ବ୍ରହ୍ମପୁର

ଜେଜେମା’, ନାତୁଣୀଙ୍କୁ ହତ୍ୟା , ଅଭିଯୁକ୍ତ ଗିରଫ, କାତି ଜବତ

ଜେଜେମା’, ନାତୁଣୀଙ୍କୁ ହତ୍ୟା , ଅଭିଯୁକ୍ତ ଗିରଫ, କାତି ଜବତ
ହିଞ୍ଜିଳିକାଟୁ,୧୦।୧୨(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ହିଞ୍ଜିଳି ଥାନା ବାଦିଆମ୍ବ ଗଁାରେ ରବିବାର ଡବଲ ମର୍ଡର ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ଜଣେ ଯୁବକ ପଡ଼ିଶା ଘରର ଜେଜେ ମା’ ଓ ତାଙ୍କ ୪ ବର୍ଷୀୟା ନାତୁଣୀଙ୍କୁ କାତିରେ ହାଣି ହତ୍ୟା କରିଛନ୍ତି। ମୃତ ଜେଜେମା’ ହେଲେ କମା ସେଠୀ (୬୫) ଓ ତାଙ୍କ ନାତୁଣୀ ଶ୍ରୀୟା। ଏ ନେଇ କମାଙ୍କ ପୁଅ ମିଟୁଙ୍କ ଅଭିଯୋଗକ୍ରମେ ଥାନାରେ ନଂ.୧୭୫/୧୭ରେ ହତ୍ୟା ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ରଞ୍ଜନ ସେଠୀଙ୍କୁ ପୋଲିସ ଗିରଫ କରିଛି। ହତ୍ୟାରେ ବ୍ୟବହୃତ କାତି ଜବତ କରାଯାଇଛି। ରଞ୍ଜନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ବ୍ରହ୍ମପୁର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ବାଦିଆମ୍ବଗଁା ଖଳାସାହିର ଦୁଇ ପଡ଼ୋଶୀ ମିଟୁ ଓ ରଞ୍ଜନ। ଉଭୟେ ଦୂର ସମ୍ପର୍କୀୟ। କୌଣସି ଏକ କଥାକୁ ନେଇ ସେମାନଙ୍କ ମଧ୍ୟରେ ପୂର୍ବରୁ ମନୋମାଳିନ୍ୟ ରହିଥିଲା। ରବିବାର ସକାଳେ ମିଟୁ ନିକଟସ୍ଥ ଏକ ଗ୍ରାମକୁ ଯାଇଥିଲେ। ଝିଅ ଶ୍ରୀୟା ଓ ଝିଆରୀ ରୁଚିଙ୍କୁ ଧରି ଜେଜେ ମା’ କମା ଘରେ ଥିବା ବେଳେ ଅନ୍ୟମାନେ ବିଲକୁ କାମ କରିବାକୁ ଯାଇଥିଲେ। ପୂର୍ବାହ୍ନ ପ୍ରାୟ ୮ଟାରେ ରଞ୍ଜନ କୌଣସି କଥାକୁ ନେଇ କମାଙ୍କ ସହ ଯୁକ୍ତିତର୍କ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସେ ଏକ କାତିରେ କମାଙ୍କୁ ଆକ୍ରମଣ କରିଥିଲେ। ଜେଜେ ମା’ଙ୍କ ଆଗକୁ ଆସିବାରୁ ଶ୍ରୀୟାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନ ଥିଲେ ରଞ୍ଜନ। ଏହା ଦେଖି ରୁଚି ଅନ୍ୟ ଏକ ଘରକୁ ଦୌଡ଼ି ପଳାଇ ଥିଲେ। ଜେଜେ ମା’ ଓ ନାତୁଣୀଙ୍କର ଚିତ୍କାର ଶୁଣି ଗାଁ ଲୋକେ ସେଠାରେ ରୁଣ୍ଡ ହୋଇଯାଇ ରଞ୍ଜନଙ୍କୁ କାବୁ କରିଥିଲେ। ଖବରପାଇ ପରିବାର ଲୋକେ ପହଞ୍ଚି ଗୁରୁତର ଅବସ୍ଥାରେ କମା ଓ ଶ୍ରୀଘାଙ୍କୁ ହିଞ୍ଜିଳିକାଟୁ ଡାକ୍ତରଖାନାକୁ ନେଇଥିଲେ। ପରେ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କମା ଓ ଶ୍ରୀୟାଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ବାଦିଆମ୍ବଗଁାରୁ ରଞ୍ଜନଙ୍କୁ ଗିରଫ କରିବା ସହ ରକ୍ତଲଗା କାତିକୁ ଜବତ କରିଛି। ଜେଜେ ମା’, ନାତୁଣୀଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
All Right Reserved By

ବ୍ରହ୍ମପୁର

କଲେଜ ଛାତ୍ରୀକୁ ହତ୍ୟା ଘଟଣା, ଜେଲଗଲେ ଅଭିଯୁକ୍ତ

କଲେଜ ଛାତ୍ରୀକୁ ହତ୍ୟା ଘଟଣା, ଜେଲଗଲେ ଅଭିଯୁକ୍ତ

ପାତ୍ରପୁର,୨୩ା୧୦(ଡି.ଏନ.ଏ.): ପାତ୍ରପୁର ବ୍ଲକ ଏସ୍‌. ନୂଆଗଁାସ୍ଥିତ ଅଜା ଘରେ ରହି କଲେଜରେ ପଢୁଥିବା ଭବାନୀ ବେହେରାଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ  ମଙ୍ଗଳବାର ଜେଲକୁ ପଠାଇଛି।

ସ୍ବାଧୀନତା ସଂଗ୍ରାମୀ ବାଞ୍ଛାନିଧିଙ୍କ ଜୟନ୍ତୀ ପାଳିତ

ଭଞ୍ଜନଗର,୨୩।୧୦(ଡି.ଏନ.ଏ.)-ଗୋବରା ପ୍ରଫୁଲ କୁମାରୀ ମହିଳା କଲେଜ ପରିସରରେ ସ୍ବାଧିନତା ସଂଗ୍ରାମୀ ବାଞ୍ଛାନିଧି ପଟ୍ଟନାୟକଙ୍କ ୧୧୮ତମ ଜୟନ୍ତୀ ମଙ୍ଗଳବାର ପାଳିତ ହୋଇଯାଇଛି ।

ବ୍ୟାଙ୍କରେ ପୋଲିସର ମକଡ୍ରିଲ

ବ୍ୟାଙ୍କରେ ପୋଲିସର ମକଡ୍ରିଲ

ଆସିକା,୨୩ା୧୦ (ଡି.ଏନ୍‌.ଏ.):  ଗାଙ୍ଗପୁର ଥାନା ଇଲାକାରେ ଥିବା ବିଭିନ୍ନ ବ୍ୟାଙ୍କରେ ପୋଲିସ ପକ୍ଷରୁ ମଙ୍ଗଳବାର ମକଡ୍ରିଲ କରାଯାଇଛି।

ଜୁଆ ଆଡ୍ଡାରୁ ୯ ଗିରଫ

ଭଞ୍ଜନଗର,୨୩।୧୦(ଡି.ଏନ.ଏ.)-ବେଲଗୁଣ୍ଠା ଫାଣ୍ଡି ପୋଲିସ ମଙ୍ଗଳବାର ବିଳାସପୁର ଏବଂ ଅଢ଼େଇଗଁାରେ ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ାଉ କରି ୯ଜଣଙ୍କୁ ଗିରଫ କରିଛି ।

ଆନ୍ଧ୍ରକୁ ବାଲି ଚାଲାଣ ନେଇ ଗ୍ରାମବାସୀ-ମାଫିଆ ମୁହାଁମୁହିଁ , ୫ ଘଣ୍ଟା ରାସ୍ତା ଅବରୋଧ

ଆନ୍ଧ୍ରକୁ ବାଲି ଚାଲାଣ ନେଇ ଗ୍ରାମବାସୀ-ମାଫିଆ ମୁହାଁମୁହିଁ , ୫ ଘଣ୍ଟା ରାସ୍ତା ଅବରୋଧ

ଚିକିଟି,୨୩। ୧୦(ଡି.ଏନ.ଏ.)-ଚିକିଟି ତହସିଲ ଅଞ୍ଚଳରେ ବାଲି ମାଫିଆଙ୍କ ରାଜ ଚାଲିଛି। ଆନ୍ଧ୍ରକୁ ବାଲି ଚୋରାଚାଲାଣ କରି ମାଫିଆମାନେ ମାଲାମାଲ୍‌ ହେଉଥିବା ବେଳେ  ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ।

ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ, ବର୍ତ୍ତିଗଲେ ୩ ମିସ୍ତ୍ରି

ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ, ବର୍ତ୍ତିଗଲେ ୩ ମିସ୍ତ୍ରି

ଦାରିଙ୍ଗବାଡ଼ି,୨୩।୧୦(ଡି.ଏନ.ଏ.): ଦାରିଙ୍ଗବାଡ଼ି  କ୍ୟାଥଲିକ ଚର୍ଚ୍ଚ ନିକଟ ଏକ ନିର୍ମାଣାଧୀନ କୋଠାରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୧ଟାରେ ଅଗ୍ନିକାଣ୍ଡ ଘଟିଥିଲା। ଉକ୍ତ କୋଠାରେ ରଙ୍ଗ କାର୍ଯ୍ୟ କରୁଥିବା ୩ ମିସ୍ତ୍ରି ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ  ହୋଇ ଅଗ୍ନିକାଣ୍ଡ ଘଟିଥିଲା ।

୮ ଜୁଆଡି ଗିରଫ

୮ ଜୁଆଡି ଗିରଫ

ବ୍ରହ୍ମପୁର ଅଫିସ, ୨୩।୧୦: ଗୋଶାଣି ନୂଆଗାଁ ଥାନା ଅନ୍ତର୍ଗତ ଶଙ୍କର ରାଇସ ମିଲ୍‌ ପଛ ପଟେ ଜୁଆ ଖେଳ ଚାଲୁଥିବାବେଳେ ଥାନା ଅଧିକାରୀ କୁଳମଣି ସେଠୀଙ୍କ ନେତୃତ୍ୱରେ ଅତର୍କିତ ଚଢ଼ାଉ କରି ୮ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି।

ବ୍ରହ୍ମପୁର ସହରର ସମସ୍ତ ବ୍ୟାଙ୍କରେ ମକଡ୍ରିଲ

ବ୍ରହ୍ମପୁର ସହରର ସମସ୍ତ ବ୍ୟାଙ୍କରେ ମକଡ୍ରିଲ

ବ୍ରହ୍ମପୁର ଅଫିସ,୨୩।୧୦: ବ୍ରହ୍ମପୁର ଏସ୍‌ପି ପିନଙ୍କ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ବ୍ରହ୍ମପୁର ପୋଲିସ ପକ୍ଷରୁ ସହରର ସମସ୍ତ ବ୍ୟାଙ୍କଗୁଡିକରେ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। 

ଔଷଧ ଭାବି ବିଷ ପିଇ ମହିଳା ମୃତ

ଔଷଧ ଭାବି ବିଷ ପିଇ ମହିଳା ମୃତ

ପାତ୍ରପୁର,୨୨ା୧୦(ଡି.ଏନ୍‌.ଏ.)-ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତ ଚରିଆବାଡ଼ ଗ୍ରାମର ଜଣେ ମହିଳା ପେଟ ବ୍ୟଥା ଔଷଧ ଭାବି ବିଷ ପିଇ ମୃତ୍ୟୁ ବରଣ କରିଛନ୍ତି। ସେ ହେଲେ ନରେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ରେଣୁ ପ୍ରଧାନ। 

ପାଣି ସୁଅରେ ଘର ସହ ୬ଜଣ ଭାସିଯିବା ଘଟଣା:ଆଉ ଜଣଙ୍କ ମୃତଦେହ ମିଳିଲା

ସୋରଡା,୨୩ା୧୦(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ସୋରଡାଠାରୁ ଦାରିଙ୍ଗବାଡି ଜାତୀୟ ରାଜପଥ ନଂ.୫୯ ପାର୍ଶ୍ୱରେ ଥିବା ଗାଜଲବାଡି ପଞ୍ଚାୟତ ଆମ୍ବକଣ ଗଁା ନିକଟ ଅଡାଙ୍ଗି ନାଳରେ ବନ୍ୟାପାଣି ଆସିବାରୁ ଗତ ୧୧ ତାରିଖରେ ଘର ସହ ୬ ଜଣ ଭାସି ଯାଇଥିଲେ। 

କୋଠରଶିଙ୍ଗି ଗଣ୍ଡଗୋଳ ଘଟଣା : ଉଭୟ ପକ୍ଷରୁ ଥାନାରେ ଏତଲା

ବ୍ରହ୍ମପୁର ଅଫିସ୍‌,୨୨ା୧୦: ଗୋଳନ୍ଥରା ଥାନା ଅନ୍ତର୍ଗତ କୋଠରଶିଙ୍ଗି ଗ୍ରାମରେ ୧୯ ତାରିଖ ରାତିରେ ହୋଇଥିବା ଗଣ୍ଡଗୋଳ ଓ ମାରପିଟ ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ା 

ଚାଷଜମିକୁ କେନ୍ଦ୍ରକରି ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ବିବାଦ: ଗୃହଦାହ ଅଭିଯୋଗ

ଚାଷଜମିକୁ କେନ୍ଦ୍ରକରି ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ବିବାଦ: ଗୃହଦାହ ଅଭିଯୋଗ

ଦିଗପହଣ୍ଡି/ପାଟପୁର, ୨୩ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଦସେଇପୁର ଗ୍ରାମରେ ଚାଷଜମି ମାଲିକାନା ସତ୍ତ୍ବକୁ ନେଇ ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ପୁଣିଥରେ ମୁଣ୍ଡ ଟେକିଛି। ଉଭୟ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି।