ଖେଳ |

ସେମିରେ ଦିଲ୍ଲୀ, ବିଦର୍ଭ, ବେଙ୍ଗଲ

ସେମିରେ ଦିଲ୍ଲୀ, ବିଦର୍ଭ, ବେଙ୍ଗଲ

ବିଜୟଓ୍ବାଡା, ୧୧।୧୨(ପି.ଟି.)

ଭେଟେରାନ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀରଙ୍କ ଚିତ୍ତାକର୍ଷକ ଅର୍ଦ୍ଧଶତକୀୟ ଇନିଂସ ବଳରେ ଦିଲ୍ଲୀ ଏଠାରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲରେ ମଧ୍ୟପ୍ରଦେଶକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ସେହିପରି ସୁରତରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍‌ରେ ବିଦର୍ଭ କେରଳକୁ ବୃହତ ବ୍ୟବଧାନରେ ହରାଇ ଅନ୍ତିମ-୪ରେ ସ୍ଥାନ ସୁରକ୍ଷିତ କରିନେଇଛି। ଜୟପୁରରେ ଗୁଜରାଟ ଓ ବେଙ୍ଗଲ ମଧ୍ୟରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍‌ ଡ୍ର ରହିଥିଲେ ମଧ୍ୟ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ବେଙ୍ଗଲ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ପୂର୍ବରୁ ପ୍ରଥମ ଦଳ ଭାବେ କର୍ନାଟକ ଶକ୍ତିଶାଳୀ ବମ୍ବେକୁ ମାତ୍‌ ଦେଇ ସେମିଫାଇନାଲରେ ସ୍ଥାନ ହାସଲ କରିଥିଲା। ଫଳରେ ଏବେ ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ ହୋଇଛି। ପ୍ରଥମ ସେମିଫାଇନାଲରେ ଦିଲ୍ଲୀ ଓ ବେଙ୍ଗଲ ଏବଂ କର୍ନାଟକ ଓ ବିଦର୍ଭ ମଧ୍ୟରେ ୨ୟ ସେମିଫାଇନାଲ ମ୍ୟାଚ୍‌ ଖେଳାଯିବ। ତେବେ ଏହି ଦୁଇଟି ଯାକ ମ୍ୟାଚ୍‌ର ଭେନ୍ୟୁ ନିର୍ଦ୍ଧାରଣ ହୋଇନାହିଁ।

All Right Reserved By

Model This Week

ନିକିତା

ଖେଳ |

ସାଉଥ୍‌ ଏସିଆନ ଚାମ୍ପିୟନଶିପ୍‌:  ଭାରତୀୟ ମହିଳା ଜୁଡୋକାଙ୍କୁ ୪ ସ୍ବର୍ଣ୍ଣ

ସାଉଥ୍‌ ଏସିଆନ ଚାମ୍ପିୟନଶିପ୍‌: ଭାରତୀୟ ମହିଳା ଜୁଡୋକାଙ୍କୁ ୪ ସ୍ବର୍ଣ୍ଣ

ଲଳିତ୍‌ପୁର (ନେପାଲ), ୨୨।୪(ପି.ଟି.)- ଏଠାରେ ଆରମ୍ଭ ହୋଇଥିବା ଅଷ୍ଟମ ସାଉଥ ଏସିଆନ୍‌ ଜୁଡୋ ଚାମ୍ପିୟନଶିପ୍‌ର ପ୍ରଥମ ଦିବସରେ ଭାରତୀୟ ପ୍ରତିଯୋଗୀମାନେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଭାରତୀୟ ମହିଳା ଜୁଡୋକାମାନେ ୪ଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଭାରତ ଏଲ. ସୁଶୀଳା ଦେବୀ ୪୮ କେ.ଜି ବର୍ଗରେ ପାକିସ୍ତାନର ହୁମାଇରା ଆଶିକ୍‌ଙ୍କୁ ଫାଇନାଲରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି କଳ୍ପନା ଦେବୀ ଥୋଉଡାମ ୫୨ କେ.ଜି. ବର୍ଗରେ ପାକିସ୍ତାନର ମାର଼୍ୟାମ୍‌ଙ୍କୁ ହରାଇ ଦେଶ ପାଇଁ ଦ୍ୱିତୀୟ ସ୍ବର୍ଣ୍ଣ ଜିତିଛନ୍ତି। ଅନ୍ୟପଟେ ୫୭ କେ.ଜି. ବର୍ଗରେ ଏ. ଅନିତା ଚାନୁ ସ୍ଥାନୀୟ ଖେଳାଳି ଲିଳା ଅଧିକାରୀଙ୍କୁ ଓ ଏଚ୍‌. ସୁନିବାଳା ଦେବୀ ନେପାଳର ଫୁପୁ ଲାମୁ ଖାତ୍ରୀଙ୍କୁ ୬୩ କେ.ଜି ବର୍ଗରେ ପରାସ୍ତ କରି ଯାଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

ଡି’ଭିଲର୍ସଙ୍କୁ ଶ୍ରେୟ ଦେଲେ କୋହଲି

ଡି’ଭିଲର୍ସଙ୍କୁ ଶ୍ରେୟ ଦେଲେ କୋହଲି

ବାଙ୍ଗାଲୋର, ୨୨।୪ (ପି.ଟି.)- ଶନିବାର ଦଲ୍ଲୀ ଡେୟାର ଡେଭିଲ୍ସକୁ ୬ ଉଇକେଟରେ ପରାସ୍ତ କରିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ବେଶ୍‌ ହାଲକା ଅନୁଭବ କରିଛନ୍ତି। ୫ଟି ମ୍ୟାଚ ଖେଳି ବାଙ୍ଗାଲୋର ତା’ର ଦ୍ୱିତୀୟ ବିଜୟ ହାସଲ କରି ପ୍ରତ୍ୟାବର୍ତ୍ତନ କରିଛି। ଅଭିଜ୍ଞ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଏବି ଡି’ଭିଲର୍ସଙ୍କୁ ସେ ଏହି ବିଜୟର ଶ୍ରେୟ ପ୍ରଦାନ କରିଛନ୍ତି। ଡି’ଭିଲର୍ସ ତାଙ୍କ ପ୍ରଦର୍ଶନ ମାଧ୍ୟମରେ ଆମକୁ ଖୁସି କରାଉଛନ୍ତି ବୋଲି କୋହଲି କହିଛନ୍ତି।

ଯୁବିଙ୍କ ଭଳି ଖେଳୁଛନ୍ତି ପନ୍ତ: ମନଦୀପ୍‌

ଯୁବିଙ୍କ ଭଳି ଖେଳୁଛନ୍ତି ପନ୍ତ: ମନଦୀପ୍‌

ବାଙ୍ଗାଲୋର, ୨୨।୪ (ପି.ଟି.)- ଦିଲ୍ଲୀ ଡେୟାର ଡେଭିଲ୍ସ ଯୁବ ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଅଭିଜ୍ଞ ଯୁବରାଜ ସିଂଙ୍କ ଭଲି ବ୍ୟାଟିଂ କରୁଛନ୍ତି ବୋଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବ୍ୟାଟ୍ସମ୍ୟାନ ମନଦୀପ ସିଂ କହିଛନ୍ତି। ଯୁବରାଜଙ୍କ ଭଳି ପନ୍ତ ଛକା ମାରୁଛନ୍ତି। ଶନିବାର ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ରେ ପନ୍ତ ୪୮ଟି ବଲ ଖେଳି ୬ ଚୌକା ଓ ୭ ଛକା ସହ ଦ୍ରୁତ ୮୫ ରନ ସଂଗ୍ରହ କରିଥିଲେ ମଧ୍ୟ ଦିଲ୍ଲୀ ଏହି ମ୍ୟାଚ୍‌ରେ ପରାସ୍ତ ହୋଇଥିଲା। ଏହି ମ୍ୟାଚ୍‌ରେ ଏବି ଡି’ଭିଲର୍ସ ୩୯ ବଲରୁ ଦ୍ରୁତ ୯୦ ରନ କରି ବାଙ୍ଗାଲୋରକୁ ୬ ଉଇକେଟରେ ଜିତାଇଥିଲେ। ପନ୍ତ ନିଜ ଦକ୍ଷତା ଅନୁଯାୟୀ ଖେଳିଲେ ସମସ୍ତଙ୍କୁ ପଛରେ ପକାଇ ଆଗକୁ ଯାଇପାରିବେ ବୋଲି ମନଦୀପ ପୂର୍ବନୁମାନ କରିଛନ୍ତି।

ବାର୍ସିଲୋନା ଜିତିଲା ୩୦ତମ ‘କୋପା ଡେଲ ରେ’ ଟାଇଟଲ

ବାର୍ସିଲୋନା ଜିତିଲା ୩୦ତମ ‘କୋପା ଡେଲ ରେ’ ଟାଇଟଲ

ମାଡ୍ରିଡ, ୨୨।୪ (ଏ.ପି.)- ଦୁଇ ସୁପରଷ୍ଟାର ଲିଓନେଲ ମେସି ଓ ଲୁଇସ୍‌ ସୁଆରେଜଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ବାର୍ସିଲୋନା କ୍ଲବ୍‌ ‘କୋପା ଡେଲ ରେ’ ଟାଇଟଲ ହାସଲ କରିଛି। ଶନିବାର ସେବିଲାକୁ ସମ୍ପୂନ୍ନ ଏକପାଖିଆ ମ୍ୟାଚରେ ୫-୦ ଗୋଲରେ ପରାସ୍ତ କରି ବାର୍ସିଲୋନା ଏହି ଟୁର୍ନାମେଣ୍ଟର ୩୦ତମ ଟାଇଟଲ ହାସଲ କରିଛନ୍ତି। ଏଥିସହିତ ବାର୍ସିଲୋନା ଏହି ଟୁର୍ନାମେଣ୍ଟରେ କ୍ରମାଗତ ଚତୁର୍ଥ ଟାଇଟଲ ହାସଲ କରିଛି ଓ ଗତ ୫ ବର୍ଷ ମଧ୍ୟରେ ବାର୍ସିଲୋନା ସବୁଥର ଫାଇନାଲରେ ପ୍ରବେଶ କରିବାକୁ ସକ୍ଷମ ହୋଇଛି।

୨ ବର୍ଷରେ ପ୍ରଥମ ବିଜୟ ହାସଲ କଲେ ଆମୀର

୨ ବର୍ଷରେ ପ୍ରଥମ ବିଜୟ ହାସଲ କଲେ ଆମୀର

ଲିଭରପୁଲ, ୨୨।୪ (ଏ.ପି.)- ପୂର୍ବତନ ବିଶ୍ୱଚାମ୍ପିୟନ ବ୍ରିଟେନ ଅଭିଜ୍ଞ ବକ୍ସର ଅମୀର ଖାଁ ଗତ ୨ ବର୍ଷ ମଧ୍ୟରେ ତାଙ୍କର ପ୍ରଥମ ଫାଇଟରେ ବିଜୟୀ ହୋଇଛନ୍ତି। ଶନିବାର ଅନୁଷ୍ଠିତ ମୁକାବିଲାରେ ଆମୀର ମାତ୍ର ୩୯ ସେକେଣ୍ଡରେ କାନାଡ଼ାର ପେସାଦନାର ବକ୍ସର ଫିଲ ଲୋ ଗ୍ରିକୋଙ୍କୁ ପରାସ୍ତ କରି ସେ ଏହି ସଫଳତା ହାସଲ କରିଛନ୍ତି। ଘରୋଇ ପରିବେଶ ଆମୀର ଗତ ୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଲଢ଼େଇରେ ଅବତୀର୍ଣ୍ଣ ହୋଇଥିଲେ ଓ ବେଶ୍‌ ଉଚ୍ଚକୋଟୀର ପଦର୍ଶନ କରିଥିଲେ। ଏହାପୂର୍ବରୁ ୨୦୧୬ ମେ’ ମାସରେ ୩୧ ବର୍ଷୀୟ ଆମୀର ସଲ କାନେଲୋ ଆଲଭାରେଜଙ୍କଠାରୁ ପରାସ୍ତ ହୋଇଥିଲେ।

ପୂର୍ବତନ ବ୍ରାଜିଲ ଗୋଲ କିପର ଜୁଲିଓଙ୍କ ଅବସର

ପୂର୍ବତନ ବ୍ରାଜିଲ ଗୋଲ କିପର ଜୁଲିଓଙ୍କ ଅବସର

ରିଓ ଡି ଜାନେଇରୋ, ୨୨।୪ (ଏ.ପି.)- ପୂର୍ବତନ ବ୍ରାଜିଲ ଗୋଲ୍‌ କିପର ଜୁଲିଓ ସିଜାର ଫୁଟବଲରୁ ଅବସର ନେଇଛନ୍ତି । ୩୮ ବର୍ଷୀୟ ଜୁଲିଓ ନିଜ ପିଲାବେଳର କ୍ଲବ୍‌ ଫ୍ଲାମେଙ୍ଗୋ ତରଫରୁ ତାଙ୍କର ଶେଷ ମ୍ୟାଚ ଖେଳି ଏ ନେଇ ଘୋଷଣା କରିଛନ୍ତି। ସେ ପୂର୍ବରୁ ଇଣ୍ଟର ମିଲାନ, ବେନଫିକା ତରଫରୁ ଖେଳି ବେଶ୍‌ ସଫଳତା ହାସଲ କରିଥିଲେ। ଐତିହାସିକ ମାରାକାନା ଷ୍ଟାଡିୟମରେ ଶନିବାର ରାତିରେ ଅନୁଷ୍ଠିତ ମ୍ୟାଚ୍‌ରେ ତାଙ୍କ କ୍ଲବ ୨-୦ ଗୋଲରେ ଆମେରିକାକୁ ପରାସ୍ତ କରିଥିଲା। ବ୍ରାଜିଲିଆନ ଚାମ୍ପିୟନଶିପ୍‌ର ଏହି ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ଜୁଲିଓ ବେଶ୍‌ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ଅବସର କଥା ଘୋଷଣା କରିବା ବେଳେ ଜୁଲିଓ ବେଶ୍‌ ଭାବପ୍ରବଣ ହୋଇ ପଡିଥିଲେ ଓ ତାଙ୍କ ଆଖି ଛଳଛଳ ହୋଇଥିଲା

ଜୁନିୟର ବାସ୍କେଟବଲ ଚାମ୍ପିୟନଶିପ୍‌ ବାଳିକା ବର୍ଗର ଫାଇନାଲରେ ବିବିଏ-ଟ୍ରଟର୍ସ

କଟକ ଅଫିସ, ୨୨।୪- ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଓଡ଼ିଶା ବାସ୍କେଟବଲ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ରାଜ୍ୟସ୍ତରୀୟ ଜୁନିୟର ବାସ୍କେଟବଲ ଚାମ୍ପିୟନଶିପ୍‌ର ଶନିବାର ଖେଳ ଶେଷ ହୋଇଛି। ପ୍ରତିଯୋଗିତାର ବାଳିକା ବର୍ଗର ଫାଇନାଲକୁ ବିବିଏ ଓ ଟ୍ରଟର୍ସ ପ୍ରବେଶ କରିଛନ୍ତି।

ବିଶ୍ୱ ଫୁଟ୍‌ଭଲି ଚାମ୍ପିୟନଶିପ୍‌  ଜାତୀୟ ଦଳରେ ୩ ଓଡ଼ିଆ

ବିଶ୍ୱ ଫୁଟ୍‌ଭଲି ଚାମ୍ପିୟନଶିପ୍‌ ଜାତୀୟ ଦଳରେ ୩ ଓଡ଼ିଆ

କଟକ ଅଫିସ,୨୨।୪- ଏପ୍ରିଲ ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ ବିଶ୍ୱ ଫୁଟଭଲି ଚାମ୍ପିୟନଶିପ ଅନୁଷ୍ଠିତ ହେବ। ଏ ନେଇ କଟକ ସିଟି ଫୁଟ୍‌ଭଲି ଆସୋସିଏଶନ ପକ୍ଷରୁ ବାରବାଟୀ ଷ୍ଟାଡିୟମସ୍ଥିତ ଓସିଏ ସମ୍ମିଳନୀ କକ୍ଷରେ ଭାରତୀୟ ଦଳକୁ ଶନିବାର ସମ୍ବର୍ଦ୍ଧନା ଦିଆଯାଇଥିଲା।

ଅଲ୍‌ଓଡ଼ିଶା ଓପନ୍‌ ହ୍ୟାଣ୍ଡିକ୍ୟାପ୍‌ ସ୍ନୁକର ଅବିନାଶଙ୍କୁ ହରାଇଲେ ଶ୍ୟାମ

ଭୁବନେଶ୍ୱର, ୨୨।୪(ସ୍ପୋଟର୍‌ସ ବ୍ୟୁରୋ)- ଭିନ୍‌ଟେଜ କ୍ଲବ ଆନୁକୂଲ୍ୟରେ ଚାଲିଥିବା ଅଲ୍‌ଓଡ଼ିଶା ଓପନ୍‌ ହ୍ୟାଣ୍ଡିକ୍ୟାପ୍‌ ସ୍ନୁକର ଚାମ୍ପିୟନଶିପ୍‌ର ଶନିବାର ଥିଲା ୩ୟ ଦିବସ। ଏଥିରେ ଏକାଧିକ ମ୍ୟାଚ୍‌ ଖେଳାଯାଇଥିବାବେଳେ ଜୁନିୟର ଷ୍ଟେଟ୍‌ ସ୍ନୁକର ରନର୍ସଅପ୍‌ ଅବିନାଶ ମହାପାତ୍ରଙ୍କୁ ୨-୦ରେ ଶ୍ରାମ ଅଗ୍ରଓ୍ବାଲ ହରାଇବା ଦିବସର ଉଲ୍ଲେଖନୀୟ ଘଟଣା ରହିଥିଲା।

ଫେଡ୍‌ କପ୍‌ ଚେକ୍‌ ରିପବ୍ଲିକକୁ ଅଗ୍ରଣୀ କଲେ କ୍ୱିଟୋଭା, ପ୍ଲିସ୍‌କୋଭା

ଷ୍ଟୁଟଗାର୍ଟ, ୨୨।୪(ପି.ଟି.)-ପେଟ୍ରା କ୍ୱିଟୋଭା ଓ କାରୋଲିନା ପ୍ଲିସକୋଭା ସେମାନଙ୍କ ମ୍ୟାଚରେ ବିଜୟ ହାସଲ କରିବା ଦ୍ୱାରା ଶନିବାର ଜର୍ମାନୀ ବିପକ୍ଷ ଫେଡ୍‌ କପ୍‌ ସେମିଫାଇନାଲ ମ୍ୟାଚରେ ଚେକ୍‌ ରିପବ୍ଲିକ ୨-୦ରେ ଅଗ୍ରଣୀ ଲାଭ କରିଛି।

ନାଡାଲ-ନିଶିକୋରୀ ଫାଇନାଲ

ନାଡାଲ-ନିଶିକୋରୀ ଫାଇନାଲ

ମଣ୍ଟେ କାର୍ଲୋ, ୨୨ା୪ (ଏଏଫ୍‌ପି)- ବିଶ୍ୱର ନମ୍ବର ଓ୍ବାନ ଖେଳାଳି ରାଫାଲ ନାଡାଲ ଓ ଜାପାନର କେଇ ନିଶିକୋରୀଙ୍କ ମଧ୍ୟରେ ୧୨ତମ ମଣ୍ଟେ କାର୍ଲୋ ମାଷ୍ଟର୍ସ ଟେନିସ ଫାଇନାଲ ମ୍ୟାଚ ଖେଳାଯିବ। ଶନିବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ସ୍ପେନ୍‌ର ୩୧ ବର୍ଷୀୟ ନାଡାଲ ଚତୁର୍ଥ ସିଡ୍‌ ତଥା ବୁଲଗେରିଆର ଗ୍ରିଗୋର ଦିମିତ୍ରିଭଙ୍କୁ ୬-୪, ୬-୧ ସେଟ୍‌ରେ ହରାଇ ଦେଇଛନ୍ତି।

ଆନ୍ତଃ କ୍ରୀଡ଼ା ଛାତ୍ରାବାସ ଫୁଟବଲ ଉଦ୍‌ଘାଟିତ କେନ୍ଦୁଝର ବିଜୟୀ

ଆନ୍ତଃ କ୍ରୀଡ଼ା ଛାତ୍ରାବାସ ଫୁଟବଲ ଉଦ୍‌ଘାଟିତ କେନ୍ଦୁଝର ବିଜୟୀ

ଭୁବନେଶ୍ୱର, ୨୨।୪ (ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ରାଜ୍ୟରେ ଥିବା ସମସ୍ତ ଫୁଟବଲ କ୍ରୀଡ଼ା ଛାତ୍ରାବାସଗୁଡିକୁ ନେଇ ଏକ ଆନ୍ତଃ କ୍ରୀଡ଼ା ଛାତ୍ରାବାସ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଛି। ସହକାରୀ ନିର୍ଦ୍ଦେଶକ ସନାତନ ସାହୁ ଏହି ଟୁର୍ନାମେଣ୍ଟର ଉଦ୍‌ଘାଟନ କରିଥିଲେ।