ଖେଳ |

ଓଡ଼ିଶା ଟିଟି ଦଳ ଘୋଷିତ

ଓଡ଼ିଶା ଟିଟି ଦଳ ଘୋଷିତ

ଭୁବନେଶ୍ୱର, ୧୧।୧୨-

ଗୋଆର ଏସ୍‌.ପି. ମୁଖାର୍ଜୀ ଇନ୍‌ଡୋର ଷ୍ଟାଡିୟମରେ ଚଳିତ ମାସ ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ୭୯ତମ କ୍ୟାଡେଟ୍‌ ଓ ସବ୍‌-ଜୁନିୟର ନ୍ୟାଶନାଲ ଏବଂ ଆନ୍ତଃରାଜ୍ୟ ଟେବୁଲ ଟେନିସ ଚାମ୍ପିୟନଶିପ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଥିବା ଓଡ଼ିଶା ଦଳର ଖେଳାଳି ତାଲିକା ସୋମବାର ଓଡ଼ିଶା ଷ୍ଟେଟ୍‌ ଟେବୁଲ ଟେନିସ (ଟିଟି) ଆସୋସିଏଶନ ପକ୍ଷରୁ ଘୋଷଣା କରାଯାଇଛି। କୋଚ୍‌ ଓ ମ୍ୟାନେଜର ଭାବେ ରାଜ ଶୁଭ୍ରମଣିୟମ, ବାଳିକା ଦଳର ମ୍ୟାନେଜର ଭାବେ ଏସ୍‌. ସୁନମୁଗପ୍ରିୟା ଓ ସହାୟକ କୋଚ୍‌ ଭାବେ ଜିତୁ ପଣ୍ଡା ଦଳ ସହ ଗସ୍ତ କରିବେ।
ଓଡ଼ିଶା ବାଳକ ଦଳ: ସାହିଲ ଏସ୍‌. ଭୂୟାଁ, ମୋହିତ ବେହୁରା, ଅବିନାଶ ତ୍ରିପାଠୀ, ଶାଶ୍ୱତ ବଳ, ଆର୍ଯ୍ୟାନ ଏମ୍‌. ଖାନ, ଆୟୂଷ ମହାନ୍ତି, ଅର୍ଚ୍ଚିତ କୁମାର ବେହେରା ଓ ଜିଜ୍ଞାଶୁ ସାହୁ।
ଓଡ଼ିଶା ବାଳିକା ଦଳ: ଶ୍ୱେତାପଦ୍ମା ଦଳାଇ, ନନ୍ଦିନୀ ବିଶ୍ୱାଳ, ସିକ୍ରିତି ଭଗତ, ବୈଶାଖୀ ବଳ, ସୋହାଲିକା ଶୋଧାଭରମ, ସାନିଆ ମିଶ୍ର, ସୌମ୍ୟା ଜ୍ୟୋତି ଦାସ।

All Right Reserved By

ଖେଳ |

କୋଷ୍ଟାଙ୍କ ଗୋଲରେ ସ୍ପେନ୍‌ ବିଜୟୀ

କୋଷ୍ଟାଙ୍କ ଗୋଲରେ ସ୍ପେନ୍‌ ବିଜୟୀ

କାଜାନ, ୨୧।୬(ପି.ଟି.)- ଚଳିତ ଫିଫା ବିଶ୍ୱକପ୍‌ର ସପ୍ତମ ଦିନର ତୃତୀୟ ତଥା ଅନ୍ତିମ ମ୍ୟାଚରେ ସ୍ପେନ୍‌ ୧-୦ ଗୋଲରେ ଏସୀୟ ଦେଶ ଇରାନ୍‌କୁ ପରାସ୍ତ କରିଛି। ବୁଧବାର ସ୍ଥାନୀୟ କାଜାନ ଏରିନାରେ ଅନୁଷ୍ଠିତ ଏହି ଗ୍ରୁପ୍‌ ବି’ ଦ୍ୱିତୀୟ ରାଉଣ୍ଡ ମ୍ୟାଚର ପ୍ରଥମାର୍ଦ୍ଧରେ ଉଭୟ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା।

ସାଉଥ୍‌ ଏସିଆନ ସିପକଟାକ୍ର ଚାମ୍ପିୟନଶିପ୍‌

ସାଉଥ୍‌ ଏସିଆନ ସିପକଟାକ୍ର ଚାମ୍ପିୟନଶିପ୍‌

କଟକ ଅଫିସ, ୨୧ା୬- ନେପାଳର କାଠମାଣ୍ଡୁ ଠାରେ ଜୁନ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ୩ୟ ସାଉଥ୍‌ ଏସିଆନ ସିପକଟାକ୍ର ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ । ଉକ୍ତ ଚାମ୍ପିୟନଶିପ୍‌ ନିମନ୍ତେ ଘୋଷିତ ଭାରତୀୟ ମହିଳା ଦଳରେ ଓଡ଼ିଶାର ୩ଜଣ ଖେଳାଳି ସ୍ଥାନ ପାଇଛନ୍ତି ।

ଜାତୀୟ ଆକ୍ବାଟିକ ଚାମ୍ପିୟନଶିପ୍‌ରେ କଟକର ୪

ଜାତୀୟ ଆକ୍ବାଟିକ ଚାମ୍ପିୟନଶିପ୍‌ରେ କଟକର ୪

କଟକ ଅଫିସ, ୨୧ା୬- ପୁଣେଠାରେ ଜୁନ୍‌ ୨୪ରୁ ୨୯ ପର୍ଯ୍ୟନ୍ତ ୩୫ତମ ଗ୍ଲେନମାର୍କ ସବଜୁନିୟର ଜାତୀୟ ଆକ୍ବାଟିକ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ । ଉକ୍ତ ପ୍ରତିଯୋଗିତାରେ କଟକ ଜିଲାର ୪ଜଣ ଖେଳାଳି ଅଂଶ ଗ୍ରହଣ କରିବେ । ଏମାନେ ହେଲେ ଅରୋଜିତ ଚମ୍ପତ୍ତିରାୟ, ଅର୍ପିତା ସାମଲ, ମେହରିନ ଆରିଫ୍‌ ଓ ପ୍ରିୟାଶା ରାୟ ।

ରୁଷିଆ-୩, ଇଜିପ୍ଟ-୧

ମଙ୍ଗଳବାର ରୁଷିଆ ଓ ଇଜିପ୍ଟ ମ୍ୟାଚ ଆରମ୍ଭରୁ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଉଭୟ ଦଳ ଗୋଲ ଦେବାପାଇଁ କେତେକ ସୁଯୋଗ ସୃଷ୍ଟି କରିଥିଲେ ହେଁ ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଭିନ୍ନଖେଳ ଦେଖିବାକୁ ମିଳିଥିଲା। ୪୭ତମ ମିନିଟରେ ଇଜିପ୍ଟ ପାଇଁ ଖରାପ ସମୟ ଆସିଥିଲା।

ପ୍ରି-କ୍ୱାର୍ଟରରେ ରୁଷିଆ, ଉରୁଗୁଏ

ପ୍ରି-କ୍ୱାର୍ଟରରେ ରୁଷିଆ, ଉରୁଗୁଏ

ରୋସ୍ତୋଭ, ୨୧।୬- ଗ୍ରୁପ ‘ଏ’ରୁ ଆୟୋଜକ ରୁଷିଆ ଓ ପୂର୍ବତନ ଚାମ୍ପିୟନ ଉରୁଗୁଏ ଚଳିତ ଫିଫା ବିଶ୍ୱକପର ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ୨ଟି ଲେଖାଏ ମ୍ୟାଚ ଖେଳିଥିବାବେଳେ ଡବଲ ବିଜୟ ସହ ନକ୍‌ଆଉଟରେ ପହଞ୍ଚତ୍ଛନ୍ତି।

ନିର୍ଣ୍ଣାୟକ ଭୂମିକାରେ ଭିଏଆର, ଫ୍ରି କିକ୍‌

ନିର୍ଣ୍ଣାୟକ ଭୂମିକାରେ ଭିଏଆର, ଫ୍ରି କିକ୍‌

ୟେକାଟେରିନାବର୍ଗ, ୨୧।୬(ଏ.ଏଫ୍‌.ପି.)- ଚଳିତ ବିଶ୍ୱକପ୍‌ରେ ପ୍ରାୟ ସବୁ ଦଳ ଗୋଟିଏ ଲେଖାଏ ମ୍ୟାଚ୍‌ ଖେଳି ସାରିଛନ୍ତି। ଏପର୍ଯ୍ୟନ୍ତ ଭିଡିଓ ଆସିଷ୍ଟାଣ୍ଟ ରେଫରି (ଭିଏଆର) ଓ ଫ୍ରି କିକ୍‌ ବା କର୍ନର (ସେଟ ପିସେସ୍‌) ବିଭିନ୍ନ ମ୍ୟାଚ୍‌ରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି।

୧୯ ବର୍ଷରୁ କମ୍‌ କ୍ରିକେଟ , ଭୁବନେଶ୍ୱର ଦଳପାଇଁ ଚୟନ ଟ୍ରାଏଲ

୧୯ ବର୍ଷରୁ କମ୍‌ କ୍ରିକେଟ , ଭୁବନେଶ୍ୱର ଦଳପାଇଁ ଚୟନ ଟ୍ରାଏଲ

କଟକ ଅଫିସ, ୨୦ା୬- ନେପାଳର କାଠମାଣ୍ଡୁ ଠାରେ ଜୁନ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ୩ୟ ସାଉଥ୍‌ ଏସିଆନ ସିପକଟାକ୍ର ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ । ଉକ୍ତ ଚାମ୍ପିୟନଶିପ୍‌ ନିମନ୍ତେ ଘୋଷିତ ଭାରତୀୟ ମହିଳା ଦଳରେ ଓଡ଼ିଶାର ୩ଜଣ ଖେଳାଳି ସ୍ଥାନ ପାଇଛନ୍ତି । ଏମାନେ ହେଲେ ମଧୁସ୍ମିତା ବେହେରା, ଇତିଶ୍ରୀ ସାମଲ ଓ ବୈଶାଖୀ ସାହୁ ।

ଇରାନ୍‌ର ୟୁ- ଟର୍ନ: ଷ୍ଟାଡିୟମରେ ବିଶ୍ୱକପ୍‌ ମ୍ୟାଚ୍‌ ଦେଖିଲେ ମହିଳା

ଇରାନ୍‌ର ୟୁ- ଟର୍ନ: ଷ୍ଟାଡିୟମରେ ବିଶ୍ୱକପ୍‌ ମ୍ୟାଚ୍‌ ଦେଖିଲେ ମହିଳା

ତେହେରାନ, ୨୧।୬(ଏ.ଏଫ.ପି.)- ଇରାନ୍‌ ରାଜଧାନୀ ତେହେରାନର ସବୁଠାରୁ ବଡ଼ ଷ୍ଟାଡିୟମରେ ପୁରୁଷମାନଙ୍କ ସହ ମହିଳାମାନେ ବଡ଼ ପରଦାରେ ବିଶ୍ୱକପ୍‌ ମ୍ୟାଚ୍‌ର ସିଧା ପ୍ରସାରଣ ଦେଖିଛନ୍ତି। ଫଳରେ ମହିଳା ଦର୍ଶକମାନଙ୍କୁ ନେଇ ଇରାନର ଆଭିମୁଖ୍ୟ ବଦଳିଛି ବା ଏ ନେଇ ଇରାନ ୟୁ- ଟର୍ନ ନେଇଛି।

ପର୍ତ୍ତୁଗାଲ ନକ୍‌ଆଉଟର ନିକଟତର

ପର୍ତ୍ତୁଗାଲ ନକ୍‌ଆଉଟର ନିକଟତର

ମସ୍କୋ, ୨୦।୬(ଏଏଫପି)- କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଏକମାତ୍ର ଗୋଲ ବଳରେ ପର୍ତ୍ତୁଗାଲ ବୁଧବାର ଅନୁଷ୍ଠିତ ଫିଫା ବିଶ୍ୱକପ ମ୍ୟାଚରେ ମରକ୍କୋକୁ ୧-୦ ଗୋଲରେ ପରାସ୍ତ କରିଛି। ଏଥିସହ ଦଳ ନକ୍‌ଆଉଟର ନିକଟତର ହୋଇଛି।

ଷ୍ଟାଡିୟମ ସଫା କରି ପ୍ରେରଣା ସାଜିଲେ ଜାପାନ ପ୍ରଶଂସକ

ଷ୍ଟାଡିୟମ ସଫା କରି ପ୍ରେରଣା ସାଜିଲେ ଜାପାନ ପ୍ରଶଂସକ

ସାରାନସ୍କ, ୨୧।୬- ଫିଫା ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ମଙ୍ଗଳବାର ଜାପାନ ୨-୧ ଗୋଲରେ ଶକ୍ତିଶାଳୀ ଜାପାନକୁ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ପ୍ରଥମଥର ଲାଗି ଜାପାନ କୌଣସି ଦକ୍ଷିଣ ଆମେରିକୀୟ ଦଳ ବିପକ୍ଷରେ ବିଜୟ ସ୍ବାଦ ଚାଖି ଇତିହାସ ରଚିଛି। ଜାପାନ ଖେଳାଳି ଏହି ମ୍ୟାଚ୍‌ ଜିତି ଦେଶବାସୀଙ୍କ ମନ ଜିଣିଥିବାରେ ସଫଳ ହୋଇଥିବାବେଳେ ଏହାର ପ୍ରଶଂସକ ମଧ୍ୟ ପଛରେ ପଡ଼ିନାହାନ୍ତି।

ପପ୍‌ ସିଙ୍ଗର ମାଲୁମାଙ୍କ ୫.୫ କୋଟି ମୂଲ୍ୟର ବ୍ୟାଗ୍‌ ଚୋରି

ପପ୍‌ ସିଙ୍ଗର ମାଲୁମାଙ୍କ ୫.୫ କୋଟି ମୂଲ୍ୟର ବ୍ୟାଗ୍‌ ଚୋରି

ମସ୍କୋ, ୨୦।୬- ଫିଫା ବିଶ୍ୱକପ୍‌ ଦେଖିବା ଲାଗି ଜଣାଶୁଣା କଲମ୍ବିଆ ପପ୍‌ ଗାୟକ ମାଲୁମା ବର୍ତ୍ତମାନ ରୁଷିଆ ଗସ୍ତରେ ଥିବାବେଳେ ଦାମୀ ଲକ୍ସରି ସାମଗ୍ରୀରେ ଭରା ତାଙ୍କର ଏକ ବ୍ୟାଗ୍‌ ଚୋରି ହୋଇଯାଇଥିବା ଜଣାପଡ଼ିଛି। ଯେଉଁ ବ୍ୟାଗରେ ୭ ଲକ୍ଷ ୮୫ ହଜାର ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ପାଖାପାଖି ୫.୫ କୋଟି) ମୂଲ୍ୟର ବିଭିନ୍ନ ସୌଖିନୀ ସାମଗ୍ରୀ ରହିଥିଲା।

ଇଂଲଣ୍ଡ ଦଳରେ କୁରାନ

ନଟିଙ୍ଗହାମ,୨୦।୬(ଏଏଫ୍‌ପି)- ପେସର ସାମ କୁରାନ ଓ କ୍ରେଗ ଓଭର୍ଟନଙ୍କୁ ଅଷ୍ଟ୍ର୍ରେଲିଆ ବିପକ୍ଷ ସିରିଜ୍‌ର ବଳକା ଦୁଇଟି ମ୍ୟାଚ୍‌ ପାଇଁ ଇଂଲଣ୍ଡ ଦଳରେ ସାମିଲ କରାଯାଇଛି। ଏ ନେଇ ଇସିବି ପକ୍ଷୁର ବୁଧବାର ଘୋଷଣା କରାଯାଉଛି। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ୍‌କୁ ରେକର୍ଡ ବ୍ୟବଧାନରେ ଜିତି ଘରୋଇ ଦଳ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୩-୦ ବ୍ୟବଧାନରେ ଜିତିନେଇଛି।

Model This Week

ପ୍ରଭାତ