ବ୍ରହ୍ମପୁର

ବନ୍ଧଗଡ଼ରେ କୃଷକ ସମାବେଶ

ବନ୍ଧଗଡ଼ରେ କୃଷକ ସମାବେଶ
ଫୁଲବାଣୀ ଅଫିସ, ୧୦।୧୨-ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ଠାରେ ରବିବାର ଚାଷୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀକୁ ଜିଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ ଉଦ୍‌ଘାଟନ କରିଥିଲେ। ଏଥିରେ ଜୈବିକ ଚାଷ ଓ ଖତ ସାର ଚାଷ ଜମିରେ ପ୍ରୟୋଗ ଉପରେ ବ୍ୟାପକ ଭାବେ ଆଲୋଚନା କରାଯାଇଥିଲା। ଜିଲା କୃଷି ଅଧିକାରୀ ଅଭୟ କୁମାର ସେଠୀ, ଜିଲା ପ୍ରାଣୀ ଚିକିତ୍ସାଧିକାରୀ ଲଲାଟେନ୍ଦୁ କୁମାର ଆଇଚି, ଆଇଡିଆଇ ସଂଯୋଜକ ତପନ ପଟ୍ଟନାୟକ, ମନୋଜ କୁମାର ସେନାପତି, ନୂଆଗଁା ବ୍ଲକ ଅଧ୍ୟକ୍ଷ ଚକ୍ରଧର କହଁର, ଫୁଲବାଣୀ ବିଧାୟକ ପ୍ରତିନିଧି ପବିତ୍ର ନାୟକ ପ୍ରମୁଖ ଯୋଗଦେଇ ଚାଷୀଙ୍କର ବିଭିନ୍ନ ସମସ୍ୟା ଆଲୋଚନା କରିଥିଲେ। ଚାଷୀଙ୍କର ସମସ୍ୟାକୁ ଆଖି ଆଗରେ ରଖି ସରକାର ଆରମ୍ଭ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ବୈଦ୍ୟନାଥ ଖଟୁଆ ଅବଗତ କରିଥିଲେ। ସମ୍ମିଳନୀରେ ବିଭିନ୍ନ ବ୍ଳକ୍‌ରୁ ୫୦୦ରୁ ଊର୍ଦ୍ଧ୍ୱ ଚାଷୀ ଯୋଗଦେଇ ଠିକ୍‌ ସମୟରେ ସରକାରୀ ସହାୟତା ନ ମିଳିବା, ଯୋଜନା ବିଷୟରେ ସଚେତନ କରାଯାଉ ନ ଥିବା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସରକାରୀ ସହାୟତା ନ ମିଳିବା ଆଦି ସମସ୍ୟା ସମ୍ପର୍କରେ କହିଥିଲେ। ଏହି ଅବସରରେ କେତେଜଣ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ବାତୀର ସମ୍ପାଦକ ଇଂ. ହରିଶଙ୍କର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂଯୋଜକ ପ୍ରଦୀପ କୁମାର ସ୍ବାଇଁ ଧନ୍ୟବାଦ ଦେଇଥିଲେ। ପ୍ରଭାତ ନାୟକ, ଅଶୋକ କୁମାର ତ୍ରିପାଠୀ, ଅଶ୍ୱିନୀ ନାୟକ, କୈଳାସ ଦାସ, ବିଶ୍ୱରଞ୍ଜନ କର, ଗିରିଶ ଚନ୍ଦ୍ର ସାମଲ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
All Right Reserved By

ବ୍ରହ୍ମପୁର

ଅଟୋ ଧକ୍କାରେ ଅଙ୍ଗନଓ୍ବାଡି ଶିଶୁ ମୃତ

ଅଟୋ ଧକ୍କାରେ ଅଙ୍ଗନଓ୍ବାଡି ଶିଶୁ ମୃତ

ଫୁଲବାଣୀ ଅଫିସ, ୧୪।୧୨- କନ୍ଧମାଳ ଜିଲା ସଦର ଥାନା ପକନାଗାଁ ଅଞ୍ଚଳରେ ଶୁକ୍ରବାର ଅଙ୍ଗନଓ୍ବାଡି କେନ୍ଦ୍ରରୁ ଫେରୁଥିବା ଜଣେ ଶିଶୁଙ୍କ ଉପରେ ଅଟୋ ମାଡିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଶିଶୁ ଜଣକ ହେଲେ ପକନାଗାଁର କୃଷ୍ଣ କୁମାର ଦିଗାଲ(୪)। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବା ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୁରଣ ଦାବି କରିଛନ୍ତି। ଫୁଲବାଣୀ ବିଡିଓ, ତହସିଲଦାର ଏବଂ ପୋଲିସ ଘଟଣାସ୍ଥଳକୁ ଯାଇ ପ୍ରତିଶ୍ରୁତି ଦେବାରୁ ଲୋକେ ରାସ୍ତାରୋକୋରୁ ହଟିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଦୁର୍ଘଟଣା ଘଟାଇଥିବା ଅଟୋ କିମ୍ବା ଚାଳକଙ୍କୁ ଠାବ କରାଯାଇପାରିନାହିଁ। ଅଟୋଟି ଫିରିଙ୍ଗିଆ ବ୍ଲକ ରତଙ୍ଗ ଅଞ୍ଚଳର ବୋଲି ଜଣାପଡିଛି। ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ କୃଷ୍ଣଙ୍କୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପରେ ପରିବାର ଲୋକେ ଓ ଅଞ୍ଚଳବାସୀ ମୃତଦେହ ନେଇ ରାସ୍ତାରେ ରଖି ଅବରୋଧ କରିଥିଲେ। ପରିବାରକୁ କ୍ଷତି ପୁରଣ, ପିଲାମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପାଖରେ ଅଙ୍ଗନୱାଡି କେନ୍ଦ୍ର ସ୍ଥାପନ ପାଇଁ ଅଡି ବସିଥିଲେ।  ରେଡ୍ରକ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି।

ନିଯୁକ୍ତି ପତ୍ର ପାଇଁ ଲାଞ୍ଚ: ଧରାପଡିଲେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବିପିଏମ୍‌

ପାତ୍ରପୁର,୧୪।୧୨(ଡି.ଏନ୍‌.ଏ.)- ପାତ୍ରପୁର ସଦର ମହକୁମାରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ କର୍ମଚାରୀ ଶୁକ୍ରବାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। କର୍ମଚାରୀ ଜଣକ ହେଲେ ସ୍ବାସ୍ଥ୍ୟ କେନ୍ଦ୍ରର ବିପିଏମ୍‌ ନିରଞ୍ଜନ ରେଡ୍ଡୀ। ସୂଚନା ଅନୁଯାୟୀ,  ସାହାସପୁର ଗ୍ରାମର ବନିତା ନାୟକ ଆଶାକର୍ମୀ ପାଇଁ ଆବେଦନ କରି ସାକ୍ଷାତକାର ଦେଇ ସଫଳ ହୋଇଥିଲେ। ପରେ ନିଯୁକ୍ତି ପତ୍ର ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରର ବିପିଏମ୍‌ଙ୍କୁ ସାକ୍ଷାତ କରିବାରୁ ୨୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ଆଶାକର୍ମୀ ବ୍ରହ୍ମପୁରସ୍ଥିତ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ପୂର୍ବପ୍ରସ୍ତୁତି ଅନୁଯାୟୀ ଶୁକ୍ରବାର ଅପରାହ୍ନରେ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଆଶାକର୍ମୀ ଜଣକ ପହଞ୍ଚତ୍ଥିଲେ। ନିଯୁକ୍ତି ପତ୍ର ପାଇଁ ୨ହଜାର ଟଙ୍କା ଆଶାକର୍ମୀଙ୍କ ଠାରୁ ନେଇ ବିପିଏମ୍‌ ରେଡ୍ଡୀ ପକେଟରେ ରଖିଲାବେଳେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ୪ଜଣିଆ ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଥିଲେ। ଅଧିକ ତଦନ୍ତ ପାଇଁ ନିରଞ୍ଜନଙ୍କୁ ବ୍ରହ୍ମପୁର କାର୍ଯ୍ୟାଳୟକୁ ନିଆଯାଇଥିବା ଜଣାପଡିଛି।

ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ

ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ

ଗୋପାଳପୁର,୧୪।୧୨-ରଙ୍ଗେଇଲୁଣ୍ଡା ବ୍ଲକ କନିଷି ହାଟସ୍ଥିତ ବାଲାଜୀ ବିଦ୍ୟାପୀଠରେ ଶୁକ୍ରବାର ୮ମ ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗେଦଇ ୨ଦିନିଆ ମେଳାକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଓୟୁଏଟିର ପ୍ରଫେସର ଡ. ଦାମୋଦର ଶତପଥୀ, ସମ୍ମାନିତ ଅତିଥି ଭାବେ ରଙ୍ଗେଇଲୁଣ୍ଡା ବିଡିଓ କୁମାର ନାଗଭୂଷଣ, କନିଷି ତହସିଲଦାର ଶରତ ଚନ୍ଦ୍ର ମହାପାତ୍ର, ରଙ୍ଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷା ସି.ଏଚ୍‌. ଉଷାରାଣୀ, ଜିଲା ଶିକ୍ଷାଧିକାରୀ ସନାତନ ପଣ୍ଡା ଓ ଅତିରିକ୍ତ ଜିଲା ଶିକ୍ଷାଧିକାରୀ

ପରିଚାଳନାଗତ ତ୍ରୁଟି ଯୋଗୁ ପୁଣି ବିପଦରେ ଛାତ୍ରୀ: ତବାରସିଂ କନ୍ୟାଶ୍ରମରେ ସମସ୍ତ ଅନ୍ତେବାସୀ ଅସୁସ୍ଥ

ପରିଚାଳନାଗତ ତ୍ରୁଟି ଯୋଗୁ ପୁଣି ବିପଦରେ ଛାତ୍ରୀ: ତବାରସିଂ କନ୍ୟାଶ୍ରମରେ ସମସ୍ତ ଅନ୍ତେବାସୀ ଅସୁସ୍ଥ

ଗଜପତି,୧୪।୧୨(ଡି.ଏନ୍‌.ଏ.): ଗଜପତି ଜିଲା ରା. ଉଦୟଗିରି ବ୍ଲକ ଅନ୍ତର୍ଗତ ତବାରସିଂ କନ୍ୟାଶ୍ରମରେ ଗୁରୁବାର ରାତି ଭୋଜନ ପରେ ସମସ୍ତ ୮୭ ଜଣ ଅନ୍ତେବାସୀ ଅସୁସ୍ଥ ହୋଇପଡିଛନ୍ତି। 

ଏସ୍‌ପି ଅଫିସରେ କାଗଜପତ୍ର ଯାଞ୍ଚ କଲେ ଡିଆଇଜି

ଏସ୍‌ପି ଅଫିସରେ କାଗଜପତ୍ର ଯାଞ୍ଚ କଲେ ଡିଆଇଜି

ଛତ୍ରପୁର, ୧୪।୧୨(ଡି.ଏନ୍‌.ଏ. ): ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ କୁମାର ସିଂ ଶୁକ୍ରବାର ଛତ୍ରପୁର ଆଶି ଗଞ୍ଜାମ ଏସ୍‌ପିଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। 

ଡ଼ାଲା ଅଟୋ ସଂଘ ପକ୍ଷରୁ ରାଲି

ଡ଼ାଲା ଅଟୋ ସଂଘ ପକ୍ଷରୁ ରାଲି

ଛତ୍ରପୁର, ୧୪।୧୨(ଡି.ଏନ୍‌.ଏ.): ବିଭିନ୍ନ ଦାବିନେଇ ଶୁକ୍ରବାର ପୂର୍ବାହ୍ନରେ ଗଞ୍ଜାମ ଜିଲା ଛତ୍ରପୁରଠାରେ ମା ଉଜଳେଶ୍ୱରୀ ଡ଼ାଲା ଅଟୋ ସଂଘ ପକ୍ଷରୁ ରାଲି ଅନୁଷ୍ଠିତ ହୋଇଯାଇଛି। 

ବ୍ରହ୍ମପୁରରେ ଚିଟ୍‌ଫଣ୍ଡ କୋର୍ଟର ପ୍ରଥମ ରାୟ

ବ୍ରହ୍ମପୁର ଅଫିସ୍‌,୧୪ା୧୨- ବ୍ରହ୍ମପୁରରେ ଥିବା ଚିଟ୍‌ଫଣ୍ଡ କୋର୍ଟର ପ୍ରଥମ ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ପ୍ଲୋଭେର୍‌ ଜେନେରାଲ୍‌ ଇନ୍‌ସ୍ୟୁରାନ୍ସ କମ୍ପାନୀ ଏଜେଣ୍ଟ ଲାବଣ୍ୟ ଶବରଙ୍କୁ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିବାକୁ ଚିଟ୍‌ଫଣ୍ଡ କୋର୍ଟ ଜଜ୍‌ ଦୀପ୍ତିରଞ୍ଜନ କାନୁନ୍‌ଗୋ ଚୂଡାନ୍ତ ରାୟ ପ୍ରକାଶ କରିଥିବା ଆଇନଜୀବୀ ସୁଦର୍ଶନ ପଣ୍ଡା ସୂଚନା ଦେଇଛନ୍ତି। 

ବିଜୁ ଯୁବ ବାହିନୀ ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ବିଜୁ ଯୁବ ବାହିନୀ ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଗୋପାଳପୁର,୧୪ା୧୨- ରାଜ୍ୟ ବିଜୁ ଯୁବ ବାହିନୀର ଡାକରାକ୍ରମେ ରଙ୍ଗେଇଲୁଣ୍ଡା ବ୍ଲକ ବିଜୁ ଯୁବ ବାହିନୀ ସଦସ୍ୟମାନେ ଭୁବନେଶ୍ୱର ଯାଇଥିଲେ। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ବିଶ୍ୱ ହକି କପ୍‌ କ୍ରୀଡାର ବୁଧବାର ଅନୁଷ୍ଠିତ ଫ୍ରାନ୍ସ ଓ ଅଷ୍ଟ୍ରେଲିଆ ମ୍ୟାଚକୁ ଉପଭୋଗ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଳିଙ୍ଗ ଷ୍ଟାଡିୟମରେ ସାକ୍ଷାତ କରିଥିଲେ।

ପରୀକ୍ଷା ବର୍ଜନ କରି ବିକ୍ଷୋଭ

ପରୀକ୍ଷା ବର୍ଜନ କରି ବିକ୍ଷୋଭ

କ.ନୂଆଗାଁ,୧୪ା୧୨(ଡି.ଏନ୍‌.ଏ.)- କନ୍ଧମାଳ ଜିଲା କ.ନୂଆଗଁା ବ୍ଲକର ସାରଙ୍ଗଗଡଠାରେ ଥିବା କନ୍ଧମାଳ ଡିଗ୍ରୀ କଲେଜରେ ଗୁରୁବାର ଛାତ୍ରୀଛାତ୍ରମାନେ ଯୁକ୍ତ ୩ ତୃତୀୟ ବର୍ଷ ସେମିଷ୍ଟର ପରୀକ୍ଷା ବର୍ଜନ କରି ଧାରଣାରେ ବସିଛନ୍ତି। 

କନ୍ଧମାଳରେ ଭାଜପା ସ୍ଥିତି ବିଗୁଡୁଛି ରାଜ୍ୟ କାଯର୍‌ୟକାରିଣୀ ସଦସ୍ୟ ଦଳ ଛାଡ଼ିଲେ

କନ୍ଧମାଳରେ ଭାଜପା ସ୍ଥିତି ବିଗୁଡୁଛି ରାଜ୍ୟ କାଯର୍‌ୟକାରିଣୀ ସଦସ୍ୟ ଦଳ ଛାଡ଼ିଲେ

ଫୁଲବାଣୀ ଅଫିସ, ୧୪ା୧୨- କନ୍ଧମାଳ ଜିଲାରେ ଦିନକୁ ଦିନ ଭାଜପା ସ୍ଥିତି ବିଗିଡିବାରେ ଲାଗିଛି। କନ୍ଧମାଳ ଜିଲାର ଭାଜପା ରାଜ୍ୟ କାରିଣୀ ସଦସ୍ୟ ସତ୍ୟ ନାରାୟଣ ବେହେରା ବୁଧବାର ତାଙ୍କ ସମର୍ଥକଙ୍କ ସହ ଦଳ ଛାଡିଛନ୍ତି। 

ବିଜେଡି ନେତାଙ୍କୁ ଅପହରଣ ମାମଲା ୨ ଅଭିଯୁକ୍ତ ଜେଲ ଗଲେ

ବିଜେଡି ନେତାଙ୍କୁ ଅପହରଣ ମାମଲା ୨ ଅଭିଯୁକ୍ତ ଜେଲ ଗଲେ

ଦିଗପହଣ୍ଡି,୧୪ା୧୨(ଡି.ଏନ.ଏ.)- ଦିଗପହଣ୍ଡି ପୋଲିସ କେ.ନୂଆଗାଁ ଥାନା ବମକେଇ ଗ୍ରାମର ବସନ୍ତ କୁମାର ବାଡ଼ତ୍ୟା ଏବଂ ଟିକିନା ଓରଫ ସୁଧୀର କୁମାର ସାହୁଙ୍କୁ ଗୁରୁବାର ରାତି ପ୍ରାୟ ୮ଟାରେ କୋର୍ଟଚାଲାଣ କରିଛି। 

ବାଲି ଟ୍ରାକ୍ଟର ଜବତ ବେଳେ ତହସିଲଦାରଙ୍କୁ ଘେରାଉ

ବାଲି ଟ୍ରାକ୍ଟର ଜବତ ବେଳେ ତହସିଲଦାରଙ୍କୁ ଘେରାଉ

ଶଙ୍କରାଖୋଲ,୧୪ା୧୨(ଡି.ଏନ୍‌.ଏ.)- ଚକାପାଦ ତହସିଲର ଘାଟି ଉପରେ ଥିବା ୭ ପଞ୍ଚାୟତରେ ବାଲି ସଙ୍କଟ ଦେଖା ଦେଇଛି। ଫଳରେ ବହୁ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ତହସିଲଦାରଙ୍କ ମନମୁଖି କାର୍ଯ୍ୟ ବିରୋଧରେ ବୁଧବାର ଅସନ୍ତୋଷ ଟ୍ରାକ୍ଟର ମାଲିକମାନେ ଫୁଲବାଣୀ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।