ଉପକୂଳ ଓଡିଶା

ମନ୍ଦିରରେ ପୂଜା ପାଉଛନ୍ତି କାଳିଦାସ

ମନ୍ଦିରରେ ପୂଜା ପାଉଛନ୍ତି କାଳିଦାସ
କେନ୍ଦ୍ରାପଡା ଅଫିସ,୧୦ା୧୨-ବିଶିଷ୍ଟ ସଂସ୍କୃତ କବି କାଳିଦାସ ଓଡିଶାର ଘରେ ଘରେ ପରିଚିତ ା ତାଙ୍କ ରଚିତ ସାହିତ୍ୟକୃତି ତାଙ୍କୁ ବିଶ୍ୱ ଦରବାରରେ ପରିଚିତ କରାଇ ପାରିଛି ା ତେବେ କାଳିଦାସଙ୍କୁ ନେଇ କେନ୍ଦ୍ରାପଡା ଜିଲାର ଏକ ଅଖ୍ୟାତ ଗଁା ଏବେ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବାକୁ ଯାଉଛି ା ଏହି ଗଁାର ନଁା ହେଲା ବବକରପୁର ା ଗତ ଦୁଇ ଶତାବ୍ଦୀରୁ ଅଧିକ ଗଁାର ଲୋକେ କାଳିଦାସଙ୍କୁ ପୂଜାର୍ଚ୍ଚନା କରି ଆସୁଛନ୍ତି ା ଜିଲାର ମହାକାଳପଡା ବ୍ଲକ ବବକରପୁର ଗ୍ରାମରେ ରହିଛି କାଳିଦାସ ମନ୍ଦିର ା ଏଠାରେ କବିଙ୍କ ପ୍ରତିମୂତ୍ତିର୍ର୍ର୍ ରହିଛି ା ଜିଲା ପର୍ଯ୍ୟଟନ ଅଧିକାରୀ ବିଜୟ କୁମାର ମହାନ୍ତି ପ୍ରକାଶ କରିଛନ୍ତି ଯେ, ଏ ସମ୍ପର୍କରେ ଅଧିକ ତଦନ୍ତ କରାଯାଇ ଏହି ମନ୍ଦିରକୁ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବା ପାଇଁ ସୁପାରିସ ହେବ ା କେନ୍ଦ୍ରାପଡା ସଦର ମହକୁମାରୁ ଇଚ୍ଛାପୁରସ୍ଥ ଶ୍ରୀବଳଦେବଜୀଉ ମନ୍ଦିର- ଅଙ୍ଗୁଳାଇ ମଧ୍ୟ ଦେଇ ଯାଇଥିବା ରାସ୍ତାରେ ମାତ୍ର ୧୨ କିଲୋମିଟର ଦୂରରେ ରହିଛି ଏହି ମନ୍ଦିର ା ଗଁା ମଧ୍ୟରେ ଥିବା ଏହି ମନ୍ଦିରରେ ପ୍ରତ୍ୟହ କବି କାଳିଦାସକୃତ ବିଭିନ୍ନ କବିତାର ଶ୍ଳୋକରେ ପୂଜାର୍ଚ୍ଚନା ହୁଏ ା ଏ ସମ୍ପର୍କରେ ଭୁବନେଶ୍ୱରସ୍ଥ ବିଜୁ ପଟ୍ଟନାୟକ ବିଜ୍ଞାନ ଓ ଶିକ୍ଷା ମହାବିଦ୍ୟାଳୟର ଶିକ୍ଷକ ତଥା ସ୍ଥାନୀୟ ବବକରପୁର ଗ୍ରାମ ବାସିନ୍ଦା ଡ. ଭୈରବ ଚରଣ ଜେନା କୁହନ୍ତି, ଯେକୌଣସି ମନ୍ଦିରକୁ ଯାଅ, ସେଠାରେ ଧାର୍ମିକ ଶ୍ଳୋକ ଆବୃତ୍ତି ହେଉଥିବା ଦେଖିବାକୁ ପାଇବେ ା ତେବେ ବବକରପୁର ଗ୍ରାମର ଏହି ମନ୍ଦିରରେ ନିଆରା ସଂସ୍କୃତ ଶ୍ଳୋକ ଶୁଣିବାକୁ ପାଇବେ ା ଏଠାରେ ବ୍ରାହ୍ମଣଙ୍କ ଦ୍ୱାରା କାଳିଦାସଙ୍କ ରଚିତ ବିଭିନ୍ନ କାବ୍ୟ, କବିତା ଓ ନାଟକର କିଛି ଅଂଶ ପାଠ କରାଯାଏ ା ଡ. ଜେନା କୁହନ୍ତି ଯେ, ୧୮୦୨ ମସିହାରୁ ଏହି ମନ୍ଦିରରେ କାଳିଦାସଙ୍କ ପ୍ରତିମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଉଛି ା ତତ୍କାଳୀନ ଜମିଦାର ବଳରାମ ଭ୍ରମରବର ରାୟ ସଂସ୍କୃତ କବି କାଳିଦାସଙ୍କ ବଡ ପ୍ରଶଂସକ ଥିଲେ ା ଏହି ସମୟରେ କବିଙ୍କର ଏକ ପ୍ରସ୍ତର ନିର୍ମିତ ମୂର୍ତ୍ତି ନିର୍ମାଣ କରି ପୂଜାର୍ଚ୍ଚନା କରୁଥିବା ବେଳେ ୧୮୩୨ ମସିହାରେ ଜମିଦାରଙ୍କ ମୃତ୍ୟୁ ହୋଇଥିଲା ା ପରେ ଏହି ମୂର୍ତ୍ତିର ରକ୍ଷଣାବେକ୍ଷଣ ଓ ପୂଜାର୍ଚ୍ଚନା ସ୍ଥାନୀୟ ଗ୍ରାମବାସୀଙ୍କ ଉପରେ ନ୍ୟସ୍ତ ଅଛି ା ସେହିପରି ପୂଜକ ଉତ୍ତମ କୁମାର ମିଶ୍ର କୁହନ୍ତି , ଏହି ମନ୍ଦିର ଏବେ ଗ୍ରାମବାସୀଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଛି ା କାଳିଦାସକୃତ କୁମାରସମ୍ଭବମ୍‌୍‌, ମେଘଦୂତମ୍‌ , ଅଭିଜ୍ଞାନ ଶାକୁନ୍ତଳମ୍‌ ପାଠ ଦ୍ୱାରା ମାନସିକ ଶାନ୍ତି ମିଳିପାରୁଛି ା ପୂର୍ବରୁ ଏଠାରେ କାବ୍ୟ କବିତା ପାଠ ହେଉଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ପୂଜାପାର୍ବଣକୁ ଯୋଡି ଦେଇଛନ୍ତି ା ସରସ୍ବତୀ ପୂଜା, କାଳିଦାସ ଜୟନ୍ତୀ ଏଠାରେ ପାଳନ କରା ଯାଉଥିବା ବେଳେ ଏହାର ପରିସରରେ ଅଷ୍ଟମ ପ୍ରହରୀ ନାମଯଜ୍ଞ ଆଦି ହିନ୍ଦୁ ପୂଜା ପାର୍ବଣ ହୋଇଆସୁଛି ା ସେହିପରି ରାଜଗଡ ଗ୍ରାମର ନୟନମଣି ସାମଲ କୁହନ୍ତି , ରାଜା ବିକ୍ରମାଦିତ୍ୟଙ୍କ ସମୟରେ କବି କାଳିଦାସ ଯେଉଁ କାବ୍ୟ କବିତା ରଚନା କରିଥିଲେ, ତାହା ସାଧାରଣ ଲୋକଙ୍କ ମନକୁ ଛୁଇଁ ଆସିଛି ା ଏଭଳି ମହାନ ବ୍ୟକ୍ତିକୁ ନିକଟସ୍ଥ ଗ୍ରାମରେ ପୂଜାର୍ଚ୍ଚନା କରାଯାଉ ଥିବାରୁ ପ୍ରତ୍ୟେକ ଦିନ ବହୁ ପର୍ଯ୍ୟଟକ ଆସିଥାନ୍ତି ା ରାଜ୍ୟର ଏକମାତ୍ର କାଳିଦାସ ମନ୍ଦିରର ପ୍ରଚାର ପ୍ରସାରର ଆବଶ୍ୟକତା ଥିବା ସେ ପ୍ରକାଶ କରିଛନ୍ତି ା ଏ ସମ୍ପର୍କରେ ଜିଲା ପର୍ଯ୍ୟଟନ ଅଧିକାରୀ ମହାନ୍ତି କୁହନ୍ତି , ଏହାକୁ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପ୍ରଦାନ ପାଇଁ ବିଭିନ୍ନ ବୁକ୍‌ଲେଟ ପ୍ରକାଶ ସହିତ ଅନେକ ତଥ୍ୟ ସଂଯୋଗ କରିବାକୁ ପଡିବ ା ଏଥିପାଇଁ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ା
All Right Reserved By

ଉପକୂଳ ଓଡିଶା

ବାଣ ଫୁଟାଉଥିବା ବେଳେ ବିସ୍ଫୋରଣ: ଜେଜେ ମୃତ, ନାତି ଗୁରୁତର

ବାଣ ଫୁଟାଉଥିବା ବେଳେ ବିସ୍ଫୋରଣ: ଜେଜେ ମୃତ, ନାତି ଗୁରୁତର

ସାଲେପୁର,୧୫ା୧୦(ଡି.ଏନ.ଏ.): କଟକ ଜିଲା ସାଲେପୁର ବ୍ଲକ ଅଧୀନ ରଟିଲୋ ପଞ୍ଚାୟତ ବୋଇଲୋ ଗ୍ରାମରେ ସୋମବାର ଏକ ଦୁଃଖଦ ଘଟଣା ଘଟିଛି। ବାଣ ଫୁଟାଉଥିବା ସମୟରେ ବିସ୍ଫୋରଣ ଘଟି ଜେଜେ ବାପାଙ୍କ ମୃତ୍ୟୁ ଘଟିଥିବାବେଳେ ନାତି ଗୁରୁତର ହୋଇଛନ୍ତି। 

ଜନଶୁଣାଣି ଶିବିରରେ ୩୩୮ ଅଭିଯୋଗ

ଜନଶୁଣାଣି ଶିବିରରେ ୩୩୮ ଅଭିଯୋଗ

ଡେରାବିଶ, ୧୫ା୧୦(ସ୍ବ.ପ୍ର.)- ଜିଲାର ଜନସାଧାରଣଙ୍କ ଅଭିଯୋଗ ଶୁଣିବା ପାଇଁ ଡେରାବିଶ ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା ଏଥିରେ ମୋଟ ୩୩୮ଟି ଅଭିଯୋଗ ଆସିଥିଲା 

ସଫଳ ବ୍ୟକ୍ତିତ୍ୱ ଡ. କାଲାମଙ୍କୁ ଜୟନ୍ତୀ ଉତ୍ସବରେ ଶ୍ରଦ୍ଧାଞ୍ଜଳି

ସଫଳ ବ୍ୟକ୍ତିତ୍ୱ ଡ. କାଲାମଙ୍କୁ ଜୟନ୍ତୀ ଉତ୍ସବରେ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା ଅଫିସ, ୧୫ା୧୦- ଆତ୍ମ ବିଶ୍ୱାସ, ପ୍ରେରଣା, ସାହସ ଓ ଶକ୍ତିକୁ ବିନିଯୋଗ କରି ଭାରତର ଏକାଦଶତମ ରାଷ୍ଟ୍ରପତି ଡ. ଏପିଜେ କାଲାମ ନିଜର ସ୍ବପ୍ନକୁ ସାକାର କରିଥିଲେ ଅଧ୍ୟବସାୟକୁ ମୂଳମନ୍ତ୍ର କରିଥିବା ଡ. କାଲାମ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇଛନ୍ତି 

ନବପତ୍ରିକା ପୂଜାରେ ମାଆଙ୍କୁ ଆବାହନ

ନବପତ୍ରିକା ପୂଜାରେ ମାଆଙ୍କୁ ଆବାହନ

ଡେରାବିଶ, ୧୪ା୧୦(ସ୍ବ.ପ୍ର.)- ମାଆ ଦୁର୍ଗାଦେବୀଙ୍କ ନବରାତ୍ର ପର୍ବ ଅବସରରେ ସୋମବାର ବିଭିନ୍ନ ମଣ୍ଡପରେ ଷଷ୍ଠୀ ପୂଜା ଆରମ୍ଭ ହୋଇଛି ା ଡେରାବିଶ ବ୍ଲକ ଅଞ୍ଚଳ ଏହି ପୂଜାତ୍ସୋବ ପାଇଁ ଚଳଚଞ୍ଚଳ ହୋଇପଡିଛି ା

ତୁଳସୀ କ୍ଷେତ୍ରରେ ଶାରଦୀୟ ଦୁର୍ଗାତ୍ସୋବ

ତୁଳସୀ କ୍ଷେତ୍ରରେ ଶାରଦୀୟ ଦୁର୍ଗାତ୍ସୋବ

କେନ୍ଦ୍ରାପଡା ଅଫିସ, ୧୫ା୧୦- ତୁଳସୀ କ୍ଷେତ୍ରର ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ସୋମବାରଠାରୁ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଶ୍ରୀ ବଳଦେବଜୀଉ ମନ୍ଦିର ପରିସରରେ କନକଦୁର୍ଗାଙ୍କ ମହାଷଷ୍ଠୀ ଉତ୍ସବ ଆରମ୍ଭ ହୋଇଛି। 

ସାମାଜିକ କର୍ମୀଙ୍କ ଶ୍ରାଦ୍ଧବାର୍ଷିକୀ

ସାମାଜିକ କର୍ମୀଙ୍କ ଶ୍ରାଦ୍ଧବାର୍ଷିକୀ

ନୟାଗଡ଼ ଅଫିସ,୧୫ା୧୦- ନୟାଗଡ଼ ବ୍ଲକ ଇଟାମାଟି ଗ୍ରାମର ସାମାଜିକ କର୍ମୀ ସ୍ବର୍ଗତ ରାଜକିଶୋର ଅଗ୍ରୱାଲଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ ସକାଳେ ଇଟାମାଟି ବାମନ ଅବକାଶ ଉଚ୍ଚ ବିଦ୍ୟାଳୟଠାରୁ ନାରାୟଣ ମନ୍ଦିର ପର୍ଯ୍ୟନ୍ତ ଏକ ଗଣଦୌଡ଼ ହୋଇଥିଲା। 

ଆଶାକର୍ମୀଙ୍କ ବିକ୍ଷୋଭ ସମାବେଶ

ଆଶାକର୍ମୀଙ୍କ ବିକ୍ଷୋଭ ସମାବେଶ

ରାଜନଗର,୧୫ା୧୦(ଡି.ଏନ.ଏ.)- ୫ଦଫା ଦାବିରେ କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକର ଆଶାକର୍ମୀଙ୍କ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୂର୍ବାହ୍ନ ୧୧ଟାରେ ସଭାପତି କବିତା ରାଉତଙ୍କ ନେତୃତ୍ୱରେ ଶତାଧିକ ଆଶାକର୍ମୀ ତାରିଣୀ ମନ୍ଦିର ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ପରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ପହଞ୍ଚତ୍ଥିଲେ। 

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରାସ୍ତା ଅଧାପନ୍ତରିଆ, ଆନ୍ଦୋଳନ ଧମକ

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରାସ୍ତା ଅଧାପନ୍ତରିଆ, ଆନ୍ଦୋଳନ ଧମକ

ଡୁବୁରୀ,୧୫।୧୦(ଡି.ଏନ.ଏ.)- ଗ୍ରାମ୍ୟ ଉନ୍ନୟନ ବିଭାଗର ଅବହେଳା ଯୋଗୁ ସୁକିନ୍ଦା ବ୍ଲକର ଦ୍ୱିପାଞ୍ଚଳ କୁହାଯାଉଥିବା ମଙ୍ଗରାଜପୁର ପଞ୍ଚାୟତକୁ ଗମନାଗମନ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ନିର୍ମିତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତା ଅଧାପନ୍ତରିଆ ହୋଇ ପଡିରହିଛି। 

ରାଶନକାର୍ଡ଼ରୁ ବଞ୍ଚତ୍ତ ଲୋକେ ଜିଲାପାଳଙ୍କ ଦ୍ୱାରସ୍ଥ

ରାଶନକାର୍ଡ଼ରୁ ବଞ୍ଚତ୍ତ ଲୋକେ ଜିଲାପାଳଙ୍କ ଦ୍ୱାରସ୍ଥ

ନୟାଗଡ଼ ଅଫିସ,୧୫। ୧୦- ନୟାଗଡ଼ ଜିଲା ସଦର ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର କେତେକ ବ୍ୟକ୍ତି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ କରି ସୋମବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ସରପଞ୍ଚ ଓ ଲୋକମାନଙ୍କ ଅଭିଯୋଗ ଅନୁସାରେ  ପଞ୍ଚାୟତର ଅନେକ ଲୋକ ଏହି ଯୋଜନାରେ ସାମିଲ ହେବା ପାଇଁ ବ୍ଲକ କାର୍ଯ୍ୟାଳୟରେ ଆବେଦନ କରିଥିଲେ। 

 ବିଭିନ୍ନ ଦାବି ନେଇ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ବିଭିନ୍ନ ଦାବି ନେଇ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ମହାକାଳପଡା, ୧୫।୧୦(ଡି.ଏନ.ଏ.): କଂଗ୍ରେସ ପକ୍ଷରୁ ସ୍ଥାନୀୟ ମହାକାଳପଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଲଘୁଚାପଜନିତ ଓ ତିତ୍‌ଲି ବାତ୍ୟା ପ୍ରଭାବରେ ସ୍ଥାନୀୟ ଚାଷୀଙ୍କୁ ପଲିଥିନ୍‌, କୃଷି ଋଣ ଛାଡ, ମତ୍ସ୍ୟଜୀବିଙ୍କୁ ସହାୟତା ପାଇଁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଅଟଳ ସମ୍ମାନ ସମାରୋହ

ଅଟଳ ସମ୍ମାନ ସମାରୋହ

ଆଳି,୧୫।୯(ଡି.ଏନ.ଏ.): ପ୍ରିନ୍ସ ଫାଉଣ୍ଡେସନ ପକ୍ଷରୁ ସୋମବାର ପୂର୍ବାହ୍ନରେ ନିଆଳ ହାଟଠାରେ ଥିବା ହେଲିପ୍ୟାଡ ପଡିଆରେ ଅଟଳ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

ଡଙ୍କାରୀ ପାହାଡ଼ର ୬ କଳାପଥର ଖାଦାନ ସିଲ୍‌

ଡଙ୍କାରୀ ପାହାଡ଼ର ୬ କଳାପଥର ଖାଦାନ ସିଲ୍‌

ଯାଜପୁର ଅଫିସ,୧୫।୧୦: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବହୁ ଚର୍ଚ୍ଚିତ ଡଙ୍କାରୀ ପାହାଡର ୬ଟି କଳାପଥର ଖାଦାନକୁ ସୋମବାର ସକାଳେ ସିଲ୍‌ କରି ଦିଆଯାଇଛି। ଜିଲା ପ୍ରଶାସନ ପକ୍ଷରୁ ୪ ଜେସିବି ମେଶିନ ସହାୟତାରେ ଖାଦାନକୁ ଯାଇଥିବା ରାସ୍ତାରେ ପ୍ରାୟ ୧୦ ଫୁଟ ଗଭୀର ଏକ ଗାତ ଖୋଳାଯାଇଛି