ମେଟ୍ରୋ |

ଭୁବନେଶ୍ୱରରେ ପ୍ରଥମ କ୍ୟୁଏସ୍‌ଆର୍‌ ନୁଡୁଲ୍‌ ବାର୍‌ ମିଳୁଛି କଷ୍ଟମାଇଜ୍‌ଡ ନୁଡୁଲ୍ସ

ଭୁବନେଶ୍ୱରରେ ପ୍ରଥମ କ୍ୟୁଏସ୍‌ଆର୍‌ ନୁଡୁଲ୍‌ ବାର୍‌ ମିଳୁଛି କଷ୍ଟମାଇଜ୍‌ଡ ନୁଡୁଲ୍ସ

ଭୁବନେଶ୍ୱର,୧୧। ୧୨(ବ୍ୟୁରୋ)- କ୍ଲାସିକ୍‌, ରୋଷ୍ଟେଡ୍‌, ପ୍ୟାନ୍‌ ଫ୍ରାଇଡ୍‌ ଏବଂ ଚପ୍‌ସେ ଭଳି ବହୁ ଭେରାଇଟିର ନୁଡୁଲ୍‌। ଏହାସହ ନିଜ ପସନ୍ଦର ସସ୍‌, ଭେଜିଟେବଲ୍‌ ଓ ଟପିଙ୍ଗ୍‌ସ ସହ ଆଡ୍‌ଅନ୍ସ। ଏଭଳି କଷ୍ଟମାଇଜ୍‌ଡ କନ୍‌ସେପ୍ଟକୁ ପ୍ରଥମଥର ପାଇଁ ଭୁବନେଶ୍ୱରର ଖାଦ୍ୟପ୍ରେମୀଙ୍କ ନିକଟରେ ପହଞ୍ଚାଇଛି ‘ଓ୍ବାଇ ଓ୍ବାଇ ସିଟି’। ଭାରତର ପ୍ରଥମ କ୍ୟୁଏସ୍‌ଆର୍‌(କୁଇକ୍‌ ସର୍ଭିସ୍‌ ରେଷ୍ଟୁରାଣ୍ଟ୍‌ସ) ନୁଡୁଲ୍‌ ବାର୍‌ କୁହାଯାଉଥିବା ଓ୍ବାଇ ଓ୍ବାଇ ସିଟି ଓଡ଼ିଶାରେ ପ୍ରଥମ ଶାଖା ଖୋଲି ଅଳ୍ପଦିନ ମଧ୍ୟରେ ବହୁସଂଖ୍ୟାରେ ନୁଡୁଲ୍ସପ୍ରେମୀଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଛି। କେବଳ ସ୍ବାଦରେ ନୁହେଁ, ଫ୍ଲେଭରରେ ମଧ୍ୟ ଏହି ବାର୍‌ର ନୁଡୁଲ୍ସ ସମସ୍ତଙ୍କ ପସନ୍ଦ ପାଲଟିଛି। ପଟିଆସ୍ଥିତ ଇଡ୍‌କୋ ଇନ୍‌ଫୋ ପାର୍କର ଡିଏଲ୍‌ଏଫ୍‌ ସାଇବର ସିଟିସ୍ଥିତ ଓ୍ବାଇ ଓ୍ବାଇ ସିଟିରେ ଉପଲବ୍ଧ ହେଉଛି ଏକାଧିକ ଭେରାଇଟିର ନୁଡୁଲ୍‌। ଲୋକପ୍ରିୟ ନୁଡୁଲ୍‌ ବ୍ରାଣ୍ଡ୍‌ ଓ୍ବାଇ ଓ୍ବାଇ ନୁଡୁଲ୍ସର ନିର୍ମାତା ଏବଂ ଫ୍ରାଞ୍ଚାଇଜ୍‌ ଇଣ୍ଡିଆର ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ନେପାଳର ଏହି ପ୍ରସିଦ୍ଧ ଫୁଡ୍‌ ଚେନ୍‌ ଗ୍ରାହକଙ୍କୁ ନିଜର ସିଗ୍ନେଚର ସିଲେକ୍ସନ ସହ କଷ୍ଟମାଇଜ୍‌ଡ ନୁଡୁଲ୍ସ ମଧ୍ୟ ପରଷୁଛି। ଏକ ଭିନ୍ନ ଫର୍ମାଟକୁ ନେଇ ଆରମ୍ଭ ହୋଇଥିବା ଏହି ଚାଇନିଜ୍‌ ରେଷ୍ଟୁରାଣ୍ଟରେ ନୁଡୁଲ୍ସର ଲମ୍ବା ମେନ୍ୟୁ ସହ ଏକାଧିକ ପ୍ରକାରର ଆପେଟାଇଜର୍‌ ମଧ୍ୟ ଉପଲବ୍ଧ ହେଉଛି। ତେବେ ଏଠାରେ ଥିବା କଷ୍ଟମାଇଜ୍‌ଡ ନୁଡୁଲ୍ସ କନ୍‌ସେପ୍ଟ ଗ୍ରାହକଙ୍କ ଦ୍ୱାରା ବହୁଳଭାବେ ଆଦୃତ ହୋଇଛି। ମୋଟ ୫ଟି ପର୍ଯ୍ୟାୟରେ ଗ୍ରାହକ ନିଜର ପସନ୍ଦର ନୁଡୁଲ୍ସ ପାଇପାରୁଛନ୍ତି। ପ୍ରଥମେ କ୍ଲାସିକ୍‌, ରୋଷ୍ଟେଡ୍‌, ପ୍ୟାନ୍‌ ଫ୍ରାଇଡ୍‌ ଏବଂ ଚପ୍‌ସେ ଭେରାଇଟିରୁ କେଉଁ ଗୋଟିଏ ଭେରାଇଟିର ନୁଡୁଲ୍ସ ବାଛିବା ପରେ ନିଜ ମନପସନ୍ଦର ସସ୍‌ ଚୟନ କରିପାରୁଛନ୍ତି ଗ୍ରାହକ। ହଟ୍‌ ଗାର୍ଲିକ, ସୟ ଗାର୍ଲିକ, ମସାଲା ଫ୍ୟୁଜନ୍‌, ପିପର ସୋୟା, କୁଙ୍ଗ୍‌ ପାଓ, ସେଜ୍‌ଓ୍ବାନ୍‌ ଚିଲି ଭଳି ବିଭିନ୍ନ ପ୍ରକାର ସସ୍‌ ଏହା ମଧ୍ୟରେ ରହିଛି। ଏହାପରେ ବେବିକର୍ନ, କ୍ୟାପ୍‌ସିକମ୍‌, ମସ୍‌ରୁମ୍‌, ଚାଇନିଜ୍‌ କ୍ୟାବେଜ୍‌, ଜୁକିନି, ଟମାଟୋ, ସ୍ପ୍ରିଙ୍ଗ ଓନିଅନ୍‌, ଓନିଅନ୍‌, ପାକ୍‌ ଚୟ, ମିକ୍ସଡ୍‌ ଚିଲିଜ୍‌, ବିନ୍‌ସ, ପୋଟାଟୋ ଭଳି ଏକାଧିକ ଭେରାଇଟିରୁ ଯେକୌଣସି ୬ଟି ଭେଜିଟେବଲ୍‌ ଗ୍ରାହକ ବାଛିବା ସହ ପସନ୍ଦ ମୁତାବକ ଟପିଙ୍ଗ୍‌ସ ଏବଂ ଆଡ୍‌ଅନ୍ସ ମଧ୍ୟ ନେଇପାରୁଛି। ଆଡ୍‌ଅନ୍ସରେ ପନିର, ଅଣ୍ଡା, କ୍ରିସ୍ପି ଚିକେନ୍‌, ସ୍ଲାଇସ୍‌ଡ ଚିକେନ୍‌, ରକ୍‌ ସ୍ରିମ୍ପ୍‌ ଭଳି ଭେରାଇଟି ଏଠାରେ ରହିଛି। ତାହା ପୁଣି ପକେଟ୍‌କୁ ସୁହାଇଲା ଭଳି ଦାମ୍‌ରେ। ମାତ୍ର ୧୪୯ ଟଙ୍କାରେ ଜଣେ କଷ୍ଟମାଇଜ୍‌ଡ ନୁଡୁଲ୍ସ ପାଇପାରୁଥିବା ବେଳେ ସିଗ୍ନେଚର ସିଲେକ୍ସନଗୁଡିକ ମଧ୍ୟ ବେଶ୍‌ କମ୍‌ ଦାମ୍‌ରେ ଉପଲବ୍ଧ ହେଉଛି। ହାକା-ଓ୍ବାକା, ବ୍ୟାଙ୍ଗ୍‌ ବ୍ୟାଙ୍ଗ୍‌, କ୍ଲାସିକ୍‌ ଫାଣ୍ଟାଷ୍ଟିକ୍‌, ଟୋକିଓ ଏକ୍ସପ୍ରେସ୍‌, ବର୍ନଣ୍ଟ ଗାର୍ଲିକ ଚାଓ, କୁଙ୍ଗ୍‌ ପାଓ ଡିଲାଇଟ୍‌ ଏବଂ ଚାଇନା ଚିଲି ଭଳି ଅଥେନ୍‌ଟିକ୍‌ ଚାଇନିଜ୍‌ ନୁଡୁଲ୍‌ ଗ୍ରାହକ ପାଇପାରୁଛନ୍ତି। ସେହିଭଳି କେତେକ ଲୋକପ୍ରିୟ ଆପେଟାଇଜର୍‌ ମଧ୍ୟରେ ରହିଛି ଓ୍ବାଇ ଓ୍ବାଇ ଭେଲ୍‌, ଚିଲି ଚିଜ୍‌ ଓ୍ବାଣ୍ଟନ୍‌ସ, ସ୍ପାଇସି ବାର୍ବିକ୍ୟୁ କ୍ରିସ୍ପି ଚିକେନ୍‌, ଜୁକିନି ମସାଲା ଫ୍ରାଇଜ୍‌, ହନି ଚିଲି ପୋଟାଟୋଜ୍‌ ଏବଂ ଚିକେନ୍‌ ମୋମାସା। ସୁସ୍ବାଦୁ ଖାଦ୍ୟ ସାଙ୍ଗକୁ ଏହାର ଇଣ୍ଟେରିୟର୍‌ ମଧ୍ୟ ଅନେକଙ୍କ ପାଇଁ ପ୍ରମୁଖ ଆକର୍ଷଣ ପାଲଟିଛି। ଇଞ୍ଜିନିୟରିଂ ଛାତ୍ରୀ ଦେବସ୍ମିତା ଦାସ କୁହନ୍ତି, ଓ୍ବାଇ ଓ୍ବାଇ ସିଟି ପ୍ରଥମଥର ପାଇଁ କଷ୍ଟମାଇଜ୍‌ଡ ନୁଡୁଲ୍ସ କନ୍‌ସେପ୍ଟ ଭୁବନେଶ୍ୱରକୁ ଆଣିଛି। ଏଠାରେ ନୁଡୁଲ୍ସ ଆମେ ନିଜେ କରିପାରୁଛୁ। ଏହା ଯେତିକି ଫନ୍‌, ସେତିକି ଏକ୍ସସାଇଟେଡ୍‌ ବି। ସାଙ୍ଗମାନଙ୍କ ସହ ଆସି ନୁଡୁଲ୍ସ ଖାଇବା ଓ ଖଟି କରିବାର ମଜା ନିଆରା। ଅନ୍ୟପକ୍ଷରେ ଦିଲ୍ଲୀ, ନୋଏଡା, ପୁଣେ, ସିଲିଗୁରି, ମାଡ୍ରାସ, ଚଣ୍ଡିଗଡ଼, ହାଇଦ୍ରାବାଦ, କଲିକତା ପରେ ଭୁବନେଶ୍ୱରରେ ଓ୍ବାଇ ଓ୍ବାଇ ସିଟିର ଏକମାତ୍ର ଆଉଟ୍‌ଲେଟ୍‌ ଖୋଲିଛି। ଫୁଡ୍‌ କୋର୍ଟ, ସେଲ୍ଫ ଷ୍ଟାଣ୍ଡିଂ କିଓସ୍କ, ଷ୍ଟାଣ୍ଡ୍‌ଆଲୋନ୍‌ ଆଉଟ୍‌ଲେଟ୍‌, ହାଇଓ୍ବେ ଭଳି ଭିନ୍ନ ଭିନ୍ନ ଫର୍ମାଟରେ ଏହା ରହିଛି।

All Right Reserved By

ମେଟ୍ରୋ |

ଭାଷା ଆୟୋଗ ଗଠନ ଦାବି ଜୋର୍‌ ଧରିଲା

ଭୁବନେଶ୍ୱର,୧୭।୬(ବ୍ୟୁରୋ)-୧୯୫୪ ସରକାରୀ ଭାଷା ଆଇନ କାର୍ଯ୍ୟକାରୀ କରିବାରେ ସରକାରଙ୍କ ଟାଳଟୁଳ ନୀତି ଏହି ଆଇନକୁ ଅନିଶ୍ଚିତତା ମଧ୍ୟକୁ ଠେଲିଦେଇଛି। ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ସରକାରୀ ଭାଷା ଆୟୋଗ ଗଠନ କରିବା ପରିବର୍ତ୍ତେ କେବଳ ନାମଫଳକ ଲେଖିବା ଏବଂ ଦଣ୍ଡ ବିଧାନ ବ୍ୟବସ୍ଥା କରିବା ଘୋଷଣା କରି ଲୋକଙ୍କୁ ବୋକା ବନାଉଛନ୍ତି।

ରାଷ୍ଟ୍ରପତିଙ୍କୁ ଭେଟ କରାଇଦେବା ନଁ।ରେ ଦେଢ଼ ଲକ୍ଷ ଠକେଇ

ରାଷ୍ଟ୍ରପତିଙ୍କୁ ଭେଟ କରାଇଦେବା ନଁ।ରେ ଦେଢ଼ ଲକ୍ଷ ଠକେଇ

ଭୁବନେଶ୍ୱର, ୧୭।୬(ବ୍ୟୁରୋ)- ରାଷ୍ଟ୍ରପତିଙ୍କୁ ଦେଖା କରି ସମସ୍ୟା ଜଣାଅ। ସେ ତୁମ ସମସ୍ୟା ଦୂର କରିଦେବେ। ଘର କରିବା ଲାଗି ଖଣ୍ଡେ ଜାଗା ମଧ୍ୟ ଦେଇଦେବେ। ମୋର ରାଷ୍ଟ୍ରପତିଙ୍କ ଅଫିସ ସହ ସିଧାସଳଖ ସମ୍ପର୍କ ଅଛି। ସେଠାରେ ଥିବା ସାହୁ ବାବୁ ମୋର ଖାସ୍‌ ଲୋକ। ସେ ରାଷ୍ଟ୍ରପତିଙ୍କ ଭଲମନ୍ଦ ବୁଝନ୍ତି।

ମହାରାଷ୍ଟ୍ରରେ ଖୋଲିବ କିସ୍‌ ଶାଖା

ଭୁବନେଶ୍ୱର, ୧୭।୬(ବ୍ୟୁରୋ)- ଖୁବ୍‌ଶୀଘ୍ର ମହାରାଷ୍ଟ୍ରରେ ଖୋଲିବ କିସ୍‌-ମହାରାଷ୍ଟ୍ର ଶାଖା। ଏଥିପାଇଁ ମହାରାଷ୍ଟ୍ରର ପାଲଘର ଜିଲା ବିକ୍ରମଗଡ଼ ଅନ୍ତର୍ଗତ ଜମ୍ଭା ଗ୍ରାମରେ କିସ୍‌-ମହାରାଷ୍ଟ୍ର ଶାଖା ‘ଲାୟନ୍ସ ଚଏସ୍‌ କିସ୍‌ ଆବାସିକ ବିଦ୍ୟାଳୟ’ର ଭୂମିପୂଜନ ରବିବାର ଅନୁଷ୍ଠିତ ହୋଇଯାଇଛି।

ଘରେ ପଶି ମହିଳାଙ୍କୁ ଅସଦାଚରଣ, ଅଭିଯୁକ୍ତ ଗିରଫ

ଘରେ ପଶି ମହିଳାଙ୍କୁ ଅସଦାଚରଣ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୭।୬(ବ୍ୟୁରୋ)- ଘରେ ପଶି ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଶହୀଦନଗର ପୋଲିସ ଅଭିଯୁକ୍ତ ବସନ୍ତ କୁମାର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବସନ୍ତଙ୍କ ଖୋର୍ଦ୍ଧା ଜିଲା ବାଣପୁର ଅଞ୍ଚଳରେ। ସେ ଶହୀଦନଗର ଥାନା ଅନ୍ତର୍ଗତ ବାୟାବାବା ବସ୍ତିରେ ରୁହନ୍ତି।

ଶ୍ୱାସରୁଦ୍ଧ ହୋଇ ପାଣି ପାଇପ ମିସ୍ତ୍ରିଙ୍କ ମୃତ୍ୟୁ

ଶ୍ୱାସରୁଦ୍ଧ ହୋଇ ପାଣି ପାଇପ ମିସ୍ତ୍ରିଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୭।୬(ବ୍ୟୁରୋ)- ପାଇଖାନା ଟାଙ୍କି ସଫେଇ ବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ପାଣି ପାଇପ ମିସ୍ତ୍ରିଙ୍କର ମୃତ୍ୟୁ ଘଟିଛି। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ସତ୍ୟବିହାର ଅଞ୍ଚଳରେ ରବିବାର ଏହି ଅଘଟଣ ଘଟିଛି। ମୃତକ ଜଣକ ହେଉଛନ୍ତି କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ଭଣ୍ଡାରିଡିହ ଅଞ୍ଚଳର ଜୟନ୍ତ ମହାନ୍ତି(୪୫)।

ଈଶ୍ୱରନାଥ ଶମ୍ଭୁ ମନ୍ଦିରରେ ଶୀତଳ ଷଷ୍ଠୀ: ଶିବ ପାର୍ବତୀଙ୍କ ବିବାହ ସମ୍ପନ୍ନ

ଈଶ୍ୱରନାଥ ଶମ୍ଭୁ ମନ୍ଦିରରେ ଶୀତଳ ଷଷ୍ଠୀ: ଶିବ ପାର୍ବତୀଙ୍କ ବିବାହ ସମ୍ପନ୍ନ

କାକଟପୁର,୧୭।୬(ଡି.ଏନ୍‌.ଏ.): ଅସ୍ତରଙ୍ଗ ବ୍ଲକ ଜିଉନ୍ତିି ଗ୍ରାମସ୍ଥିତ ଇଶ୍ୱରନାଥ ଶମ୍ଭୁ ମନ୍ଦିରରେ ପବିତ୍ର ଶୀତଳ ଷଷ୍ଠୀ ପର୍ବ ପାଳିତ ହୋଇଯାଇଛି। ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପରମ୍ପରାନୁଯାୟୀ ଶିବପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି।

୧୦ ମିନିଟର କାଳବୈଶାଖି: ଭାଙ୍ଗିଲା ୨୨୦ କେଭିର ବିଦ୍ୟୁତ ଟାୱାର, ଉଡିଗଲା ଛପର

୧୦ ମିନିଟର କାଳବୈଶାଖି: ଭାଙ୍ଗିଲା ୨୨୦ କେଭିର ବିଦ୍ୟୁତ ଟାୱାର, ଉଡିଗଲା ଛପର

ଖୋର୍ଦ୍ଧା ଅଫିସ,୧୭।୬: ରବିବାର ଅପରାହ୍ନ ୪ଟାରେ ମାତ୍ର ୧୦ ମିନିଟର କାଳବୈଖାଖୀ ଖୋର୍ଦ୍ଧା ତହସିଲ ଅଞ୍ଚଳରେ ତାଣ୍ଡବ କରିଛି। କାଳବେଶାଖୀ ପ୍ରଭାବରେ ତହସିଲ ଅନ୍ତର୍ଗତ ଟାଙ୍ଗିଆପଡା ପଞ୍ଚାୟତ ଉଇଲ୍‌କିଶନ ନଗର ଗହୀରରେ ଥିବା ମେଣ୍ଢାଶାଳ-ଖୋର୍ଦ୍ଧା ୨୨୦ କେଭି ଟାୱାର ଭାଙ୍ଗି ପଡିଛି ।

ପ୍ରଶାସନଠାରୁ ମିଳିଲାନି ସହାୟତା, ଗ୍ରାମବାସୀ ନିଜସ୍ବ ଖର୍ଚ୍ଚରେ ନିର୍ମାଣ କଲେ ମନ୍ଦିର

ପ୍ରଶାସନଠାରୁ ମିଳିଲାନି ସହାୟତା, ଗ୍ରାମବାସୀ ନିଜସ୍ବ ଖର୍ଚ୍ଚରେ ନିର୍ମାଣ କଲେ ମନ୍ଦିର

କାକଟପୁର,୧୭।୬(ଡି.ଏନ୍‌.ଏ.): ପ୍ରାଚୀ ଉପତ୍ୟକାର ବେଲପଡ଼ା ଗ୍ରାମର ଗ୍ରାମଦେବତୀ ମା’ ବୁଢ଼ିଆଣୀଙ୍କ ମନ୍ଦିର ପୁନଃନିର୍ମାଣ ଶେଷ ହୋଇଛି। କୌଣସି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ମନ୍ଦିରଟି ଭାଙ୍ଗି ମାଟିରେ ମିଶିଯାଇଥିଲା। ଏହାର ପୁନଃରୁଦ୍ଧାର ପାଇଁ ଗ୍ରାମବାସୀ ବ୍ଲକ ପ୍ରଶାସନ, ଲୋକ ପ୍ରତିନିଧିଙ୍କୁ ବାରମ୍ବାର ଚିଠି ଲେଖି ବିଫଳ ହେବା ପରେ ଗ୍ରାମର କିଛି ବଦାନ୍ୟ ବ୍ୟକ୍ତି ମନ୍ଦିର ନିର୍ମାଣ କାର୍ଯ୍ୟ ହାତକୁ ନେଇଥିଲେ।

ସାର୍ବଜନୀନ ସ୍ବାସ୍ଥ୍ୟସେବା: ରାଜ୍ୟ ପ୍ରସ୍ତାବକୁ କେନ୍ଦ୍ରର ଅଗ୍ରାହ୍ୟ

ସାର୍ବଜନୀନ ସ୍ବାସ୍ଥ୍ୟସେବା: ରାଜ୍ୟ ପ୍ରସ୍ତାବକୁ କେନ୍ଦ୍ରର ଅଗ୍ରାହ୍ୟ

ଭୁବନେଶ୍ୱର,୧୭।୬(ବ୍ୟୁରୋ): ଆୟୁଷ୍ମାନ ଯୋଜନାରେ ରାଜ୍ୟର ୯ ଲକ୍ଷ ପରିବାରକୁ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ କେନ୍ଦ୍ର ଅଗ୍ରାହ୍ୟ କରିଦେଇଛି। ଏହା ବ୍ୟତୀତ ରାଜ୍ୟ ସରକାର ଦେଇଥିବା କିଛି ପ୍ରସ୍ତାବକୁ ମଧ୍ୟ ଗ୍ରହଣ କରିନାହିଁ କେନ୍ଦ୍ର। ଆୟୁଷ୍ମାନ ଯୋଜନା ଘୋଷିତ ହୋଇଥିଲେ ମଧ୍ୟ ଏହାର ରୂପରେଖ ସ୍ପଷ୍ଟ ହୋଇନାହିଁ।

ନୀତି ଆୟୋଗ ବୈଠକରେ ଯୋଗଦେଲେନି ନବୀନ: ବିରୋଧୀଙ୍କ ସମାଲୋଚନା

ନୀତି ଆୟୋଗ ବୈଠକରେ ଯୋଗଦେଲେନି ନବୀନ: ବିରୋଧୀଙ୍କ ସମାଲୋଚନା

ଭୁବନେଶ୍ୱର,୧୭।୬(ବ୍ୟୁରୋ): ରାଜଧାନୀ ନୂଆଦିଲ୍ଲୀରେ ରବିବାର ନୀତି ଆୟୋଗ ବୈଠକ ଜାରି ରହିଛି। ମାତ୍ର ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ନେଇ ନାହାନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗ ନ ଦେବା ଘଟଣାକୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସମାଲୋଚନା କରିଛନ୍ତି।

ଯୋଡ଼ାଗଲା କଟା ହାତ

ଯୋଡ଼ାଗଲା କଟା ହାତ

କଟକ ଅଫିସ,୧୭।୬: କଟକର ଏକ ଘରୋଇ ହସ୍ପିଟାଲରେ ସଫଳ ହୋଇଛି ଏକ ଜଟିଳ ଅପରେଶନ। ଜଣେ ଯୁବକଙ୍କ କଟା ହାତ ସଫଳ ଭାବେ ଯୋଡା ଯାଇଛି। ଏସ୍‌ସିବି ମେଡିକାଲ ପ୍ଲାଷ୍ଟିକ ସର୍ଜରୀ ବିଭାଗର ସହଯୋଗୀ ପ୍ରଫେସର ଡାକ୍ତର ବିଭୂତି ଭୂଷଣ ନାୟକ ଏହି ଅପରେଶନ କରିଛନ୍ତି।

ନଦୀରେ ନିଖୋଜ ବାଳକଙ୍କ ମୃତଦେହ ଉଦ୍ଧାର

ନଦୀରେ ନିଖୋଜ ବାଳକଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମଗିରି,୧୭।୬(ଡି.ଏନ୍‌.ଏ): ପୁରୀ ଜିଲା ବାଲିହରଚଣ୍ଡୀ ପୀଠରେ ରଜ ମହୋତ୍ସବ ପାଳିତ ହେଉଥିବାବେଳେ ନିକଟସ୍ଥ ନଦୀରେ ନିଖୋଜ ହୋଇଯାଇଥିବା ବାଳକ ଜ୍ଞାନଦୀପଙ୍କ ମୃତଦେହ ରବିବାର ଉଦ୍ଧାର କରାଯାଇଛି। ସକାଳେ ଉକ୍ତ ସ୍ଥାନରେ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ।

Model This Week

ପ୍ରଭାତ