ମନୋରଞ୍ଜନ |

ଶେଷ ହେଲା ବହୁ ଚର୍ଚ୍ଚିତ ବିବାହ

ଶେଷ ହେଲା ବହୁ ଚର୍ଚ୍ଚିତ ବିବାହ
ନୂଆଦିଲ୍ଲୀ: କ୍ରିକେଟର ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଟୁଇଟ୍‌ କରି ଉଭୟ ଏହା ଘୋଷଣା କରିଛନ୍ତି। ଇଟାଲୀରେ ହିନ୍ଦୁ ରିତି ନୀତି ଅନୁଯାୟୀ ଏହି ବିବାହ ସମ୍ପନ୍ନ ହୋଇଛି। ଗଣମାଧ୍ୟମକୁ ଏହାଠାରୁ ଦୂରରେ ରଖାଯାଇଥିବା ବେଳେ ସୋମବାର ସନ୍ଧ୍ୟାରେ ଏହାକୁ ସାର୍ବଜନିନ କରାଯାଇଛି। ଭାରତ ଫେରିବା ପରେ ଉଭୟେ ଡିସେମ୍ବର ୨୧ରେ ଦିଲ୍ଲୀରେ ରିସେପସନ୍‌ ପାର୍ଟି ଦେବା ସହ ଡିସେମ୍ବର ୨୬ରେ ବମ୍ବେରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଛନ୍ତି। ଏହାପରେ ଉଭୟେ ଏକାଠି ନୂଆବର୍ଷ ମନାଇବା ପରେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହିବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ବିଗତ ୪ବର୍ଷ ହେବ ଉଭୟଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କକୁ ନେଇ ଅନେକ ସମୟରେ ହେଉଥିଲା ଗସିପ୍‌। ଲୁଚି ଲୁଚି ଏମାନଙ୍କ ମିଳାମିଶା ହେଉ ଅବା ବ୍ରେକଅପ୍‌ ସବୁକୁ ନେଇ ହେଉଥିଲା ଚର୍ଚ୍ଚା। ବେଳେବେଳେ ଚର୍ଚ୍ଚା ହେଉଥିଲା ଏମାନେ ବୋଧହୁଏ ବିବାହ କରିବେନି। ହେଲେ ସବୁକୁ ଭୁଲ୍‌ ପ୍ରମାଣିତ କରି ବିରାଟ ଅନୁଷ୍କା ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।
All Right Reserved By

ମନୋରଞ୍ଜନ |

ଅର୍ଜ୍ଜୁନଙ୍କୁ ଜୀବନସାଥୀ କରିବେ କି ପରିଣିତି

ଅର୍ଜ୍ଜୁନଙ୍କୁ ଜୀବନସାଥୀ କରିବେ କି ପରିଣିତି

ମୁମ୍ବାଇ: ବଲିଉଡ ନାୟକ ଅର୍ଜ୍ଜୁନ କପୁର ଓ ନାୟିକା ପରିଣିତି ଚୋପ୍ରାଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନିକଟରେ ଏମାନଙ୍କ ଯୋଡିକୁ ନେଇ ନିର୍ମାଣ କରାଯାଇଥିବା ଫିଲ୍ମ ‘ନମସ୍ତେ ଇଂଲଣ୍ଡ’ ଦର୍ଶକଙ୍କ ମନକୁ ଛୁଇଁ  ନଥିବା ବେଳେ ଏବେ କିନ୍ତୁ ଏମାନଙ୍କ ଅଫ୍‌ ସ୍କ୍ରିନ୍‌ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ହେଉଛି। 

ନିଜ ଯାଦୁରେ ମଲାଇକାଙ୍କୁ ଚକିତ କଲେ ଭୁବନେଶ୍ୱରର ବିଷ୍ଣୁ

ନିଜ ଯାଦୁରେ ମଲାଇକାଙ୍କୁ ଚକିତ କଲେ ଭୁବନେଶ୍ୱରର ବିଷ୍ଣୁ

ବମ୍ବେ: କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ଟେଲିଭିଜନ ଜଗତର ଲୋକପ୍ରିୟ ଶୋ’ ‘ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ’ ଶନିବାରଠାରୁ ଆରମ୍ଭ ହୋଇଛି। ବିଶେଷକରି ଦେଶର ବିଭିନ୍ନ ପ୍ରାନ୍ତରୁ କିଛି ନିଆରା କଳା ଶିଖିଥିବା ବ୍ୟକ୍ତିବିଶେଷମାନଙ୍କୁ ନେଇ ଏହି ଶୋ’ ଆଗକୁ ଯିବ। ସଙ୍ଗୀତ, ନୃତ୍ୟ, ମ୍ୟାଜିକ୍‌ ବା ଯାଦୁ ଆଦି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଅଜଣା ବ୍ୟକ୍ତିତ୍ୱମାନଙ୍କୁ ଲୋକଲୋଚନକୁ ଆଣିବା ଏହାର ଲକ୍ଷ୍ୟ। ତେବେ ଏହାର ପ୍ରଥମ ଏପିସୋଡ୍‌ରେ କମାଲ କରିଛନ୍ତି ଜଣେ ଓଡ଼ିଆ।

ଅନୁଙ୍କ ଉପରେ #ମିଟୂ ପ୍ରହାର; ଇଣ୍ଡିଆନ୍‌ ଆଇଡଲ ଶୋ’ରୁ ବାହାର କଲା ସୋନି

ଅନୁଙ୍କ ଉପରେ #ମିଟୂ ପ୍ରହାର; ଇଣ୍ଡିଆନ୍‌ ଆଇଡଲ ଶୋ’ରୁ ବାହାର କଲା ସୋନି

ବମ୍ବେ: ବଲିଉଡରେ #ମିଟୂ କ୍ୟାମ୍ପେନ୍‌ ଏବେ ଶୀର୍ଷ ପର୍ଯ୍ୟାୟରେ। ଦିନକୁ ଦିନ ଏହାର ଜାଲରେ ଫସୁଛନ୍ତି ବଡ଼ ବଡ଼ ସେଲିବ୍ରିଟି। ଘଟଣା ସାମ୍ନାକୁ ଆସିବା ପରେ ସେମାନଙ୍କୁ କରୁଥିବା ପ୍ରୋଜେକ୍ଟରୁ ବାହାର କରିଦିଆଯାଉଛି। ଏହି କ୍ରମରେ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କ ଉପରେ #ମିଟୂ ପ୍ରହାର ପଡ଼ିଛି। 

ଅଭିନୟକୁ ଭଲ ପାଉଥିତ୍ବା ଅଭିନେତା

ଅଭିନୟକୁ ଭଲ ପାଉଥିତ୍ବା ଅଭିନେତା

ଯାତ୍ରାଜଗତର ଜଣେ ସଫଳ କଳାକାର ହେଉଛନ୍ତି ରାମ ନାୟକ। ତାଙ୍କ ସଫଳତା ପଛର ସବୁଠୁ ବଡ଼ କାରଣ ହେଉଛି, ସେ କେବଳ ଅଭିନୟକୁ ଭଲପାଆନ୍ତି।

ଯାତ୍ରା: ସୁଶାନ୍ତ କାବେରୀ - ଲଭ୍‌ ଷ୍ଟୋରି

ଯାତ୍ରା: ସୁଶାନ୍ତ କାବେରୀ - ଲଭ୍‌ ଷ୍ଟୋରି

ସୁଶାନ୍ତଙ୍କ ଘର ଅନୁଗୋଳ। ଅନ୍ୟମାନଙ୍କ ପରି ସେ ଥିଲେ ଜଣେ ସାଧାରଣ ଯାତ୍ରା ଦର୍ଶକ। ଅନୁଗୋଳକୁ ଯେତେ ଯାତ୍ରାପାର୍ଟି ଆସୁଥିଲା, ସେ ସବୁଠି ଯାତ୍ରା ଦେଖୁଥିଲେ।

ଗର୍ଭଧାରଣ ମହିଳାଙ୍କ ଜୀବନର ନୂଆ ପର୍ଯ୍ୟାୟ

ଗର୍ଭଧାରଣ ମହିଳାଙ୍କ ଜୀବନର ନୂଆ ପର୍ଯ୍ୟାୟ

ଗର୍ଭଧାରଣ ମହିଳାଙ୍କ ଜୀବନର ଏକ ନୂଆ ପର୍ଯ୍ୟାୟ। ଘନିଷ୍ଠ ବାନ୍ଧବୀ ମେଘାନ ମର୍କଲେ ଗର୍ଭଧାରଣ କରିଥିବା ବିଷୟ ଶୁଣିବା ପରେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଖୁସି ପ୍ରକଟ କରିବା ସହିତ ଏହା କହିଛନ୍ତି। 

କେବଳ  ନୀରବତା

କେବଳ ନୀରବତା

ଏବେ ଆଲିୟା ଗୋଟିଏ କଥାକୁ ନେଇ ନୀରବ ରହିବାକୁ ଉଚିତ ମଣୁଛନ୍ତି। ଯେତେ ପଚାରିଲେ ମଧ୍ୟ ତାଙ୍କ ପାଟିରୁ ଏ ନେଇ ଗୋଟିଏ ଶବ୍ଦ ବାହାରୁ ନାହିଁ। 

ବବି-ନୀଲମଙ୍କ ପ୍ରେମ କାହାଣୀ

ବବି-ନୀଲମଙ୍କ ପ୍ରେମ କାହାଣୀ

ବବି ଦେଓଲଙ୍କୁ ପ୍ରଥମେ ବ୍ରେକ୍‌ ମିଳିଥିଲା ହିନ୍ଦୀ ସିନେମା ‘ବରସାତ୍‌’ରେ। ନିଜ କ୍ୟାରିୟର ଆରମ୍ଭ ଅବସ୍ଥାରେ ସେ ପ୍ରେମରେ ପଡିଯାଇଥିଲେ। 

କଙ୍ଗନା-ସୋନମ ତୁ ତୁ ମେଁ ମେଁ

କଙ୍ଗନା-ସୋନମ ତୁ ତୁ ମେଁ ମେଁ

କଙ୍ଗନା ରାଣାଓ୍ବତ ବନାମ ସୋନମ କପୁର। ଦୁହିଁଙ୍କ ଭିତରେ କଥା କଟାକଟି ଚରମ ସୋପାନରେ ପହଞ୍ଚତ୍ଛି। ଏପଟୁ ପଦେକୁ ସେପଟୁ ପଦେ। ଏଭଳି ତୁ ତୁ ମେଁ ମେଁ ଥମିବାର ନଁା ନେଉନାହିଁ। 

କଥା ୨୪ ଘଣ୍ଟାର

କଥା ୨୪ ଘଣ୍ଟାର

ପ୍ରେମ ଏଭଳି ଏକ ଜିନିଷ ଯାହା କେତେବେଳେ ଆରମ୍ଭ ହୁଏ ଏବଂ ତାହାର ଶେଷ କିପରି ହୁଏ ଆକଳନ କରିବା ସହଜ ନୁହେଁ। ଗୋଟିଏ କାମରେ ଯାଇଥିବା ବେଳେ ଯୁବକଟି ପ୍ରେମ ଜାଲରେ ଫସିଯାଉଛି।

ଟୁର୍‌ ମିଶନ

ଟୁର୍‌ ମିଶନ

ପ୍ରିୟଙ୍କା ଚୋପ୍ରା ଏବେ ଗୋଟିଏ ମିଶନକୁ ନେଇ ବ୍ୟସ୍ତ। ପୁଣି ଏଥିରେ ତାଙ୍କ ସହ ହାତ ମିଳାଇଛନ୍ତି ତାଙ୍କର ବୟଫ୍ରେଣ୍ଡ ନିକ୍‌ ଜୋନାସ। ପ୍ରାୟ ଅନେକେ ଜାଣନ୍ତି ଯେ ଏହି ଯୋଡ଼ି ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।

 ଯଦି ଅକ୍ଷୟ ରାଜି ହୋଇଥାଆନ୍ତେ..

ଯଦି ଅକ୍ଷୟ ରାଜି ହୋଇଥାଆନ୍ତେ..

ହିନ୍ଦୀ ସିନେମା ‘ନମସ୍ତେ ଇଂଲଣ୍ଡ’ର କାଷ୍ଟିଂ ସମୟରେ ଏକ ମଜାଦାର ଘଟଣା ଘଟିଥିଲା। ପ୍ରଯୋଜକ ଏବଂ ନିର୍ଦ୍ଦେଶକ ପ୍ରଥମେ ଏହାର ଲିଡ୍‌ ରୋଲ୍‌ ପାଇଁ ଅକ୍ଷୟ କୁମାରଙ୍କୁ ସାଇନ୍‌ କରିବାକୁ ଚାହିଁଥିଲେ।