ଉପକୂଳ ଓଡିଶା

ଢାଲ ସାଜିଛନ୍ତି ଗାଁ ଲୋକ

ଢାଲ ସାଜିଛନ୍ତି ଗାଁ ଲୋକ

ରସୁଲପୁର,୧୦।୧୨(ଡିଏନଏ)

ଜଳସମ୍ପଦ ବିଭାଗ ଓ ବ୍ଲକ ପ୍ରଶାସନର ବିନା ଅନୁମତିରେ ରସୁଲପୁର ବ୍ଲକ ଅଧୀନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ(ଆରଡି) ପକ୍ଷରୁ ଭୋଟକା ପଞ୍ଚାୟତର ଖରସୁଆଁ ନଦୀବନ୍ଧଠାରୁ ଖାନାବାଡ଼ି ଗ୍ରାମକୁ ଏକ ସଂଯୋଗୀକରଣ ରାସ୍ତା ନିର୍ମାଣ କରାଯାଉଛି। ଏହି ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ବିବାଦ ଘେରରେ ରହିଛି। ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇ ନ ଥିବା ବେଳେ ସୋମବାର ଅପରାହ୍ନରେ ଏହି ରାସ୍ତା ଉଦ୍‌ଘାଟନ ହେବାକୁ ଯାଉଥିବା ଜଣାପଡ଼ିଛି। ଏଭଳି ବେଆଇନ କାର୍ଯ୍ୟରେ ଠିକାଦାରଙ୍କୁ ସାଥ ଦେଉଛନ୍ତି ଉକ୍ତ ଗ୍ରାମର କେତେଜଣ ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀର ଲୋକେ। ନିଜ ଦୋଷ ଲୁଚାଇବାକୁ ଆରଡି ବିଭାଗ ଗ୍ରାମର ଉକ୍ତ ଲୋକଙ୍କୁ ଢାଲ କରିଥିବା ଦେଖିବାକୁ ମିଳିଛି। ସୋମବାର ଅପରାହ୍ନରେ ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବରେ କୋରେଇ ବିଧାୟକ ଆକାଶଦାସ ନାୟକ, ଧର୍ମଶାଳା ବିଧାୟକ ପ୍ରଣବକୁମାର ବଳବନ୍ତରାୟ, ଯାଜପୁର ଜିଲାପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ଅତିଥି ଭାବେ ଯୋଗଦେବେ ବୋଲି ଜଣାପଡ଼ିଛି। ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ଖବରଦାତା କ୍ଲବକୁ ଏ ନେଇ ଦିଆଯାଇଥିବା ଏକ ସୂଚନା ପତ୍ରରୁ ଏହା ଜଣାପଡିଛି। ରାସ୍ତା ନିର୍ମାଣ ନ ସୁରୁଣୁ ତାକୁ ବିଧାୟକ ଓ ଅଧ୍ୟକ୍ଷ ଉଦ୍‌ଘାଟନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପ୍ରକାଶ ଯେ, ଆରଡି ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ନିର୍ମାଣରେ ଅନିୟମିତା ହେଉଥିବା ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଜଳସମ୍ପଦ ଓ ବ୍ଲକ ପ୍ରଶାସନର ବିନା ଅନୁମତିରେ ରାସ୍ତା ନିର୍ମାଣ କରୁଛି। ନିର୍ମାଣାଧୀନ ରାସ୍ତା କଡରେ ନାମ ଫଳକ ଲଗାଯାଇ ନାହିଁ। ଏକ ପାଟ ଭିତରେ ରାସ୍ତା ନିର୍ମାଣ ହେଉଛି। ଠିକାଦାର କାର୍ଯ୍ୟସ୍ଥଳରେ ନ ରହି ଗ୍ରାମର କିଛି ଲୋକଙ୍କ ସହାୟତାରେ କାର୍ଯ୍ୟ କରାଉଛନ୍ତି। ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଯାଜପୁର ଜିଲାପାଳଙ୍କ ଜନ ଶୁଣାଣି ଶିବିରରେ ଅଭିଯୋଗ ହୋଇଛି। ଏଭଳି ନାନା ବିବାଦ ବିଭାଗର ପିଛା ଛାଡୁ ନ ଥିବା ବେଳେ ବିଭାଗ ପକ୍ଷରୁ ଗ୍ରାମର କିଛି ବ୍ୟକ୍ତିଙ୍କୁ ଢାଲ କରି ରାସ୍ତା ଉଦ୍‌ଘାଟନ ଆଳରେ ଏକ ଭୁଲ ବାର୍ତ୍ତା ଜନସାଧାରଣଙ୍କୁ ଦିଆଯାଉଥିବା କୁହାଯାଉଛି। ବିଧି ଅନୁଯାୟୀ ନୂତନ ରାସ୍ତାର ଭିତ୍ତିପ୍ରସ୍ଥର ସ୍ଥାପନ କିମ୍ବା ଉଦଘାଟନ ଉତ୍ସବ ଦାୟିତ୍ୱ ବିଭାଗର। ମାତ୍ର ଏଠାରେ ଗ୍ରାମର କିଛି ଲୋକ କିଭଳି ହସ୍ତକ୍ଷେପ କରୁଛନ୍ତି ବୋଲି ଜନୈକ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବିଭାଗର କନିଷ୍ଠ ଯନ୍ତ୍ରୀ ଜୁମର ମଲିକଙ୍କୁ ପଚାରିବାରୁ ଉଦ୍‌ଘାଟନ କାର୍ଯ୍ୟକ୍ରମ ବିଷୟରେ ସେ କିଛି ଜାଣି ନାହାନ୍ତି କିମ୍ବା ଏ ନେଇ ତାଙ୍କ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟକ୍ରମ ହେଉନାହିଁ ବୋଲି କହିଛନ୍ତି।

All Right Reserved By

ଉପକୂଳ ଓଡିଶା

ପାଇଖାନା ଟାଙ୍କିରେ ବୁଡ଼ି ଶିଶୁପୁତ୍ର ମୃତ

ପାଇଖାନା ଟାଙ୍କିରେ ବୁଡ଼ି ଶିଶୁପୁତ୍ର ମୃତ

ନୟାଗଡ଼ ଅଫିସ,୨୨।୭: ନୟାଗଡ଼ ଏନ୍‌ଏସି ୧୧ନଂ ଓ୍ବାର୍ଡ ଯଯାଙ୍ଗି ସାହିରେ ପାଇଖାନା ଟାଙ୍କିରେ ବୁଡ଼ି ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ସେ ହେଲେ ପ୍ରମୋଦ ପାତ୍ରଙ୍କ ପୁଅ ସାଇକ୍ରିଷ୍ଣା ପାତ୍ର(୪)।

ଜାତୀୟ ରାଜପଥ କଡ଼ରେ ୧୦୮ ବୃକ୍ଷରୋପଣ

ଜାତୀୟ ରାଜପଥ କଡ଼ରେ ୧୦୮ ବୃକ୍ଷରୋପଣ

ମାର୍ଶାଘାଇ,୨୨।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅଞ୍ଚଳ ଦେଇ ଯାଇଥିବା ୫ନଂ(କ) ଜାତୀୟ ରାଜପଥ ବଉଦ ଅଫିସଠାରୁ ଟିକରପଙ୍ଗା ଛକ ପର୍ଯ୍ୟନ୍ତ ପ୍ରାୟ ୪ କିମି ରାସ୍ତାର ଉଭୟ ପାର୍ଶ୍ୱରେ ରବିବାର ବୃକ୍ଷରୋପଣ କରାଯାଇଛି।

ପରିତ୍ୟକ୍ତ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ପରିତ୍ୟକ୍ତ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଯାଜପୁର ଅଫିସ,୨୨।୭: ଯାଜପୁର ଜିଲା ପାଣିକୋଇଲି ଥାନା ଅନ୍ତର୍ଗତ ଜହ୍ନା ଗ୍ରାମର ଏକ ପରିତ୍ୟକ୍ତ ଘରୁ ପୋଲିସ ରବିବାର ପୂର୍ବାହ୍ନ ୧୧ ଟାରେ ଜଣେ ଆଦିବାସୀ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ମହିଳା ହେଲେ ଗୁରୁବାରିପାଟ ପିଙ୍ଗୁଆ(୪୫) ।

ବନ୍ୟା ଆଶଙ୍କା: ଫେରିଘାଟ ବନ୍ଦ

ବନ୍ୟା ଆଶଙ୍କା: ଫେରିଘାଟ ବନ୍ଦ

ମହାକାଳପଡ଼ା,୨୨।୭(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓ ସକ୍ରିୟ ଥିବା ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ପ୍ରଭାବରୁ ପ୍ରବଳ ବର୍ଷା ହୋଇଥିବାବେଳେ ସମୁଦ୍ର ଅଶାନ୍ତ ରହିଛି। ଉପରମୁଣ୍ଡରେ ବର୍ଷା ହେବା ଯୋଗୁ ମହାନଦୀର ତଳମୁଣ୍ଡରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି।

ବରିଷ୍ଠ ନାଗରିକଙ୍କ ଦ୍ୱାରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ସଫେଇ

ବରିଷ୍ଠ ନାଗରିକଙ୍କ ଦ୍ୱାରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ସଫେଇ

ନିଶ୍ଚିନ୍ତକୋଇଲି,୨୨।୭(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ଗତ ୩ ଦିନ ଧରି ହେଉଥିବା ଲଗାଣ ବର୍ଷା ଫଳରେ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଯାଇଥିଲା।

ମାଉସୀ ମା’ ମନ୍ଦିରରେ ଶ୍ରୀଜୀଉଙ୍କ ସନ୍ଧ୍ୟା ଦର୍ଶନ ଶେଷ

କେନ୍ଦ୍ରାପଡା ଅଫିସ, ୨୨।୭- କେନ୍ଦ୍ରାପଡା ସହରର ଇଚ୍ଛାପୁରସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ଆଡପମଣ୍ଡପରେ ଶନିବାର ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉଙ୍କ ସନ୍ଧ୍ୟା ଦର୍ଶନ ଶେଷ ହୋଇଛି।

ପ୍ରବଳ ବର୍ଷାରେ କେନ୍ଦ୍ରାପଡା ସହର ଜଳାର୍ଣ୍ଣବ

କେନ୍ଦ୍ରାପଡା ଅଫିସ, ୨୨।୭- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ଶୁକ୍ରବାର ରାତିରୁ ବର୍ଷା ଲାଗିରହିଛି। ଫଳରେ କେନ୍ଦ୍ରାପଡା ସହରର ନିମ୍ନଭାଗରେ ପାଣି ଜମି ରହିଛି।

ରଥ ତଳେ ନାବାଳିକାଙ୍କୁ ବଳାତ୍କାର ଘଟଣା: ପୋଲିସ,ପ୍ରଶାସନର ଅବହେଳାରୁ ବଢୁଛି ଅପରାଧ

କେନ୍ଦ୍ରାପଡା ଅଫିସ, ୨୨।୭: କେନ୍ଦ୍ରାପଡା ସହରର ଇଚ୍ଛାପୁରସ୍ଥିତ ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥର ଚାରମାଳ ତଳେ ଗୁରୁବାର ସନ୍ଧ୍ୟାରେ ଜଣେ ୯ ବର୍ଷୀୟ ନାବାଳିକା ବଳାତ୍କାରର ଶିକାର ହୋଇଥିଲେ।

ଲଗାଣ ବର୍ଷାରେ ରାଜନଗର ବେହାଲ

ରାଜନଗର,୨୨।୭(ଡି.ଏନ୍‌.ଏ.)- ୩ଦିନ ହେବ ଲଘୁଚାପଜନିତ ବର୍ଷା ଲାଗିରହିବା ଯୋଗୁ ରାଜନଗର ବ୍ଲକର ବଗପାଟିଆ ଥଇଥାନସ୍ଥଳୀ ଜଳାର୍ଣ୍ଣବ ହୋଇଛି। ଶୁକ୍ରବାର ଏଠକାର ପ୍ରାୟ ୮ ପରିବାରରେ ପାଣି ପଶିଥିବା ବେଳେ ଶନିବାର ୧୨ରୁ ଊର୍ଦ୍ଧ୍ୱ ପରିବାରରେ ପାଣି ପଶିଯାଇଛି।

ଟିଟୋ ଗିରଫ ପରେ ବନ୍ଦ ହୋଇଛି ପିଲାଙ୍କ ଘୋଡାଚଢା

କେନ୍ଦ୍ରାପଡା ଅଫିସ, ୨୨।୭- ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀଙ୍କୁ ଗତ ଜୁନ ୩୦ରେ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଏବେ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କ ଆପରାଧିକ ଭିତ୍ତିଭୂମି, ସହଯୋଗୀ ଓ ସମ୍ପତ୍ତି ଉପରେ ଖୋଳତାଡ ଚାଲିଛି।

ଘୂର୍ଣ୍ଣିଝଡ କ୍ଷତିଗ୍ରସ୍ତ ଗ୍ରାମକୁ ପରିଦର୍ଶନ କଲେ ପ୍ରଶାସନ ଅଧିକାରୀ

ମହାକାଳପଡା, ୨୨।୭ (ଡି.ଏନ୍‌.ଏ.)-ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଉପକୂଳ ଅଞ୍ଚଳରେ ଘୂର୍ଣ୍ଣିଝଡ ହେବା ଯୋଗୁ ଅମେଇପାଳ ପଞ୍ଚାୟତ ଅନ୍ତର୍ଗତ ମହାନଙ୍ଗଳା ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ପରିବାର ଶୁକ୍ରବାର କ୍ଷତିଗ୍ରସ୍ତ ହେବା ସହ ଗ୍ରାମର ୫ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ।

ବ୍ରାହ୍ମଣୀ, ଖରସ୍ରୋତା ନଦୀରେ ବନ୍ୟା ଆଶଙ୍କା: ଦୁର୍ବଳ ନଦୀବନ୍ଧ ମରାମତି ପାଇଁ ତତ୍ପରତା

ରସୁଲପୁର,୨୨।୭(ଡିଏନଏ)- ରସୁଲପୁର ବ୍ଲକର ଅଧିକାଂଶ ଅଞ୍ଚଳ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ମଝିରେ ଅବସ୍ଥିତ। ଦକ୍ଷୀଣ ଦିଗରେ ବ୍ରାହ୍ମଣୀ ନଦୀର ବାମପାର୍ଶ୍ୱ ଓ ଉତ୍ତରରେ ଖରସ୍ରୋତା ନଦୀର ଡାହାଣ ପାର୍ଶ୍ୱ ବନ୍ଧର ମଝି ଅଞ୍ଚଳରେ ଏହି ବ୍ଲକର ୨୬ଟି ପଞ୍ଚାୟତ ରହିଛି।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ