ଜୀବନଚର୍ଯ୍ୟା |

କାର୍ଯ୍ୟଧାରାକୁ ପ୍ରଭାବିତ କରେ ଧୂମପାନ

କାର୍ଯ୍ୟଧାରାକୁ ପ୍ରଭାବିତ କରେ ଧୂମପାନ

ଧୂମପାନ ଅନେକଙ୍କର ଅଭ୍ୟାସରେ ପରିଣତ ହେବାର ଅନେକ ନଜିର ରହିଛି। ଏହାର ଖରାପ ପ୍ରଭାବ ଶରୀର ଉପରେ କେତେ ପଡ଼ିଥାଏ, ସେ ସମ୍ପର୍କରେ ଅବଗତ ରହିଲେ ସୁଦ୍ଧା ଏଭଳି ଅଭ୍ୟାସଠାରୁ ନିଜକୁ ଦୂରେଇ ନେବାକୁ କେତେକ ଚାହିଁ ନ ଥାନ୍ତି। ସାମୟିକ ଆନନ୍ଦ ସେମାନଙ୍କ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେଇଥାଏ। ଯଦି ଆପଣ ଅଧିକ ଧୂମପାନ କରୁଛନ୍ତି, ତେବେ ଆପଣଙ୍କ କାର୍ଯ୍ୟଧାରା ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏଭଳି ତଥ୍ୟ ସମ୍ପର୍କରେ ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି। ‘ଧୂମପାନ ଓ କାର୍ଯ୍ୟଧାରା’ ବିଷୟକୁ ନେଇ କାଲିଫର୍ଣ୍ଣିଆ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ। ବିଶେଷଭାବରେ ଏହି ସମୟରେ କର୍ମଜୀବୀଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ପରିଶେଷରେ ଜଣାପଡିଥିଲା ଯେ, ଧୂମପାନ ଏକ ଅଭ୍ୟାସରେ ପରିଣତ ହୋଇଥିଲେ ତାହା କେତେକାଂଶରେ କାର୍ଯ୍ୟଧାରାକୁ ପ୍ରଭାବିତ କରିଥାଏ। ସବୁ ଦିଗକୁ ଲକ୍ଷ୍ୟ କରି ଜଣେ ଏଭଳି ଅଭ୍ୟାସଠାରୁ ନିଜକୁ ଦୂରେଇ ରଖିବା ଦରକାର ବୋଲି ସେମାନେ ପରାମର୍ଶ ଦେଇଛନ୍ତି।

All Right Reserved By

ଜୀବନଚର୍ଯ୍ୟା |

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରେ କଳଦୀ

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରେ କଳଦୀ

ବ୍ୟସ୍ତବହୁଳ ଜୀବନଶୈଳୀ ଦିନକୁ ଦିନ ଆମ ପାଇଁ ଅନେକ ରୋଗର କାରଣ ପାଲଟିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ହାଇ ବ୍ଲଡପ୍ରେସର ବା ଉଚ୍ଚ ରକ୍ତଚାପ। ଆମେରିକାର ୟୁନିଭରସିଟି ଅଫ୍‌ ମିନେସୋଟାର ଗବେଷଣା ଅନୁଯାୟୀ, ନିୟମିତ କଦଳୀ ଖାଇଲେ ଉଚ୍ଚ ରକ୍ତଚାପରୁ ମୁକ୍ତି ମିଳିଥାଏ ବୋଲି ଜଣାପଡିଛି।

କ୍ୟାନସର ଠାରୁ ଦୂରେଇ ରହିବା ପାଇଁ...

କ୍ୟାନସର ଠାରୁ ଦୂରେଇ ରହିବା ପାଇଁ...

ପିଆଜରେ ରହିଛି ସଲଫର, ଏମିନୋ ଏସିଡ ଓ ଭିଟାମିନ୍ସ। ବିଶେଷ କରି କଞ୍ଚା ପିଆଜ ଖାଇଲେ ଏହା ଉପକାର ଅନେକ। - ନିୟମିତ ଖାଦ୍ୟରେ କଞ୍ଚା ପିଆଜ ଖାଇଲେ ଏଥିରେ ଥିବା ସଲ୍‌ଫର କ୍ୟାନସର ଭଳି ମାରାତ୍ମକ ରୋଗଠାରୁ ଆମକୁ ଦୂରେଇ ରଖିଥାଏ। କାରଣ ଶରୀରରେ ଥିବା କ୍ୟାନସର ଜୀବାଣୁକୁ ସଲଫର ବଢିବାକୁ ଦେଇ ନ ଥାଏ।

ଜଙ୍କଫୁଡ୍‌ ଅଭ୍ୟାସ ଲାଗି ଫେସବୁକ୍‌ ବି ଦାୟୀ

ଜଙ୍କଫୁଡ୍‌ ଅଭ୍ୟାସ ଲାଗି ଫେସବୁକ୍‌ ବି ଦାୟୀ

ଛୋଟପିଲା, କିଶୋରୀ, କିଶୋରଙ୍କ ପିଜ୍ଜା, ବର୍ଗର ଭଳି ଜଙ୍କଫୁଡ୍‌କୁ ବେଶ୍‌ ପସନ୍ଦ କରିଥାନ୍ତି। ସେମାନଙ୍କର ଏହି ଅଭ୍ୟାସ ଲାଗି ଫେସବୁକ୍‌ ଦାୟୀ ବୋଲି ଗବେଷକ ସୂଚିତ କରିଛନ୍ତି। ଏକ ଗବେଷଣା ଅନୁସାରେ, କିଶୋରୀ, କିଶୋରଙ୍କ ଜଙ୍କଫୁଡ୍‌ ପ୍ରେମ ପାଇଁ ସବୁଠୁ ବେଶି ସୋସିଆଲ ମିଡିଆ ୱେବସାଇଟ୍‌ ଦାୟୀ।

ସକାଳୁ ପିଅନ୍ତୁ ତେଜପତ୍ର ପାଣି

ସକାଳୁ ପିଅନ୍ତୁ ତେଜପତ୍ର ପାଣି

ସକାଳୁ ତେଜପତ୍ର ପାଣି ପିଇଲେ ଅନେକ ଉପକାର ମିଳିଥାଏ। ନିତ୍ୟକର୍ମ ପରେ ରାତିରୁ ପାଣିରେ ଭିଜା ଯାଇଥିବା ତେଜପତ୍ର ପାଣି ନିୟମିତ ପିଇଲେ ପେଟରେ ଥିବା ଚର୍ବି କମିବାକୁ ଆରମ୍ଭ କରିଥାଏ।

ରଙ୍ଗ କହିବ ଆପଣ କେତେ ରୋମାଣ୍ଟିକ

ରଙ୍ଗ କହିବ ଆପଣ କେତେ ରୋମାଣ୍ଟିକ

ଚାଲି ଚଳନ, ବେଶ ପୋଷାକରୁ ଜଣଙ୍କର ବ୍ୟକ୍ତିତ୍ୱ ବିଷୟରେ ଜଣାପଡିଥାଏ। ଆହୁରି ମଧ୍ୟ ଏହି ରଙ୍ଗରୁ ଜାଣିହୁଏ କିଏ କେତେ ରୋମାଣ୍ଟିକ୍‌।

ହରମୋନ୍‌ ସ୍ତରକୁ ସନ୍ତୁଳନ ରଖିବେ କିପରି...

ହରମୋନ୍‌ ସ୍ତରକୁ ସନ୍ତୁଳନ ରଖିବେ କିପରି...

ଶରୀର ସୁସ୍ଥ ରହିବାକୁ ହେଲେ ହରମୋନ୍‌ ସ୍ତର ସନ୍ତୁଳିତ ଅବସ୍ଥାରେ ରହିବା ଜରୁରୀ। କାରଣ ହରମୋନ୍‌ ସ୍ତରରେ ପରିବର୍ତ୍ତନ ହେଲେ ଏହାର ନକାରାତ୍ମକ ପ୍ରଭାବ ଶରୀର ଉପରେ ପଡିଥାଏ।

ମେଦ କମାଇବ ମେଥି ପାଣି

ମେଦ କମାଇବ ମେଥି ପାଣି

ମେଥି ଶରୀର ପାଇଁ ବେଶ୍‌ ଲାଭଦାୟକ। ଏହାର ସେବନରେ ଅନେକ ରୋଗ ଦୂରେଇ ଯାଇଥାଏ। ବିଶେଷ କରି ମେଥିର ପାଣି ପିଇଲେ ମେଦବୃଦ୍ଧି ହୋଇ ନ ଥାଏ। ଏଥିରେ ରହିଛି ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟି ଇନ୍‌ଫ୍ଲାମେଣ୍ଟୋରୀ ଗୁଣ। ଏହା ଶରୀରର ଭିତର ଅଂଶକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

ଆଜ୍‌ମାରୁ ମୁକ୍ତି ଦିଏ ଭିଟାମିନ୍‌-ଡ଼ି’

ଆଜ୍‌ମାରୁ ମୁକ୍ତି ଦିଏ ଭିଟାମିନ୍‌-ଡ଼ି’

ଭିଟାମିନ୍‌-ଡି’ ଅନେକ ରୋଗର ଚିକିତ୍ସାରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ। ଇସ୍ରାଏଲ୍‌ର ଗବେଷକମାନେ ଜାଣିପାରିଛନ୍ତି ଯେ, ଭିଟାମିନ୍‌-ଡି’ ଆଜ୍‌ମା ରୋଗୀଙ୍କ ଲାଗି ମହୋଷଧୀ ଭଳି କାର୍ଯ୍ୟ କରିଥାଏ।

ପ୍ରତି ୧୦ ବର୍ଷରେ ମସ୍ତିଷ୍କରେ ଆସିଥାଏ ପରିବର୍ତ୍ତନ

ପ୍ରତି ୧୦ ବର୍ଷରେ ମସ୍ତିଷ୍କରେ ଆସିଥାଏ ପରିବର୍ତ୍ତନ

ମସ୍ତିଷ୍କର ସେରିବ୍ରମ୍‌ରେ ଥିବା କୁଣ୍ଡଳାକୃତି ବୌଦ୍ଧିକସ୍ତରରେ ପ୍ରତି ୧୦ ବର୍ଷରେ ପରିବର୍ତ୍ତନ ଆସିଥାଏ ବୋଲି ଗବେଷକ ପ୍ରକାଶ କରିଛନ୍ତି। ଏହି ଧାରା ଗୁଣସୂତ୍ରରେ ଥିବା କାରକ ବାହକ ଜିନ୍‌ ଦ୍ୱାରା ପିଢ଼ି ପରେ ପିଢ଼ି ସ୍ଥାନାନ୍ତରିତ ହୋଇଥାଏ।

ତ୍ୱଚା ବି ବାରିପାରେ ଗନ୍ଧ

ତ୍ୱଚା ବି ବାରିପାରେ ଗନ୍ଧ

ଗନ୍ଧ ବାରିବାର କ୍ଷମତା ତ୍ୱଚାର ରହିଛି। ତ୍ୱଚା କୋଷିକାରେ ବିଭିନ୍ନ ଗନ୍ଧ ବାରିବାର ତତ୍ତ୍ୱ ଥିବା ଗବେଷଣାରୁ ଜଣାପଡ଼ିଛି। ଯଦି ଏହି ଅଭିଗ୍ରାହକ ତତ୍ତ୍ୱ୍ବ ବା ଓଲଫ୍ୟାକ୍ଟ୍ରୀ ରିସେପ୍ଟର୍‌ ଗୁଡ଼ିକୁ ସକ୍ରିୟ କରାଯାଏ, ତେବେ କୋଷିକାଗୁଡ଼ିକର ବିଭାଜନ ଶୀଘ୍ର ହୁଏ।

ସକାଳେ କାହିଁକି ପିଇବେ ଆଖୁରସ

ସକାଳେ କାହିଁକି ପିଇବେ ଆଖୁରସ

ସକାଳୁ ଆଖୁରସ ପିଇଲେ ମିଳେ ଅନେକ ଉପକାର। ଆଖୁରସରେ ଶରୀରକୁ ସୁସ୍ଥ ରଖିବା ଭଳି ଭିଟାମିନ୍‌,କ୍ୟାଲସିୟମ୍‌, ଫସଫରସ୍‌, ଗ୍ଲୁକୋଜ୍‌ ଆଦି ତତ୍ତ୍ୱ ଭରି ରହିଛି। ଆଖୁସରରେ ଅଦାରସ, ଲେମ୍ବୁରସ ଏବଂ ବିଟ୍‌ ଲୁଣ ମିଶାଇ ପିଇଲେ ଏହା ପାଚନ ପ୍ରକ୍ରିୟାକୁ ଅଧିକ ସକ୍ରିୟ କରିଥାଏ।

ପ୍ରସାଧାନ ସାମଗ୍ରୀ ବ୍ୟବହାର ବେଳେ ରୁହନ୍ତୁ ସତର୍କ...

ପ୍ରସାଧାନ ସାମଗ୍ରୀ ବ୍ୟବହାର ବେଳେ ରୁହନ୍ତୁ ସତର୍କ...

ଆଜିକାଲି ବିନା କସମେଟିକ୍ସରେ ବାହାରକୁ ବାହାରିବା ଲାଗି ପ୍ରାୟ ପସନ୍ଦ କରୁନାହାଁନ୍ତି। କିନ୍ତୁ କସମେଟିକ୍ସ ଯେ ଚେହେରା ଉପରେ ଖରାପ ପ୍ରଭାବ ପକାଇଥାଏ ଏକଥା ଅନେକକୁ ମାଲୁମ ନ ଥାଏ।

Model This Week

ପ୍ରଭାତ