ମେଟ୍ରୋ |

ପୁରୀ ସରକାରୀ ମେଡିକାଲ କଲେଜ ୨୦୧୯-୨୦ରେ ପାଠପଢ଼ା ହେବା ନେଇ ଆଶଙ୍କା

ପୁରୀ ସରକାରୀ ମେଡିକାଲ କଲେଜ ୨୦୧୯-୨୦ରେ ପାଠପଢ଼ା ହେବା ନେଇ ଆଶଙ୍କା

ପୁରୀ ଅଫିସ, ୧୧।୧୨ (ପ୍ରଦୀପ କିଶୋର ସାହୁ): ଆଗାମୀ ଦୁଇ ଶିକ୍ଷାବର୍ଷରେ ପୁରୀ ସରକାରୀ ମେଡିକାଲ କଲେଜରେ ପାଠପଢା ଆରମ୍ଭ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି। ମେଡିକାଲ କଲେଜ କୋଠାର ନିର୍ମାଣ କାର୍ଯ୍ୟ ପ୍ରାୟ ୬୦ପ୍ରତିଶତ ସରିଥିଲେ ହେଁ  ହସ୍ପିଟାଲ ବ୍ୟବସ୍ଥା ଏ ପର୍ଯ୍ୟନ୍ତ ହୋଇନାହିଁ। ୨୦୧୮ ଅଗଷ୍ଟ ସୁଦ୍ଧା ମେଡିକାଲ କଲେଜ କୋଠା ନିର୍ମାଣ କାର୍ଯ୍ୟ ସାରିବାକୁ ଠିକାସଂସ୍ଥାକୁ ଟାର୍ଗେଟ ଦିଆଯାଇଛି। ଅଗଷ୍ଟ ମଧ୍ୟରେ ଯଦି ବି କାମ ସରେ ତେବେ ପଦାଧିକାରୀ ଓ ଡାକ୍ତର ନିଯୁକ୍ତି, ମେଡିକାଲ କାଉନ୍‌ସିଲ ଅଫ ଇଣ୍ଡିଆ ଯାଞ୍ଚ ହୋଇ ପାଠପଢା ପାଇଁ ସବୁଜ ସଙ୍କେତ ମିଳିବାକୁ ଆହୁରି ୧ ବର୍ଷ ଲାଗିବ ବୋଲି କୁହାଯାଉଛି। ତେଣୁ ଏହି ସରକାରୀ ମେଡିକାଲ କଲେଜରେ ୨୦୧୯-୨୦ ଶିକ୍ଷାବର୍ଷ ସୁଦ୍ଧା ପାଠପଢା ଆରମ୍ଭ ହେବା ନେଇ ଆଶଙ୍କା ମଧ୍ୟ ଉପୁଜିଛି।ଜିଲାବାସୀଙ୍କ ବହୁ ଦାବି ପରେ ସରକାର ପୁରୀଠାରେ ସରକାରୀ ମେଡିକାଲ କଲେଜ ନିର୍ମାଣ ଲାଗି ନିଷ୍ପତ୍ତି ନେଇଥିଲେ। ସହର ଉପକଣ୍ଠ ସମଙ୍ଗ ମୌଜାର ବାଲିଗୁଆଳିଠାରେ ମେଡିକାଲ କଲେଜ ସ୍ଥାପନ ପାଇଁ ନିଷ୍ପତ୍ତି ନିଆଗଲା। ୧ଶହ ଛାତ୍ରୀଛାତ୍ର ଅଧ୍ୟୟନ ପାଇଁ  ବ୍ୟବସ୍ଥା କରାଯିବାକୁ ସ୍ଥିର ହେଲା। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନର ୨୫ଏକର ପରିମିତ ଜମି ଚିହ୍ନଟ ହେଲା। ଅନୁରୂପ ପରିମାଣର ଜମି ରାଜ୍ୟ ସରକାର ଶ୍ରୀମନ୍ଦିର ପ୍ରଶାସନକୁ ମଧ୍ୟ ଦେଲେ। ଟେଣ୍ଡର ପ୍ରକ୍ରିୟା ସରିବା ପରେ ୨୦୧୫ ଜୁଲାଇ ୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ। ୨୦୫ କୋଟି ଟଙ୍କାର ବ୍ୟୟରେ ହେବାକୁ ଥିବା ନିର୍ମାଣ କାର୍ଯ୍ୟ ୨୦୧୭ ମାର୍ଚ୍ଚ ସୁଦ୍ଧା ଶେଷ ହୋଇ ୨୦୧୭-୧୮ ଶିକ୍ଷାବର୍ଷ ପାଠପଢା ଆରମ୍ଭ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ହେଲେ ଠିକାସଂସ୍ଥାକୁ  ଜମି ଦେବାରେ ବିଳମ୍ବ, ସ୍ଥାନୀୟ ଲୋକଙ୍କ ବିରୋଧ ଆଦି କାରଣରୁ  କାମ ଆରମ୍ଭ ବିଳମ୍ବ ହେଲା। ୨୦୧୬ ମାର୍ଚ୍ଚରେ କାମ ଆରମ୍ଭ ହୋଇଥିଲେ ହେଁ ପ୍ରକଳ୍ପ ଜମିରେ ୧୧କେଭି ବିଦ୍ୟୁତ୍‌ ଲାଇନ ବାଧକ ସାଜିଥିଲା। ୧୧କେଭି ବିଦ୍ୟୁତ୍‌ ଲାଇନର କେତେକ ଅଂଶ ହଟିବା ପରେ ସେହିବର୍ଷ ଡିସେମ୍ବରରୁ କାର୍ଯ୍ୟ ଆଗକୁ ବଢ଼ିଥିଲା। ହେଲେ ଏହାପରେ ଟ୍ରକ ଧର୍ମଘଟ, ଶ୍ମଶାନ ଓ ପୁଷ୍କରିଣୀ ବିବାଦ ଆଦି କାରଣରୁ ନିର୍ମାଣ କାର୍ଯ୍ୟ ମଧ୍ୟ କିଛି ମାତ୍ରାରେ ପ୍ରଭାବିତ ହୋଇଛି।  ସମ୍ପ୍ରତି  ୫ମହଲା ବିଶିଷ୍ଟ ପ୍ରଶାସନିକ ଭବନ କୋଠା, ୬୫୦ସିଟ୍‌ ବିଶିଷ୍ଟ ଅଡିଟୋରିୟମ୍‌, ଛାତ୍ରୀଛାତ୍ରଙ୍କ ହଷ୍ଟେଲ, ରେସିଡେଣ୍ଟ ଡାକ୍ତରଙ୍କ ପାଇଁ ୫ମହଲା କୋଠା, ଶବ ସଂରକ୍ଷଣ ଗୃହ, ଆନିମଲ ହାଉସ ନିର୍ମାଣ କାର୍ଯ୍ୟ ଜାରି ରହିଛି।  ଅଗଷ୍ଟ ୨୦୧୮ ସୁଦ୍ଧା  କାର୍ଯ୍ୟ ସରିବାକୁ ଟାର୍ଗେଟ ରହିଥିବା ବେଳେ ଠିକା ସଂସ୍ଥା ଏଲ ଆଣ୍ଡ ଟି  ମାର୍ଚ୍ଚ ଭିତରେ ସାରିବାକୁ ଲକ୍ଷ୍ୟ ରଖିଛି। କିନ୍ତୁ ଯେତିକି କାମ ବାକି ରହିଛି ଆଗୁଆ ସରିବା ନେଇ ସନ୍ଦେହ ଉପୁଜିଛି। ଅନ୍ୟପକ୍ଷରେ ଏତେବଡ ପ୍ରକଳ୍ପର କାର୍ଯ୍ୟ ଚାଲିଥିଲେ ହେଁ ଜିଲା ପ୍ରଶାସନ ପକ୍ଷରୁ ପ୍ରକଳ୍ପ ଅଗ୍ରଗତି ନେଇ ନିୟମିତ ତଦାରଖ ଓ ସମୀକ୍ଷା କରାଯାଉ ନ ଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ରାଜ୍ୟର ୩ ପୁରୁଣା ମେଡିକାଲ କଲେଜରେ ଛାତ୍ରୀଛାତ୍ରଙ୍କ ପାଇଁ କଲେଜ ଓ ହସ୍‌ପିଟାଲ ବ୍ୟବସ୍ଥା ରହିଛି। ଏପରି କି ବେସରକାରୀ ମେଡିକାଲ କଲେଜ ଗୁଡିକରେ ବି ଅନୁରୂପ ବ୍ୟବସ୍ଥା ଅଛି। କିନ୍ତୁ ପୁରୀ ସରକାରୀ ମେଡିକାଲ କଲେଜର ହସ୍‌ପିଟାଲ ବ୍ୟବସ୍ଥା ନାହିଁ। ପ୍ରାଥମିକ ପର୍ଯ୍ୟାୟରେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅପଗ୍ରେଡ କରିବା ଲାଗି ରାଜ୍ୟ ସରକାର ଯୋଜନା କରିଥିଲେ। ଏଠାରେ ମେଡିକାଲ କଲେଜ ଛାତ୍ରୀଛାତ୍ର ପଠାପଢା ସୁବିଧା ରହିଲା ଭଳି ଭିତ୍ତିଭୂମି କରିବାକୁ ଯୋଜନା ରହିଥିଲା। କିନ୍ତୁ ଜିଲା ମୁଖ୍ୟ ଚିକିତ୍ସାଳୟର ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ରାଜ୍ୟ ସରକାର ଏହି ପ୍ରସ୍ତାବରୁ ଓହରିଥିବା କୁହାଯାଉଛି। ଅନ୍ୟପକ୍ଷରେ ମେଡିକାଲ କଲେଜ ପାଇଁ ହସ୍‌ପିଟାଲ କେଉଁଠାରେ କରାଯିବ ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ମେଡିକାଲ କଲେଜ ପାଇଁ ଆବଶ୍ୟକ ହସ୍‌ପିଟାଲ ନ ହେବା ପର୍ଯ୍ୟନ୍ତ ପାଠପଢା ଆରମ୍ଭ ହୋଇପାରିବ ନାହିଁ ବୋଲି କୁହାଯାଉଛି।  ଏ ସମ୍ପର୍କରେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କୁହନ୍ତି, ପ୍ରଥମ ୨/୩ ବର୍ଷ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ହସ୍ପିଟାଲ କାମ ଚାଲିବ। ତିନିବର୍ଷ ପରେ ହସ୍‌ପିଟାଲ ସମ୍ପର୍କରେ ନିଷ୍ପତ୍ତି ନିଆଯିବ।

All Right Reserved By

Model This Week

Model This Week

ମେଟ୍ରୋ |

ଅନୁମୋଦିତ ହେଲା ପୁରୀ ପୌର ବଜେଟ

ଅନୁମୋଦିତ ହେଲା ପୁରୀ ପୌର ବଜେଟ

ପୁରୀ ଅଫିସ,୨୫।୪: ପୁରୀ ପୌର ସଂସ୍ଥାର ସ୍ବତନ୍ତ୍ର କାଉନସିଲ୍‌ ବୈଠକ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୨୦୧୮-୧୯ ଆର୍ଥିକ ବର୍ଷର ବଜେଟକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ବଜେଟକୁ ଅନୁମୋଦନ କରାଯାଇଛି। ଚଳିତ ଆର୍ଥିକ ବର୍ଷର ୭୫ କୋଟି ୩୧ଲକ୍ଷ ୯ହଜାର ୬୬୦ଟଙ୍କାର ସମତୁଲ ବଜେଟ ଅନୁମୋଦିତ ହୋଇଛି।

୨୦୦୮ ପରଠାରୁ ନୂଆ ଚିନିକଳ ସ୍ଥାପିତ ହୋଇନାହିଁ

୨୦୦୮ ପରଠାରୁ ନୂଆ ଚିନିକଳ ସ୍ଥାପିତ ହୋଇନାହିଁ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ୨୦୦୮ ପରଠାରୁ ରାଜ୍ୟରେ ନୂତନ ଚିନିକଳ ସ୍ଥାପନ କରାଯାଇନାହିଁ। ପୂର୍ବରୁ ଥିବା ୮ ଚିନିକଳ ମଧ୍ୟରୁ ୫ଟି ବନ୍ଦ ହୋଇ ପଡ଼ିରହିଛି।

ମହାପ୍ରଭୁଙ୍କୁ ଦର୍ଶନ କରି କ୍ଷମା ପ୍ରାର୍ଥନା କଲେ କଂସ

ମହାପ୍ରଭୁଙ୍କୁ ଦର୍ଶନ କରି କ୍ଷମା ପ୍ରାର୍ଥନା କଲେ କଂସ

ପୁରୀ ଅଫିସ,୨୫।୪: ଖୋର୍ଦ୍ଧା ଜିଲା ଜଟଣୀ ନିକଟ ପାତ୍ରପଡାଠାରେ ଅନୁଷ୍ଠିତ ୭ ଦିନିଆ ପୂର୍ବ ଓଡ଼ିଶା ଧନୁଯାତ୍ରା ମହୋତ୍ସବ ମଙ୍ଗଳବାର ଶେଷ ହୋଇଛି। ଏଥିରେ କଂସ ଭୂମିକାରେ ଅଭିନୟ କରିଥିବା ଲକ୍ଷ୍ମୀଧର ବିଶ୍ୱାଳ ବୁଧବାର ପୁରୀ ଆସି ପବିତ୍ର ମହୋଦଧିରେ ସ୍ନାନ କରି ନିଜ ପାପର ପ୍ରାୟଶ୍ଚିତ୍ତ କରିଛନ୍ତି।

ସଫାରୀ ସେବା ପାଇଁ ୩ୟ ଥର ଟେଣ୍ଡର

ସଫାରୀ ସେବା ପାଇଁ ୩ୟ ଥର ଟେଣ୍ଡର

ଭୁବନେଶ୍ୱର,୨୫।୪(ବ୍ୟୁରୋ): ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚଳିତ ଥିବା ପ୍ରାଣୀ ଉଦ୍ୟାନ ସଫାରୀ ସେବା ଲାଗି ପୂର୍ବରୁ ୨ ଥର ଟେଣ୍ଡର ଆହ୍ବାନ କରାଯାଥିଲା। ପ୍ରତ୍ୟେକ ଟେଣ୍ଡରରେ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ରାଜସ୍ବ ପାଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କେହି ରାଜିନାମାରେ ସ୍ବାକ୍ଷର କରିନାହାନ୍ତି।

ଜଙ୍ଗଲ ବିଭାଗରେ ୪୩୩ ପଦବୀ ଖାଲି

ଜଙ୍ଗଲ ବିଭାଗରେ ୪୩୩ ପଦବୀ ଖାଲି

ଭୁବନେଶ୍ୱର,୨୫।୪(ବ୍ୟୁରୋ): ରାଜ୍ୟରେ ଭାରତୀୟ ବନ ସେବା ଏବଂ ଓଡ଼ିଶା ବନ ସେବା ବିଭାଗରେ ୪୩୩ ପଦବୀ ଖାଲି ପଡ଼ିଛି। ଜଙ୍ଗଲ ବିଭାଗର ୧୬ ଅଫିସରଙ୍କୁ ଅନ୍ୟ ବିଭାଗ ଦାୟିତ୍ୱ ଦିଆଯାଇଥିବା ବେଳେ ୯ ଜଣ ଅଧିକାରୀ କେନ୍ଦ୍ରୀୟ ଡେପୁଟେଶନ୍‌ରେ ଯାଇଛନ୍ତି।

ଘରେ ପଶି ଲକ୍ଷାଧିକ ଟଙ୍କା, ସୁନାଗହଣା ଲୁଟ

ଘରେ ପଶି ଲକ୍ଷାଧିକ ଟଙ୍କା, ସୁନାଗହଣା ଲୁଟ

ନିରାକାରପୁର,୨୫।୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗି ବ୍ଲକ ଜଙ୍କିଆ ଥାନା ଅନ୍ତର୍ଗତ ସରପାରି ପଞ୍ଚାୟତ ସରପାରି ଟାଙ୍ଗି ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି।

ସିଟିବସ୍‌ରେ ଯୁବତୀଙ୍କୁ ଅସଦାଚରଣ, ଭିଡିଓ ଭାଇରାଲ

ସିଟିବସ୍‌ରେ ଯୁବତୀଙ୍କୁ ଅସଦାଚରଣ, ଭିଡିଓ ଭାଇରାଲ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ରାଜଧାନୀରେ ଗଡୁଥିବା ସିଟିବସରେ ଯାତ୍ରା କରିବା ଯୁବତୀଙ୍କ ପ୍ରତି ଅସୁରକ୍ଷିତ ହୋଇପଡିଛି। ସେମାନଙ୍କୁ ବିଭିନ୍ନ ସମୟରେ ଅସଦାଚରଣର ଶିକାର ହେବାକୁ ପଡୁଛି। ଏପରି ଏକ ଘଟଣା ବୁଧବାର କଳିଙ୍ଗ ହସ୍ପିଟାଲ ଛକରେ ଘଟିଥିବା ଜଣାପଡିଛି।

ଝାରପଡା ଜେଲ୍‌ରୁ ମୁକୁଳିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

ଝାରପଡା ଜେଲ୍‌ରୁ ମୁକୁଳିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ୨୦୦୮ରୁ ବିଭିନ୍ନ ମାମଲାରେ ଛନ୍ଦି ହୋଇ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ବୁଧବାର ଝାରପଡ଼ା ଜେଲରୁ ବାହାରିଛନ୍ତି। ଗତ ୨୦ ତାରିଖରେ ଜ୍ୟୋତି ମୋଟର୍ସ କର୍ମଚାରୀ ଅପହରଣ ମାମଲାରେ ରାଜାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା।

ଖୋର୍ଦ୍ଧା ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ଭାଜପାର ବିକ୍ଷୋଭ

ଖୋର୍ଦ୍ଧା ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ଭାଜପାର ବିକ୍ଷୋଭ

ଖୋର୍ଦ୍ଧା ଅଫିସ,୨୫।୪: ଭାଜପା ପକ୍ଷରୁ ଖୋର୍ଦ୍ଧା ମ୍ୟୁନିସିପାଲିଟି ସମ୍ମୁଖରେ ଲଟ୍‌କା ଜାରି କାର୍ଯ୍ୟକ୍ରମ ମାଧ୍ୟମରେ ବୁଧବାର ବିକ୍ଷୋଭ କରାଯାଉଛି। ମ୍ୟୁନିସିପାଲିଟିରେ ହେଉଥିବା ବ୍ୟାପକ ଦୁର୍ନୀତି ଓ ସହରବାସୀଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାରେ ଶାସକ ଦଳ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଦର୍ଶାଇ ଏହି ବିକ୍ଷୋଭ କରାଯାଇଛି।

ଭିଜିଲାନ୍ସ ଜାଲରେ ବାଲିକୁଦା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ବାଲିକୁଦା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ

କଟକ ଅଫିସ, ୨୫।୪: ଜଗତ୍‌ସିଂହପୁର ଜିଲା ବାଲିକୁଦା ପୂର୍ତ୍ତ ବିଭାଗରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ମିଶ୍ରଙ୍କ ଘରେ ବୁଧବାର ସକାଳେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି।

ଟ୍ରକ୍‌କୁ ଧକ୍କାଦେଲା ବସ୍‌: ଜଣେ ମୃତ, ୮ ଆହତ

ଟ୍ରକ୍‌କୁ ଧକ୍କାଦେଲା ବସ୍‌: ଜଣେ ମୃତ, ୮ ଆହତ

ଚୌଦ୍ୱାର,୨୫।୪(ଡି.ଏନ୍‌.ଏ.): ୫୫ ନମ୍ବର ଜାତୀୟ ରାଜପଥର ଯୋର ନିକଟ ପଖାଳ ଢାବାଠାରେ ବୁଧବାର ଭୋର ୫ଟା ସମୟରେ ବିଜୟ ନାମକ ଯାତ୍ରୀବାହୀ ବସ୍‌ ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଛି।

ଉଦ୍‌ବେଗ ପ୍ରକାଶ କଲେ ଓଏଚ୍‌ଆରସି:ତଦନ୍ତ କରି ସମସ୍ୟାର ସମାଧାନ ପାଇଁ ବ୍ୟକ୍ତିଗତ ସଚିବଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୫।୪(ବ୍ୟୁରୋ)- ଗତ ୭ତାରିଖରୁ କେନ୍ଦ୍ରାଞ୍ଚଳ ଆରଡିସି ଡି. ଭି. ସ୍ବାମୀ ଛୁଟିରେ ଅଛନ୍ତି। ହେଲେ ତାଙ୍କର ଏହି ଛୁଟି ଏବେ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ୯ଜଣ ଗୁରୁତର ରୋଗୀଙ୍କ ପାଇଁ କାଳସାବ୍ୟସ୍ତ ହୋଇଛି। ଏ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ଓଏଚ୍‌ଆରସି(ରାଜ୍ୟ ମାନବାଧିକାର କମିଶନ)ଙ୍କ ନିକଟରେ ସାମାଜିକ କର୍ମୀ ପ୍ରଦୀପ ନାୟକ ଏକ ପିଟିସନ୍‌ ଦାୟର କରିଥିଲେ। ଏହି ଘଟଣାରେ କମିଶନ୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି। କମିଶନ୍‌ ଘଟଣାର ତଦନ୍ତ ପାଇଁ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ କଟକ ବଡ ମେଡିକାଲକୁ ପଠାଇବା ସହିତ ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।