Dharitri News
ଅନ୍ତର୍ଜାତୀୟ |

୨୦୧୮ରୁ ସୌଦିରେ ପ୍ରଦର୍ଶିତ ହେବ ଚଳଚ୍ଚିତ୍ର

୨୦୧୮ରୁ ସୌଦିରେ ପ୍ରଦର୍ଶିତ ହେବ ଚଳଚ୍ଚିତ୍ର ଦୁବାଇ,୧୧।୧୨: ୨୦୧୮ ମାର୍ଚ୍ଚଠାରୁ ସୌଦିରେ ସର୍ବସାଧାରଣ ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଏନେଇ ସୋମବାର ସୌଦି ସଂସ୍କୃତି ଓ ସୂଚନା ମନ୍ତ୍ରୀ ଆଓ୍ବାଦ୍‌ ବିନ୍‌ ସାଲେହ ଅଲଓ୍ବାଦ୍‌ ସୂଚନା ଦେଇଛନ୍ତି। ସୌଦିର ରକ୍ଷଣଶୀଳ ସରକାର ସର୍ବସାଧାରଣରେ ଚଳଚ୍ଚିତ୍ର ପ୍ରଦର୍ଶନ ବାରଣ କରୁଥିବାବେଳେ ପରିବର୍ତ୍ତିତ ସମାଜରେ ଏବେ ଅନେକ କଟକଣା ଉଠାଇବାର ପ୍ରୟାସ କରୁଛନ୍ତି।

ଅନ୍ତର୍ଜାତୀୟ |

ଆଫଗାନିସ୍ତାନରେ ବିସ୍ଫୋରଣ: ୧ ମୃତ

ଆଫଗାନିସ୍ତାନରେ ବିସ୍ଫୋରଣ: ୧ ମୃତ

କାବୁଲ,୨୦।୧: ଆଫଗାନିସ୍ତାନର ପକ୍‌ଟିଆ ଅଞ୍ଚଳରେ ଥିବା ଗାର୍‌ଡେଜ୍‌ ସହରରେ ଶନିବାର ସକାଳେ ଏକ ବିସ୍ଫୋରଣ ଘଟିଛି। ୨ ଜଣ ଯାଉଥିବା ମୋଟରସାଇକେଲଟି ରାସ୍ତାକଡ଼ରେ ଥିବା ଏକ ବିସ୍ଫୋରକରେ ବାଡେଇ ହୋଇଯିବା ଫଳରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି।

ଆମେରିକାରେ ଆର୍ଥିକ ସଙ୍କଟ

ଆମେରିକାରେ ଆର୍ଥିକ ସଙ୍କଟ

ଓ୍ବାଶିଂଟନ୍‌,୨୦।୧: ଆମେରିକା ଏବେ ଆର୍ଥିକ ସଙ୍କଟର ସାମ୍‌ନା କରିବାକୁ ଯାଉଛି। କାରଣ ଆମେରିକା ସିନେଟ୍‌ରେ ସଂଯୁକ୍ତ ସରକାରଙ୍କୁ ଆର୍ଥିକ ସହାୟତା ବିଲ୍‌ ମଞ୍ଜୁରୀ ମିଳିନାହିଁ।

ପାକିସ୍ତାନ ଆତଙ୍କବାଦୀଙ୍କ କାରଖାନା: ବେଲୁଚିସ୍ତାନ କର୍ମୀ

ପାକିସ୍ତାନ ଆତଙ୍କବାଦୀଙ୍କ କାରଖାନା: ବେଲୁଚିସ୍ତାନ କର୍ମୀ

ନୂଆଦିଲ୍ଲୀ/ଇସ୍‌ଲାମାବାଦ,୨୦।୧: ବେଲୁଚିସ୍ତାନରେ ନିଖୋଜଥିବା ଲୋକମାନଙ୍କ ବିରୋଧରେ ଏକ ଅଭିଯାନ ଆରମ୍ଭ କରିଥିବା ପ୍ରମୁଖ ବେଲୁଚିସ୍ତାନ କର୍ମୀ ମାମା କ୍ୱେଦର ବାଲୋଚ ପାକିସ୍ତାନକୁ ଆତଙ୍କବାଦୀଙ୍କ କାରଖାନା ବୋଲି ଅଭିଯୋଗ କରିଛନ୍ତି।

ମ୍ୟାନ୍‌ମାର ଫେରିବାକୁ ଅରାଜି ରୋହିଙ୍ଗ୍ୟା

ମ୍ୟାନ୍‌ମାର ଫେରିବାକୁ ଅରାଜି ରୋହିଙ୍ଗ୍ୟା

ଢ଼ାକା, ୧୯।୧: ବାଂଲାଦେଶରେ ଆଶ୍ରୟ ନେଇଥିବା ରୋହିଙ୍ଗ୍ୟା ମ୍ୟାନ୍‌ମାର ଫେରିବାକୁ ଏବେ ଅରାଜି ହେଉଥିବା ଜଣାପଡିଛି। ଏନେଇ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ପାକିସ୍ତାନ ଇରାନ ମଧ୍ୟରେ ଆରମ୍ଭ ହେବ ରେଳ ସେବା

ପାକିସ୍ତାନ ଇରାନ ମଧ୍ୟରେ ଆରମ୍ଭ ହେବ ରେଳ ସେବା

ଇସଲାମାବାଦ୍‌, ୧୯।୧: ପାକିସ୍ତାନ ଓ ଇରାନ ମଧ୍ୟରେ ଆସନ୍ତା ସେପ୍ଟେମ୍ବରଠାରୁ ରେଳ ସେବା ଆରମ୍ଭ ହେବ। ଏସମ୍ପର୍କରେ ଦୁଇଦେଶ ମଧ୍ୟରେ ଆଲୋଚନା ଜାରି ରହିଛି। କ୍ୱିଟା ଏବଂ ମାଶଦ୍‌ କିମ୍ବା ଜେହଦାନ୍‌ ମଧ୍ୟରେ ରେଳ ଚଳାଚଳ କରିବ।

ସିରିଆରେ ରୁଷିଆର ବୋମାବର୍ଷା: ୫ ମୃତ

ସିରିଆରେ ରୁଷିଆର ବୋମାବର୍ଷା: ୫ ମୃତ

ଦମାସକସ୍‌, ୧୯।୧: ରୁଷିଆ ବାୟସେନା ପକ୍ଷରୁ ସିରିଆ ଇଡଲିବ୍‌ର ଉତ୍ତର ଅଞ୍ଚଳରେ ହୋଇଥିବା ବୋମାମାଡ଼ରେ ୫ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୩୦ଜଣ ଆହତ ହୋଇଛନ୍ତି।

 କୋରିଆ ଯୁଦ୍ଧର ଯୋଜନା କରିଥିଲା ଆମେରିକା: ଉତ୍ତରକୋରିଆ

କୋରିଆ ଯୁଦ୍ଧର ଯୋଜନା କରିଥିଲା ଆମେରିକା: ଉତ୍ତରକୋରିଆ

ପୋୟାଙ୍ଗୟଙ୍ଗ୍‌, ୧୯।୧: ଆମେରିକା ପୁଣି ଏକ କୋରିଆ ଯୁଦ୍ଧର ଯୋଜନା କରିଥିଲା ବୋଲି ଉତ୍ତରକୋରିଆ ଅଭିଯୋଗ କରିଛି। ଉତ୍ତରକୋରିଆ ଓ ଦକ୍ଷିଣକୋରିଆ ମଧ୍ୟରେ ଶତ୍ରୁତା ସୃଷ୍ଟି କରି ଆମେରିକା ଫାଇଦା ନେବାକୁ ଉଦ୍ୟମ କରୁଥିବା ଉତ୍ତରକୋରିଆ ସୂଚିତ କରିଛି।

ପାକିସ୍ତାନରେ ଚାଇନା ବିରୋଧୀ ବିକ୍ଷୋଭ

ପାକିସ୍ତାନରେ ଚାଇନା ବିରୋଧୀ ବିକ୍ଷୋଭ

ଇସଲାମାବାଦ୍‌, ୧୯।୧: ପାକିସ୍ତାନ ସିନ୍ଧ୍‌ ପ୍ରଦେଶରେ ଚାଇନା ବିରୋଧି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜେୟା ସିନ୍ଧ୍‌ ମୁତ୍ତାହିଦା ମାହାଜ୍‌(ଜେଏସ୍‌ଏମ୍‌ଏମ୍‌) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ‘ନୋ ଚାଇନା ଗୋ ଚାଇନା’ ସ୍ଲୋଗାନ୍‌ ଦିଆଯାଇଛି।

ହାଫିଜ୍‌ଙ୍କୁ କାଠଗଡ଼ାରେ ଠିଆ କରାଯିବା ଆବଶ୍ୟକ: ଆମେରିକା

ହାଫିଜ୍‌ଙ୍କୁ କାଠଗଡ଼ାରେ ଠିଆ କରାଯିବା ଆବଶ୍ୟକ: ଆମେରିକା

ଓ୍ବାଶିଂଟନ, ୧୯।୧: ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ସଂସ୍ଥାପକ ହାଫିଜ୍‌ ସଇଦ୍‌ଙ୍କୁ କାଠଗଡ଼ାରେ ଠିଆ କରାଯିବା ଆବଶ୍ୟକ ବୋଲି ଆମେରିକା ସୂଚିତ କରିଛି।

ୟେମେନ୍‌ ସଂଘର୍ଷରେ ୫ ହଜାର ଶିଶୁଙ୍କ ଜୀବନ ଯାଇଛି

ୟେମେନ୍‌ ସଂଘର୍ଷରେ ୫ ହଜାର ଶିଶୁଙ୍କ ଜୀବନ ଯାଇଛି

ସାନା,୧୮।୧: ୟେମେନ୍‌ରେ ଜାରି ରହିଥିବା ସଂଘର୍ଷରେ ୫ ହଜାର ଶିଶୁଙ୍କର ମୃତ୍ୟୁ ଘଟିଥିବା ୟୁନିସେଫ୍‌ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରେ ସୂଚିତ କରାଯାଇଛି। ଏଠାରେ ୧୧ ନିୟୁତରୁ ଅଧିକ ଶିଶୁ ସାଧାରଣ ଆବଶ୍ୟକତାରୁ ବଞ୍ଚିତ ରହିଛନ୍ତି।

ଯାତ୍ରୀବାହୀ ବସ୍‌ରେ ଅଗ୍ନିକାଣ୍ଡ: ୫୨ ଦଗ୍ଧ

ଯାତ୍ରୀବାହୀ ବସ୍‌ରେ ଅଗ୍ନିକାଣ୍ଡ: ୫୨ ଦଗ୍ଧ

ଆସ୍ତନା,୧୮।୧: କାଜକସ୍ତାନ ଆକଟୟୁ ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍‌ରେ ଅଗ୍ନିକାଣ୍ଡ ଘଟି ୫୨ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ପ୍ରବଳ ତୁଷାରପାତ: ୧୦ ମୃତ

ପ୍ରବଳ ତୁଷାରପାତ: ୧୦ ମୃତ

ଆଟଲାଣ୍ଟା,୧୮।୧: ଦକ୍ଷିଣ ଆମେରିକାର ଆଟଲାଣ୍ଟା ଅଞ୍ଚଳରେ ପ୍ରବଳ ତୁଷାରପାତ ଯୋଗୁ ୧୦ଜଣଙ୍କର ମୃତ୍ୟୁ ଘଟିଛି। ରାସ୍ତାଘାଟରେ ବରଫ ଜମି ରହିଥିବାରୁ ଯାତାୟାତ କରିବାରେ ଅସୁବିଧା ସୃଷ୍ଟି ହେଉଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।