
ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ମହାନଦୀ ଟ୍ରିବ୍ୟୁନାଲ ମାମଲାରେ ଶୁଣାଣି ଆରମ୍ଭ ହୋଇଥିବାବେଳେ ସୋମବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ସୁପ୍ରିମକୋର୍ଟ କେନ୍ଦ୍ରକୁ ରିପୋର୍ଟ ତଲବ କରିଛନ୍ତି। ମାମଲାର ପରବର୍ତ୍ତି ଶୁଣାଣି ଜାନୁଆରୀ ତୃତୀୟ ସପ୍ତାହରେ ହେବ ବୋଲି ସୁପ୍ରିମକୋର୍ଟ ଧାର୍ଯ୍ୟ କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ସତ୍ୟପାଠରେ କେନ୍ଦ୍ର ସରକାର ପ୍ରସ୍ତାବିତ ଏକକ ଟ୍ରିବ୍ୟୁନାଲ ନେଇ ଯୁକ୍ତି ବାଢ଼ିବାସହ ମହାନଦୀ ଟ୍ରିବ୍ୟୁନାଲର ଆବଶ୍ୟକତା ନାହିଁ ବୋଲି ଦର୍ଶାଇଥିଲେ।