Dharitri News
ରାୟଗଡା

ଦୁର୍ଗମ ଅଞ୍ଚଳରେ ନୂତନ କ୍ୟାମ୍ପ ବସାଯିବ

ଦୁର୍ଗମ ଅଞ୍ଚଳରେ ନୂତନ କ୍ୟାମ୍ପ ବସାଯିବ କୋରାପୁଟ/ମାଲକାନଗିରି, ୧୬।୧୨(ସ୍ବ.ପ୍ର./ଡି.ଏନ୍‌.ଏ.) ଛତିଶଗଡ଼ର ୬୦ରୁ ଊର୍ଦ୍ଧ୍ୱ ମାଓବାଦୀ କୋରାପୁଟ ଓ ମାଲକାନଗିରି ଜିଲା ସୀମାନ୍ତରେ ପ୍ରବେଶ କରିଛନ୍ତି। ସେମାନଙ୍କୁ ଦମନ କରିବା ପାଇଁ ବିଏସ୍‌ଏଫ୍‌ ଅପରେସନ ଆରମ୍ଭ କରିସାରିଛି। ଶନିବାର ସନ୍ଧ୍ୟାରେ କୋରାପୁଟସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଏସ୍‌ଏଫ୍‌ ଏଡିଜି ଅରୁଣ କୁମାର ଏହି ସୂଚନା ଦେଇଛନ୍ତି। ଅବିଭକ୍ତ କୋରାପୁଟରେ ବିଏସ୍‌ଏଫ୍‌ ମୁତୟନ ହେବାର ୭ ବର୍ଷ ପରେ ଏବେ ଏଠାରେ ମାଓବାଦୀ ଗତିବିଧି କମିବାରେ ଲାଗିଛି। ରାୟଗଡ଼ା ଓ ନବରଙ୍ଗପୁର ଜିଲାରେ ମାଓବାଦୀଙ୍କ ଗତିବିଧି ପ୍ରାୟ ବନ୍ଦ ରହିଛି। ତେବେ କୋରାପୁଟ ଜିଲାର ମାଛକୁଣ୍ଡ, ମାଲକାନାଗିରି ଜିଲାର ବିଚ୍ଛିନ୍ନାଞ୍ଚଳ ଓ ସୀମାନ୍ତ ସୁକ୍‌ମାରେ ମାଓବାଦୀଙ୍କ କାର୍ଯ୍ୟକଳାପ ଜାରି ରହିଥିବା ସେ ସ୍ବୀକାର କରିଛନ୍ତି। ସରକାରୀ ଯୋଜନା ପହଞ୍ଚତ୍ନଥିବା ଓଡିଶା, ଛତିଶଗଡ ଓ ଆନ୍ଧ୍ରର ସୀମାନ୍ତ ଅଞ୍ଚଳରେ ମାଓବାଦୀ ଗତିବିଧି ରହିଥିବାରୁ, ଆଗାମୀ ଦିନରେ ବିଏସ୍‌ଏଫ୍‌ର କ୍ୟାମ୍ପ ପ୍ରତିଷ୍ଠା ସହ ସେଠାରେ ଗ୍ରେହାଉଣ୍ଡ ତାଲିମ ନେଇଥିବା ଯବାନଙ୍କୁ ମୁତୟନ କରାଯିବ। ମାଓବାଦୀ ମୁକ୍ତ ହୋଇଥିବା ସ୍ଥାନରୁ କ୍ୟାମ୍ପ ହଟାଇ ଏହି ଦୁର୍ଗମ ଅଞ୍ଚଳରେ ବିଏସ୍‌ଏଫ୍‌ ମୁତୟନ କରାଯିବ। ମାଓବାଦୀ ଦମନ ପାଇଁ ଅଧିକ ଫୋର୍ସ ଦରକାର ନାହଁି ବୋଲି ଏଡିଜି ଅରୁଣ କୁମାର କହିଛନ୍ତି। ଦୁଇଦିନ ତଳେ ମାଲକାନଗିରି ସୀମାନ୍ତରେ ମାଓବାଦୀଙ୍କ ସହ ମୁହାଁମୁହିଁ ବେଳେ ଛତିଶଗଡ଼ର ୨ ଜଣ ସିଆରସି ର଼୍ୟାଙ୍କର ମାଓବାଦୀ ଧରାପଡ଼ିଥିଲେ। ସେମାନଙ୍କୁ ଜେରା ବେଳେ ଜଣାପଡ଼ିଛି ଯେ ଛତିଶଗଡ଼ର ୬୦ରୁ ଊର୍ଦ୍ଧ୍ୱ ମାଓବାଦୀ ଚିତ୍ରକୋଣ୍ଡାର ଜନ୍ତାପାଇ, ବଡପଦା ଭଳି ବିଚ୍ଛିନ୍ନାଞ୍ଚଳ ଓ ମାଛକୁଣ୍ଡ, ଅନକାଡେଲିର ଆନ୍ଧ୍ର ସୀମାନ୍ତରେ ପ୍ରବେଶ କରିଛନ୍ତି। ମାଓବାଦୀ ଦମନ ନେଇ ଜାନୁଆରୀ ୫ରେ ରାଜ୍ୟ ସରକାରଙ୍କ ସହ ବିଏସ୍‌ଏଫ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବା ନେଇ ସେ ସୂଚନା ଦେଇଥିଲେ। ଏହାପରେ ସେ ମାଲକାନାଗିରି ଜିଲା ବଡ଼ପଡ଼ା ବିଏସ୍‌ଏଫ୍‌ କ୍ୟାମ୍ପ ଓ ଗୁରୁପ୍ରିୟା ସେତୁ ପରିଦର୍ଶନ କରିଥିଲେ। ଜାନବାଇରେ ନିର୍ମାଣାଧୀନ ଗୁରୁପ୍ରିୟା ସେତୁ ମାର୍ଚ୍ଚ ସୁଦ୍ଧା ଶେଷ ହେବ। ଏହାପରେ ମାଓବାଦୀ ଦମନରେ ଆମକୁ ଆହୁରି ସୁବିଧା ହେବ ବୋଲି ସେ କହିଛନ୍ତି। ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ବିଏସ୍‌ଏଫ୍‌ ଆଇଜି ଅଶ୍ୱିନୀ ସିଂ, ଡିଆଇଜି ଏ. ଶ୍ରୀନିବାସ, ବିଏସ୍‌ଏଫ୍‌ ଗୁଇନ୍ଦା ଡିଆଇଜି ଜୟଚନ୍ଦ୍ର ନାୟକ ଉପସ୍ଥିତ ଥିଲେ ।

ରାୟଗଡା

ଟ୍ରେନ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଗୁଣପୁର,୨୧।୧(ଡି.ଏନ.ଏ)- ଦାଦନ ଖଟିବାକୁ ଯାଇଥିବା ରାୟଗଡା ଜିଲା ଗୁଣପୁର ବ୍ଲକ ପୁଟାସିଂ ପଞ୍ଚାୟତ ପୁଟା ଗ୍ରାମର ଜଣେ ଯୁବକଙ୍କ ବିଶାଖାପାଟଣା ଷ୍ଟେଶନଠାରେ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଛି ।

ଜିଲାପାଳଙ୍କ ଅଚାନକ ଡାକ୍ତରଖାନା ପରିଦର୍ଶନ

ଜିଲାପାଳଙ୍କ ଅଚାନକ ଡାକ୍ତରଖାନା ପରିଦର୍ଶନ

ନବରଙ୍ଗପୁର,୨୧।୧ (ବି.ପ୍ର.)- ବିଷାକ୍ତ ଖାଦ୍ୟ ଖାଇ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ମେଦନା ପଞ୍ଚାୟତ ଅଧିନ ମାଳିଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ଗୁରୁବନ୍ଧୁ ଭତ୍ରାଙ୍କ ମୃତ୍ୟ ସହ ୧୪ ଛାତ୍ରୀଛାତ୍ର ଗୁରୁତର ହୋଇଥିଲେ ।

ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା, ଜଣେ ମୃତ

ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା, ଜଣେ ମୃତ

ନବରଙ୍ଗପୁର,୨୧।୧ (ଡି.ଏନ.ଏ.)- ନବରଙ୍ଗପୁର ଜିଲା ମାଝିଗୁଡା ଛକ ପେଟ୍ରୋଲ ପମ୍ପ ନିକଟରେ ମୋଟର ସାଇକଲ ଓ ସ୍କୁଟି ମୁହାମୁହିଁ ଧକ୍କା ହୋଇ ବାଇକ ଚାଳକର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ।

୮ ଏକର ଜମିରେ ଗଞ୍ଜେଇ ଚାଷ ପୋଡ଼ାଗଲା

୮ ଏକର ଜମିରେ ଗଞ୍ଜେଇ ଚାଷ ପୋଡ଼ାଗଲା

ମାଲକାନଗିରି,୨୧।୧(ଡି.ଏନ୍‌.ଏ.) -ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଆର.ଏସ୍‌.ଇ-୪, ବଡ଼ପୁଟ ଓ ଡାଇକ-୨ ଗ୍ରାମରେ ଚାଷ କରାଯାଇଥିବା ପ୍ରାୟ ୧୮ ହଜାର ଗଞ୍ଜେଇ ଗଛ ରବିବାର ନଷ୍ଟ କରାଯାଇଛି।

ଝିଅକୁ ଦେଖିବାକୁ ଯାଇ ଆଉ ଫେରିଲେନି

ଝିଅକୁ ଦେଖିବାକୁ ଯାଇ ଆଉ ଫେରିଲେନି

ରାୟଗଡ଼ା ଅଫିସ୍‌ ,୨୧।୧-ଏ ବେବି ମନେପଡ଼ିଲେ ସେ ଦିନର କଥା ଲୁହ ସମ୍ଭାଳି ପାରେନି। ଆଖିରୁ ପାଣି ଗଡ଼ିଆସେ। ଏଭଳି କୋହ ଭରା କଣ୍ଠରେ କହିଛନ୍ତି ବର୍ଷେ ତଳେ ହୀରାଖଣ୍ଡ ଟ୍ରେନ ଦୁର୍ଘଟଣାରେ ନିଜ ସ୍ବାମୀଙ୍କୁ ହରାଇଥିବା ରାୟଗଡ଼ାରେ ରହୁଥିବା ସୁକାନ୍ତୀ ମହାପାତ୍ର। ସନ୍ଧ୍ୟା ବେଳେ ଘରେ ପୂଜା ହୋଇଥିଲା।

ହୀରାଖଣ୍ଡ ଟ୍ରେନ ଦୁର୍ଘଟଣା ଘଟଣା, ବର୍ଷେ ପରେ ବି କାରଣ ଅସ୍ପଷ୍ଟ

ହୀରାଖଣ୍ଡ ଟ୍ରେନ ଦୁର୍ଘଟଣା ଘଟଣା, ବର୍ଷେ ପରେ ବି କାରଣ ଅସ୍ପଷ୍ଟ

ରାୟଗଡ଼ା ଅଫିସ୍‌,୨୧।୧- ଗୋଟିଏ ବର୍ଷ ବିତିଗଲା। କିନ୍ତୁ ଆଜିବି ମନେପଡ଼େ ସେଇ କାଳ ରାତିର କଥା। ୨୦୧୭ ଜାନୁୟାରୀ ୨୧ ତାରିଖ ରାତି ୧୧ଟା ସମୟରେ କୁନେର ଷ୍ଟେସନଠାରେ ଘଟିଥିବା ରେଳ ଦୁର୍ଘଟଣା ଆଜି ବି ମନେପଡ଼େ।

ଜଳିଗଲା ୪ଟି ଧାନ ଗଦା

ଜଳିଗଲା ୪ଟି ଧାନ ଗଦା

ଡାବୁଗାଁ,୨୧।୧(ଡ.ଏନ.ଏ.)- ଡାବୁଗାଁ ବ୍ଲକ ଜୁନାପାଣି ପଞ୍ଚାୟତ ଅଧୀନ ରାବଣାଗୁଡା ଗ୍ରାମରେ ରବିବାର ଅପରାହ୍ନ ୨ଟା ସମୟରେ ନିଆଁ ଲାଗି ୪ ଟି ଧାନ ଗଦା ପୋଡିଯାଇଛି । ସୂଚନାଯୋଗ୍ୟ, ରାବନାଗୁଡା ଗ୍ରାମର ପର୍ଶୁ ଭତ୍ରା,ଧବଳୁ ଭତ୍ରା,ମନୁରାମ ଭତ୍ରା ଓ ଧନସିଂ ଭତ୍ରାଙ୍କ ଖଳାରେ ଥିବା ଧାନ ଗଦାରେ ହଠାତ ନିଆଁ ଲାଗିଯାଇଥିଲା ।

ଜାନୁଆରୀ ୨୬କୁ କଳା ଦିବସ ପାଳନ ପାଇଁ ମାଓବାଦୀଙ୍କ ଆହ୍ବାନ

ଜାନୁଆରୀ ୨୬କୁ କଳା ଦିବସ ପାଳନ ପାଇଁ ମାଓବାଦୀଙ୍କ ଆହ୍ବାନ

ଜୟପୁର ୨୧। ୧ (ନି.ପ୍ର.)- ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ସୁଙ୍କ, ନାରାୟଣପାଟଣା ଠାରେ ମାଓବାଦୀମାନେ ପୋଷ୍ଟର ମାଧ୍ୟମରେ ୨୬ ଜାନୁଆରୀ ସାଧାରଣତନ୍ତ୍ର ଦିବସକୁ କଳା ଦିବସଭାବେ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି।

ନୂତନ ରୂପରେ ସଜ୍ଜିତ ହେବ ପ୍ରେମ ପାହାଡ଼

ନୂତନ ରୂପରେ ସଜ୍ଜିତ ହେବ ପ୍ରେମ ପାହାଡ଼

ରାୟଗଡା ଅଫିସ୍‌, ୨୧।୧- ରାୟଗଡା ଜିଲାର ବିଭିନ୍ନ ଅଞ୍ଚଳ ଏବଂ ରାୟଗଡା ସହରର ଉପକଣ୍ଠରେ ଅନେକ ପର୍ଯ୍ୟଟନସ୍ଥଳ ରହିଛି ା ଉକ୍ତ ପର୍ଯ୍ୟଟନସ୍ଥଳିଗୁଡିକ ମଧ୍ୟରୁ ରାୟଗଡା ସହରର ଉପକଣ୍ଠରେ ରହିଛି ପ୍ରେମପାହାଡ।

ମହେନ୍ଦ୍ରତନୟା ପାଣି ନେବାକୁ ଆନ୍ଧ୍ରର ଚକ୍ରାନ୍ତ

ମହେନ୍ଦ୍ରତନୟା ପାଣି ନେବାକୁ ଆନ୍ଧ୍ରର ଚକ୍ରାନ୍ତ

ପାରଳାଖେମୁଣ୍ଡି, ୨୧।୧(ସ୍ବ.ପ୍ର.)-ପୂର୍ବରୁ ବିଭିନ୍ନ ସମୟରେ ଓଡ଼ିଶାର ବାଲି, ନଦୀ, ଜଙ୍ଗଲ ଓ ଖଣିଜ ସମ୍ପଦ ଉପରେ ଲୋଲୁପ ଦୃଷ୍ଟି ରଖିଆସିଥିବା ଆନ୍ଧ୍ର ସରକାର ଏବେ ପୁଣି ମହେନ୍ଦ୍ରତନୟା ଉପରେ ଆଖି ପକାଇଛନ୍ତି।

ଅପହରଣ ପରେ ପ୍ରଜାକୋର୍ଟରେ ୪ଜଣଙ୍କୁ ମାଡ଼ମାରି ଛାଡ଼ିଲେ ମାଓବାଦୀ

ଅପହରଣ ପରେ ପ୍ରଜାକୋର୍ଟରେ ୪ଜଣଙ୍କୁ ମାଡ଼ମାରି ଛାଡ଼ିଲେ ମାଓବାଦୀ

ମାଥିଲି,୨୧।୧(ଡି.ଏନ.ଏ.)- କିଛି ଦିନର ନିରବତା ପରେ ପୁଣି ମାଓବାଦୀ ସଂଗଠନ ସକ୍ରିୟ ହୋଇପଡିଥିବା ଜଣାପଡ଼ିଛି। ମାଓବାଦୀଙ୍କ ଅତ୍ୟାଚାରର ଶିକାର ହୋଇଥିବା ଗ୍ରାମବାସୀଙ୍କ ମଧ୍ୟରେ ଏବେ ଭୟର ବାତାବରଣ ଖେଳିଯାଇଛି।

ବିବାହ ବେଦିକୁ ଯିବା ପୂର୍ବରୁ ୨ ନାବାଳିକା ଉଦ୍ଧାର

ବିବାହ ବେଦିକୁ ଯିବା ପୂର୍ବରୁ ୨ ନାବାଳିକା ଉଦ୍ଧାର

ମାଲକାନାଗିରି,୨୧।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚାଇଲ୍ଡ ଲାଇନ ପକ୍ଷରୁ ରବିବାର ବିବାହ ପୂର୍ବରୁ ୨ଜଣ ନାବାଳିକାଙ୍କୁ ଉଦ୍ଧାର କରଯାଇଛି। ୨ଦିନରେ ୩ଜଣ ମଙ୍ଗୁଳା ନାବାଳିକା କନ୍ୟାଙ୍କୁ ଚାଇଲ୍ଡ ଲାଇନ ଉଦ୍ଧାର କରିଛି।