ବ୍ରହ୍ମପୁର

ବନ ବିଭାଗର ଉଦ୍ୟମ ସତ୍ତ୍ବେ ଥମୁନି ହାତୀ ଉପଦ୍ରବ

ବନ ବିଭାଗର ଉଦ୍ୟମ ସତ୍ତ୍ବେ ଥମୁନି ହାତୀ ଉପଦ୍ରବ
ବୁଗୁଡ଼ା,୧୦।୧୨(ଡି.ଏନ.ଏ.)- ବୁଗୁଡ଼ା ବନ ବିଭାଗର ଉଦ୍ୟମ ସତ୍ତ୍ବେ ବନାଞ୍ଚଳର ବିଭିନ୍ନ ଗ୍ରାମରେ ହାତୀପଲଙ୍କ ଉପଦ୍ରବ ଥମିବାକୁ ନାହିଁ। ହାତୀପଲ ଦିନରେ ଜଙ୍ଗଲକୁ ଚାଲି ଯାଉଥିବା ବେଳେ ରାତି ହେଲେ ଗାଁ ଗଣ୍ଡା ନିକଟରେ ଥିବା ଧାନ କିଆରିରେ ପଶି ଧାନ ଫସଲ ଖାଇବା ସହ ଦଳିଚକଟି ବ୍ୟାପକ କ୍ଷତି କରୁଛନ୍ତି। ବନ ବିଭାଗ ତରଫରୁ ପ୍ରତ୍ୟେକ ଦିନ ହାତୀଙ୍କ ଗତିବିଧି ନିରୂପଣ କରାଯାଉଛି ଏବଂ ସେହି ଅନୁସାରେ ବନ ବିଭାଗ କର୍ମଚାରୀମାନେ ଗାଁକୁ ଗାଁ ବୁଲି ଲୋକଙ୍କ ସହାୟତାରେ ହାତୀଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ କରୁଛନ୍ତି। କିନ୍ତୁ ଏହାର କିଛି ସୁଫଳ ମିଳୁନାହିଁ। ଶୁକ୍ରବାର ଓ ଶନିବାର ରାତିରେ ହାତୀପଲ ଜେକ ଗ୍ରାମର ରବି ନାରାୟଣ ପ୍ରଧାନଙ୍କ ୫ ଭରଣ ଧାନ ଫସଲ ନଷ୍ଟ କରିଥିବା ବେଳେ କାନକୁଟୁରୁ ଗ୍ରାମର ଭଗବାନ ସାହୁଙ୍କ ୩ ଭରଣ, ଖଦାଳ ନାୟକଙ୍କ ୪ ଭରଣ, ବିନାୟକ ସାହୁଙ୍କ ୪ ଭରଣ, ବିପ୍ରଚରଣ ନାୟକଙ୍କ ୪ ଭରଣ, ଶିବରାମ ସାହୁଙ୍କ ୩ ଭରଣ, କାଦପଡ଼ାର ବାଳକୃଷ୍ଣ ଦାଶଙ୍କ ୬ ଭରଣ, କରଡ଼ାପଲ୍ଲୀର ପ୍ରଫୁଲ୍ଲ କୁମାର ଜେନାଙ୍କ ୪ ଭରଣ, ମହୁଲପଲ୍ଲୀର ନିତ୍ୟାନନ୍ଦ ସାହୁଙ୍କ ୩ ଭରଣ, ଉଦୟପୁର ଗ୍ରାମର ଅମର ନାୟକଙ୍କ ୫ ଭରଣ, ହୀରାପଲ୍ଲୀର ବୃନ୍ଦାବନ ନାୟକଙ୍କ ୪ ଭରଣ ଓ ଟୁନି ନାୟକଙ୍କ ୫ ଭରଣ ଏହିପରି ମୋଟ ୫୦ ଭରଣ ଜମିର ଧାନ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଚାଞ୍ଚରାପଲ୍ଲୀ ଜଙ୍ଗଲରେ ୪ ଏବଂ ବୁଡ଼ୁରୁଙ୍ଗୁ ଜଙ୍ଗଲରେ ୪ ଏହିପରି ୮ ହାତୀ ଥିବା ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ହାତୀପଲ ପ୍ରାୟ ୪୦୦ ଚାଷୀଙ୍କ ୧୦୦୦ ଭରଣ ଧାନ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଥିବା ବେଳେ ରବିବାର ୪୭ ଚାଷୀଙ୍କୁ ୧ ଲକ୍ଷ ୧୦ ହଜାର ୬୮୦ ଟଙ୍କା ଧାନ ଫସଲ କ୍ଷତି ପୂରଣ ବାବଦକୁ ପ୍ରଦାନ କରାଯାଇଛି।
All Right Reserved By

ବ୍ରହ୍ମପୁର

ଗ୍ରାସୀମ ଇଣ୍ଡଷ୍ଟ୍ରିଜ ପକ୍ଷରୁ ସ୍କୁଲ ବ୍ୟାଗ ବଣ୍ଟନ

ଗ୍ରାସୀମ ଇଣ୍ଡଷ୍ଟ୍ରିଜ ପକ୍ଷରୁ ସ୍କୁଲ ବ୍ୟାଗ ବଣ୍ଟନ

ଗଞ୍ଜାମ,୧୩।୧୨(ଡି.ଏନ.ଏ.)- ଗଞ୍ଜାମ ଥାନା ଅଗସ୍ତି ନୋଳିଆନୂଆଗାଁ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଗ୍ରାସୀମ ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ଗୁରୁବାର ସ୍କୁଲ ବ୍ୟାଗ ବଣ୍ଟନ କରଯାଇଛି। ଏହି ଉପଲକ୍ଷେ ଛାତ୍ରୀଛାତ୍ରଙ୍କୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ପିଲାମାନଙ୍କୁ ସ୍କୁଲ ମୁହଁା ହେବା ସହ ବିଭିନ୍ନ ବିଷୟରେ ସ୍କୁଲ ପିଲାଙ୍କୁ ବୁଝାଯାଇଥିଲା। ଏହି ଅବସରରେ ମୋଟ ୬୧୦ ଜଣ ପିଲାଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ କରାଯାଇଥିଲା। ଗ୍ରାସୀମ କମ୍ପାନିର ବିକାଶ ମହେଶ୍ୱରୀ, ରବୀନ୍ଦ୍ର କୁମାର ମାହାନ୍ତି, କମ୍ପାନୀର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରବୀଣ ନାରାୟଣ ଦାସ, ପ୍ରଧାନ ଶିକ୍ଷକ ପଞ୍ଚାନନ ରଥ, ସରପଞ୍ଚ ପି. ସିମାଦ୍ରି, ଶିକ୍ଷକ ସୁବାଷ ଚନ୍ଦ୍ର ମଲିକ, ପୂର୍ବତନ ସରପଞ୍ଚ ଏ. କାଳିଆ, ଡବ୍ଲ୍ୟୁ. କାଳିଆ ପ୍ରମୁଖ ଉପସ୍ଥିତ ଥିଲେ।

ଉପଜିଲାପାଳଙ୍କ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ଉପଜିଲାପାଳଙ୍କ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ଗଞ୍ଜାମ,୧୩।୧୨(ଡି.ଏନ.ଏ.)- ଛତ୍ରପୁର ଉପଜିଲାପାଳ ଦେବବ୍ରତ ସାହୁ ଗୁରୁବାର ପୂର୍ବାହ୍ନରେ ଗଞ୍ଜାମ ଏନ୍‌ଏସି ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ତଥା ସହରାଞ୍ଚଳ ଆବାସ ଯୋଜନା

୧୦ ଅଭିଯୁକ୍ତ ଗିରଫ

୧୦ ଅଭିଯୁକ୍ତ ଗିରଫ

ପୋଲସରା/ହାତୀଓଟ,୧୩।୧୨(ଡି.ଏନ.ଏ.)- ଗଞ୍ଜାମ ଜିଲା ପୋଲସରା ଥାନା ରୁମାଗଡ ଗ୍ରାମ ହରିଜନ ସାହିରେ ବୁଧବାର ରାତିରେ ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଚଢାଉ କରି ଓ୍ବାରେଣ୍ଟ ଥିବା ୪ ମହିଳାଙ୍କ ସମେତ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ପଙ୍କଜ ନାୟକ, ବିଦେଶୀ ନାୟକ, ଗୌରା ନାୟକ, ଉଦୟ ନାୟକ, ରାଜେନ୍ଦ୍ର ନାୟକ, ନିରଞ୍ଜନ ନାୟକ, ରଙ୍ଗବତୀ ନାୟକ, କୁନ୍ତଳା ନାୟକ, ଗୋଲାପ ନାୟକ, ଛଇଳ ନାୟକ। ୧୯୯୭ରେ ଏମାନଙ୍କ ନାମରେ ଜି.ଆର୍‌ ନଂ.୯୮/୯୭ରେ ମାମଲା ରୁଜୁ ହୋଇଥିଲା। ଗୁରୁବାର ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ମଲ୍ଲିକ ସୂଚନା ଦେଇଛନ୍ତି।

ମଦ ଜବତ, ୨ ଗିରଫ

ମଦ ଜବତ, ୨ ଗିରଫ

ଦାରିଙ୍ଗବାଡ଼ି,୧୩।୧୨(ଡି.ଏନ.ଏ)- ଦାରିଙ୍ଗବାଡ଼ି ଥାନା ପକ୍ଷରୁ ଗୁରୁବାର ଦନେକବାଡ଼ି ପଞ୍ଚାୟତରେ ଅବକାରୀ ଚଢ଼ାଉ କରାଯାଇ ଶତାଧିକ ମହୁଲ ପୋଚ ନଷ୍ଟ କରାଯିବା ସହ ୧୦ଲିଟର ଦେଶୀ ମଦ ସହ ରନ୍ଧା ସାମଗ୍ରୀ ଜବତ ହୋଇଛି। ମଦ କାରବାରରେ ସଂପୃକ୍ତି ଅଭିଯୋଗରେ ଲିଲିମା ନାୟକ ଏବଂ ଗୋପାଳ ନାୟକଙ୍କୁ ଗିରଫ କରାଯାଇଛି। ଏ ନେଇ ନଂ.୧୫୪ ଓ ୧୫୫/୧୮ରେ ମାମଲା ରୁଜୁ ହୋଇଥିବା ଆଇଆଇସି ଅଲେଖ ଗରଡ଼ିଆ କହିଛନ୍ତି। ଏଏସଆଇ ଆର.ଭିମୋରାଓ ରେଡ୍ଡୀ, ହାବିଲଦାର  ଗଜେନ୍ଦ୍ର ବିଶୋୟୀ, ରାଇଟର ବିଦେଶୀ ବେହେରା ଚଢ଼ାଉ କରିଥିଲେ।

ପିଠା ପାଇଁ ଆଲୋଚନା ବୈଠକ

ପିଠା ପାଇଁ ଆଲୋଚନା ବୈଠକ

ହିଞ୍ଜିଳିକାଟୁ,୧୩।୧୨(ଡି.ଏନ୍‌.ଏ.): ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କୁ ସଚେତନ କରିବା, ଏଥିରେ ସ୍ବଚ୍ଛତା ଆଣିବା ପାଇଁ  ସରକାର ଆରମ୍ଭ କରିଛନ୍ତି ପିଠା ଯୋଜନା। ହିଞ୍ଜିଳିକାଟୁରେ ଏହାର ସଫଳ କାର୍ଯ୍ୟକାରୀ ପାଇଁ ଗୁରୁବାର ବ୍ଲକ ସଭାଗୃହରେ ଆଲୋଚନା ବୈଠକ ହୋଇଥିଲା।

ବ୍ୟାଙ୍କ କର୍ମଚାରୀଙ୍କ ଘରୁ ଡକାୟତି

ବ୍ୟାଙ୍କ କର୍ମଚାରୀଙ୍କ ଘରୁ ଡକାୟତି

ଦିଗପହଣ୍ଡି,୧୩ା୧୨(ଡି.ଏନ.ଏ.)-ଦିଗପହଣ୍ଡି ଥାନା ସାନଡୁମ୍ବୁଳା ଗ୍ରାମରେ ବ୍ୟାଙ୍କ କର୍ମଚାରୀ ଜ୍ୟୋତିରାଜ ଦାସଙ୍କ ଘରୁ ୧୦ ଲକ୍ଷ ଟଙ୍କାର ସୁନା ଗହଣା, ରୁପା ଅଳଙ୍କାର ସମେତ ନଗଦ ୧୦ ହଜାର ଟଙ୍କା ଡକାୟତ ଗ୍ୟାଙ୍ଗ ଲୁଟି ନେଇଥିବା ଅଭିଯୋଗ ହୋଇଛି। 

ଯୁବକଙ୍କ ଆତ୍ମହତ୍ୟା

ଯୁବକଙ୍କ ଆତ୍ମହତ୍ୟା

ବ୍ରହ୍ମପୁର ଅଫିସ୍‌,୧୩ା୧୨: ବ୍ରହ୍ମପୁର ଟାଉନ ଥାନା ଅଧୀନ ପାତ୍ରପେଟା ସାହିର ଜଣେ ଯୁବକ  ମଙ୍ଗଳବାର ରାତିରେ ବିଷପିଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଏସ.ଏମ.ୱାହିଦ୍‌ ଅଲ୍ଲୀ(୪୬) । ୱାହିଦ୍‌  କୌଣସି କାରଣରୁ  ମାନସିକ ଭାରସାମ୍ୟ ହରାଇ ଘରେ ଥିବା ମୂଷାମରା ଔଷଧ ପିଇ ଦେଇଥିଲେ। 

ଥାନା ପାଲଟୁଛି କବାଡ଼ିଖାନା

ଥାନା ପାଲଟୁଛି କବାଡ଼ିଖାନା

ବ୍ରହ୍ମପୁର ଅଫିସ୍‌,୧୩ା୧୨-ମାଳ ମାଳ ଅଚଳ ଗାଡି । କେଉଁଥିରେ ଚେଚିସ୍‌ କଭର୍‌ ନାହିଁ ତ ଆଉ କେଉଁଥିରେ ବ୍ୟାଟେରି ନାହିଁ । ବର୍ଷ ତମାମ୍‌ ଖରା ବର୍ଷା ଶୀତ କାକର ଖାଇ ଗାଡି ସବୁ ଏବେ ନଷ୍ଟ ହେବାକୁ ବସିଲାଣି । ବେଳେ ଥାନାଗୁଡିକ ଏବେ କବାଡିଖାନା ପାଲଟି ଯାଇଛି ।

ଏଟିଏମ୍‌ ଲୁଟ୍‌ ଉଦ୍ୟମ ବିଫଳ

ଏଟିଏମ୍‌ ଲୁଟ୍‌ ଉଦ୍ୟମ ବିଫଳ

ଚିକିଟି,୧୩ା୧୨(ଡି.ଏନ.ଏ.)-କେ.ନୂଆଗାଁ ଥାନା ଚିକିଟିଗଡ଼ରେ ଥିବା ଏଟିଏମ୍‌ ମେଶିନ୍‌ ଭାଙ୍ଗି ଟଙ୍କା ଲୁଟ୍‌ ଉଦ୍ୟମ କରି ମଙ୍ଗଳବାର ମଧ୍ୟରାତିରେ ଦୁର୍ବୃତ୍ତମାନେ ବିଫଳ ହୋଇଛନ୍ତିି ।

ଅଘୋଷିତ ବିଦ୍ୟୁତ୍‌ କାଟର ପ୍ରତିବାଦ: ସାଉଥ୍‌କୋ ଅଫିସ ଆଗରେ ସିପିଏମ୍‌ର ବିକ୍ଷୋଭ

ଅଘୋଷିତ ବିଦ୍ୟୁତ୍‌ କାଟର ପ୍ରତିବାଦ: ସାଉଥ୍‌କୋ ଅଫିସ ଆଗରେ ସିପିଏମ୍‌ର ବିକ୍ଷୋଭ

ବ୍ରହ୍ମପୁର ଅଫିସ,୧୩୧୨-ଦକ୍ଷିଣାଞ୍ଚଳ ବିଦ୍ୟୁତ ପରିବଣ୍ଟନ ସଂସ୍ଥା ସାଉଥକୋର ବ୍ରହ୍ମପୁରସ୍ଥ ମୁଖ୍ୟାଳୟ ଆଗରେ ବୁଧବାର ସିପିଏମ ଆଞ୍ଚଳିକ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରେଶମନଗରୀ ସମେତ ବିଭିନ୍ନ ସ୍ଥାନରେ କିଛିଦିନ ହେବ ହେଉଥିବା ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଏହି ଆନ୍ଦୋଳନ ହୋଇଥିଲା । 

ବିଭିନ୍ନ ଦାବି ନେଇ କନ୍ଧମାଳ ପିପୁଲ୍ସ ଫୋରମର ରାଲି

ବିଭିନ୍ନ ଦାବି ନେଇ କନ୍ଧମାଳ ପିପୁଲ୍ସ ଫୋରମର ରାଲି

ଫୁଲବାଣୀ ଅଫିସ, ୧୩ା୧୨-କନ୍ଧମାଳ ପିପୁଲ୍ସ ଫୋରମ ପକ୍ଷରୁ ୩ ଦଫା ଦାବି ନେଇ  ବୁଧବାର ରାଲି ଅନୁଷ୍ଠିତ ହୋଇଛି।  ସ୍ଥାନୀୟ ଜଗନ୍ନାଥ ମନ୍ଦିର ପାଖରୁ ଫୋରମର କର୍ମକର୍ତ୍ତାମାନେ ରାଲିରେ ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ଏକ ପ୍ରତିବାଦ ସଭା ହୋଇଥିଲା। 

ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ ୧ ବର୍ଷ ୬ ମାସ ଜେଲ

ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ ୧ ବର୍ଷ ୬ ମାସ ଜେଲ

ଦିଗପହଣ୍ଡି/ପାଟପୁର,୧୩ା୧୨(ଡି.ଏନ.ଏ.)-ସାନଖେମୁଣ୍ଡି କୋର୍ଟର ମାଜିଷ୍ଟ୍ରେଟ ବିଷ୍ଣୁ ପ୍ରସାଦ ଦେବତା ବୁଧବାର ଏକ ଆକ୍ରମଣ ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ ସାହାସପୁର ଗ୍ରାମର କୃଷ୍ଣ ବେହେରା ।