ସମ୍ବଲପୁର

ବିନା ଲାଇସେନ୍ସରେ ଚାଲିଥିଲା ଅଟା କାରଖାନା

ବିନା ଲାଇସେନ୍ସରେ ଚାଲିଥିଲା ଅଟା କାରଖାନା
ବୌଦ୍ଧ,୧୧।୧୨(ସ୍ବ.ପ୍ର.)-ବୌଦ୍ଧ ଜିଲାରେ ପ୍ରସ୍ତୁତ ସେରାବାଲି ସର୍ବୋତ୍ତମ ଅଟା ଅପମିଶ୍ରିତ ଓ ଏଥିରୁ ଚୁଇଙ୍ଗମ ଭଳି ପଦାର୍ଥ ବାହାରୁ ଥିବା ଶନିବାର ଜିଲା ଓକିଲ ସଂଘ ଅଭିଯୋଗ କରିଥିଲା। ସଂଘ ପକ୍ଷରୁ ଜିଲା ଦୌରାଜଜ ଓ ଜିଲାପାଳଙ୍କୁ ଏ ନେଇ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲିଖିତଭାବେ ଜଣାଇ ଦିଆଯାଇଥିଲା। ଏହି ଅଟା ସହରର ବ୍ୟବସାୟୀ ପ୍ରଦୀପ କୁମାର ଅଗ୍ରୱାଲଙ୍କ କଚେରୀ ପଡିଆଠାରେ ଥିବା ଅଟା କାରଖାନାରୁ ପ୍ରସ୍ତୁତ ହୋଇଥିବା ଜଣାପଡିଥିଲା। ଅଭିଯୋଗର ୬ ଘଣ୍ଟା ପରେ ଶନିବାର ବୌଦ୍ଧ ଯୋଗାଣ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଟା କାରଖାନା ଓ ଗୋଦାମକୁ ସିଲ୍‌ କରାଯାଇଥିଲା। ଘଟଣାର ଦିନକ ପରେ ରବିବାର ଖାଦ୍ୟ ନିରାପତ୍ତା ଅଧିକାରୀ ନବକିଶୋର ସାହୁ ସହରର ବହୁ ରାସନ ଦୋକାନ ଉପରେ ଚଢାଉ କରିଥିଲେ। ଚଢାଉ ସମୟରେ ସମ୍ପୃକ୍ତ କମ୍ପାନୀର ଅଟା ଆଉ ପାଇ ନ ଥିବା ବେଳେ କାଭାଁ ଦୋକାନରୁ ସଂଗ୍ରହ କରିଥିଲେ। ଚଢାଉ ସମୟରେ ଏହି ଅଟା କାରଖାନାର ଲାଇସେନ୍ସ ନଥିବା ଜଣା ପଡିଥିଲା । ବେଆଇନ ଭାବେ ଚାଲୁଥିବା ଏହି ଅଟା କାରଖାନା ଦୀର୍ଘ ଦିନ ହେଲା ସହରର ମୁଖ୍ୟସ୍ଥଳରେ ଚାଲୁଥିଲେ ସୁଦ୍ଧା ପ୍ରଶାସନ କିପରି ଜାଣି ପାରି ନ ଥିଲା ତାହା ନାନା ପ୍ରଶ୍ନ ସୃଷ୍ଟି କରିଛି। ଏ ସମ୍ପର୍କରେ ଖାଦ୍ୟ ନିରାପତ୍ତା ଅଧିକାରୀ ନବକିଶୋର ସାହୁଙ୍କୁ ପଚାରିବାରୁ ଅସୁସ୍ଥ ଥିବାରୁ ଶନିବାର ଆସି ପାରି ନ ଥିଲି । ରବିବାର ସହରର ୧୦ରୁ ୧୫ ଦୋକାନ ଉପରେ ଚଢାଉ କରାଯାଇଛି। କେତେକ ଦୋକାନରୁ ଉକ୍ତ କମ୍ପାନୀର ଅଟା ପ୍ୟାକେଟରୁ ନମୁନା ସଂଗ୍ରହ କରାଯାଇଛି। ଏହାକୁ ରାଜ୍ୟ ଖାଦ୍ୟ ପରୀକ୍ଷାଗାର ଓ ଦରକାର ପଡିଲେ ପୁନେ ପଠାଇ ପରୀକ୍ଷା କରାଯିବ। ପ୍ରସ୍ତୁତିରେ ତ୍ରୁଟି ପରୀକ୍ଷିତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ। ଏ ପଟେ ପ୍ରଶାସନ ଏହି ଅଟା କାରଖାନା ବେଆଇନ ଭାବେ ଚାଲୁଥିବା ଜାଣିଲା ପରେ ମଧ୍ୟ ଏହାର ମାଲିକଙ୍କୁ କାହିଁକି ଗିରଫ କରୁନାହିଁ ସେ ନେଇ ସାଧାରଣରେ ଆଲୋଚନା ହେଉଛି।
All Right Reserved By

ସମ୍ବଲପୁର

ଛାତ୍ରୀଙ୍କୁ ଆତ୍ମସୁରକ୍ଷା ତାଲିମ

ଛାତ୍ରୀଙ୍କୁ ଆତ୍ମସୁରକ୍ଷା ତାଲିମ

ଅତାବିରା, ୨୪।୧(ଡି.ଏନ.ଏ): ବରଗଡ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କାଦୋବାହାଲ କଲେଜରେ ୧୭ଦିନ ଧରି ଚାଲିଥିବା ଛାତ୍ରୀଙ୍କ ଆତ୍ମସୁରକ୍ଷା ଓ କୋଶଳ ତାଲିମ ଶିବିର ଉଦଯାପିତ ହୋଇଯାଇଛି। 

‘ନାରୀର ପ୍ରଗତି ହେଲେ ଦେଶର ପ୍ରଗତି ସମ୍ଭବ’

‘ନାରୀର ପ୍ରଗତି ହେଲେ ଦେଶର ପ୍ରଗତି ସମ୍ଭବ’

ଅତାବିରା, ୨୪।୧(ଡି.ଏନ.ଏ): ବରଗଡ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ପୋଡବାଡି ନେତାଜୀ କ୍ଲବ ପରିସରରେ ୪୦ତମ କ୍ଲବର ବାର୍ଷିକୋତ୍ସବ ଓ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। 

ଅଧାକଟା ଗଛ ଉପରେ ଚଢ଼ି ଓଲଟିଲା ବୋଲେରୋ: ବୌଦ୍ଧ ଜିଲା କୃଷି ଉପନିର୍ଦ୍ଦେଶକଙ୍କ ମୃତ୍ୟୁ; ଡ୍ରାଇଭର, ପିଅନ ଗୁରୁତର

ଅଧାକଟା ଗଛ ଉପରେ ଚଢ଼ି ଓଲଟିଲା ବୋଲେରୋ: ବୌଦ୍ଧ ଜିଲା କୃଷି ଉପନିର୍ଦ୍ଦେଶକଙ୍କ ମୃତ୍ୟୁ; ଡ୍ରାଇଭର, ପିଅନ ଗୁରୁତର

ବୌଦ୍ଧ,୨୪।୧(ସ୍ବ.ପ୍ର.): ବୌଦ୍ଧ ଜିଲା କୃଷି ଉପନିର୍ଦ୍ଦେଶକଙ୍କ ବୁଧବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଡ୍ରାଇଭର ଓ ପିଅନ ଗୁରୁତର ହୋଇଥିବା ଜଣାପଡ଼ିଛି। 

ଜୋଙ୍କ ଜଳ ସେଚନ ବିବାଦ ତୁଟିଲା:  ୩୦ ଦିନ ପରେ ଧାରଣା ହଟିଲା;  ତଳମୁଣ୍ଡ ପାଇଁ ପାଣି ଛଡାଗଲା

ଜୋଙ୍କ ଜଳ ସେଚନ ବିବାଦ ତୁଟିଲା: ୩୦ ଦିନ ପରେ ଧାରଣା ହଟିଲା; ତଳମୁଣ୍ଡ ପାଇଁ ପାଣି ଛଡାଗଲା

ନୂଆପଡା ଅଫିସ,୨୪ା୧: ନୂଆପଡା ଜିଲାର ଭାତହାଣ୍ଡି କୁହାଯାଉଥିବା ଜୋଙ୍କ ଜଳ ସେଚନ ପ୍ରକଳ୍ପରୁ ରବି ଚାଷ ସକାଶେ ପାଣି ବଣ୍ଟନକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ହୋଇଛି । ମଙ୍ଗଳବାର ବିଳମ୍ବିତ ରାତିର ନିଷ୍ପତ୍ତି ପରେ ଜିଲାପାଳ, ଏସପି ଦୁହେଁ ବୁଧବାର ମଧ୍ୟାହ୍ନରେ ଧାରଣାସ୍ଥଳରେ ପହଞ୍ଚତ୍ ନିର୍ଭର ପ୍ରତିଶ୍ରୁତି ପରେ ଚାଷୀମାନେ ଆନ୍ଦୋଳନରୁ ଓହରିଛନ୍ତି । 

ପଞ୍ଚାୟତ ଜମି ଜବରଦଖଲ:  ସରକାରୀ କୂଅ, ନଳକୂଅ ବି ଜବରଦଖଲରେ

ପଞ୍ଚାୟତ ଜମି ଜବରଦଖଲ: ସରକାରୀ କୂଅ, ନଳକୂଅ ବି ଜବରଦଖଲରେ

ନୂଆଗାଁ, ୨୪।୧ (ଡି.ଏନ.ଏ)- ସୁନ୍ଦରଗଡ ଜିଲାର ଉପାନ୍ତ ତଥା ଆଦିବାସୀ ବହୁଳ ନୂଆଗାଁ ବ୍ଲକରେ ରହିଛି ମୋଟ ୨୦ଟି ପଞ୍ଚାୟତ। ସେଥିମଧ୍ୟରୁ ସଦର ନୂଆଗାଁ ପଞ୍ଚାୟତ ଅନ୍ୟତମ। ସଦର ପଞ୍ଚାୟତ ହୋଇଥିବାରୁ ଏହା ନିଶ୍ଚିତ ରୂପେ ବ୍ଲକରେ ଏକ ପ୍ରମୁଖ ପଞ୍ଚାୟତ ଭାବରେ ରହିଛି।

ହାତୀ ଆକ୍ରମଣରେ ମହିଳା ମୃତ

ହାତୀ ଆକ୍ରମଣରେ ମହିଳା ମୃତ

ସୁନ୍ଦରଗଡ଼,୨୪।୧(ଡି.ଏନ୍‌.ଏ.) ସୁନ୍ଦରଗଡ଼ ସଦର ବ୍ଲକ ଅନ୍ତର୍ଗତ କଇଁସରା ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତା ମହିଳାଙ୍କ ନାମ କିଆବତୀ ଭୈଁଷାଲ (୬୫)। ମଙ୍ଗଳବାର ବିଳମ୍ବିତ ରାତିରେ ନିକଟସ୍ଥ ଜାମତଲିଆ ଜବତି ଜଙ୍ଗଲରୁ ଏକ ବଣୁଆ ଦନ୍ତା ହାତୀ ଗାଁକୁ ଚାଲିଆସିଥିଲା।

ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକ ମୃତ

ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକ ମୃତ

ଜମନକିରା,୨୩।୧(ଡି.ଏନ୍‌.ଏ):ସମ୍ବଲପୁର ଜିଲା ଜମନକିରା ଥାନା ଅଧୀନ ଟିକିଲିପଡ଼ା ନିକଟରେ ବୁଧବାର ଅପରାହ୍ନ ସାଢ଼େ ୨ଟାରେ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ଘଟିଛି। ଏକ ଟ୍ରକ୍‌ ଜଣେ ବାଇକ୍‌ ଚାଳକଙ୍କୁ ଧକ୍କା ଦେଇ ଖସି ପଳାଇଛି। 

ଭୟାବହ ଅଗ୍ନିକାଣ୍ଡ: ଯୁବକ ଜୀବନ୍ତ ଦଗ୍ଧ

ଭୟାବହ ଅଗ୍ନିକାଣ୍ଡ: ଯୁବକ ଜୀବନ୍ତ ଦଗ୍ଧ

ବୀରମହାରାଜପୁର,୨୩।୧(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଲୁଟୁପଙ୍କ ପଞ୍ଚାୟତ ଘିଚାପାଲି ଗ୍ରାମରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର  ରଞ୍ଜନ ବିଭାର(୨୯) ଶୋଇଥିବା ବେଳେ କୌଣସି କାରଣରୁ  ଘରେ ନିଆଁ ଲାଗିଯାଇଥିଲା।

ମଠଖାଇ ମହୋତ୍ସବ: ନାଟକ ଏକ ଧୋତ୍ରାଚି ଗୋଷ୍ଠ ମଞ୍ଚସ୍ଥ

ମଠଖାଇ ମହୋତ୍ସବ: ନାଟକ ଏକ ଧୋତ୍ରାଚି ଗୋଷ୍ଠ ମଞ୍ଚସ୍ଥ

ବଲାଙ୍ଗୀର ଅଫିସ, ୨୩ା୧-ବଲାଙ୍ଗୀର କୋଶଳକଳା ମଣ୍ଡଳ ନୂଆ ରଙ୍ଗମଞ୍ଚରେ ଅନୁଷ୍ଠିତ ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବର ମଙ୍ଗଳବାର  ତୃତୀୟ ସନ୍ଧ୍ୟାରେ  ମୁମ୍ବାଇର ସଲାମ ବମ୍ବେ ଫାଉଣ୍ଡେଶନ୍‌ ରଙ୍ଗମଣ୍ଡଳ ଏବଂ ସୃଜନ ଫାଉଣ୍ଡେଶନ୍‌ ତରଫରୁ ମରାଠୀ ଓ ହିନ୍ଦୀ ନାଟକ ଏକ ଧୋତ୍ରାଚି ଗୋଷ୍ଠ ମଞ୍ଚସ୍ଥ ହୋଇଥିଲା| 

ସଫଳତା ପାଇଁ କଠିନ ପରିଶ୍ରମର ବିକଳ୍ପ ନାହିଁ

ସଫଳତା ପାଇଁ କଠିନ ପରିଶ୍ରମର ବିକଳ୍ପ ନାହିଁ

ବୀରମହାରାଜପୁର, ୨୩।୧ (ଡି.ଏନ.ଏ.)- ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର କଲେଜର ୩୭ତମ ବାର୍ଷିକ ଉତ୍ସବ ମଙ୍ଗଳବାର ପାଳିତ ହୋଇଯାଇଛି । ଏଥିରେ ଯୋଗଦେଇଥିବା ଅତିଥିମାନେ ଉଦ୍‌ବୋଧନ ପ୍ରସଙ୍ଗରେ ମତପ୍ରକାଶ କରିଥିଲେ ଯେ, କଠିନ ପରିଶ୍ରମର ବିକଳ୍ପ ନାହିଁ। 

ଜୋଙ୍କ ଜଳ ବିବାଦ ଘଟଣା  ଜିଲାପାଳ, ଏସପିଙ୍କ ମାରାଥନ ବୈଠକ  ଆଗକୁ ଆସିଛନ୍ତି ଦୁଇ ପକ୍ଷ

ଜୋଙ୍କ ଜଳ ବିବାଦ ଘଟଣା ଜିଲାପାଳ, ଏସପିଙ୍କ ମାରାଥନ ବୈଠକ ଆଗକୁ ଆସିଛନ୍ତି ଦୁଇ ପକ୍ଷ

ନୂଆପଡା ଅଫିସ,୨୩ା୧-ଜୋଙ୍କ ଜଳ ସେଚନ ପ୍ରକଳ୍ପରୁ ରବି ଚାଷ ସକାଶେ ପାଣି ବଣ୍ଟନ ବିବାଦ ଚରମ ସୀମାରେ ପହଞ୍ଚତ୍ଥିବା ବେଳେ ଜିଲା ପ୍ରଶାସନ ତରଫରୁ ଜିଲାପାଳ  ଏବଂ ଏସପି ତପତ୍ରତା ପ୍ରକାଶ କରି ମାରାଥନ ବୈଠକ ଚଳାଇଛନ୍ତି। 

ପରିବାରକେ ଆହାର ଯୁଗଉଛନ୍‌ ନାବାଲିକା ଚନ୍ଦ୍ରକଳା

ପରିବାରକେ ଆହାର ଯୁଗଉଛନ୍‌ ନାବାଲିକା ଚନ୍ଦ୍ରକଳା

ଳଡୁଗାଁ,୨୩।୧(ଡି.ଏନ.ଏ):  କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ଭିରକାପଡ଼ାର ଚନ୍ଦ୍ରକଳା ଧଙ୍ଗଡାମାଝୀ(୧୭)।