Dharitri News
ରାଜ୍ୟ |

ସଂସଦ ଅଧିବେଶନରେ ଯୋଗଦେବା ପାଇଁ ହାଁସଦାଙ୍କୁ ଅନୁମତି

ସଂସଦ ଅଧିବେଶନରେ ଯୋଗଦେବା ପାଇଁ ହାଁସଦାଙ୍କୁ ଅନୁମତି ଭୁବନେଶ୍ୱର,୧୧। ୧୨(ବ୍ୟୁରୋ)-ନବଦିଗନ୍ତ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ମୟୂରଭଞ୍ଜ ଏମ୍‌ପି ରାମଚନ୍ଦ୍ର ହାଁସଦାଙ୍କୁ ସଂସଦର ଆଗାମୀ ଅଧିବେଶନରେ ଯୋଗଦେବା ପାଇଁ ମିଳିଛି ଅନୁମତି। ସୋମବାର ସିବିଆଇର ସ୍ପେଶାଲ ସିଜେଏମ୍‌ କୋର୍ଟ ତାଙ୍କୁ ୫ ଦିନ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଆସନ୍ତା ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସେ ସଂସଦର ଅଧିବେଶନରେ ଯୋଗଦେବେ। ସୂଚନାଯୋଗ୍ୟ, ଚିଟ୍‌ଫଣ୍ଡ ସଂସ୍ଥା ନବଦିଗନ୍ତ କ୍ୟାପିଟାଲ ସର୍ଭିସେସ୍‌ ଲିମିଟେଡ୍‌ ସହ ସମ୍ପୃକ୍ତି ଅଭିଯୋଗରେ ୨୦୧୪ ନଭେମ୍ବର ୪ରେ ହାଁସଦା ସିବିଆଇ ଦ୍ୱାରା ଗିରଫ ହୋଇଥିଲେ। ସେ ଏବେ ଝାରପଡ଼ା ଜେଲ୍‌ରେ ଅଛନ୍ତି।

ରାଜ୍ୟ |

ମହାନଦୀ ପ୍ରସଙ୍ଗରେ ବସିବ ଗୃହ କମିଟି ବୈଠକ

ମହାନଦୀ ପ୍ରସଙ୍ଗରେ ବସିବ ଗୃହ କମିଟି ବୈଠକ

ଭୁବନେଶ୍ୱର, ୧୭।୧(ବ୍ୟୁରୋ)- ମହାନଦୀ ପ୍ରସଙ୍ଗରେ ଆଗାମୀ କାର୍ଯ୍ୟପନ୍ଥା କ’ଣ ହେବ ସେ ନେଇ ଗୃହ କମିଟି ବୈଠକରେ ସ୍ଥିର କରାଯିବ। ଏ ନେଇ ସୂଚନା ଦେଇଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ଅମର ଶତପଥୀ।

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: ୬,୫୦୦ କୋଟି ଅନୁଦାନ ଦେବାକୁ ଦାବି

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: ୬,୫୦୦ କୋଟି ଅନୁଦାନ ଦେବାକୁ ଦାବି

ଭୁବନେଶ୍ୱର,୧୭।୧(ବ୍ୟୁରୋ): ଆଗାମୀ ସାଧାରଣ ବଜେଟରେ ଓଡିଶାକୁ ରେଳବାଇ ଅନୁଦାନ ଦାବି କରି ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟକୁ ୬ ହଜାର ୫ଶହ କୋଟିର ରେଳବାଇ ଅନୁଦାନ ଦେବାକୁ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି।

ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୂଳପତି

ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୂଳପତି

ଭୁବନେଶ୍ୱର ୧୭।୧(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୂଳପତି ଭାବେ ନିଯୁକ୍ତ ହୋଇଛନ୍ତି ପ୍ରଫେସର ଦୀପକ କୁମାର ବେହେରା। ବୁଧବାର ଗଭର୍ଣ୍ଣର ଡ. ଏସ୍‌. ସି ଜମିର ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି।

୨୬ରୁ ଧାରଣାରେ ବସିବ ଶକ୍ତି  ବିଭାଗ କର୍ମଚାରୀସଂଘ

୨୬ରୁ ଧାରଣାରେ ବସିବ ଶକ୍ତି ବିଭାଗ କର୍ମଚାରୀସଂଘ

ଭୁବନେଶ୍ୱର,୧୭।୧(ବ୍ୟୁରୋ)- ଆସନ୍ତା ଫେବୃୟାରୀ ୨୬ ତାରିଖରୁ ଓଡ଼ିଶା ଶକ୍ତି ବିଭାଗ କର୍ମଚାରୀ ସଂଘ କ୍ରମାଗତଭାବେ ଧାରଣା ଓ ଅନଶନରେ ବସିବ। ଏନେଇ ସଂଘର ସଭାପତି ଧୋବେଇ ସାହୁ ମଙ୍ଗଳବାର ସୂଚନା ଦେଇଛନ୍ତି।

ବିଡିଓ, ତହସିଲଦାର  ସ୍ତରରେ ଅଦଳବଦଳ

ବିଡିଓ, ତହସିଲଦାର ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧୭।୧(ବ୍ୟୁରୋ)- ସାରା ରାଜ୍ୟର ୬୦ଟି ବ୍ଲକ୍‌ ପାଇଁ ବ୍ଲକ୍‌ ଉନ୍ନୟନ ଅଧିକାରୀ(ବିଡିଓ)ଙ୍କୁ ଅଦଳବଦଳ କରାଯାଇଛି। ମଙ୍ଗଳବାର ଏନେଇ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ: ଇନ୍‌ପୁଟ୍‌  ସବ୍‌ସିଡି ପ୍ରଦାନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କର

ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ: ଇନ୍‌ପୁଟ୍‌ ସବ୍‌ସିଡି ପ୍ରଦାନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କର

ଭୁବନେଶ୍ୱର,୧୭।୧(ବ୍ୟୁରୋ): ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନ୍ତର୍ଗତ ଗଠିତ ରାଜ୍ୟ କାର୍ଯ୍ୟକାରିଣୀ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି।

ଶେଷହେବ ଯାତ୍ରାର ଯାତ୍ରା

ଶେଷହେବ ଯାତ୍ରାର ଯାତ୍ରା

ଭୁବନେଶ୍ୱର,୧୭।୧(ବ୍ୟୁରୋ): ଆଗାମୀ ଅଗଷ୍ଟ ମାସରୁ ବନ୍ଦ ହେବକୁ ଯାଉଛି ସମସ୍ତ ଯାତ୍ରାପାର୍ଟି। ଏ ନେଇ ଯାତ୍ରା ମାଲିକ ସଂଘ ପକ୍ଷରୁ ବୁଧବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।

ରଥ କାଠ ପାଇଁ ବୌଦ୍ଧ ଗଲେ ୫ ଜଣିଆ ଟିମ୍‌

ରଥ କାଠ ପାଇଁ ବୌଦ୍ଧ ଗଲେ ୫ ଜଣିଆ ଟିମ୍‌

ପୁରୀ ଅଫିସ, ୧୭।୧: ପ୍ରଥମ ଥର ପାଇଁ ବୌଦ୍ଧ ବନମଣ୍ଡଳରୁ ଆସିବ ରଥ କାଠ। ଏଥିଲାଗି ବୁଧବାର ଶ୍ରୀମନ୍ଦିର ପ୍ରଶାସନର ଏକ ୫ ଜଣିଆ ଟିମ୍‌ ବୌଦ୍ଧ ଯାତ୍ରା କରିଛନ୍ତି।

ବମ୍ବେ ସିଏସ୍‌ଟିରୁ ହଟିଲା ବିକୃତ ପୋଷ୍ଟର

ବମ୍ବେ ସିଏସ୍‌ଟିରୁ ହଟିଲା ବିକୃତ ପୋଷ୍ଟର

ପୁରୀ ଅଫିସ, ୧୭।୧: ବମ୍ବେର ଛତ୍ରପତି ଶିବାଜୀ ଟର୍ମିନସ ଷ୍ଟେଶନରେ ଲଗାଯାଇଥିଲା ବିକୃତ ପୋଷ୍ଟରକୁ ବୁଧବାର ଆଇଆରସିଟିସି ପକ୍ଷରୁ ହଟାଇ ଦିଆଯାଇଛି।

ଶ୍ରୀଜଗନ୍ନାଥ ମନ୍ଦିରର ବିକୃତ ପୋଷ୍ଟରକୁ ନେଇ ବିକ୍ଷୋଭ

ଶ୍ରୀଜଗନ୍ନାଥ ମନ୍ଦିରର ବିକୃତ ପୋଷ୍ଟରକୁ ନେଇ ବିକ୍ଷୋଭ

ପୁରୀ ଅଫିସ, ୧୭।୧: ଭାରତୀୟ ରେଳବିଭାଗ ପକ୍ଷରୁ ଭାରତ ଦର୍ଶନ ପତ୍ରିକାରେ ଏକ ଇସ୍କନ ମନ୍ଦିରକୁ ଶ୍ରୀଜଗନ୍ନାଥ ମନ୍ଦିର ଭାବେ ଚିହ୍ନଟ କରାଯାଇଥିବା ପ୍ରତିବାଦରେ ବୁଧବାର ଶ୍ରୀଜଗନ୍ନାଥ ସେବା ପକ୍ଷରୁ ଆଇଆରସିଟିସି ବିରୋଧରେ ପୁରୀ ରେଳ ଷ୍ଟେସନଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।

ନିମ୍ବ ଗଛରୁ ବାହାରୁଛି କ୍ଷୀର: ଚାଲିଛି ପୂଜାର୍ଚ୍ଚନା

ନିମ୍ବ ଗଛରୁ ବାହାରୁଛି କ୍ଷୀର: ଚାଲିଛି ପୂଜାର୍ଚ୍ଚନା

ମହାକାଳପଡ଼ା, ୧୭।୧(ଡି.ଏନ୍‌.ଏ.): ମହାକାଳପଡ଼ା ବ୍ଲକ ଅଧୀନ ଲୁଣିମାଠିଆ ଆଦିବାସୀ ପଡ଼ା ଗ୍ରାମର ସୁକୁଲ ମାଝିଙ୍କ ବାଡ଼ିରେ ଥିବା ଏକ ନିମ୍ବ ଗଛରୁ କ୍ଷୀର ବାହାରୁଛି।

କଲେଜ କ୍ଲାସ ରୁମ୍‌ରେ ଛାତ୍ରୀଙ୍କୁ ଗଣବଳାତ୍କାର

କଲେଜ କ୍ଲାସ ରୁମ୍‌ରେ ଛାତ୍ରୀଙ୍କୁ ଗଣବଳାତ୍କାର

ଖୁଣ୍ଟୁଣୀ,୧୬।୧(ଡି.ଏନ୍‌.ଏ.)- କଟକ ଜିଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଏକ କଲେଜରେ ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। କଲେଜରେ ଉତ୍ସବ ପାଳନ କରାଯାଉଥିବାବେଳେ ଜଣେ ଛାତ୍ର ଓ ଅନ୍ୟଜଣେ ଅଣଛାତ୍ର ଘଟାଇଛନ୍ତି ଏହି ଅମାନୁଷିକ କାଣ୍ଡ।