ଅନଗୁଳ-ଢେଙ୍କାନାଳ

ଭାଜପାର କାର୍ଯ୍ୟକାରିଣୀ ବୈଠକ

ଭାଜପାର କାର୍ଯ୍ୟକାରିଣୀ ବୈଠକ


ଅନୁଗୋଳ ଅଫିସ, ୧୦।୧୨- ଅନୁଗୋଳ-ଢେଙ୍କାନାଳ ଜିଲା ଭାଜପାର କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଗୋଳ ସହରର ଏକ ହୋଟେଲରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟଅତିଥି ଭାବେ ଭାଜପା କେନ୍ଦ୍ରୀୟ ସାଧାରଣ ସମ୍ପାଦକ ଅରୁଣ କୁମାର ସିଂ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ପୂର୍ବତନ ରାଜ୍ୟସଭା ଏମ୍‌ପି ରୁଦ୍ର ନାରାୟଣ ପାଣି ଯୋଗ ଦେଇଥିଲେ। ବୈଠକରେ ଜିଲାର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

All Right Reserved By

Model This Week

ନିକିତା

ଅନଗୁଳ-ଢେଙ୍କାନାଳ

ପ୍ରବେଶିକା ପରୀକ୍ଷା ଦେଲେ  ୪୫୭ ଛାତ୍ରୀଛାତ୍ର

ପ୍ରବେଶିକା ପରୀକ୍ଷା ଦେଲେ ୪୫୭ ଛାତ୍ରୀଛାତ୍ର

କଣିହାଁ, ୨୧।୪(ଡି.ଏନ.ଏ.)- କଣିହାଁ ବ୍ଲକର ୨ଟି କେନ୍ଦ୍ରରେ ନବୋଦୟ ପ୍ରବେଶିକା ପରୀକ୍ଷା ଶନିବାର ଅନୁଷ୍ଠିତ ହୋଇଯାଇଛି।

ଜିଲା ଜଜ୍‌  କୋର୍ଟର ନୂତନ ଗୃହ ଉଦ୍‌ଘାଟିତ

ଜିଲା ଜଜ୍‌ କୋର୍ଟର ନୂତନ ଗୃହ ଉଦ୍‌ଘାଟିତ

ଅନୁଗୋଳ ଅଫିସ, ୨୧।୪- ଅନୁଗୋଳ ଜିଲା ଜଜ୍‌ କୋର୍ଟର ନୂତନ ଗୃହ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ବିନିତ ସରଣ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ।

ଆମ୍ବେଦକର ଜୟନ୍ତୀ ପାଳିତ

ଆମ୍ବେଦକର ଜୟନ୍ତୀ ପାଳିତ

ଭୁବନ, ୨୧।୪(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଭୁବନ ଦଳିତ ମଞ୍ଚ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସରରେ ଶନିବାର ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମ୍ମୁଖରେ ଶାନ୍ତି ପୂର୍ଣ୍ଣସଭା

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମ୍ମୁଖରେ ଶାନ୍ତି ପୂର୍ଣ୍ଣସଭା

ବନ୍ତଳା,୨୧।୪(ଡି.ଏନ.ଏ.)- କେନ୍ଦ୍ର ସରକାରଙ୍କ ଆର୍ଥିକ ପରିଚାଳନାରେ ଅପାରଗତା ବିରୋଧରେ ଅନୁଗୋଳ ଜିଲା ଯୁବ ବିଜେଡି ପକ୍ଷରୁ ଶନିବାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମ୍ମୁଖରେ ଶାନ୍ତି ପୂର୍ଣ୍ଣସଭା ଅନୁଷ୍ଠିତ ହୋଇଯାଇଛି।

ବଇଣ୍ଡା ଷ୍ଟେଟ୍‌  ବ୍ୟାଙ୍କ ସମ୍ମୁଖରେ  ବିଜେଡିର ବିକ୍ଷୋଭ

ବଇଣ୍ଡା ଷ୍ଟେଟ୍‌ ବ୍ୟାଙ୍କ ସମ୍ମୁଖରେ ବିଜେଡିର ବିକ୍ଷୋଭ

ବଇଣ୍ଡା,୨୧।୪(ଡି.ଏନ.ଏ.)- ସାରା ରାଜ୍ୟରେ ଏଟିଏମ୍‌ରେ ଟଙ୍କା ଅଭାବ ଦେଖାଦେଇଥିବା ପ୍ରତିବାଦରେ କିଶୋରନଗର ବ୍ଲକ ଯୁବ ବିଜେଡି ପକ୍ଷରୁ ଶନିବାର ବଇଣ୍ଡା ଷ୍ଟେଟ୍‌ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

 ଷ୍ଟେଟ୍‌ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ

ଷ୍ଟେଟ୍‌ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ

ପରଜଙ୍ଗ,୨୧।୪(ଡି.ଏନ.ଏ.)- ପରଜଙ୍ଗ ଅଞ୍ଚଳରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ସମ୍ମୁଖରେ ଶନିବାର ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ସରକାରଙ୍କ ଆର୍ଥିକ ପରିଚାଳନାରେ ଅପାରଗତା ଏବଂ ଏଟିଏମ୍‌ ଗୁଡ଼ିକରେ ଟଙ୍କା ନ ଥିବାରୁ ଲୋକେ ହନ୍ତସନ୍ତ ହେଉଥିବା ପ୍ରତିବାଦରେ ଏହି ବିକ୍ଷୋଭ ହୋଇଛି।

ଭାଜପା ପକ୍ଷରୁ ଲଟକା ଜାରି

ଭାଜପା ପକ୍ଷରୁ ଲଟକା ଜାରି

ଅନୁଗୋଳ ଅଫିସ, ୨୧।୪- ଅନୁଗୋଳ ପୌର ପରିଷଦରେ ଥିବା ୨୩ଟି ଓ୍ବାର୍ଡରେ ବିଭିନ୍ନ ସମସ୍ୟାକୁ ନେଇ ୧୦ ଦଫା ଦାବିରେ ଭାଜପା ପକ୍ଷରୁ ଶନିବାର ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଲଟକା ଜାରି କରାଯାଇଛି।

ହାଟତୋଟା ଷ୍ଟେଟ୍‌ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ

ହାଟତୋଟା ଷ୍ଟେଟ୍‌ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ

ତାଳଚେର,୨୧।୪(ନି.ପ୍ର)- କେନ୍ଦ୍ର ସରକାରଙ୍କ ଆର୍ଥିକ ପରିଚାଳନାରେ ଅପାରଗତା ଓ ଏଟିଏମ୍‌ ଗୁଡ଼ିକରେ ଟଙ୍କା ନ ଥିବାରୁ ଲୋକେ ହନ୍ତସନ୍ତ ହେଉଥିବା ପ୍ରତିବାଦରେ ଶନିବାର ତାଳଚେର ହାଟତୋଟା ଷ୍ଟେଟ୍‌ ବ୍ୟାଙ୍କ ସମ୍ମୁଖରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଶନିଶ୍ଚରଙ୍କ ଓଷାବ୍ରତ ପାଳିତ

ବଅଁରପାଳ, ୨୧।୪(ଡି.ଏନ.ଏ.)- ନାଲକୋ ନଗରରେ ଶନିବାର ପ୍ରଭୁ ଶନିଶ୍ଚରଙ୍କ ଓଷାବ୍ରତ ପାଳିତ ହେଉଛି। ଏହି ଅବସରରେ ହୋମଯଜ୍ଞ, ନାମ ସଂକୀର୍ତ୍ତନ ଆଦି ପୂଜାର୍ଚ୍ଚନା କରାଯାଉଛି।

ଟ୍ରେନ୍‌ ଧକ୍କାରେ ହାତୀ ଗୁରୁତର

ଟ୍ରେନ୍‌ ଧକ୍କାରେ ହାତୀ ଗୁରୁତର

ଢେଙ୍କାନାଳ ଅଫିସ, ୨୧।୪- ଢେଙ୍କାନାଳ ସଦର ଥାନା ଝରାଗାଡ଼ିଆ ଫାଣ୍ଡି ଅଧୀନ କଉଁରିଆପାଳ ନିକଟରେ ଶନିବାର ଭୋର ୪ଟାରେ ଟ୍ରେନ ଧକ୍କାରେ ଏକ ହାତୀ ଗୁରୁତର ହୋଇଛି।

ମହିଳାଙ୍କୁ ଠେଙ୍ଗାରେ ଆକ୍ରମଣ

ବଇଣ୍ଡା, ୨୧।୪(ଡି.ଏନ.ଏ)- ଠାକୁରଗଡ଼ ଥାନା ଟାପଢୋଲ ଗ୍ରାମର ମିନତୀ ବେହେରାଙ୍କୁ ସେହି ଗ୍ରାମର ତରୁଣ ବେହେରା ଠେଙ୍ଗାରେ ଆକ୍ରମଣ କରିଥିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି।

ଜବରଦଖଲ ନେଇ ଉତ୍ତେଜନା

ଜବରଦଖଲ ନେଇ ଉତ୍ତେଜନା

କାମାକ୍ଷାନଗର,୨୧।୪ (ଡି.ଏନ.ଏ)- ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଗୋରଡିଆ ଗ୍ରାମରେ ଏକ ସରକାରୀ ଜାଗା ଜବରଦଖଲକୁ ନେଇ ଉତ୍ତେଜନା ଦେଖାଦେଇଛି। ଗ୍ରାମର ଜଗାକାଳିଆ କ୍ଲବ ସଦସ୍ୟମାନେ ଖେଳପଡିଆ କରିଥିବା ଜାଗାକୁ ଗ୍ରାମର କେତେଜଣ ବ୍ୟକ୍ତି ଜବରଦଖଲ କରୁଥିବାକୁ କେନ୍ଦ୍ରକରି ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି।