ବ୍ରହ୍ମପୁର

ଆସିକା ଏନ୍‌ଏସି ପୂର୍ବତନ ଅଧ୍ୟକ୍ଷ ଗିରଫ, ବନ୍ଦୀଙ୍କୁ ହତ୍ୟା ଯୋଜନା କରିଥିଲେ

ଆସିକା ଏନ୍‌ଏସି ପୂର୍ବତନ ଅଧ୍ୟକ୍ଷ ଗିରଫ, ବନ୍ଦୀଙ୍କୁ ହତ୍ୟା ଯୋଜନା କରିଥିଲେ
ଭଞ୍ଜନଗର,୧୦।୧୨(ଡି.ଏନ.ଏ.)-ଗଞ୍ଜାମ ଜିଲା ଆସିକା ସବ୍‌ ଜେଲରେ ବନ୍ଦୀ ଥିବା ରବି ନାହାକଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିବା ଅଭିଯୋଗରେ ଆସିକା ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷ ସୂର୍ଯ୍ୟ ପୋଲେଇ ଗିରଫ ହୋଇଛନ୍ତି। ଶନିବାର ରାତିରେ ରାଉରକେଲା ଯିବାପାଇଁ ଭଞ୍ଜନଗର ଥାନା ବାଉଁଶଲୁଣ୍ଡିରୁ ବସ୍‌ରେ ଚଢ଼ୁଥିବା ବେଳେ ସୂର୍ଯ୍ୟଙ୍କୁ ପୋଲିସ କାବୁ କରିଛି। ତାଙ୍କ ନାମରେ ଆସିକା ଥାନାରେ ୧୫, ତାରସିଂ ଓ ଭଞ୍ଜନଗର ଥାନାରେ ଗୋଟିଏ ଲେଖାଏ ମାମଲା ରହିଥିବା ଏବଂ ପଶ୍ଚିମବଙ୍ଗର ବର୍ଦ୍ଧମାନ ଥାନାରେ ମଧ୍ୟ ଗୋଟିଏ ମାମଲା ରହିଛି। ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି, ଚୋରି ଭଳି ସଙ୍ଗୀନ ମାମଲାରେ ସମ୍ପୃକ୍ତ ରହିଛନ୍ତି ସେ। ରବିବାର ରାତିରେ ସୂର୍ଯ୍ୟଙ୍କୁ ଭଞ୍ଜନଗର କୋର୍ଟରେ ହାଜର କରାଯାଇଛି । ବନ୍ଦୀଙ୍କୁ ହତ୍ୟା ପାଇଁ ଯୋଜନା କରିଥିବା ଘଟଣାରେ ପୋଲିସ ଶୁକ୍ରବାର ୨ ସୁପାରି କିଲର ଝାଡ଼ଖଣ୍ଡର ପିଏଲଏଫଆଇ ସଭ୍ୟ ବବୁଲ ପାଶ୍ୱାନ ଓ ରାଉରକେଲାରେ ରହୁଥିବା ହିଞ୍ଜିଳିକାଟୁ ତାନା ଦୁର୍ବନ୍ଧର ଜିତେନ୍ଦ୍ର ନାୟକଙ୍କୁ ଏନ୍‌କାଉଣ୍ଟର କରି କାବୁ କରିଛି। ଉଭୟେ ଆନ୍ତଃରାଜ୍ୟ ଅପରାଧୀ। ଝାଡ଼ଖଣ୍ଡ ପୋଲିସ ବବୁଲଙ୍କ ଗତିବିଧି ଉପରେ ନଜର ରଖିଥିଲା। ଗଞ୍ଜାମ ଜିଲାରେ ଜଣେ ବନ୍ଦୀଙ୍କୁ ବବୁଲ ହତ୍ୟା କରିବା ପାଇଁ ସୁପାରି ନେଇଥିବା ଝାଡ଼ଖଣ୍ଡ ପୋଲିସ ସୂଚନା ପାଇଥିଲା। ଉକ୍ତ ସୂଚନା ଆଧାରରେ ପୋଲିସ ଆଗୁଆ ପଦକ୍ଷେପ ନେବାରୁ ବନ୍ଦୀ ହତ୍ୟା ଯୋଜନା ପଣ୍ଡ ହୋଇଥିଲା। ସୂଚନାଯୋଗ୍ୟ, ନଭେମ୍ବର ୭ ତାରିଖରେ ଆସିକା- ବ୍ରହ୍ମପୁର ରାସ୍ତାର କରଞ୍ଜେଇ ନିକଟରେ ବସ ଭିତରେ ଆସିକାର ପ୍ରତାପ ପୋଲେଇଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଦୁର୍ଦ୍ଦାନ୍ତ ଅପରାଧୀ ରବି ଗୁଳି କରି ହତ୍ୟା କରିଥିଲେ। କିଛିଦିନ ତଳେ ରବିଙ୍କୁ ପୋଲିସ ଗିରଫ କରିଥିଲା। ପ୍ରତାପଙ୍କ ହତ୍ୟାର ପ୍ରତିଶୋଧ ନେବାପାଇଁ ରାଉରକେଲାରେ ରହୁଥିବା ତାଙ୍କ ସମ୍ପର୍କୀୟ ଭାଇ ସୂର୍ଯ୍ୟ ଯୋଜନା କରିଥିଲେ। ଆସିକା ସବ ଜେଲରେ ଥିବା ରବିଙ୍କୁ ହତ୍ୟା କରିବା ଲାଗି ସୁପାରି କିଲର ଯୋଗାଡ଼ କରିଥିଲେ। ସୂର୍ଯ୍ୟ ପ୍ରଥମେ ରାଉରକେଲାରେ ରହୁଥିବା ହିଞ୍ଜିଳିକାଟୁ ଅଞ୍ଚଳର ଜିତେନ୍ଦ୍ରଙ୍କୁ ଯୋଗାଯୋଗ କରିଥିଲେ। ଜିତେନ୍ଦ୍ର ତାଙ୍କ ସହଯୋଗୀ ତଥା ଝାଡ଼ଖଣ୍ଡର ଅପରାଧୀ ବବୁଲଙ୍କୁ ସାକ୍ଷାତ କରାଇଥିଲେ। ଜେଲରେ ଥିବା ରବିଙ୍କୁ ହତ୍ୟା କରିବାକୁ ବବୁଲ ଓ ଜିତେନ୍ଦ୍ର ୧୦ ଲକ୍ଷ ଟଙ୍କା ନେବେ ବୋଲି କଥା ଛିଣ୍ଡିଥିଲା। ବବୁଲ ଅଗ୍ରୀମ ୩ ଲକ୍ଷ ଟଙ୍କା ନେଇଥିଲେ। ବଳକା ଟଙ୍କା ହତ୍ୟା ଯୋଜନା ସଫଳ ହେଉ ଅବା ନ ହେଉ ଦେବାପାଇଁ ଛିଣ୍ଡିଥିଲା । ୭ ତାରିଖ ସକାଳେ ରାଉରକେଲାରୁ ସୂର୍ଯ୍ୟଙ୍କ କାର ଯୋଗେ ବବୁଲ ଓ ଜିତେନ୍ଦ୍ର ମିଶି ଭଞ୍ଜନଗର ଆସିଥିଲେ । ଉଭୟେ ଏକ ଲଜରେ ରହିଥିଲେ । ୮ ତାରିଖ ସକାଳେ ସୂର୍ଯ୍ୟ ଲଜ୍‌ରେ ପହଞ୍ଚି ବବୁଲ ଓ ଜିତେନ୍ଦ୍ରଙ୍କୁ ନେଇ ଆସିକା ଅଭିମୁଖେ ଯାଇଥିଲେ। ରବିଙ୍କୁ ଆସିକା ଜେଲରୁ କୋର୍ଟ ନିଆଯିବା ସମୟରେ ଜେଲ ସମ୍ମୁଖ କିମ୍ବା କୋର୍ଟ ପରିସରରେ ହତ୍ୟା କରିବା ପାଇଁ ଯୋଜନା ହୋଇଥିଲା। ଏପଟେ ଗୁଇନ୍ଦା ସୂଚନା ପ୍ରକାରେ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ପୋଲିସ ପ୍ରସ୍ତୁତ ହୋଇ ରହିଥିଲା। ଆସିକା ପୋଲିସ ବ୍ଲକିଂ କରି ଯାନବାହାନ ଗୁଡ଼ିକୁ ଯାଞ୍ଚ କରୁଥିବା ଯୋଗୁ ବବୁଲ ଓ ଅନ୍ୟମାନେ ଭଞ୍ଜନଗର ଅଭିମୁଖେ ଆସିଥିଲେ। ଗାଙ୍ଗପୁର ଓ ଭଞ୍ଜନଗର ପୋଲିସ ବାଟରେ ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲା। ଏହି ସମୟରେ କଳିଙ୍ଗା ଘାଟି ରାସ୍ତାରେ ପୋଲିସର ଅନ୍ୟ ଏକ ଟିମ୍‌ ଅଭିଯୁକ୍ତମାନଙ୍କ ପିଛା କରିଥିଲା। ନିଧିଆପଲ୍ଲୀ ନିକଟରେ ବବୁଲ କାରରୁ ଓହ୍ଲାଇ ପୋଲିସ ଉପରକୁ ଗୁଳିଚାଳନା କରିଥିଲେ। ପୋଲିସର ପାଲଟା ଗୁଳିରେ ବବୁଲ ଆହତ ହୋଇଥିଲେ। ସେଠାରୁ ଖସିଯାଇଥିବା ଅନ୍ୟ ଦୁଇଜଣଙ୍କ ମଧ୍ୟରୁ ଜିତେନ୍ଦ୍ରଙ୍କୁ ବ୍ରାହ୍ମଣପଦର ନିକଟରୁ ଗିରଫ କରାଯାଇଥିଲା । ଶନିବାର ରାତିରେ ସୂର୍ଯ୍ୟ ରାଉରକେଲା ଯିବାପାଇଁ ବାଉଁଶଲୁଣ୍ଡି ଠାରେ ବସ୍‌ରେ ଚଢ଼ୁଥିବା ବେଳେ ପୂର୍ବରୁ ଛକି ରହିଥିବା ପୋଲିସ ତାଙ୍କୁ କରି ନେଇଥିଲା। ବ୍ରାହ୍ମଣପଦର ଜଙ୍ଗଲରୁ ପୋଲିସ ଏକ ବାଇକ୍‌ ଜବତ କରିଛି । ଏହି ଘଟଣାରେ ସମ୍ପକୃକ୍ତ ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଭଞ୍ଜନଗର ଏସ୍‌ଡିିପିଓ ଉତ୍କଳ କେଶରୀ ଦାସ କହିଛନ୍ତି । ଦୁଇଜଣିଆ ପୋଲିସ ଟିମ ଶନିବାର ଝାଡଖଣ୍ଡ ଯାଇଛନ୍ତି। ସେଠାରେ ବବୁଲ ସମ୍ପର୍କରେ ବିଭିନ୍ନ ତଥ୍ୟ ସଂଗ୍ରହ କରିବା ପରେ ତଦନ୍ତରେ ଅଧିକ ଅଗ୍ରଗତି ହେବ ବୋଲି ପୋଲିସ ଆଶା ରଖିଛି। ଏସ୍‌ଡିପିଓ ଦାସଙ୍କ ନେତୃତ୍ୱରେ ଭଞ୍ଜନଗର ଥାନା ଅଧିକାରୀ ଅଶ୍ୱିନୀ ସାହୁ, ତାରସିଂ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି, ଆସିକା ଥାନା ଅଧିକାରୀ ସନ୍ତୋଷ ଜେନା, ହିଞ୍ଜିଳିକାଟୁ ଥାନା ଅଧିକାରୀ ପ୍ରଶାନ୍ତ ସାହୁ ପ୍ରମୁଖ ଚଢ଼ାଉ କରିଥିଲେ।
All Right Reserved By

ବ୍ରହ୍ମପୁର

ଦାରିଙ୍ଗବାଡ଼ିରେ ପେଥାଇ ପ୍ରଭାବ: ପିଠା କାର୍ଯ୍ୟକ୍ରମ ବାତିଲ

 ଦାରିଙ୍ଗବାଡ଼ି,୧୮।୧୨(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ପେଥାଇ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି।  ଗତ ତିନିଦିନ ହେବ ଉକ୍ତ ଅଞ୍ଚଳରେ ଝିପିଝିପି ବର୍ଷା ଲାଗି ରହିବା ସାଙ୍ଗକୁ କୋହଲା ପାଗ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି।

ରାଜ୍ୟରେ ୫ବର୍ଷରେ ମଲେଣି ୩୫୩ ହାତୀ

ରାଜ୍ୟରେ ୫ବର୍ଷରେ ମଲେଣି ୩୫୩ ହାତୀ

ଭଞ୍ଜନଗର,୧୮।୧୨(ଡି.ଏନ.ଏ.): ଗଞ୍ଜାମ ଜିଲାରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ରବିବାର ସକାଳେ ଦିଗପହଣ୍ଡି ରେଞ୍ଜରୁ ଏକ ଦନ୍ତାହାତୀର କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିଲା। 

ଋଷିକୁଲ୍ୟାରୁ ପୁରୀ ଜିଲାକୁ ପାଣି ଯୋଗାଣ ପ୍ରସଙ୍ଗ : ପ୍ରଥମେ ବ୍ରିଜ୍‌ , ବ୍ୟାରେଜ ନିର୍ମାଣ କର: ସୁରକ୍ଷା ମଞ୍ଚ

ଛତ୍ରପୁର,୧୮ା୧୨(ଡି.ଏନ.ଏ)-ଗଞ୍ଜାମ ବ୍ଲକ ଶ୍ରୀବଣା ନିକଟସ୍ଥ ଋଷିକୁଲ୍ୟା ନଦୀରୁ ପୁରୀ ଜିଲାର ବ୍ରହ୍ମଗିରି, କୃଷ୍ଣପ୍ରସାଦ, କଣାସ, ସତ୍ୟବାଦୀ ବ୍ଲକକୁ ପାଣି ଯୋଗାଣ ହେବ ା ଏଥିସହ ଗଞ୍ଜାମ ବ୍ଲକର ୯ ପଞ୍ଚାୟତକୁ ମଧ୍ୟ ପାଣି ମିଳିବ ା 

୨୦୦ ଅଭିଯୋଗ ଶୁଣିଲେ ଜିଲାପାଳ

୨୦୦ ଅଭିଯୋଗ ଶୁଣିଲେ ଜିଲାପାଳ

ଭଞ୍ଜନଗର,୧୮।୧୨(ଡି.ଏନ.ଏ.)-ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଭଞ୍ଜନଗର ଠାରେ ଉପଖଣ୍ଡର ୨୦୦ ଅଭିଯୋଗ ଶୁଣାଣି କରିଛନ୍ତି। ଏଥିସହ ୧୩ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ଏବଂ ଜିଲା ରେଡ଼କ୍ରସ ଫଣ୍ଡରୁ ୭୬ ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଗଞ୍ଜାମ ଜିଲା ଆଖୁ ଚାଷୀ ସଂଘ ପକ୍ଷରୁ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ସଂଘର ଦାବି ଯେ, ତୁରନ୍ତ ଆସିକା ଚିନି କାରଖାନାରେ ଆଖୁପେଡ଼ା ଆରମ୍ଭ 

ପିଅନଙ୍କୁ ଖୁଣ୍ଟରେ ବାନ୍ଧିବା ଭିଡିଓ ଭାଇରାଲ

ପିଅନଙ୍କୁ ଖୁଣ୍ଟରେ ବାନ୍ଧିବା ଭିଡିଓ ଭାଇରାଲ

ବ୍ର୍ରହ୍ମପୁର ଅଫିସ,୧୮ା୧୨-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନଉଠିଛି ା ପୂର୍ବରୁ ଛାତ୍ରୀଛାତ୍ରମାନେ ନିଜକୁ ଅସୁରକ୍ଷିତ ମନେକରୁଥିବା ବେଳେ ଏବେ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ମାସିକ ଅପରାଧ ସମୀକ୍ଷା କଲେ ଏସ୍‌ପି :  ପୁରୁଣା ମାମଲା ଶେଷ କରିବାକୁ ନିର୍ଦ୍ଦେଶ

ମାସିକ ଅପରାଧ ସମୀକ୍ଷା କଲେ ଏସ୍‌ପି : ପୁରୁଣା ମାମଲା ଶେଷ କରିବାକୁ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ୍‌,୧୮ା୧୨:ବ୍ରହ୍ମପୁର ପୋଲିସ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଥିବା ସିସିଟିଏନଏସ ସମ୍ମିଳନୀ କକ୍ଷରେ ସୋମବାର ମାସିକ ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ା 

ପ୍ରତିଯୋଗିତା ପାଇଁ ଷ୍ଟାଡିୟମ୍‌ ଭରସା

ପ୍ରତିଯୋଗିତା ପାଇଁ ଷ୍ଟାଡିୟମ୍‌ ଭରସା

ବ୍ରହ୍ମପୁର ଅଫିସ,୧୮ା୧୨-ଛାତ୍ରୀଛାତ୍ରଙ୍କ ପାଇଁ ପଢ଼ା ସହ ଖେଳ ମଧ୍ୟ ଜରୁରି । ସୁସ୍ଥ ମନ ଏବଂ ସୁସ୍ଥ ଶରୀର ଗଠନରେ ଖେଳର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏଥି ପାଇଁ ରାଜ୍ୟଠାରୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ, ଖେଳକୁ ପ୍ରାଥମିକତା ଦିଅନ୍ତି ବୋଲି ସର୍ବଦା କୁହନ୍ତି । ହେଲେ ତୃଣମୂଳସ୍ତରରେ ଚିତ୍ର ଭିନ୍ନ । ବ୍ରହ୍ମପୁର ସହରର ଅଧିକାଂଶ ବିଦ୍ୟାଳୟରେ ଖେଳିବା ପାଇଁ ପଡ଼ିଆ ନାହିଁ । 

ଆବୁଧାବିରେ ଫସିଛନ୍ତି ଶ୍ରମିକ

ଛତ୍ରପୁର,୧୭।୧୨(ଡି.ଏନ.ଏ.)-ଆବୁଧାବିରେ ଗଞ୍ଜାମ ଜିଲା ଛତ୍ରପୁରର ଜଣେ ଶ୍ରମିକ ଫସି ରହିଛନ୍ତି। ସେ ହେଲେ ରାଜୁ ସାହୁଙ୍କ ପୁଅ ସୁରେଶ । ସୁରେଶ ୬ ମାସ ପୂର୍ବେ କାମ କରିବା ପାଇଁ ଆବୁଧାବି ଯାଇଥିଲେ ।

ଭଞ୍ଜନଗର ହସ୍ପିଟାଲକୁ ଜିଲା ହସ୍ପିଟାଲ ମାନ୍ୟତା ଦାବି, ୨୪ରେ କଂଗ୍ରେସର ଭଞ୍ଜନଗର ବନ୍ଦ ଡାକରା

ଭଞ୍ଜନଗର ହସ୍ପିଟାଲକୁ ଜିଲା ହସ୍ପିଟାଲ ମାନ୍ୟତା ଦାବି, ୨୪ରେ କଂଗ୍ରେସର ଭଞ୍ଜନଗର ବନ୍ଦ ଡାକରା

ଭଞ୍ଜନଗର,୧୭।୧୨(ଡି.ଏନ.ଏ.)-ଭଞ୍ଜନଗର ରାଜସ୍ବ ଉପଖଣ୍ଡ ରାଜ୍ୟର ସବୁଠାରୁ ବଡ଼ ଉପଖଣ୍ଡ। ଏଠାରେ ଥିବା ଉପଖଣ୍ଡ ହସ୍ପିଟାଲକୁ ଦୈନନ୍ଦିନ ଉପଖଣ୍ଡ ସମେତ ପଡ଼ୋଶୀ ନୟାଗଡ଼ ଓ କନ୍ଧମାଳ ଜିଲାର ଶହଶହ ରୋଗୀ  ଆସିଥାନ୍ତି ।

ବାଇକ ଦୁର୍ଘଟଣାରେ ଚାଳକ ଆହତ

ଛତ୍ରପୁର,୧୭।୧୨(ଡି.ଏନ.ଏ)-ଛତ୍ରପୁର ବାଇପାସ ଜାତୀୟ ରାଜପଥରେ ସୋମବାର ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ ହେବାରୁ ଚାଳକ ଆହତ ହୋଇଛନ୍ତି।

ଶ୍ରୀମଦ ଭାଗବତ ଗୀତା ସମ୍ପର୍କିତ ପ୍ରତିଯୋଗିତା

ଛତ୍ରପୁର,୧୭।୧୨(ଡି.ଏନ.ଏ.)-ଛତ୍ରପୁରସ୍ଥିତ ଦିବ୍ୟଜୀବନ ସଂଘ ପକ୍ଷରୁ ଗୀତା ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ୧୧ଟି ସ୍କୁଲର ଛାତ୍ରୀ ଛାତ୍ରମାନଙ୍କ ମଧ୍ୟରେ ଶ୍ରୀମଦ୍‌ ଭାଗବତ ଗୀତା ସମ୍ପର୍କରେ ପ୍ରତିଯୋଗିତା ହୋଇଥିଲା ।

ମଦ ଭାଟିକୁ ବିରୋଧ: ନିଆଁ ଲଗାଇଲେ ଗ୍ରାମବାସୀ

ମଦ ଭାଟିକୁ ବିରୋଧ: ନିଆଁ ଲଗାଇଲେ ଗ୍ରାମବାସୀ

ଶେରଗଡ଼, ୧୭।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ପିତଳ ପଞ୍ଚାୟତ ପାକିଡ଼ି ଗ୍ରାମରେ ମଦ ଭାଟିକୁ ବିରୋଧ କରି ଅଞ୍ଚଳବାସୀ ସୋମବାର ମଦଭାଟିରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ଭାଟିରେ ଥିବା ମଦ ପ୍ୟାକେଟ ସମେତ ଅନ୍ୟାନ୍ୟ ସାମଗ୍ରୀ ଓ ଆସବାବପତ୍ର ଜଳିଯାଇଛି।