Dharitri News
ରାଜ୍ୟ |

ଆତ୍ମସମୀକ୍ଷାର ବେଳ ଆସିଛି

ଆତ୍ମସମୀକ୍ଷାର ବେଳ ଆସିଛି ଭୁବନେଶ୍ୱର, ୧୦।୧୨(ବ୍ୟୁରୋ)- କେନ୍ଦ୍ର ସରକାର ସ୍ବଚ୍ଛ ଭାରତ ଅଭିଯାନ ପାଇଁ ଜନସାଧାରଣଙ୍କଠାରୁ ସ୍ବଚ୍ଛ ଭାରତ ସେସ୍‌ ନେଉଛନ୍ତି। ଅଭିଯାନ ଆରମ୍ଭ ହେବାର ମାତ୍ର ୨ମାସ ପରେ ଆମକୁ ସେସ୍‌ ବୋଝ ବୋହିବାକୁ ପଡୁଛି। ହେଲେ ଏହାପରେ ବି ଦେଶ ସ୍ବଚ୍ଛ ହୋଇପାରୁନି। କାରଣ ଦେଶକୁ ସଫା ରଖିବା ଦାୟିତ୍ୱ ସରକାରଙ୍କର ନୁହେଁ, ଏହା ଆମମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। ସରକାରଙ୍କୁ ଟିକସ ନ ଦେଇ ଯଦି ଆମେ ନିଜ ରାସ୍ତାଘାଟ ନିଜେ ସଫା କରିବା ଓ ସଚେତନ ହେବା ତା’ହେଲେ ଏକ ନୂଆ ଭାରତ ସୃଷ୍ଟିହେବ। ବିଦେଶରେ ଯେଉଁ ଭାରତୀୟ ଫାଇନ୍‌କୁ ଡରି ଚକୋଲେଟ୍‌ ଖାଇ ଜରିକୁ ପକେଟ୍‌ରେ ରଖୁଛି, ସେହି ଭାରତୀୟ ଦିଲ୍ଲୀକୁ ଆସିବା ପରେ ରାସ୍ତା ଉପରେ ଆବର୍ଜନା ପକାଉଛି। ତେଣୁ ପ୍ରଥମେ ଆମ ମାନସିକତା ପରିବର୍ତ୍ତନ କରିବାକୁ ପଡିବ। ସବୁଥିରେ ଟିକସ ଦେଇ ସରକାରଙ୍କ ଉପରେ ଦାୟିତ୍ୱ ଛାଡିବା ପରିବର୍ତ୍ତେ ନିଜ ମାନସିକତାରେ ପରିବର୍ତ୍ତନ କରିବାକୁ ପଡିବ ବୋଲି ଢେଙ୍କାନାଳ ଏମ୍‌ପି ତଥା ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ସମ୍ପାଦକ ତଥାଗତ ସତପଥୀ କହିଛନ୍ତି। ହେରିଟେଜ୍‌ ଭିଜନ ସୋସିଆଲ ଫାଉଣ୍ଡେଶନ ପକ୍ଷରୁ ରବିବାର ପ୍ରେସ୍‌ କ୍ଲବ ଅଫ୍‌ ଓଡ଼ିଶା ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଟ୍ୟାଲେଣ୍ଟ୍‌ ଅଲିମ୍ପିଆଡ୍‌ ‘ଯୁବ ପ୍ରଧାନମନ୍ତ୍ରୀ ୨୦୧୭’ରେ ମୁଖ୍ୟଅତିଥିଭାବେ ଯୋଗଦେଇ ସେ କହିଥିଲେ, ସରକାର କିମ୍ବା ମନ୍ତ୍ରୀ, ସଚିବ, ଅଫିସରଙ୍କ ଭଳି କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ନୁହେଁ। ସିଷ୍ଟମ୍‌ ତଥା ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ। ହେଲେ ଆମେ ନିଜ କର୍ତ୍ତବ୍ୟ ଭୁଲିଯାଇ ବ୍ୟବସ୍ଥାକୁ ଭାଙ୍ଗି ତାହାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛୁ। ଠିକ୍‌ ସମୟରେ ଓ ଠିକ୍‌ ଉପାୟରେ କାମ ନ କରି ସେହି କାମକୁ ଲାଞ୍ଚ ଦେଇ କରୁଛୁ। ଏବେ ଆତ୍ମସମୀକ୍ଷାର ବେଳ ଆସିଛି। ଦେଶର ଏହି ଘଡିସନ୍ଧି ମୁହୂର୍ତ୍ତରେ ଯୁବପିଢିଙ୍କ ଭୂମିକା ଗୁରୁତ୍ୱପୁର୍ଣ୍ଣ। ଯଦି ଯୁବପିଢି ବ୍ୟବସ୍ଥା ଭିତରେ ରହି ପରିବର୍ତ୍ତନ ଆଣିବେ ତା’ହେଲେ ଏକ ଭଲଦେଶ ଗଠନ ହୋଇପାରିବ ବୋଲି ସତପଥୀ କହିଥିଲେ। ସେ ଆହୁରି କହିଥିଲେ, କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ପିଲାଙ୍କ ପ୍ରତିଭା ମୋତେ ଅଭିଭୂତ କରିଛି। ମୁଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି, ବାସ୍ତବରେ ଜଣେ ଓଡ଼ିଆ ପିଲା ପ୍ରଧାନମନ୍ତ୍ରୀ ହୋଇ ଦେଶର ରାଜନୀତିରେ ଏକ ନୂଆମୋଡ ଆଣନ୍ତୁ। ବ୍ୟକ୍ତିଗତ ସ୍ବାର୍ଥ କଥା ଚିନ୍ତା ନ କରି ବ୍ୟବସ୍ଥାକୁ ସମ୍ମାନ ଦେଇ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ଦ୍ୱିତୀୟଥର ପାଇଁ ଆୟୋଜିତ ହୋଇଥିବା ଏହି ଟ୍ୟାଲେଣ୍ଟ୍‌ ଅଲିମ୍ପିଆଡ୍‌ରେ ରାଜ୍ୟର ୧୫୦ ବିଦ୍ୟାଳୟରୁ ୨ହଜାରରୁ ଅଧିକ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ଜୋନାଲ୍‌ ସ୍ତରରେ ୨୦ଜଣଙ୍କୁ ଗ୍ରାଣ୍ଡ୍‌ ଫିନାଲେରେ ପ୍ରବେଶ କରିବାର ସୁଯୋଗ ମିଳିଥିଲା। ଶେଷ ପର୍ଯ୍ୟାୟରେ ଶ୍ରେଷ୍ଠ ୫ଜଣଙ୍କ ମଧ୍ୟରୁ ଜଣଙ୍କୁ ଯୁବ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରାଯାଇଥିଲା। ଚଳିତବର୍ଷ ରାଉରକେଲା ଚିନ୍ମୟ ବିଦ୍ୟାଳୟର ଛାତ୍ର ଶ୍ରେୟାମ୍‌ ଶର୍ମା ଯୁବ ପ୍ରଧାନମନ୍ତ୍ରୀ ହୋଇଥିଲେ। ବାଲୁଗାଁ ଚିଲିକାରାଣୀ ସ୍କୁଲ୍‌ର ସାୟୋନୀ ମିଶ୍ର ପ୍ରଥମ ରନର୍ସଅପ୍‌ ଏବଂ ଭୁବନେଶ୍ୱର ମାଉଣ୍ଟ ଲିଟେରା ସ୍କୁଲ୍‌ର କୋମଲ ତିଓ୍ବାରୀଙ୍କୁ ଦ୍ୱିତୀୟ ରନର୍ସଅପ୍‌ଭାବେ ଘୋଷଣା କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତାଭାବେ ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇ ଏଭଳି ପ୍ରତିଯୋଗିତା ଦ୍ୱାରା ଛାତ୍ରୀଛାତ୍ରଙ୍କ ଦକ୍ଷତା ବୃଦ୍ଧି ପାଇପାରିବ ବୋଲି କହିଥିଲେ। ବିଶିଷ୍ଟ ନାଟ୍ୟବିତ୍‌ ତଥା ନିର୍ଦ୍ଦେଶକ ଅନନ୍ତ ମହାପାତ୍ର ଏହାଦ୍ୱାରା ଗଣତନ୍ତ୍ର ପ୍ରତି ପିଲାମାନଙ୍କ ଆକର୍ଷଣ ବଢିବ ବୋଲି ମତଦେଇଥିଲେ। କାର୍ଯ୍ୟକ୍ରମରେ ହେରିଟେଜ୍‌ ଭିଜନ ସୋସିଆଲ ଫାଉଣ୍ଡେଶନର ମୁଖ୍ୟ ମିହିର ପଟ୍ଟନାୟକ ଏବଂ ମହେଶ ପଟ୍ଟନାୟକ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ଜାରିରହିବ ବୋଲି କହିଥିଲେ। ଏହି ଅବସରରେ ଘୋଷଣା ହୋଇଥିବା ଯୁବ ପ୍ରଧାନମନ୍ତ୍ରୀଙ୍କୁ ପୁରସ୍କାରସ୍ବରୂପ ୨୦ ହଜାର ଟଙ୍କା ଓ ମାନପତ୍ର ଏବଂ ୧ମ ଓ ୨ୟ ରନର୍ସଅପ୍‌ଙ୍କୁ ଯଥାକ୍ରମେ ୧୦ହଜାର ଓ ୫ହଜାର ଟଙ୍କା ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା। ଚୂଡାନ୍ତ ପର୍ଯ୍ୟାୟରେ ବିଚାରକଭାବେ ଅଶୋକ କୁମାର ପଣ୍ଡା, ଲିଙ୍ଗରାଜ ଲେଙ୍କା, ବି.ଏନ୍‌. ପଟ୍ଟନାୟକ ଏବଂ ଏ.କେ. ଶର୍ମା ଯୋଗଦେଇଥିଲେ।

ରାଜ୍ୟ |

ଭଙ୍ଗାଚାଳିଆରେ ଅସହାୟ ମା’ ଝିଅ

ଭଙ୍ଗାଚାଳିଆରେ ଅସହାୟ ମା’ ଝିଅ

ତିହିଡ଼ି,୨୧।୧(ଡି.ଏନ.ଏ.): ଗରିବ ବିଧବା ବୃଦ୍ଧା ରନତ୍ମଣି କର ଓ ତାଙ୍କ ଝିଅ ରଶ୍ମିତା ଏକ ଭଙ୍ଗାଛପର ଘରେ ମୁଣ୍ଡ ଗୁଞ୍ଜି ଦିନ ବିତାଉଛନ୍ତି। ଅର୍ଥାଭାବ ଯୋଗୁ ୩ ବର୍ଷ ହେଲା ଘର ଛପର କରି ପାରି ନାହାନ୍ତି।

ସ୍ପଷ୍ଟ ଦିବାଲୋକରେ ଡକାୟତି ଘଟଣାର ପର୍ଦ୍ଦାଫାସ

ସ୍ପଷ୍ଟ ଦିବାଲୋକରେ ଡକାୟତି ଘଟଣାର ପର୍ଦ୍ଦାଫାସ

ସମ୍ବଲପୁର, ୨୧।୧(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଫାଟକସ୍ଥିତ ମୁଥୁଟ୍‌ ଫାଇନାନ୍ସ କମ୍ପାନୀରୁ ଡକାୟତି ଘଟଣାର ପର୍ଦ୍ଦାଫାଶ ହୋଇଛି। ବିହାର ପୋଲିସ ସହାୟତାରେ ମୁଖ୍ୟ ଅଭିଯୁକ୍ତ ସୁବୋଧ କାଣ୍ଡ ସିଂଙ୍କ ସହ ଅନ୍ୟ ୫ଜଣଙ୍କୁ ଶନିବାର ବିଳମ୍ବିତ ରାତିରେ ବିହାରରୁ ଗିରଫ କରାଯାଇଛି।

ଶ୍ରେଷ୍ଠ ପ୍ରଶାସକ ପରେ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’

ଶ୍ରେଷ୍ଠ ପ୍ରଶାସକ ପରେ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’

ଭୁବନେଶ୍ୱର,୨୧।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖ୍ୟାତି ତାଲିକାରେ ରବିବାର ଯୋଡି ହୋଇଛି ଆଉ ଏକ ନୂଆ ସମ୍ମାନ ‘ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ’। ମହାରାଷ୍ଟ୍ରର ପୁନେର ଏମ୍‌ଆଇଟି-ଡବ୍ଲ୍ୟୁପିୟୁ କ୍ୟାମ୍ପସ୍‌ରେ ୮ମ ଭାରତୀୟ ଛାତ୍ର ସଂସଦ ଅବସରରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ନବୀନଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ଭରସା ଅତୁଟ: ଉପନିର୍ବାଚନରେ ବିଜେଡିର ଜିତାପଟ

ନବୀନଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ଭରସା ଅତୁଟ: ଉପନିର୍ବାଚନରେ ବିଜେଡିର ଜିତାପଟ

ଭୁବନେଶ୍ୱର,୨୧।୧(ବ୍ୟୁରୋ)- ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତିର ପ୍ରଭାବ ଜାରି ରହିଛି। ବିଭିନ୍ନ ସ୍ଥାନରେ ପଞ୍ଚାୟତସ୍ତରୀୟ ଉପନିର୍ବାଚନରେ ଦଳ ସଫଳତା ହାସଲ କରିଛି। ମାତ୍ର ବର୍ଷକ ତଳେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଦଳ କେତେକ ସ୍ଥାନରେ ପରାଜିତ ହୋଇଥିଲା। ହେଲେ ବର୍ତ୍ତମାନ ଆସିଥିବା ଫଳାଫଳରୁ ଦଳ ନିଜର ସ୍ଥିତି ସୁଧାରି ପାରିଥିବାର ସଙ୍କେତ ଦେଇଛି ବୋଲି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ବାତିଲ: ଡିଆରଏମ୍‌ଙ୍କ ଅନୁପସ୍ଥିତି ନେଇ ପ୍ରଶ୍ନ ଉଠାଇଲା ବିଜେଡି

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ବାତିଲ: ଡିଆରଏମ୍‌ଙ୍କ ଅନୁପସ୍ଥିତି ନେଇ ପ୍ରଶ୍ନ ଉଠାଇଲା ବିଜେଡି

ଭୁବନେଶ୍ୱର,୨୧।୧(ବ୍ୟୁରୋ)-ନିକଟରେ ରେଳରାଷ୍ଟ୍ରମନ୍ତ୍ରୀ ରାଜେନ୍‌ ଗୋହେନ୍‌ ଓଡ଼ିଶା ଗସ୍ତ କରଥିଲେ। ଏହି ଗସ୍ତ ସମୟରେ ଖୁବ୍‌ଶୀଘ୍ର ଭୁବନେଶ୍ୱର ରେଳଷ୍ଟେଶନକୁ ଆଧୁନିକୀକରଣ ପାଇଁ ଏମ୍‌ଓୟୁ କରାଯିବ ବୋଲି ମତ ରଖିଥିଲେ। ଯାହାକୁ ଆଖି ଆଗରେ ରଖି ଶନିବାର ବା ଜାନୁୟାରୀ ୨୦ରେ ରେଲଓ୍ବେ ପକ୍ଷରୁ ରାଜ୍ୟ ସରକାରଙ୍କ ସହିତ ଏମ୍‌ଓୟୁ କରିବା ପାଇଁ ସ୍ଥିର କରାଯାଇଥିଲା।

ମିଶ୍ରଣ ପର୍ବରେ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ସମାଲୋଚନା: ଦୃଢ ପ୍ରତିଜବାବ ରଖିଲା ବିଜେଡି

ମିଶ୍ରଣ ପର୍ବରେ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ସମାଲୋଚନା: ଦୃଢ ପ୍ରତିଜବାବ ରଖିଲା ବିଜେଡି

ଭୁବନେଶ୍ୱର,୨୧।୧(ବ୍ୟୁରୋ)- ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ଏକ ମିଶ୍ରଣ ପର୍ବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ନିକଟରେ ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିବା ଦାମୋଦର ରାଉତଙ୍କୁ ଢାଲ କରି ସେ କହିଛନ୍ତି ଯେ, ମୃତ୍ତିକା ସଂରକ୍ଷଣ ଦୁର୍ନୀତିର ଚେର ତୃତୀୟ ମହଲାକୁ ଲମ୍ବିଥିବାରୁ ରାଉତଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଛି। ରାଜ୍ୟ ସରକାରଙ୍କ ଭଙ୍ଗା ମାଠିଆର ବେଳ ସରି ଆସୁଛି। ପୁଣେ ଯାଇ ଆଦର୍ଶ ମୁଖ୍ୟମନ୍ତ୍ରୀର ଡିଣ୍ଡିମ ପିଟିବା ପୂର୍ବରୁ ଓଡ଼ିଆ ଭାବାବେଗ ସହ ଜଡିତ ଥିବା ପ୍ରଶ୍ନର ଉତ୍ତର ଦେବାକୁ ଧର୍ମେନ୍ଦ୍ର କହିଛନ୍ତି।

ଅର୍ଥ ତୋସରପାତ: ବିଡିଓ, ଯନ୍ତ୍ରୀଙ୍କ ସମେତ ୩ ଗିରଫ

କଟକ ଅଫିସ, ୨୦।୧- ଗ୍ରାମ ସଡ଼କ ନିର୍ମାଣ କ୍ଷେତ୍ରରେ ଦୁର୍ନୀତି। ୧କୋଟି ୩୨ଲକ୍ଷ ଟଙ୍କାର ପ୍ରକଳ୍ପକୁ ଟେଣ୍ଡର ନ କରି ବିଭାଗ ପକ୍ଷରୁ କରାଯାଇ ୪୨ଲକ୍ଷ ଟଙ୍କା ତୋସରପାତ କରାଯାଇଛି। ଏହି ଅଭିଯୋଗରେ ଭିଜିଲାନ୍ସ ସେଲ୍‌ ପକ୍ଷରୁ ସୁନ୍ଦରଗଡ ଜିଲାର ଲାଠିକଟା ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜକିଶୋର ସାହୁ ଓ ବ୍ଲକର ପୂର୍ବତନ ସହକାରୀ ଯନ୍ତ୍ରୀ ବୁଦ୍ଧେଶ୍ୱର ସାହୁଙ୍କୁ ଶନିବାର ଗିରଫ କରାଯାଇଛି।

୨୪ ପୋଲିସ ଅଧିକାରୀ ସମ୍ବର୍ଦ୍ଧିତ

୨୪ ପୋଲିସ ଅଧିକାରୀ ସମ୍ବର୍ଦ୍ଧିତ

କଟକ ଅଫିସ, ୨୦।୧- ଅଦାଲତ ଅଭିଯୁକ୍ତଙ୍କୁ ଦଣ୍ଡବିଧାନ କଲେ ମାମଲାର ତଦନ୍ତ ଅଧିକାରୀ ପୁରସ୍କୃତ ହେବେ। ଓଡିଶା ପୋଲିସ ପକ୍ଷରୁ ଏଭଳି ଅଭିନବ ଯୋଜନା ଶନିବାର କାର୍ଯ୍ୟକାରୀ ହୋଇଛି। ପ୍ରଥମ ଥର ପାଇଁ ରାଜ୍ୟର ୨୪ ଜଣ ପୋଲିସ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଡିଜିପି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରଶଂସାପତ୍ର ସହ ପ୍ରୋତ୍ସାହନ ରାଶି ଦେଇ ସମ୍ବର୍ଦ୍ଧିତ କରିଛନ୍ତି।

ପୂର୍ବତନ ଉପଜିଲାପାଳଙ୍କୁ ୩ବର୍ଷ ଜେଲ୍‌ ଦଣ୍ଡ

କଟକ ଅଫିସ, ୨୦।୧-ମାଲକାନଗିରି ଜିଲାର ପୂର୍ବତନ ଉପଜିଲାପାଳ ବଳଭଦ୍ର ପଣ୍ଡାଙ୍କୁ ୩ବର୍ଷ ସଶ୍ରମ ଜେଲ୍‌ ଓ ୧ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଦିଆଯାଇଛି। ଜରିମାନା ଅନାଦାୟ ହେଲେ ଅଭିଯୁକ୍ତ ପଣ୍ଡାଙ୍କୁ ଅଧିକ ୪ମାସ ସଶ୍ରମ ଜେଲ୍‌ ଭୋଗିବାକୁ ପଡିବ ବୋଲି ବିଚାରପତି ନିଜ ରାୟରେ ସ୍ପଷ୍ଟ କରିଛନ୍ତି।

କୃଷି ସଭାରେ ଯୁବକଙ୍କୁ ହତ୍ୟା

ନିରାକାରପୁର,୨୦।୧(ଡି.ଏନ୍‌.ଏ.)- କୃଷି ସଭା ଚାଲିଥିବାବେଳେ ଘଟିଥିଲା ଏକ ଲୋମହର୍ଷଣକାରୀ ଘଟଣା। ସେଠାରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯିବା ଯୋଗୁ ଆତଙ୍କ ଖେଳିଯାଇଥିଲା। ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ରାମେଶ୍ୱର ପଞ୍ଚାୟତ ଅଧୀନ ତାଳପଡ଼ା ଗ୍ରାମର ଗୋଠ ପଡ଼ିଆଠାରେ ଶନିବାର ଘଟିଥିଲା ଏହି ଘଟଣା।

ମହିଳାଙ୍କୁ ହତ୍ୟା: ପାହାଡ଼ ଖୋଲରୁ ମିଳିଲା ଗଳିତ ମୃତଦେହ

ଦଶପଲ୍ଲା,୨୦।୧(ଡି.ଏନ.ଏ.)-ଗତ କିଛିଦିନ ହେଲା ନିଖୋଜ ହୋଇଯାଇଥିଲେ ଜଣେ ୨୫ ବର୍ଷୀୟା ମହିଳା ହାର ଖିଲାର ଓ ତାଙ୍କ ଝିଅ ଯମୁନା(୫)। ଶନିବାର ହାରଙ୍କ ଗଳିତ ମୃତଦେହକୁ ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ କୁସୁମଘାଟି ପାହାଡର ଏକ ଖୋଲରୁ ପୋଲିସ ଜବତ କରିଛି। ନିଖୋଜ ଥିବା ହାରଙ୍କ ମୃତଦେହ ପାହାଡ ଉପରୁ ମିଳିବା ଏବଂ ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହେଉଛି।

ଶିକ୍ଷୟିତ୍ରୀ ଅଞ୍ଜଳି ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ପଡ଼ିଶା ଘର ଜ୍ୱାଇଁ ହତ୍ୟାକାରୀ

ଶିକ୍ଷୟିତ୍ରୀ ଅଞ୍ଜଳି ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ପଡ଼ିଶା ଘର ଜ୍ୱାଇଁ ହତ୍ୟାକାରୀ

ଖୋର୍ଦ୍ଧା ଅଫିସ,୨୦।୧: ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ନିରାକାରପୁର ଥାନା ହରିପୁର ଉଗ୍ରତାରା ନୋଡାଲ ଉପ୍ରା ବିଦ୍ୟାଳୟର ଶିକ୍ଷୟିତ୍ରୀ ଅଞ୍ଜଳି ଦେହୁରି ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ହତ୍ୟାକାରୀ ହେଉଛନ୍ତି ଅଞ୍ଜଳିଙ୍କ ପଡ଼ିଶା ଘରର ଜ୍ୱାଇଁ କୁନୁ ଜେନା(୨୨)।