ମେଟ୍ରୋ |

ମାଲବାହି ଟ୍ରେନ ଲାଇନ୍‌ଚ୍ୟୁତ

ମାଲବାହି ଟ୍ରେନ ଲାଇନ୍‌ଚ୍ୟୁତ

ଖୋର୍ଦ୍ଧା ଅଫିସ, ୧୧।୧୨: ବିଶାଖାପାଟଣାରୁ ତାଳଚେର ଅଭିମୁଖେ ଯାଉଥିବା ଏକ ମାଲବାହି ଟ୍ରେନ ଖୋର୍ଦ୍ଧାରୋଡ(ଜଟଣୀ) ଷ୍ଟେଶନ ନିକଟରେ ରବିବାର ବିଳମ୍ବିତ ରାତିରେ ଲାଇନ୍‌ଚ୍ୟୁତ ହୋଇଛି। ଟ୍ରେନ୍‌ର ୩ଟି ବଗି ରେଳଧାରଣାରୁ ଖସିଯାଇଥିବା ଜଣାପଡ଼ିଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି।

All Right Reserved By

ମେଟ୍ରୋ |

ଗଜପତିଙ୍କ ସ୍ଥାନ ରାଜନୀତିଠୁ ବହୁ ଊର୍ଦ୍ଧ୍ୱରେ

ଭୁବନେଶ୍ୱର,୨୧।୬(ବ୍ୟୁରୋ)- ଶ୍ରୀମନ୍ଦିର ପରିଚାଳନା ନେଇ ସତ୍ୟପାଠ ଦାଖଲ ସମୟରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ପୁରୀ ଗଜପତି ମହାରାଜାଙ୍କୁ କ୍ୟାବିନେଟ୍‌ ପାହ୍ୟା ପ୍ରଦାନ କରାଯିବା ପାଇଁ ଯେଉଁ ପ୍ରସ୍ତାବ ଦିଆଯାଇଛି, ତାହାକୁ ବିରୋଧ କରିଛି ଓଡ଼ିଶା ସଚେତନ ନାଗରିକ ଫୋରମ୍‌।

ରାଜଧାନୀରେ ଚାଞ୍ଚଲ୍ୟ :ଖେଳୁ ଖେଳୁ ୨ ଶିଶୁ ଗାଏବ

ରାଜଧାନୀରେ ଚାଞ୍ଚଲ୍ୟ :ଖେଳୁ ଖେଳୁ ୨ ଶିଶୁ ଗାଏବ

ଚନ୍ଦ୍ରଶେଖରପୁର,(ଡି.ଏନ୍‌.ଏ.)- ସ୍କୁଲ୍‌ ଛୁଟି ଥିଲା। ଖେଳକୁଦରେ ମାତିଥିଲେ ପିଲା। କିଏ ବାଟି ତ ଆଉ କିଏ ଏକାଠି ହୋଇ ବାଲିମାଟିରେ ବିଭିନ୍ନ ଖେଳ ଖେଳୁଥିଲେ। ହଠାତ୍‌ ପିଲାଙ୍କ ମେଳରୁ ଜଣକ ପରେ ଆଉ ଜଣେ ଗାଏବ୍‌ ହୋଇଗଲେ।

ବିଶ୍ୱସ୍ତରରେ ଯୋଗର ମହତ୍ତ୍ବ ବୃଦ୍ଧି ପାଇଛି

ବିଶ୍ୱସ୍ତରରେ ଯୋଗର ମହତ୍ତ୍ବ ବୃଦ୍ଧି ପାଇଛି

ପୁରୀ ଅଫିସ, ୨୧ା୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପୁରୀ ସହରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଯୋଗ ଦିବସ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଯୋଗ ହେଉଛି ଭାରତର ପ୍ରାଚୀନ ପରମ୍ପରା। ଏହା ମାଧ୍ୟମରେ ସୁସ୍ଥ ଶରୀର ଗଠନ ହେବା ସହ ଏକ ସୁନ୍ଦର ସମାଜର ପରିକଳ୍ପନା ମଧ୍ୟ କରାଯାଇପାରିବ। ଆଜି ବିଶ୍ୱବାସୀ ଏହାକୁ ଆପଣାଇ ନେଇଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଏହାର ମହତ୍ତ୍ବ ବୃଦ୍ଧି ପାଇଛି ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା।

ମେଘନାଦ ପାଚେରି ନିକଟରୁ ହଟାଅ ବେଆଇନ ନିର୍ମାଣ

ମେଘନାଦ ପାଚେରି ନିକଟରୁ ହଟାଅ ବେଆଇନ ନିର୍ମାଣ

ବିଧାନସଭା ଷ୍ଟାଣ୍ଡିଂ କମିଟି ଶ୍ରୀମନ୍ଦିର ମରାମତି ଓ ସଂରକ୍ଷଣ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଜଗମୋହନ, ନାଟମଣ୍ଡପ, ଭୋଗମଣ୍ଡପ, ଆନନ୍ଦବଜାର, ସ୍ନାନମଣ୍ଡପ ଏବଂ କୋଇଲି ବୈକୁଣ୍ଠର ସ୍ଥିତି ଓ ସଂରକ୍ଷଣ ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି।

ଅସୁରକ୍ଷିତ ଜିଲା କାରାଗାର, ୱାଚ ଟାୱାର ନାହିଁ

ପୁରୀ ଅଫିସ, ୨୧ା୬: ପୁରୀ ମେଡିକାଲ ଛକ ନିକଟରେ ଥିବା ଜିଲା କାରାଗାର ୨୦୧୭ ଜୁନ ୨୦ରେ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରୋଡ ଟିକନା-ବରପଦା ଗ୍ରାମ ନିକଟସ୍ଥ ନୂତନ କୋଠାକୁ ସ୍ଥାନାନ୍ତରିତ ହୋଇଛି। ନୂତନ ଜିଲା କାରାଗାର ଅସୁରକ୍ଷିତ ଏବଂ ସମସ୍ୟା ବହୁଳ। ଗୁରୁବାର ବିଧାନସଭା ଷ୍ଟାଣ୍ଡିଂ କମିଟି ଜେଲ ପରିଦର୍ଶନ କରି ଏହା ଅନୁଭବ କରିଛି।

ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସ୍ମାରକପତ୍ର

ପୁରୀ ଅଫିସ, ୨୧ା୬: ଗାୟିକା ସୋନା ମହାପାତ୍ର ଲୋକପ୍ରିୟ ଜଣାଣ ଆହେ ନୀଳଶଇଳକୁ କଦର୍ଥ ଭାବେ ଗାଇଛନ୍ତି। ଏହାର କେତୋଟି ଶବ୍ଦକୁ ଭିନ୍ନ ଉଚ୍ଚାରଣ କରିଛନ୍ତି। ଏହାକୁ ନେଇ ଏବେ ପ୍ରତିବାଦର ସ୍ବର ତେଜିବାରେ ଲାଗିଛି। ସୋନାଙ୍କୁ ବିରୋଧ କରାଯିବା ସହ ଆଉ କେତେକ ସଙ୍ଗଠନ ତାଙ୍କ ପୋଷ୍ଟର ମଧ୍ୟ ପୋଡ଼ିଛନ୍ତି। ସୋନା କଦର୍ଥ ଭାବେ ଗାଇଥିବା ଆହେ ନୀଳଶଇଳକୁ ୟୁଟ୍ୟୁବ୍‌ରୁ ବାଦ୍‌ ଦେବାକୁ ଦାବି କରିଛି ସଚେତନ ନାଗରିକ ମଞ୍ଚ।

ଉଠିଲା ବଡ଼ ଥଳି ପୋଟଳ

ଉଠିଲା ବଡ଼ ଥଳି ପୋଟଳ

ପୁରୀ ଅଫିସ, ୨୧ା୬: ଆସୁଛି ମହାପ୍ରଭୁଙ୍କ ରଥଯାତ୍ରା। ଏଥିପାଇଁ ରଥ ନିର୍ମାଣ ସହ ଅନ୍ୟାନ୍ୟ କାମ ଆଗେଇ ଚାଲିଛି। ଗୁରୁବାର ତିନିରଥର ତୃତୀୟ ଭୂଇଁ ଟୁଙ୍ଗୁରା ଯାଇଥିଲା। ପରେ ପୋଟଳ ପାଳେଣି, ପୋଟଳ ଖମ୍ବି, ପୋଟଳ ଓରା ଉପରକୁ ଉଠିଥିଲା। ଏହାପରେ ତିନିରଥର ପ୍ରଥମ ପରସ୍ତ ପୋଟଳ ତଥା ବଡ଼ଥଳି ପୋଟଳ ଉଠିଛି। ଏହାକୁ ପୋଟଳ ପାଳେଣି ଉପରେ ରଖାଯାଇଛି।

୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୨୧।୬(ବ୍ୟୁରୋ)- କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ବୁଧବାର ବିଳମ୍ବିତ ରାତିରେ ସୋନପୁର ଅଞ୍ଚଳରେ ଚଢଉ କରି ୨ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ରେଳ ଧାରଣାରୁ ମହିଳାଙ୍କ ମୃତଦେହ ଜବତ

ଭୁବନେଶ୍ୱର, ୨୧ା୬(ବ୍ୟୁରୋ)- ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣି ଦେଇ ଯାଇଥିବା ରେଳ ଧାରଣାରୁ ଗୁରୁବାର ଜଣେ ମହିଳାଙ୍କ ମୃତଦେହ ଜବତ କରିଛି ଭୁବନେଶ୍ୱର ଜିଆପି। ମହିଳା ଜଣକ ହେଉଛନ୍ତିି ମଞ୍ଚେଶ୍ୱର ଥାନା ଅର୍ନ୍ତଗତ ସମେଇଗଡିଆ ଅଞ୍ଚଳର ହରପ୍ରିୟା ମହାନ୍ତି(୪୫)।

ଋଣ ଠକେଇ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୨୧ା୬(ବ୍ୟୁରୋ)- ଏକ ଘରୋଇ ବ୍ୟାଙ୍କରୁ ଋଣ ଠକେଇ ଅଭିଯୋଗରେ ଗୁରୁବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)।

ସାକ୍ଷୀଗୋପାଳରେ ଯୋଗ ଦିବସ ପାଳିତ

ସାକ୍ଷୀଗୋପାଳରେ ଯୋଗ ଦିବସ ପାଳିତ

ସାକ୍ଷୀଗୋପାଳ, ୨୧।୬(ଡି.ଏନ୍‌.ଏ.): ପତଞ୍ଜଳୀ ଯୋଗ ସମିତି ଓ ଭାରତ ସ୍ବାଭିମାନ ଶାଖାର ମିଳିତ ଆନୁକୂଲ୍ୟରେ ପୁରୀ ଜିଲା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ଗୁରୁବାର ପାଳିତ ହୋଇଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର, କେନ୍ଦ୍ରୀୟ ବିଦ୍ୟାଳୟକୁ ନୋଟିସ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର, କେନ୍ଦ୍ରୀୟ ବିଦ୍ୟାଳୟକୁ ନୋଟିସ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକୁ ଜୁନ୍‌ ୨୫ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ରାଜଧାନୀରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ଏହାକୁ ମାନି ନ ଥିଲା। ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲା ଥିଲା।

Model This Week

ପ୍ରଭାତ