ସମ୍ବଲପୁର

୧୫ରୁ ଟ୍ରକ୍‌ ଟର୍ମଘଟ: ଝାରସୁଗୁଡା, ସମ୍ବଲପୁର, ବରଗଡ ସଂଘର ସମର୍ଥନ ଘୋଷଣା

୧୫ରୁ ଟ୍ରକ୍‌ ଟର୍ମଘଟ: ଝାରସୁଗୁଡା, ସମ୍ବଲପୁର, ବରଗଡ ସଂଘର ସମର୍ଥନ ଘୋଷଣା
ଝାରସୁଗୁଡା ଅଫିସ,୧୦।୧୨-ଗ୍ରୀନ୍‌ ଟିକସ ପ୍ରଚଳନ, ଟିକସ ବୃଦ୍ଧି, ଯାଞ୍ଚ ନାମରେ ବ୍ୟାପକ ପାଉଣା ଆଦାୟ ପ୍ରତିବାଦରେ ଡିସେମ୍ବର ୧୫ ମଧ୍ୟରାତ୍ରରୁ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଟ୍ରକ୍‌ ଟର୍ମଘଟ ହେବ। ଏନେଇ ଓଡ଼ିଶା ରାଜ୍ୟ ଟ୍ରକ୍‌ ମାଲିକ ମହାସଂଘ(ଓଏସ୍‌ଟିଓଏଫ୍‌) ଘୋଷଣା କରିଥିବା ବେଳେ ରବିବାରପଶ୍ଚିମ ଓଡ଼ିଶାର ସମ୍ବଲପୁର, ଝାରସୁଗଡା ଏବଂ ବରଗଡ ଜିଲାର ବିଭିନ୍ନ ଟ୍ରକ୍‌ ମାଲିକ ଉକ୍ତ ବନ୍ଦକୁ ସମର୍ଥନ କରିବେ ବୋଲି ସ୍ପଷ୍ଟ କରିଛନ୍ତି। ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ସଂଘର ସମନ୍ବୟ କମିଟି ବୈଠକରେ ଯୋଗଦେଇ ଓଏସ୍‌ଟିଓଏଫ୍‌ର ପଶ୍ଚିମ ଓଡ଼ିଶା ଜୋନ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ସିଂ କହିଲେ, ଗ୍ରୀନ୍‌ ଟିକସ ପ୍ରତ୍ୟାହାର କରିବା ସହ ବର୍ଦ୍ଧିତ ଟିକସ ହ୍ରାସ କରିବା ପାଇଁ ଦାବି କରିଥିଲେ। ଓଏସ୍‌ଟିଓଏଫ୍‌ ପଶ୍ଚିମ ଓଡ଼ିଶା ଜୋନ ଉପସଭାପତି ବର୍ମେଶ୍ୱର ସିଂ କହିଲେ, ପର୍ଯ୍ୟାପ୍ତ ଟିକସ ସତ୍ତ୍ୱେ ସରକାର ଚେକିଂ ନାମରେ ବ୍ୟାପକ ପାଉଣା ଆଦାୟ କରି ଟ୍ରକ୍‌ ମାଲିକଙ୍କୁ ହଇରାଣ କରୁଛନ୍ତି। ଏହାସହିତ ଅନ୍ୟାନ୍ୟ ଦାବିକୁ ସରକାର ପୂରଣ ନ କଲେ ଆନ୍ଦୋଳନ ନିଶ୍ଚିତ ବୋଲି କହିଥିଲେ। ଏହି ବନ୍ଦ ଦ୍ୱାରା ରାଜ୍ୟର ପ୍ରାୟ ୨ ଲକ୍ଷ ଟ୍ରକ୍‌ ଏବଂ ଝାରସୁଗୁଡା, ସମ୍ବଲପୁର ଓ ବରଗଡ ଜିଲାର ପ୍ରାୟ ୨୫ ହଜାର ଟ୍ରକ୍‌ ଚଳାଚଳ ବନ୍ଦହେବ। ଫଳରେ ରାଜ୍ୟରେ ଅଚଳାବସ୍ଥା ସୃଷ୍ଟିହେବା ଏକପ୍ରକାର ସୁନିଶ୍ଚିତ। ବୈଠକରେ ବରଗଡ ଟ୍ରକ୍‌ ମାଲିକ ସଂଘର ସଭାପତି ସୁଶାନ୍ତ କୁମାର ଦାସ, ବ୍ରଜରାଜନଗର ସଂଘର ଅମୀୟ ସାମଲ, ବନ୍ଧବାହାଲର ସଂଘର ଅଖିଳ କୁମାର ସ୍ବାଇଁ, ଝାରସୁଗୁଡା ସଂଘର ସମ୍ପାଦକ ସତପାଲ ସିଂ, ସୋରେନ୍‌ ସିଂ ପ୍ରମୁଖ ଯୋଗ ଦେଇଥିଲେ।
All Right Reserved By

ସମ୍ବଲପୁର

ଆନ୍ଧ୍ରପ୍ରଦେଶର ମେହେବୁବ ନଗରଠାରେ ବନ୍ଧା ପଡିଛନ୍ତି ୧୭ ଦାଦନ ଶ୍ରମିକ

ଆନ୍ଧ୍ରପ୍ରଦେଶର ମେହେବୁବ ନଗରଠାରେ ବନ୍ଧା ପଡିଛନ୍ତି ୧୭ ଦାଦନ ଶ୍ରମିକ

ମଣ୍ଡଲ, ୧୭।୧୦ (ଡି.ଏନ.ଏ)- ଦାଦନ ରୋକିବା ପାଇଁ ସରକାର ବର୍ଷକୁ ୧୦୦ଦିନର କାମ ଯୋଗାଇ ଦେବା ପାଇଁ ଆରମ୍ଭ କରିଛନ୍ତି ନିଶ୍ଚିତ କର୍ମ ନିଯୁକ୍ତି  ଯୋଜନା। କିନ୍ତୁ ଏହି ଯୋଜନାରେ ଶ୍ରମିକ ମାନଙ୍କୁ ୧୦୦ ଦିନର କାମ ମିଳୁନଥିବାରୁ ଏବଂ ତାଙ୍କର ପାରିଶ୍ରମିକ ପାଉଣା ମାସ ମାସ, ବର୍ଷ ବର୍ଷ ଧରି ବିଳମ୍ବ ହେବାରୁ ଶ୍ରମିକମାନେ ବାଧ୍ୟ ହୋଇ ନିଜ ପେଟପାଟଣା ପାଇଁ ବାହାରରାଜ୍ୟକୁ ଦାଦନ ଖଟିବାକୁ ବାଧ୍ୟ ହୋଇ ଯାଉଛନ୍ତି । ଦାଦନ ଶ୍ରମିକର ଦୁଃଖୀ ଅନ୍ତ ହେଉନାହିଁ କି ଦାଦନ ଶ୍ରମିକର ସମସ୍ୟା 

ଜୁଆ ଖେଳି ପୋଲିସ ଫାସରେ ଫସିଗଲେ

ଜୁଆ ଖେଳି ପୋଲିସ ଫାସରେ ଫସିଗଲେ

ବିଜେପୁର, ୧୭।୧୦ (ଡି.ଏନ.ଏ)- ବରଗଡ ଜିଲା ବିଜେପୁର ଥାନା ଅନ୍ତର୍ଗତ ଟି.ଗଣ୍ଡପାଲି ଗ୍ରାମରେ ଦୁର୍ଗାପୂଜା ଅବସରରେ ଚାଲିଥିବା ଏକ ଜୁଆଖେଳ ଉପରେ ପୋଲିସ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଏହି ଥାନାର ଟି.ଗଣ୍ଡାପାଲିର ମଗଶୀର ସାହୁ (୪୭), ଚୁଡାମଣି ସାହୁ (୪୦), ସୋନପୁର ଜିଲା ଡୁଙ୍ଗୁରିପାଲି ଥାନା ଅଧିନ ଗର୍ଜନ ଗ୍ରାମର ବିଷ୍ଣୁ ସାହୁ (୪୩) ଏବଂ ରାମପୁର ଥାନା ଅନ୍ତର୍ଗତ ମାୟାବର୍ହା ଗ୍ରାମର ଜୀବର୍ଦ୍ଧନ ସାହୁ (୬୫) । 

ଧରିତ୍ରୀରେ ଖବର ପ୍ରକାଶ ପରେ ଶିକୁଳିରୁ ମୁକୁଳିଲେ ଲିଲିମା

ଧରିତ୍ରୀରେ ଖବର ପ୍ରକାଶ ପରେ ଶିକୁଳିରୁ ମୁକୁଳିଲେ ଲିଲିମା

ବରଗଡ଼ ଅଫିସ୍‌,୧୭।୧୦-
ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଟାଙ୍ଗରପାଲି ପଞ୍ଚାୟତ ଅଧୀନ ରେଙ୍ଗାଲପାଲି ଝୁମ୍ପୁଡ଼ିପଡ଼ାରେ ମାନସିକ ରୋଗରେ ଆକ୍ରାନ୍ତ ଲିଲିମା ଭରାସାଗରଙ୍କୁ ପରିବାର ଲୋକେ ଶିକୁଳୀରେ ବାନ୍ଧି ରଖିଥିବା ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ତାଙ୍କୁ ସହଯୋଗର ହାତ ବଢ଼ିଛି । ବୁଧବାର ଲିଲିମା ଶିକୁଳିରୁ ମୁକ୍ତ ହୋଇଛନ୍ତି । ତାଙ୍କ ଗୋଡ଼ରେ ବନ୍ଧା ଯାଇଥିବା ଶିକୁଳିକୁ ଖୋଲି ଦିଆଯାଇଛି ଏବଂ ଚିକିତ୍ସା ପାଇଁ ଲିଲିମାଙ୍କୁ ଭୀମସାର, ବୁର୍ଲା ଡାକ୍ତରଖାନାର ମାନସିକ ରୋଗ ବିଭାଗରେ ଭର୍ତ୍ତି କରାଯାଇଛି । ଚିକିତ୍ସା ପରେ ଲିଲିମା ମାନସିକ ରୋଗରୁ ମଧ୍ୟ ନିଶ୍ଚିତଭାବେ ମୁକ୍ତ ହେବେ ବୋଲି ସଭିଁଏ ଆଶା ବାନ୍ଧିଛନ୍ତି ।

ବିକାଶ ନୁହେଁ, ବରଂ ଦୁର୍ନୀତି

ବିକାଶ ନୁହେଁ, ବରଂ ଦୁର୍ନୀତି

ନୂଆଗାଁ,୧୭।୧୦(ଡି.ଏନ୍‌.ଏ.)

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ) ଗ୍ରାମାଞ୍ଚଳରେ ରାସ୍ତାଘାଟର ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି। ଏଥିପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ବିଭାଗରେ କାର୍ଯ୍ୟରତ କେତେଜଣ ଦୁର୍ନୀତିଖୋର କର୍ମଚାରୀଙ୍କ ଦ୍ୱାରା ବିପୁଳ ପିସି କରାବାର ଯୋଗୁ ଏହି ଯୋଜନାରେ ଅତ୍ୟନ୍ତ ନିମ୍ନମାନର କାମ ହେଉଥିବା ପରିଲକ୍ଷିତ ହେଉଛି। ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରା ଯୋଗୁ କାର୍ଯ୍ୟ ସମ୍ପୂର୍ଣ୍ଣ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ଅନ୍ତର୍ଗତ ପୁରୁଣାପାଣି ନିକଟ ପୁରୁଣାପାଣି-ମୁଙ୍ଗଟୋଲି ରାସ୍ତା ଏହାର ଜ୍ୱଳନ୍ତ ଉଦାହରଣ। ମାତ୍ର ବର୍ଷକ ପୂର୍ବେ ନିର୍ମାଣ ହୋଇଥିବା ଏହି ରାସ୍ତାର ଅଧିକାଂଶ ସ୍ଥାନରେ ଏବେ ପିଚୁ ଉଠିଯାଇଛି।

ଦୋକାନୀ, ବ୍ୟାଙ୍କ କେହି ନେଉନାହାନ୍ତି ୧, ୨ ଟଙ୍କିଆ ମୁଦ୍ରା

ଦୋକାନୀ, ବ୍ୟାଙ୍କ କେହି ନେଉନାହାନ୍ତି ୧, ୨ ଟଙ୍କିଆ ମୁଦ୍ରା

କୁତ୍ରା/ରାଜଗାଙ୍ଗପୁର, ୧୭।୧୦ (ଡି.ଏନ.ଏ)- ସୁନ୍ଦରଗଡ ଜିଲା କୁତ୍ରା ଓ ରାଜଗାଙ୍ଗପୁର ଥାନା ଅଞ୍ଚଳରେ ଏକଟଙ୍କିଆ ଓ ଦୁଇ ଟଙ୍କିଆ ମୁଦ୍ରାକୁ ଦୋକାନୀମାନେ ନେଉ ନାହାନ୍ତି।

ବୀରମହାରାଜପୁରରେ ନିୟନ୍ତ୍ରଣ ହରାଇଛି ଟ୍ରାଫିକ ସମସ୍ୟା

ବୀରମହାରାଜପୁରରେ ନିୟନ୍ତ୍ରଣ ହରାଇଛି ଟ୍ରାଫିକ ସମସ୍ୟା

ବୀରମହାରାଜପୁର, ୧୭।୧୦(ଡି.ଏନ.ଏ)
ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଉପଖଣ୍ଡ ମାନ୍ୟତା ପାଇବାର ଦୀର୍ଘ ୩୧ବର୍ଷ ବିତିଯାଇଥିଲେ ସୁଦ୍ଧା ଏବେବି ରହିଛି ଗ୍ରାମ ପଞ୍ଚାୟତ ଶାସନାଧିନ। ବିଭିନ୍ନ କାରଣରୁ ଏହାର ସଦର ମହକୁମା ପୌରାଞ୍ଚଳରେ ପରିଣତ ହୋଇପାରିନାହିଁ। ତେବେ କ୍ରମବଦ୍ଧିଷ୍ଣ ଜନସଂଖ୍ୟା ସାଙ୍ଗକୁ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ ପରିସର ବୃଦ୍ଧି ପାଇଥିବାରୁ ଟ୍ରାଫିକ ସମସ୍ୟା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି। ବିଗତ ୩୦ବର୍ଷ ଭିତରେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଖୋଲିବା ସହ ଛୋଟବଡ ବ୍ୟବସାୟିକ ପ୍ରତିଷ୍ଠାନ ଗଢ଼ି ଉଠିଛି। 

ହଜିଯାଉଛେ ଧୁନ୍‌କେଲ ସୋର

ହଜିଯାଉଛେ ଧୁନ୍‌କେଲ ସୋର

ଜାମଟିକ୍ରା, ୧୭।୧୦ (ଡି.ଏନ.ଏ)- 
ସମିଆର ଗତି ସଂଗେ ବହୁତ୍‌ ଜିନିସ ବଦ୍‌ଲି ଯାଉଛେ। ଆଘ ଏନ୍‌ତା ଶାରଦୀୟ ପୂଜା ଅବ୍‌ଛରରେ ଗଁା ଗଁାରେ ଶୁନ୍‌ବାକେ ମିଲୁଥିଲା ଭିନେ ଭିନେ ରକମର ବଜାର ଶବଦ୍‌। ସେ ଭିତ୍‌ରୁ ଧୁନ୍‌କେଲ ହେଉଛେ ସବୁଠାନୁ ଅଲଗ୍‌। ଦିନ୍‌ଥିଲା ସାମାଜିକ୍‌ ଜୀବନ୍‌କେ ସରସ ସୁଁଦର କରିଥିବାର ଧୁନ୍‌କେଲ ସୋର ଅଏଜ୍‌ ତାର ପରିଚଏ ଖୁଜୁଛେ। ଅଶିନ୍‌ ମାସେ ଗୁଟେ ଘରେ ଦୁର୍ଗା ଆର୍‌ କେତେ ଦେବୀଦେବାକଁର ଚିତ୍‌ର ଅଁକା ଯାଉଥିଲା। ସେଟାକେ କୁଠି ବଲୁଥିଲେ। ଆଘ ପିଠଉଥି ଚିତ୍‌ର ଅଁାକୁଥିଲେ। ଏହେଦେ ସମିଆ ବଦିଲ୍‌ବାର ସଂଗେ ନାନା ପରକାର ରଂଗ୍‌ଥି ଚିତ୍‌ରା ଯାଉଛେ। ମହାଷ୍ଟମୀ ତିଥିନେ ଦିନର ଦୁଇପହରେ ଧଁାଗ୍‌ରି ଟୁକେଲମାନେ ଆସି କୁଠିରେ ଠୋଲ୍‌ ହେଇ ଧିଆନ୍‌ରେ ବସୁଥିଲେ। ପଛେ ଝନେ ଧୁନ୍‌କେଲ ବଜାବାର ସଂଗେ ଗୀତ୍‌ ଗାଉଥିଲେ। ଇ ଧୁନ୍‌କେଲ ସୋର ଆର୍‌ ଗୀତ୍‌ରେ ଧଁାଗ୍‌ରି ଟୁକେଲମାନେ ଧିଆନ୍‌ରେ ଦେବୀ ପାର୍ବତୀକୁଁ ଆବାହନ କରୁଥିଲେ। 

ମଉଲିକ୍‌ ସୁବିଧାରୁ ବଁଚିତ୍‌ ଫତକାବାହାଲି ଗଁାବାସୀ

ମଉଲିକ୍‌ ସୁବିଧାରୁ ବଁଚିତ୍‌ ଫତକାବାହାଲି ଗଁାବାସୀ

ପଲମ,୧୭।୧୦(ଡି.ଏନ.ଏ.): 
କେନ୍ଦ୍ର ଆର୍‌ ରାଏଜ୍‌ ସରକାର ଗଁା ଗଁଲିର ବିକାଶର କଥା କହି ଡିଂଗ୍‌ରା ପିଟୁଛନ୍‌। ହେଲେ କଳାହାଣ୍ଡି ଜିଲାରେ ସବୁ ପର୍‌ଚାର ପର୍‌ସାରରେ ସୀମିତ ଥିବାର ଦେଖ୍‌ବାକେ ମିଲୁଛେ। ଆଏଜ୍‌ ବି କଲାହାଣ୍ଡି ଜିଲାର ବହୁତ୍‌ଟେ ଗଁାବାସୀ ବିକାଶର ଉଜାଲା ଦେଖି ନୁହେପାରନ୍‌। ଇଥିର ଗୁଟେ ଫଟିକ୍‌ ଉଦାହରନ୍‌ ହେଉଛେ ନର୍ଲା ବ୍ଲକ୍‌ର ଫତକାବାହାଲି ଗଁା।

କର୍ଲାମୁଣ୍ଡା ବ୍ଲକ୍‌: ବଡ୍‌ ବଡିଆକର କବ୍‌ଜାରେ ଆବାସ ଯୋଜ୍‌ନା

କର୍ଲାମୁଣ୍ଡା ବ୍ଲକ୍‌: ବଡ୍‌ ବଡିଆକର କବ୍‌ଜାରେ ଆବାସ ଯୋଜ୍‌ନା

କର୍ଲାମୁଣ୍ଡା,୧୭।୧୦(ଡି.ଏନ.ଏ.): 
ରାଏଜ୍‌ ଆର୍‌ କେନ୍ଦ୍ର ସରକାର ନିସାହା ଗରିବ୍‌, ନିଅଁାସିମାନକୁ ଘର ଯୁଗେଇ ଦେବାର ଲାଗି ବିଜୁ ପକ୍କାଘର, ମୋ କୁଡିଆ, ପ୍ରଧାନମନ୍ତ୍ରୀ ଆବାସ ଲେଖେଁ ଯୋଜ୍‌ନା କାଯ୍‌କାରି କରୁଛନ୍‌। ହେଲେ ବହୁତ୍‌ ଜାଗାରେ ଯୋଜ୍‌ନାର ସୁଫଲ ହକ୍‌ଦାର ହିତାଧିକାରୀକଁର ପାସେ ପୁହୁଁଚି ନାଇଁପାରବାର।  ଏନ୍‌ତା ପରିସ୍‌ଥିତି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଦେଖ୍‌ବାକେ ମିଲିଛେ। ଇ ବ୍ଲକ୍‌ର ପୋରକେଲା ପଁନ୍‌ଚେତର ଖରଝୁରା ଗଁାର ବାସିନ୍‌ଦା ହେଉଛନ୍‌ ସେବତୀ ଧରୁଆ।

ଥଇଥାନ ପାଇଁ ଜିଲାପାଳଙ୍କୁ ଗୁହାରୀ

ଥଇଥାନ ପାଇଁ ଜିଲାପାଳଙ୍କୁ ଗୁହାରୀ

ବରଗଡ଼ ଅଫିସ୍‌,୧୭।୧୦-
ନାଁ ତାଙ୍କର ଗୋବିନ୍ଦ ଚନ୍ଦ୍ର କୁମ୍ଭାର । ବରଗଡ଼ ଜିଲା ସାନ ବାଉଁସେନ ଗ୍ରାମରେ ତାଙ୍କ ଘର । ସେ ଜଣେ ଉଚ୍ଚଶିକ୍ଷିତ ଯୁବକ । ସ୍ନାତକ ତାଙ୍କର ଯୋଗ୍ୟତା । ନିହାତି ଗରୀବ ଶ୍ରେଣୀର ପରିବାରର ପୁଅ ହୋଇଥିଲେ ମଧ୍ୟ ସେ ଜଣେ ହୋମଗାର୍ଡ଼ଭାବେ ନିଯୁକ୍ତି ପାଇ ପରିବାର ପୋଷଣ କରୁଥିଲେ । ତେବେ ପରେ ଏକ ସାଇକେଲ ଚୋରି କେଶରେ ଛନ୍ଦି ହୋଇ ପଡ଼ିଥିଲେ ଏବଂ ହୋମଗାର୍ଡ଼ ଚାକିରି ହରାଇଥିଲେ ଗୋବିନ୍ଦ। 

ସମଲେଶ୍ୱରୀଙ୍କ ମହାଗୌରୀ ବେଶ

ସମଲେଶ୍ୱରୀଙ୍କ ମହାଗୌରୀ ବେଶ

ବରଗଡ଼ ଅଫିସ୍‌,୧୭।୧୦-
ଶାରଦୀୟ ନବରାତ୍ର ପୂଜାରେ ବରଗଡ଼ ସହରର ଶକ୍ତିପୀଠଗୁଡ଼ିକ ଚଳଞ୍ଚଳ ହୋଇ ପଡ଼ିଛି । ଏହି ଅବସରରେ ମଙ୍ଗଳବାର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ ମହାଗୌରୀ ବେଶରେ ଦର୍ଶନ ଦେଇଥିଲେ । ଏହି ବେଶରେ ଦେବୀଙ୍କୁ ଦର୍ଶନ କଲେ ପାପ ଖଣ୍ଡନ ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି ।

ଛାତ୍ରୀନିବାସରେ ଅସଦାଚରଣ ମାମଲାର କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଭିନ୍ନ ସଂଗଠନ

ଛାତ୍ରୀନିବାସରେ ଅସଦାଚରଣ ମାମଲାର କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଭିନ୍ନ ସଂଗଠନ

ବରଗଡ଼ ଅଫିସ୍‌,୧୭।୧୦-
ବରଗଡ଼ ସହରରେ ରହିଥିବା ଏକ ଘରୋଇ ଛାତ୍ରୀନିବାସରେ ଗତ ସେପ୍ଟେମ୍ବର ୨୧ତାରିଖ ଛାତ୍ରୀନିବାସର ପରିଚାଳକ ସେଠାରେ ରହୁଥିବା ଅନ୍ତେବାସିନୀ ତଥା କଲେଜ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ଏ ନେଇ ପୋଲିସ ପରିଚାଳକ ସୁଧାଂଶୁ ପାଢ଼ୀ(୬୦)ଙ୍କ ବିରୋଧରେ ଦଫା ୩୫୪, ୩୫୪(କ) ଆଇପିସି ଏବଂ ୧୨ପିସିଏସ୍‌ଓ ଆକ୍ଟରେ ଏକ ମାମଲା ରୁଜୁ କରିଛି । ତେବେ  ଜିଲା ବାହାର ଡାକ୍ତରଖାାନାରେ ପରିଚାଳକ ପାଢ଼ୀ ଚିକିତ୍ସାଧିନ ଥିବା ପୋଲିସ କହୁଥିବା ବେଳେ ଏହା ସହଜରେ ଗ୍ରହଣୀୟ ହୋଇପାରୁ ନାହିଁ । ଏହାକୁ ନେଇ ମଙ୍ଗଳବାର ପଶ୍ଚିମ ଓଡ଼ିଶାର ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା ଆଦି ଅଞ୍ଚଳର ଆଦିବାସୀ କଲ୍ୟାଣ ସମିତି, ଗୋଁଡ଼ ମହାସଭା ସଂଗଠନର କର୍ମକର୍ତ୍ତାମାନେ ବରଗଡ଼ ଏସ୍‌ପି ମୁକେଶ କୁମାର ଭାମୁଙ୍କୁ ଫେରାଦ ହୋଇ ଅଭିଯୁକ୍ତଙ୍କୁ ଗିରଫ କରି ତୁରନ୍ତ ଜେଲ ପଠାଇବାକୁ ଦାବି କରିଥିଲେ। ଏସ୍‌ପି ସେମାନଙ୍କ ଦାବି ଶୁଣି ବାସ୍ତବରେ ଅଭିଯୁକ୍ତ ଚିକିତ୍ସାଧିନ ଅଛନ୍ତି ନା ନାହଁ, ସେ ସମ୍ପର୍କରେ ଅନୁଧ୍ୟାନ ପାଇଁ ଏକ ମେଡ଼ିକାଲ ବୋର୍ଡ଼ ଗଠନ କରାଯାଇ ସପ୍ତାହକ ମଧ୍ୟରେ ବିହିତ କାର୍ଯାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ଏଥିରେ ସଂଗଠନର କର୍ମକର୍ତ୍ତାମାନେ ସହମତି ପ୍ରକାଶ କରିଥିବାବେଳେ ଆସନ୍ତା ୭ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ ଆନ୍ଦୋଳନକମୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।