ଖେଳ |

ଜିତୁ, ହୀନାଙ୍କୁ ପଦକ

ଜିତୁ, ହୀନାଙ୍କୁ ପଦକ
ନୂଆଦିଲ୍ଲୀ, ୧୧।୧୨ (ପି.ଟି.)-ଜାପାନର ଓ୍ବାକୋ ସିଟିରେ ଚାଲିଥିବା ୧୦ମ ଏସିଆନ ୧୦ମିଟର ରାଇଫଲ/ପିସ୍ତଲ ଚାମ୍ପିୟନଶିପ୍‌ରେ ଭାରତର ପଦକ ଅଭିଯାନ ଜାରି ରହିଛି। ରବିବାର ଜିତୁ ରାୟ ଓ ହୀନା ସିଦ୍ଧୁ ପ୍ରତ୍ୟେକ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। ଜିତୁ ବ୍ୟକ୍ତିଗତ ପୁରୁଷ ୧୦ ମିଟର ଏୟାର ପିସ୍ତଲରେ ବ୍ରୋଞ୍ଜ ପଦକ ଲାଭ କରିବା ସହ ଶାହଜାର ରିଜ୍‌ଭି ଓ ଓମ୍‌କାର ସିଂଙ୍କୁ ନେଇ ଭାରତୀୟ ଦଳରେ ସାମିଲ ହୋଇ ଜିତୁ ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କ୍ଷେତ୍ରରେ ସହାୟକ ହୋଇ ପାରିଛନ୍ତି। ଅନ୍ୟପକ୍ଷରେ ହୀନା ମହିଳା ୧୦ ମିଟର ଏୟାର ପିସ୍ତଲରେ ବ୍ୟକ୍ତିଗତ ବ୍ରୋଞ୍ଜ ଜିିତିଛନ୍ତି। ସେ ଓ ଶ୍ରୀ ନିବେଦିତା ପାରମାନ୍ଥମ ଓ ହାରଭିନ୍‌ ଶ୍ରାଓ ଟିମ୍‌ ଇଭେଣ୍ଟରେ ଭାରତ ପାଇଁ ରୌପ୍ୟ ପଦକ ଆଣି ଦେଇଛନ୍ତି। ସେହିପରି ଜୁନିୟର ପୁରୁଷ ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଅନ୍‌ମୋଲ ଜୈନ ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଅନମୋଲ୍‌, ଗୌରବ ରାଣା ଓ ଅଭିଷେକ ଆର୍ଯ୍ୟଙ୍କୁ ନେଇ ଭାରତୀୟ ଦଳ ଟିମ୍‌ ଇଭେଣ୍ଟରେ ରୌପ୍ୟ ଜିତିଥିଲେ। ପ୍ରତିଯୋଗିତାର ପ୍ରଥମ ଦୁଇ ଦିନରେ ଭାରତୀୟ ପ୍ରତିଯୋଗୀମାନେ ୧୧ଟି ପଦକ ଜିତିଥିଲେ। ବର୍ତ୍ତମାନ ଭାରତର ମୋଟ ପଦକ ସଂଖ୍ୟା ୧୯ରେ ପହଞ୍ଚତ୍ଛି। ତନ୍ମଧ୍ୟରେ ୪ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୭ ବ୍ରୋଞ୍ଜ ପଦକ ଅନ୍ତର୍ଭୁକ୍ତ।
All Right Reserved By

ଖେଳ |

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ସେମିରେ ଜୋକୋଭିଚ୍‌, ଓସାକା: ସେରେନା ଆଉଟ୍‌

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ସେମିରେ ଜୋକୋଭିଚ୍‌, ଓସାକା: ସେରେନା ଆଉଟ୍‌

ମେଲବୋର୍ନ,୨୩।୧(ଏ.ଏଫ୍‌.ପି.)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆ ଓପନ୍‌ ଟେନିସ୍‌ ଟୁର୍ନାମେଣ୍ଟ ବୁଧବାର ଦଶମ ଦିବସରେ ପହଞ୍ଚିଛି। ଟୁର୍ନାମେଣ୍ଟର ପୁରୁଷ ଓ ମହିଳା ସିଙ୍ଗଲ୍ସ ସେମିଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ମଙ୍ଗଳବାର ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ଦ୍ୱିତୀୟ ସିଡ୍‌ ରାଫାଲ ନାଡ଼ାଲ ଓ ଗ୍ରୀସ୍‌ର ଷ୍ଟିଫାନୋସ ସିଟ୍‌ସିପାସ ମଧ୍ୟରେ ସେମି ମୁକାବିଲା ସ୍ପଷ୍ଟ ହୋଇଥିଲା। ସେହିପରି ବୁଧବାର ଟପ୍‌ ସିଡ୍‌ ସର୍ବିଆର ନୋଭାକ ଜୋକୋଭିଚ୍‌ ଓ ଫ୍ରାନ୍ସର ଲୁକାସ ପାଉଲିଙ୍କ ମଧ୍ୟରେ ସେମିଫାଇନାଲ ମୁକାବଲା ଖେଳାଯିବା ନିଶ୍ଚିତ ହୋଇଛି। ଅନ୍ୟପଟେ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ମଙ୍ଗଳବାର ଅଷ୍ଟମ ସିଡ୍‌ ଚେକ୍‌ ଗଣରାଜ୍ୟର ପେଟ୍ରା ଭିଟୋଭ ଓ ଆମେରିକାର ଡାନିଏଲ କିଲିନ୍ସଙ୍କ ମଧ୍ୟରେ ସେମିଫାଇନାଲ ମ୍ୟାଚ୍‌ ସ୍ଥିର ହୋଇଥିଲା। ବୁଧବାର ଚତୁର୍ଥ ସିଡ୍‌ ଜାପାନର ନାଓମି ଓସାକା ଓ ଚେକ୍‌ ଗଣରାଜ୍ୟର ସପ୍ତମ ସିଡ୍‌ ଖେଳାଳି କାରୋଲିନା ପ୍ଲିସ୍କୋଭାଙ୍କ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବା ନିଶ୍ଚିତ ହୋଇଛି।

ପ୍ରଥମ ଦିନିକିଆ: ଭାରତର ସହଜ ବିଜୟ

ପ୍ରଥମ ଦିନିକିଆ: ଭାରତର ସହଜ ବିଜୟ

ନାପିଏର, ୨୩।୧(ପି.ଟି.)- ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଓ ଦିନିକିଆ ସିରିଜ ବିଜୟ ପରେ ଭାରତ ନ୍ୟୁଜିଲାଣ୍ଡ ଗସ୍ତକୁ ପୂରା ଷ୍ଟାଇଲରେ ଆରମ୍ଭ କରିଛି।  ସିମର ମହମ୍ମଦ ସାମି ଓ ଅଭିଜ୍ଞ ଓପ୍‌ନର ଶିଖର ଧାଓ୍ବନଙ୍କ ଦମ୍‌ଦାର ପ୍ରଦର୍ଶନ

ପାକିସ୍ତାନ ଅଧିନାୟକଙ୍କୁ ବାସନ୍ଦ କରିବା ଲାଗି ଦାବି

ପାକିସ୍ତାନ ଅଧିନାୟକଙ୍କୁ ବାସନ୍ଦ କରିବା ଲାଗି ଦାବି

ଡବାର୍ନ,୨୩।୧- ପାକିସ୍ତାନ କ୍ରିକେଟ ଟିମ୍‌ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କୁ ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ  ଲାଗି ଦାବି ହୋଇଛି।

ଜ୍ୟାକବଙ୍କ ଲାଗି ହାତ ବଢ଼ାଇଲା ସିଏସ୍‌କେ

ଜ୍ୟାକବଙ୍କ ଲାଗି ହାତ ବଢ଼ାଇଲା ସିଏସ୍‌କେ

ଚେନ୍ନାଇ,୨୩।୧- ପୂର୍ବତନ ଭାରତୀୟ କ୍ରିକେଟ ମାର୍ଟିନ ଜ୍ୟାକବଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସଙ୍କଟାପନ୍ନ ରହିଛି। ତାଙ୍କ ଚିକିତ୍ସାରେ ସହାଯ୍ୟ କରିବା ଲାଗି ଦେଶର ବହୁ ପୂର୍ବତନ ଓ ବର୍ତ୍ତମାନ କ୍ରିକେଟର ଆଗକୁ ଆସିବା ପରେ ଆଇପିଏଲ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ହାତ ବଢ଼ାଇଛି।

ଗାବା ଟେଷ୍ଟରେ ପଦାର୍ପଣ କରିବେ ରିଚାଡସନ, ପାଟରସନ

ଗାବା ଟେଷ୍ଟରେ ପଦାର୍ପଣ କରିବେ ରିଚାଡସନ, ପାଟରସନ

ବ୍ରିସବେନ,୨୩।୧- ସ୍ଥାନୀୟ ଗାବା ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ଗୁରୁବାରଠାରୁ ଦିବା ରାତ୍ର ଭିତ୍ତିରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। 

ଅଷ୍ଟ୍ରେଲିଆନ୍‌ ଓପନରୁ ସେରେନା ବିଦା

ଅଷ୍ଟ୍ରେଲିଆନ୍‌ ଓପନରୁ ସେରେନା ବିଦା

ମେଲବୋର୍ନ,୨୩।୧- କିମ୍ବଦନ୍ତୀ ମହିଳା ଟେନିସ ଖେଳାଳି ସେରେନା ଓ୍ବିଲିୟମ୍ସ ଏଠାରେ ଚାଲିଥିବା ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନରୁ ବିଦାୟ ନେଇଛନ୍ତି। 

ଆଇପିଏଲ ଦଳ କିଣିବେ ବଚ୍ଚନ

ଆଇପିଏଲ ଦଳ କିଣିବେ ବଚ୍ଚନ

ନୂଆଦିଲ୍ଲୀ,୨୩।୧- ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଫ୍ରାଞ୍ଚାଇଜ କିଣିବା ନେଇ ଇଚ୍ଛୁକ। 

୫,୦୦୦ କ୍ଲବରେ ଧାଓ୍ବନ

୫,୦୦୦ କ୍ଲବରେ ଧାଓ୍ବନ

ନାପିଏର,୨୩।୧- ଭାରତୀୟ କ୍ରିକେଟ ଟିମ୍‌ ଓପନର ଶିଖର ଧାଓ୍ବନ ୫,୦୦୦ କ୍ଲବରେ ସାମିଲ ହୋଇଛନ୍ତି। ଏଥିସହ ସେ କିମ୍ବଦନ୍ତୀ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରାଙ୍କ ସହ ସମକକ୍ଷ ହୋଇଛନ୍ତି।

ଭିନ୍ନ କାରଣରୁ ଖେଳ ସ୍ଥଗିତ

ଭିନ୍ନ କାରଣରୁ ଖେଳ ସ୍ଥଗିତ

ନାପିଏର,୨୩।୧- ଖରାପ ପାଗ, ବର୍ଷା କିମ୍ବା ଆଲୋକ ଅଭାବରୁ କ୍ରିକେଟ ମ୍ୟାଚ ବନ୍ଦ ହୁଏ। ହେଲେ ସ୍ଥାନୀୟ ମ୍ୟାକଲିନ ପାର୍କଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ ଭିନ୍ନ କାରଣରୁ ଖେଳ ବନ୍ଦ ହୋଇଛି।

ଦ୍ରୁତତମ ଭାରତୀୟ ସାମି

ଦ୍ରୁତତମ ଭାରତୀୟ ସାମି

ନାପିଏର,୨୩।୧- ପେସର ମହମ୍ମଦ ସାମି ବୁଧବାର ଅନ୍ତର୍ଜାତୀୟ ଦିନିକିଆ କ୍ୟାରିୟରରେ ୧୦୦ତମ ଉଇକେଟ ନେଇଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବାରେ ସେ ଦେଶର ଦ୍ରୁତତମ ଭାରତୀୟ ପେସର। 

ଭାରତ ଆଗରେ ୧୫୮ ରନ୍‌ର ବିଜୟଲକ୍ଷ୍ୟ

ଭାରତ ଆଗରେ ୧୫୮ ରନ୍‌ର ବିଜୟଲକ୍ଷ୍ୟ

ନାପିଏର,୨୩।୧- ଭାରତୀୟ ବୋଲରମାନେ ସମ୍ପୂର୍ଣ୍ଣ ଷ୍ଟାଇଲରେ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କରିଛନ୍ତି। ଏଠାରେ ଖେଳାଯାଉଥିବା ପ୍ରଥମ ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କୁ ଉଚିତ ସମ୍ମୁଖୀନ ହୋଇ ନ ପାରି ଘରୋଇ ନ୍ୟୁଜିଲାଣ୍ଡ ଦଳ ମାତ୍ର ୩୮ ଓଭରରେ ୧୫୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି।

ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ହକି ଖେଳାଳି ରାଘବୀରଙ୍କ ବିୟୋଗ

ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ହକି ଖେଳାଳି ରାଘବୀରଙ୍କ ବିୟୋଗ

ନୂଆଦିଲ୍ଲୀ, ୨୩।୧ (ପି.ଟି.)- ଭାରତର ପ୍ରାକ୍ତନ ହକି ଖେଳାଳି ତଥା ଦୁଇଥର ଅଲିମ୍ପିକ ପଦକ ବିଜେତା ରାଘବୀର ସିଂ ଭୋଲଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।