ରାଜ୍ୟ |

ମହାନଦୀ ପ୍ରସଙ୍ଗରେ ଗୃହ ମୁଲତବୀ

ମହାନଦୀ ପ୍ରସଙ୍ଗରେ ଗୃହ ମୁଲତବୀ
ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ମହାନଦୀ ପ୍ରସଙ୍ଗକୁ ନେଇ ସୋମବାର ଶାସକ ବିଜେଡି ପୁଣି ଗୃହରେ ହଟ୍ଟଗୋଳ କରିଛି। ଓଡିଶା ପ୍ରତି ଛତିଶଗଡ଼ ଓ କେନ୍ଦ୍ର ସରକାରଙ୍କ ଅବିଚାର ବିରୋଧରେ ବିଜେଡି ନାରାବାଜି କରିବା ସହ ଗୃହରେ ହଙ୍ଗାମା କରିବାରୁ ବାଚସ୍ପତି ପ୍ରଦୀପ କୁମାର ଅମାତ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ପ୍ରଶ୍ନକାଳ ସୁରୁଖୁରୁରେ ଚାଲିବାପରେ ଶୂନ୍ୟକାଳ ଆରମ୍ଭ ହୋଇଥିଲା। ଏଥିରେ ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା ଛତିଶଗଡ଼ର ଚଞ୍ଚକତା ତଥା କେନ୍ଦ୍ର ସରକାରଙ୍କ ଏକତରଫା ନିଷ୍ପତ୍ତିକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ଏହାପରେ ବିଜେଡି ବିଧାୟକମାନେ ନିଜନିଜ ଆସନରେ ଛିଡ଼ାହୋଇ ହଟ୍ଟଗୋଳ ଆରମ୍ଭ କରିଥିଲେ। ଅପରପକ୍ଷରେ ଭାଜପା ବିଧାୟକମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଥିଲା। ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବାଚସ୍ପତି ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ହଟ୍ଟଗୋଳ ଜାରି ରହିଥିଲା। ଫଳରେ ବାଚସ୍ପତି ଗୃହକୁ ପୂର୍ବାହ୍ନ ୧୧ଟା ୩୭ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି।
All Right Reserved By

ରାଜ୍ୟ |

ତିତ୍‌ଲି କ୍ଷୟକ୍ଷତି ୨,୭୬୫ କୋଟି, ୬୦ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ତିତ୍‌ଲି କ୍ଷୟକ୍ଷତି ୨,୭୬୫ କୋଟି, ୬୦ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ)- ସାମୁଦ୍ରିକ ଝଡ଼ ‘ତିତ୍‌ଲି’ ଓ ତା’ର ପରବର୍ତ୍ତୀ ବର୍ଷା ଫଳରେ ରାଜ୍ୟର ଗଞ୍ଜାମ, ଗଜପତି, ରାୟଗଡ଼ା ଆଦି ଜିଲା ବିଶେଷଭାବେ ପ୍ରଭାବିତ ହୋଇଛି। ସରକାରୀସ୍ତରରେ କ୍ଷୟକ୍ଷତି ଆକଳନ କରାଯାଉଥିବା ବେଳେ ଏହାର ପରିମାଣ ବୃଦ୍ଧି ପାଉଛି। ଗୁରୁବାର ସୁଦ୍ଧା ଦିଆଯାଇଥିବା ରିପୋର୍ଟ ଅନୁଯାୟୀ କ୍ଷୟକ୍ଷତି ପରିମାଣ ୨,୭୬୫ କୋଟିରେ ପହଞ୍ଚିଥିବା ଏସ୍‌ଆର୍‌ସି ସୂଚନା ଦେଇଛନ୍ତି।

ଚିକିତ୍ସା ଅବହେଳାରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ହସ୍ପିଟାଲ ପରିସରରେ ଉତ୍ତେଜନା

ଚିକିତ୍ସା ଅବହେଳାରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ହସ୍ପିଟାଲ ପରିସରରେ ଉତ୍ତେଜନା

କଟକ ଅଫିସ,୧୮।୧୦: କଟକ ବଜ୍ରକବାଟି ରୋଡ୍‌ରେ ଥିବା ଏକ ଘରୋଇ ହସ୍ପିଟାଲରେ ଗୁରୁବାର ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସା ଅବହେଳାରେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ସମ୍ପର୍କୀୟମାନେ ଡାକ୍ତରଖାନା ପରିସରରେ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। 

ଦଶଭୂଜାଙ୍କ ମହାନବମୀ, ଚାରିଆଡେ ଆଧ୍ୟାତ୍ମିକ ପରିବେଶ

ଦଶଭୂଜାଙ୍କ ମହାନବମୀ, ଚାରିଆଡେ ଆଧ୍ୟାତ୍ମିକ ପରିବେଶ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ)- ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କର ଆଜି ମହାନବମୀ ପୂଜା। ରାଜ୍ୟର ବିଭିନ୍ନ ପୂଜାମଣ୍ଡପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଦଶଭୂଜାଙ୍କ ପୂଜାର୍ଚ୍ଚନା କରାଯାଉଛି। ମା’ଙ୍କ ଆଗମନକୁ ନେଇ ଚାରିଆଡେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। 

ମନ କିଣୁଛି ତୋରଣ

ମନ କିଣୁଛି ତୋରଣ

ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ। ଆଖି ଝଲସେଇଦେଲା ଭଳି ସୁଉଚ୍ଚ ତୋରଣ ପାଖରେ ଅଟକିଯାଉଛି ଆଖି। ସୁନା, ଚାନ୍ଦି ଅଳଙ୍କାରରେ ସଜେଇ ହୋଇ ଧରାବତରଣ କରିଛନ୍ତି ମା’ ଦୁର୍ଗତିନାଶିନୀ।

ବିଜୟା ଦଶମୀରେ ମହାପ୍ରଭୁଙ୍କ ସୁନାବେଶ

ବିଜୟା ଦଶମୀରେ ମହାପ୍ରଭୁଙ୍କ ସୁନାବେଶ

ପୁରୀ ଅଫିସ,୧୮।୧୦:ବିଜୟା ଦଶମୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମ ଓ କୃଷ୍ଣ ବୀରବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଏହିଦିନ ରତ୍ନସିଂହାସନରେ ଠାକୁରମାନଙ୍କ ସୁନାବେଶ ଅନୁଷ୍ଠିତ ହେବ।

ଓଡ଼ିଶା ଦ୍ୱିତୀୟ ଡେଙ୍ଗୁ ପ୍ରବଣ ରାଜ୍ୟ

ଓଡ଼ିଶା ଦ୍ୱିତୀୟ ଡେଙ୍ଗୁ ପ୍ରବଣ ରାଜ୍ୟ

କଟକ ଅଫିସ, ୧୮।୧୦: ଦେଶରେ ଏବେ ଡେଙ୍ଗୁ ମାଡ଼ି ଚାଲିଛି। ଡେଙ୍ଗୁ ପ୍ରବଣ ରାଜ୍ୟ ମଧ୍ୟରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ମୋଟ ୩୮୮୩ ଜଣ ରୋଗୀ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି, ଅର୍ଥାତ୍‌ ୨୦୧୮ରେ ଦେଶର ଦ୍ୱିତୀୟ ସର୍ବାଧିକ ଡେଙ୍ଗୁ ରୋଗୀ ଓଡ଼ିଶାରୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ଜାତୀୟ ଭେକ୍ଟର ବର୍ଣ୍ଣ ଡିଜିଜ୍‌ କଣ୍ଟ୍ରୋଲ ପ୍ରୋଗ୍ରାମ ପକ୍ଷରୁ ସେପ୍ଟେମ୍ବର ୩୦ ସୁଦ୍ଧା ପ୍ରସ୍ତୁତ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି। 

ଆଜି ସରିବ ନବରାତ୍ରି: ଚଳଚଞ୍ଚଳ ପୂଜାମଣ୍ଡପ

ଆଜି ସରିବ ନବରାତ୍ରି: ଚଳଚଞ୍ଚଳ ପୂଜାମଣ୍ଡପ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ)- ମା’ଙ୍କୁ ଚକ୍ଷୁଦାନ, ଜୀବନ୍ୟାସ ଏବଂ ପ୍ରାଣ ପ୍ରତିଷ୍ଠା ନୀତି ପରେ ବୁଧବାର ପୂଜାମଣ୍ଡପଗୁଡ଼ିକରେ ମହାଷ୍ଟମୀ ତଥା ଦୁର୍ଗାଷ୍ଟମୀ ପୂଜା ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ମା’ ଦୁର୍ଗତିନାଶିନୀଙ୍କ ଆରାଧନା ସମଗ୍ର ସହରରେ ଏକପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଥିବା ବେଳେ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସବୁଆଡ଼େ ଗହଳି ଚହଳି ଲାଗିରହୁଛି। ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍‌ରେ ଛିଡ଼ା ହୋଇ ଭକ୍ତମାନେ ମା’ଙ୍କ ଦର୍ଶନ କରୁଛନ୍ତି। ଏଥିପାଇଁ ମଣ୍ଡପଗୁଡ଼ିକରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ପୂଜାରେ ଜମୁଛି ମେଲୋଡି, ଭଜନ ସନ୍ଧ୍ୟା: ଆକୃଷ୍ଟ କରୁଛି ରାମଲୀଳା

ପୂଜାରେ ଜମୁଛି ମେଲୋଡି, ଭଜନ ସନ୍ଧ୍ୟା: ଆକୃଷ୍ଟ କରୁଛି ରାମଲୀଳା

ଭୁବନେଶ୍ୱର,୧୮।୧୦(ବ୍ୟୁରୋ)-ମା’ଙ୍କ ଆରାଧନା ଲାଗି ସହର ଉତ୍ସବମୁଖର ହୋଇପଡ଼ିଥିବା ବେଳେ ସନ୍ଧ୍ୟାର ଆକର୍ଷଣ ସାଜୁଛି ସାଂସ୍କୃତିକ କାର୍ଯ୍ୟକ୍ରମ। ରାଜଧାନୀରେ ଥିବା ବିଭିନ୍ନ ପୂଜାମଣ୍ଡପରେ ସନ୍ଧ୍ୟା ହେବା କ୍ଷଣି ଆରମ୍ଭ ହୋଇଯାଉଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। 

ରାଜ୍ୟପାଳ ଦେଖିବେ କଟକ ଦଶହରା

ରାଜ୍ୟପାଳ ଦେଖିବେ କଟକ ଦଶହରା

କଟକ ଅଫିସ,୧୮।୧୦ - ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଗୁରୁବାର ମହାନବମୀରେ କଟକ ଗସ୍ତ କରି ଦଶହରା ପୂଜା ଦେଖିବେ। ବିଭିନ୍ନ ପୂଜା ମଣ୍ଡପକୁ ଯାଇ ମା’ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ। 

ପୂଜା ବୁଲିଲେ ଜିଲାପାଳ, ଅଭିନେତା

ପୂଜା ବୁଲିଲେ ଜିଲାପାଳ, ଅଭିନେତା

କଟକ ଅଫିସ,୧୮।୧୦ - ପୂଜା କାହା ପାଇଁ ଖୁସି ଆଣିଛି ତ ଆଉ କାହା ପାଇଁ ଦାୟିତ୍ୱ ବଢ଼ାଇ ଦେଇଛି। ତେବେ ଏହା ଭିତରେ ସମସ୍ତେ ମା’ ଦୁର୍ଗାଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ କାମନା କରୁଛନ୍ତି। 

ମିଳିଛି ମୌକା, ପୂଜା ମଣ୍ଡପ ବୁଲିବେ ନେତା

ମିଳିଛି ମୌକା, ପୂଜା ମଣ୍ଡପ ବୁଲିବେ ନେତା

କଟକ ଅଫିସ,୧୮।୧୦ - ଆଗକୁ ଅଛି ସାଧାରଣ ନିର୍ବାଚନ। ଏହାକୁ ନେଇ ଢ଼େର୍‌ ପୂର୍ବରୁ ରାଜ୍ୟ ରାଜନୀତି ସରଗରମ ରହିଛି। ଦଳ ବଦଳ, ବିଦ୍ରୋହୀଙ୍କ ଗର୍ଜନ ଓ ମିଶ୍ରଣ ଭିତରେ ରାଜନୈତିକ ଦଳଗୁଡିକ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। 

ମିଠାରେ ବିଷ

ମିଠାରେ ବିଷ

କଟକ ଅଫିସ,୧୮।୧୦ - ପୂଜା ପାଇଁ ଏବେ ବଜାରର ବିଭିନ୍ନ ମିଠା ଦୋକାନଠାରୁ ଆରମ୍ଭ କରି ଟିଫିନ୍‌ ସେଣ୍ଟରରେ ଭଳିକି ଭଳି ମିଠା ମିଳୁଛି। ଶୋ’ କେସ୍‌ରେ ଚକ୍‌ ଚକ୍‌ ଦିଶୁଥିବା ଓ ପାଟିକୁ ସୁସ୍ବାଦୁ କରୁଥିବା ଏହି ମିଠା ଯେ ଶରୀର ପାଇଁ କ୍ଷତିକାରକ ତାହା ହୁଏତ କେହି ଜାଣି ନ ଥିବେ। କ୍ଷୀର, ଛେନା, ଖୁଆ ସହ ବିଭିନ୍ନ ପୁଷ୍ଟିକର ସାମଗ୍ରୀରେ ତିଆରି ହେଉଥିବା ଏହି ମିଠାରେ ମିଶାଯାଉଛି ବିଷ। ମିଠାକୁ ଅଧିକ ଆକର୍ଷଣୀୟ କରିବା ସହ ତାଜା ରଖିବା ପାଇଁ ହାନିକାରକ କେମିକାଲ ବ୍ୟବହାର କରାଯାଉଛି। ପ୍ରତିଦିନ ଲୋକେ ଏହାକୁ ଖାଇ ଅଜାଣରେ ରୋଗ କିଣୁଛନ୍ତି।