ସମ୍ବଲପୁର

ବିଷ ପିଇ ଜୀବନ ହାରିଲେ ଚାଷୀ: ଫସଲକ୍ଷତି, ଋଣବୋଝ ଚିନ୍ତାରୁ ଆତ୍ମହତ୍ୟା

ବିଷ ପିଇ ଜୀବନ ହାରିଲେ ଚାଷୀ: ଫସଲକ୍ଷତି, ଋଣବୋଝ ଚିନ୍ତାରୁ ଆତ୍ମହତ୍ୟା
ବରଗଡ଼ ଅଫିସ୍‌,୧୦।୧୨ ବରଗଡ଼ ଜିଲାରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ଥମିବାର ନାଁ ନେଉନି। ରବିବାର ଅମ୍ବାଭୋନା ବ୍ଲକ ଅନ୍ତର୍ଗତ କର୍ଲା ଗ୍ରାମର ଜଣେ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ଅର୍ଜୁନ ସତନାମୀ(୬୫)। ମରୁଡ଼ି ଓ ଚକଡ଼ା ରୋଗପୋକ ଯୋଗୁ ଫସଲକ୍ଷତି ହେବା ଯୋଗୁ ଋଣବୋଝରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପୁଅ ରାମପ୍ରସାଦ ଅଭିଯୋଗ କରିଛନ୍ତି। ଏ ନେଇ ଅମ୍ବାଭୋନା ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୧୪/୧୭) ରୁଜୁ ହୋଇଛି। ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଇ ପୋଲିସ ଏହାର ଅଧିକ ତଦନ୍ତ କରୁଛି। ସୂଚନା ଅନୁଯାୟୀ, ଅର୍ଜୁନ ଗତ ଖରିଫ୍‌ ଋତୁରେ ନିଜର ୨ଏକର ଏବଂ ଅନ୍ୟମାନଙ୍କ ୩ଏକର ଭାଗରେ ନେଇ ସେଥିରେ ଚାଷ କରିଥିଲେ। ଏଥିପାଇଁ ସେ ଲଖନପୁର ସେବା ସମବାୟ ସମିତିରୁ ୬୦ହଜାର ଏବଂ ଅନ୍ୟମାନଙ୍କଠାରୁ ପ୍ରାୟ ୩୦ହଜାର ହାତ ଉଧାରି କରିିଥିଲେ। ମରୁଡ଼ି ଓ ଚକଡ଼ା ରୋଗପୋକ ଯୋଗୁ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯିବାରୁ ସେ ସବୁବେଳେ ପରିବାର ଗୁଜୁରାଣ, ଋଣ ପରିଶୋଧ ଚିନ୍ତାରେ ରହୁଥିଲେ। ଶନିବାର ରାତ୍ରି ପ୍ରାୟ ୮ଟାରେ ଅର୍ଜ୍ଜୁନ କୀଟନାଶକ ପିଇ ଦେଇ ଗୁରୁତର ଅବସ୍ଥାରେ ଘରକୁ ଆସିଥିଲେ। ମାତ୍ର ଗାଡ଼ି ଯୋଗାଡ଼ ହୋଇ ନ ପାରିବାରୁ ରାତାରାତି ତାଙ୍କୁ ଡାକ୍ତରଖାନା ନିଆଯାଇ ପାରି ନ ଥିଲା ଏବଂ ରବିବାର ସକାଳେ ଅର୍ଜୁନଙ୍କୁ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ରାମପ୍ରସାଦ କହିଛନ୍ତି। ଏ ସମ୍ପର୍କରେ ଅମ୍ବାଭୋନା ତହସିଲଦାର ସହଦେବ ସମାଧିଆଙ୍କୁ ପଚାରିବାରୁ କହିଲେ, ସେ ମୃତଚାଷୀଙ୍କ ଘରକୁ ଯାଇଥିଲେ। ସେତେବେଳେ ପରିବାରର କେହି ଘରେ ନ ଥିବା ଯୋଗୁ ଘଟଣା ସମ୍ପର୍କରେ ପଚରାଉଚୁରା ସମ୍ଭବ ହୋଇ ନ ଥିଲା। ସୋମବାର ପୁଣି ମୃତ ଚାଷୀଙ୍କ ଘରକୁ ଯିବେ ଏବଂ ରେଡ଼କ୍ରସ ପାଣ୍ଠିରୁ ସହାୟତା ପ୍ରଦାନ କରାଯିବ ବୋଲି ସେ କହିଥିଲେ। ସେହିପରି ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ତଦନ୍ତ ପରେ ଆତ୍ମହତ୍ୟାର କାରଣ ଜଣାପଡ଼ିବ। ଏ ନେଇ ତଦନ୍ତ ଜାରି ରହିଛି ବୋଲି ତହସିଲଦାର ସମାଧିଆ କହିଛନ୍ତି। ଉଲ୍ଲେଖନୀୟ, ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଜିଲାର ୧୭ଜଣ ଚାଷୀ ଫସଲକ୍ଷତି ଯୋଗୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
All Right Reserved By

ସମ୍ବଲପୁର

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା : ଅଭିଯୁକ୍ତ ଗିରଫ

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା : ଅଭିଯୁକ୍ତ ଗିରଫ

ଭବାନୀପାଟଣା / ନର୍ଲା, ୧୯।୧ (ଡି.ଏନ୍‌.ଏ.): ନର୍ଲା ନବୋଦୟ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା ଜଣାପଡିବା ପରେ ତନାଘନା ଆରମ୍ଭ ହୋଇଥିଲା। ଶନିବାର ଧର୍ମଗଡ଼ ଥାନାରେ ପୀଡ଼ିତାଙ୍କ ମା’ଙ୍କ ଏତଲା ପରେ ଅଭିଯୁକ୍ତଙ୍କୁ ପୋକ୍ସୋ ଆକ୍ଟରେ ଗିରଫ କରାଯାଇଛି।

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା:  ପରିବାର ଲୋକେ ଝିଅକୁ ବିହାର ନେଇଗଲେ

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା: ପରିବାର ଲୋକେ ଝିଅକୁ ବିହାର ନେଇଗଲେ

ଭବାନୀପାଟଣା / ନର୍ଲା, ୧୯।୧ (ଡି.ଏନ୍‌.ଏ.): ନର୍ଲା ନବୋଦୟ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା ଜଣାପଡିବା ପରେ ତନାଘନା ଆରମ୍ଭ ହୋଇଛି। ଛାତ୍ରୀ ଜଣକ ନିଜ ପରିବାର ସଦସ୍ୟଙ୍କ ସହ ବିହାର ଚାଲି ଯାଇଥିବା ଜଣାପଡିଛି । 

ଝଲୋ ଝଲୋ ଦିଶୁଛେ ସରକାରୀ ଅବହେଲା:  ଆବାସ ଯୋଜ୍‌ନାର କାର୍ଯ୍ୟାଦେଶ ଲାଗି ହଟହଟା

ଝଲୋ ଝଲୋ ଦିଶୁଛେ ସରକାରୀ ଅବହେଲା: ଆବାସ ଯୋଜ୍‌ନାର କାର୍ଯ୍ୟାଦେଶ ଲାଗି ହଟହଟା

ଉଲୁଣ୍ଡା ୧୯ା୧ (ଡି.ଏନ.ଏ):  ବଖ୍‌ରେ ଘର, ସେଥ୍‌ରେ ଫେନ୍‌ ଜଁକାପେଲ୍‌ହା ହେଇ ରହୁଛନ୍‌ ଗୁଟେ ପରିବାର୍‌ର ୯ ଝନ୍‌ ଲୋକ୍‌। ସଖାଲ ପାଏଲେ ପର୍‌ହର ଘରେ ଖଟ୍‌ଲେ ଯାଇ ଘରର ଚୁଲି ଜଲୁଛେ। ସରକାରୀ ଯୋଜ୍‌ନା କହେଲେ ପରିବାର ପାଇଥିବାର ବିପିଏଲ କାର୍ଡ ଖଁଡ଼େ, ବାକି ସବୁ ସରକାରୀ ସୁବିଧା ସୁଯୋଗ୍‌ ପରିବାର ଲାଗି ସାତ୍‌ ସପନ୍‌ ହେଇଛେ। 

ମରନଜଁତା ପାଲଟିଛେ ପ୍ରଧାନମନ୍ତ୍ରୀ ରାସ୍‌ତା

ମରନଜଁତା ପାଲଟିଛେ ପ୍ରଧାନମନ୍ତ୍ରୀ ରାସ୍‌ତା

ଘଣ୍ଟାପଡା,୧୯ା୧ (ଡି.ଏନ.ଏ): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ମନମୁଣ୍ଡା-ସିନ୍ଧୁଗୋରା ରାଜ୍ୟ ରାଜପଥ ନଂ.୪୧ର ଲଣ୍ଡାବାହାଲ ଛକଠାନୁ ଖମନମୁଣ୍ଡା ତକ୍‌ ଯାଇଥିବାର ୫ କି.ମି. ପ୍ରଧାନମନ୍ତ୍ରୀ ରାସ୍‌ତାର ଅବସ୍‌ତା ବହୁତ୍‌ ଖରାପ ଅଛେ। 

ଶିକ୍ଷାର ଉନ୍ନତିରେ ଦେଶର ବିକାଶ

ଶିକ୍ଷାର ଉନ୍ନତିରେ ଦେଶର ବିକାଶ

ଦେଓଗାଁ, ୧୯ା୧(ଡି.ଏନ.ଏ.)   ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅର୍ଜୁନପୁର ଉଚ୍ଚବିଦ୍ୟାଳୟର  ରଜତ ଜୟନ୍ତୀ ସମାରୋହ ଶୁକ୍ରବାର ଉଦ୍‌ଘାଟିତ  ଅପରାହ୍ନ ୧୨ଟାରେ ଶୁଲିଆବୁଢ଼ା ପୀଠରୁ ମଶାଲ ପହଞ୍ଚତ୍ବା ପରେ ଅତିଥିବୃନ୍ଦଙ୍କ ଦ୍ୱାରା ମଶାଲ  ସ୍ଥାପନ କରାଯାଇଥିଲା

 ବିକାଶରେ ଅସମତା ପାଇଁ ଦାଦନ ସମସ୍ୟା

ବିକାଶରେ ଅସମତା ପାଇଁ ଦାଦନ ସମସ୍ୟା

ସୋନପୁର,୧୯।୧(ନି.ପ୍ର.) ମାନବ ସମ୍ବଳର ସଦୁପଯୋଗ କ୍ଷେତ୍ରରେ ବିକାଶଶୀଳ ଦେଶ ଭାରତ ବହୁ ପଛରେ ପଡିଛି। ଓଡିଶା ଓ ଝାଡଖଣ୍ଡ ଭଳି ରାଜ୍ୟର ସ୍ଥିତି ସଙ୍ଗୀନ। ପଶ୍ଚିମ ଓଡିଶାରେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। 

ଜୋଙ୍କ ପ୍ରକଳ୍ପରୁ ପାଣି ଛାଡିବା ଘଟଣା: ତଳ ମୁଣ୍ଡ ଚାଷୀଙ୍କ ୧୨ ଘଣ୍ଟିଆ ବନ୍ଦ

ଜୋଙ୍କ ପ୍ରକଳ୍ପରୁ ପାଣି ଛାଡିବା ଘଟଣା: ତଳ ମୁଣ୍ଡ ଚାଷୀଙ୍କ ୧୨ ଘଣ୍ଟିଆ ବନ୍ଦ

ନୂଆପଡା ଅଫିସ,୧୯ା୧: ସ୍ଥାନୀୟ ଜୋଙ୍କ ଜଳ ସେଚନ ପ୍ରକଳ୍ପରୁ ରବି ଚାଷ ସକାଶେ ପାଣି ଛାଡିବା ଘଟଣାକୁ ନେଇ ଦୀର୍ଘ ତିନି ସପ୍ତାହ ହେବ ଛକାପଞ୍ଛା ଚାଲିଥିବାବେଳେ ଦୁଇ ମୁଣ୍ଡ ଚାଷୀଙ୍କ ଆନ୍ଦୋଳନ ପରେ ମଧ୍ୟ ପ୍ରଶାସନ କୌଣସି ନିଷ୍ପତ୍ତି ନେଇପାରୁନାହିଁ। 

ଜଂଗ୍‌ଲି ହାତୀର ଉପ୍‌ଦରବ୍‌:  ହାଡ଼ଭଂଗା ଶୀତ୍‌ ରାତିରେ ବେଘର ହେଲେ ୮ ପରିବାର

ଜଂଗ୍‌ଲି ହାତୀର ଉପ୍‌ଦରବ୍‌: ହାଡ଼ଭଂଗା ଶୀତ୍‌ ରାତିରେ ବେଘର ହେଲେ ୮ ପରିବାର

ପଡିଆବାହାଲ, ୧୯।୧ (ଡି.ଏନ.ଏ):  ଥମବାର ନାଁ ନାଇଁଧରବାର ଜଂଗଲି ହାତୀକର ଉତ୍‌ପାତ। ଗୋଠ୍‌ଛଡ଼ା ହେଇ ଅଂଚଲରେ ଘୂରି ବୁଲୁଥିବାର ପଟକିଆ ଦଁତା ହାତୀର ଉପ୍‌ଦରବ୍‌ରେ ଥାନୀୟ ଲୁକ୍‌କର ନିଦ୍‌ ହଜି ଯାଇଛେ। ଗଲା ୧୫ ତାରିଖ ରାତିରେ ସେମେଲଟିକିରା ଗାଁର ୬ ପରିବାରକୁ ବାସହରା କରାଇଥିଲା ଦଁତା।

ନାରୀଶକ୍ତି ଜାଗ୍ରତ ହେଲେ ନକରାତ୍ମକ ଶକ୍ତିର ବିନାଶ ହେବ

ନାରୀଶକ୍ତି ଜାଗ୍ରତ ହେଲେ ନକରାତ୍ମକ ଶକ୍ତିର ବିନାଶ ହେବ

 ବଲାଙ୍ଗୀର ଅଫିସ, ୧୯ା୧: ବଲାଙ୍ଗୀର ମ୍ୟୁନିସିପାଲିଟିର ୧୮ନମ୍ବର ୱାର୍ଡରେ କଂଗ୍ରେସ ପକ୍ଷରୁ ମହିଳା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।  ଏଥିରେ ବଲାଙ୍ଗୀର ବିଧାୟକ ତଥା ରାଜ୍ୟ ବିଧାନସଭା ବିରୋଧୀଦଳ ନେତା ନରସିଂହ ମିଶ୍ର୍ର ଯୋଗଦେଇ ମହିଳା ନେତ୍ରୀ ଓ କର୍ମୀଙ୍କୁ ଉଦ୍‌ବୋଧନ ଦେଇଥିଲେ । 

କୃଷିଜାତ ଦ୍ରବ୍ୟ ପ୍ରଦର୍ଶନ କଲେ ୨୨୭ଚାଷୀ

କୃଷିଜାତ ଦ୍ରବ୍ୟ ପ୍ରଦର୍ଶନ କଲେ ୨୨୭ଚାଷୀ

ଗୁଡ଼ଭେଲା,୧୮।୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡ଼ଭେଲା ବ୍ଳକ ଅର୍ନ୍ତଗତ ତେନ୍ତୁଲିଖୁଣ୍ଟି ଗ୍ରାମ ମକର ମେଳା ପଡ଼ିଆରେ ଗତ ଛଅ ଦିନ ଧରି ଚାଲିଥିବା  ୫୨ତମ ଗା୍ରମ ପଞ୍ଚାୟତସ୍ତରୀୟ ମକର ମେଳା ଗୁରୁବାର ରାତିରେ ଉଦଯାପିତ ହୋଇଯାଇଛି ।

ବାଇକକୁ ଧକ୍କା ଦେଇ ଓଲଟିଲା ତୀର୍ଥଯାତ୍ରୀ ବସ, ବାଇକ ଚାଳକ ମୃତ

ବାଇକକୁ ଧକ୍କା ଦେଇ ଓଲଟିଲା ତୀର୍ଥଯାତ୍ରୀ ବସ, ବାଇକ ଚାଳକ ମୃତ

ପାଟଣାଗଡ, ୧୮।୧ (ଡି.ଏନ.ଏ.) : ବଲାଙ୍ଗୀର ଜିଲା ପାଟଣାଗଡ-ପଦ୍ମପୁର ରାସ୍ତାର ପାଟଣାଗଡ ଥାନା ଅନ୍ତର୍ଗତ ଝରନିପାନି ଗ୍ରାମ ନିକଟରେ ଶୁକ୍ରବାର ସକାଳ ପ୍ରାୟ ୮ଟାରେ ଏକ ବାଇକକୁ ଧକ୍କାଦେଇ ତୀର୍ଥଯାତ୍ରୀ ବସ୍‌ ଓଲଟି ପଡିଛି। 

ବେପାରୀକର କବ୍‌ଜାରେ କେଉଁଟିପାଲି ମାର୍କେଟ ୟାର୍ଡ: ଚାଷୀ ସରକାରୀ ସାହାଯ୍‌ରୁ ବଁଚିତ ହେବାର ଆଶଁକା

ବେପାରୀକର କବ୍‌ଜାରେ କେଉଁଟିପାଲି ମାର୍କେଟ ୟାର୍ଡ: ଚାଷୀ ସରକାରୀ ସାହାଯ୍‌ରୁ ବଁଚିତ ହେବାର ଆଶଁକା

ବିଜେପୁର, ୧୮।୧ (ଡି.ଏନ.ଏ):  ବରଗଡ଼ ଜିଲା ବିଜେପୁର ବ୍ଲକ୍‌ କେଉଁଟିପାଲି ମାର୍କେଟ ୟାର୍ଡ ଏହେଦେ ବେପାରୀମାନକର କବଜାରେ ରହିଛେ। ଚାଷୀମାନକର କାର୍ଡକେ ଚାଲକରି ବେପାରୀମାନେ ଧାନ ଘିନୁଥିବାର ଅଭିଯୋଗ ହେଉଛେ। ଇଆଡ଼େ ଇ ବ୍ଲକକେ ସରକାର ମର୍‌ଡି ଘୋଷନା କରିଛନ୍‌। ଯେନ୍‌ଥିରଲାଗି ଆଏବାର ଦିନେ ଚାଷୀ ପାଏବାକେ ଥିବାର ସରକାରୀ ସାହାଯ୍‌ରୁ ବଁଚିତ୍‌ ହେବାର ଆଶଁକା ଦେଖା ଦେଇଛେ।