ଉପକୂଳ ଓଡିଶା

ପ୍ରଶାସନ ଜ୍ଞାତରେ ଚାଲିଛି ବେଆଇନ କାର୍ଯ୍ୟ

ପ୍ରଶାସନ ଜ୍ଞାତରେ ଚାଲିଛି ବେଆଇନ କାର୍ଯ୍ୟ

ରସୁଲପୁର,୧୦।୧୨(ଡିଏନ୍‌ଏ)

ରସୁଲପୁର ତହସିଲ ବାଲି ମାଫିଆ ଓ ବେଆଇନ ଇଟାଭାଟି ମାଲିକଙ୍କ ଭୂ-ସ୍ବର୍ଗରେ ପରିଣତ ହୋଇଛି । ତହସିଲ ପ୍ରଶାସନ ପକ୍ଷରୁ ବେଆଇନ କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରୋତ୍ସାହିତ କରାଯାଉଥିବା ଅଭିଯୋଗ ହେଉଛି।
ରସୁଲପୁର ତହସିଲ ଅଧୀନରେ ପହଁଗା, ଆଦମପୁର, କସ୍ପା, ନରସିଂହପୁର, ସାମନ୍ତରାପୁର ଭଳି ୫ଟି ସର୍କଲ ରହିଛି । ଏହି ସର୍କଲ ଅଧୀନରେ ବର୍ଷସାରା ଶହ ଶହ ବେଆଇନ ଇଟାଭାଟି ଜଳୁଛି । ପହଁଗା ସର୍କଲର ପହଁଗାର ଖରସ୍ରୋତା ନଦୀପଠା, ଯୋକଡିଆ, କସ୍ପା ଅଧୀନ ସିଂହାପୁର, ମାଣତୀର, ବାରବାଟୀ, ଆଦାମପୁର ସର୍କଲର ନଠୁଆବର, ଆଦମପୁର, ଟାକୁଆଠେଙ୍ଗ, ନରସିଂହପୁର ସର୍କଲର ଭୋଟକା, ମୁଗୁପାଳ, ନରସିଂହପୁର, ସାମନ୍ତରାପୁର ସର୍କଲର ରାଜେନ୍ଦ୍ରପୁର, ସାମନ୍ତରାପୁର ଭଳି ବହୁ ସ୍ଥାନରେ ବେଆଇନ ଇଟାଭାଟି ଗୁଡିକ ରହିଛି । ଇଟା ବ୍ୟବସାୟୀମାନେ କେବଳ ବର୍ଷା କିଛିମାସକୁ ଛାଡିଦେଲେ ବାକି ଦିନ ଗୁଡ଼ିକରେ ଆଇନକୁ ଆଖିଠାର ମାରି ଇଟା ବ୍ୟବସାୟ କରୁଛନ୍ତି । ଜନବସତି ମଝିରେ ଇଟାଭାଟି ହୋଇଥିବାରୁ ଏଥିରୁ ନିର୍ଗତ ଧୂଆଁ ପରିବେଶକୁ ଦୂଷିତ କରିବା ସହ ସାଧାରଣ ଲୋକ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ଅନେକ ସ୍ଥାନରେ ଇଟା ବ୍ୟବସାୟୀମାନେ ସରକାରୀ ଜମିକୁ କବ୍‌ଜା କରି ସେମାନଙ୍କ ବ୍ୟବସାୟ ଚଳାଇଛନ୍ତି। ସେହିଭଳି ତହସିଲ ଅଧୀନରେ ଥିବା ବ୍ରାହ୍ମଣୀ ନଦୀର ଜାବରା ପଞ୍ଚାୟତର ଜାବରା, କଣ୍ଠିଆକଣ, ସିଂହାପୁର ପଞ୍ଚାୟତ ବ୍ରାହ୍ମଣବାଡ, ବାରବାଟୀ ପଞ୍ଚାୟତର ପଦ୍ମପୁର, କଲଣ ପଞ୍ଚାୟତର କଲଣ, ରାଜେନ୍ଦ୍ରପୁର ପଞ୍ଚାୟତର ହାଟସାହି, ଅତଲାପୁର ପଞ୍ଚାୟତର ଅତଲାପୁର, ସାମନ୍ତରାପୁର ପଞ୍ଚାୟତର ବଡଚପୋଇ, ମଙ୍ଗରାପୁର ପଞ୍ଚାୟତର ଲଙ୍କାବାଲି ସାହି, ମହେଶ୍ୱରପୁର ପଞ୍ଚାୟତର ଚାନ୍ଦପୁର, ବ୍ରହ୍ମବରଦା ହାଟ ପ୍ରଭୃତି ସ୍ଥାନରେ ବେଆଇନ ବାଲିଘାଟ ରହିଛି। ସେହିଭଳି ଖରସ୍ରୋତା ନଦୀର ଶ୍ରୀବନ୍ତପୁର, ଯୋକଡିଆ, ଟିକରପଡା, ଗନ୍ଧଣ, ଖଣ୍ଡିତର, ବାହାଦଲାପୁର, ପରିଡାବାଦ ପ୍ରଭୃତି ସ୍ଥାନରୁ ବେଆଇନ ବାଲି ଉଠାଣ ହେଉଛି । ଛିଣ୍ଡା ଖରସ୍ରୋତା ନଦୀଗର୍ଭରୁ ରସୁଲପୁର, ଭୋଟକା, ଗନ୍ଧଣ, ବଡକଇଁଚି, ଟିକରପଡା ପ୍ରଭୃତି ପଞ୍ଚାୟତର ଲୋକେ ବାଲି ଉଠାଇ ବ୍ୟବସାୟ କରୁଛନ୍ତି । ଏସବୁ ଘାଟରୁ ବାଲି ଉଠାଇ ମାଫିଆମାନେ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲାଣ କରି ମାଲାମାଲ ହେଉଛନ୍ତି । ବେଆଇନ ବାଲି ଘାଟକୁ ନେଇ ନାନା ସମୟରେ ସ୍ଥାନୀୟ ଲୋକ ଓ ମାଫିଆ ମୁହାଁମୁହିଁ ହୋଇଛନ୍ତି । ଏ ନେଇ ଥାନାରେ ମାମଲା ରୁଜୁ ହୋଇଛି । ଏହା ପଛରେ ବଡ଼ ବଡ଼ ଲୋକଙ୍କ ହାତ ଥିବାରୁ ଅଭିଯୋଗ ଗୁଡ଼ିକ ନାଲିଫିତା ତଳେ ସୀମିତ ରହୁଛି। ରାଜସ୍ବ ଅଧିକାରୀଗଣ ବେଆଇନ ସ୍ଥାନରେ ଚଢ଼ାଉ କରୁଥିଲେ ମଧ୍ୟ କେବଳ ଜରିମାନା ନେଇ ଘଟଣାକୁ ଚପାଇ ଦେଉଥିବା ଅଭିଯୋଗ ହେଉଛି। ଦୁଇମାସ ତଳେ ନୂତନ ଭାବେ ଯୋଗଦେଇଥିବା ତହସିଲଦାର ପ୍ରତାପ ଚନ୍ଦ୍ର ରାଉତ ଏ ଦିଗରେ ତଥ୍ୟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ତହସିଲଦାର ରାଉତଙ୍କୁ ପଚାରିବାରେ ନୂଆ କରି ଯୋଗ ଦେଇଛନ୍ତି। ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ନରସିଂହପୁର ସର୍କଲର ରାଜସ୍ବ ନିରୀକ୍ଷକ ଦୁର୍ଯୋଧନ ଷଡଙ୍ଗୀ କୁହନ୍ତି, ୬ରୁ ୭ବର୍ଷ ହେବ ବେଆଇନ ଇଟାଭାଟି ଚାଲିଛି। ଏ ନେଇ ଅଭିଯୋଗ ମିଳିବା ପରେ ବିଭିନ୍ନ ସ୍ଥାନରେ ଜରିମାନା ଆଦାୟ କରାଯାଇଛି। ଅନ୍ୟ ସର୍କଲରେ ଚାଲିଥିବା ବେଆଇନ କାର୍ଯ୍ୟ ବନ୍ଦ ହେଲେ ନରସିଂହପୁର ସର୍କଲରୁ ବନ୍ଦ ହେବ।

All Right Reserved By

ଉପକୂଳ ଓଡିଶା

ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଧାରଣା

ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଧାରଣା

ଯାଜପୁର ଅଫିସ, ୧୮।୭: ଯାଜପୁରରୋଡ ମାଲଗୋଦାମରେ ଟ୍ରକ ଚାପାରେ ମଙ୍ଗଳବାର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାରକୁ କ୍ଷତି ପୂରଣ ତଥା ଅନ୍ୟାନ୍ୟ ଦାବିରେ ଯାଜପୁର-କେନ୍ଦୁଝର ରୋଡ ରେଳ ଷ୍ଟେଶନକୁ ଲାଗିଥିବା ମାଲଗୋଦାମ ସମ୍ମୁଖରେ ଶ୍ରମିକମାନେ ବୁଧବାର ସକାଳେ ଧାରଣା ଦେଇଛନ୍ତି।

ଅଙ୍ଗନୱାଡ଼ି କର୍ମୀଙ୍କ ଜିଲାପାଳଙ୍କୁ ଦାବିପତ୍ର

ଅଙ୍ଗନୱାଡ଼ି କର୍ମୀଙ୍କ ଜିଲାପାଳଙ୍କୁ ଦାବିପତ୍ର

ନୟାଗଡ଼ ଅଫିସ,୧୮ା୭- ଜିଲାର ଅଙ୍ଗନୱାଡ଼ି କର୍ମୀମାନେ ସୋମବାର ଜିଲାପାଳଙ୍କୁ ବିଭିନ୍ନ ସମସ୍ୟା ନେଇ ଦାବିପତ୍ର ପ୍ରଦାନ କରିଛନ୍ତି। ଅଙ୍ଗନୱାଡ଼ିରେ ଏସ୍‌ଏନପି ଓ ଟିଏଚ୍‌ଆର ଖାଦ୍ୟ ବିବରଣୀରେ ପରିବର୍ତ୍ତନ ସାଙ୍ଗକୁ ବଜାର ଦରବୃଦ୍ଧି ହେତୁ ଆବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି କରାଯିବା , ଅଙ୍ଗନୱାଡ଼ି କାର୍ଯ୍ୟ ବାହାରେ ଥିବା ୬ଟି କାର୍ଯ୍ୟକ୍ରମକୁୂ ବାଦ୍‌ ଦେବା ନିମନ୍ତେ ଦାବିପତ୍ର ପ୍ରଦାନ କରିଥିଲେ।

 ଜଳ ନିଷ୍କାସନକୁ କେନ୍ଦ୍ର କରି ଗୁଳିକାଣ୍ଡ: ତିନିଦିନ ହେଲାଣି ବଧିସାହି ଗ୍ରାମ ପୁରୁଷଶୂନ୍ୟ

ଜଳ ନିଷ୍କାସନକୁ କେନ୍ଦ୍ର କରି ଗୁଳିକାଣ୍ଡ: ତିନିଦିନ ହେଲାଣି ବଧିସାହି ଗ୍ରାମ ପୁରୁଷଶୂନ୍ୟ

ନୟାଗଡ଼ ଅଫିସ,୧୮ା୭-ନୟାଗଡ଼ ଜିଲା ଶରଣକୁଳ ଥାନା ଖିଲାରପାଟଣା ମଶାଣିଠାରେ ଶନିବାର ଜଳ ନିଷ୍କାସନକୁ କେନ୍ଦ୍ର କରି ହୋଇଥିବା ଗୁଳିକାଣ୍ଡରେ ମଙ୍ଗଳବାର ପୋଲିସ ୭ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ବଧିସାହିର ପ୍ରଭାତ ପ୍ରଧାନ, ଉଲ୍ଲାସ ପାତ୍ର, ଭଦ୍ର ଓରଫ ବଳଭଦ୍ର ସାହୁ, ପ୍ରମୋଦ ସାହୁ, ବୃନ୍ଦାବନ ପ୍ରଧାନ, ଅକ୍ରୂର ସ୍ବାଇଁ, ମଦନ ମହାପାତ୍ର । ସେହିଭଳି ଏଥିରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଶରଣକୁଳ ଏସ୍‌ଡିପିଓ ନାରାୟଣ ବାରିକ ପ୍ରକାଶ କରିଛନ୍ତି।

ଶରଣକୁଳରୁ ୧୭  ନାଗସାପ ଛୁଆ  ଉଦ୍ଧାର

ଶରଣକୁଳରୁ ୧୭ ନାଗସାପ ଛୁଆ ଉଦ୍ଧାର

ନୟାଗଡ଼ ଅଫିସ,୧୮ା୭- ନୟାଗଡ଼ ଜିଲା ଶରଣକୁଳ ଭଞ୍ଜସାହିରେ ଥିବା ଏକ କୂଅରୁ ମଙ୍ଗଳବାର ୧୭ଟି ନାଗସାପ ଛୁଆ ଉଦ୍ଧାର କରାଯାଇଛି। ତେବେ ମା’ ସାପ ଉଦ୍ଧାର ହୋଇପାରି ନ ଥିବାରୁ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି।

 ଯୁବ ବୈଜ୍ଞାନିକଙ୍କ ଭିନ୍ନ ପରିକଳ୍ପନା ଗାଁ ହାଟ

ଯୁବ ବୈଜ୍ଞାନିକଙ୍କ ଭିନ୍ନ ପରିକଳ୍ପନା ଗାଁ ହାଟ

ନୟାଗଡ଼ ଅଫିସ,୧୮ା୭(ରଞ୍ଜନ କୁମାର ପ୍ରଧାନ)-ରୋଜଗାର ଲକ୍ଷ୍ୟରେ ପ୍ରତିଦିନ ଗ୍ରାମରୁ ଲୋକମାନେ ସହରାଭିିମୁଖୀ ହେଉଛନ୍ତି। ଏହାଦ୍ୱାରା ସହରରେ ଲୋକଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ଏହାସହିତ ତାଳଦେଇ ସହରରେ ଦେଖାଦେଉଛି ବିଭିନ୍ନ ସମସ୍ୟା। ସେହିଭଳି ଗ୍ରାମରେ ଲୋକ ଅଭାବରୁ ଜମିଗୁଡ଼ିକ ପଡ଼ିଆ ହୋଇ ପଡ଼ି ରହୁଛି।

ପୋଲିସର ହସ୍ତକ୍ଷେପ ପରେ ଏକାଠି ହେଲେ ପ୍ରେମୀ ଯୁଗଳ

ପୋଲିସର ହସ୍ତକ୍ଷେପ ପରେ ଏକାଠି ହେଲେ ପ୍ରେମୀ ଯୁଗଳ

ରାଜନଗର, ୧୮।୭ (ଡି.ଏନ୍‌.ଏ.):ପ୍ରେମିକଠାରୁ ପ୍ରତାରିତ ହେବା ପରେ ପୋଲିସର ଆଶ୍ରୟ ନେଇଛନ୍ତି ଜଣେ ଯୁବତୀ। ଏହି ଘଟଣା ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି।

ବିପ୍ଳବୀ କବି ଆନନ୍ଦ ଚନ୍ଦ୍ର ଜେନାଙ୍କ ଜୟନ୍ତୀ ପାଳିତ

ବିପ୍ଳବୀ କବି ଆନନ୍ଦ ଚନ୍ଦ୍ର ଜେନାଙ୍କ ଜୟନ୍ତୀ ପାଳିତ

କେନ୍ଦ୍ରାପଡ଼ା ଅଫିସ,୧୮ା୭:କନିକା ରାଜାଙ୍କ ଅତ୍ୟାଚାର ବଢି ଚାଲିଥିବା ବେଳେ ଆଶୁ କବିତା ମାଧ୍ୟମରେ କବି ଆନନ୍ଦ ଚନ୍ଦ୍ର ଜେନା ବିପ୍ଲବର ସେତୁ ବାନ୍ଧିଥିଲେ ା ଏହା ମାଧ୍ୟମରେ ଜନସାଧାରଣଙ୍କୁ ଏକାଠି କରିବା, ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ପ୍ରତିବାଦର ସ୍ବର ଉଠାଇବା, ଜେଲ ବରଣ କରିବା ବିପ୍ଲବୀ କବିଙ୍କ ଜୀବନର ଅଙ୍ଗ ହୋଇଥିଲା ବୋଲି ୧୩୪ତମ ଜୟନ୍ତୀ ଅବସରରେ ଅତିଥିମାନେ ମଙ୍ଗଳବାର ମତପ୍ରକାଶ କରିଛନ୍ତି ା

ଜିଲାପାଳଙ୍କ ଗରଦପୁର ଗସ୍ତ

ଜିଲାପାଳଙ୍କ ଗରଦପୁର ଗସ୍ତ

ପାଟକୁରା, ୧୮।୭ (ଡି.ଏନ୍‌.ଏ.):କେନ୍ଦ୍ରାପଡ଼ା ଜିଲାପାଳ ରେଘୁ ଜୀ. ମଙ୍ଗଳବାର ଗରଦପୁର ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲାପାଳ ବେଡାରୀ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚତ୍ ଉନ୍ନୟନ କାର୍ଯ୍ୟ ପାଇଁ ଆସୁଥିବା ଅନୁଦାନ ଅର୍ଥ ଓ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ ହେଉଛି କି ନାହିଁ ସେ ନେଇ ରେକର୍ଡପତ୍ର ଯାଞ୍ଚ କରିଥିଲେ।

ଡେରାବିଶ ପଞ୍ଚାୟତ ସମିତିର  ୫ମ ସାଧାରଣ ବୈଠକ: ବହୁ ବିଭାଗୀୟ ଅଧିକାରୀ ଅନୁପସ୍ଥିତ

ଡେରାବିଶ ପଞ୍ଚାୟତ ସମିତିର ୫ମ ସାଧାରଣ ବୈଠକ: ବହୁ ବିଭାଗୀୟ ଅଧିକାରୀ ଅନୁପସ୍ଥିତ

ଡେରାବିଶ, ୧୮।୭ (ସ୍ବ.ପ୍ର.): ଡେରାବିଶ ପଞ୍ଚାୟତ ସମିତିର ୫ମ ସାଧାରଣ ବୈଠକ ପଞ୍ଚାୟତ ସମିତି ସଭା ଗୃହରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷ ସରୋଜକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରୱାଲ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ବିଡିଓ ଗୋପବନ୍ଧୁ ଭୋସାଗର ବୈଠକ ସମ୍ପର୍କରେ ସୂଚନା ଦେଇଥିଲେ।

  କଲେଜ ପରିସରରେ ଅଣଛାତ୍ରଙ୍କ ଦୌରାତ୍ମ୍ୟ: ଛାତ୍ର ସଂଗଠନ ପକ୍ଷରୁ ଧାରଣା

କଲେଜ ପରିସରରେ ଅଣଛାତ୍ରଙ୍କ ଦୌରାତ୍ମ୍ୟ: ଛାତ୍ର ସଂଗଠନ ପକ୍ଷରୁ ଧାରଣା

ପଟ୍ଟାମୁଣ୍ଡାଇ,୧୮ା୭(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ କଲେଜ ପରିସରରେ ଅଣଛାତ୍ରଙ୍କ ଦୈରାତ୍ମ୍ୟ ଦିନକୁ ଦିନ ବଢିଚାଲିଛି । ଫଳରେ ଛାତ୍ରୀଛାତ୍ରମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ସୋମବାର ପୂର୍ବାହ୍ନରେ ଜଣେ ଅଣଛାତ୍ର କଲେଜର ଯୁକ୍ତ ଦୁଇ ଶ୍ରେଣୀର ଦ୍ୱିତୀୟ ବାର୍ଷିକ ବିଜ୍ଞାନ ଛାତ୍ର ଅଭିଷେକ ଦାସଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ବନ୍ଧୁକ ଦେଖାଇ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଏହାକୁ ନେଇ ସୋମବାର ଠାରୁ ଉତ୍ତେଜନା ଲାଗି ରହିଛି ।

ଦୋକାନ ଭଙ୍ଗାରୁଜାକୁ ବର୍ଷେ ବିତିଲା : ଚାର୍ଜସିଟ୍‌ ଦାଖଲ କରୁନି ପୋଲିସ

ଦୋକାନ ଭଙ୍ଗାରୁଜାକୁ ବର୍ଷେ ବିତିଲା : ଚାର୍ଜସିଟ୍‌ ଦାଖଲ କରୁନି ପୋଲିସ

ନାଉଗଁା,୧୮ା୭(ସ୍ବ.ପ୍ର.): ନାଉଗଁା ବ୍ଲକ ଅବଦଲପୁରସ୍ଥିତ ଥାନା ଛକରେ ୧୭ ଜୁଲାଇ ୧୦୧୭ରେ ହୋଇଥିବା ଦୋକାନ ପୋଡ଼ି ଘଟଣାକୁ ଇତିମଧ୍ୟରେ ୧ବର୍ଷ ବିତିଲାଣି। ଏହି ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ଅଦ୍ୟାବଧି ଚାର୍ଜସିଟ୍‌ ଦାଖଲ କରିନାହିଁ। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଜଳ ନିଷ୍କାସନ ପାଇଁ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର

ଜଳ ନିଷ୍କାସନ ପାଇଁ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର

ବାଲିକୁଦା,୧୮ା୭(ସ୍ବ.ପ୍ର.): ଲଗାଣ ବର୍ଷା ଯୋଗୁ ବାଲିକୁଦା ବ୍ଲକର ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ଡ୍ରେନ୍‌ଗୁଡିକରେ ଜଳ ନିଷ୍କାସନ ଠିକ୍‌ ଭାବେ ହୋଇପାରୁ ନ ଥିବାରୁ ବହୁ ଅସୁବିଧା ହେଉଛି। ତେଣୁ ଜଳ ନିଷ୍କାସନ ସୁବିଧା କରିବା ପାଇଁ ଅଳକା ବୁଡ଼ି ଅଞ୍ଚଳ କୃଷକ ସଂଗ୍ରାମ ସମିତି ପକ୍ଷରୁ ଜଳ ସମ୍ପଦ ବିଭାଗ ଓ ଜଳ ନିଷ୍କାସନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

Model This Week

ରୂପେଶ