି ସ୍କୁଲ ଛାତ୍ରୀଛାତ୍ରଙ୍କ ସଫଳତା

ଟିଟିଲାଗଡ/ଲୋଇସିଂହା,୧୮।୧୦(ଡି.ଏନ.ଏ)-ରାଉରକେଲା ଦୀପିକା ଇଂଲିଶ ମିଡିୟମ ସ୍କୁଲରେ ୧୧ତମ  ରାଜ୍ୟସ୍ତରୀୟ ଟାଏକୋଣ୍ଡା କିକ ବକ୍ସିଂ ଓ କରାଟେ ଚାମ୍ପିୟନଶିପ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟିଟିଲାଗଡ ଓମ ଭେଲି ସ୍କୁଲର ଛାତୀଛାତ୍ର୍ର ଭାଗନେଇ ଉତ୍ତମ ପ୍ରଦର୍ଶନ କରି ୩ ସ୍ବର୍ଣ୍ଣ , ୪ ରୌପ୍ୟ ଓ ୫ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଛାତ୍ରଙ୍କ ସଫଳତା ନେଇ ସ୍କୁଲ କର୍ତ୍ତୃପକ୍ଷ, ଅଭିଭବାକ ଓ ଟିଟିଲାଗଡବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି। ଗତ ୧୪ ଓ ୧୫ ତାରିଖ 

ଡକାୟତି ଯୋଜନା ଧରାପଡ଼ିଲା: କଂଗ୍ରେସ ନେତାଙ୍କ ସମେତ ୭ ଗିରଫ, ମାରଣାସ୍ତ୍ର ସହ ବୋଲେରୋ,ବାଇକ୍‌ ଜବତ

ଡକାୟତି ଯୋଜନା ଧରାପଡ଼ିଲା: କଂଗ୍ରେସ ନେତାଙ୍କ ସମେତ ୭ ଗିରଫ, ମାରଣାସ୍ତ୍ର ସହ ବୋଲେରୋ,ବାଇକ୍‌ ଜବତ

ସୁନ୍ଦରଗଡ଼, ୧୮।୧୦ (ଡି.ଏନ୍‌.ଏ) -ଦୁର୍ଗାପୂଜାରେ ବଡ଼ଧରଣର ଡ଼କାୟତି କରିବା ପାଇଁ ଯୋଜନା ଚାଲିଥିବାବେଳେ ପୋଲିସ ଭଣ୍ଡୁର କରିଛି। ସୁନ୍ଦରଗଡ଼-ବାମରା ରାସ୍ତାର କିରେଇ ସୂତାକଳ ନିକଟରେ ଚାଲିଥିବା ଡକାୟତି ଯୋଜନା ଧରାପଡ଼ିଛି। ଏକ ଡକାୟତ ଦଳର ୭ଜଣଙ୍କୁ ସୁନ୍ଦରଗଡ଼ ସଦର ଥାନା ପୋଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ପୋଲିସ ସେମାନଙ୍କ ନିକଟରୁ ୩ ଭୁଜାଲି, ୩ ଛୁରି, ଗୋଟିଏ ବାଇକ୍‌ ଓ ଜାଲ ନମ୍ବର ଥିବା ଏକ ବୋଲେରୋ ଗାଡି ଜବତ କରିଛି। 

ଜୁଆଆଡ୍ଡା ଉପରେ ଚଢାଉ: ୬ ଗିରଫ,  ୪,୨୮,୪୪୪ ଟଙ୍କା ଜବତ

ଜୁଆଆଡ୍ଡା ଉପରେ ଚଢାଉ: ୬ ଗିରଫ, ୪,୨୮,୪୪୪ ଟଙ୍କା ଜବତ

ସୁନ୍ଦରଗଡ଼, ୧୮।୧୦ (ଡି.ଏନ୍‌.ଏ.) -ଦୁର୍ଗାପୂଜାକୁ ଆଖିଆଗରେ ରଖି ପୋଲିସ ପକ୍ଷରୁ ଆଇନଶୃଙ୍ଖଳା ଉପରେ କଡ଼ା ନଜର ରଖାଯାଇଛି। ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଗୁରାବସା ଜଙ୍ଗଲରେ ଏକ ଜୁଆଆଡ୍ଡା ଚାଲିଥିବା ଖବର ପାଇ ପୋଲିସ ଚଢାଉ କରିଥିଲା। ସେଠାରୁ ୬ଜଣଙ୍କୁ ଗିରଫ କରିଛି। ପୋଲିସ ଏମାନଙ୍କ ନିକଟରୁ ନଗଦ ୪ଲକ୍ଷ ୨୮ହଜାର ୪୪୪ ଟଙ୍କା ସହ ୫ଟି ବାଇକ୍‌ ଓ ୯ ମୋବାଇଲ ଫୋନ୍‌ ଜବତ କରିଛି।

ରାଜଗାଙ୍ଗପୁର, କୁତ୍ରା ଅଞ୍ଚଳରେ ଧୁମ୍‌ଧାମ୍‌ରେ ପାଳିତ ହେଉଛି ମା’ଙ୍କ ନବମୀ ପୂଜା

ରାଜଗାଙ୍ଗପୁର, କୁତ୍ରା ଅଞ୍ଚଳରେ ଧୁମ୍‌ଧାମ୍‌ରେ ପାଳିତ ହେଉଛି ମା’ଙ୍କ ନବମୀ ପୂଜା

ରାଜଗାଙ୍ଗପୁର/କୁତ୍ରା, ୧୮।୧୦ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ରାଜଗାଙ୍ଗପୁର ଓ କୁତ୍ରା ଅଞ୍ଚଳରେ ଗୁରୁବାର ଧୁମଧାମରେ ମା’ ଦୁର୍ଗାଙ୍କ ନବମୀ ପୂଜା ପାଳିତ ହେଉଛି। ଗାଁରୁ ସହର ପର୍ଯ୍ୟନ୍ତ ଚଳଚଞ୍ଚଳ ହୋଇଉଠିଛି। ସୁନ୍ଦର ତୋରଣ ଆକର୍ଷଣୀୟ ମେଢ଼ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସି ଉଠିଛି ଗାଁରୁ ସହର ପର୍ଯ୍ୟନ୍ତ ବିଭିନ୍ନ ପୂଜା ମଣ୍ଡପ। ଏ ବର୍ଷ କୁତ୍ରା ଛକର କୁତ୍ରା, ବୁଡାକଟା, ବିରିଙ୍ଗମାଲ, ପଞ୍ଚରା, ଲାଞ୍ଜିବେର୍ଣ୍ଣା, ଗୋମାରଡିହି ଭଳି ବିଭିନ୍ନ ଗ୍ରାମରେ ମା’ଦୁର୍ଗାଙ୍କୁ ପୂଜା କରାଯାଉଛି। ପୂଜାର୍ଚ୍ଚନା 

ସୂଚନା ବୋର୍ଡରେ ପିଟି ହେଲା ବାଇକ୍‌: ୧ମୃତ, ଜଣେ ଗୁରୁତର

ସୂଚନା ବୋର୍ଡରେ ପିଟି ହେଲା ବାଇକ୍‌: ୧ମୃତ, ଜଣେ ଗୁରୁତର

ଜୁନାଗଡ,୧୮।୧୦(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ କାଲୋପଲା ବୋର୍ଡିପଡା ୨୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ବୁଲାଣି ସୂଚନା ବୋର୍ଡ (ସୂଚନା ଫଳକ)ରେ ପିଟିହୋଇ ବୁଧବାର ମଧ୍ୟରାତ୍ରିରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ବାଇକ୍‌ରେ ଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକ ହେଲେ କୃପା ହରିଜନ(୨୧)। ତାଙ୍କ ଘର  ସାନଫୁର୍ଲା ଗ୍ରାମରେ ବୋଲି ଜଣାପଡିଛି। ସେହିପରି ତାଙ୍କ ସହ ବାଇକ୍‌ରେ ବସିଥିବା ଘୋଲିଜିବା 

ସୁନ୍ଦରଗଡ଼ରେ ମହାନବମୀରେ ସ୍ବତନ୍ତ୍ର ପୂଜା: ୧୪ ମଣ୍ଡପରେ ପୂଜା ପାଉଛନ୍ତି ମା’ଦୁର୍ଗା

ସୁନ୍ଦରଗଡ଼ରେ ମହାନବମୀରେ ସ୍ବତନ୍ତ୍ର ପୂଜା: ୧୪ ମଣ୍ଡପରେ ପୂଜା ପାଉଛନ୍ତି ମା’ଦୁର୍ଗା

ସୁନ୍ଦରଗଡ଼,୧୮।୧୦ (ଡି.ଏନ୍‌.ଏ.) -ଗୁରୁବାର ମହାନବମୀ ଅବସରରେ ସୁନ୍ଦରଗଡ଼ ସହରର ବିଭିନ୍ନ ମଣ୍ଡପରେ ମା’ ଦୁର୍ଗାଙ୍କ ସ୍ବତନ୍ତ୍ର ପୂଜା ଯଥାରୀତି ଚାଲିଛି। ଅଷ୍ଟମୀରେ ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥିବାବେଳେ ଗୁରୁବାର ମଧ୍ୟ ଭିଡ଼ ଲାଗିଛି। ମହାନବମୀର ସ୍ବତନ୍ତ୍ର ପୂଜା ଦେଖିବାକୁ ସୁନ୍ଦରଗଡ଼ ସହର ଇବ୍‌ ନଗର, ରଙ୍ଗାଢିପା, ରିଜେଣ୍ଟ ମାର୍କେଟ, ଗାନ୍ଧୀକ୍ଲବ, ହସ୍ପିଟାଲ ଛକ, ଦୟା ଧର୍ମଶାଳା, ଶଙ୍କରା, ରିଜର୍ଭ ପୋଲିସ ଲାଇନ୍‌ ପ୍ରଭୃତି ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ 

ଡକାୟତ ଗିରଫ: ୨ ପିସ୍ତଲ, ୩ ବାଇକ, ମୁଖା ଜବତ

ଡକାୟତ ଗିରଫ: ୨ ପିସ୍ତଲ, ୩ ବାଇକ, ମୁଖା ଜବତ

ଲହୁଣୀପଡା, ୧୮।୧୦ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ଲହୁଣୀପଡା ଥାନା ପୋଲିସ ବୁଧବାର ଜଣେ ଡ଼କାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଥାନା ଅନ୍ତର୍ଗତ ଗମଲେଇ ହାଟରେ ଡକାୟତ ଦଳ ଡକାୟତି ଯୋଜନା କରୁଥିବାବେଳେ ପୋଲିସ ଖବରପାଇ ଅତର୍କିତ ଭାବେ ଚଢ଼ାଉ କରିଥିଲା

ଛତ୍‌ର ଯାତ୍ରା, ଲକ୍ଷାଧିକ ବଳି ପଡ଼ିଲା: ପଶୁପକ୍ଷୀ ରକ୍ତରେ ଧୋଇ ହେଲା ରାଜରାସ୍ତା

ଛତ୍‌ର ଯାତ୍ରା, ଲକ୍ଷାଧିକ ବଳି ପଡ଼ିଲା: ପଶୁପକ୍ଷୀ ରକ୍ତରେ ଧୋଇ ହେଲା ରାଜରାସ୍ତା

ଭବାନୀପାଟଣା,୧୮।୧୦(ଡି.ଏନ.ଏ.): କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ବିଶ୍ୱ ପ୍ରସିଦ୍ଧ ତଥା ଗଣପର୍ବ ଛତର ବିଜୟ ଯାତ୍ରା ବୁଧବାର ଶେଷ ହୋଇଛି। ଏହି ଯାତ୍ରାରେ ଲକ୍ଷାଧିକ ପଶୁପକ୍ଷୀଙ୍କ ବଳି ପଡିଛି ା ସେଥିପାଇଁ ଭବାନୀପାଟଣା ସହରର ପ୍ରାୟ ୩ କି.ମି. ରାଜରାସ୍ତା ଓ ଉପରାସ୍ତା ବଳି ରକ୍ତରେ ଧୋଇ ହୋଇଯାଇଛି ା ବଳି ବନ୍ଦ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଲୋକଙ୍କ ବିଶ୍ୱାସ ଓ ପରମ୍ପରାକୁ ଜିଲା ପ୍ରଶାସନ ମୁଣ୍ଡପାତି ସହି ନେଇଛି ା ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ବଳି ପଡ଼ିଥିବା ଜଣାପଡିଛି ା

ଆନ୍ଧ୍ରପ୍ରଦେଶର ମେହେବୁବ ନଗରଠାରେ ବନ୍ଧା ପଡିଛନ୍ତି ୧୭ ଦାଦନ ଶ୍ରମିକ

ଆନ୍ଧ୍ରପ୍ରଦେଶର ମେହେବୁବ ନଗରଠାରେ ବନ୍ଧା ପଡିଛନ୍ତି ୧୭ ଦାଦନ ଶ୍ରମିକ

ମଣ୍ଡଲ, ୧୭।୧୦ (ଡି.ଏନ.ଏ)- ଦାଦନ ରୋକିବା ପାଇଁ ସରକାର ବର୍ଷକୁ ୧୦୦ଦିନର କାମ ଯୋଗାଇ ଦେବା ପାଇଁ ଆରମ୍ଭ କରିଛନ୍ତି ନିଶ୍ଚିତ କର୍ମ ନିଯୁକ୍ତି  ଯୋଜନା। କିନ୍ତୁ ଏହି ଯୋଜନାରେ ଶ୍ରମିକ ମାନଙ୍କୁ ୧୦୦ ଦିନର କାମ ମିଳୁନଥିବାରୁ ଏବଂ ତାଙ୍କର ପାରିଶ୍ରମିକ ପାଉଣା ମାସ ମାସ, ବର୍ଷ ବର୍ଷ ଧରି ବିଳମ୍ବ ହେବାରୁ ଶ୍ରମିକମାନେ ବାଧ୍ୟ ହୋଇ ନିଜ ପେଟପାଟଣା ପାଇଁ ବାହାରରାଜ୍ୟକୁ ଦାଦନ ଖଟିବାକୁ ବାଧ୍ୟ ହୋଇ ଯାଉଛନ୍ତି । ଦାଦନ ଶ୍ରମିକର ଦୁଃଖୀ ଅନ୍ତ ହେଉନାହିଁ କି ଦାଦନ ଶ୍ରମିକର ସମସ୍ୟା 

ଜୁଆ ଖେଳି ପୋଲିସ ଫାସରେ ଫସିଗଲେ

ଜୁଆ ଖେଳି ପୋଲିସ ଫାସରେ ଫସିଗଲେ

ବିଜେପୁର, ୧୭।୧୦ (ଡି.ଏନ.ଏ)- ବରଗଡ ଜିଲା ବିଜେପୁର ଥାନା ଅନ୍ତର୍ଗତ ଟି.ଗଣ୍ଡପାଲି ଗ୍ରାମରେ ଦୁର୍ଗାପୂଜା ଅବସରରେ ଚାଲିଥିବା ଏକ ଜୁଆଖେଳ ଉପରେ ପୋଲିସ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଏହି ଥାନାର ଟି.ଗଣ୍ଡାପାଲିର ମଗଶୀର ସାହୁ (୪୭), ଚୁଡାମଣି ସାହୁ (୪୦), ସୋନପୁର ଜିଲା ଡୁଙ୍ଗୁରିପାଲି ଥାନା ଅଧିନ ଗର୍ଜନ ଗ୍ରାମର ବିଷ୍ଣୁ ସାହୁ (୪୩) ଏବଂ ରାମପୁର ଥାନା ଅନ୍ତର୍ଗତ ମାୟାବର୍ହା ଗ୍ରାମର ଜୀବର୍ଦ୍ଧନ ସାହୁ (୬୫) । 

ଧରିତ୍ରୀରେ ଖବର ପ୍ରକାଶ ପରେ ଶିକୁଳିରୁ ମୁକୁଳିଲେ ଲିଲିମା

ଧରିତ୍ରୀରେ ଖବର ପ୍ରକାଶ ପରେ ଶିକୁଳିରୁ ମୁକୁଳିଲେ ଲିଲିମା

ବରଗଡ଼ ଅଫିସ୍‌,୧୭।୧୦-
ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଟାଙ୍ଗରପାଲି ପଞ୍ଚାୟତ ଅଧୀନ ରେଙ୍ଗାଲପାଲି ଝୁମ୍ପୁଡ଼ିପଡ଼ାରେ ମାନସିକ ରୋଗରେ ଆକ୍ରାନ୍ତ ଲିଲିମା ଭରାସାଗରଙ୍କୁ ପରିବାର ଲୋକେ ଶିକୁଳୀରେ ବାନ୍ଧି ରଖିଥିବା ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ତାଙ୍କୁ ସହଯୋଗର ହାତ ବଢ଼ିଛି । ବୁଧବାର ଲିଲିମା ଶିକୁଳିରୁ ମୁକ୍ତ ହୋଇଛନ୍ତି । ତାଙ୍କ ଗୋଡ଼ରେ ବନ୍ଧା ଯାଇଥିବା ଶିକୁଳିକୁ ଖୋଲି ଦିଆଯାଇଛି ଏବଂ ଚିକିତ୍ସା ପାଇଁ ଲିଲିମାଙ୍କୁ ଭୀମସାର, ବୁର୍ଲା ଡାକ୍ତରଖାନାର ମାନସିକ ରୋଗ ବିଭାଗରେ ଭର୍ତ୍ତି କରାଯାଇଛି । ଚିକିତ୍ସା ପରେ ଲିଲିମା ମାନସିକ ରୋଗରୁ ମଧ୍ୟ ନିଶ୍ଚିତଭାବେ ମୁକ୍ତ ହେବେ ବୋଲି ସଭିଁଏ ଆଶା ବାନ୍ଧିଛନ୍ତି ।

ବିକାଶ ନୁହେଁ, ବରଂ ଦୁର୍ନୀତି

ବିକାଶ ନୁହେଁ, ବରଂ ଦୁର୍ନୀତି

ନୂଆଗାଁ,୧୭।୧୦(ଡି.ଏନ୍‌.ଏ.)

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ) ଗ୍ରାମାଞ୍ଚଳରେ ରାସ୍ତାଘାଟର ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି। ଏଥିପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ବିଭାଗରେ କାର୍ଯ୍ୟରତ କେତେଜଣ ଦୁର୍ନୀତିଖୋର କର୍ମଚାରୀଙ୍କ ଦ୍ୱାରା ବିପୁଳ ପିସି କରାବାର ଯୋଗୁ ଏହି ଯୋଜନାରେ ଅତ୍ୟନ୍ତ ନିମ୍ନମାନର କାମ ହେଉଥିବା ପରିଲକ୍ଷିତ ହେଉଛି। ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରା ଯୋଗୁ କାର୍ଯ୍ୟ ସମ୍ପୂର୍ଣ୍ଣ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ଅନ୍ତର୍ଗତ ପୁରୁଣାପାଣି ନିକଟ ପୁରୁଣାପାଣି-ମୁଙ୍ଗଟୋଲି ରାସ୍ତା ଏହାର ଜ୍ୱଳନ୍ତ ଉଦାହରଣ। ମାତ୍ର ବର୍ଷକ ପୂର୍ବେ ନିର୍ମାଣ ହୋଇଥିବା ଏହି ରାସ୍ତାର ଅଧିକାଂଶ ସ୍ଥାନରେ ଏବେ ପିଚୁ ଉଠିଯାଇଛି।