ମେଟ୍ରୋ |

ଦେଶପ୍ରେମ ଓ ରାଷ୍ଟ୍ର ଗଠନ ବକ୍ତୃତା ପ୍ରତିଯୋଗିତା

ଦେଶପ୍ରେମ ଓ ରାଷ୍ଟ୍ର ଗଠନ ବକ୍ତୃତା ପ୍ରତିଯୋଗିତା

ସାକ୍ଷୀଗୋପାଳ,୧୧।୧୨(ଡି.ଏନ୍‌.ଏ.): ଯୁବଗୋଷ୍ଠୀଙ୍କ ମଧ୍ୟରେ ଦେଶପ୍ରେମ ଭାବନା ଜାଗରଣ ନିମନ୍ତେ ସୋମବାର ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଦେଶପ୍ରେମ ଓ ରାଷ୍ଟ୍ରଗଠନ ସମ୍ପର୍କରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ପୁରୀ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଜିଲା ସଂଯୋଜକ ଜୟଶଙ୍କର ଯୋଶୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ଅତିରିକ୍ତ ବିଡିଓ ସିଦ୍ଧେଶ୍ୱର ପ୍ରସାଦ ପଟ୍ଟନାୟକ ଯୋଗଦେଇଥିଲେ। ସମ୍ମାନିତ ଅତିଥିଭାବେ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଚକ୍ର, ଶିକ୍ଷକ ସତ୍ୟବାଦୀ ଦାସ, ଅଧ୍ୟାପକ ମନୋଜ କୁମାର ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ।

All Right Reserved By

ମେଟ୍ରୋ |

ଗଜପତିଙ୍କୁ ମିଳୁ କ୍ୟାବିନେଟ ପାହ୍ୟା , ଶଙ୍କରାଚାର୍ଯ୍ୟ ରୁହନ୍ତୁ ମୁଖ୍ୟ ପରାମର୍ଶଦାତା

ଗଜପତିଙ୍କୁ ମିଳୁ କ୍ୟାବିନେଟ ପାହ୍ୟା , ଶଙ୍କରାଚାର୍ଯ୍ୟ ରୁହନ୍ତୁ ମୁଖ୍ୟ ପରାମର୍ଶଦାତା

ପୁରୀ ଅଫିସ, ୨୧।୬: ଗୋବର୍ଦ୍ଧନ ମଠାଧୀଶ ଶଙ୍କରାଚାର୍ଯ୍ୟଙ୍କ କର୍ତ୍ତୃତ୍ୱରେ ରହୁ ଶ୍ରୀମନ୍ଦିର। ଶଙ୍କରାଚାର୍ଯ୍ୟ ମୁଖ୍ୟ ପରାମର୍ଶଦାତା ଏବଂ ଆଦ୍ୟ ସେବକ ଗଜପତି ମହାରାଜାଙ୍କୁ ପରାମର୍ଶଦାତା ଭାବେ ଦାୟିତ୍ୱ ଦିଆଯାଉ।

ଯୁବ ଶିଳ୍ପୀ ବିଶ୍ୱଜିତ ,ସୋଲ, କାଗଜରେ ତିଆରି କରିଛନ୍ତି କ୍ଷୁଦ୍ର ପଞ୍ଚ ମହାଦେବ

ଯୁବ ଶିଳ୍ପୀ ବିଶ୍ୱଜିତ ,ସୋଲ, କାଗଜରେ ତିଆରି କରିଛନ୍ତି କ୍ଷୁଦ୍ର ପଞ୍ଚ ମହାଦେବ

ପୁରୀ ଅଫିସ,୨୧।୬: ଇଚ୍ଛା ଥିଲେ କୌଣସି କାମ ବି ସହଜ ହୋଇଯାଏ। ନିଜ ଭିତରେ ଥିବା ଆଗ୍ରହ ସେହି କାମକୁ ପୂର୍ଣ୍ଣାଙ୍ଗ ରୂପ ଦିଏ, ଯାହାକୁ ପ୍ରମାଣିତ କରିଛନ୍ତି ଶ୍ରୀମନ୍ଦିରର ସୁଆର ସେବକ ବିଶ୍ୱଜିତ ପଣ୍ଡା।

ଟ୍ରେନ୍‌ ଶୌଚାଳୟରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ଟ୍ରେନ୍‌ ଶୌଚାଳୟରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ପୁରୀ ଅଫିସ, ୨୧।୬: ପୁରୀ-ଗୁଣୁପୁର ପାସେଞ୍ଜର ଟ୍ରେନ (ନଂ.୫୮୪୭୧) ଶୌଚାଳୟରୁ ବୁଧବାର ସକାଳେ ଜଣେ ବିବାହିତା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ପରିଚୟ ମିଳିପାରିନାହିଁ। ମହିଳାଙ୍କ ବୟସ ୩୦ରୁ ୪୦ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି।

ଏମାର ମଠ ରୁପାଇଟା ରତ୍ନଭଣ୍ଡାରରେ ରଖିବାକୁ ଦାବି

ଏମାର ମଠ ରୁପାଇଟା ରତ୍ନଭଣ୍ଡାରରେ ରଖିବାକୁ ଦାବି

ପୁରୀ ଅଫିସ, ୨୧।୬: ରତ୍ନଭଣ୍ଡାର ଚାବି ହଜିବା ଓ ମିଳିବା ଘଟଣାକୁ ନେଇ ଚର୍ଚ୍ଚା ଥମୁନାହିଁ। ଏହି ଘଟଣାର ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ରଘୁବୀର ଦାସଙ୍କୁ ତଦନ୍ତ କମିଶନ ଭାବେ ନିଯୁକ୍ତ କରାଯାଇଛି।

ତିଆରି ହେଉଛି ଅଞ୍ଜନା ଖୁଣ୍ଟି

ତିଆରି ହେଉଛି ଅଞ୍ଜନା ଖୁଣ୍ଟି

ପୁରୀ ଅଫିସ,୨୧।୬: ଆସନ୍ତା ୨୮ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନ ମଣ୍ଡପକୁ ବିଜେ କରି ୧୦୮ ଗରା ଜଳରେ ସ୍ନାନ କରିବେ ମହାପ୍ରଭୁ। ସ୍ନାନ ମଣ୍ଡପରେ ଠାକୁର ପହଞ୍ଚତ୍ବା ପରେ ଅଞ୍ଜନା ଖୁଣ୍ଟିରେ ରୁନ୍ଧା ହେବେ। ଏହି ଅଞ୍ଜନା ଖୁଣ୍ଟି ଦୋଳବେଦି ପରିସରରେ ତିଆରି ଚାଲିଛି। ଶ୍ରୀମନ୍ଦିର ମହାରଣା ବସନ୍ତ ମହାରଣା ଏହାକୁ ତିଆରି କରୁଛନ୍ତି।

ଚିଲିକାରେ ଆରମ୍ଭ ହେବ ପ୍ଲାଷ୍ଟିକ୍‌ମୁକ୍ତ ଅଭିଯାନ

ଭୁବନେଶ୍ୱର,୨୧।୬(ବ୍ୟୁରୋ)-ଚିଲିକାକୁ ପ୍ଲାଷ୍ଟିକ୍‌ମୁକ୍ତ କରିବାକୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଖୁବ୍‌ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି ପ୍ଲାଷ୍ଟିକ୍‌ମୁକ୍ତ ଅଭିଯାନ। ଏଥିପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆସନ୍ତା ୧ ବର୍ଷ ମଧ୍ୟରେ ଚିଲିକା ହ୍ରଦକୁ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ୍‌ମୁକ୍ତ କରାଯିବ।

ଓଡ଼ିଶୀକୁ ମିଳୁନି ଶାସ୍ତ୍ରୀୟ ମାନ୍ୟତା

ଭୁବନେଶ୍ୱର,୨୧।୬(ବ୍ୟୁରୋ)-ହିନ୍ଦୁସ୍ଥାନୀ ଓ କର୍ନାଟକୀ ସଙ୍ଗୀତଠାରୁ ଅଧିକ ରୁଦ୍ଧିମନ୍ତ ଓଡ଼ିଶୀ ସଙ୍ଗୀତ। ଦେଶରେ ଥିବା ପ୍ରମୁଖ ସଙ୍ଗୀତଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ ହୋଇଥିବା ବେଳେ ଏହାର ସ୍ବତନ୍ତ୍ର ରାଗ, ତାଳ ଓ ଗାୟନ ଶୈଳୀ ଏହାକୁ ଅନ୍ୟ ସଙ୍ଗୀତଠାରୁ ଭିନ୍ନ କରିଥାଏ।

କାଳବୈଶାଖୀ: ନନ୍ଦନକାନନ କ୍ଷତିଗ୍ରସ୍ତ

କାଳବୈଶାଖୀ: ନନ୍ଦନକାନନ କ୍ଷତିଗ୍ରସ୍ତ

ବାରଙ୍ଗ,୨୧।୬(ଡି.ଏନ୍‌.ଏ.)-ବୁଧବାର ଅପରାହ୍ନରେ କାଳବୈଶାଖୀ ଯୋଗୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କ୍ଷତିଗ୍ରସ୍ତ ହୋଇଛି। ଅପରାହ୍ନ ୫ଟାରୁ ପ୍ରାୟ ୪୫ମିନିଟ୍‌ ଧରି ପ୍ରବଳ ବେଗରେ ପବନ ବହିବା ସାଙ୍ଗକୁ କୁଆପଥର ବର୍ଷାରେ ପରିସରରେ ଥିବା ବଡ଼ ବଡ଼ ଗଛ ଭାଙ୍ଗିପଡ଼ିଥିଲା।

ଫେମିନା ମିସ୍‌ ଇଣ୍ଡିଆ ୨୦୧୮

ଫେମିନା ମିସ୍‌ ଇଣ୍ଡିଆ ୨୦୧୮

ଭୁବନେଶ୍ୱର,୨୧।୬(ବ୍ୟୁରୋ)-ଦେଶର ଅନ୍ୟତମ ଲୋକପ୍ରିୟ ବିୟୁଟି କଣ୍ଟେଷ୍ଟ ଫେମିନା ମିସ୍‌ ଇଣ୍ଡିଆର ଇଷ୍ଟ ଜୋନାଲ କ୍ରାଉନିଂ ପ୍ରତିଯୋଗିତାରେ ଓଡ଼ିଶାରୁ ଶ୍ରେଷ୍ଠ ବିବେଚିତ ହୋଇ ମିସ୍‌ ଇଣ୍ଡିଆ ଓଡ଼ିଶା ଟାଇଟଲ୍‌ ହାସଲ କରିଥିବା ଶ୍ରୁତିକ୍ଷା ନାୟକ ପ୍ରତିଯୋଗିତାର ଶ୍ରେଷ୍ଠ ୧୨ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।

ଆଜି ବିଶ୍ୱ ସଙ୍ଗୀତ ଦିବସ

ଆଜି ବିଶ୍ୱ ସଙ୍ଗୀତ ଦିବସ

ଭୁବନେଶ୍ୱର,୨୧।୬(ବ୍ୟୁରୋ)-ବଦଳୁଛି ସଙ୍ଗୀତର ଧାରା। ଓଡ଼ିଶୀ ସଙ୍ଗୀତ ହେଉ ଅବା ଭଜନ କି ସମ୍ବଲପୁରୀ, ଭିନ୍ନ ଶୈଳୀରେ ପରିବେଷଣ କରୁଛନ୍ତି ଶିଳ୍ପୀ, ଯେଉଁଥିପାଇଁ ଅନେକ ସମୟରେ ବିବାଦ ମୁଣ୍ଡ ଟେକୁଛି। ଏଭଳିସ୍ଥିତିରେ ଜନମାନସରୁ ଧୀରେ ଧୀରେ ହଜିଯାଉଛି ପାରମ୍ପରିକ ଲୋକସଙ୍ଗୀତ।

ଆରଡିରେ ଏସିଡ୍‌ ମାଡ଼, ୮ ଗୁରୁତର

ଭୁବନେଶ୍ୱର,୨୧।୬(ବ୍ୟୁରୋ)- ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବ କ୍ଷେତ୍ର ଭଦ୍ରକ ଜିଲା ଆରଡିରେ ବୁଧବାର ବିଳମ୍ବିତ ରାତିରେ ଏସିଡ୍‌ ମାଡ଼ ହୋଇଛି। ଏଥିରେ ଏକ ସେବାୟତ ପରିବାରର ୮ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଥିବା ଜଣାପଡିଛି।

‘ଲୟର୍ସ ଏକାଡେମୀ ପାଇଁ ସରକାର ଜମି, ଭିତ୍ତିଭୂମି ଯୋଗାଇ ଦିଅନ୍ତୁ’

କଟକ ଅଫିସ,୨୧।୬- ନ୍ୟାୟ ପ୍ରଦାନ କ୍ଷେତ୍ରରେ ଲୟର୍ସ ଏକାଡେମୀର ପ୍ରମୁଖ ଭୂମିକା ରହିଛି। ତେଣୁ ଏକାଡେମୀ ପାଇଁ ରାଜ୍ୟ ସରକାର ଜମି ଯୋଗାଇଦେବା ସହିତ ଭିତ୍ତିଭୂମି ବିକାଶ ଦିଗରେ ଗୁରୁତ୍ୱ ଦେବା ଆବଶ୍ୟକ। ଏହାକୁ ସଫଳତାର ସହିତ ସମ୍ପାଦନ କରାଗଲେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିବ।

Model This Week

ପ୍ରଭାତ