ରାଜ୍ୟ |

ଶ୍ରୀମନ୍ଦିର ଭିତରେ ପୁଣି ସେଲ୍‌ଫି ଫେସ୍‌ବୁକ ଆକାଉଣ୍ଟରେ ଫଟୋ

ଶ୍ରୀମନ୍ଦିର ଭିତରେ ପୁଣି ସେଲ୍‌ଫି ଫେସ୍‌ବୁକ ଆକାଉଣ୍ଟରେ ଫଟୋ

ପୁରୀ ଅଫିସ,୧୧।୧୨: ଶ୍ରୀମନ୍ଦିର ଭିତରେ ପୁଣି ଉଠିଛି ସେଲ୍‌ଫି। ମନ୍ଦିର ବେଢା ପରିସରରେ ଉଠାଯାଇଥିବା ସେଲ୍‌ଫି ଏବଂ ଫଟୋ ସୋସିଆଲ ମିଡିଆ ଫେସ୍‌ବୁକରେ ପୋଷ୍ଟ କରାଯାଇଛି। ରାୟପୁରର ଯୁଗଳ କିଶୋର ବୈଷ୍ଣବ ନାମକ ଜଣେ ବ୍ୟକ୍ତିଙ୍କ ଫେସ୍‌ବୁକ ଆକାଉଣ୍ଟରେ ଏହି ଫଟୋ ଅପ୍‌ଲୋଡ ହୋଇଛି। ସୋମବାର ଏହି ଘଟଣା ଜଣାପଡିବା ପରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତେବେ ଏହି ଫଟୋ କେବେ ଉଠାଯାଇଛି ତାହା ସ୍ପଷ୍ଟ ଜଣାପଡି ନ ଥିଲେ ମଧ୍ୟ ଏହା ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସର ଚିନ୍ତା ବଢାଇଦେଇଛି। ଯୁଗଳଙ୍କ ଫେସ୍‌ବୁକ ଆକାଉଣ୍ଟରେ ପୋଷ୍ଟ କରାଯାଇଛି ଶ୍ରୀମନ୍ଦିର ଭିତର ବେଢାର କେତେକ ଫଟୋ। ଏଥିମଧ୍ୟରେ ମୁକ୍ତିମଣ୍ଡପ ନିକଟରେ ଗୋଟିଏ ସେଲ୍‌ଫି ରହିଥିବା ବେଳେ ନାଭିକଟା ମଣ୍ଡପ ନିକଟରେ ମଧ୍ୟ ଫଟୋ ଉଠାଯାଇଛି। ନାଭିକଟା ମଣ୍ଡପ ନିକଟରେ ଥିବା ଦୀପଷ୍ଟାଣ୍ଡରେ ଭକ୍ତମାନେ ଦୀପ ଜାଳୁଥିବା ଫଟୋରେ ସ୍ପଷ୍ଟ ଦେଖାଯାଉଛି। ରାତିରେ ଏହି ଫଟୋ ଉଠିଥିବା ଜଣାପଡୁଛି। ତେବେ କିପରି ଶ୍ରୀମନ୍ଦିର ବେଢା ଭିତରେ ସେଲ୍‌ଫି ଏବଂ ଫଟୋ ଉଠାଗଲା ତାହାକୁ ନେଇ ଆଲୋଚନା ଜୋର୍‌ ଧରିଛି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍‌ ନେବା ଉପରେ କଟକଣା ରହିଛି। କିନ୍ତୁ ଏହି କଟକଣାକୁ ଅନେକେ ମାନୁନାହାନ୍ତି। ବିଭିନ୍ନ ସମୟରେ ଭକ୍ତ ମନ୍ଦିର ଭିତରକୁ ମୋବାଇଲ ଫୋନ୍‌ ନେଇ ଭିଡିଓ ରେକର୍ଡିଂ କରିବା ଭଳି ଘଟଣା ପଦାକୁ ଆସିଛି। ଏହାଦ୍ୱାରା ଶ୍ରୀମନ୍ଦିରର ଅନେକ ଗୁପ୍ତ ତଥ୍ୟ ବାହାରକୁ ପଳାଇବା ମଧ୍ୟ ଆଶଙ୍କା କରାଯାଉଛି। ସୂଚନାଯୋଗ୍ୟ, ଜଣେ ଯୁବକ ଶ୍ରୀମନ୍ଦିର ଭିତରେ ସେଲ୍‌ଫି ଉଠାଇ ଫେସ୍‌ବୁକରେ ଅପ୍‌ଲୋଡ କରିଥିବା ଗତ ସେପ୍ଟେମ୍ବର ୧୧ ତାରିଖରେ ଜଣାପଡିଥିଲା। ଯୁବକ ଜଣଙ୍କ ନିଜକୁ ସେବାୟତ ଘରର ବୋଲି ପରିଚୟ ଦେଇ ଅନ୍ୟ ଜଣଙ୍କ ସହ ଚାଟିଂ କରିଥିଲେ। ତେବେ ଏହି ଘଟଣା ପରେ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ପୋଲିସ ତତ୍ପର ହୋଇଉଠିଥିଲା। ଏହାର ତଦନ୍ତ କରାଯାଉଛି ବୋଲି ଏସ୍‌ପି କହିଥିଲେ। କିନ୍ତୁ ସମ୍ପୃକ୍ତ ଯୁବକଙ୍କ ସମ୍ପର୍କରେ ଟେର୍‌ ପାଇପାରି ନ ଥିଲା ପୋଲିସ। ଏହା ପରେ ଜଣେ ପୋଲିସ କର୍ମଚାରୀ ଶ୍ରୀମନ୍ଦିର ଭିତରେ ବସି ଫଟୋ ଉଠାଇବା, ଜଣେ ବଙ୍ଗୀୟ ମହିଳା ପର୍ଯ୍ୟଟକ ଏବଂ ସାଧୁଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କିନ୍ତୁ ଏ ସବୁକୁ ବଳି ଯାଇଥିଲା ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ହେବା ଘଟଣା। ଗର୍ଭଗୃହ ଯାଞ୍ଚ କରିବାକୁ ଆସିଥିବା ଧାନବାଦସ୍ଥିତ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମାଇନିଂ ଆଣ୍ଡ ଫୁଏଲ ରିସର୍ଚ୍ଚ(ସିଆଇଏମ୍‌ଏଫ୍‌ଆର)ର ବୈଜ୍ଞାନିକ ସଦାନନ୍ଦ ଶର୍ମାଙ୍କ ଫେସ୍‌ବୁକ ଆକାଉଣ୍ଟରେ ଗର୍ଭଗୃହର ଫଟୋ ଅପ୍‌ଲୋଡ ହୋଇଥିଲା। ଏ ସମ୍ପର୍କରେ ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି, ବିଗତ ଦିନରେ ଏଭଳି ଫଟୋ ଭାଇରାଲ ହେବାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଛତିଶା ନିଯୋଗ ବୈଠକରେ ଆଲୋଚନା କରାଯାଇଛି। ଆଗକୁ କିପରି ଏହାର ପୁନରାବୃତ୍ତି ନ ହେବ ସେଥିଲାଗି ଯୋଜନା ହୋଇଛି। ସେବାୟତଙ୍କ ଲାଗି ସ୍ବତନ୍ତ୍ର ମୋବାଇଲ ବ୍ୟବସ୍ଥା ହେଉଛି। ଚାରିଦ୍ୱାରରେ ମୋବାଇଲ ଯାଞ୍ଚକୁ ମଧ୍ୟ କଡ଼ାକଡ଼ି କରାଯାଉଛି।

All Right Reserved By

ରାଜ୍ୟ |

ହାତୀ ଭାଙ୍ଗିଲା ଘର କାନ୍ଥ  ଶିଶୁ କନ୍ୟା ମୃତ, ୩ ଗୁରୁତର

ହାତୀ ଭାଙ୍ଗିଲା ଘର କାନ୍ଥ ଶିଶୁ କନ୍ୟା ମୃତ, ୩ ଗୁରୁତର

ରେଙ୍ଗାଲି,୨୧ା୬(ଡି.ଏନ୍‌.ଏ.)-ସମ୍ବଲପୁର ଜିଲା ରେଙ୍ଗାଲି ବନଖଣ୍ଡର ଛତରବଗା ଥାନା ଅଧୀନ ପଟାମାଲ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ହାତୀ ପଶି ଆସି ବ୍ୟାପକ କ୍ଷୟକ୍ଷତି କରିଛି ା

ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ ଆରମ୍ଭ ୯ ହୋଟେଲ, ୭ ଶପିଂ ମଲ୍‌, ୭ ଆପାର୍ଟମେଣ୍ଟରେ ତନଖି

ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ ଆରମ୍ଭ ୯ ହୋଟେଲ, ୭ ଶପିଂ ମଲ୍‌, ୭ ଆପାର୍ଟମେଣ୍ଟରେ ତନଖି

ରାଉରକେଲା ଅଫିସ,୨୧।୬- ସହରର ବିଭିନ୍ନ ଶପିଂ ମଲ, ହୋଟେଲ, ଆପାର୍ଟମେଣ୍ଟ, କଲ୍ୟାଣ ମଣ୍ଡପ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ଗୁରୁବାର ଜିଲା ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ କରାଯାଇଛି।

ଯୋଗମୟ ଷ୍ଟିଲ ସିଟି  ନିରୋଗ ଶରୀର ପାଇଁ ଯୋଗ ଅପରିହାର୍ଯ୍ୟ

ଯୋଗମୟ ଷ୍ଟିଲ ସିଟି ନିରୋଗ ଶରୀର ପାଇଁ ଯୋଗ ଅପରିହାର୍ଯ୍ୟ

ରାଉରକେଲା ଅଫିସ,୨୧।୬- ଗୁରୁବାର ଷ୍ଟିଲ୍‌ ସିଟିର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଏହି ଅବସରରେ ସହରରେ ଯୋଗମୟ ପରିବେଶ ସୃଷ୍ଟି ହୋଇଥିଲା।

 ନୋଡାଲ ଅଧିକାରୀଙ୍କ ଜୁନାଗଡ଼ ଗ୍ରସ୍ତ

ନୋଡାଲ ଅଧିକାରୀଙ୍କ ଜୁନାଗଡ଼ ଗ୍ରସ୍ତ

ଜୁନାଗଡ଼,୨୧।୬(ଡି.ଏନ୍‌.ଏ)ରାଜ୍ୟ ଖାଦ୍ୟ ସଚିବ ତଥା କଳାହାଣ୍ଡି ଜିଲା ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ହୋଇଥିବା ବୀର ବିକ୍ରୟ ୟାଦବ ଗୁରୁବାର ଜୁନାଗଡ଼ ବ୍ଲକ ଗ୍ରସ୍ତ କରିଛନ୍ତି। ପ୍ରଥମେ ବ୍ଲକର ବଳଦିଆମାଲ ଓ ପରେ ମହିଚଲା ପଞ୍ଚାୟତ ପରିଦର୍ଶନ କରିଥିଲେ।

ଆଶଙ୍କାରେ ଭଟଲି ରଥଯାତ୍ରା

ଆଶଙ୍କାରେ ଭଟଲି ରଥଯାତ୍ରା

ଭଟଲି,୨୧।୬(ଡି.ଏନ.ଏ) ପଶ୍ଚିମୋତ୍କଳ ଶ୍ରୀକ୍ଷେତ୍ର ଭାବେ ଅଭିହିତ ବରଗଡ଼ ଜିଲା ଭଟଲିର ଦଧିବାମନ ପୀଠରେ ଚଳିତବର୍ଷ ରଥଯାତ୍ରା ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ଦେବସ୍ନାନ ପୂର୍ଣ୍ଣିମାକୁ ଆଉ ମାତ୍ର ୬ ଦିନ ବାକି ରହିଛି ।

ଯୋଗ ଦିବସରେ କୃତୀଛାତ୍ରୀ ସମ୍ବର୍ଦ୍ଧିତ

ଯୋଗ ଦିବସରେ କୃତୀଛାତ୍ରୀ ସମ୍ବର୍ଦ୍ଧିତ

ଦେଓଗାଁ,୨୧ା୬(ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ଡିଗ୍ରୀ କଲେଜରେ ଗୁରୁବାର ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ପ୍ରଧାନୀଙ୍କ ସଭାପତିତ୍ୱ ତଥା ଅଧ୍ୟ୍ୟାପିକା ରିଙ୍କି ସେଠଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜର ପୂର୍ବତନ ପରିଚାଳନା ସଭାପତି ବିଜୟ କୁମାର ସାହୁ ଯୋଗଦେଇଥିଲେ।

ଅରୁନ୍ଧତୀ ହିରୋ ଆମେରିକା, ଅଷ୍ଟ୍ରେଲିଆରେ ସମ୍ମାନିତ

ଅରୁନ୍ଧତୀ ହିରୋ ଆମେରିକା, ଅଷ୍ଟ୍ରେଲିଆରେ ସମ୍ମାନିତ

ବଲାଙ୍ଗୀର ଅଫିସ, ୨୧ା୬ ୨୦୧୭-୧୮ ଆର୍ଥିକବର୍ଷରେ ବ୍ୟବସାୟିକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଅରୁନ୍ଧତୀ ହିରୋ ବଲାଙ୍ଗୀର ଓ ଅରୁନ୍ଧତୀ ହିରୋ ଭବାନୀପାଟଣାକୁ ଆମେରିକା ଏବଂ ଅଷ୍ଟ୍ରେଲିଆରେ ସମ୍ମାନିତ କରାଯାଇଛି।

ଡେପୁଟେସନ ଡାକ୍ତରଙ୍କ ବଦଳି, ସ୍ବାସ୍ଥ୍ୟସେବା ବ୍ୟାହତ

ଡେପୁଟେସନ ଡାକ୍ତରଙ୍କ ବଦଳି, ସ୍ବାସ୍ଥ୍ୟସେବା ବ୍ୟାହତ

ଦେଓଗାଁ,୨୧ା୬(ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବନ୍ଧପଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବେ ନାନା ଅବ୍ୟବସ୍ଥା ଦେଇ ଗତି କରୁଛି ା ସ୍ବାସ୍ଥ୍ୟକେନ୍ଦ୍ରରେ ନିୟମିତଭାବେ କାର୍ଯ୍ୟରତ ଡାକ୍ତର ଆଶିଷ କୁମାର ସାହୁଙ୍କୁ ଚଳିତ ମାସ ୪ତାରିଖରେ ବଲାଙ୍ଗୀର ମୁଖ୍ୟାଳୟ ଡାକ୍ତରଖାନାକୁ ଡେପୁଟେସନରେ ବଦଳି କରିଦେବା ଫଳରେ ଏଠାକାର ସ୍ବାସ୍ଥ୍ୟସେବାରେ ବ୍ୟାଘାତ ଦେଖାଦେଇଛି ା ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବନ୍ଧପଡା ପଞ୍ଚାୟତ ସମେତ ସିଂହାମୁଣ୍ଡା, ଧଣ୍ଡାମାଲ, ଲଣ୍ଡାପଥର, ବ୍ରାହ୍ମଣୀଯୋର ଆଦି ପଞ୍ଚାୟତର ଜନସାଧାରଣ ନିର୍ଭର କରନ୍ତି ା

ଗଜପତିଙ୍କ ସ୍ଥାନ ରାଜନୀତିଠୁ ବହୁ ଊର୍ଦ୍ଧ୍ୱରେ

ଭୁବନେଶ୍ୱର,୨୧।୬(ବ୍ୟୁରୋ)- ଶ୍ରୀମନ୍ଦିର ପରିଚାଳନା ନେଇ ସତ୍ୟପାଠ ଦାଖଲ ସମୟରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ପୁରୀ ଗଜପତି ମହାରାଜାଙ୍କୁ କ୍ୟାବିନେଟ୍‌ ପାହ୍ୟା ପ୍ରଦାନ କରାଯିବା ପାଇଁ ଯେଉଁ ପ୍ରସ୍ତାବ ଦିଆଯାଇଛି, ତାହାକୁ ବିରୋଧ କରିଛି ଓଡ଼ିଶା ସଚେତନ ନାଗରିକ ଫୋରମ୍‌।

ରାଜଧାନୀରେ ଚାଞ୍ଚଲ୍ୟ :ଖେଳୁ ଖେଳୁ ୨ ଶିଶୁ ଗାଏବ

ରାଜଧାନୀରେ ଚାଞ୍ଚଲ୍ୟ :ଖେଳୁ ଖେଳୁ ୨ ଶିଶୁ ଗାଏବ

ଚନ୍ଦ୍ରଶେଖରପୁର,(ଡି.ଏନ୍‌.ଏ.)- ସ୍କୁଲ୍‌ ଛୁଟି ଥିଲା। ଖେଳକୁଦରେ ମାତିଥିଲେ ପିଲା। କିଏ ବାଟି ତ ଆଉ କିଏ ଏକାଠି ହୋଇ ବାଲିମାଟିରେ ବିଭିନ୍ନ ଖେଳ ଖେଳୁଥିଲେ। ହଠାତ୍‌ ପିଲାଙ୍କ ମେଳରୁ ଜଣକ ପରେ ଆଉ ଜଣେ ଗାଏବ୍‌ ହୋଇଗଲେ।

ବିଶ୍ୱସ୍ତରରେ ଯୋଗର ମହତ୍ତ୍ବ ବୃଦ୍ଧି ପାଇଛି

ବିଶ୍ୱସ୍ତରରେ ଯୋଗର ମହତ୍ତ୍ବ ବୃଦ୍ଧି ପାଇଛି

ପୁରୀ ଅଫିସ, ୨୧ା୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପୁରୀ ସହରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଯୋଗ ଦିବସ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଯୋଗ ହେଉଛି ଭାରତର ପ୍ରାଚୀନ ପରମ୍ପରା। ଏହା ମାଧ୍ୟମରେ ସୁସ୍ଥ ଶରୀର ଗଠନ ହେବା ସହ ଏକ ସୁନ୍ଦର ସମାଜର ପରିକଳ୍ପନା ମଧ୍ୟ କରାଯାଇପାରିବ। ଆଜି ବିଶ୍ୱବାସୀ ଏହାକୁ ଆପଣାଇ ନେଇଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଏହାର ମହତ୍ତ୍ବ ବୃଦ୍ଧି ପାଇଛି ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା।

ମେଘନାଦ ପାଚେରି ନିକଟରୁ ହଟାଅ ବେଆଇନ ନିର୍ମାଣ

ମେଘନାଦ ପାଚେରି ନିକଟରୁ ହଟାଅ ବେଆଇନ ନିର୍ମାଣ

ବିଧାନସଭା ଷ୍ଟାଣ୍ଡିଂ କମିଟି ଶ୍ରୀମନ୍ଦିର ମରାମତି ଓ ସଂରକ୍ଷଣ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଜଗମୋହନ, ନାଟମଣ୍ଡପ, ଭୋଗମଣ୍ଡପ, ଆନନ୍ଦବଜାର, ସ୍ନାନମଣ୍ଡପ ଏବଂ କୋଇଲି ବୈକୁଣ୍ଠର ସ୍ଥିତି ଓ ସଂରକ୍ଷଣ ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି।

Model This Week

ପ୍ରଭାତ