ଅନଗୁଳ-ଢେଙ୍କାନାଳ

ହତ୍ୟା ଯୋଜନା: ୪ ଅଭିଯୁକ୍ତ କୋର୍ଟଚାଲାଣ

ହତ୍ୟା ଯୋଜନା: ୪ ଅଭିଯୁକ୍ତ କୋର୍ଟଚାଲାଣ

କାମାକ୍ଷାନଗର, ୧୦ା୧୨(ଡି.ଏନ୍‌.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କଙ୍କଡ଼ାସୋଡ଼ା ଗ୍ରାମରେ ଗତ ଗୁରୁବାର ସନ୍ଧ୍ୟାରେ ନୃସିଂହ ନାଏକଙ୍କୁ ବନ୍ଧୁକରେ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ତୁମୁସିଙ୍ଗା ଥାନା କନ୍ତିଓକାଟେଣି ଗ୍ରାମର ଚନ୍ଦନ ପ୍ରଧାନ, ତାଙ୍କ ଭାଇ ଅଶୋକ ପ୍ରଧାନ, ସମ୍ପର୍କୀୟ ଭାଇ ପ୍ରଶାନ୍ତ ପ୍ରଧାନ ଏବଂ ବନ୍ଧୁକ ଯୋଗାଇଥିବା ଆଠଗଡ଼ ଅଞ୍ଚଳର ଜ୍ଞାନରଞ୍ଜନ ବେହେରାଙ୍କୁ ପୋଲିସ ଗିରଫ କରିଛି। ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଅଭିଯୁ୍‌କ୍ତମାନେ ଜଣେ ଯୁବକଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ରବିବାର କାମାକ୍ଷାନଗର ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ବସନ୍ତ କୁମାର ପାଣିଗ୍ରାହୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ନୃସିଂହଙ୍କ ପୁଅଙ୍କ ସହ ଜଣେ ଯୁବତୀଙ୍କ ପ୍ରେମ ସମ୍ପର୍କ ରହିଥିଲା। ସମ୍ପୃ୍‌କ୍ତ ଯୁବତୀଙ୍କ ପରିବାର ଲୋକେ ବିରୋଧ କରି ଆସୁଥିଲେ। ଏହାକୁ କେନ୍ଦ୍ରକରି ଚନ୍ଦନ, ଅଶୋକ ଏବଂ ପ୍ରଶାନ୍ତ କଙ୍କଡ଼ାସୋଡ଼ା ଗ୍ରାମକୁ ଆସି ବନ୍ଧୁକ ଦେଖାଇ ଭୟଭୀତ କରାଇବା ପରେ ନୃସିଂହଙ୍କୁ ଆକ୍ରମଣ କରିଥିଲେ। ସୂଚନାପାଇ ପୋଲିସ ପହଞ୍ଚତ୍ ସେମାନଙ୍କ ନିକଟରୁ ବନ୍ଧୁକ, ୨ ଜୀବନ୍ତ ଗୁଳି ଏବଂ ଅଭିଯୁକ୍ତମାନେ ଆସିଥିବା ଏକ ଅଟୋ ରିକ୍ସା (ଓଡି ୦୫ ଏକ୍ସ ୮୯୦୬) ଜବତ କରିଥିଲା। ତଦନ୍ତ ବେଳେ ଉକ୍ତ ବନ୍ଧୁକଟି ଜ୍ଞାନରଞ୍ଜନଙ୍କର ବୋଲି ଜଣାପଡ଼ିଥିଲା। ଅଧିକ ଖୋଳତାଡ଼ ବେଳେ ଉକ୍ତ ବନ୍ଧୁକଟି ଆଠଗଡ଼ ଅଞ୍ଚଳର ସିଟି କନ୍‌ଷ୍ଟ୍ରକଶନ୍‌ ବିଲ୍ଡର ଶାରଦା ପ୍ରସନ୍ନ ପଣ୍ଡାଙ୍କର ବୋଲି ଜଣାପଡ଼ିଛି। ଶାରଦାଙ୍କ ପାଖରେ ରହି ଜ୍ଞାନରଞ୍ଜନ କାମ କରୁଥିଲେ। ତେବେ ଅର୍ଥନୈତିକ ଆପରାଧିକ ଶାଖା ଦ୍ୱାରା ଗିରଫ ହେବାପରେ ଏହି ବନ୍ଧୁକ ଜ୍ଞାନରଞ୍ଜନଙ୍କ ନିକଟରେ ଥିଲା। ଅନ୍ୟପଟେ ଚନ୍ଦନ, ଅଶୋକ ଏବଂ ପ୍ରଶାନ୍ତ କଟକ ଜଗତପୁର ଅଞ୍ଚଳରେ ଅଟୋଚାଳକ ଭାବେ କାର୍ଯ୍ୟ କରୁଥିଲେ। ଅଶୋକଙ୍କ ସହ ଜ୍ଞାନରଞ୍ଜନଙ୍କ ବନ୍ଧୁତା ରହିଥିଲା। ତାଙ୍କ ପାଖରେ ଏକ ବନ୍ଧୁକ ଥିବା ଜାଣିବା ପରେ ସେ ଏହାକୁ ହତ୍ୟା ଉଦ୍ଦେଶ୍ୟରେ ମାଗିଥିବା ଏସ୍‌ପି ସୂଚନା ଦେଇଛନ୍ତି। ନୃସିଂହଙ୍କ ପକ୍ଷରୁ ଅଭିଯୋଗ ପରେ ଥାନାରେ ୨୪୧/୧୭, ଦଫା ୩୦୭, ୩୪(୨୫/୨୭) ଆର୍ମସ ଆକ୍ଟରେ ମାମଲା ରୁଜୁ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଏସ୍‌ପି କହିଛନ୍ତି।
ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ଶେଖ୍‌ ଅବଦୁଲ୍‌ କରିମ୍‌, ପରଜଙ୍ଗ ଥାନାଧିକାରୀ ଲିଙ୍ଗରାଜ ଲେଙ୍କା, କାମାକ୍ଷାନଗର ଥାନାଧିକାରୀ ଜ୍ଞାନରଞ୍ଜନ ସାମଲଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

All Right Reserved By

ଅନଗୁଳ-ଢେଙ୍କାନାଳ

ଉପଜିଲାପାଳଙ୍କ ଅଚାନକ ବଇଣ୍ଡା ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ

ବଇଣ୍ଡା,୧୯।୭(ଡି.ଏନ.ଏ)- ଆଠମଲ୍ଲିକ ଉପଜିଲାପାଳ ସୁବାଷ ଚନ୍ଦ୍ର ରାୟ ଗୁରୁବାର ଅଚାନକ କିଶୋରନଗର ବ୍ଲକ ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି।

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ବଇଣ୍ଡା,୧୯।୭(ଡି.ଏନ.ଏ)- ଚାଷୀଙ୍କ ବିକାଶ ପାଇଁ ସରକାର ଅନେକ ଯୋଜନା ପ୍ରଚଳନ କରିଛନ୍ତି। ହେଲେ ସବୁ ଯୋଜନା ଠିକ୍‌ ଭାବେ ଚାଷୀଙ୍କ ନିକଟରେ ପହଞ୍ଚି ପାରୁନାହିଁ।

ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ ଗଣଧାରଣା

ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ ଗଣଧାରଣା

ତାଳଚେର,୧୯ା୭(ନି.ପ୍ର.)- ତାଳଚେର ଅଞ୍ଚଳରେ ହେଉଥିବା ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ଗୁରୁବାର ଚାଇଁପାଳସ୍ଥିତ ସେସୁ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା।

 ବୋଲ୍‌ବମ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ବୋଲ୍‌ବମ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଢେଙ୍କାନାଳ ଅଫିସ,୧୯।୭- ଢେଙ୍କାନାଳ ପ୍ରସିଦ୍ଧ ଶୈବପୀଠ କପିଳାସରେ ଶ୍ରାବଣ ମାସ ଜଳ ଲାଗି ଏବଂ ବୋଲବମ ଯାତ୍ରା ପାଇଁ ଗୁରୁବାର ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ନିଖିଳ ପଓ୍ବନ କଲ୍ୟାଣ ଅଧ୍ୟକ୍ଷତା କରିଥିଲେ।

ପ୍ରମୋଦ ବରାଳ ଭୁବନ ଏନ୍‌ଏସି ନିର୍ବାହୀ ଅଧିକାରୀ

ପ୍ରମୋଦ ବରାଳ ଭୁବନ ଏନ୍‌ଏସି ନିର୍ବାହୀ ଅଧିକାରୀ

ଭୁବନ,୧୯।୭(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରମୋଦ କୁମାର ବରାଳ। ସେ ପୂର୍ବରୁ ଆସ୍କା ଏନ୍‌ଏସି ଦାୟିତ୍ୱରେ ଥିଲେ। ତାଙ୍କ ପୂର୍ବରୁ ୨୦୧୬ରୁ ଯାମିନୀକାନ୍ତ ସ୍ବାଇଁ ଏହି ଦାୟିତ୍ୱ ତୁଲାଇ ଆସୁଥିଲେ।

ଜମିଜମା ବିବାଦରୁ ଗଣ୍ଡଗୋଳ

ଭୁବନ,୧୯।୭(ଡି.ଏନ.ଏ.)- ଭୁବନ ଥାନା ଚଣ୍ଡୀପାଳ ଗ୍ରାମରେ ଜମିଜମା ବିବାଦକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟ ଗଣ୍ଡଗୋଳ ହୋଇଛି। ମିନା ବେହେରା ଏବଂ ପ୍ରତିମା ବେହେରାଙ୍କ ଅଭିଯୋଗକ୍ରମେ ମଙ୍ଗଳବାର ଥାନାରେ ପୃଥକ୍‌ ମାମଲା ରୁଜୁ ହୋଇଛି।

ବିବି ହାଇସ୍କୁଲରୁ ସାପ ଉଦ୍ଧାର

ବିବି ହାଇସ୍କୁଲରୁ ସାପ ଉଦ୍ଧାର

ଢ଼େଙ୍କାନାଳ ଅଫିସ,୧୯।୭: ଢେଙ୍କାନାଳ ଜିଲା ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ରୋଷେଇ ଘରୁ ଗୁରୁବାର ପୂର୍ବାହ୍ନରେ ଏକ ନାଗସାପ ଉଦ୍ଧାର ହୋଇଛି। ପାଚିକାମାନେ ସାପକୁ ଦେଖି ଶିକ୍ଷକଙ୍କୁ କହିବା ପରେ ସ୍ନେକ୍‌ ହେଲ୍ପଲାଇନ୍‌କୁ ଖବର ଦିଆଯାଇଥିଲା।

ସ୍ବାସ୍ଥ୍ୟକେନ୍ଦ୍ର କାନ୍ଥରେ ପୋଷ୍ଟରକୁ ନେଇ ବିବାଦ

ସ୍ବାସ୍ଥ୍ୟକେନ୍ଦ୍ର କାନ୍ଥରେ ପୋଷ୍ଟରକୁ ନେଇ ବିବାଦ

ଛେଣ୍ଡିପଦା,୧୯ା୭(ସ୍ବ.ପ୍ର.) ରଥ ଉପରେ ପୁରୀ ଗଜପତି ମହାରାଜଙ୍କ ଛେରାପହଁରାକୁ ସ୍ବଚ୍ଛ ଭାରତ ଅଭିଯାନ ସହ ତୁଳନା କରାଯିବା ଘଟଣାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ତଥା ପ୍ରତିବାଦ ଥମି ନ ଥିବାବେଳେ ଅନୁଗୋଳ ଜିଲା ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲଗାଯାଇଥିବା ଏକ ବୋର୍ଡକୁ ନେଇ ବିବାଦ ତେଜିଛି।

ହତ୍ୟାକାରୀଙ୍କୁ ଆଜୀବନ ଜେଲ୍‌

ହତ୍ୟାକାରୀଙ୍କୁ ଆଜୀବନ ଜେଲ୍‌

ବନ୍ତଳା/ଅନୁଗୋଳ ଅଫିସ, ୧୯ା୭ (ଡି.ଏନ.ଏ.) ଅନୁଗୋଳ ଜିଲା ଦୌରାଜଜ୍‌ ସଞ୍ଜୟ କେଶରୀ ସ୍ବାଇଁ ବୁଧବାର ଏକ ହତ୍ୟା ମାମଲାର ବିଚାର କରି ଅନୁଗୋଳ ଥାନା ମଦନମୋହନପଡାର ସିଦ୍ଧେଶ ମୁଖି ଓରଫ୍‌ ସିଦ୍ଧେ(୨୯)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ବଅଁରପାଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ , ଡେଙ୍ଗୁକୁ କରାଯାଉଛି ଆମନ୍ତ୍ରଣ

ବଅଁରପାଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ , ଡେଙ୍ଗୁକୁ କରାଯାଉଛି ଆମନ୍ତ୍ରଣ

ବଅଁରପାଳ,୧୯ା୭ (ଡି.ଏନ୍‌.ଏ.) ବଅଁରପାଳ ଅଞ୍ଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ସହ ପାଣି ଜମି ରହିଛି। ରାସ୍ତାପାର୍ଶ୍ୱରେ ଥିବା ଡ୍ରେନ୍‌ଗୁଡ଼ିକ ସଫା ହେଉ ନ ଥିବାବେଳେ ପ୍ରାଣୀଧନ ଚିକିତ୍ସାଳୟ, ଥାନା କଲୋନୀ, ବ୍ଲକ କାର୍ଯ୍ୟାଳୟ ଆଦି ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ

ଜିଲାପ୍ରଶାସନ ଉପରେ ଭରସା ନାହିଁ ଆର୍‌ସିସିଏଫ୍‌, ଡିଏଫ୍‌ଓଙ୍କୁ ସରକାରଙ୍କ ସିଧା ଚିଠି

ତାଳଚେର,୧୯ା୭ (ନି.ପ୍ର.) ତାଳଚେର ପରି ପ୍ରବଳ ପ୍ରଦୂଷଣ କବଳିତ ଓ ଉତ୍ତପ୍ତ ଅଞ୍ଚଳରେ ବାୟୋପାର୍କ ଭଳି ଇଣ୍ଟିଗ୍ରେଟେଡ ପ୍ରୋଜେକ୍ଟ ନିର୍ମାଣ ନିର୍ଦ୍ଦେଶକୁ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଅବମାନନା କରାଯାଇଛି।

ଛାତ୍ରୀ ନିଖୋଜ ମାମଲା , ଭିକ୍ଷାବୃତ୍ତି ପାଇଁ ଅପହରଣ

ଓଡ଼ାପଡ଼ା, ୧୯।୭(ଡି.ଏନ.ଏ.) ଢେଙ୍କାନାଳ ଜିଲା କଣ୍ଟାବଣିଆ ଥାନା କଣ୍ଟାବଣିଆ ଗ୍ରାମର ୭ମ ଶ୍ରେଣୀ ଛାତ୍ରୀ ମୋନାଲିସା ଭୋଇ ଓରଫ୍‌ ଇଟିଲି (୧୨)ଙ୍କୁ ଅପହରଣ କରିଥିବା ଅଭିଯୋଗରେ ବୁଧବାର ଅଭିଯୁକ୍ତ ବିଚି ଦାସ (୩୫) ଓ ତାଙ୍କ ସ୍ତ୍ରୀ ସୁମିତ୍ରା ଦାସଙ୍କୁ କୋର୍ଟ ଚାଲାଣ କରାଯାଇଛି।

Model This Week

ରୂପେଶ