ଉପକୂଳ ଓଡିଶା

ବିଜୁସେତୁ ଯୋଜନାରେ ବ୍ୟାପକ ପିସି କାରବାର

ବିଜୁସେତୁ ଯୋଜନାରେ ବ୍ୟାପକ ପିସି କାରବାର

ଯାଜପୁର ଅଫିସ,୧୦।୧୨

ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରି ଅଞ୍ଚଳର ବିକାଶ ପ୍ରକ୍ରିୟାରେ ସନ୍ତୁଳନ ରକ୍ଷା କରିବା ପାଇଁ ୨୦୧୧ ମସିହାରୁ ପ୍ରଣୀତ ବିଜୁ ସେତୁ ଯୋଜନାର ଅଗ୍ରଗତି ଯାଜପୁର ଜିଲାର ଗ୍ରାମ୍ୟ ନିର୍ମାଣ ବିଭାଜନ-୨ ନୈରାଶ୍ୟଜନକ ହୋଇଛି। ବିଭାଗୀୟ ସୂତ୍ରରୁ ମିଳିଥିବା ସୂତ୍ର ଅନୁସାରେ ହାତକୁ ନିଆଯାଇଥିବା ୧୯ଟି ସେତୁ ମଧ୍ୟରୁ ୯ଟିର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିଛି। ଏଥିରେ ଆବଣ୍ଟିତ ୫୩କୋଟି ୬୫ଲକ୍ଷ ୪୫ହଜାର ଟଙ୍କା ମଧ୍ୟରୁ ୩୬କୋଟି ୫୬ଲକ୍ଷ ୨୭ହଜାର ଟଙ୍କା ଖର୍ଚ୍ଚ ହୋଇସାରିଛି। ଅନ୍ୟପକ୍ଷେ ନୂତନ ଭାବେ କରିବା ପାଇଁ କାର୍ଯ୍ୟଭାର ହାତକୁ ନିଆଯାଇଥିବା ୩ପ୍ରକଳ୍ପ ପାଇଁ ଅନୁଦାନ ଏଯାଏ ଚୂଡାନ୍ତ ହୋଇପାରି ନାହିଁ। ଚଳିତ ଆର୍ଥିକ ବର୍ଷରେ ୨ଟି ବିଜୁ ସେତୁ ପାଇଁ ୪କୋଟି ୮୩ଲକ୍ଷ ୫୯ହଜାର ଟଙ୍କା ବ୍ୟବସ୍ଥା ହୋଇଛି। ହେଲେ ବିଭାଗୀୟ ଅଧିକାରୀଙ୍କ ଠିକାଦାର ପ୍ରୀତି ଓ ଆନ୍ତରିକତାର ଅଭାବ ଯୋଗୁ ପ୍ରକଳ୍ପଗୁଡିକ ଠିକ ସମୟରେ ସମ୍ପୂର୍ଣ୍ଣ ହେଉ ନ ଥିବାରୁ ତାହା ଲକ୍ଷ୍ୟଭ୍ରଷ୍ଟ ହେବାରେ ଲାଗିଛି।
ଜିଲାର ଅଧିବାସୀଙ୍କ ଯୋଗାଯୋଗର ପ୍ରମୁଖ ମାଧ୍ୟମ ହେଉଛି ସଡ଼କ ପଥ। ଏହି ଯୋଜନାରେ ଅଧିକ ଆର୍ଥିକ ଅନୁଦାନର ବ୍ୟବସ୍ଥା କରାଯାଉଛି ସତ ହେଲେ ଠିକାକାମକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଜିଲାର ଯେକୌଣସି ବିଜୁ ସେତୁ ଯୋଜନା କାର୍ଯ୍ୟକୁ ଦେଖିଲେ ସ୍ବାଭାବିକ ଭାବେ ଏହାର ସଫଳତା ନିରୂପଣ କରି ହେବ। ଗମନାଗମନରେ ଯେଉଁ ଅଞ୍ଚଳ ଯେତେ ସୁଦୃଢ ଉକ୍ତ ଅଞ୍ଚଳ ସେହି ଅନୁପାତରେ ବିକଶିତ ହୋଇଥାଏ ବୋଲି କୁହାଯାଏ। ଏହି ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯୋଜନା ବ୍ୟତୀତ କେବଳ ବିଜୁ ସେତୁ ଯୋଜନାରେ ଏଯାବତ୍‌ ୩୬କୋଟି ୫୬ଲକ୍ଷ ୨୭ହଜାର ଟଙ୍କା ବିନଯୋଗ ହୋଇସାରିଛି। ହେଲେ ବିନିଯୋଗ ତୁଳନାରେ ଅଞ୍ଚଳବାସୀ ସେତେଟା ଲାଭବାନ ହୋଇପାରି ନାହାନ୍ତି। ପିସି କାରବାର ବଳରେ ବିଭାଗୀୟ ଯନ୍ତ୍ରୀ ଓ ନିମ୍ନମାନର କାର୍ଯ୍ୟ କରି ଠିକାଦାର ଲାଭବାନ ହେଉଛନ୍ତି। ଧର୍ମଶାଳା ନିର୍ବାଚନମଣ୍ଡଳୀରେ ୧୫ଟି ଓ ବଡଚଣା ନିର୍ବାଚନମଣ୍ଡଳୀରେ ୪ଟି ବିଜୁ ସେତୁ ଯୋଜନାରେ କାର୍ଯ୍ୟ ହୋଇଛି। ସେଥିରୁ ୧୪୫.୨୧ଲକ୍ଷ ଟଙ୍କାରେ ଚାରବାଟିଆ ନଦୀ ଉପରେ ହରିଦାଶପୁର-କୋହ୍ଲାରୋଡ ସେତୁ, ୧୪୨.୧୯ଲକ୍ଷ ଟଙ୍କାରେ ରସୁଣା ନାଳା ଉପରେ ନରସିଂପୁର-ଶିକଚିଲାବାଗ, ୧୫୮.୭୦ଲକ୍ଷ ଟଙ୍କାରେ କେଲୁଅ ନାଳା ଉପରେ ତଳୁଆ-ମୁଷାଟିକିରି, ୧୬୦.୮୦ଲକ୍ଷ ଟଙ୍କାରେ ଶଗଡ଼ିଆ ନାଳ ଉପରେ ସୁନ୍ଦୁରିଆ ରାସ୍ତାକୁ ସେତୁ, ୫୫.୩୫ଲକ୍ଷ ଟଙ୍କାରେ ବାଉଁଶଘାଇ ନାଳ ଉପରେ ପନ୍ତୁରୀ ରାସ୍ତାକୁ ସେତୁ, ୧୬୦.୯୭ ଲକ୍ଷ ଟଙ୍କାରେ ଅଞ୍ଜିରା ନାଳା ଉପରେ ବଲାଙ୍ଗିଆ, ୯୬.୬୧ ଲକ୍ଷ ଟଙ୍କାରେ ଗୋହିରାଟିକିରା ନାଳା ଉପରେ କବାଟବନ୍ଧ-ରଖିଦେଈପୁର, ୧୪୯.୩୯ ଲକ୍ଷ ଟଙ୍କାରେ ହାଇଲେବୁଲ କେନାଲ ଉପରେ ଖଇରା-ଧାନମଣ୍ଡଳ ଭାୟା ଶାସନପୁରୁଷୋତ୍ତମପୁର, ୨୪୦.୮୬ ଲକ୍ଷ ଟଙ୍କାରେ ଗୁଡିପାଣିଆ ନାଳା ଉପରେ ହରିପୁର-କରଜଙ୍ଗା ସେତୁ ସମ୍ପୂର୍ଣ୍ଣ ହୋଇଥିବା ବିଭାଗ ପକ୍ଷରୁ ଦର୍ଶାଯାଇଛି। ଅନ୍ୟପକ୍ଷେ ୧୫୪.୮୨ଲକ୍ଷ ଟଙ୍କାର କଇଁବିଲ ନାଳା ଉପରେ କଣ୍ଟିଗଡିଆ ସେତୁ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି। ଏହି ସେତୁ ପାଇଁ ୧୧୬.୧୧ ଲକ୍ଷ ଟଙ୍କା ବିନିଯୋଗ ହୋଇ ସାରିଛି। ସେହିପରି ୫୯୮.୨୭ ଲକ୍ଷ ଟଙ୍କାର ସାନଗେଙ୍ଗୁଟୀ ନଦୀ ଉପରେ ଶୁକଦେଇପୁର ସେତୁ, ୧୦୭୬.୨୦ ଲକ୍ଷ ଟଙ୍କାର ବଡଗେଙ୍ଗୁଟୀ ନଦୀ ଉପରେ ନୂଆହାଟ ସେତୁ, ୨୪୧.୦୬ ଲକ୍ଷ ଟଙ୍କାର ଦପ୍ପା ନାଳ ଉପରେ ଚଣ୍ଡୀପୁର ସେତୁ, ୩୯୯.୭୪ ଲକ୍ଷ ଟଙ୍କାର କୁଆଁରିଆ ନଦୀ ଉପରେ ରାହାଡପୁର, ୧୦୩.୭୮ ଲକ୍ଷ ଟଙ୍କାର ରାହାସୋଳା ନାଳା ଉପରେ ନୂଆସୁଙ୍ଗୁଡା, ୧୪୮୩.୪୬ ଲକ୍ଷ ଟଙ୍କାର କେଲୁଅ ନଦୀ ଉପରେ ଅରାବଳ-ରମ୍ଭାପୁର ସେତୁ ନିର୍ମାଣ କାର୍ଯ୍ୟ ଚାଲିଥିବା କୁହାଯାଉଛି। ବ୍ରାହ୍ମଣୀ ନଦୀ ଉପରେ ରାଉତରାପୁର-କୁଣ୍ଡପାଟଣା ରାସ୍ତାର ସେତୁ ନିର୍ମାଣ ପାଇଁ ଯୋଜନା ହୋଇଛି। ଏହାର ହାଇଡ୍ରୋଲିକ ସମ୍ପର୍କିତ ସବିଶେଷ ବିବରଣୀ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟରେ ଦାଖଲ ହୋଇସାରିଛି। ଶଗଡିଆ ନାଳ ଉପରେ ନରସିଂପୁର-ପିପିଲିଡିହ ସେତୁ ଏବଂ କୁଆଁରିଆ ନାଳା ଉପରେ ଚମ୍ପାପୁର-କୋହ୍ଲ ସେତୁ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ବିଜୁ ସେତୁ ନିର୍ମାଣରେ ଆବଣ୍ଟିତ ଅନୁଦାନରୁ ୫ ରୁ ୧୦ ପ୍ରତିଶତ ଯାଏ ବ୍ୟାପକ ପିସି ରାଜ ଚାଲିଥିବାରୁ କାର୍ଯ୍ୟର ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ଦ୍ୱାରା ଉପସ୍ଥାପିତ ବିଧାନସଭା ତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ନିର୍ବାହୀ ଯନ୍ତ୍ରୀ ଲୋକନାଥ ମିଶ୍ର ଦର୍ଶାଇଛନ୍ତି ଯେ, ଏ ପର୍ଯ୍ୟନ୍ତ ୧୯ଟି ସେତୁ ନିର୍ମାଣ ହେଉଛି ଏବଂ ୩୬୫୬.୨୭ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି। ବ୍ରାହ୍ମଣୀ, ସାଗଡିଆ ଓ କୁଆଁରିଆ ନଦୀ ଉପରେ ନୂତନ ଭାବେ ୩ ସେତୁ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି। ତେବେ ସେତୁ ନିର୍ମାଣ କାର୍ଯ୍ୟରେ କୌଣସି ଅନିୟମିତତା କିମ୍ବା ପିସି କାରବାର ହେଉ ନ ଥିବା ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

All Right Reserved By

ଉପକୂଳ ଓଡିଶା

 ଉତ୍ତରକୁ ଢଳିଲେ ସିଦ୍ଧେଶ୍ୱର ମହାଦେବ: ଅପୂର୍ବ ଦୃଶ୍ୟ ଦର୍ଶନ କଲେ ଶତାଧିକ ଶ୍ରଦ୍ଧାଳୁ

ଉତ୍ତରକୁ ଢଳିଲେ ସିଦ୍ଧେଶ୍ୱର ମହାଦେବ: ଅପୂର୍ବ ଦୃଶ୍ୟ ଦର୍ଶନ କଲେ ଶତାଧିକ ଶ୍ରଦ୍ଧାଳୁ

ଖଣ୍ଡପଡା,୧୭।୭(ସ୍ବ.ପ୍ର.)-କଣ୍ଟିଲୋ ଶ୍ରୀ ନୀଳମାଧବ ଜୀଉଙ୍କ ପାର୍ଶ୍ୱଠାକୁର ଭାବେ ବିରାଜିତ ସିଦ୍ଧେଶ୍ୱର ମହାଦେବ ମଙ୍ଗଳବାର କର୍କଟ ସଂକ୍ରାନ୍ତିରେ ଉତ୍ତରକୁ ଢ଼ଳିଛନ୍ତି। ଶତାଧିକ ଶ୍ରଦ୍ଧାଳୁ ନୀଳମାଧବ ଜୀଉଙ୍କ ପୀଠରେ ମହାଦେବଙ୍କ ଏହି ଅପୂର୍ବ ଦୃଶ୍ୟ ଦର୍ଶନ କରିଥିଲେ ।

ଜୀବିକା ପାଇଁ ବାଜି ଲାଗୁଛି ଜୀବନ

କେନ୍ଦ୍ରାପଡା ଅଫିସ, ୧୭। ୭- କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳ ମତ୍ସଜୀବୀଙ୍କ ବାସସ୍ଥାନ। ମାଛ, କଙ୍କଡା ଧରି ବିକ୍ରି କରି ଏମାନେ ପରିବାର ଚଳାନ୍ତି। ସମୁଦ୍ରର ଜୁଆର ଛାଡିଲେ ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟ ଦେଇ ବହି ଯାଇଥିବା ନଦୀ, ନାଳରୁ ଛୋଟ ଛୋଟ ଚିଙ୍ଗୁଡି ସଂଗ୍ରହ କରି ବଜାରରେ ବିକିବା ଏମାନଙ୍କ କାମ। ତେବେ ଛୋଟ ଚିଙ୍ଗୁଡି ସଂଗ୍ରହରେ ପୁରୁଷଙ୍କ ଅପେକ୍ଷା ବେଶି ମହିଳା ଓ କିଶୋରୀଙ୍କୁ ଦେଖିବାକୁ ମିଳୁଛି। ଅପରପକ୍ଷରେ ବନ ବିଭାଗର ରିପୋର୍ଟ ଅନୁଯାୟୀ ଗତ ୧୦ ବର୍ଷ ମଧ୍ୟରେ କୁମ୍ଭୀର ଆକ୍ରମଣରେ ମାତ୍ର ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାସ୍ତବରେ ୪୦ରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିବା ଆକଳନ କରାଯାଉଛି।

କଳିଙ୍ଗନଗର ୪୦ ବିସ୍ଥାପିତଙ୍କ ଅତିରିକ୍ତ ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ

କଳିଙ୍ଗନଗର ୪୦ ବିସ୍ଥାପିତଙ୍କ ଅତିରିକ୍ତ ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଯାଜପୁର ରୋଡ଼,୧୭।୭(ନି.ପ୍ର.): କଳିଙ୍ଗନଗର ଶିଳ୍ପାଞ୍ଚଳର ଖୁରୁଣ୍ଟି, ମଳିକସାହିର ୪୦ ପରିବାର ୧୯୯୨ ମସିହାରେ ନିଳାଚଳ ଇସ୍ପାତ ନିଗମରୁ ବିସ୍ଥାପିତ ହୋଇଥିଲେ। ୨୦୧୧ରେ ସେମାନଙ୍କୁ ବିସ୍ଥାପିତ ପରିଚୟ ପତ୍ର ମିଳିଥିଲା।

ମଦ ନିଶା: ଡ୍ରେନରୁ ଯୁବକ ଉଦ୍ଧାର

ଓଡ଼ଗାଁ, ୧୭।୭(ସ୍ବ.ପ୍ର.): ସ୍ଥାନୀୟ ରେଞ୍ଜ ଅଫିସ ସାମନା ଡ୍ରେନରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛନ୍ତି। ସେ ମାତାଲ ଅସ୍ଥାରେ ସକାଳୁ ଡ୍ରେନ୍‌ ଭିତରେ ପଡିଥିବା ଲୋକମାନେ ଦେଖି ଦମକଳ କେନ୍ଦ୍ରକୁ ଜଣାଇଥିଲେ।

ରାଜପଥ ପାଲଟିଛି ମରଣଯନ୍ତା

ମାର୍ଶାଘାଇ,୧୭।୭(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳ ଦେଇ ଯାଇଥିବା ନଂ. ୫(କ) ଜାତୀୟ ରାଜପଥର ମାର୍ଶାଘାଇ କ୍ରସିଂଠାରୁ ଲୁଣା ବ୍ରିଜ୍‌ ପର୍ଯ୍ୟନ୍ତ ପ୍ରାୟ ୪ କି.ମି. ରାଜପଥ ବିପଦସଙ୍କୁଳ ଅବସ୍ଥାରେ ରହିଛି। ବିଭିନ୍ନ ସ୍ଥାନରେ ରାସ୍ତା ନିର୍ମାଣ ଓ ମରାମତି ଜନିତ ତ୍ରୁଟି ଯୋଗୁ ଏପରି ହୋଇଛି।

ଓଲଟିଲା ସାର ବୋଝେଇ ଟ୍ରକ: ଡ୍ରାଇଭର ମୃତ

ଓଲଟିଲା ସାର ବୋଝେଇ ଟ୍ରକ: ଡ୍ରାଇଭର ମୃତ

ସାଲେପୁର,୧୭।୭(ଡି.ଏନ୍‌.ଏ.): କଟକ-ଚାନ୍ଦବାଲି ରାସ୍ତାର ନାନ୍ଦୋଳଗଡ଼ା ଭାତପଡ଼ା ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ସାର ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଫଳରେ ଘଟଣାସ୍ଥଳରେ ଡ୍ରାଇଭର ପ୍ରଶାନ୍ତ କୁମାର ରାଉତଙ୍କ ମୃତ୍ୟୁ ହୋଇଛି।

ଗାଁ କଲ୍ୟାଣ ସମିତି ଅର୍ଥରେ ହେଉନି ଗାଁର ଉନ୍ନତି

ଖଣ୍ଡପଡ଼ା,୧୭।୭(ସ୍ବ.ପ୍ର.)- ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ପରିମଳ ସେବା ଯୋଗାଇ ଦେବାର ଲକ୍ଷ୍ୟ ରଖି ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ଜରିଆରେ ପ୍ରତ୍ୟେକ ରାଜସ୍ବ ଗାଁରେ ଗାଁ କଲ୍ୟାଣ ସମିତି ଗଠନ କରାଯାଇଛି। ଏହି ସମିତିରେ ଗାଁର ୱାର୍ଡ ସଭ୍ୟାସଭ୍ୟ, ଅଙ୍ଗନୱାଡି କର୍ମୀ, ରାଜସ୍ବ ଗ୍ରାମର ଆଶାକର୍ମୀ, ଗ୍ରାମ୍ୟ ଜଳଯୋଗାଣ ସଂସ୍ଥାର ସ୍ବାବଲମ୍ବୀ କାରିଗର, ସର୍ବାଧିକ ସଞ୍ଚୟ ଥିବା ୩ଟି ମହିଳା ସ୍ବୟଂ ସହାୟକ ଦଳର ପ୍ରତିନିଧିଙ୍କୁ ସାମିଲ କରାଯାଇଛି।

ଅଭିନବ ରଥଯାତ୍ରା, ନୌକାରେ ବିଜେ ଜଗନ୍ନାଥ

ଅଭିନବ ରଥଯାତ୍ରା, ନୌକାରେ ବିଜେ ଜଗନ୍ନାଥ

ଟାଙ୍ଗୀ (ଖୋର୍ଦ୍ଧା), ୧୭।୭ (ଡି.ଏନ.ଏ.)- ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ୍‌ ନଇରୀର ଅନତି ଦୂରରେ ଥିବା ପ୍ରଭୁ ଜଗନ୍ନାଥଙ୍କ ଗୋପନସ୍ଥଳୀ କାଙ୍କଣଶିଖରୀରେ ଚଳିତବର୍ଷ ଅଭିନବ ଉପାୟରେ ରଥଯାତ୍ରା ପାଳିତ ହୋଇଯାଇଛି। ନନ୍ଦିଘୋଷ ନୌକାରେ ପ୍ରଭୁଙ୍କୁ ବିଜେ କରାଇ କାଙ୍କଣଶିଖରୀର ଚତୁଃପାର୍ଶ୍ୱରେ ନୌବିହାର କରାଯାଇଥିଲା।

ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ସ୍ବାକ୍ଷର ଅଭିଯାନ

ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ସ୍ବାକ୍ଷର ଅଭିଯାନ

ନୂଆଗାଁ,୧୭।୭(ଡି.ଏନ.ଏ.)- ନୟାଗଡ ଜିଲା ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଓଡିଆ ବିଶ୍ୱ ବିଦ୍ୟାଳୟ ପାଇଁ ସ୍ବାକ୍ଷର ଅଭିଯାନ ଭାଷା ଆନ୍ଦୋଳନର ଆବାହକ ଶିବରାମ ମହାପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି।

ଶ୍ରୀଜଗନ୍ନାଥଙ୍କ କଚ୍ଛପ ଅବତାର

ଶ୍ରୀଜଗନ୍ନାଥଙ୍କ କଚ୍ଛପ ଅବତାର

ଦଶପଲ୍ଲା,୧୭।୭ (ଡି.ଏନ.ଏ.)-ଦଶପଲ୍ଲାସ୍ଥିତ ଗୁଣ୍ଡିଚା ମନ୍ଦିରରେ ସୋମବାର ଚତୁର୍ଥୀ ତିଥିରେ ପ୍ରଭୁ ଜଗନ୍ନାଥଙ୍କ କଚ୍ଛପ ଅବତାର ବେଶ ସମ୍ପୂର୍ଣ୍ଣ ହୋଇଛି । ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ସନ୍ଧ୍ୟାରେ ଏହି କଚ୍ଛପ ଅବତାର ବେଶକୁ ଦର୍ଶନ କରିବା ପାଇଁ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।

ବର୍ଷାପାଣି ନିଷ୍କାସନକୁ ନେଇ ଏଲପଡ଼ା ଗ୍ରାମରେ ବିବାଦ: ଗାଁ ମଝିରେ ୪ ଫୁଟ୍‌ ଉଚ୍ଚ ୪ ବନ୍ଧ

ବର୍ଷାପାଣି ନିଷ୍କାସନକୁ ନେଇ ଏଲପଡ଼ା ଗ୍ରାମରେ ବିବାଦ: ଗାଁ ମଝିରେ ୪ ଫୁଟ୍‌ ଉଚ୍ଚ ୪ ବନ୍ଧ

ଭାପୁର,୧୭।୭(ଡି.ଏନ.ଏ.)-ନୟାଗଡ଼ ଜିଲା ଫତେଗଡ଼ ଥାନା ଏଲପଡ଼ା ଗ୍ରାମରେ ଜଳନିଷ୍କାସନକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହାକୁ ନେଇ କେତେକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇ ଗାଁ ମଝିରେ ୪ଟି ୪ ଫୁଟିଆ ମାଟିବନ୍ଧ ପକାଯାଇଛି। ଏଥିଯୋଗୁ ଗାଁ ମଝିରେ ଅଣ୍ଟାଏ ପାଣି ଜମିରହିଛି।

୩ ଅନାଥ ଶିଶୁଙ୍କ ନିକଟରେ ପହଞ୍ଚିଲେ ବିଧାୟକ: ୧୦ଦିନରେ ପକ୍କାଘର ନିର୍ମାଣ ସାରିବାକୁ ନିର୍ଦ୍ଦେଶ

୩ ଅନାଥ ଶିଶୁଙ୍କ ନିକଟରେ ପହଞ୍ଚିଲେ ବିଧାୟକ: ୧୦ଦିନରେ ପକ୍କାଘର ନିର୍ମାଣ ସାରିବାକୁ ନିର୍ଦ୍ଦେଶ

ଡୁବୁରୀ,୧୭।୭(ଡିଏନଏ)- କଳିଙ୍ଗନଗର ଶିଳ୍ପାଞ୍ଚଳର ଦାନଗଦୀ ବ୍ଲକ ଅନ୍ତର୍ଗତ ଚାନ୍ଦିଆ ପଞ୍ଚାୟତର ଠାକୁରାସାହି (ଅଙ୍କୁରାପାଳ) ଗାଁରେ ୩ଜଣ ଅନାଥ ଶିଶୁ ଏକ ଭଙ୍ଗା ଅସୁରକ୍ଷିତ ଘରେ ଜୀବନଯାପନ କରୁଛନ୍ତି। ଉକ୍ତ ୩ଶିଶୁଙ୍କ ବାପା ସାମୁ ଜାମୁଦା ଓ ମା’ ସିପେଇଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ବର୍ଷାଧିକ ସମୟ ଧରି ସେମାନେ ଗଣ୍ଡେ ଖାଇ ଦଣ୍ଡେ ଜୀଇଁ ଆସୁଛନ୍ତି।

Model This Week

ରୂପେଶ