ସମ୍ପାଦକୀୟ |

ମହିଳାଙ୍କ ସପକ୍ଷରେ

ମହିଳାଙ୍କ ସପକ୍ଷରେ
ତଥାଗତ ସତପଥୀ : ଦୁନିଆର ପ୍ରତି କ୍ଷେତ୍ରରେ ମହିଳାଙ୍କୁ ପୁରୁଷଙ୍କ ସହ ସମକକ୍ଷ କରାଯାଉଛି। ଆଜିର ପ୍ରଗତିଶୀଳ ସମାଜରେ ନୂଆ ଚିନ୍ତାଧାରା ଜନ୍ମନେଉଛି। ତେଣୁ ପ୍ରଚଳିତ ଆଇନ ବ୍ୟବସ୍ଥାକୁ ସମୀକ୍ଷା କରିବାର ସମୟ ଆସିଛି ବୋଲି ସୁପ୍ରିମ୍‌କୋର୍ଟ ନିକଟରେ ବ୍ୟଭିଚାର ସଂକ୍ରାନ୍ତ ଏକ ମାମଲା ଉପରେ ମତ ଦେଇଛନ୍ତି। ଜଣେ ପୁରୁଷ ଓ ମହିଳା ନିଜ ଜୀବନସାଥୀଙ୍କ ବ୍ୟତୀତ ପରକୀୟା ପ୍ରୀତି ରଖିଥିବା ପ୍ରମାଣିତ ହେଲେ କେବଳ ପୁରୁଷ ଦଣ୍ଡିତ ହେଉଛନ୍ତିି। ଅନ୍ୟପକ୍ଷରେ ମହିଳାଙ୍କ ସହମତିରେ ଅବୈଧ ସମ୍ପର୍କ ସ୍ଥାପିତ ହୋଇଥିଲେ ମଧ୍ୟ ସେ ଏଥିରୁ ଛାଡ଼ ପାଇଯାଉଛନ୍ତି। ୧୫୭ ବର୍ଷ ଧରି ଏଭଳି ବ୍ୟଭିଚାର ନିରୋଧ ଆଇନ ଦେଶରେ ପ୍ରଚଳିତ ରହିଆସିଛି। ଭାରତୀୟ ଦଣ୍ଡବିଧି ଆଇନର ଦଫା ୪୯୭କୁ ଦେଖିଲେ ଦଣ୍ଡ ବ୍ୟବସ୍ଥା ପୁରୁଣାକାଳିଆ ବୋଲି କେତେକଙ୍କର ଧାରଣା। ଏହି ଆଇନର ସାମ୍ବିଧାନିକ ବୈଧତା ଯାଞ୍ଚ କରାଯିବା ଜରୁରୀ ହୋଇପଡ଼ିଛି ବୋଲି ସୁପ୍ରିମ୍‌କୋର୍ଟଙ୍କ ଖଣ୍ଡପୀଠ ଡିସେମ୍ବର ୮ରେ ହୃଦ୍‌ବୋଧ କରିଛନ୍ତି। ତେଣୁ ୪ ସପ୍ତାହରେ ଏ ସଂକ୍ରାନ୍ତରେ ଜବାବ ଦାଖଲ କରିବା ପାଇଁ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ସୁପ୍ରିମ୍‌କୋର୍ଟ ଏପରି ନିର୍ଦ୍ଦିଷ୍ଟ ମାମଲାରେ ଦେଇଥିବା ମତ ପ୍ରଶଂସନୀୟ। ହେଲେ ପୁରୁଷପ୍ରଧାନ ଭାରତୀୟ ସମାଜରେ ଯେଭଳି ଭାବେ ନାରୀ ଜାତିକୁ ଅନେକ ହଜାର ବର୍ଷ ଧରି ନିର୍ଯାତିତ କରି ରଖାଯାଇଛି, ତାହାର ପରିବର୍ତ୍ତନ ଆଣିବା ସକାଶେ ଏକ କଠୋର ତଥା ଭିନ୍ନ ବ୍ୟବସ୍ଥାର ଆବଶ୍ୟକତା ରହିଛି। ଆଜି ଅସଂଖ୍ୟ ଶିଶୁକନ୍ୟା ହତ୍ୟା, ମହିଳାଙ୍କୁ ବଳାତ୍କାର, ଦ୍ୱିତୀୟ ଶ୍ରେଣୀର ଛାତ୍ରୀଙ୍କୁ ଶିକ୍ଷକ ଏପରି କି ପଞ୍ଚମ ଶ୍ରେଣୀର ପିଲା ବଳାତ୍କାର କରୁଥିବା ଖବର ବାରମ୍ବାର ଶୁଣିବାକୁ ମିଳୁଛି। କେତେକ ପୁରୁଷ ତାଙ୍କ ସ୍ତ୍ରୀଙ୍କୁ ବିବାହର ଅନେକ ବର୍ଷ ପରେ ମଧ୍ୟ କିରୋସିନ ଢାଳି ପୋଡ଼ି ମାରିଦେଉଛନ୍ତି। ଯେଭଳି ଭାବେ ସାମାଜିକ ସ୍ଥିତିରେ ମହିଳାଙ୍କୁ ଦମନ କରି ରଖାଯାଇଛି, ତାହାର ଏକ ବିକଳ୍ପ ବାହାର କରିବାର ଦାୟିତ୍ୱ ଆଇନ ବ୍ୟବସ୍ଥା ଉପରେ ପଡ଼ିଯାଇଛି। ସାମାଜିକ ଭାରସାମ୍ୟ ସୃଷ୍ଟି ପାଇଁ ଭାରତର ଆଇନ ବ୍ୟବସ୍ଥା ମହିଳାଙ୍କ ସପକ୍ଷରେ ଅନ୍ଧଭାବେ ରାୟ ଦେବାର ପ୍ରୟୋଜନ ଆଜି ମଧ୍ୟ ରହିଛି। ଶିକ୍ଷିତ ସମାଜରେ ଆଇନ କୌଣସି ଗୋଟିଏ ପଟକୁ ଢଳିପଡ଼ିବ ତାହା କେହି ଚାହିଁବେ ନାହିଁ। ତଥାପି ଭାରତର ସାମାଜିକ ସ୍ଥିତି ଅନ୍ୟ ଦେଶଠାରୁ ଯଥେଷ୍ଟ ଭିନ୍ନ। ନାରୀ ନିର୍ଯାତନାର ଇତିହାସ ଦ୍ରୌପଦୀଙ୍କ ସମୟଠାରୁ ଭରପୂର ରହିଆସିଛି। ପୁରାଣ ବହିରେ ନା ଯେ କେବଳ ଦ୍ରୌପଦୀଙ୍କୁ ୫ଜଣ ପୁରୁଷଙ୍କୁ ସ୍ବାମୀ ଭାବେ ସ୍ବୀକାର କରିବାକୁ ବାଧ୍ୟ କରାଯାଇଥିଲା, ବରଂ ସେହିସବୁ ଶକ୍ତିଶାଳୀ ସ୍ବାମୀମାନେ ଜୁଆଖେଳ ନିଶାରେ ନିଜ ସ୍ତ୍ରୀଙ୍କୁ ବାଜି ଲଗାଇବାକୁ ପଛାଇ ନ ଥିଲେ। ସେହି ବାଜିରେ ହାରିବା ପରେ ବାସ୍ତବରେ ଦ୍ରୌପଦୀଙ୍କର କିଭଳି ଦୟନୀୟ ପରିସ୍ଥିତି ହୋଇଥିଲା ତାହାର କୌଣସି ଲିପିବଦ୍ଧ ପ୍ରମାଣ ନାହିଁ। କିନ୍ତୁ କାଳ୍ପନିକସ୍ତରରେ ଦ୍ରୌପଦୀଙ୍କ ବସ୍ତ୍ରହରଣ, ଚତୁର କୃଷ୍ଣଙ୍କ ତଥାକଥିତ ହସ୍ତକ୍ଷେପ ଓ ପରବର୍ତ୍ତୀ ସମୟରେ ନାରୀ ସ୍ବାଭିମାନ ପାଇଁ ମହାଭାରତ ଯୁଦ୍ଧ ଅବିଶ୍ୱାସୀମାନଙ୍କ ମନରେ ଭାରତୀୟ ସମାଜ ସମ୍ପର୍କରେ ଅନେକ ପ୍ରଶ୍ନ ସୃଷ୍ଟି କରିଥାଏ। ଅନୁରୂପ ଆକାରରେ ଯାହାଙ୍କୁ କୁହାଯାଉଛି ମର୍ଯ୍ୟାଦା ପୁରୁଷୋତ୍ତମ ରାମ, ସେ ମଧ୍ୟ ଉଡ଼ାଖବର ଶୁଣି ନିଜ ସ୍ତ୍ରୀଙ୍କୁ ତ୍ୟାଗ କରିବା ପାଇଁ ପଛାଇ ନ ଥିଲେ। ବାସ୍ତବରେ କେଉଁ କାରଣରୁ ରାମଙ୍କର ଯୁଦ୍ଧ ରାବଣଙ୍କ ସହିତ ହୋଇଥିଲା ତାହା ଜାଣିବା କଷ୍ଟକର। ଅନ୍ୟସବୁ କାଳ୍ପନିକ ଧର୍ମଗ୍ରନ୍ଥ ଭଳି ଏହି ହିନ୍ଦୁଶାସ୍ତ୍ରରେ ରାମଙ୍କୁ ମର୍ଯ୍ୟାଦାପୁରୁଷ କୁହାଯାଉଥିବାବେଳେ ସୀତାଙ୍କ ସ୍ଥାନକୁ ଅତ୍ୟନ୍ତ ଗୌଣ କରିଦିଆଯାଇଛି। ସେହି ରାମଙ୍କର ମର୍ଯ୍ୟାଦା ରକ୍ଷା କରିବା ପାଇଁ ରାବଣଙ୍କ ଚରିତ୍ରକୁ ବଦଳାଇ ଦିଆଯାଇଥାଇପାରେ। ସେଥିପାଇଁ ହୁଏତ କୁହାଯାଉଛି, ସୀତାଙ୍କୁ ଅପହରଣ କଲା ପରେ ତାଙ୍କୁ ଅତି ସମ୍ମାନର ସହିତ ରାବଣ ପୋଷିଥିଲେ। ସତ୍ୟ ଜାଣିବା ଆଜିର ମଣିଷ ପାଇଁ କୌଣସି ଭାବେ ସମ୍ଭବପର ନୁହେଁ। ସେହିଭଳି ରାଜା ହେବାକୁ ଥିବା ଭାଇର ସେବା କରିବାକୁ ଯାଇ ନିଜ ସ୍ତ୍ରୀ ଊର୍ମିଳାଙ୍କୁ ଦୀର୍ଘ ୧୪ ବର୍ଷ ଏକୁଟିଆ ଛାଡ଼ି ଚାଲିଯାଇଥିଲେ ଲକ୍ଷ୍ମଣ। ଆଜି ମଧ୍ୟ କ୍ଷମତା ଲୋଭରେ ଅନେକ ଲୋକ ଯଥେଷ୍ଟ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ କରିବସୁଛନ୍ତି। ତଥାପି ରାମଙ୍କ ଚରିତ୍ରକୁ ଦେଖିଲେ ପ୍ରଶ୍ନ ଉଠିପାରେ ଯେ, ସୀତାଙ୍କୁ ଅଗ୍ନିପରୀକ୍ଷା ଦେବା ପାଇଁ ରାମଙ୍କର ନିର୍ଦ୍ଦେଶ ଆସିଲା କାହିଁକି। ବିରୋଧୀ କହିପାରନ୍ତି, ରାମ ଜଣେ ଅଯୋଗ୍ୟ ସ୍ବାମୀଭାବେ ନିଜ ସ୍ତ୍ରୀଙ୍କ ସୁରକ୍ଷା କରିବାରେ ବିଫଳ ହୋଇଥିଲେ। ତେଣୁ ବିଫଳ ମଣିଷ ଅନ୍ୟ କାହାରିକୁ ଜୀବନମରଣ ପରୀକ୍ଷାର ସମ୍ମୁଖୀନ ହେବାକୁ କହିବା କେତେଦୂର ଯୁକ୍ତିଯୁକ୍ତ ତାହା ଆଧୁନିକ ମଣିଷ ପାଇଁ ପ୍ରଶ୍ନବାଚୀ ହୋଇ ରହିଯିବ। ହୁଏତ ଏକ ମହିଳାପ୍ରାଧାନ୍ୟ ଥିବା ସମାଜରେ କାହାଣୀ ବଦଳି ଯାଇଥାନ୍ତା। ସେଠାରେ ସୀତାଙ୍କ ତରଫରୁ ରାମଙ୍କୁ ନିର୍ଦ୍ଦେଶ ଦିଆଯାଇଥାନ୍ତା ନିଜର ଅପାରଗତା ପାଇଁ ପ୍ରାୟଶ୍ଚିତ୍ତ କରିବାକୁ। ଏଭଳି ସାମାଜିକ ଓ ରାଜନୈତିକ ପ୍ରଚ୍ଛଦପଟରେ ପୁରୁଷପ୍ରଧାନ ସମାଜରେ ଆଧୁନିକ ଆଇନ ବ୍ୟବସ୍ଥାରେ ମହିଳାମାନଙ୍କ ସପକ୍ଷରେ ଆଇନ ଢଳି ପଡ଼ିବାର ଆବଶ୍ୟକତା ରହିଛି। ସୁପ୍ରିମ୍‌କୋର୍ଟଙ୍କ ଡିସେମ୍ବର ୮ ତାରିଖର ମତ, ଯେଉଁଥିରେ ବ୍ୟଭିଚାର ପାଇଁ କେବଳ ପୁରୁଷଙ୍କୁ କାହିଁକି ଦାୟୀ କରାଯିବ ପ୍ରଶ୍ନର ଯେତେ ଯଥାର୍ଥତା ଭାରତୀୟ ସମାଜରେ ଥିଲେ ବି, ଏବେ ପର୍ଯ୍ୟନ୍ତ ମହିଳା ଅତ୍ୟାଚାରିତା। ସେଥିପାଇଁ ଏକ ନିର୍ଦ୍ଦିଷ୍ଟ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଚିନ୍ତା ସ୍ବାଗତଯୋଗ୍ୟ ହୋଇଥିଲେ ମଧ୍ୟ ସମୟ ଉପଯୋଗୀ ହେଉ ନ ଥିଲା ଭଳି ମନେହେଉଛି।
All Right Reserved By

ସମ୍ପାଦକୀୟ |

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...

ଚନ୍ଦ୍ରରେ ଚିତ୍ରକର

ଚନ୍ଦ୍ରରେ ଚିତ୍ରକର

ଡ. ତୁଷାରକାନ୍ତି ଦାସ

ଦୁଇ ହାତ ପାପୁଲିରେ ଆଞ୍ଜୁଳାଏ ପାଣିରେ ଜହ୍ନକୁ ସେ ଧରିଛି। ସତେ ବା ସେ ଆଞ୍ଜୁଳାଏ ପାଣିରେ ଜହ୍ନଟା ଚିକ୍‌ମିକ୍‌ କରୁଛି- ଚିତ୍ରକରଟିଏ ଆଞ୍ଜୁଳାଏ ପାଣିରେ ଜହ୍ନର ପ୍ରତିବିମ୍ବକୁ କାନ୍‌ଭାସରେ ଉତାରୁଥିବାବେଳେ କେବେ ବି କ’ଣ ଭାବିଥିବ ଜହ୍ନକୁ ଯାଇ ସେଠାରେ ଜହ୍ନର ଛବି ଆଙ୍କିବ ବୋଲି? ହଁ ଆଜ୍ଞା, ଚିତ୍ରକରର ଏ ଭାବନା ସତ୍ୟ ହେବାକୁ ଯାଉଛି। ଆଉ ଆପଣ କହିପାରିବେନି ‘କବି କଳପନା ସରଗ ସିନା ଲୋ ମନ ଭୁଲାଇବା ପାଇଁ’। କାରଣ ଏ କଳ୍ପନା ବାସ୍ତବରେ ପରିଣତ ହେବାକୁ ଯାଉଛି। ଜାପାନୀ କୋଟିପତି ବ୍ୟବସାୟୀ ୟୁସାକୁ ମେଜାଓ୍ବା ୬ ...

ଏଇ ଭାରତରେ

ଏଇ ଭାରତରେ

ଧର୍ମନିରପେକ୍ଷ ଗଣତନ୍ତ୍ର ଦେଶ ଭାରତ । ଏହାର ପ୍ରତିଟି ପର୍ବପର୍ବାଣିରେ ଦେଖିବାକୁ ମିଳେ ସାମ୍ପ୍ରଦାୟିକ ସଦ୍‌ଭାବନାର ନିଆରା ନମୁନା। ବର୍ତ୍ତମାନ ଦେଶର କୋଣ ଅନୁକୋଣରେ ଦଶହରା ଯାକଜମକରେ ପାଳନ କରାଯାଉଛି। ଏଭଳି ସମୟରେ ସର୍ବଧର୍ମ ସମନ୍ବୟର ବାର୍ତ୍ତାବାହକ ସାଜିଛନ୍ତି ପୂର୍ବୋତ୍ତର ରାଜ୍ୟ ଆସାମରେ ହାସିମ୍‌ ଅଲି। ଡାରାଙ୍ଗ୍‌ ଜିଲାର ଡାଲଗାଓଁ ଅଞ୍ଚଳର ହାସିମ୍‌ ଇସଲାମ ଧର୍ମାବଲମ୍ବୀ...

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

କଟକ ମୁଣ୍ଡଳୀ ନିକଟ ମହାନଦୀରେ ୫ଟି ହାତୀ ଭାସି ଯାଉଥିବା ଖବର ଅକ୍ଟୋବର ୧୫ ସକାଳୁ ବ୍ୟାପିଯିବା ପରେ ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭିଡ଼ ହୋଇଥିଲା। ଏ ବିଷୟରେ ସୂଚନା ପାଇବାରୁ ଆଠଗଡ଼ ଓ ଚନ୍ଦକା ବନଖଣ୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସଙ୍ଗେ ସଙ୍ଗେ ମୁଣ୍ଡଳୀ ବ୍ୟାରେଜ୍‌ର ୪ଟି ଗେଟ୍‌ ବନ୍ଦ କରିଦିଆଯିବାରୁ ଜଳସ୍ରୋତ ହ୍ରାସ ପାଇଥିଲା ଓ ପାଣିରେ ଭାସୁଥିବା ହାତୀ ଉପରକୁ ଉଠି ଆସିଥିଲେ। ...

ପଶୁବଳି : ଏକ ଅମାନବୀୟ ପରମ୍ପରା

ପଶୁବଳି : ଏକ ଅମାନବୀୟ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ ରାଜ୍ୟରେ ପ୍ରମୁଖ ଦେବୀମନ୍ଦିରଗୁଡ଼ିକରେ ଶାରଦୀୟ ପୂଜାର ଏକ ବିଶେଷ ଅଙ୍ଗ ଥିଲା ପଶୁବଳିପ୍ରଥା। ପ୍ରତିବର୍ଷ ଦଶହରା ବେଳେ ଏସବୁ ଶକ୍ତିପୀଠରେ ଲକ୍ଷ ଲକ୍ଷ ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଥିଲା ଅତି ବୀଭତ୍ସ ଭାବରେ। ଏଭଳି ଏକ ଅମାନବୀୟ ପରମ୍ପରା ଉପରେ ନ୍ୟାୟାଳୟର ପ୍ରତିବନ୍ଧକ ଲାଗିବା ପରେ ଅଧିକାଂଶ ଦେବୀ ପୀଠରେ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ପଶୁବଳି। ଅନ୍ୟ କେତେକ ସ୍ଥାନରେ ଏହା ଲୁଚାଛପାରେ ଚାଲିଛି ପରମ୍ପରା ଦାୟରେ। କାରଣ ସଭ୍ୟତା ଯେତେ ଆଗକୁ ଗଲେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନି ...

ଆସ ମା’ ଦୁର୍ଗେ

ଆସ ମା’ ଦୁର୍ଗେ

ଡ. ଭାଗ୍ୟଲିପି ମଲ୍ଲ

କାଶତଣ୍ଡୀର ଶୁଭ୍ର ମେଳଣରେ ଏବେ ସୃଜନର ମୂର୍ଚ୍ଛନା। ପତଳା କୁହୁଡ଼ିଆ ଆକାଶରେ ଜହ୍ନ ପିନ୍ଧିଛି ଧଳାବଉଦର ମାଳ। ଅଧା ଛାଇ ଅଧା ଆଲୁଅର ଖେଳରେ ଆସକ୍ତ ଧରିତ୍ରୀର ଛାତି। ଆକାଶ ଦେଖୁଛି ମୁହଁ ମାଟିଦର୍ପଣରେ। ଠିକ୍‌ ଏଇ ସମୟରେ ଧରାବତରଣ କରୁଛନ୍ତି ମା’ ଦୁର୍ଗା, ଦୁର୍ଗତିନାଶିନୀ। ତାଙ୍କ ଆଗମନର ଆବାହନୀରେ ଭୂମିରୁ ଆକାଶ, ସବୁଠି ଶୁଭ୍ରତାର ସମାରୋହ। ସକଳ ସୃଷ୍ଟିରେ ଶରତର ମଧୁର ଆଶ୍ଳେଷ। ସେହି ଆଶ୍ଳେଷରେ ସମାହିତ ଶକ୍ତି ଏକ ଦିବ୍ୟ ଅନୁଭବ। ସେ ଶକ୍ତି ଜନ୍ମ ଓ ମୃତ୍ୟୁ, ଯନ୍ତ୍ରଣା ଓ ଆନନ୍ଦର କାରଣ। ତା’ ବିନା କିଛି ସମ୍ଭବ ନୁହେଁ। ତେଣୁ କୁହାଯାଏ ସେ ଜନ୍ମ ଓ ମୃତ୍ୟୁର ଊର୍ଦ୍ଧ୍ୱସ୍ଥ ଏକ ଦିବ୍ୟ ସତ୍ତା। ସକଳ ଚେତନାର ଉତ୍ସ। ଆମେ ଆଜି ସେଇ ଉତ୍ସକୁ ଆହ୍ବାନ କରୁଛୁ। ...

ଏଇ ଭାରତରେ

ଏଇ ଭାରତରେ

ଅନ୍ନଚିନ୍ତା ଚମତ୍କାରା। କ୍ଷୁଧା ଓ ଦାରିଦ୍ର୍ୟରେ ପେଷି ହେଉଥିବା ବ୍ୟକ୍ତି ହିତାହିତ ଜ୍ଞାନ ହରାଇବସେ। କ୍ଷୁଧା ପ୍ରପୀଡ଼ିତ ମା’ ପାଖରେ ସ୍ନେହମମତାର ମୂଲ୍ୟ କିଛି ନାହିଁ। ପିଲାଙ୍କ ଭୋକିଲା ପେଟକୁ ଆହାର ଯୋଗାଇପାରୁ ନ ଥିବା ମା’ ସେମାନଙ୍କ ଦୁଃଖକଷ୍ଟ ସହ୍ୟ କରି ନ ପାରି ବିନାଶ କରିଦେବାକୁ ବି ଇଚ୍ଛାକରେ। ଏପରି ଏକ ଦୁଃଖଦ ଘଟଣା ଗୁଜରାଟର ଅହମଦାବାଦଠାରେ ଘଟିଛି। ଗୁଜରାଟର ଭାବନଗର...

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ଆମେରିକୀୟ ଅଭିନେତ୍ରୀ ଆଲିସା ମିଲାନୋ ୨୦୧୭ ଅକ୍ଟୋବରରେ  ସୋସିଆଲ ମିଡିଆରେ #ମିଟୂ ନାମରେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ଏବେ ଆନ୍ଦୋଳନର ରୂପ ନେଇଛି। କର୍ମସ୍ଥଳୀ ବା ଅତୀତରେ ଯେକୌଣସି ସ୍ଥାନରେ ଯଦି ଜଣେ ମହିଳା ଯୌନ ଶୋଷଣର ଶିକାର ହୋଇଥିବେ, ସେଥିରେ ନିର୍ଯାତନା ଦେଇଥିବା ପୁରୁଷଙ୍କ ମୁଖା ଖୋଲିଦେବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଇତିମଧ୍ୟରେ ଶହ ଶହ ଭାରତୀୟ ମହିଳା ସେମାନଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ସାଧାରଣରେ ପ୍ରକାଶ କରି ରାଜନୀତି, ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ  ବିଶିଷ୍ଟ ବ୍ୟକ୍ତିଙ୍କ ଅସଲ ଚେହେରା ଖୋଲିଦେଲେଣି। ସେମାନଙ୍କ ମଧ୍ୟରେ ସାମ୍ବାଦିକରୁ ରାଜନେତା ପାଲଟିଥିବା ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ. ଆକବର, ସିନେମା ଦୁନିଆର ନାମକରା ବ୍ୟକ୍ତିତ୍ୱ ନାନା ପାଟେକର, ଆଲୋକ ନାଥଙ୍କ...

ନବୀନ ଆହ୍ବାନ

ନବୀନ ଆହ୍ବାନ

ଜିତେନ୍ଦ୍ର କୁମାର ନାୟକ

ନବୀନ ଏକ ଆହ୍ବାନ। ତାଙ୍କୁ ମାପିବା କଷ୍ଟକର। ଅଳ୍ପ କହୁଥିବାରୁ ଭୁଲ ବାଛି ହେଉନି। ସରଳ ଜୀବନ ବିତାଉଥିବାରୁ ବିବାଦରୁ ଦୂରରେ ଅଛନ୍ତି। ରାଜନୀତିରେ ନବୀନ ଭାବେ ପ୍ରବେଶ କରିଥିଲେ ମଧ୍ୟ ଏକନିଷ୍ଠ କର୍ମ ତାଙ୍କୁ କରିଦେଇଛି ପ୍ରବୀଣ। ପୋଖତ ଓ ପୁରୁଖା ରାଜନେତା ତାଙ୍କ ସଫଳତା ଦେଖି ତଟସ୍ଥ। ପିତା ବିଜୁ ପଟ୍ଟନାୟକଙ୍କଠାରୁ ରାଜନୀତି ଶିକ୍ଷା ପାଇବାର ସୁଯୋଗ ପାଇ ନ ଥିଲେ। ତଥାପି କେମିତି ବିରୋଧୀଙ୍କ ଆଖିରୁ ନିଦ ହଜେଇ ଦେଇପାରୁଛନ୍ତି, ତାହା ଏବେ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଦିନେ ଓଡ଼ିଆ ଓ ଓଡ଼ିଶାର ଲୋକଙ୍କୁ ଜାତୀୟ ଗଣମାଧ୍ୟମରେ ସେଭଳି ଦେଖିବାକୁ ମିଳୁ ନ ଥିଲା। ଆଜି ଅଧିକାଂଶ ସର୍ଭେରେ ସଫଳ ରାଜନେତା, ଶ୍ରେଷ୍ଠ ପ୍ରଶାସ...

ଓଡ଼ିଶାରେ ଶକ୍ତିପୂଜା

ଓଡ଼ିଶାରେ ଶକ୍ତିପୂଜା

ଡ. କିଶୋର ମହାନ୍ତି

ଓଡ଼ିଶା ସର୍ବଧର୍ମ ଓ ସଂସ୍କୃତିର ମହାମିଳନ ପୀଠ।  କିନ୍ତୁ ନିଜସ୍ବ ସଂସ୍କୃତି ଓ ପରମ୍ପରାକୁ ଓଡ଼ିଆ ଜାତି କେବେ ଭୁଲି ଯାଇନାହିଁ। ଓଡ଼ିଶାର ଶାକ୍ତ ପରମ୍ପରା ସୁପ୍ରାଚୀନ। ଓଡ଼ିଶାରେ ରହିଥିବା ଶକ୍ତିପୀଠଗୁଡିକ ତା’ର ଜ୍ୱଳନ୍ତ ପ୍ରମାଣ। ମାତୃକା ପୂଜା ମାନବ ସମାଜ ଯୁଗେ ଯୁଗେ କରିଆସିଛି। ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’କୁ ମୂଳମନ୍ତ୍ର କରି ନିଜ ଜୀବନଧାରାରେ ମା’ର ଅମାପ ସ୍ନେହ ଓ ଶ୍ରଦ୍ଧାଳୁ ...

ଏଇ ଭାରତରେ

ଏଇ ଭାରତରେ

ପକେଟମାରଙ୍କର ବି ପରୋପକାରୀ ଗୁଣ ରହିଛି। ଟଙ୍କାପଇସା ହାତେଇବା ପରେ ଅନ୍ୟ ସାମଗ୍ରୀରେ କୌଣସି ଆବଶ୍ୟକତା ନ ଥିବାରୁ କେତେକେ ସମ୍ପୃକ୍ତ ଲୋକଙ୍କୁ ଏ ସବୁ ଫେରାଇ ଦିଅନ୍ତି। ଏଥିପାଇଁ ସେମାନେ ସିଧାସଳଖ ଯୋଗାଯୋଗ କରନ୍ତି ନାହିଁ। ବରଂ ବିଭିନ୍ନ ମାଧ୍ୟମ ଖୋଜିଥାଆନ୍ତି। ଆଉ ସବୁ ଅପେକ୍ଷା ଡାକବାକ୍ସ ହେଉଛି ସହଜ ଓ ସରଳ ମାଧ୍ୟମ। ଚେନ୍ନାଇର ପକେଟମାରମାନେ ଏହି ସହଜ ମାଧ୍ୟମକୁ...