ରାଜ୍ୟ |

୧୬ ମାସରେ ଗଣିଲେଣି ୧୬ କୋଟି

୧୬ ମାସରେ ଗଣିଲେଣି ୧୬ କୋଟି
କଟକ ଅଫିସ, ୧୧।୧୨- ରକ୍ତଦାନ, ରକ୍ତ ପରୀକ୍ଷା ଓ ରୋଗୀଙ୍କୁ ରକ୍ତ ଦେବା ନେଇ ଏକ ବଡ଼ଧରଣର ବିଭ୍ରାଟ ସାମ୍ନାକୁ ଆସିଛି। ବିଧାନସଭାରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଯେଉଁ ତଥ୍ୟ ଦେଇଛନ୍ତି ତାହାକୁ ଦେଖିଲେ ସରକାରଙ୍କ ଘରୋଇ କମ୍ପାନୀ ପ୍ରୀତି ଜଳଜଳ ହୋଇ ଦେଖାଯାଉଛି। ଏସ୍‌ସିବିରେ ଏମ୍‌ଆର୍‌ଆଇକୁ ନେଇ ଚାଲିଥିବା ଅନିୟମିତତା ସମ୍ପର୍କରେ ଧରିତ୍ରୀ ଏକ ତଥ୍ୟଭିତ୍ତିକ ଖବର ଲୋକଙ୍କ ସାମ୍ନାକୁ ଆଣିଥିଲା। କଲିକତାର ଏକ ଘରୋଇ ସଂସ୍ଥା ସହିତ ସରକାର ପିପିପି ମୋଡ୍‌ରେ ଏମ୍‌ଆର୍‌ଆଇ ପରୀକ୍ଷା କରାଇ କିଭଳି ସାଂଘାତିକ ଭାବେ କ୍ଷତିର ସମ୍ମୁଖୀନ ହେଉଛନ୍ତି ସେ ସମ୍ପର୍କରେ ଉକ୍ତ ଖବର ପ୍ରକାଶିତ ହୋଇଥିଲା। କାରଣ ଏମ୍‌ଆର୍‌ଆଇ ବାବଦରେ ସରକାର ମାତ୍ର ୧୨ ପ୍ରତିଶତ ଅର୍ଥ ସମ୍ପୃକ୍ତ ସଂସ୍ଥାଠାରୁ ପାଉଥିବା ବେଳେ ୮୮ ପ୍ରତିଶତ ଅର୍ଥ ସମ୍ପୃକ୍ତ ସଂସ୍ଥା ନେଇଚାଲିଛି। ସମାନ ଢଙ୍ଗରେ ରକ୍ତ ପରୀକ୍ଷାକୁ ନେଇ କଲିକତାର ଆଉ ଏକ ସଂସ୍ଥା ସହିତ ସରକାର କରିଥିବା ଚୁକ୍ତି ଓ ଏ ବାବଦରେ ଖର୍ଚ୍ଚ କରିଥିବା ଅର୍ଥକୁ ନେଇ ବିବାଦୀୟନ ପରିସ୍ଥିତି ଉପୁଜିଛି। କଲିକତାର ସଂସ୍ଥାକୁ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ଏବଂ ରକ୍ତ ପରୀକ୍ଷା ବାବଦରେ ଅତ୍ୟଧିକ ଅର୍ଥ ଦେବାକୁ ଚୁକ୍ତି ହୋଇଥିବା ଅଭିଯୋଗ କରି ଅନ୍ୟ ଏକ ସଂସ୍ଥା ପକ୍ଷରୁ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା। କଲିକତା ସଂସ୍ଥା କଟକ ଏସ୍‌ସିବି ମେଡିକାଲରେ ରକ୍ତ ପରୀକ୍ଷା ପାଇଁ ମେଶିନ ଲଗାଇ ସେବା ଯୋଗାଇବା ପରେ ଭିଜିଲାନ୍ସ ଅଭିଯୋଗ ସଂକ୍ରାନ୍ତରେ ଖୋଳତାଡ଼ କରିଥିଲା। ଜଣେ ଅତିରିକ୍ତ ଏସ୍‌ପି ପାହ୍ୟାର ଅଧିକାରୀ ଏହାର ତଦନ୍ତ କରିଥିଲେ। ହେଲେ ଭିଜିଲାନ୍ସ ତଦନ୍ତ କିଭଳି ଢଙ୍ଗରେ କରାଗଲା ତାହାର ନିର୍ଯାସ ଅଦ୍ୟାବଧି ବାହାରକୁ ଆସିପାରିଲା ନାହିଁ। ଲୋକଙ୍କଠାରୁ ବିଭିନ୍ନ ସମୟରେ ସଂଗ୍ରହ କରାଯାଉଥିବା ରକ୍ତକୁ ନାଟ୍‌ (ନ୍ୟୁକ୍ଲିକ୍‌ ଏସିଡ୍‌ ଟେଷ୍ଟିଂ) ପଦ୍ଧତିରେ ପରୀକ୍ଷା କରିବାକୁ ନେଇ ଏବେ ବିବାଦ ଉପୁଜିଛି। ରାଜ୍ୟର ୪ଟି ରକ୍ତଭଣ୍ଡାର ଯଥା ଏସ୍‌ସିବି ମେଡିକାଲ, ଏମ୍‌କେସିଜି ମେଡିକାଲ, ବୁର୍ଲା ମେଡିକାଲ ଓ କ୍ୟାପିଟାଲ ହସ୍ପିଟାଲରେ ଏହି ପଦ୍ଧତିରେ ପରୀକ୍ଷା କରାଯାଉଛି। ମୁଖ୍ୟତଃ ରକ୍ତର ପିସିଆର୍‌ (ପଲିମୋରାଇଜ୍‌ ଚେନ ରିଆକ୍ସନ) ନିମନ୍ତେ ଏହି ସର୍ବୋତ୍କୃଷ୍ଟ ଟେକ୍ନୋଲୋଜିକୁ ରାଜ୍ୟ ସରକାର ୨୦୧୬ ଜୁନରୁ ଉକ୍ତ ୪ ସ୍ବାସ୍ଥ୍ୟାନୁଷ୍ଠାନରେ ଆରମ୍ଭ କରିଥିଲେ। ଏହା ଦ୍ୱାରା ରକ୍ତରେ ଥିବା ଏଚ୍‌ଆଇଭି, ହେପାଟାଇଟିସ ବି ଓ ହେପାଟାଇଟିସ ସି ପ୍ରଭୃତିର ସହଜ ଚିହ୍ନଟ କରାଯାଇପାରୁଛି। ପୂର୍ବରୁ ଏଲିସା ରିଡର ମେଶିନ ମାଧ୍ୟମରେ ପରୀକ୍ଷା କରାଯାଉଥିଲା, ଯଦ୍ଦ୍ବାରା ରକ୍ତରେ ଉପରୋକ୍ତ ଭାଇରସ୍‌ଗୁଡ଼ିକ ଚିହ୍ନଟ କରିବା ଅସୁବିଧା ଉପୁଜିବା ସହ ସମୟସାପେକ୍ଷ ଥିଲା। ମାତ୍ର ନାଟ୍‌ ପିସିଆର୍‌ ପଦ୍ଧତିରେ ଜଣେ ରକ୍ତଦାତା ଏହି ସବୁ ରୋଗରେ ଆକ୍ରାନ୍ତ ହେବାର ୬ରୁ ୮ ଘଣ୍ଟା ମଧ୍ୟରେ ଚିହ୍ନଟ କରାଯାଇ ପାରୁଛି। ହେଲେ ନାଟ୍‌ ପିସିଆର୍‌ ବ୍ୟବସ୍ଥାକୁ ନେଇ ସରକାର ଯେଉଁ ପଦ୍ଧତି ଆପଣାଇଛନ୍ତି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଏହି ମେଶିନ ନିମନ୍ତେ ସରକାର କଲିକତାର ଏକ ଘରୋଇ ସଂସ୍ଥା ସହିତ ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି। ପ୍ରତି ୟୁନିଟ୍‌ ରକ୍ତ ପରୀକ୍ଷା ପାଇଁ ସରକାର ଉକ୍ତ ସଂସ୍ଥାକୁ ୭୫୦ (ମୂଲ୍ୟଯୁକ୍ତ କର ବ୍ୟତୀତ) ଟଙ୍କା ଦେଉଛନ୍ତି। ଏହି ହାରରେ ୨୦୧୬ ଜୁନ୍‌ରୁ ୨୦୧୭ ଅକ୍ଟୋବର ମଧ୍ୟରେ ଉକ୍ତ ଘରୋଇ ସଂସ୍ଥାକୁ ସରକାର ୧୬ କୋଟି ୩୨ ଲକ୍ଷ ୯୦ହଜାର ୭୨୭ ଟଙ୍କା ଦେଇସାରିଲେଣି। ଏହି ସମୟ ମଧ୍ୟରେ ଉକ୍ତ ମେଶିନ ୧,୮୯,୮୧୬ ୟୁନିଟ୍‌ ରକ୍ତ ପରୀକ୍ଷା କରିଛି। ସେଥିରୁ ୫୧୫ ୟୁନିଟ୍‌ ରକ୍ତରେ ଏଚ୍‌ଆଇଭି, ହେପାଟାଇଟିସ୍‌ ବି ଓ ହେପାଟାଇଟିସ୍‌ ସି ଠାବ କରାଯାଇଛି। ବାକି ୧,୮୯,୩୦୧ ୟୁନିଟ୍‌ ରକ୍ତକୁ ବିଶୁଦ୍ଧୀକରଣ କରାଯାଇଥିବା ମନ୍ତ୍ରୀ ବିଧାନସଭାରେ ଉତ୍ତର ଦେଇଛନ୍ତି। ମନ୍ତ୍ରୀଙ୍କ ଉତ୍ତରକୁ ଦେଖିଲେ ସାଧାରଣରେ ଦୁଇଟି ବଡ଼ ପ୍ରଶ୍ନ ଛିଡ଼ାହୋଇଛି। ପ୍ରଥମତଃ ନାଟ୍‌ ପିସିଆର୍‌ ମେଶିନର ମୂଲ୍ୟ କେତେ ତାହା ସରକାରଙ୍କୁ ଜଣା ନ ଥିବା ମନ୍ତ୍ରୀ ନିଜ ଉତ୍ତରରେ କହିଛନ୍ତି। ଭିତିରି ସୂତ୍ରରୁ ବୁଝିବାରୁ ଜଣାପଡ଼ିଛି ଉକ୍ତ ମେଶିନର ମୂଲ୍ୟ ୧ କୋଟିରୁ ୨ କୋଟି ମଧ୍ୟରେ ହେବ। ଅତଏବ ସରକାର ୪ଟି ସ୍ଥାନରେ ଏହି ମେଶିନ ମାଧ୍ୟମରେ ରକ୍ତ ପରୀକ୍ଷା କରୁଛନ୍ତି। କିନ୍ତୁ ୧୬ ମାସ ମଧ୍ୟରେ ପରୀକ୍ଷା ବାବଦରେ ୧୬ କୋଟି ୩୨ ଲକ୍ଷ ୯୦ହଜାର ୭୨୭ ଟଙ୍କା ଗଣିସାରିଲେଣି। ସରକାରୀ କୋଠା ଓ ବିଦ୍ୟୁତ୍‌ ବିଲ୍‌ ବ୍ୟବହାର କରି ଏକ ଘରୋଇ ସଂସ୍ଥା ସରକାରଙ୍କ ଆଖିରେ ଆଙ୍ଗୁଠି ଗୁଞ୍ଜି ଏକପ୍ରକାର ଲୁଟ୍‌ ଚଳାଇଛି। ନାଟ୍‌ ପିସିଆର୍‌ ମେଶିନ ସମ୍ପର୍କରେ ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଶ୍ୟାମା କାନୁନଗୋ ଓ ପ୍ରଶାସନିକ ଅଧିକାରୀ ପ୍ରତାପ ମିଶ୍ରଙ୍କୁ ପଚାରିବାରୁ ସରକାର ଏ ନେଇ ଚୁକ୍ତି କରିଛନ୍ତି। ସବିଶେଷ ତଥ୍ୟ ଆମ ପାଖରେ ନ ଥିବା କହିଥିଲେ। ଭିଜିଲାନ୍ସ କଟକ ଡିଭିଜନ ଏସ୍‌ପି ଶଶିଭୂଷଣ ମିଶ୍ରଙ୍କୁ ଉକ୍ତ ଘଟଣାର ତଦନ୍ତ ସମ୍ପର୍କରେ ପଚାରିବାରୁ ଅନେକ ତଦନ୍ତ ଗୋପନ ଭାବେ କରାଯାଏ। ତେଣୁ ସେ ସମ୍ପର୍କରେ କୌଣସି ମତାମତ ଦେବା ଠିକ୍‌ ହେବନାହିଁ ବୋଲି ସେ କହିଥିଲେ। -ରିପୋର୍ଟ: ନିର୍ମଳ ପଣ୍ଡା
All Right Reserved By

ରାଜ୍ୟ |

ବିରୋଧୀ ମହାମେଣ୍ଟରେ ସାମିଲ ହେଲାନି ବିଜେଡି

ବିରୋଧୀ ମହାମେଣ୍ଟରେ ସାମିଲ ହେଲାନି ବିଜେଡି

ଭୁବନେଶ୍ୱର,୨୦-୧(ବ୍ୟୁରୋ):କଲିକତାରେ ଶନିବାର ଅନୁଷ୍ଠିତ ମହାମେଣ୍ଟ କାର୍ଯ୍ୟକ୍ରମରେ ବିଜୁ ଜନତା ଦଳ (ବିଜେଡି) ଯୋଗଦେଇ ନାହିଁ। ବିଜେଡି ପୂର୍ବଭଳି ଜାତୀୟ ରାଜନୀତିରେ ଦୁଇ ପ୍ରମୁଖ ମେଣ୍ଟଠାରୁ ସମଦୂରତ୍ୱ ନୀତି ବଜାୟ ରଖିଛି। 

ବିଜେଡି ବିରୋଧରେ ଅସନ୍ତୋଷର ନିଆଁ କୁହୁଳୁଛି: ଧର୍ମେନ୍ଦ୍ର

ବିଜେଡି ବିରୋଧରେ ଅସନ୍ତୋଷର ନିଆଁ କୁହୁଳୁଛି: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୦-୧(ବ୍ୟୁରୋ):ଅତୀତରେ ଅଞ୍ଜନା ମିଶ୍ର ମାମଲାରେ ରାଜ୍ୟର ଜନମତ ଏପରି ତୀବ୍ର ହେଲା ଯେ ତାହା ସରକାରରେ ପରିବର୍ତ୍ତନ ଆଣିଦେଲା। ଆଜି ବି ରାଜ୍ୟରେ ମହିଳା ଅସୁରକ୍ଷିତ ଓ ଅପମାନିତ । ସାରା ରାଜ୍ୟରେ ବିଜେଡି ସରକାର ବିରୋଧରେ ଅସନ୍ତୋଷର ନିଆଁ କୁହୁଳୁଛି। 

ଭାଜପା, କଂଗ୍ରେସ କର୍ମୀ ବିଜେଡିରେ ସାମିଲ

ଭାଜପା, କଂଗ୍ରେସ କର୍ମୀ ବିଜେଡିରେ ସାମିଲ

ଭୁବନେଶ୍ୱର,୨୦-୧(ବ୍ୟୁରୋ):କୋରାପୁଟ ଜିଲା କୋଟପାଡ଼ ନିର୍ବାଚନ ମଣ୍ଡଳୀର ବୋରିଗୁମ୍ମା ବ୍ଲକର ବହୁ ଭାଜପା ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶନିବାର ଏହି କର୍ମୀମାନେ ବିଜେଡିରେ ଯୋଗ ଦେଇଛନ୍ତି।

ଶ୍ରୀକାନ୍ତ, ସଗରିଆ କଂଗ୍ରେସରୁ ବହିଷ୍କୃତ

ଶ୍ରୀକାନ୍ତ, ସଗରିଆ କଂଗ୍ରେସରୁ ବହିଷ୍କୃତ

ଭୁବନେଶ୍ୱର,୨୦-୧(ବ୍ୟୁରୋ):ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବଂ ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣ ସଗରିଆଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। ଏନେଇ ଶନିବାର ବିଳମ୍ବିତ ରାତିରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

‘ମାଗଣା କମ୍ବଳ ପାଇଁ ଉଲ୍‌ କାହିଁ’

‘ମାଗଣା କମ୍ବଳ ପାଇଁ ଉଲ୍‌ କାହିଁ’

ପିଲାଦିନେ କାହାଣୀ ଶୁଣିଥିଲୁ। ଶୀତଦିନେ ସକାଳୁ ଉଠି ରାଜା ଝରକା ବାହାରକୁ ଅନାଇଲେ। ମେଣ୍ଢାପଲ ଜାଡରେ ଚରିବାର ଦେଖି ରାଜାଙ୍କର ହୃଦୟ ବିଚଳିତ ହେଲା। ନିର୍ଦ୍ଦେଶ ଦେଲେ ସବୁ ମେଣ୍ଢାଙ୍କୁ ମାଗଣାରେ କମ୍ବଳ ଯୋଗାଇ ଦିଆଯାଉ। 

ଘନ କୁହୁଡ଼ି: ବିମାନ ଚଳାଚଳ ବାଧାପ୍ରାପ୍ତ

ଘନ କୁହୁଡ଼ି: ବିମାନ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର, ୨୦|୧(ବ୍ୟୁରୋ)- ଭୁବନେଶ୍ୱରରେ ଶନିବାର ସକାଳେ ଘନ କୁହୁଡ଼ି ଯୋଗୁ ବିମାନସେବା ବାଧାପ୍ରାପ୍ତ ହୋଇଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନଗୁଡିକ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଚଳାଚଳ କରିଛି।  

ଲୋକଙ୍କ ନିକଟତର ହୋଇ ସମସ୍ୟା ସମାଧାନ କର: ମୁଖ୍ୟମନ୍ତ୍ରୀ

ଲୋକଙ୍କ ନିକଟତର ହୋଇ ସମସ୍ୟା ସମାଧାନ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦|୧ (ବ୍ୟୁରୋ)- ଗୁରୁବାରଠାରୁ ଆରମ୍ଭ ହୋଇଥିବା ତିନିଦିନିଆ ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀ ଶନିବାର ଶେଷ ହୋଇଛି। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପୋଲିସ ଅଧିକାରୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି।

ଜେଇଇ ମେନ୍‌ ୨୦୧୯:  ଓଡ଼ିଶା ଟପ୍ପର ହେଲେ ଶିବାଶିଷ

ଜେଇଇ ମେନ୍‌ ୨୦୧୯: ଓଡ଼ିଶା ଟପ୍ପର ହେଲେ ଶିବାଶିଷ

ଭୁବନେଶ୍ୱର, ୨୦|୧(ବ୍ୟୁରୋ)- ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ଜେଇଇ ମେନ୍‌ ୨୦୧୯ର ପେପର-୧ ଫଳ ଶନିବାର ପ୍ରକାଶ ପାଇଛି।

ପୁରୀ ବନ୍ୟପ୍ରାଣୀ ବନଖଣ୍ଡରେ ଡଲ୍‌ଫିନ ଶୂନ:  ଗତବର୍ଷ ଚିହ୍ନଟ ହୋଇଥିଲେ ୫; ଗଣତିରେ କୁହୁଡ଼ି ସାଜିଲା ବାଧକ

ପୁରୀ ବନ୍ୟପ୍ରାଣୀ ବନଖଣ୍ଡରେ ଡଲ୍‌ଫିନ ଶୂନ: ଗତବର୍ଷ ଚିହ୍ନଟ ହୋଇଥିଲେ ୫; ଗଣତିରେ କୁହୁଡ଼ି ସାଜିଲା ବାଧକ

ପୁରୀ ଅଫିସ/କାକଟପୁର/ବ୍ରହ୍ମଗିରି/କୋଣାର୍କ,(ଡି.ଏନ.ଏ.)୨୦ା୧: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ ଡଲ୍‌ଫିନ ନାହାନ୍ତି। ଶନିବାର ହୋଇଥିବା ଗଣତିରୁ ଏହା ସ୍ପଷ୍ଟ ହୋଇଛି। ପୁରୀ ବନଖଣ୍ଡ ଅଧୀନରେ ୫ଟି ରେଞ୍ଜ୍‌ ବ୍ରହ୍ମଗିରି, ବାଲୁଖଣ୍ଡ, କୋଣାର୍କ, ଗୋପ ଓ ଅସ୍ତରଙ୍ଗ ରହିଛି। 

ମୁକୁଳା ଫାଟକ ଦେଇ ଚାଲିଲା ତପସ୍ବିନୀ ଏକ୍ସପ୍ରେସ: କାର୍ଯ୍ୟରେ ଅବହେଳା ପାଇଁ ୨ ନିଲମ୍ବିତ

ମୁକୁଳା ଫାଟକ ଦେଇ ଚାଲିଲା ତପସ୍ବିନୀ ଏକ୍ସପ୍ରେସ: କାର୍ଯ୍ୟରେ ଅବହେଳା ପାଇଁ ୨ ନିଲମ୍ବିତ

ପୁରୀ ଅଫିସ,୨୦ା୧: ରେଳ ବିଭାଗରେ ପୁଣି ଏକ ଖାମଖିଆଲି ଘଟଣା ପଦାକୁ ଆସିଛି। ସର୍ବଦା ଚଳଚଞ୍ଚଳ ରହୁଥିବା ସିଦ୍ଧମହାବୀର ଲେଭଲ କ୍ରସିଂରେ ଶନିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। 

ଯୋଜନାର ସ୍ଥିତି ପରଖିଲେ ରାଜ୍ୟପାଳ:  ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଉପରେ ଗୁରୁତ୍ୱ; ବାକି କାମ ନିର୍ବାଚନ ଆଚରଣବିଧି ଲାଗୁ ପୂର୍ବରୁ ଆରମ୍ଭ କରିବାକୁ ନିର୍ଦ୍ଦେଶ

ଯୋଜନାର ସ୍ଥିତି ପରଖିଲେ ରାଜ୍ୟପାଳ: ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଉପରେ ଗୁରୁତ୍ୱ; ବାକି କାମ ନିର୍ବାଚନ ଆଚରଣବିଧି ଲାଗୁ ପୂର୍ବରୁ ଆରମ୍ଭ କରିବାକୁ ନିର୍ଦ୍ଦେଶ

ପୁରୀ ଅଫିସ,୨୦ା୧: କେନ୍ଦ୍ର ଏବଂ ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣ ଯୋଜନା କରୁଛନ୍ତି। ଏହି ଯୋଜନାଗୁଡ଼ିକର ସୁଫଳ ଯେପରି ରାଜ୍ୟର ସବୁ ସାଧାରଣ ଲୋକ ପାଇପାରିବେ, ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। 

ଆସିକା ମହୋତ୍ସବର ଚତୁର୍ଥ ସନ୍ଧ୍ୟା:  ନାଚଗୀତରେ ଝୁମିଲେ ଦର୍ଶକ

ଆସିକା ମହୋତ୍ସବର ଚତୁର୍ଥ ସନ୍ଧ୍ୟା: ନାଚଗୀତରେ ଝୁମିଲେ ଦର୍ଶକ

ଆସିକା,୨୦ା୧(ଡି.ଏନ୍‌.ଏ.)-ଆସିକା ସହର କଳିଙ୍ଗା ରୋଡଠାରେ ପ୍ରଥମ ଥର ଲାଗି ଆସିକା ମହୋତ୍ସବ ଗତ ବୁଧବାର ଠାରୁ ଆରମ୍ଭ ହୋଇଛି।