ରାଜ୍ୟ |

ୟୁନିସେଫ୍‌ ରିପୋର୍ଟ ଇଣ୍ଟରନେଟ୍‌ ବ୍ୟବହାର କରନ୍ତି ଏକତୃତୀୟାଂଶ ଶିଶୁ

ୟୁନିସେଫ୍‌ ରିପୋର୍ଟ ଇଣ୍ଟରନେଟ୍‌ ବ୍ୟବହାର କରନ୍ତି ଏକତୃତୀୟାଂଶ ଶିଶୁ
ଭୁବନେଶ୍ୱର,୧୧।୧୨(ବ୍ୟୁରୋ)- ଇଣ୍ଟରନେଟ୍‌ର ବ୍ୟବହାର ଦିନକୁ ଦିନ ବ୍ୟାପକ ହେଉଥିବାବେଳେ ଏହା ପିଲାଙ୍କଠାରୁ ଆରମ୍ଭକରି ବୟସ୍କଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କର ଜୀବନଶୈଳୀକୁ ପ୍ରଭାବିତ କରୁଛି। ଏପରିକି ବର୍ତ୍ତମାନ ସମୟରେ ଇଣ୍ଟରନେଟ୍‌ ବହୁଳଭାବେ ଶିଶୁମାନଙ୍କ ଦ୍ୱାରା ବ୍ୟବହୃତ ହେଉଛି। ସୋମବାର ୟୁନିସେଫ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ବିଶ୍ୱର ପ୍ରତି ୩ଜଣରୁ ଜଣେ ଶିଶୁ ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି। ପିଲାଙ୍କ ଦ୍ୱାରା ଇଣ୍ଟରନେଟ୍‌ର ଏଭଳି ବହୁଳ ବ୍ୟବହାର ସେମାନଙ୍କ ଜୀବନଶୈଳୀକୁ ଉଭୟ ଭଲ ଏବଂ ଖରାପ ଭାବେ ପ୍ରଭାବିତ କରିଥାଏ। କେବଳ ଏତିକି ନୁହେଁ, ପୃଥିବୀର ସମୁଦାୟ ଜନସଖ୍ୟାର ମୋଟ ୪୮ ଭାଗ ହେଉଛନ୍ତି ଯୁବପିଢୀ। ଏହାର ୭୧ ଭାଗ ଇଣ୍ଟରନେଟ୍‌ ସହ ଜଡିତ ଥାନ୍ତି। ଏସିଆ, ଆଫ୍ରିକା ଏବଂ ପ୍ୟାସିଫିକ୍‌ ରାଷ୍ଟ୍ରରେ ପାଖାପାଖି ୧୦ ଜଣରୁ ୯ଜଣ ଯୁବଗୋଷ୍ଠୀ ଇଣ୍ଟରନେଟ୍‌ ଲାଇଭ୍‌ ବ୍ୟବହାର କରନ୍ତି ନାହିଁ। ସେହିଭଳି ଭାରତରେ ୧ ତୃତୀୟାଂଶ ମହିଳା ଇଣ୍ଟରନେଟ ବ୍ୟବହାର କରିଥାନ୍ତି। ଅର୍ଥାତ୍‌ ପ୍ରତି ୩ଜଣରେ ଜଣେ ମହିଳା ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ଏବଂ ଏହା ବିଷୟରେ ଅବଗତ ଥିବା ରିପୋର୍ଟରୁ ଜଣାପଡିଛି। ତେବେ ସଚେତନତା ଅଭାବ ଏବଂ ଅପବ୍ୟବହାର ଯୋଗୁ ଅଧିକାଂଶ ସମୟରେ ଏହାର କୁପରିଣାମ ଭୋଗ କରିବାକୁ ପଡିଥାଏ। ଏପର୍ଯ୍ୟନ୍ତ ଶିଶୁଙ୍କୁ ଇଣ୍ଟରନେଟ୍‌ର ଖରାପ ପରିଣାମରୁ ରକ୍ଷା କରିବା ପାଇଁ କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ। ସେମାନଙ୍କୁ ଠିକ୍‌ଭାବେ ଇଣ୍ଟରନେଟ୍‌ର ବ୍ୟବହାର ପାଇଁ ମଧ୍ୟ ପଦକ୍ଷେପ ନିଆଯାଇନି। ଯେଉଁଥିପାଇଁ ଶିଶୁଙ୍କ କ୍ଷେତ୍ରରେ ଘଟୁଥିବା ସାଇବର କ୍ରାଇମ୍‌ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏପରିକି ଇଣ୍ଟରନେଟ୍‌ ପ୍ଲାଟଫର୍ମମାନଙ୍କରେ ଉଭୟ ଶିଶୁ ଓ କିଶୋରମାନଙ୍କର ବ୍ୟକ୍ତିଗତ ତଥ୍ୟର ମଧ୍ୟ ଅପବ୍ୟବହାର ହେଉଛି। ଏହାର ସଦୁପଯୋଗ କରା ନ ଯାଇ ଅନ୍‌ଲାଇନରେ ଦୁର୍ବ୍ୟବହାର, ଶୋଷଣ, ଅନୈତିକ ଧନ୍ଦା ତଥା ବିଭିନ୍ନ କୁକାର୍ଯ୍ୟ ଆଦିରେ ନିୟୋଜିତ କରାଯାଉଛି। ଶିଶୁ ଯୌନ ଶୋଷଣ ସମ୍ବନ୍ଧୀୟ ବିଭିନ୍ନ ଆପତ୍ତିଜନକ କଣ୍ଟେଣ୍ଟ କାନାଡା, ଫ୍ରାନ୍ସ, ନେଦରଲ୍ୟାଣ୍ଡ୍‌, ରୁଷିଆ ଏବଂ ଆମେରିକା ଭଳି ଦେଶରେ ଦେଖିବାକୁ ମିଳୁଛି। ସେହିଭଳି ପିଲାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡିଜିଟାଲ ନୀତି ପ୍ରସ୍ତୁତ ହେଉ ନ ଥିବାରୁ ମଧ୍ୟ ଏଭଳି ସମସ୍ୟା ଉପୁଜୁଥିବା ଜଣାପଡିଛି। ଅନ୍ୟପକ୍ଷରେ ବିଶ୍ୱର ୩୪.୬ କୋଟି ଯୁବଗୋଷ୍ଠୀର ୩ଭାଗରୁ ୧ ଭାଗ ଯୁବପିଢି ଡିଜିଟାଲ ଦୁନିଆରୁ ଦୂରେଇ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷରେ ଡିଜିଟାଲ ପ୍ଲାଟଫର୍ମରେ ଥିବା ୫୬ ପ୍ରତିଶତ ୱେବ୍‌ସାଇଟ ଇଂଲିଶ ଭାଷାରେ ରହିଛି। ଯେଉଁଥିପାଇଁ ଏହାକୁ ବୁଝିବା ସମସ୍ତଙ୍କ ପକ୍ଷେ ସମ୍ଭବ ହେଉନାହିଁ। ପ୍ରଥମଥର ପାଇଁ ଶିଶୁମାନଙ୍କ ଇଣ୍ଟରନେଟ୍‌ ବ୍ୟବହାରକୁ ନେଇ ୟୁନିସେଫ୍‌ ପକ୍ଷରୁ ପ୍ରକାଶିତ ହୋଇଥିବା ବାର୍ଷିକ ରିପୋର୍ଟ ‘ଦି ଷ୍ଟେଟ୍‌ ଅଫ୍‌ ଦି ୱାଲର୍‌ଡସ୍‌ ଚିଲଡ୍ରେନ୍‌ ୨୦୧୭: ଚିଲଡ୍ରେନ୍‌ ଇନ୍‌ ଏ ଡିଜିଟାଲ ୱାର୍ଡ’ରେ ସମସ୍ତ ତଥ୍ୟ ଦିଆଯାଇଛି। ଏହି ଉପଲକ୍ଷେ ସୋମବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ପ୍ରଫୁଲ କୁମାର ସାମଲ, ପୋଲିସ୍‌ ଡିଆଇଜି ତଥା ଓଡିଶା ସାଇବର କ୍ରାଇମ୍‌ ସେଲ୍‌ର ମୁଖ୍ୟ ନିଖିଲ କୁମାର କାନୋଡିଆ ଏବଂ ୟୁନିସେଫ୍‌ ମୁଖ୍ୟ ୟୁମି ବେ’ ପ୍ରମୁଖ ରିପୋର୍ଟ ଲୋକାର୍ପଣ କରିବା ସହ ବର୍ତ୍ତମାନ ସମୟରେ ବଢୁଥିବା ସାଇବର କ୍ରାଇମ୍‌ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ଏକ କର୍ମଶାଳାରେ ବିଭିନ୍ନ ସ୍କୁଲ୍‌, କଲେଜରୁ ୪୫ଜଣ ଛାତ୍ରୀଛାତ୍ର ଅଂଶଗ୍ରହଣ କରି ଡିଜିଟାଲ ଦୁନିଆରେ ଥିବା ସୁଯୋଗ ଏବଂ ଏହାର ସମସ୍ୟା ସମ୍ପର୍କରେ କହିଥିଲେ।
All Right Reserved By

ରାଜ୍ୟ |

ମୁମ୍ବାଇ, ଦିଲ୍ଲୀ ପରେ ଚେନ୍ନାଇରେ ମେକ୍‌ ଇନ ଓଡ଼ିଶା କନକ୍ଲେଭ: ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ

ମୁମ୍ବାଇ, ଦିଲ୍ଲୀ ପରେ ଚେନ୍ନାଇରେ ମେକ୍‌ ଇନ ଓଡ଼ିଶା କନକ୍ଲେଭ: ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ମୁମ୍ବାଇ ଓ ଦିଲ୍ଲୀ ପରେ ଏବେ ଚେନ୍ନାଇରେ ମେକ୍‌ ଇନ ଓଡ଼ିଶା କନ୍‌କ୍ଲେଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ଚେନ୍ନାଇରେ ‘ମେକ ଇନ ଓଡ଼ିଶା’ କନକ୍ଲେଭର ଦ୍ୱିତୀୟ ସଂସ୍କରଣ ପରିପ୍ରେକ୍ଷୀରେ ଏକ ରୋଡ ସୋ ଅନୁଷ୍ଠିତ ହୋଇଯାଇଛି । 

ପୋଲିସ-ଆଇନଜୀବୀ ବିବାଦ: ନବୀନ ନୀବାସ ଘେରାଉ ନିଷ୍ପତ୍ତି ଟଳିଲା

ପୋଲିସ-ଆଇନଜୀବୀ ବିବାଦ: ନବୀନ ନୀବାସ ଘେରାଉ ନିଷ୍ପତ୍ତି ଟଳିଲା

କଟକ ଅଫିସ, ୨୬। ୯: କଟକରେ ପୋଲିସ-ଆଇନଜୀବୀ ବିବାଦକୁ ମାସେ ପୂରିବାକୁ ବସିଲାଣି। ହେଲେ ଏଯାଏ ବିବଦର କୌଣସି ସ୍ଥାୟୀ ସମାଧାନ ବାହାରିପାରିଲା ନାହିଁ। ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ।

ଚାରା ମଦ କାରବାରକୁ ନେଇ ତାତିଲେ ମହିଳା, ରାସ୍ତାରେ ଢ଼ାଳିଲେ ମଦ

ଚାରା ମଦ କାରବାରକୁ ନେଇ ତାତିଲେ ମହିଳା, ରାସ୍ତାରେ ଢ଼ାଳିଲେ ମଦ

ସଜନାଗଡ଼,୨୬।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ସନ୍ତାରାଗଡ଼ିଆ ଅଞ୍ଚଳରେ ଦୀର୍ଘଦିନ ଧରି ଚୋରା ମଦ କାରବାର ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ମାତ୍ର ଅବକାରୀ ବିଭାଗର ଏଥିପ୍ରତି ନିଘା ନାହିଁ। ଯାହାକୁ ନେଇ ବିଭିନ୍ନ ସମୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଛି।

୪ ଛାତ୍ରଙ୍କୁ ମାଡ଼ ଘଟଣା: ସ୍କୁଲ ଫାଟକରେ ତାଲା ପକାଇ ବିକ୍ଷୋଭ

୪ ଛାତ୍ରଙ୍କୁ ମାଡ଼ ଘଟଣା: ସ୍କୁଲ ଫାଟକରେ ତାଲା ପକାଇ ବିକ୍ଷୋଭ

ବ୍ରହ୍ମପୁର ଅଫିସ,୨୬।୯: ଗଞ୍ଜାମ ଜିଲା ବ୍ରହ୍ମପୁର ଖଲ୍ଲିକୋଟ କନିଷ୍ଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪ଛାତ୍ରଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ବୁଧବାର ଉତ୍ତେଜନା ଦେଖା ଦେଇଛି। ମାଡ଼ ଖାଇଥିବା ଛାତ୍ରମାନେ ସ୍କୁଲ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। 

ଆସିକାସ୍ଥିତ ବାଲଜି ସୁତାକଳ ପୁନରୁଦ୍ଧାର ଦାବି

ଆସିକାସ୍ଥିତ ବାଲଜି ସୁତାକଳ ପୁନରୁଦ୍ଧାର ଦାବି

ବ୍ରହ୍ମପୁର ଅଫିସ,୨୬।୯: ଗଞ୍ଜାମ ଜିଲା ଆସିକାସ୍ଥିତ ବାଲଜି ସୁତାକଳ ୨୦୧୩ ଫାଇଲିନ ବାତ୍ୟାରେ ଭାଙ୍ଗି ଯାଇଥିଲା। ଏହାର ପୁନରୁଦ୍ଧାର ନେଇ ବହୁବାର ଦାବି ହୋଇଥିଲେ ମଧ୍ୟ ଏଥିପ୍ରତି ରାଜ୍ୟ ସରକାର ଅବହେଳା କରିଛନ୍ତି। 

ଧରିତ୍ରୀ ସରଣ୍ଡା ପ୍ରତିନିଧିଙ୍କ ଅଫିସରେ ପୋଡ଼ାଜଳା

ଧରିତ୍ରୀ ସରଣ୍ଡା ପ୍ରତିନିଧିଙ୍କ ଅଫିସରେ ପୋଡ଼ାଜଳା

ବରଗଡ଼ ଅଫିସ୍‌,୨୬।୯: ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ସରଣ୍ଡାର ଧରିତ୍ରୀ ପ୍ରତିନିଧି ଯୁଧିଷ୍ଠିର ମହାପାତ୍ରଙ୍କ ଅଫିସରେ କେହି ଦୁର୍ବୃତ୍ତ ପୋଡ଼ାଜଳା କରିଛନ୍ତି । ଏହି ଘଟଣାରେ ମହାପାତ୍ରଙ୍କ ବାଇକ୍‌ ସମେତ ଅଫିସରେ ଥିବା କମ୍ପ୍ୟୁଟର ଓ ୨ଟି ପ୍ରିଣ୍ଟର ପୋଡ଼ି ନଷ୍ଟ ହୋଇଛି । ଏ ନେଇ ସେ ଅତାବିରା ଥାନାରେ ମଙ୍ଗଳବାର ରାତିରେ ଏତଲା ଦେଇଛନ୍ତି । ଏତଲା ପାଇବା ପରେ ପୋଲିସ ଏହାର ଅନୁସନ୍ଧାନ ଆରମ୍ଭ କରିଛି ।  ୧୫ତାରିଖରୁ ମହାପାତ୍ର ସପରିବାର ତୀର୍ଥଯାତ୍ରାରେ  ବାହାରକୁ ଯାଇଥିଲେ । ସେ ସୋମବାର ଫେରି ସପରିବାର ଅତାବିରାର ତାଙ୍କ ବଡ଼ ଭଉଣୀଙ୍କ ଘରେ ରହିଥିଲେ । ମଙ୍ଗଳବାର ରାତି ପ୍ରାୟ ୯ଟାରେ ସେ ସରଣ୍ଡାସ୍ଥିତ ନିଜ ଘରକୁ ଫେରି ଅଫିସକୁ ଆସିଥିଲେ ।

ବାଲିପୋଖରୀ ବଜାରରେ ଯୁବକଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତଙ୍କ ଗିରଫ ଦାବିରେ ଆଗରପଡ଼ା ଥାନା ସମ୍ମୁଖରେ ଧାରଣା

ବାଲିପୋଖରୀ ବଜାରରେ ଯୁବକଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତଙ୍କ ଗିରଫ ଦାବିରେ ଆଗରପଡ଼ା ଥାନା ସମ୍ମୁଖରେ ଧାରଣା

ବନ୍ତ,୨୬।୯(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ବାଲିପୋଖରୀ ବଜାରରେ ଗତ ଅଗଷ୍ଟ ୩୧ ତାରିଖ ରାତିରେ ମୁରଲୀ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏଯାବତ୍‌ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ନାହିଁ। ଏହାକୁ ବିରୋଧ କରି ବୁଧବାର ଛାତ୍ର ଯୁବ ସଂଘର୍ଷ ସମିତି ପକ୍ଷରୁ ଆଗରପଡ଼ା ଥାନା ସମ୍ମୁଖରେ ଧାରଣା ଦିଆଯାଇଛି। ଖୁବ୍‌ଶିଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। 

ଚାଷୀଙ୍କୁ ଘାରିଲା ଚକଡ଼ା ଭୟ

ଚାଷୀଙ୍କୁ ଘାରିଲା ଚକଡ଼ା ଭୟ

ବରଗଡ଼ ଅଫିସ୍‌,୨୬।୯ (ପ୍ରେମାନନ୍ଦ ଖମାରୀ)-ଖରିଫ ଧାନ ବର୍ତ୍ତମାନ ଗର୍ଭଣୀ ଅବସ୍ଥାରେ ରହିଛି । ଆଉ କିଛିଦିନ ପରେ ତାହା ଅମଳକ୍ଷମ ହେବ । ଚାଷୀ ଧାନ ଅମଳ କରି କିଛି ରୋଜଗାର କରିବ ବୋଲି ଆଶା ରଖିଛି । ମାତ୍ର ଗତ କିଛିଦିନ ହେଲା ପାଗ ପରିବର୍ତ୍ତନ ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି ।

ପ୍ଲାଷ୍ଟିକ ମୁକ୍ତ ଅଭିଯାନରେ ମହୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର  ସାମିଲ

ପ୍ଲାଷ୍ଟିକ ମୁକ୍ତ ଅଭିଯାନରେ ମହୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ସାମିଲ

ଆଳି,୨୬।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅନ୍ତର୍ଗତ ମହୁ ଗ୍ରାମର ମହୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରଛାତ୍ରୀମାନେ ବୁଧବାର ପୂର୍ବାହ୍ନରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନରେ ସାମିଲ ହୋଇଛନ୍ତି। 

ଆଶାକର୍ମୀଙ୍କ ଗାଲକୁ ଚାପୁଡା କସିଦେଲେ ନର୍ସ , ସିଡିଏମ୍‌ଓଙ୍କୁ ଅଭିଯୋଗ

ଆଶାକର୍ମୀଙ୍କ ଗାଲକୁ ଚାପୁଡା କସିଦେଲେ ନର୍ସ , ସିଡିଏମ୍‌ଓଙ୍କୁ ଅଭିଯୋଗ

ବଲାଙ୍ଗୀର ଅଫିସ,୨୬।୯- କର୍ତ୍ତବ୍ୟରତ ଜଣେ ଆଶାକର୍ମୀଙ୍କୁ ହସ୍ପିଟାଲ ଭିତରେ ଜଣେ ନର୍ସ ଚାପୁଡ଼ା ମାରି ଗାଳିଗୁଲଜ କରିବା ଘଟଣାକୁ ନେଇ ଆଶାକର୍ମୀମାନେ ସିଡିଏମ୍‌ଓଙ୍କୁ ଭେଟି ଅଭିଯୋଗ କରିବା ସହ ସମ୍ପୃକ୍ତ ନର୍ସଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତୁରନ୍ତକାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଶାକର୍ମୀମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। 

ପରୀକ୍ଷା ଫଳରେ ତ୍ରୁଟି ନେଇ ବିକ୍ଷୋଭ

ପରୀକ୍ଷା ଫଳରେ ତ୍ରୁଟି ନେଇ ବିକ୍ଷୋଭ

ବ୍ରହ୍ମପୁର ଅଫିସ,୨୬।୯: ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନେ ତୃତୀୟ ସେମିଷ୍ଟର ପରୀକ୍ଷାର ଉତ୍ତର ଖାତା ଦେଖାରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଥିଲା। 

୨୮ରେ ଗଞ୍ଜାମର ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ

୨୮ରେ ଗଞ୍ଜାମର ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ

ବ୍ରହ୍ମପୁର ଅଫିସ,୨୬।୯: ଭାରତୀୟ ଖୁଚୁରା ବ୍ୟବସାୟରେ ବିଦେଶୀ ପୁଞ୍ଜି ବିନିଯୋଗକୁ ଦେଶର ବ୍ୟବସାୟୀମାନେ ବିରୋଧ କରୁଛନ୍ତି। କନ୍‌ଫିଡେରେଶନ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି) ଆହ୍ବାନରେ ଆସନ୍ତା ୨୮ତାରିଖରେ ସାରା ଦେଶରେ ବ୍ୟବସାୟୀକ ପ୍ରତିଷ୍ଠାନଗୁଡିକ ବନ୍ଦ ରହିବ।