ଅପରାଧ |

ଭିଜିଲାନ୍ସ ଜାଲରେ ସମବାୟ ସମିତି ସମ୍ପାଦକ

ଭିଜିଲାନ୍ସ ଜାଲରେ ସମବାୟ ସମିତି ସମ୍ପାଦକ
ଓଡ଼ଗାଁ, ୧୧।୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକର ରଙ୍ଗଣୀପାଟଣା ଓ କୁରାଳ ସେବାସମବାୟ ସମିତିରୁ ଲକ୍ଷ ଲକ୍ଷ ଟଙ୍କା ହେରଫେର କରିବା ଘଟଣାରେ ସମବାୟ ସମିତି ସମ୍ପାଦକ କାଳୁ ଚରଣ ରାଉତ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡ଼ିଛନ୍ତି। ସୋମବାର ସକାଳୁ ଭିଜିଲାନ୍ସ ପକ୍ଷରୁ ତାଙ୍କର ଓଡ଼ଗାଁ ଭଡ଼ାଘର ସମେତ ବିଭିନ୍ନ ସ୍ଥାନ ଓ ସମ୍ପର୍କୀୟଙ୍କ ଘରେ ଏକକାଳୀନ ଚଢାଉ ଜାରି ରହିଛି। ଏଥିରେ ପୁରୀ ଡିଏସ୍‌ପି ହରନାରାୟଣ ପତିଙ୍କ ସମେତ ୪ ଡିଏସ୍‌ପି, ୫ ନୀରିକ୍ଷକ ଓ ବହୁ କର୍ମଚାରୀ ସାମିଲ ଅଛନ୍ତି। ଚଢାଉ ବେଳେ ପ୍ରାଥମିକ ଭାବେ କେତେକ ଗାଡ଼ି, କୋଠା, ବେନାମୀ ମିଲ ଓ କାଗଜପତ୍ର ସାମନାକୁ ଆସିଛି। ସମ୍ପର୍କୀୟଙ୍କ ନାମରେ ଥିବା ବହୁ ସମ୍ପତ୍ତି ଠାବ କରାଯାଇଛି। ମାତ୍ର ତଦନ୍ତରେ ସେ ସହଯୋଗ କରୁ ନ ଥିବା ଜଣାପଡ଼ିଛି।
All Right Reserved By

ଅପରାଧ |

କ୍ୟାବିନ୍‌ ଭାଙ୍ଗି ଚୋରି ଉଦ୍ୟମ, ଜଣେ ଗିରଫ

କ୍ୟାବିନ୍‌ ଭାଙ୍ଗି ଚୋରି ଉଦ୍ୟମ, ଜଣେ ଗିରଫ

ଓଡ଼ଗାଁ,୨୫ା୯( ସ୍ବ.ପ୍ର.): ନୟାଗଡ ଜିଲା ଓଡ଼ଗାଁ କଲେଜ ରୋଡସ୍ଥିତ ସରକାରୀ ସ୍କୁଲ ନିିକଟରେ ଥିବା ଏକ କ୍ୟାବିନ୍‌ରୁ ଚୋରି ଉଦ୍ୟମବେଳେ ମଙ୍ଗଳବାର ପୋଲିସ ଜଣଙ୍କୁ ଗିିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ସ୍ଥାନୀୟ ପାଇକସାହି ଅଞ୍ଚଳର ବଂଶୀଧର ବେହେରା (୨୦)।

କାଠ ବୋଝେଇ ବାଇକ ଜବତ, ଚାଳକ ଗିରଫ

କାଠ ବୋଝେଇ ବାଇକ ଜବତ, ଚାଳକ ଗିରଫ

ଛେଣ୍ଡିପଦା,୨୫।୯(ସ୍ବ.ପ୍ର)- ଛେଣ୍ଡିପଦା ବନବିଭାଗ ମଙ୍ଗଳବାର ଚଢାଉ କରି ଏକ କାଠ ବୋଝେଇ ବାଇକ ସହ  ଏହାର ଚାଳକ ନୂଆପଡା ଗ୍ରାମର ଲୋଚନ ବେହେରା (୨୫)ଙ୍କୁ ଗିରଫ କରିଛି। 

ପ୍ରେମରେ ବିଫଳ ହୋଇ ଛାତ୍ରୀଙ୍କୁ ଭୁଜାଲିରେ ହାଣିଲେ ପ୍ରେମିକ

ପ୍ରେମରେ ବିଫଳ ହୋଇ ଛାତ୍ରୀଙ୍କୁ ଭୁଜାଲିରେ ହାଣିଲେ ପ୍ରେମିକ

କଟକ ଅଫିସ/କଣ୍ଟାପଡା, ୨୫।୯(ଡି.ଏନ୍‌.ଏ.): ଓଲଟପୁର ଥାନା ଅନ୍ତର୍ଗତ ଅଡ଼ଶପୁର ମହାବିଦ୍ୟାଳୟର ଜଣେ କଲେଜ ଛାତ୍ରୀଙ୍କୁ ଏକପାଖିଆ ପ୍ରେମକରି ବିଫଳ ହୋଇଥିବା ଜଣେ ଯୁବକ ମଙ୍ଗଳବାର ଦିନ ୧୨ଟାରେ ଭୁଜାଲିରେ ହାଣି ଫେରାର ହୋଇଯାଇଛନ୍ତି। 

କମିଟି ଗଠନ ବେଳେ ଖାତା ଛଡାଇବା ଆଭିଯୋଗରେ ଜଣେ ଗିରଫ

କମିଟି ଗଠନ ବେଳେ ଖାତା ଛଡାଇବା ଆଭିଯୋଗରେ ଜଣେ ଗିରଫ

ଧାମନଗର,୨୫।୯(ଡି.ଏନ୍‌.ଏ.): ଧାମନଗର ବ୍ଲକ ତାଳପଦା ନୋଡାଲ ବିଦ୍ୟାଳୟ ପରିଚାଳନା କମିଟି ଗଠନ ସମୟରେ ଗଣ୍ଡଗୋଳ ଏବଂ  ରିଜୋଲ୍ୟୁଶନ ଖାତା ଛଡାଇ ନେଇଥିବା ଅଭିଯୋଗରେ ଧାମନଗର ଥାନା ପୋଲିସ  ବଣିଆ ସାହିର ଭବେନ୍ଦ୍ର ନାୟକଙ୍କୁ ଗିରଫ କରିଛି ।  

ଝାମ୍ପିନେଲେ ୩ ଲକ୍ଷ

ଝାମ୍ପିନେଲେ ୩ ଲକ୍ଷ


ଅନୁଗୋଳ ଅଫିସ, ୨୫ା୯- ଅନୁଗୋଳ ସହର ଶଙ୍କର ସିନେମା ରୋଡ୍‌ସ୍ଥିତ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସମ୍ମୁଖରୁ ସୋମବାର ଦୁର୍ବୃତ୍ତମାନେ ୩ ଲକ୍ଷ ଟଙ୍କା ଝାମ୍ପି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ନଂ. ୬୪୩/୧୮ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ସୂଚନା ଦେଇଛନ୍ତି। 

ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ଢେଙ୍କାନାଳ ଅଫିସ, ୨୫ା୯- ଢେଙ୍କାନାଳ ଜିଲା ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ମୁକୁନ୍ଦପୁର ଗ୍ରାମରେ ବିଦ୍ୟୁତ୍‌ ମେକାନିକ ରଣଜିତ ପଣ୍ଡା(୨୫)ଙ୍କ ସ୍ତ୍ରୀ ବର୍ଷା ବାଗମିତା ମିଶ୍ର(୨୦)ଙ୍କ ମୃତଦେହ ସୋମବାର ତାଙ୍କ ଶ୍ୱଶୁର ଘରୁ ଉଦ୍ଧାର କରାଯାଇଛି। ଯୌତୁକ ଦାବିକୁ କେନ୍ଦ୍ରକରି ବର୍ଷାଙ୍କୁ ଶ୍ୱଶୁର ଘର ଲୋକ ହତ୍ୟା କରିଥିବା ନେଇ ବର୍ଷାଙ୍କ ବାପା ମଦନ ମୋହନ ମିଶ୍ର ଥାନାରେ ଅଭିଯୋଗ କରିଛନ୍ତି।

ମହିଳାଙ୍କ ତଣ୍ଟି କାଟି ହତ୍ୟା ମାମଲା: ଅଭିଯୁକ୍ତ ଗିରଫ

ମହିଳାଙ୍କ ତଣ୍ଟି କାଟି ହତ୍ୟା ମାମଲା: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୫।୯(ବ୍ୟୁରୋ): କ୍ୟାପିଟାଲ ଥାନା ଅଶୋକ ନଗର କାଳାବାରି ବସ୍ତିରେ ଜଣେ ମହିଳାଙ୍କୁ ତଣ୍ଟି କାଟି ଗତ ରବିବାର ହତ୍ୟା କରାଯାଇଥିଲା।

ବଳାତ୍କାର ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ୍‌

ବଳାତ୍କାର ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ୍‌

ଅନୁଗୋଳ ଅଫିସ, ୨୫ା୯- ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ସୋମବାର ଅନୁଗୋଳ ଅତିରିକ୍ତ ଜିଲା ଦୌରାଜଜ୍‌ ସୌଭାଗିନୀ ମଲ୍ଲିକ ଅଭିଯୁକ୍ତ ଅନୁଗୋଳ ଜିଲା ଖମାର ଥାନା ଅଞ୍ଚଳର ସୁଶାନ୍ତ ସେଠୀଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି।

ଜବରଦସ୍ତ  ବିବାହ କରିବା ଘଟଣାରେ ନାବାଳିକାଙ୍କ ସ୍ବାମୀ ଗିରଫ

ଜବରଦସ୍ତ ବିବାହ କରିବା ଘଟଣାରେ ନାବାଳିକାଙ୍କ ସ୍ବାମୀ ଗିରଫ

ରାୟଗଡା ଅଫିସ୍‌, ୨୫।୯- ରାୟଗଡା ବ୍ଲକ୍‌ ନାକଟି ପଞ୍ଚାୟତ ଅଞ୍ଚଳର ଜଣେ ନାବାଳିକାଙ୍କୁ ତାଙ୍କର ପାଳିତା ମା’ ଜୋର ଜବରଦସ୍ତ ବିବାହ କରି ଦେଇଥିଲେ । ଏହି ଘଟଣାରେ ପୋଲିସ ନାବାଳିକାଙ୍କ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଜଣକ ହେଲେ ଜେକେପୁର ହଳଦୀପଡା ଗ୍ରାମର ବିନୋଦ ଖରା(୨୪) ।  ପରେ ପୋଲିସ ନାବାଳିକା ଏବଂ ବିନୋଦଙ୍କ ଡାକ୍ତରୀମାଇନା କରିଛି ।

ଅପହୃତା ନାବାଳିକା ଉଦ୍ଧାର: ଅଭିଯୁକ୍ତ ଗିରଫ

ଅପହୃତା ନାବାଳିକା ଉଦ୍ଧାର: ଅଭିଯୁକ୍ତ ଗିରଫ

ପାରଳାଖେମୁଣ୍ଡି, ୨୫।୯(ସ୍ବ.ପ୍ର.)-ଗଜପତି ଜିଲା ଆର୍‌.ଉଦୟଗିରି ଥାନା ଅଞ୍ଚଳର ଜଣେ ଅପହୃତା ନାବାଳିକା(୧୫)ଙ୍କୁ ପୋଲିସ ଉଦ୍ଧାର କରି ଜିଲା ଶିଶୁ କଲ୍ୟାଣ ସମିତି ଜିମା ଦେଇଛି। ବର୍ତ୍ତମାନ ତାଙ୍କୁ ପାରଳାଖେମୁଣ୍ଡିସ୍ଥିତ ‘ସୁପୁତ୍ର’ ଆଶ୍ରୟସ୍ଥଳରେ ରଖାଯାଇଛି। ସେହିପରି ଅଭିଯୁକ୍ତଙ୍କୁ ଆର୍‌.ଉଦୟଗିରି ପୋଲିସ ଗିରଫ କରିଥିବା ସୋମବାର ଜିଲା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ବିନୋଦ ଚନ୍ଦ୍ର ଜେନା ସୂଚନା ଦେଇଛନ୍ତି। 

ବାଳ ସୁଧାର ଗୃହରେ ନିର୍ଯାତନା ଅଭିଯୋଗ: ଅଗ୍ନିକାଣ୍ଡ ଘଟାଇଲେ ଅନ୍ତେବାସୀ

ବାଳ ସୁଧାର ଗୃହରେ ନିର୍ଯାତନା ଅଭିଯୋଗ: ଅଗ୍ନିକାଣ୍ଡ ଘଟାଇଲେ ଅନ୍ତେବାସୀ

ଅନୁଗୋଳ ଅଫିସ, ୨୫।୯: ଅନୁଗୋଳ ଜିଲା ଜୁଭେନାଇଲ ଜେଲ(ବାଳ ସୁଧାର ଗୃହ)ରେ ପ୍ରାୟ ୭୯ ପିଲା ରହୁଛନ୍ତି। ସେମାନଙ୍କୁ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଛି। 

ଡାକ୍ତରଙ୍କ ଘରୁ ୨୦ ଲକ୍ଷ ଟଙ୍କାର ସୁନାଅଳଙ୍କାର ଚୋରି

ଡାକ୍ତରଙ୍କ ଘରୁ ୨୦ ଲକ୍ଷ ଟଙ୍କାର ସୁନାଅଳଙ୍କାର ଚୋରି

ଭଦ୍ରକ ଅଫିସ,୨୫।୯(ସ୍ବ.ପ୍ର.): ଭଦ୍ରକ ଜିଲା ଅପର୍ତ୍ତିବିନ୍ଧା ନ୍ୟୁ କଲେନୀରେ ରହୁଥିବା ଡାକ୍ତର ସସ୍ମିତା ଖିଲାରଙ୍କ ଘରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ଝରକା ଭାଙ୍ଗି ଘରେ ପଶି ନଗଦ ଟଙ୍କା ସହ ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନାଗହଣା ଚୋରିକରି ନେଇଛନ୍ତି।