ଉପକୂଳ ଓଡିଶା

ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ, ରୋଗୀ ହନ୍ତସନ୍ତ

ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ, ରୋଗୀ ହନ୍ତସନ୍ତ

ବରୀ,୧୦।୧୨(ସ୍ବ.ପ୍ର)

ରୋଗୀଙ୍କ ଚିକିତ୍ସା ପାଇଁ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଆଡ଼େ ଡାକ୍ତରଖାନା ଖୋଲାଯାଇଛି। ଫଳରେ ରୋଗୀଙ୍କ ଚିକିତ୍ସା ଠିକ୍‌ ଭାବେ ହୋଇପାରିବ। ବିଭିନ୍ନ ସମୟରେ ଡାକ୍ତରଖାନା ଓ ଡାକ୍ତରଙ୍କ ଅଭାବ କାରଣରୁ ଚିକିତ୍ସା ଠିକ୍‌ ଭାବେ ହୋଇ ପାରୁ ନ ଥିବାରୁ ରୋଗୀଙ୍କର ଅକାଳ ମୃତ୍ୟୁ ଘଟୁଛି। ଏଭଳି ସମସ୍ୟା ଦେଖିବାକୁ ମିଳିଛି ବରୀ ବ୍ଲକ ଅଞ୍ଚଳରେ ଥିବା ସ୍ବାସ୍ଥ୍ୟ ସେବା କେନ୍ଦ୍ର ଗୁଡ଼ିକରେ। ଏଠାରେ ସ୍ବାସ୍ଥ୍ୟ ସେବା କେନ୍ଦ୍ର ଗୁଡ଼ିକରେ ଡାକ୍ତରଙ୍କର ଅଭାବ କାରଣରୁ ରୋଗୀମାନେ ଖର୍ଚ୍ଚାନ୍ତ ହୋଇ ଯାଜପୁର ଓ କଟକ ଯାଉଛନ୍ତି। ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଏହି ବ୍ଲକର ୨୯ଟି ପଞ୍ଚାୟତରେ ଥିବା ୧୦୫ଟି ଗ୍ରାମର ୧ଲକ୍ଷ ୫୫ହଜାର ଲୋକଙ୍କ ସ୍ବାସ୍ଥ୍ୟ ସେବା ପାଇଁ ଅଲିପୁରଠାରେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି। ସେହିଭଳି ରନତ୍ଗିରି, ବାଲିଆ, କୃଷ୍ଣନଗର ଓ କଳାମାଟିଆଠାରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ବ୍ଲକ ଅଞ୍ଚଳରେ ୨୪ଟି ସବ୍‌ ସେଣ୍ଟର ରହିଥିଲାବେଳେ କର୍ମଚାରୀଙ୍କ ଅଭାବରୁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୫ ଜଣ ଡାକ୍ତର ନିଯୁକ୍ତି ପାଇଥିଲାବେଳେ ପାଳି କରି ଡାକ୍ତରମାନେ ଡ୍ୟୁଟି କରୁଛନ୍ତି। ଫଳରେ ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ପରିମାଣର ଡାକ୍ତରର ସୁବିଧା ନ ଥିବା ନେଇ ଅଭିଯୋଗ ହେଉଛି। ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଅଧିକାଂଶ ସମୟ ଅନୁପସ୍ଥିତ ରହୁଥିବା କାରଣରୁ ଗର୍ଭବତୀ ମହିଳାମାନେ ପ୍ରସବ ସମୟରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରୋଗୀଙ୍କ ପାଇଁ ଆସୁଥିବା ମାଗଣା ଔଷଧ ମିଳୁନାହିଁ। ମାସିକ ୟୁଜର ଫି’ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ଆୟ ହେଉଥିଲାବେଳେ ଏହାର ଠିକ ବିନିଯୋଗ କରାଯାଉନାହିଁ। ଦୀର୍ଘ ଦିନ ଧରି ରୋଗୀ କଲ୍ୟାଣ ସମିତି ବୈଠକ ବସିନାହିଁ। ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାର ବ୍ୟବସ୍ଥା ରହିଥିଲେ ମଧ୍ୟ ଏହା କେବଳ କାଗଜ କଲମରେ ବଣ୍ଟାଯାଉଥିବା ଦର୍ଶାଯାଉଛି। ବ୍ଲିଚିଂ ପାଉଡର ଗାଁ ଗହଳିରେ ପକାଯାଉ ନ ଥିବାରୁ ମଶା,ମାଛିଙ୍କ ଉପଦ୍ରବ ବଢୁଛି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଦୈନିକ ୩୦୦ରୁ ଊର୍ଦ୍ଧ୍ୱ ରୋଗୀ ଆସୁଥିଲାବେଳେ ଡାକ୍ତରଙ୍କ ଅନୁପସ୍ଥିତ ପାଇଁ ରୋଗୀ ସେବା ବ୍ୟାହତ ହେଉଛି। ଏଠାରେ ଏକ ମାତ୍ର ଆମ୍ବୁଲାନ୍ସ ରହିଥିଲାବେଳେ ଅନ୍‌ କଲ ବେସିକ୍‌ରେ ଡ୍ରାଇଭର ରହିଛନ୍ତି। ସେଥିପାଇଁ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବାକୁ ଦାବି ହେଉଛି। ରନତ୍ଗିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଆମ୍ବୁଲାନ୍ସଟି ଖତ ଖାଇଗଲାଣି। ଜରୁରିକାଳୀନ ପରିସ୍ଥିତିରେ ୧୦୮ ଆମ୍ବୁଲାନ୍ସ ଥିଲେ ବି ସେବା ଯୋଗାଇବାରେ ବିପଯର୍‌ୟସ୍ତ ଦେଖାଦେଇଛି। ସ୍ବାସ୍ଥ୍ୟ ସଚେତନତା ପାଇଁ ଆସୁଥିବା ଅର୍ଥ ହରିଲୁଟ ହେଉଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ପାଇଁ ଥିବା ବେଡ୍‌ ଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ସ୍ବାସ୍ଥ୍ୟ ସେବା ଉପରେ ସ୍ବାସ୍ଥ୍ୟ ବିଭାଗ ଦୃଷ୍ଟି ଦେବା ପାଇଁ ରନତ୍ଗିରି ସଚେତନ ନାଗରିକ ମଞ୍ଚ ପକ୍ଷରୁ ସ୍ବାସ୍ଥ୍ୟ ସଚିବଙ୍କ ନିକଟରେ ଶନିବାର ଅଭିଯୋଗ କରିଥିବା ମଞ୍ଚ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଦାୟିତ୍ୱରେ ଥିବା ଡାକ୍ତର ହିମାଂଶୁ ଶେଖର ନାଥଙ୍କୁ ପଚାରିବାରେ ସ୍ବାସ୍ଥ୍ୟ ସେବା ଠିକ୍‌ ଭାବେ ଚାଲିଛି। ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି।

All Right Reserved By

ଉପକୂଳ ଓଡିଶା

କୋର୍ଟ ପ୍ରତିଷ୍ଠା ପାଇଁ ଜମି ଚିହ୍ନଟ

ମାର୍ଶାଘାଇ,୧୫।୭(ଡିଏନଏ)-ମାର୍ଶାଘାଇରେ କୋର୍ଟ ପ୍ରତିଷ୍ଠା ପାଇଁ ଜମି ଚିହ୍ନଟ ହୋଇଛି । ଏଥିପାଇଁ କେନ୍ଦ୍ରାପଡା ଜିଲା ଜଜ୍‌ ବାସୁଦେବ ପଣ୍ଡା ନିକଟରେ ମାର୍ଶାଘାଇ ତହସିଲ ଗସ୍ତ କରି ତହସିଲ ଅଫିସ ଦ୍ୱାରା ପୂର୍ବରୁ ଚିହ୍ନଟ କରାଯାଇଥିବା ଜମିକୁ ଦେଖିଥିଲେ।

ପଚା ଗ୍ୟାସ ଗନ୍ଧ: ଲୋକେ ଅତିଷ୍ଟ

ପଚା ଗ୍ୟାସ ଗନ୍ଧ: ଲୋକେ ଅତିଷ୍ଟ

କୁଜଙ୍ଗ,୧୫।୭(ସ୍ବ.ପ୍ର.)- କୁଜଙ୍ଗ ବ୍ଲକ ଅନ୍ତର୍ଗତ ଭୂତମୁଣ୍ଡାଇ ଗ୍ରାମରେ ରବିବାର ଦିନ ୧୨ଟାରୁ ପଚା ଗ୍ୟାସ ଗନ୍ଧ ହେଉଛି। ଗନ୍ଧରେ ସ୍ଥାନୀୟ ଲୋକେ ଅତିଷ୍ଠ ହୋଇ ପଡିଛନ୍ତି।

ସାପ କାମୁଡ଼ାରେ ଯୁବକ ମୃତ

ସାପ କାମୁଡ଼ାରେ ଯୁବକ ମୃତ

ଯାଜପୁର ଅଫିସ,୧୫।୭: ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ବାଲିଆ ଗ୍ରାମରେ ରବିବାର ସକାଳେ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚଗଲୁ ଖଟୁଆ(୨୫)। ଗତ ଶୁକ୍ରବାର ବିଲରେ କାମ କରୁଥିବାବେଳେ କୌଣସି ଏକ ବିଷାକ୍ତ ସାପ ଚଗଲୁଙ୍କୁ କାମୁଡ଼ି ଦେଇଥିଲା।

ନକଲି ଡାକ୍ତରଙ୍କ ପାଇଁ ନାବାଳକଙ୍କ ଜୀବନ ଗଲା

ନକଲି ଡାକ୍ତରଙ୍କ ପାଇଁ ନାବାଳକଙ୍କ ଜୀବନ ଗଲା

ରାଜନଗର,୧୫।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବାଲିକଣା ପୋଖରୀସାହିର ମେଘନାଦ ବାରିକଙ୍କ ୧୪ ବର୍ଷର ପୁଅ ସୁବ୍ରତ ବାରିକ ରବିବାର ଚିକିତ୍ସା ଅବହେଳାରୁ ପ୍ରାଣ ହରାଇଛନ୍ତି। ଜଣେ ନକଲି ଡାକ୍ତରଙ୍କ ଚିକିତ୍ସା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ଡାକ୍ତର ହେଲେ ଇନ୍ଦ୍ରଜିତ ବିଶ୍ୱାସ।

ଜଳ ନିଷ୍କାସନକୁ କେନ୍ଦ୍ରକରି  ଗୁଳିକାଣ୍ଡ :୨ଭାଇ ମୃତ

ଜଳ ନିଷ୍କାସନକୁ କେନ୍ଦ୍ରକରି ଗୁଳିକାଣ୍ଡ :୨ଭାଇ ମୃତ

ନୟାଗଡ଼ ଅଫିସ,୧୫।୭-ଜଳ ନିଷ୍କାସନକୁ କେନ୍ଦ୍ରକରି ଶନିବାର ନୟାଗଡ଼ ଜିଲା ଶରଣକୁଳ ଥାନା ଶିଖରପୁର- କଜଳାଇପଲ୍ଲୀ ଆରଡି ରାସ୍ତାର ଖିଲାରପାଟଣା ମଶାଣିଠାରେ ଗୁଳିକାଣ୍ଡ ହୋଇଛି। ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଜଣେ ନାବାଳକଙ୍କ ସମେତ ୨ ଜଣ ଗୁରୁତର ହୋଇଛନ୍ତି।

ବିଦ୍ୟୁତ୍‌ ଶର୍ଟସର୍କିଟରୁ ଅଗ୍ନିକାଣ୍ଡ

ଭାପୁର,୧୫।୭(ଡି.ଏନ୍‌.ଏ.)-ଭାପୁର ଡାକ୍ତରଖାନା ପରିସରରେ ଥିବା ଏକ କ୍ୱାର୍ଟରରେ ବିଦ୍ୟୁତ ଶର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟି ଘର ପୋଡ଼ିଯିବା ସହ ଘରେ ଥିବା ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି।

ସିଆଳରେ ପିଲା ଟାଣିଲେ ରଥ

ସିଆଳରେ ପିଲା ଟାଣିଲେ ରଥ

କୃଷ୍ଣପ୍ରସାଦ,୧୫।୭(ଡି.ଏନ.ଏ.)- ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସିଆଳ ଗାଁରେ ଶନିବାର ଘୋଷଯାତ୍ରାରେ ପିଲାଙ୍କ ଦ୍ୱାରା ପ୍ରସ୍ତୁତ ରଥକୁ ପିଲାମାନେ ଟାଣିଛନ୍ତି। ଅଞ୍ଚଳବାସୀ ପୁରୀ ଯାଇ ଘୋଷଯାତ୍ରା ଦେଖିବାରୁ ବଞ୍ଚତ୍ତ ପିଲାମାନଙ୍କ ପାଇଁ ଗତ ୧୯ ବର୍ଷ ତଳେ ଏକ ଆକର୍ଷଣୀୟ ରଥ ନିର୍ମାଣ କରି ପିଲାମାନଙ୍କ ଦ୍ୱାରା ରଥ ଟଣାର ବ୍ୟବସ୍ଥା କରିଥିଲେ।

ବିଜେଡିରେ ମିଶିଲେ ଆମ ଓଡିଶା କର୍ମୀ

ଭାପୁର,୧୫।୭(ଡି.ଏନ.ଏ.)-ଭାପୁର ବ୍ଲକ ଚକ୍ରଧରପ୍ରସାଦ ପଞ୍ଚାୟତରେ ବିଜେଡି ପକ୍ଷରୁ ଶୁକ୍ରବାର ଅପରାହ୍ନରେ ଚକ୍ରଧରପ୍ରସାଦ ଗ୍ରାମର ସରସ୍ବତୀ ଶିଶୁ ମନ୍ଦିର ନିକଟରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ଦେଢ ଘଣ୍ଟା ବିଳମ୍ବରେ ଟଣାହେଲା ରଥ

ଦେଢ ଘଣ୍ଟା ବିଳମ୍ବରେ ଟଣାହେଲା ରଥ

ରଣପୁର,୧୫।୭ (ସ୍ବ.ପ୍ର.)- ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁରରେ ଶନିବାର ଶ୍ରୀଜୀଉଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେଇଯାଇଛି। ଏଥିପାଇଁ ସକାଳୁ ରଣପୁର ଦାଣ୍ଡ ହୋଇଯାଇଥିଲା ଲୋକାରଣ୍ୟ। ତିନି ରଥ ପ୍ରତିଷ୍ଠା କରିଯିବା ପରେ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟଠାରୁ ପ୍ରାୟ ୨ଘଣ୍ଟା ବିଳମ୍ଭରେ ବାଜିଥିଲା ବିଜେ କାହାଳି।

ପ୍ରତିଷ୍ଠାକୁ ବିତିଲା ୧୫ବର୍ଷ: ଅସୁରକ୍ଷିତ ଗୃହରେ ଚାଲିଛି ରୋଗୀସେବା

ପ୍ରତିଷ୍ଠାକୁ ବିତିଲା ୧୫ବର୍ଷ: ଅସୁରକ୍ଷିତ ଗୃହରେ ଚାଲିଛି ରୋଗୀସେବା

ମାର୍ଶାଘାଇ, ୧୫।୭ (ଡି.ଏନ୍‌.ଏ.): ବିଭିନ୍ନ ରୋଗରୁ ଉପଚାର ବା ନିରାକରଣ ନିମନ୍ତେ ଲୋକମାନେ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ବେଳେ କେତେକ ସ୍ଥାନରେ ସ୍ବାସ୍ଥ୍ୟକେନ୍ଦ୍ରରେ ନାନା ଅସୁବିଧା ଥିବା ଦେଖାଯାଉଛି। କେଉଁଠି ଡାକ୍ତର, କର୍ମଚାରୀ ଅଭାବ ତ ଆଉ କେଉଁଠି ନିରାମୟ ଯୋଜନାରେ ଔଷଧ ମିଳୁ ନଥିବା ଦେଖାଯାଉଛି।

ଭଣ୍ଡାରରେ ନାହିଁ ରକ୍ତ, ରୋଗୀ ହୀନସ୍ତା

ଭଣ୍ଡାରରେ ନାହିଁ ରକ୍ତ, ରୋଗୀ ହୀନସ୍ତା

ଯାଜପୁରରୋଡ଼,୧୫।୭(ନି.ପ୍ର): ଟୋପାଏ ରକ୍ତ ଅପେକ୍ଷାରେ ରହିଛନ୍ତି ମୃତ୍ୟୁ ସହ ଲଢ଼େଇ କରୁଥିବା ଅନେକ ଜୀବନ। ମାତ୍ର ରକ୍ତ ଅଭାବରୁ ଅନେକ ଜୀବନ ଚାଲିଯାଉଥିବା ଦେଖିବାକୁ ମିଳିଛି ଯାଜପୁର ରୋଡରେ। ରକ୍ତ ଭଣ୍ଡାରରେ ରକ୍ତ ନ ଥିବାରୁ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ପତିଆରା ଦେଖାଇବାରେ ବ୍ୟସ୍ତ ନେତା

ଯାଜପୁର ଅଫିସ,୧୫।୭: ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରମାନଙ୍କରେ ୮୦ପ୍ରତିଶତ ଡାକ୍ତର ପଦବୀ ଖାଲି ପଡ଼ିଛି। ପୋଲିସ ସାଧାରଣ ଲୋକଙ୍କ ସହିତ ବନ୍ଧୁତ୍ୱ ଭାବନା ନ ରଖି ନିଜ ସ୍ବାର୍ଥପ୍ରତି କାର୍ଯ୍ୟ କରୁଛି। ପୋଲିସର ତ୍ରୁଟିପୂର୍ଣ୍ଣ ତଦନ୍ତ ଓ ସମ୍ବେଦନଶୀଳ ମାମଲାଗୁଡିକୁ ରଫାଦଫା କରି କେଶ୍‌ଡାଏରୀ ଦାଖଲ ହେଉଛି।

Model This Week

ରୂପେଶ