ଅନଗୁଳ-ଢେଙ୍କାନାଳ

ସାତକୋଶିଆ ନାଟ୍ୟ ମହୋତ୍ସବ ଉଦ୍‌ଯାପିତ

ସାତକୋଶିଆ ନାଟ୍ୟ ମହୋତ୍ସବ ଉଦ୍‌ଯାପିତ
ବଅଁରପାଳ,୧୦।୧୨(ଡି.ଏନ.ଏ.)- ନାଲ୍‌କୋ ତରଫରୁ ଟ୍ରେନିଂ ସେଣ୍ଟରଠାରେ ୪ଦିନ ଧରି ଚାଲିଥିବା ସାତକୋଶିଆ ନାଟ୍ୟ ମହୋତ୍ସବ ୨୦୧୭ ରବିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ପଟଲାଇନ୍‌ ସ୍ମେଲଟର ସର୍ଭିସେସ୍‌, କାଷ୍ଟହାଉସ, ସିପିପି ମେଣ୍ଟେନାନ୍ସ, ସିପିପି ସର୍ଭିସେସ୍‌, କାର୍ବନ ଏରିଆ ଆଦି ବିଭିନ୍ନ ବିଭାଗ ତରଫରୁ ନାଟକ ମଞ୍ଚସ୍ଥ ହୋଇଥିଲା। ନାଲ୍‌କୋ କର୍ମଚାରୀମାନେ ସେମାନଙ୍କ ଭୂମିକାରେ ଆକର୍ଷଣୀୟ କଳା ପ୍ରଦର୍ଶନ କରିଥିଲେ। ରବିବାର ଶେଷ ଦିବସରେ ସମସ୍ତ ବିଭାଗର ବଛାବଛା କଳାକାର ମାନଙ୍କୁ ନେଇ ନାଟକ ‘ବ୍ରେନ୍‌ ଗେନ୍‌ ଡଟ୍‌ କମ୍‌’ ମଞ୍ଚସ୍ଥ ହୋଇଥିଲା। ଏହି ନାଟକକୁ ଡ. ସଞ୍ଜୟ ହାତୀ ରଚନା କରିଥିବା ବେଳେ ପ୍ରଶାନ୍ତ କୁମାର ସ୍ବାଇଁ ନିର୍ଦ୍ଦେଶନା ଦେଇଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ନାଲ୍‌କୋ ନିର୍ବାହୀ ନିର୍ଦ୍ଦେଶକ ରାଜକିଶୋର ମିଶ୍ର ମୁଖ୍ୟଅତିଥି ଓ ନାଲ୍‌କୋ ଏଚଆରଡି ମହାପ୍ରବନ୍ଧକ ପ୍ରଦୋଷ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସଭା ପରେ ଅତିଥିମାନେ କୃତି କଳାକାରମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
All Right Reserved By

ଅନଗୁଳ-ଢେଙ୍କାନାଳ

ପାର୍ବଣ ଆଗମନରେ ତାଳଚେର ଚଳଚଞ୍ଚଳ

ପାର୍ବଣ ଆଗମନରେ ତାଳଚେର ଚଳଚଞ୍ଚଳ

ତାଳଚେର୧୬ା୧୦(ନି.ପ୍ର.)ପାର୍ବଣ ଆଗମନରେ ଚଳଚଞ୍ଚଳ ହୋଇ ଉଠିଛି କୋଇଲା ନଗରୀ ତାଳଚେର। ମା’ ଦୁର୍ଗାଙ୍କ ଧରାବତରଣକୁ ନେଇ ଶ୍ରଦ୍ଧାଳୁ ଉତ୍ସାହିତ ହୋଇଥିବାବେଳେ ଦୁର୍ଗାପୂଜାକୁ ଅଧିକ ଆକର୍ଷଣୀୟ ଢଙ୍ଗରେ ପାଳନ ପାଇଁ ବିଭିନ୍ନ ପୂଜା ମଣ୍ଡପ, ଶକ୍ତି ପୀଠରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। 

ତହସିଲ କାର୍ଯ୍ୟାଳୟ ଘେରିଲା ଆର୍‌ପିଆଇ

ତହସିଲ କାର୍ଯ୍ୟାଳୟ ଘେରିଲା ଆର୍‌ପିଆଇ

ହିନ୍ଦୋଳ, ୧୬।୧୦ (ଡି.ଏନ.ଏ.)ହିନ୍ଦୋଳ ବ୍ଲକ ଆର୍ଥିକ ଅନଗ୍ରସର ବର୍ଗ ଏବଂ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ନେଇ ରିପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ଡିଆ (ଆର୍‌ପିଆଇ) ପକ୍ଷରୁ ସୋମବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। 

ବିଭିନ୍ନ ପ୍ରକଳ୍ପ ଭୂମିପୂଜନ କଲେ ଏମ୍‌ପିଙ୍କ ପ୍ରତିନିଧି

ବିଭିନ୍ନ ପ୍ରକଳ୍ପ ଭୂମିପୂଜନ କଲେ ଏମ୍‌ପିଙ୍କ ପ୍ରତିନିଧି

ଅନୁଗୋଳ ଅଫିସ,୧୬ା୧୦ଆମ ଗାଁ ଆମ ବିକାଶ ଯୋଜନାରେ ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କ ଜିଲା ପ୍ରତିନିଧି ଭକ୍ତି ପ୍ରସାଦ ଦାସ ସୋମବାର ଅନୁଗୋଳ ବ୍ଲକ ଧୋକୁଟା ପଞ୍ଚାୟତର କହ୍ନେଇ ନଗର ଗ୍ରାମରେ ମହିଳା କର୍ମଶାଳାର ଭୂମିପୂଜନ କରିଛନ୍ତି। 

ପ୍ରଦର୍ଶନୀରେ ଗାନ୍ଧୀଙ୍କ ଶହେ ଫଟୋଚିତ୍ର

ପ୍ରଦର୍ଶନୀରେ ଗାନ୍ଧୀଙ୍କ ଶହେ ଫଟୋଚିତ୍ର


ଅନୁଗୋଳ ଅଫିସ,୧୫ା୧୦- ଅନୁଗୋଳ ସ୍ଥିତ ସ୍ଥାନୀୟ ସଭାଘରଠାରେ ଅନୁଗୋଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଗାନ୍ଧିଜୀଙ୍କ ଉପରେ ଏକ ଫଟୋଚିତ୍ର ପ୍ରଦର୍ଶନୀ ‘ସବୁଠାରୁ ବଡ଼ ମଣିଷ’ ଅନୁଷ୍ଠିତ ହୋଇଯାଇଛି।

ଟ୍ରକ୍‌ ଡ୍ରାଇଭରଙ୍କୁ ଭୁଜାଲି ଦେଖାଇ ଲୁଟିନେଲେ ଟଙ୍କା

ଟ୍ରକ୍‌ ଡ୍ରାଇଭରଙ୍କୁ ଭୁଜାଲି ଦେଖାଇ ଲୁଟିନେଲେ ଟଙ୍କା


ଅନୁଗୋଳ ଅଫିସ,୧୫ା୧୦- କଟକରୁ ଅନୁଗୋଳ ଗାନ୍ଧୀ ମାର୍ଗ ଅଭିମୁଖେ ଆସୁଥିବା ଏକ ଟ୍ରକ୍‌ର ଡ୍ରାଇଭରଙ୍କଠାରୁ ରବିବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଥିବା ସୋମବାର  ଅନୁଗୋଳ ଥାନାରେ ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଡ୍ରାଇଭର କନ୍ଦର୍ପ ବିଶ୍ୱାଳଙ୍କୁ ୩ ଜଣ ଦୁର୍ବୃତ୍ତ ଆକ୍ରମଣ କରି ୫ ହଜାର ୨ଶହ ଟଙ୍କା ସହ ଦୁଇଟି ମୋବାଇଲ ନେଇଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। 

ଶୁଦ୍ଧ ଜଳ ଯୋଗାଇବା ସରକାରଙ୍କ ଲକ୍ଷ୍ୟ

ଶୁଦ୍ଧ ଜଳ ଯୋଗାଇବା ସରକାରଙ୍କ ଲକ୍ଷ୍ୟ


ବଇଣ୍ଡା,୧୫।୧୦(ଡି.ଏନ.ଏ.)- ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କ ଜଳ ସମସ୍ୟା ଦୂର କରିବା ପାଇଁ ସରକାର ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରୁଛନ୍ତି। ପ୍ରତ୍ୟେକ ପରିବାର ଏଥିରୁ କିଭଳି ଉପକୃତ ହେବାସହ ଶୁଦ୍ଧ ଜଳ ପାଇବେ ସରକାରଙ୍କ ଲକ୍ଷ୍ୟ ବୋଲି ସୋମବାର କିଶୋରନଗର ବ୍ଲକ ଅଙ୍ଗପଡ଼ା ପଞ୍ଚାୟତ ତୁରୁଡ଼ା ଗ୍ରାମରେ  ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭୂମିପୂଜା ଅବସରରେ  ମୁଖ୍ୟଅତିଥି  ଭାବେ ଆଠମଲ୍ଲିକ ବିଧାୟକ ସଞ୍ଜୀବ ସାହୁ ଯୋଗଦେଇ ଏହା କହିଛନ୍ତି। 

ପରିଷ୍କାର ପରିଚ୍ଛନତା ରହିଲେ ରୋଗ ଦୂର ହୁଏ

ପରିଷ୍କାର ପରିଚ୍ଛନତା ରହିଲେ ରୋଗ ଦୂର ହୁଏ

ବଇଣ୍ଡା,୧୫।୧୦(ଡି.ଏନ.ଏ.)- ବର୍ତ୍ତମାନ ସମାଜରେ ଅଳିଆ ଆବର୍ଜନା ଭରପୁର ହୋଇଗଲାଣି। ଆମମାନଙ୍କ ଅବହେଳା ଯୋଗୁ ପରିବେଶ ଦୂଷିତ ହେଉଛି। 

 ଖଣି ପରିଦର୍ଶନ କଲେ କୋଇଲା ମନ୍ତ୍ରୀ

ଖଣି ପରିଦର୍ଶନ କଲେ କୋଇଲା ମନ୍ତ୍ରୀ


ତାଳଚେର,୧୫।୧୦(ନି.ପ୍ର)- କେନ୍ଦ୍ର କୋଇଲା ମନ୍ତ୍ରୀ ପୀୟୂଷ ଗୋଏଲ ସୋମବାର ଅପରାହ୍ନରେ ତାଳଚେର ଗସ୍ତରେ ଆସି କୋଲ ଫିଲଡ୍ସ ପରିଦର୍ଶନ କରିଛନ୍ତି। 

ବାଛୁରୀକୁ   ଝାମ୍ପିନେଲା ସୁନ୍ଦରୀ: ହାତୀବାରିରେ ପୁଣି ଆତଙ୍କ

ବାଛୁରୀକୁ ଝାମ୍ପିନେଲା ସୁନ୍ଦରୀ: ହାତୀବାରିରେ ପୁଣି ଆତଙ୍କ

ବନ୍ତଳା,୧୫।୧୦ (ଡି.ଏନ୍‌.ଏ.)- ମାସେ ପରେ ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟର ଟିକରପଡା ରେଞ୍ଜ ହାତୀବାରି ଗ୍ରାମରେ ପୁଣି ବାଘୁଣୀ ସୁନ୍ଦରୀ ଆତଙ୍କ ଦେଖାଦେଇଛି।

ପଥର ଖାଦାନରେ ଚଢ଼ାଉ, ୪ ପାଓ୍ବାର ଟିଲର ଜବତ

ପଥର ଖାଦାନରେ ଚଢ଼ାଉ, ୪ ପାଓ୍ବାର ଟିଲର ଜବତ

ଭୁବନ ୧୫।୧୦(ଡି.ଏନ.ଏ.)-ଭୁବନ ବ୍ଲକ ବାଲିବୋ ଗ୍ରାମ ନିକଟ ସଂରକ୍ଷିତ ଜଙ୍ଗଲରେ ଚାଲିଥିବା ବେଆଇନ ପଥର ଖାଦାନରେ ଚଢ଼ାଉ କରି ପୋଲିସ ୪ ପାଓ୍ବାର ଟିଲର ଜବତ କରିଛି। ଆଗୁଆ ଚଢ଼ାଉ ସୂଚନା ପାଇଁ ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ। 

ଏଏପିର ଜନସମାବେଶ

ଏଏପିର ଜନସମାବେଶ

ଢେଙ୍କାନାଳ ଅଫିସ,୧୫।୧୦-ଢେଙ୍କାନାଳ ମିନିଷ୍ଟାଡିୟମରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପକ୍ଷରୁ ସୋମବାର ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।

ପଦଯାତ୍ରା ବେଳେ ମହୁମାଛି ଆକ୍ରମଣ:୧୦ ଆହତ, ୩ ଗୁରୁତର

ପଦଯାତ୍ରା ବେଳେ ମହୁମାଛି ଆକ୍ରମଣ:୧୦ ଆହତ, ୩ ଗୁରୁତର

ଭୁବନ, ୧୫।୧୦(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ଭୁବନ ବ୍ଲକ ଏକତାଳି ପଞ୍ଚାୟତରେ ବିଜେଡି ପଦଯାତ୍ରା ବେଳେ ମହୁମାଛି ଆକ୍ରମଣରେ ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି।