Dharitri News
ଅନ୍ତର୍ଜାତୀୟ |

ଇସ୍ରାଏଲକୁ ଆତଙ୍କବାଦୀରାଷ୍ଟ୍ର କହିଲେ ତୁର୍କୀ ରାଷ୍ଟ୍ରପତି

ଇସ୍ରାଏଲକୁ ଆତଙ୍କବାଦୀରାଷ୍ଟ୍ର କହିଲେ ତୁର୍କୀ ରାଷ୍ଟ୍ରପତି ଇସ୍ତାନବୁଲ୍‌, ୧୧।୧୨: ତୁର୍କୀ ରାଷ୍ଟ୍ରପତି ରଜବ ତୈୟବ ଏର୍ଦିଆନ୍‌ ଇସ୍ରାଏଲ୍‌କୁ ଆତଙ୍କବାଦୀ ରାଷ୍ଟ୍ର ବୋଲି ଅଭିହିତ କରିଛନ୍ତି। ଜେରୁଜେଲମ୍‌କୁ ଇସ୍ରାଏଲ୍‌ ରାଜଧାନୀର ମାନ୍ୟତା ଦେଇଥିବା ଆମେରିକା ନିଷ୍ପତ୍ତିକୁ ସେ ବିରୋଧ କରୁଥିବ ସୂଚିତ କରିଛନ୍ତି। ସୂଚନାଯୋଗ୍ୟ, ଆମେରିକାର ଏଭଳି ଫଇସଲାକୁ ଆରବ ରାଷ୍ଟ୍ର ସମୂହ ବିରୋଧ କରୁଛନ୍ତି।

ଅନ୍ତର୍ଜାତୀୟ |

ୟେମେନ୍‌ ସଂଘର୍ଷରେ ୫ ହଜାର ଶିଶୁଙ୍କ ଜୀବନ ଯାଇଛି

ୟେମେନ୍‌ ସଂଘର୍ଷରେ ୫ ହଜାର ଶିଶୁଙ୍କ ଜୀବନ ଯାଇଛି

ସାନା,୧୮।୧: ୟେମେନ୍‌ରେ ଜାରି ରହିଥିବା ସଂଘର୍ଷରେ ୫ ହଜାର ଶିଶୁଙ୍କର ମୃତ୍ୟୁ ଘଟିଥିବା ୟୁନିସେଫ୍‌ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରେ ସୂଚିତ କରାଯାଇଛି। ଏଠାରେ ୧୧ ନିୟୁତରୁ ଅଧିକ ଶିଶୁ ସାଧାରଣ ଆବଶ୍ୟକତାରୁ ବଞ୍ଚିତ ରହିଛନ୍ତି।

ଯାତ୍ରୀବାହୀ ବସ୍‌ରେ ଅଗ୍ନିକାଣ୍ଡ: ୫୨ ଦଗ୍ଧ

ଯାତ୍ରୀବାହୀ ବସ୍‌ରେ ଅଗ୍ନିକାଣ୍ଡ: ୫୨ ଦଗ୍ଧ

ଆସ୍ତନା,୧୮।୧: କାଜକସ୍ତାନ ଆକଟୟୁ ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍‌ରେ ଅଗ୍ନିକାଣ୍ଡ ଘଟି ୫୨ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ପ୍ରବଳ ତୁଷାରପାତ: ୧୦ ମୃତ

ପ୍ରବଳ ତୁଷାରପାତ: ୧୦ ମୃତ

ଆଟଲାଣ୍ଟା,୧୮।୧: ଦକ୍ଷିଣ ଆମେରିକାର ଆଟଲାଣ୍ଟା ଅଞ୍ଚଳରେ ପ୍ରବଳ ତୁଷାରପାତ ଯୋଗୁ ୧୦ଜଣଙ୍କର ମୃତ୍ୟୁ ଘଟିଛି। ରାସ୍ତାଘାଟରେ ବରଫ ଜମି ରହିଥିବାରୁ ଯାତାୟାତ କରିବାରେ ଅସୁବିଧା ସୃଷ୍ଟି ହେଉଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।

 ଜାତିସଂଘ ନିରାପତ୍ତା ପରିଷଦ ପାକିସ୍ତାନ ଉପରେ ଚାପ ପ୍ରୟୋଗ କରିବା ଉଚିତ: ନିକ୍କି ହାଲେ

ଜାତିସଂଘ ନିରାପତ୍ତା ପରିଷଦ ପାକିସ୍ତାନ ଉପରେ ଚାପ ପ୍ରୟୋଗ କରିବା ଉଚିତ: ନିକ୍କି ହାଲେ

ଓ୍ବାଶିଂଟନ,୧୮।୧: ଆତଙ୍କବାଦ ବିରୋଧରେ ପାକିସ୍ତାନ ଏହାର ନୀତି ସ୍ପଷ୍ଟ କରିବା ଆବଶ୍ୟକ। ଏହି କାର୍ଯ୍ୟରେ ସଫଳତା ପାଇଁ ଜାତିସଂଘ ନିରାପତ୍ତା ପରିଷଦ ପାକିସ୍ତାନ ଉପରେ ଚାପ ପ୍ରୟୋଗ କରିବା ଉଚିତ।

ପାକିସ୍ତାନରେ ସଂଖ୍ୟାଲଘୁଙ୍କୁ ମିଳୁନି ଧାର୍ମିକ ସ୍ବାଧୀନତା

ପାକିସ୍ତାନରେ ସଂଖ୍ୟାଲଘୁଙ୍କୁ ମିଳୁନି ଧାର୍ମିକ ସ୍ବାଧୀନତା

ଇସଲାମାବାଦ୍‌, ୧୭।୧: ପାକିସ୍ତାନରେ ସଂଖ୍ୟାଲଘୁଙ୍କୁ ଧାର୍ମିକ ସ୍ବାଧୀନତା ମିଳୁ ନ ଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ଏଠାରେ ହିନ୍ଦୁ, ଖ୍ରୀଷ୍ଟଧର୍ମାବଲମ୍ବୀ ଓ ଅହମ୍ମଦିଆ ସମ୍ପ୍ରଦାୟଙ୍କ ଉପରେ ନାନା ପ୍ରକାର ଅତ୍ୟାଚାର କରାଯାଉଛି।

 ରୋହିଙ୍ଗ୍ୟାଙ୍କ ଘରବାହୁଡ଼ା: ଜାତିସଂଘ, ଆମେରିକାର ସ୍ବାଗତ

ରୋହିଙ୍ଗ୍ୟାଙ୍କ ଘରବାହୁଡ଼ା: ଜାତିସଂଘ, ଆମେରିକାର ସ୍ବାଗତ

ଓ୍ବାଶିଂଟନ, ୧୭।୧: ରୋହିଙ୍ଗ୍ୟାଙ୍କ ଘରବାହୁଡ଼ା ନେଇ ବାଂଲାଦେଶ ଓ ମ୍ୟାନମାର ମଧ୍ୟରେ ହୋଇଥିବା ଆଲୋଚନାକୁ ଜାତିସଂଘ ତଥା ଆମେରିକା ପକ୍ଷରୁ ବୁଧବାର ସ୍ବାଗତ କରାଯାଇଛି।

ହେଲିକପ୍ଟର ଦୁର୍ଘଟଣା: ୧୦ ମୃତ

ହେଲିକପ୍ଟର ଦୁର୍ଘଟଣା: ୧୦ ମୃତ

ବୋଗୋଟା, ୧୭।୧: କଲମ୍ବିଆ ସୈନ୍ୟ ବାହିନୀର ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏମ୍‌ଆଇ-୧୭ ହେଲିକପ୍ଟରଟି ଆଣ୍ଟିକ୍ୟୁୟୋ ଅଞ୍ଚଳରେ ଦୁର୍ଘଟଣା ଗ୍ରସ୍ତ ହୋଇଛି।

୨୪୪ ସନ୍ଦିଗ୍ଧ ବୋକୋ ହାରାମ ସଦସ୍ୟ ମୁକ୍ତ

୨୪୪ ସନ୍ଦିଗ୍ଧ ବୋକୋ ହାରାମ ସଦସ୍ୟ ମୁକ୍ତ

ଅବୁଜା, ୧୭।୧: ନାଇଜେରିଆ ସୈନ୍ୟ ବାହିନୀ ୨୪୪ ସନ୍ଦିଗ୍ଧ ବୋକୋ ହାରାମ ସଦସ୍ୟଙ୍କୁ ମୁକ୍ତ କରିଛି। ସେମାନେ ପୂର୍ବରୁ ବୋକୋ ହାରମ ସଂଗଠନରେ ଥିଲେ। ତେବେ ସରକାରଙ୍କ ବିକାଶ ଯୋଜନା ଅନ୍ତର୍ଗତ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ ହେବା ପାଇଁ ଇଛା ପ୍ରକଟ କରିଛନ୍ତି।

ହାଫିଜ ସଇଦ୍‌ଙ୍କ ବିରୋଧରେ କୌଣସି ମାମଲା ନାହିଁ: ଅବ୍ବାସୀ

ହାଫିଜ ସଇଦ୍‌ଙ୍କ ବିରୋଧରେ କୌଣସି ମାମଲା ନାହିଁ: ଅବ୍ବାସୀ

ଇସଲାମାବାଦ୍‌, ୧୭।୧: ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ସଂସ୍ଥାପକ ତଥା ଜମାତ୍‌-ଉଦ୍‌-ଦାଓ୍ବା ମୁଖ୍ୟ ହାଫିଜ୍‌ ସଇଦ୍‌ଙ୍କ ବିରୋଧରେ ପାକିସ୍ତାନରେ କୌଣସି ଅପରାଧୀକ ମାମଲା ନାହିଁ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହିଦ୍‌ ଖକ୍ୱାନ୍‌ ଅବ୍ବାସୀ ସୂଚିତ କରିଛନ୍ତି।

ଚାଇନା ନିର୍ମାଣ କଲା ବିଶ୍ୱର ସର୍ବବୃହତ୍‌ ବାୟୁ ବିଶୋଧକ

ଚାଇନା ନିର୍ମାଣ କଲା ବିଶ୍ୱର ସର୍ବବୃହତ୍‌ ବାୟୁ ବିଶୋଧକ

ବେଜିଂ,୧୬।୧: ବେଶ୍‌ କିଛିଦିନ ହେବ ଚାଇନା ବାୟୁ ପ୍ରଦୂଷଣର ଶିକାର ହୋଇଛି। ଏମିତିକି ଧୂଆଁର ପରିମାଣ ଏତେ ବଢିଯାଇଛି ଯେ ଘରୁ ବାହାରିବା ବିପଜ୍ଜନକ ବୋଲି କିଛିଦିନ ତଳେ ଚାଇନା ସରକାର ଘୋଷଣା କରିଥିଲେ। ଏ ଦିଗରେ ଏବେ ଚାଇନା ଏକ ବଡ ପଦକ୍ଷେପ ନେଉଛି।

କାବୁଲସ୍ଥିତ ଭାରତୀୟ ଦୂତାବାସ ପରିସରରେ ଖସିଲା ରକେଟ୍‌

କାବୁଲସ୍ଥିତ ଭାରତୀୟ ଦୂତାବାସ ପରିସରରେ ଖସିଲା ରକେଟ୍‌

କାବୁଲ,୧୬।୧: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଭାରତୀୟ ଦୂତାବାସ ପରିସରରେ ସୋମବାର ବିଳମ୍ବିତ ରାତିରେ ଏକ ରକେଟ୍‌ ଖସିଥିବା ଜଣାପଡିଛି। ଦୂତାବାସର ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି।

ନିର୍ମାଣାଧୀନ ପୋଲ ଭୁଶୁଡି ୧୦ ମୃତ

ନିର୍ମାଣାଧୀନ ପୋଲ ଭୁଶୁଡି ୧୦ ମୃତ

ବୋଗୋଟା,୧୬।୧: ସେଣ୍ଟ୍ରାଲ କଲମ୍ବିଆର ଏକ ନିର୍ମାଣାଧୀନ ପୋଲ ଭୁଶୁଡି ପଡିବା ଫଲରେ ଅତି କମରେ ୧୦ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିରେ ଆହୁରି କିଛି ଶ୍ରମିକ ନିଖୋଜ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।