ସମ୍ବଲପୁର

ଶ୍ରମିକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ: ଧାନଖଳା ମାଲିକଙ୍କ ସମେତ ୫ ଗିରଫ

ଶ୍ରମିକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ: ଧାନଖଳା ମାଲିକଙ୍କ ସମେତ ୫ ଗିରଫ

ତରଭା, ୧୦।୧୨(ଡି.ଏନ.ଏ.)-ସୁବର୍ଣ୍ଣପୁର ଜିଲା ତରଭା ଥାନା ବୁଦେଲମୁଣ୍ଡା ବିସରମୁହାଣ ନାଳରୁ ବୁଧବାର ପଣ୍ଡକିମାଲ ଗ୍ରାମର ଗଣ୍‌ସ ବିଶି(୫୦) ନାମକ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣାର ପର୍ଦ୍ଦାଫାଶ କରିଛି ତରଭା ଥାନା ପୋଲିସ। ଖଳାରେ ଧାନ ମଡାଉଥିବାବେଳେ ଟ୍ରାକ୍ଟର ଥ୍ରେସର ତଳେ ଚାପିହୋଇ ତାଙ୍କର ମୃତ୍ୟୁ ଘଟିଥିବା ପୋଲିସ ତଦନ୍ତରୁ ଜାଣିପାରିଛି। ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ୫ଜଣଙ୍କୁ ଗିରଫ କରି ଶନିବାର ପୋଲିସ କୋର୍ଟଚାଲାଣ କରିଛି। ସେମାନେ ହେଲେ ଟ୍ରାକ୍ଟର ମାଲିକ ରାଧେଶ୍ୟାମ ସାହୁ, ଡ୍ରାଇଭର ଗଙ୍ଗା ନାଗ, ଧାନଖଳା ମାଲିକ ଦଶରଥ ସାହୁ ଓ ଦୁଇ ଶ୍ରମିକ ସୁଦାମ ଧରୁଆ ଓ ଦୁଃଖୁ ଧରୁଆ। ଏଥି ସହ ଦୁର୍ଘଟଣାରେ ବ୍ୟବହୃତ ଟ୍ରାକ୍ଟର ନଂ ଓଡି ୩୧ ଡି ୪୧୦୫ ଓ ଥ୍ରେସରକୁ ପୋଲିସ ଜବତ କରିଥିବା ଥାନାଧିକାରୀ ସୁରୁବାବୁ ଛତ୍ରିଆଙ୍କ କହିଛନ୍ତି।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୪ତାରିଖ ସୋମବାର ପଣ୍ଡକିମାଲର ଗଣ୍‌ସ ବିଶି ଗାଁର ଦଶରଥ ସାହୁଙ୍କ ଖଳାକୁ ଟ୍ରାକ୍ଟର ସହ ଗାଁର ଅନ୍ୟ ଦୁଇ ଶ୍ରମିକ ସୁଦାମ ଧରୁଆ ଓ ଦୁତ୍ଃଖୁ ଧରୁଆଙ୍କ ସହ ଧାନ ମଡାଇବା ପାଇଁ ଯାଇଥିଲେ। ସେହି ଗାଁର ଟ୍ରାକ୍ଟର ମାଲିକ ରାଧେଶ୍ୟାମ ସାହୁଙ୍କ ଗାଡି ଧାନ ମଡା କାମରେ ନିୟୋଜିତ ହୋଇଥିଲା। ସନ୍ଧ୍ୟା ସମୟରେ କାମ ଚାଲିଥିବା ସମୟରେ ଟ୍ରାକ୍ଟର ଥ୍ରେସର ଓଲଟି ପଟିବାରେ ଗଣସ ଚାପି ହୋଇଯିବାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେମାନେ ଏପରି ଅଭାବନୀୟ ଘଟଣା ପରେ କ’ଣ କରିବେ ଚିନ୍ତା କରିପାରି ନ ଥିଲେ। ପରେ ଘଟଣାକୁ ଚପାଇ ଦେଇ ଭିନ୍ନ ରୂପ ଦେବାକୁ ଉଦ୍ୟମ କରିଥିଲେ। ପୋଲିସକୁ ଖବର ନ ଦେଇ ସେମାନେ ତାଙ୍କ ମୃତଦେହକୁ ପାଳଗଦାରେ ଲୁଚାଇ ରଖିଥିଲେ। ରାତିରେ ମୃତଦେହକୁ ସେଠାରୁ କାଢି ନେଇ ପ୍ରାୟ ୨କିଲୋମିଟର ଦୂରରେ ଥିବା ବିସରମୁହାଣ ନାଳରେ ଫିଙ୍ଗିଦେଇ ଖସି ପଳାଇ ଆସିଥିଲେ। ଘଟଣାଟି ୪ତାରିଖରୁ ଘଟିଥିବା ଏବଂ ମୃତକଙ୍କ ପରିବାରବର୍ଗ ଟ୍ରାକ୍ଟର ମାଲିକଙ୍କୁ ପଚରାଉଚରା କରିବା ସତ୍ତ୍ୱେ ମାଲିକ ରାଧେଶ୍ୟାମ ଗଣ୍‌ସଙ୍କ ସମ୍ପର୍କରେ କିଛି ବି କହି ନ ଥିଲେ। ମୃତକଙ୍କ ପରିବାର ଲୋକେ ବହୁ ଖୋଜାଖୋଜି ପରେ ଉକ୍ତ ନାଳରୁ ଗଣସଙ୍କ ମୃତଦେହ ପଡିଥିବା ଦେଖି ପାଲିସକୁ ଖବର ଦେଇଥିଲେ। ଗତ ୬ତାରିଖ ପ୍ରଥମେ ଟ୍ରାକ୍ଟର ମାଲିକଙ୍କୁ ପୋଲିସ ଡାକି ପଚରାଉଚରା ପରେ ସତ ଓଗାଳିଥିଲେ। ପରେ ଅନ୍ୟମାନଙ୍କ ନାମ ସାମନାକୁ ଆସିଥିଲା।

All Right Reserved By

ସମ୍ବଲପୁର

ସ୍ବଧାର ଗୃହକୁ ଗଲେ ପ୍ରତାରିତା ନାବାଳିକା

ଲୋଇସିଂହା,୧୭।୭(ଡି.ଏନ.ଏ)- ଗୋଟିଏ କମ୍ପାନୀରେ ୬ ମାସ ଏକାଠି କାମ କଲୁ।ଏହି ସମୟରେ ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ସ୍ଥାପନ ହୋଇଥିଲା ା ବିବାହ ପ୍ରତିଶ୍ରୁତି ଦେଇ ମୋତେ ତାଙ୍କ ଗାଁକୁ ଆଣୁଥିଲେ। କିନ୍ତୁ ଲୋଇସିଂହା ରେଲୱେ ଷ୍ଟେଶନରେ ଓହ୍ଲାଇବା ପରେ ମୋବାଇଲ ଲୁଟି ଚାଲି ଯାଇଥିବା ରାୟଗଡା ଜିଲା କୁଟସିଂ ଥାନା ଅନ୍ତର୍ଗତ ଜନୈକା ନାବାଳିକା ଲୋଇସିଂହା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ସୂଚନା ମୁତାବକ, ରାୟଗଡ଼ା ଜିଲା କୁଟସିଂ ଥାନା ଅଧୀନ ଏକ ଗ୍ରାମର ଜନୈକା ନାବାଳିକା ୬ ମାସ ତଳେ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲେ।

ଫସଲବୀମା ପ୍ରଦାନରେ ବିଳମ୍ବ, ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ

ଫସଲବୀମା ପ୍ରଦାନରେ ବିଳମ୍ବ, ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ

ସୋହେଲା,୧୭।୭(ଡି.ଏନ୍‌.ଏ.)- ଫସଲ ବୀମା ରାଶି ପ୍ରଦାନ ଦାବି କରି ଜୟ କିଷାନ ଆନ୍ଦୋଳନର କର୍ମକର୍ତ୍ତା ଏବଂ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ମିଳିତ ଉଦ୍ୟମରେ ସୋହେଲା-ବରଗଡ଼ ୬ନମ୍ବର ଜାତୀୟ ରାଜପଥ ଦଶମାଇଲ ଛକଠାରେ ମଙ୍ଗଳବାର ସକାଳ ପ୍ରାୟ ୮ଟାରେ ରାସ୍ତାରୋକୋ ଆନ୍ଦୋଳନ କରାଯାଇଥିଲା। ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବର୍ଷା ସତ୍ତ୍ୱେ ଶତାଧିକ ଚାଷୀ ରାସ୍ତାରେ ବସି ଧାରଣା ଦେଇଥିଲେ। ଗତବର୍ଷ ମରୁଡି କ୍ଷୟକ୍ଷତି ଆକଳନ ରିପୋର୍ଟ ସରକାର ବୀମା କମ୍ପାନୀକୁ ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଚାଷୀମାନଙ୍କୁ ଫସଲ ବୀମା ରାଶି ଦେବାରେ ବୀମା କମ୍ପାନୀ ଅହେତୁକ ବିଳମ୍ବ କରୁଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ବୁର୍ଡା-ନଅଗାଁ(ଖ) ରାସ୍ତା ଶୋଚନୀୟ

ବୁର୍ଡା-ନଅଗାଁ(ଖ) ରାସ୍ତା ଶୋଚନୀୟ

ଲୋଇସିଂହା,୧୭।୭(ଡି.ଏନ.ଏ)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଧୀନ ବୁର୍ଡାରୁ ନଆଗାଁ(ଖ)କୁ ଯାଇଥିବା ରାସ୍ତା ବିପଦସଙ୍କୁଳ ହୋଇପଡିଛି। ଅଞ୍ଚଳବାସୀଙ୍କ ପାଇଁ ଯାତାୟତ ଅନୁପଯୋଗୀ ହୋଇପଡିଛି। ଏହି ରାସ୍ତାର ଉନ୍ନତୀକରଣ ପାଇଁ ଜିଲା ପ୍ରଶାସନଠାରୁ ରାଜନେତାଙ୍କ ପର୍ଯ୍ୟନ୍ତ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବଲାଙ୍ଗୀର-ବରଗଡ଼ ୨୬ ନଂ ଜାତୀୟ ରାଜପଥ ବୁର୍ଡାଠାରୁ ଆଗଲପୁର ବ୍ଲକ ନଅଗାଁ(ଖ)କୁ ମାତ୍ର ୨ କି.ମି. ରାସ୍ତା। ଗ୍ରାମାଞ୍ଚଳ ଲୋକଙ୍କ ସାମାଜିକ, ଅର୍ଥନୈତିକ ବୃଦ୍ଧି ପାଇଁ ଉନ୍ନତ ରାସ୍ତାର ଅବଶ୍ୟକ ରହିଛି। କିନ୍ତୁ ସ୍ବାଧିନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏହି ରାସ୍ତା ଅବହେଳିତ ହୋଇପଡିଛି।

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ପାଟଣାଗଡ, ୧୭।୭ (ଡି.ଏନ.ଏ.)- ବଲାଙ୍ଗୀର ଜିଲା ପାଟଣାଗଡ ଉପଖଣ୍ଡ ଲରମ୍ଭା ଥାନା ଅଧୀନ ଇନ୍ଦପୁର ଗ୍ରାମରେ ସୋମବାର ରାତିରେ ଏକ ଅଘଟଣ ଘଟିଛି। ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ କିଆଫୁଲ ବରିହାଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ସୋମବାର ରାତିରେ କିଆଫୁଲ ଘରେ ଥିବା ବେଳେ କୋଣସି କାରଣକୁ କେନ୍ଦ୍ର କରି ସ୍ବାମୀ ବାଳକୃଷ୍ଣ ବରିହା ଏକ ଟାଙ୍ଗିଆରେ ସ୍ତ୍ରୀ କିଆଫୁଲଙ୍କୁ ଆକ୍ରମଣ କରିଥିଲେ। ଫଳରେ କିଆଫୁଲଙ୍କ ବେକରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତ ସ୍ରାବ ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ସ୍ମାରକପତ୍ର: ଦାବି ପୂରଣ ନ ହେଲେ ଆନ୍ଦୋଳନ

କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ସ୍ମାରକପତ୍ର: ଦାବି ପୂରଣ ନ ହେଲେ ଆନ୍ଦୋଳନ

ଝାରସୁଗୁଡ଼ା ଅଫିସ୍‌/ଲଖନପୁର,୧୭।୭(ଡି.ଏନ୍‌.ଏ)- ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ନିର୍ଦ୍ଦେଶ କ୍ରମେ ଝାରସୁଗୁଡ଼ା କେନ୍ଦୁପତ୍ର ଡିଭିଜନ ପକ୍ଷରୁ ସମ୍ପାଦକ ଦୀନବନ୍ଧୁ ବେହେରାଙ୍କ ନେତୃତ୍ୱରେ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଡିଏଫ୍‌ଓ ସୁଶାନ୍ତ କୁମାରଙ୍କୁ ପ୍ରଦାନ କରାଯାଇଛି। ଏଥିରେ ଦର୍ଶାଯାଇଛି, କାର୍ଯ୍ୟରତ ଜଗୁଆଳି(ଓାଚରମ୍ୟାନ୍‌)ମାନେ ଦୀର୍ଘବର୍ଷ ହେଲାଣି ଗୋଦାମ ଜଗିବା ସାଙ୍ଗକୁ ପତ୍ରକିଣା ମୂଲ୍ୟାଙ୍କନ କାମ ସୁଚାରୁ ରୂପେ କରିଆସୁଛନ୍ତି। ସେମାନଙ୍କ ମଧ୍ୟରୁ କେତେକ କର୍ମଚାରୀ ସ୍ଥାୟୀ ଭାବେ କାର୍ଯ୍ୟରତ ଥିବା ବେଳେ ଆଉ କେତେଜଣଙ୍କୁ ଦିନମଜୁରିଆଭାବେ ନିୟୋଜିତ କରାଯାଇଛି।

ଆଦିବାସୀ ଶାସନ ପାଇଁ ଆହ୍ବାନ: ୨୨ରେ‘ରାଜୀ ପାଡ୍‌ହା’ପକ୍ଷରୁ ଗଣ ବିକ୍ଷୋଭ

ରାଉରକେଲା ଅଫିସ,୧୬।୭- ପାରମ୍ପରିକ ସାମାଜିକ, ଧାର୍ମିକ ଓ ନ୍ୟାୟିକ ସଙ୍ଗଠନ ରାଜୀ ପାଡ୍‌ହା, ଭାରତର ତତ୍ତ୍ୱାବଧାନରେ ଅଣ ଆଦିବାସୀମାନଙ୍କ ଦ୍ୱାରା ଦଖଲ କରାଯାଇଥିବା ଆଦିବାସୀ ଜମିକୁ ଫେରାଇ ଆଣିବା ଓ ସମ୍ବିଧାନର ପଞ୍ଚମ ଅନୁସୂଚୀର ଧାରା୨୪୪(୧) ଅନୁସାରେ ଆଦିବାସୀ ବହୁଳ ଅଞ୍ଚଳ ସୁନ୍ଦରଗଡ଼ ଜିଲାରେ ଆଦିବାସୀ ଶାସନ ବ୍ୟବସ୍ଥା ପ୍ରଚଳନ ପାଇଁ ଦାବି କରାଯାଇଛି। ଏ ନେଇ ରାଉରକେଲାରେ ଆସନ୍ତା ୨୨ ତାରିଖରେ ବିଶାଳ ଶୋଭାଯାତ୍ରା ବାହାରିବ। ଏଥିସହିତ ଗଣବିକ୍ଷୋଭ ଅନୁଷ୍ଠିତ ହେବ ବୋଲି ଚେତାବନୀ ଦିଆଯାଇଛି।

୯ମ,୧୦ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଆରମ୍ଭ

୯ମ,୧୦ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଆରମ୍ଭ

ଲଖନପୁର,୧୭।୭(ଡି.ଏନ୍‌.ଏ.)- ସରକାରଙ୍କ ପକ୍ଷରୁ ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ(ଏମ୍‌ଡିଏମ୍‌) ଦିଆଯାଉଛି । ଏହି ଯୋଜନାରୁ ନବମ ଓ ଦଶମଶ୍ରେଣୀର ଛାତ୍ରୀଛାତ୍ର ବାଦ ପଡୁଥିଲେ ା ଏବେ ସେହି ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଏଥିରେ ସାମିଲ କରାଯାଇଛି। ଏହି ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଜିଲା ଖଣିଜ ପାଣ୍ଠିରୁ ଦିଆଯିବାପାଇଁ ନିଷ୍ପତ୍ତି ହୋଇଛି।

ବଗାଡ ଗ୍ରାମରେ ଝାଡ଼ାବାନ୍ତି ଆତଙ୍କ

ବଗାଡ ଗ୍ରାମରେ ଝାଡ଼ାବାନ୍ତି ଆତଙ୍କ

ଧର୍ମଗଡ,୧୭।୭(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ ଅଧୀନ ବଗାଡ ଗ୍ରାମରେ ଝାଡ଼ାବାନ୍ତି ଦେଖାଦେଇଛି । ୧୦ ଜଣ ଆକ୍ରାନ୍ତ ହୋଇ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସତ ହେଉଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୧୦ ଜଣଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲିକ୍ଷିତ ହେଉଥିବା ଧର୍ମଗଡ ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ଅଶୋକ ପୁରୋହିତଙ୍କଠାରୁ ପ୍ରକାଶ। ଜଳରେ ବ୍ୟାକ୍ଟେରିଆ ଜନିତ କାରଣରୁ ଏହା ହୋଇଥିବା ଅନୁମାନ କରାଯାଇଛି ।

ଡାକ୍ତର ପଦବି ପୂରଣ ଦାବି, ଆନ୍ଦୋଳନ ଚେତାବନୀ

ଡାକ୍ତର ପଦବି ପୂରଣ ଦାବି, ଆନ୍ଦୋଳନ ଚେତାବନୀ

ଖଡ଼ିଆଳ,୧୭।୭ (ଡି.ଏନ୍‌.ଏ.)- ନୂଆପଡ଼ା ଜିଲା ଖଡ଼ିଆଳସ୍ଥିତ ଉନ୍ନୀତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପାଇଥିଲେ ମଧ୍ୟ ଆବଶ୍ୟକ ସଂଖ୍ୟକ ଡାକ୍ତର ପଦବୀ ଖାଲି ପଡ଼ିଛି। ବିଭିନ୍ନ ବିଭାଗରେ ବିଶେଷଜ୍ଞ ନ ଥିବାରୁ ଜରୁରୀକାଳୀନ ଚିକିତ୍ସା ଓ ଅସ୍ତ୍ରୋପଚାରରେ ସମସ୍ୟା ଦେଖାଦେଇଛି। ରୋଗୀମାନେ ଉପଯୁକ୍ତ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି। ଡାକ୍ତରଙ୍କ ଅଭାବରୁ ବିଭିନ୍ନ ସମସ୍ୟା ଦେଇ ସ୍ବାସ୍ଥ୍ୟକେନ୍ଦ୍ର ଗତି କରୁଛି। ବିଭିନ୍ନ ଅନୁଷ୍ଠାନ, ରାଜନୈତିକ ଦଳ ପକ୍ଷରୁ ଡାକ୍ତର ନିଯୁକ୍ତି ନେଇ ବାରମ୍ବାର ଦାବି ଓ ଅଭିଯୋଗ ହୋଇଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ।

ସଙ୍କୁଳସ୍ତରୀୟ ଦଳଗତ ଖେଳକୁଦ ପ୍ରତିଯୋଗିତା

ସଙ୍କୁଳସ୍ତରୀୟ ଦଳଗତ ଖେଳକୁଦ ପ୍ରତିଯୋଗିତା

ସିନାପାଲି,୧୭।୭(ଡି.ଏନ.ଏ.)- ନୂଆପଡ଼ା ଜିଲା ସିନାପାଲି ବ୍ଲକ ସିଙ୍ଗଝର ସରସ୍ବତୀ ଶିଶୁ ମନ୍ଦିରଠାରେ ସଙ୍କୁଳସ୍ତରୀୟ ଦଳଗତ କବାଡି ଓ ଖୋକୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ତଥା ଜିଲା ପରିଷଦ ସଦସ୍ୟ ଲମ୍ବୋଦର ନିଆଲ, ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ସଦସ୍ୟ ପ୍ରିୟରଞ୍ଜନ ମେହେର, ନୂଆପଡ଼ା ଜିଲା ଯୋଜନା ବୋର୍ଡ ବିଶେଷଜ୍ଞ ସଦସ୍ୟ ରମେଶ ତିୱାରୀ, ସିଙ୍ଗଝର ଉଚ୍ଚ ବିଦ୍ୟାଳୟ ପୂର୍ବତନ ପ୍ରଧାନଶିକ୍ଷକ ଚନ୍ଦ୍ରଭାନୁ କଶ୍ୟପ, ସଙ୍କୁଳ ପ୍ରମୁଖ ଉଦୟନାଥ ପଣ୍ଡା, ଶିଶୁ ମନ୍ଦିର ସଭାପତି ଶତ୍ରୁଘ୍ନ ପ୍ରଧାନ, ସମ୍ପାଦକ କଳିଙ୍ଗ ବୈଠାରୁ, ରମେଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

ଉଦନ୍ତୀ ନଦୀରେ ପ୍ରଥମ ବନ୍ୟା: ଟାପୁରେ ଫସିଲେ ୫୦ରୁ ଊର୍ଦ୍ଧ୍ୱ

ଉଦନ୍ତୀ ନଦୀରେ ପ୍ରଥମ ବନ୍ୟା: ଟାପୁରେ ଫସିଲେ ୫୦ରୁ ଊର୍ଦ୍ଧ୍ୱ

ସିନାପାଲି,୧୭।୭(ଡି.ଏନ.ଏ.)- ଲଗାଣ ବର୍ଷା ଯୋଗୁ ଉଦନ୍ତୀ ନଦୀରେ ବନ୍ୟା ପରସ୍ଥିତି ଦେଖାଦେଇଛି । ବନ୍ୟା ଯୋଗୁ ଜୀବନ ଯାତ୍ରା ବ୍ୟାହତ ହୋଇଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଗାଈଗୋରୁ ପାଣି ସୁଅ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଉଦନ୍ତୀ ନଦୀରେ ହଠାତ୍‌ ବନ୍ୟା ଜଳ ମାଡି ଆସିଥିଲା। ଏହା ପୂର୍ବରୁ ସିନାପାଲି ବ୍ଲକ୍‌ ଚଲନା ଗ୍ରାମଠାରେ ନଦୀ ଗର୍ଭସ୍ଥ ଉଚୁକୁଭଟା ଟାପୁକୁ ଚରିବାକୁ ଯାଇଥିବା ୫୦ରୁ ଊର୍ଦ୍ଧ୍ୱ ଗୋରୁ ଦୀର୍ଘ ସମୟ ଧରି ଫସି ରହିଥିଲେ। ପରେ ଗ୍ରାମବାସୀ ସ୍ଥାନୀୟ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ଗୋରୁଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ଆବଶ୍ୟକ ଉଦ୍ଧାର ସାମଗ୍ରୀ ନ ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ପରିଲକ୍ଷିତ ହୋଇଥିଲା। ପରବର୍ତ୍ତୀ ସମୟରେ ଉଦନ୍ତୀ ନଦୀର ଶାଖା ନାଳ ଦେଇ ବନ୍ୟା ଜଳ କମିବା ପରେ ଗୋରୁଙ୍କୁ ଉଦ୍ଧାର କରାଯାଇଥିଲା

ବଜ୍ରଘାତରେ ଚାଷୀଙ୍କ ମୃତ୍ୟୁ

ବଜ୍ରଘାତରେ ଚାଷୀଙ୍କ ମୃତ୍ୟୁ

ହୀରାକୁଦ,୧୭।୭(ଡି.ଏନ.ଏ)- ବଜ୍ରପାତ ଘଟି ସମ୍ବଲପୁର ମହାନଗର ଅଧୀନ ୧୩ ନମ୍ବର ୱାର୍ଡର ସାପଲହରା ଗ୍ରାମର ରବି ମିର୍ଦ୍ଧା ନାମକ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ରବି ବିଲକୁ ଯାଇଥିବା ବେଳେ ଘଡଘଡି ସହ ବର୍ଷା ହୋଇ ବଜ୍ରପାତ ଘଟିଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ହୀରାକୁଦ ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ହୀରାକୁଦ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Model This Week

ରୂପେଶ