ଜାତୀୟ |

ଜମ୍ମୁ-କଶ୍ମୀରରେ ଭୂକମ୍ପ

ଜମ୍ମୁ-କଶ୍ମୀରରେ ଭୂକମ୍ପ

ଶ୍ରୀନଗର, ୧୧।୧୨: ଜମ୍ମୁ-କଶ୍ମୀରରେ ସୋମବାର ଭୋର୍‌ ୪ଟା ୨୮ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ଥିଲା। ଭୂକମ୍ପର କେନ୍ଦ୍ର ଭୂପୃଷ୍ଠର ୩୩ କିଲୋମିଟର ତଳେ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏଥିରେ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ ବୋଲି ପ୍ରଶାସନ ପକ୍ଷରୂ ସୂଚନା ଦିଆଯାଇଛି।

All Right Reserved By

Model This Week

ନିକିତା

ଜାତୀୟ |

ସୁକମା ଏନକାଉଣ୍ଟର: ଜଣେ ଯବାନ ଶହୀଦ

ସୁକମା ଏନକାଉଣ୍ଟର: ଜଣେ ଯବାନ ଶହୀଦ

ଛତିଶଗଡ,୨୧।୪: ଛତିଶଗଡ ସୁକମା ଜିଲାରେ ସେଣ୍ଟାଲ୍‌ ରିଜର୍ଭ ପୋଲିସ ଫୋର୍ସ(ସିଆର୍‌ପିଏଫ୍‌) ଓ ନକ୍ସଲଙ୍କ ମଧ୍ୟରେ ଶୁକ୍ରବାର ହୋଇଥିବା ଏନ୍‌କାଉଣ୍ଟରରେ ଜଣେ ଯବାନ ଶହୀଦ ହୋଇଥିବା ଜଣାପଡିଛି।

ବିମୁଦ୍ରୀକରଣ ପରେ ବଢିଛି ସନ୍ଦିଗ୍ଧ କାରବାର:ବୃଦ୍ଧି ପାଇଛି ନକଲି ନୋଟ୍‌ କାରବାର,ଠାବ ହୋଇଛି ୭.୩୩ ଲକ୍ଷ ଜାଲ୍‌ନାଟ୍‌

ବିମୁଦ୍ରୀକରଣ ପରେ ବଢିଛି ସନ୍ଦିଗ୍ଧ କାରବାର:ବୃଦ୍ଧି ପାଇଛି ନକଲି ନୋଟ୍‌ କାରବାର,ଠାବ ହୋଇଛି ୭.୩୩ ଲକ୍ଷ ଜାଲ୍‌ନାଟ୍‌

ନୂଆଦିଲ୍ଳୀ, ୨୧-୪(ପି.ଟି) :କଳାଟଙ୍କା ଏବଂ ଟେରର ଫଣ୍ଡିଂ ଉପରେ ଅଙ୍କୁଶ ଲଗାଇବା ଲାଗି ସରକାର ୨୦୧୬ ନଭେମ୍ବର ୮ରେ ରାତି ଅଧିଆ ‘ବିମୁଦ୍ରୀକରଣ’ ଘୋଷଣା କରିଥିଲେ। ଏହା ଦ୍ୱାରା କଳାଟଙ୍କାଗୁଡିକ ଆର୍ଥିକ ବ୍ୟବସ୍ଥାକୁ ଫେରିଆସିବ ଏବଂ ଏହା ଉପରେ ରୋକ୍‌ ଲାଗିବ ବୋଲି ଉକ୍ତ ସମୟରେ କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦି ସରକାର ଦୃଢ଼ୋକ୍ତି ପ୍ରକାଶ କରିଥିଲେ। କିନ୍ତୁ ବାସ୍ତବରେ ଏହା ସେପରି ହେଲା ନାହିଁ। ସରକାରଙ୍କ ଏହି ଯୋଜନା ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି। ବଜାର ଉପରେ ବିମୁଦ୍ରୀକରଣର ପ୍ରଭାବ ପଡିଥିଲା। ଭାରତର ଅଭିବୃଦ୍ଧି ପ୍ରଭାବିତ ହେବା ସହ ମାନୁଫ୍ୟାକ୍‌ଚରିଂ କାରବାର ଏକ ପ୍ରକାର ଧିମା ହୋଇଗଲା।

ପ୍ରଥମ ମେମୁ ଟ୍ରେନ ଚଳାଇବ ପୂର୍ବତଟ ରେଳପଥ

ପ୍ରଥମ ମେମୁ ଟ୍ରେନ ଚଳାଇବ ପୂର୍ବତଟ ରେଳପଥ

ଭୁବନେଶ୍ୱର, ୨୧-୪(ବ୍ୟୁରୋ):ପୂର୍ବତଟ ରେଳପଥ ଆଗାମୀ ରଥଯାତ୍ରା ପୂର୍ବରୁ ପ୍ରଥମ ମେମୁ(ମେନ ଲାଇନ ଇଲେକଟ୍ରିକ୍‌ ମଲ୍ଟିପୁଲ ୟୁନିଟ) ଟ୍ରେନର ଶୁଭାରମ୍ଭ କରିବ। ଏହି ଟ୍ରେନରେ ଉଭୟ ପାର୍ଶ୍ୱରେ ଇଞ୍ଜିନ ରହିବ। ଏହାର ଇଞ୍ଜିନ ଅତି ଶକ୍ତିଶାଳୀ ହୋଇଥିବାରୁ ଷ୍ଟାର୍ଟ କରିବା ଲାଗି ଅତି ବେଶି ସମୟ ନେବ ନାହିଁ। ଏହି ଟ୍ରେନ ଚଳାଚଳ ଲାଗି ପୂର୍ବତଟ ରେଳପଥ ପ୍ରସ୍ତୁତିକୁ ଜୋରଦାର କରିଛି। ଖୋର୍ଦ୍ଧାଠାରେ ଏଥି ଲାଗି ମେମୁ ସେଡ୍‌ ନିର୍ମାଣ ହୋଇଛି। ଏଥି ଲାଗି ୩ଟି ରେକ୍‌ ଶୀଘ୍ର ଆସିବ। ପ୍ରାଥମିକ ପର୍ଯ୍ୟାୟରେ ବ୍ରହ୍ମପୁର-କଟକ ଫାଷ୍ଟ ପାସେଞ୍ଜରକୁ ମେମୋ ଟ୍ରେନରେ ରୂପାନ୍ତରିତ କରାଯିବ। ବ୍ରହ୍ମପୁର ଭଦ୍ରକ ମଧ୍ୟରେ ଏହି ଭଳି ଏକ ଟ୍ରେନ ଚଳାଇବାକୁ ଯୋଜନା ରହିଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏପରି ଅଧିକ ଟ୍ରେନ ଚଳାଚଳ କରାଇବାକୁ ଯୋଜନା ଧାର୍ଯ୍ୟ ହୋଇଛି।

ଅଭିଷେକଙ୍କ ସହ ଅଭିନୟ କରିବେ ଆଲିୟା

ଅଭିଷେକଙ୍କ ସହ ଅଭିନୟ କରିବେ ଆଲିୟା

ବମ୍ବେ, ୨୨।୪ : ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ଆଲିୟା ଭଟ୍ଟ ଅମୃତା ପ୍ରୀତମ୍‌ ଏବଂ ସାହୀର ଲୁଧିୟାନୀଙ୍କ ଉପରେ ହେବାକୁଥିବା ବାୟୋପିକ୍‌ ଫିଲ୍ମରେ ଅଭିନୟ କରିବେ। ତାଙ୍କ ସହିତ ଅଭିଷେକ ବଚ୍ଚନ ଅପୋଜିଟ୍‌ରେ ରହିବେ। ଫିଲ୍ମର ନିର୍ମାଣ ସଞ୍ଜୟ ଲିଲା ଭସାଂଲୀ କରୁଛନ୍ତି। ଫିଲ୍ମର ନାମ ‘ଗୁସ୍ତାଖିଆଁ’ ରଖାଯାଇଛି।

୧୨ ବର୍ଷ ବୟସରେ ଆଦିତ୍ୟଙ୍କ ସଫଳତା: ତିଆରି କରିଛନ୍ତି  ୮୨ ଆପସ୍‌

୧୨ ବର୍ଷ ବୟସରେ ଆଦିତ୍ୟଙ୍କ ସଫଳତା: ତିଆରି କରିଛନ୍ତି ୮୨ ଆପସ୍‌

ଜବଲପୁର, ୨୦।୪ : ମଧ୍ୟପ୍ରଦେଶ ଜବଲପୁରରେ ରହୁଥିବା ଆଦିତ୍ୟ ଚୌବେ ମାତ୍ର ୧୨ ବର୍ଷ ବୟସରେ ତିଆରି କରିଛନ୍ତି ୮୨ ଆପସ୍‌। ସେ ସମ୍ପ୍ରତି ୮ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ୯ ବର୍ଷ ବୟସରୁ ସେ ଏଭଳି ଆପସ୍‌ ତିଆରି କରୁଛନ୍ତି। ଇତି ମଧ୍ୟରେ ସେ ‘ଆଦି’ ନାମକ ଏକ ସଫ୍ଟଓ୍ବେର କମ୍ପାନୀର ମାଲିକ ହୋଇପାରିଛନ୍ତି।

ଦିଲ୍ଲୀ ହାଇକୋର୍ଟ ପୂର୍ବତନ ମୁଖ୍ୟବିଚାରପତି ରାଜେନ୍ଦ୍ର ସାଚରଙ୍କ ବିୟୋଗ

ଦିଲ୍ଲୀ ହାଇକୋର୍ଟ ପୂର୍ବତନ ମୁଖ୍ୟବିଚାରପତି ରାଜେନ୍ଦ୍ର ସାଚରଙ୍କ ବିୟୋଗ

ନୂଆଦିଲ୍ଲୀ ୨୦।୪ : ଦିଲ୍ଲୀ ହାଇକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ରାଜେନ୍ଦ୍ର ସାଚର ଶୁକ୍ରବାର ୯୪ ବର୍ଷ ବୟସରେ ଦେହତ୍ୟାଗ କରିଛନ୍ତି। ୧୯୮୫ ଅଗଷ୍ଟ ୬ ତାରିଖଠାରୁ ୧୯୮୫ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ସେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇଥିଲେ।

୧୨ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଯୌନଶୋଷଣ: ମିଳିବ ମୃତ୍ୟୁଦଣ୍ଡ

୧୨ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଯୌନଶୋଷଣ: ମିଳିବ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ ୨୦।୪ : ଶିଶୁଯୌନଶୋଷଣ ନେଇ ଶୁକ୍ରବାର କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟଙ୍କୁ ଏକ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ୧୨ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଯୌନଶୋଷଣ କ୍ଷେତ୍ରରେ ମୃତ୍ୟୁଦଣ୍ଡ ଦେବା ନେଇ ଶୀର୍ଷ ଅଦାଲତ ମତ ସ୍ଫଷ୍ଟ କରନ୍ତୁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ୍‌ ୨୭ରେ ହେବ।

ହିମପାତ, ଭୂସ୍ଖଳନ: ଶ୍ରୀନଗର-ଲେହ ଜାତୀୟ ରାଜପଥ ବନ୍ଦ

ହିମପାତ, ଭୂସ୍ଖଳନ: ଶ୍ରୀନଗର-ଲେହ ଜାତୀୟ ରାଜପଥ ବନ୍ଦ

ଶ୍ରୀନଗର, ୨୦।୪ : ଜମ୍ମୁ-କଶ୍ମୀରରେ ଲଦାଖ ଅଞ୍ଚଳରେ ହିମପାତ ଓ ଭୂସ୍ଖଳନ ଯୋଗୁ ଶୁକ୍ରବାର ଶ୍ରୀନଗର-ଲେହ ଏବଂ ମୁଗଲ ଜାତୀୟ ରାଜପଥ ବନ୍ଦ ହୋଇଯାଇଛି। ୩ଶହ କିଲୋମିଟର ଲମ୍ବ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ଏବେ ସମ୍ଭବ ନୁହେଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଏକୁଟିଆପଣରେ ଲାଗିବ ପୂର୍ଣ୍ଣଚ୍ଛେଦ: ଏପ୍ରିଲ୍‌ ୨୨ରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବୟଂମ୍ବର

ଏକୁଟିଆପଣରେ ଲାଗିବ ପୂର୍ଣ୍ଣଚ୍ଛେଦ: ଏପ୍ରିଲ୍‌ ୨୨ରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବୟଂମ୍ବର

କଲିକତା, ୨୦।୪ : ଜୀବନସାଥିଙ୍କ ମୃତ୍ୟୁପରେ ଏକୁଟିଆ ଜୀବନ କାଟୁଥିବା ବରିଷ୍ଠ ନାଗରିକଙ୍କ ଜୀବନରେ ଆନନ୍ଦ ଭରିବା ପାଇଁ କଲିକତାର ସ୍ପୋର୍ଟସ ଜର୍ଣ୍ଣାଲିଷ୍ଟ କ୍ଲବ୍‌ରେ ଏପ୍ରିଲ୍‌ ୨୨ତାରିଖରେ ଏକ ସ୍ବୟଂମ୍ବରର ଆୟୋଜନ କରାଯାଇଛି। ବିବାହ କରିବାକୁ ଚାହୁଁଥିବା ବୃଦ୍ଧମାନଙ୍କୁ ଏଥିପାଇଁ ୬ ଶହ ଟଙ୍କା ଦେଇ ପଞ୍ଜିକରଣ କରିବାକୁ ହେବ।

ଜନ୍ମଦିନରେ ୧୨ ଘଣ୍ଟିଆ ଅନଶନ

ଜନ୍ମଦିନରେ ୧୨ ଘଣ୍ଟିଆ ଅନଶନ

ଅମରାବତୀ, ୨୦।୪ : ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ନିଜର ଜନ୍ମଦିବସରେ ଆରମ୍ଭ କରିଛନ୍ତି ୧୨ଘଣ୍ଟିଆ ଅନଶନ। ଶୁକ୍ରବାର ଚନ୍ଦ୍ରାବାବୁ ୬୯ ବର୍ଷରେ ପ୍ରଦାର୍ପଣ କରିଛନ୍ତି। ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ଦେବାକୁ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ବିରୋଧରେ ସେ ବିଜୟଓ୍ବାଡାରେ ସକାଳ ୭ଟାଠାରୁ ଅନଶନରେ ବସିଛନ୍ତି।

ଦାଉଦ୍‌ଙ୍କ ସମ୍ପତ୍ତି: ଜବତ ପାଇଁ କେନ୍ଦ୍ରକୁ  ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ଦାଉଦ୍‌ଙ୍କ ସମ୍ପତ୍ତି: ଜବତ ପାଇଁ କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୦।୪ : ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ସମ୍ପତ୍ତି ଜବତ ପାଇଁ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଶୀର୍ଷ ଅଦାଲତ ଶୁକ୍ରବାର ଦାଉଦ୍‌ଙ୍କ ଭଉଣୀ ହସିନା ପାର୍‌କର ଏବଂ ମା’ ଅମିନା ବି କାସକର୍‌ଙ୍କ ଆବେଦନ ଖାରଜ କରିଛନ୍ତି।

ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ଆଣିଲେ ବିରୋଧୀ ଦଳ

ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ଆଣିଲେ ବିରୋଧୀ ଦଳ

ନୂଆଦିଲ୍ଲୀ, ୨୦।୪ : ସିବିଆଇର ସ୍ବତନ୍ତ୍ର ବିଚାରପତି ବି.ଏଚ୍‌. ଲୋୟାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସୁପ୍ରିମ୍‌କୋର୍ଟଙ୍କ ରାୟପରେ ବିରୋଧୀ ଦଳଙ୍କ ପକ୍ଷରୁ ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଅଣାଯାଇଛି। ଏନେଇ କଂଗ୍ରେସ ନେତା ଗୁଲାମନବୀ ଆଜାଦ୍‌ଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ମହାଭିଯୋଗ ପ୍ରସ୍ତାବ ପାଇଁ ୫୦ ଜଣ ସଦସ୍ୟଙ୍କ ହସ୍ତାକ୍ଷର ମଧ୍ୟ ସଂଗ୍ରହ କରାଯାଇଛି।