ମେଟ୍ରୋ |

ରୁଷିଆ ପର୍ଯ୍ୟଟକଙ୍କ ସ୍ବତନ୍ତ୍ର ଯତ୍ନ ନେବାକୁ ପରାମର୍ଶ

ରୁଷିଆ ପର୍ଯ୍ୟଟକଙ୍କ ସ୍ବତନ୍ତ୍ର ଯତ୍ନ ନେବାକୁ ପରାମର୍ଶ

ପୁରୀ ଅଫିସ, ୧୧।୧୨: ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ସୁରେନ୍ଦ୍ର ପ୍ରସାଦ ଦାଶ ସୋମବାର ପୁରୀ ଗସ୍ତରେ ଆସି ରୁଷିଆ ପର୍ଯ୍ୟଟକ ଆନ୍ଦେରୀ ଗ୍ଲାଗୋଲ୍‌ଭଙ୍କୁ ଭେଟିଛନ୍ତି। ଅପରାହ୍ନରେ ସ୍ବତନ୍ତ୍ର ଶାସନ ସଚିବ ସର୍ବୋଦୟ ନଗରଠାରେ ଥିବା ସହରାଞ୍ଚଳ ବାସହୀନଙ୍କ ନିମନ୍ତେ ଆଶ୍ରୟସ୍ଥଳୀରେ ପହଞ୍ଚତ୍ଥିଲେ। ଏଠାକାର ଭିତ୍ତିଭୂମି ଦେଖିବା ସହ ରହୁଥିବା ଅନ୍ତେବାସୀଙ୍କ ଖାଦ୍ୟପେୟ, ପରିମଳ ଏବଂ ରହିବା ବ୍ୟବସ୍ଥା କିପରି ଅଛି ବୁଝିଥିଲେ। ଏଥିସହ କର୍ମଚାରୀଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଏଠାରେ ରହୁଥିବା ରୁଷିଆ ପର୍ଯ୍ୟଟକଙ୍କ ସମ୍ପର୍କରେ ମଧ୍ୟ ଆଶ୍ରୟସ୍ଥଳୀ କର୍ମଚାରୀଙ୍କୁ ପଚାରିଥିଲେ। ବିଦେଶୀ ହେଉଛନ୍ତି ଆମ ପାଇଁ ଅତିଥି। ସେମାନଙ୍କ ଆତିଥେୟତାରେ ଯେପରି ତ୍ରୁଟି ନ ହୁଏ ସେ ସମ୍ପର୍କରେ କର୍ମଚାରୀଙ୍କୁ କହିଥିଲେ। ସ୍ବତନ୍ତ୍ର ଭାବେ ତାଙ୍କ ପାଇଁ ରହିବା ବ୍ୟବସ୍ଥା, ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଆନ୍ଦେରୀଙ୍କ ରହଣିରେ ଯେପରି କୌଣସି ଅସୁବିଧା ନ ହୁଏ ଏବଂ ତାଙ୍କର ସ୍ବତନ୍ତ୍ର ଯତ୍ନ ନେବା ଲାଗି ଆଶ୍ରୟସ୍ଥଳୀ ପରିଚାଳନା ଦାୟିତ୍ୱରେ ଥିବା ଓଡ଼ିଶା ପତିତା ଉଦ୍ଧାର ସମିତି ସମ୍ପାଦିକା ଆଭାରାଣୀ ଚୌଧୁରୀଙ୍କୁ ପରାମର୍ଶ ଦେଇଛନ୍ତି। ସେହିପରି ଏହି ବିଦେଶୀ ନାଗରିକଙ୍କ ତୁରନ୍ତ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ଲାଗି ସଚିବ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଅପରପକ୍ଷରେ ରାଜ୍ୟ ଗୋଇନ୍ଦା ବିଭାଗ କର୍ମଚାରୀମାନେ ଆସି ତାଙ୍କଠାରୁ ତଥ୍ୟ ସଂଗ୍ରହ କରିଥିବା ଜଣାପଡିଛି। ଭାରତରେ ଶରଣାର୍ଥୀ ଭାବେ ରହିବା ଲାଗି ଆନ୍ଦେରୀ ନୂଆଦିଲ୍ଲୀସ୍ଥିତ ୟୁନାଇଟେଡ ନେସନ୍‌ସ ହାଇକମିଶନର ଫର୍‌ ରିଫ୍ୟୁଜି (ୟୁଏନ୍‌ଏଚ୍‌ସିଆର)ଜରିଆରେ ଆବେଦନ କରିଛନ୍ତି। ଆସନ୍ତା ଜାନୁୟାରୀ ୮ ତାରିଖରେ ତାଙ୍କୁ ହାଇକମିଶନରଙ୍କ ନିକଟରେ ହାଜର ହେବାକୁ ପଡିବ। ତେଣୁ ତାଙ୍କର ନୂଆଦିଲ୍ଲୀ ଯିବା ଲାଗି ସମସ୍ତ ବ୍ୟବସ୍ଥା କରାଯିବ ବୋଲି ସଚିବ କହିଛନ୍ତି। ସ୍ବତନ୍ତ୍ର ସଚିବଙ୍କ ଏହି ଗସ୍ତ ସମୟରେ ପତିତା ଉଦ୍ଧାର ସମିତି ସମ୍ପାଦିକା ଚୌଧୁରୀଙ୍କ ସମେତ ପୁରୀ ମ୍ୟୁନିସିପାଲିଟିର ଅଧିକାରୀ ଉପସ୍ଥିତ ଥିଲେ।  ଖିରି, ରସଗୋଲା ଖାଇ ଖୁସି ହେଲେ ନିଜ ଦେଶରେ ଶୈବ ଉପାସନାରେ ବାଧା ସୃଷ୍ଟି ହେବାରୁ ଭାରତ ପଳାଇ ଆସିଥିବା ରୁଷିଆର ଆନ୍ଦେରୀ ଗ୍ଲାଗୋଲ୍‌ଭ ଏଠାରେ ଆଶ୍ରୟସ୍ଥଳରେ ରହିଛନ୍ତି। ସେ ଯେତିକିଦିନ ଏଠାରେ ରହିବେ ମଧୁର ଅନୁଭୂତି ସାଉଣ୍ଟି ଫେରିବେ। ତାଙ୍କ ରହିବା, ଖାଇବା ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି। ସୋମବାର ଆନ୍ଦେରୀ ଇଚ୍ଛା କରିଥିବା ଖିରି ଖାଇଛନ୍ତି। ଏ ସମ୍ପର୍କରେ ପତିତା ଉଦ୍ଧାର ସମିତି ସମ୍ପାଦିକା ଆଭାରାଣୀ ଚୌଧୁରୀ କହିଛନ୍ତି, କ’ଣ ଖାଇବା ଲାଗି ଇଚ୍ଛା ହେଉଛି ବୋଲି ପଚାରିବାରୁ ସେ ଖିରି ଖାଇବେ ବୋଲି କହିଥିଲେ। ତେଣୁ ସୋମବାର ତାଙ୍କ ପାଇଁ ସ୍ବତନ୍ତ୍ର ଭାବେ ଖିରି ପ୍ରସ୍ତୁତ କରାଯାଇଥିଲା। ସେ ଖିରି ଏବଂ ରସଗୋଲା ଖାଇଥିଲେ। ଖିରି ତାଙ୍କୁ ବହୁତ ସ୍ବାଦିଷ୍ଟ ଲାଗୁଛି ବୋଲି କହିଥିଲେ। ଆନ୍ଦେରୀଙ୍କ ଲାଗି ସ୍ବତନ୍ତ୍ର ଭାବେ କାଚର ବାସନ ଏବଂ ଗ୍ଲାସ ମଧ୍ୟ କିଣାଯାଇଛି। ସେ ଏଠାରେ ଯେତିକି ଦିନ ରହିବେ କିପରି ସୁଖଦ ଅନୁଭୂତି ନେଇ ଫେରିବେ ତାହା ଉପରେ ନଜର ଦିଆଯିବ।

All Right Reserved By

Model This Week

ନିକିତା

ମେଟ୍ରୋ |

ସ୍ବାମୀ ସାମ୍ନାରେ ଅସଦାଚରଣ, ହାତ ଭାଙ୍ଗିବା ଘଟଣା: ଏଚ୍‌ଆର୍‌ପିସିଙ୍କ ଦ୍ୱାରସ୍ଥ ହେଲେ କ୍ୟାନ୍‌ସର ପୀଡ଼ିତା

କଟକ ଅଫିସ,୨୧।୪- ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଦେହରେ ବଳ ନାହିଁ। କ୍ୟାନସର ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ଘରୁ ଘୋଷାରି ଆଣି ମାଡ଼ ମାରିଲେ। ସ୍ବାମୀଙ୍କ ସାମ୍ନାରେ ତାଙ୍କୁ ଅସଦାଚରଣ କରିବା ସହିତ ପିଟିପିଟି ହାତ ଭାଙ୍ଗିଦେଲେ। ଥାନାରେ ଅଭିଯୋଗ କରିଲେ ମଧ୍ୟ ପୋଲିସ କିଛି ଶୁଣିଲାନି। ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେଲା ପୋଲିସ।

ପୌରପାଳିକା, ପଞ୍ଚାୟତ ନିର୍ବାଚନ ମାମଲା: ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ନ କରିବାକୁ ନିର୍ଦ୍ଦେଶ

ପୌରପାଳିକା, ପଞ୍ଚାୟତ ନିର୍ବାଚନ ମାମଲା: ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ନ କରିବାକୁ ନିର୍ଦ୍ଦେଶ

କଟକ ଅଫିସ,୨୧।୪- ପୌରପାଳିକା, ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲା ପରିଷଦ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସଂରକ୍ଷଣ ଆଇନକୁ ଉଲ୍ଲଂଘନ ହେଉଥିବା ଦର୍ଶାଇ ସମ୍ବଲପୁର ରେଙ୍ଗାଲିର ସୁବାସ ଚନ୍ଦ୍ର ବିଶ୍ୱାଳ ଓ ଅନ୍ୟ ୪୦ଜଣଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ବିନୀତ୍‌ ସରନ ଓ ବିଚାରପତି ବିଦ୍ୟୁତ ରଞ୍ଜନ ଷଢଙ୍ଗୀକୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବତନ ମହିଳା କାଉନସିଲରଙ୍କୁ ଗୁଳିମାଡ଼: ଅବସ୍ଥା ଗୁରୁତର, କଟକ ସ୍ଥାନାନ୍ତର

ପୂର୍ବତନ ମହିଳା କାଉନସିଲରଙ୍କୁ ଗୁଳିମାଡ଼: ଅବସ୍ଥା ଗୁରୁତର, କଟକ ସ୍ଥାନାନ୍ତର

ପୁରୀ ଅଫିସ, ୨୧।୪ : ଜିଲାର ବିଭିନ୍ନ ଆପରାଧିକ ଗତିବିଧି ଉପରେ ନଜର ରଖିବା ଲାଗି ପୁରୀ ଏସ୍‌ପି ସମସ୍ତ ଥାନା ଅଧିକାରୀଙ୍କ ତାଗିଦ୍‌ କରିବାର ୧୨ଘଣ୍ଟା ନ ପୂରୁଣୁ ବାସେଳିସାହି ଥାନା ଅଧୀନ ଗୋଖା ସାହିରେ ଘଟିଛି ଗୁଳିକାଣ୍ଡ। ପୂର୍ବତନ କାଉନସିଲର ସତ୍ୟଭାମା ବେହେରାଙ୍କୁ ଲକ୍ଷ୍ୟକରି ୮ରାଉଣ୍ଡ ଗୁଳିମାଡ଼ ହୋଇଛି। ତାଙ୍କ ବାମପାର୍ଶ୍ୱ ତଳିପେଟରେ ଦୁଇଟି ଏବଂ ଜଙ୍ଘରେ ଗୋଟିଏ ଗୁଳି ବାଜିଛି।

ହାଟଡେଲାଙ୍ଗରେ ୧୪୪ ଧାରା ଜାରି:  ସ୍ଥଗିତ ରହିଲା ଡେଲାଙ୍ଗ ମହୋତ୍ସବ

ହାଟଡେଲାଙ୍ଗରେ ୧୪୪ ଧାରା ଜାରି: ସ୍ଥଗିତ ରହିଲା ଡେଲାଙ୍ଗ ମହୋତ୍ସବ

ପୁରୀ ଅଫିସ, ୨୧।୪: ଅପ୍ରୀତିକର ପରିସ୍ଥିତି ଏବଂ ଗଣ୍ଡଗୋଳ ଆଶଙ୍କା କରି ଡେଲାଙ୍ଗର ହାଟଡେଲାଙ୍ଗ ବଜାରରେ ପ୍ରଶାସନ ପକ୍ଷରୁ ୧୪୪ ଜାରି କରାଯାଇଛି। ୨୧ ତାରିଖଠାରୁ ୨୮ତାରିଖ ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ଏହି ଆଦେଶ ବଳବତ୍ତର ରହିବ। ଡେଲାଙ୍ଗ ପୋଲିସର ରିପୋର୍ଟକୁ ଭିତ୍ତିକରି ଡେଲାଙ୍ଗ ତହସିଲଦାର ପବିତ୍ର ମୋହନ ଦାସ ଏହି ପଦକ୍ଷେପ ନେଇଛନ୍ତି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ପୋଲିସ ହାଉସିଂ ନିଗମର ପ୍ରକଳ୍ପ ପରିଚାଳକ ଗିରଫ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ପୋଲିସ ହାଉସିଂ ନିଗମର ପ୍ରକଳ୍ପ ପରିଚାଳକ ଗିରଫ

କଟକ ଅଫିସ, ୨୧।୪- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଶନିବାର ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି ଓଡ଼ିଶା ରାଜ୍ୟ ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ସହକାରୀ ପ୍ରକଳ୍ପ ପରିଚାଳକ ବିକ୍ରମ କେଶରୀ ମଲ୍ଲ। ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତର ବିଚାରପତି ମଲ୍ଲଙ୍କ ବିରୋଧରେ ତଲାସୀ ୱାରେଣ୍ଟ ଜାରି କରିଥିଲେ।

ରାଜାଙ୍କ ଜାମିନ ଖାରଜ ପାଇଁ ଆବେଦନ କରିବ ପୋଲିସ

ରାଜାଙ୍କ ଜାମିନ ଖାରଜ ପାଇଁ ଆବେଦନ କରିବ ପୋଲିସ

ଭୁବନେଶ୍ୱର, ୨୧ା୪(ବ୍ୟୁରୋ)- ଜ୍ୟୋତି ମୋଟର୍ସ କର୍ମଚାରୀଙ୍କୁ ଅପହରଣ ଏବଂ ୧୦ ଲକ୍ଷ ଟଙ୍କା ବଟି ମାଗିବା ମାମଲାରେ ଗ୍ୟାଙ୍ଗଷ୍ଟର ରାଜା ଓରଫ ସନ୍ଦୀପ ଆଚାର୍ଯ୍ୟଙ୍କୁ ହାଇକୋର୍ଟରୁ ଗତ ଶୁକ୍ରବାର ସର୍ତ୍ତମୂଳକ ଜାମିନ ମିଳିଛି। ପୂର୍ବ ମାମଲାଗୁଡ଼ିକରେ ତାଙ୍କୁ ଆଗରୁ ଜାମିନ ମିଳିଯାଇଥିବାରୁ ସେ ଜେଲ୍‌ରୁ ମୁକୁଳିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି।

ସାଟେଲାଇଟ୍‌ ଜରିଆରେ କୃଷି ପରିଚାଳନା କରିବ ଓୟୁଏଟି

ସାଟେଲାଇଟ୍‌ ଜରିଆରେ କୃଷି ପରିଚାଳନା କରିବ ଓୟୁଏଟି

ଭୁବନେଶ୍ୱର, ୨୧।୪(ବ୍ୟୁରୋ)- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଏବଂ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଅଧୀନ ମହାକାଶ ବିଜ୍ଞାନ ପ୍ରୟୋଗ କେନ୍ଦ୍ର ମଧ୍ୟରେ ଉଚ୍ଚତର ଗବେଷଣା ନିମନ୍ତେ ଏକ ରାଜିନାମା ସ୍ବାକ୍ଷରିତ ହୋଇଛି। ଅହମ୍ମଦାବାଦସ୍ଥିତ ମହାକାଶ ବିଜ୍ଞାନ ପ୍ରୟୋଗ କେନ୍ଦ୍ରଠାରେ ଶୁକ୍ରବାର ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏବଂ ମହାକାଶ ବିଜ୍ଞାନ ପ୍ରୟୋଗ କେନ୍ଦ୍ର ତରଫରୁ ନିର୍ଦ୍ଦେଶକ ଡ. ତପନ ମିଶ୍ର ରାଜିନାମାରେ ସ୍ବାକ୍ଷର କରିଛନ୍ତି।

ଶର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ: ୫ ବଖରା ଜଳିଗଲା

ଶର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ: ୫ ବଖରା ଜଳିଗଲା

ଆଠଗଡ଼,୨୧।୪(ସ୍ବ.ପ୍ର.): କଟକ ଜିଲା ଆଠଗଡ଼ ବସ୍‌ଷ୍ଟାଣ୍ଡ ନିକଟବର୍ତ୍ତି ଅଞ୍ଚଳରେ ଶନିବାର ଅପରାହ୍ନ ୪ଟା ୧୫ ମିନିଟ୍‌ରେ ବିଦ୍ୟୁତ୍‌ ଶର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ୫ ବଖରା ଘର ଜଳିଯାଇଛି।

ଅଗ୍ନିକାଣ୍ଡରେ ୪ ବଖରା ଜଳିଗଲା

ଅଗ୍ନିକାଣ୍ଡରେ ୪ ବଖରା ଜଳିଗଲା

ବୋଲଗଡ଼,୨୧।୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବୋଲଗଡ଼ ତହସିଲ ବାଙ୍କୋଇ ରାଜସ୍ବ କାର୍ଯ୍ୟାଳୟ ଅଞ୍ଚଳର କନ୍ତାଇଲୋ ଗ୍ରାମ ନୂଆସାହିରେ ଶନିବାର ଅପରାହ୍ନ ୪ଟା ସମୟରେ ଅଗ୍ନିକାଣ୍ଡ ଘଟିଛି।

ମାଗଣା ଚକ୍ଷୁ ପରୀକ୍ଷା ଶିବିର

ମାଗଣା ଚକ୍ଷୁ ପରୀକ୍ଷା ଶିବିର

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ଭାରତୀୟ ରେଡକ୍ରସ୍‌ ଓଡ଼ିଶା ଶାଖା ପକ୍ଷରୁ ସ୍ଥାନୀୟ ରେଡ୍‌କ୍ରସ ଭବନଠାରେ ଶନିବାର ଏକ ମାଗଣା ଚକ୍ଷୁ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ଶାଖାର ଅବୈତନିକ ସଚିବ ବିନାୟକ ପ୍ରସାଦ ପୃଷ୍ଟି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି।

୫ ବିଲୁପ୍ତପ୍ରାୟ ଇଣ୍ଡିଆନ୍‌ ସ୍କିମରର ମୃତଦେହ ଉଦ୍ଧାର

୫ ବିଲୁପ୍ତପ୍ରାୟ ଇଣ୍ଡିଆନ୍‌ ସ୍କିମରର ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ମୁଣ୍ଡୁଳିସ୍ଥିତ ମହାନଦୀ ମୁହାଣରୁ ଶନିବାର ସକାଳେ ୫ଟି ବିଲୁପ୍ତପ୍ରାୟ ଇଣ୍ଡିଆନ୍‌ ସ୍କିମରର ମୃତଦେହ ଉଦ୍ଧାର କରାଯାଇଛି। ବନ ବିଭାଗ ପକ୍ଷରୁ ଏହାକୁ ଉଦ୍ଧାର କରାଯାଇ ଓୟୁଏଟି ପ୍ରାଣୀ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇଛି। ପ୍ରାଥମିକ ସୂତ୍ରରୁ ଏହା ବିଷକ୍ରିୟା ଜନିତ ମୃତ୍ୟୁ ବୋଲି ସନ୍ଦେହ କରାଯାଉଛି। ତେଣୁ ପରୀକ୍ଷା ପାଇଁ ବାହାରକୁ ନମୂନା ପଠାଯାଇଛି।

ବାଲୁଗାଁରେ ଭାଜପାର ଲଟ୍‌କା ଜାରି

ବାଲୁଗାଁରେ ଭାଜପାର ଲଟ୍‌କା ଜାରି

ଖୋର୍ଦ୍ଧା ଅଫିସ, ୨୧।୪: ହକ୍‌ର ଲଢେଇ ପାଇଁ ଭାଜପା ପକ୍ଷରୁ ଖୋର୍ଦ୍ଧା ଜିଲା ବାଲୁଗାଁ ଏନ୍‌ଏସିରେ ଲଟ୍‌କା ଜାରି କରାଯାଇଛି। ଏହି ଅବସରରେ ଭାଜପା ପକ୍ଷରୁ ଏକ ପ୍ରତିବାଦ ସଭା କରାଯାଇଥିଲା।