ସମ୍ବଲପୁର

ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଝାରସୁଗୁଡ଼ା ଅଫିସ, ୧୦।୧୨-ଝାରସୁଗୁଡ଼ା ରେଲଓ୍ବେ କଲୋନୀର ଏକ କ୍ୱାର୍ଟର୍ସ ଭିତରୁ ରବିବାର ସକାଳେ ଉମେଶ ଚୌବେ (୩୮) ନାମକ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଝାରସୁଗୁଡ଼ା ଜିଆରପି ପୋଲିସ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତାଙ୍କ ବେଗରେ ତାର ବା ପ୍ଲାଷ୍ଟିକ୍‌ ଦଉଡ଼ିର ଦାଗ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ପ୍ରକାଶ ପାଉଛି। ତାଙ୍କ ପରିବାର ଲୋକେ ମଧ୍ୟ ଯୁବକଙ୍କୁ ହତ୍ୟା କରାଯାଇଛି ବୋଲି ଜିଆରପି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଯୁବକଙ୍କ ଘର ରାଜ୍ୟ ବାହାରେ ହୋଇଥିବାବେଳେ ଗତକିଛି ବର୍ଷ ଧରି ତାଙ୍କ ପରିବାର ଲୋକେ ଝାରସୁଗୁଡ଼ାରେ ରହୁଛନ୍ତି। ସେ ରେଲଓ୍ବେ କଲୋନୀରେ କ୍ୱାର୍ଟର୍ସ ନଂ. ସି-୨୦/୪ରେ ଜଣେ ସମ୍ପର୍କୀୟ ମହିଳାଙ୍କ ସହ ରହୁଥିଲେ। ମହିଳା ଜଣଙ୍କ ପୋଲିସକୁ ଦେଇଥିବା ବୟାନ ଅନୁସାରେ ତାଙ୍କର (ମହିଳାଙ୍କର) ଏକ ଦୋକାନ ରହିଛି। ଶନିବାର ରାତିରେ ଦୋକାନ ବନ୍ଦ କରି ରେଲଓ୍ବେ କ୍ୱାର୍ଟର୍ସକୁ ଆସି ଦେଖିଲେ ଭିତରୁ କବାଟ ବନ୍ଦ ଅଛି। ସେ ଡ଼ାକିଥିଲେ ମଧ୍ୟ ଉମେଶ କବାଟ ଖୋଲି ନ ଥିଲେ। ତେଣୁ ମହିଳା ଜଣଙ୍କ ଦୋକାନକୁ ଚାଲିଯାଇ ଦୋକାନରେ ଶୋଇପଡ଼ିଥିଲେ। ରବିବାର ସକାଳେ ମହିଳା ଜଣଙ୍କ ଆସି ପୁଣି ଡ଼ାକିବାରୁ କବାଟ ଖୋଲି ନ ଥିଲେ। ସେ ପୋଲିସକୁ ଖବର ଦେଇଥିଲେ। ଜିଆରପି ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ।

All Right Reserved By

Model This Week

ନିକିତା

ସମ୍ବଲପୁର

ମୁଣ୍ଡଫଟା ଖରାରେ ନବୋଦୟ ପ୍ରବେଶିକା ପରୀକ୍ଷା

ମୁଣ୍ଡଫଟା ଖରାରେ ନବୋଦୟ ପ୍ରବେଶିକା ପରୀକ୍ଷା

ରେଢ଼ାଖୋଲ,୨୨।୪(ଡି.ଏନ.ଏ.)ଜବାହର ନବୋଦୟ ବିଦ୍ୟାଳୟ ପକ୍ଷରୁ ଷଷ୍ଠ ଶ୍ରେଣୀରେ ନାମ ଲେଖା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଛି। ରେଢ଼ାଖୋଲ ଉପଖଣ୍ଡରେ ପ୍ରାୟ ୮ଶହ ଛାତ୍ରୀଛାତ୍ର ପ୍ରବେଶିକା ପରୀକ୍ଷା ଦେଇଛନ୍ତି। ହେଲେ ରେଢ଼ାଖୋଲରେ ଏବେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁ ଥିବା ବେଳେ ନବୋଦୟ ବିଦ୍ୟାଳୟ ଉଚ୍ଚ କର୍ତ୍ତୃପକ୍ଷ ପ୍ରବେଶିକା ପରୀକ୍ଷା ସମୟ ଦିନ ସାଢେ ୧୧ ଟାରୁ ଦେଢଟା ପର୍ଯ୍ୟନ୍ତ ନିର୍ଦ୍ଧାରିତ କରିଥିଲେ। ଏହାକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ଡ୍ରପ୍‌ଆଉଟ ବଦଳରେ ନାମ ଲେଖାଉଛନ୍ତି ନିୟମିତ ଛାତ୍ରୀ

ରାଉରକେଲା ଅଫିସ,୨୨।୪- ପାନପୋଷ ଉପଖଣ୍ଡ ଅନ୍ତର୍ଗତ ବିଶ୍ରା, ଲାଠିକଟା କୁଆଁରମୁଣ୍ଡା ଓ ନୂଆଗାଁ ବ୍ଲକରେ ରହିଛି ୪ଟି କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ (କେଜିବିଭି)। ପ୍ରତ୍ୟେକ ବିଦ୍ୟାଳୟରେ ୧୦୦ଛାତ୍ରୀ ରହି ପାଠ ପଢ଼ିବାର ବ୍ୟବସ୍ଥା ରହିଛି। ତେବେ ଏନେଇ ରହିଥିବା ସରକାରୀ ନିର୍ଦ୍ଦେଶାବଳୀକୁ ପାଳନ କରାଯାଉ ନାହିଁ। ଅଧାରୁ ପାଠ ଛାଡ଼ିଥିବା (ଡ୍ରପ୍‌ଆଉଟ) କିମ୍ବା କୌଣସି କାରଣରୁ ଶିକ୍ଷାରୁ ବଞ୍ଚିତ ୫ମରୁ ୮ମ ଛାତ୍ରୀ ଏହି ବିଦ୍ୟାଳୟରେ ନାମ ଲେଖାଇବା ନେଇ ସମସ୍ତ ସୁବିଧା ରହିଛି।

ଆନ୍ତଃ ବିଦ୍ୟାଳୟ ସଫ୍ଟ ବଲ୍‌ ଚାମ୍ପିୟନଶିପ

ରାଉରକେଲା ଅଫିସ,୨୨।୪- ରାଉରକେଲା ସଫ୍ଟ ବଲ ଆସୋସିଏଶନ ପକ୍ଷରୁ ୨ଦିନିଆ ଆନ୍ତଃ ସ୍କୁଲ ପ୍ରତିଯୋଗିତା ଦିଲ୍ଲୀ ପବ୍ଲିକ ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉଦିତନଗର ସ୍କୁଲ, ଦିଲ୍ଲୀ ପବ୍ଲିକ ସ୍କୁଲ, ବାଜି ରାଉତ ସ୍କୁଲ, ଇସ୍ପାତ ଇଂଲିଶ ମିଡିୟମ ସ୍କୁଲ ଓ ଏନ୍‌ଆଇଟି ଭଳି ୫ଟି ଶିକ୍ଷାନୁଷ୍ଠାନ ଭାଗ ନେଇଥିଲେ। ବାଳକ ବିଭାଗରେ ଏନ୍‌ଆଇଟି ଓ ବାଳିକା ବିଭାଗରେ ଉଦିତନଗର ବିଜୟୀ ହୋଇଛନ୍ତି। ଦିଲ୍ଲୀ ପବ୍ଲିକ୍‌ ସ୍କୁଲର ବାଳକ ଓ ବାଳିକା ଟିମ୍‌ ରନର୍ସଅପ୍‌ ହୋଇଛନ୍ତି।

ବଦଳି ନିର୍ଦ୍ଦେଶକୁ ଶିକ୍ଷକଙ୍କ ବେଖାତିର

ରାଉରକେଲା ଅଫିସ,୨୨।୪- ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ଶିକ୍ଷକଙ୍କ ବଦଳି ଝିରପାଣି ହାଇସ୍କୁଲକୁ ହୋଇଥିବାବେଳେ ସେ ନୂତନ ସ୍ଥାନରେ ଯୋଗଦେଉ ନାହାନ୍ତି। ବିଭିନ୍ନ ବାହାନା ଦେଖାଇ ଛୁଟିରେ ରହିଛନ୍ତି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ହୋଇପାରୁନି ପଲିଥିନମୁକ୍ତ ସ୍ମାର୍ଟ ସିଟି

ହୋଇପାରୁନି ପଲିଥିନମୁକ୍ତ ସ୍ମାର୍ଟ ସିଟି

ରାଉରକେଲା ଅଫିସ,୨୨।୪- ରାଉରକେଲା ସ୍ମାର୍ଟ ସିଟି ପ୍ରଶାସନ ଏବେ ରାଉରକେଲା ସହରକୁ ବାହ୍ୟ ମଳତ୍ୟାଗମୁକ୍ତ ସହରରେ ପରିଣତ କରିବା ପାଇଁ ଜୋରସୋରରେ ଲାଗିପଡ଼ିଛି। ଏ ନେଇ ପ୍ରାଥମିକ ଅବସ୍ଥାରେ ୱାର୍ଡ ନଂ. ୧୫ରେ ଥିବା ତେଲୁଗୁପଡ଼ା ବସ୍ତିକୁ ବାହ୍ୟ ମଳତ୍ୟାଗମୁକ୍ତ ବସ୍ତି ଭାବେ ଘୋଷଣା କରାଯାଇଛି। ଅନ୍ୟ ୨୭ଟି ଅଞ୍ଚଳକୁ ବାହ୍ୟ ମଳତ୍ୟାଗମୁକ୍ତ ବସ୍ତିରେ ପରିଣତ କରିବା ପାଇଁ ପ୍ରଶାସନ ଲାଗିପଡ଼ିଛି। ହେଲେ ସ୍ମାର୍ଟ ସିଟି ରାଉରକେଲା ଆଜିପର୍ଯ୍ୟନ୍ତ ପଲିଥିନମୁକ୍ତ ହୋଇପାରି ନାହିଁ। ପ୍ଲାଷ୍ଟିକ ୱେଷ୍ଟ ମ୍ୟାନେଜମେଣ୍ଟ ଆଣ୍ଡ ହ୍ୟାଣ୍ଡଲିଂ ରୁଲ୍‌ସ-୨୦୧୬ ଅନୁଯାୟୀ ୫୦ ମାଇକ୍ରନରୁ କମ୍‌ ପଲିଥିନ ବ୍ୟବହାର ଯୋଗ୍ୟ ନୁହେଁ। କାରଣ ଏହାକୁ ରିସାଇକେଲ କରିହେବ ନାହିଁ।

ପୋଲିସକୁ ଭୂଅଁ। ବୁଲାଇବା ମହଙ୍ଗା ପଡିଲା

ପୋଲିସକୁ ଭୂଅଁ। ବୁଲାଇବା ମହଙ୍ଗା ପଡିଲା

ବଲାଙ୍ଗୀର ଅଫିସ, ୨୧।୪ଏକ ପିଭିସି ପାଇପ୍‌ ଫ୍ୟାକ୍ଟ୍ରି କରିବା ଉଦ୍ଦେଶ୍ୟରେ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟାଙ୍କ ଓ ଘରୋଇ ଋଣ ଆଣି ପରବର୍ତ୍ତୀ ସମୟରେ ଋଣ ଟଙ୍କା ଓ ବୀମା ଟଙ୍କା ହଡପ୍‌ କରିବା ପାଇଁ ନିଜ ଫ୍ୟାକି୍ଟ୍ରରେ ନିଅଁ। ଲଗାଇଦେବା ଭଳି ସାଂଘାତିକ ଯୋଜନା ପ୍ରସ୍ତୁତ କରିବା ଏବଂ ଏକ ବେନାମୀ ସିମ୍‌ କିଣି ସେଥିରୁ ନିଜ ମୋବାଇଲକୁ ଧମକଭରା ମେସେଜ୍‌ କରି ପୋଲିସକୁ ଗୁମ୍‌ରାହ କରିବା ଭଳି ଷଡଯନ୍ତ୍ର କରିଥିବା ମାଷ୍ଟରମାଇଣ୍ଡ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି ା ଏହି ଅଭିଯୁକ୍ତ ଜଣଙ୍କ ହେଲେ କଣ୍ଟାବାଞ୍ଜି ରାଇଟ୍‌ ଟୁ ଫାଇଟ୍‌ ସଂଗଠନର ସଭାପତି ବେଦପ୍ରକାଶ ଶର୍ମା ଓରଫ୍‌ ବିଟ୍ଟୁ । ନିଜ ପିଭିସି ଫ୍ୟାକ୍ଟ୍ରିରେ ନିଅଁା ଲଗାଇ ଦେଇ ବୀମା ଟଙ୍କା ହଡପ୍‌ କରିବା ଯୋଜନା କରି ଅଭିଯୁକ୍ତ ଜଣଙ୍କ ବେନାମୀ ସିମ୍‌ରୁ ନିଜ ମୋବାଇଲକୁ ଏବଂ ଦୁଇଜଣ ସାଙ୍ଗଙ୍କ ମୋବାଇଲକୁ ଅଶ୍ଳୀଳ ଓ ଧମକଭରା ମେସେଜ୍‌ ପଠାଇ ପୋଲିସକୁ ଗୁମରାହ କରିବାକୁ ଚେଷ୍ଟା କରିଥିଲେ । ତେବେ ପୋଲିସର ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନ ଯୋଗୁ ଅଭିଯୁକ୍ତ ଜଣଙ୍କ ପୋଲିସ ହାତରେ ଧରାପଡିବା ସହ ତାଙ୍କର ସାଂଘାତିକ ଯୋଜନା ପଣ୍ଡ ହୋଇଯାଇଛି । ଶନିବାର ଏକ ଖବରଦାତା ସମ୍ମିଳନୀରେ ଏ ନେଇ କଣ୍ଟାବାଞ୍ଜି ଏସଡିପିଓ ପ୍ରଫୁଲ୍ଲ କୁମାର ମିଶ୍ର ସୂଚନା ଦେଇଛନ୍ତି।

ଆଜାଦ ହିନ୍ଦ୍‌ ଟ୍ରେନ୍‌ରୁ ଡିନାମାଇଟ୍‌ ଉଦ୍ଧାର ଘଟଣା: ତଦନ୍ତ ପାଇଁ ମହାରାଷ୍ଟ୍ର ଯିବ ପୋଲିସ ଟିମ୍‌

ଆଜାଦ ହିନ୍ଦ୍‌ ଟ୍ରେନ୍‌ରୁ ଡିନାମାଇଟ୍‌ ଉଦ୍ଧାର ଘଟଣା: ତଦନ୍ତ ପାଇଁ ମହାରାଷ୍ଟ୍ର ଯିବ ପୋଲିସ ଟିମ୍‌

ଝାରସୁଗୁଡା ଅଫିସ,୨୨। ୪- କୋଲକାତା-ପୁନେ ଆଜାଦ୍‌ହିନ୍ଦ ଏକ୍ସପ୍ରେସ୍‌ର ପାସେଞ୍ଜର ବଗିରୁ ଡିନାମାଇଟ୍‌ ଭର୍ତ୍ତି ବ୍ୟାଗ୍‌ ବାହାରିବା ଘଟଣାକୁ ଜିଆରପି ପୋଲିସ ଗୁରୁତର ସହ ନେଇଛି। ଡିନାମାଇଟ୍‌ ବ୍ୟାଗ୍‌ ସହ ପୋଲିସ ହାତରେ ଆଧାରକାର୍ଡ ଏବଂ ଆହୁରି କିଛି ସୁରାକ ଲାଗିଛି। ତେବେ ଏହି ଘଟଣାର ତଦନ୍ତ ଲାଗି ଜିଆରପି ପୋଲିସର ଏକ ଟିମ୍‌ ମହାରାଷ୍ଟ୍ର ଯିବାକୁ ପ୍ରସ୍ତୁତ ହେଉଛି। ଦିନେ କିମ୍ବା ଦୁଇଦିନ ଭିତରେ ଏହି ଟିମ୍‌ ମହାରାଷ୍ଟ୍ର ଯାଇ ସନ୍ଦିଗ୍ଧ ଆଧାରକାର୍ଡ ବ୍ୟକ୍ତିଙ୍କୁ ଖୋଜିବ। ଜଣେ ସବଇନସ୍ପେକ୍ଟର ପାହ୍ୟାର ଅଧିକାରୀ ସମେତ ମୋଟ ୩ ଜଣ ପୋଲିସ ମହାରାଷ୍ଟ୍ର ଯାଇ ଘଟଣାର ଛାନଭିନ୍‌ କରିବେ ବୋଲି ଝାରସୁଗୁଡା ଜିଆରପି ଡିଭିଜନର ଡିଏସ୍‌ପି କ୍ଷୀରସାଗର ନାଏକ ସୂଚନା ଦେଇଛନ୍ତି। ଘଟଣାର ଗୁରୁତ୍ୱକୁ ଆଖିଆଗରେ ରଖି ତଦନ୍ତ କରାଯିବା ସହ ବିଭିନ୍ନ ଦିଗରୁ ତଦନ୍ତ କରାଯାଇ ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି।

କୋଇଲା ପରିବହନ ବନ୍ଦ କଲେ ଗ୍ରାମବାସୀ

କୋଇଲା ପରିବହନ ବନ୍ଦ କଲେ ଗ୍ରାମବାସୀ

ଲଖନପୁର,୨୨।୪(ଡି.ଏନ୍‌.ଏ.)- ମହାନଦୀ କୋଲ୍‌ ଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ଲଖନପୁର ଖୋଲାମୁହଁ କୋଇଲା ଖଣିର ଦ୍ରୁତ ସମ୍ପ୍ରସାରଣ ଚାଲିଛି। ଏଥିରେ ଖଣି ପାର୍ଶ୍ୱ ଗ୍ରାମ କର୍ଲାଯୋରୀ ଓ ଖଲିଆପାଲି ଗୁରୁତର ଭାବେ ପ୍ରଭାବିତ ହେବାରେ ଲାଗିଛି। ଖଣିରୁ ନିର୍ଗତ କୋଇଲା ଗୁଣ୍ଡରେ ଗ୍ରାମ ପୋତି ହୋଇପଡୁଛି। ଏହାସହ କୋଇଲା ଉତ୍ତୋଳନ ବେଳେ ବ୍ୟବହୃତ ଉଚ୍ଚ କ୍ଷମତାସମ୍ପନ୍ନ ବିସ୍ଫୋରଣରେ ଘରଦ୍ୱାର ଭାଙ୍ଗିରୁଜି ଯାଉଛି। ରୋଡ୍‌ ସେଲ୍‌ କୋଇଲା ପରିବହନ ପାଇଁ ଗ୍ରାମ ନିକଟରେ ଏକ ରାସ୍ତା ଯାଇଛି।

ତାମିଲନାଡୁରେ ବୃଦ୍ଧା ଦାଦନ ଶ୍ରମିକ ନିଖୋଜ ସହାୟତା ପାଇଁ ସ୍ବାମୀଙ୍କ ଆକୁଳ ନିବେଦନ

ତାମିଲନାଡୁରେ ବୃଦ୍ଧା ଦାଦନ ଶ୍ରମିକ ନିଖୋଜ ସହାୟତା ପାଇଁ ସ୍ବାମୀଙ୍କ ଆକୁଳ ନିବେଦନ

ବଲାଙ୍ଗୀର ଅଫିସ, ୨୨। ୪ ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ୍‌ ରୋତ୍‌ ନିକଟସ୍ଥ ନୂଆପାଲି ଗ୍ରାମର ବୃଦ୍ଧା ଦାଦନ ଶ୍ରମିକ ଶୈଳ ସାହୁ (୬୦) ତାମିଲନାଡୁର ପେରୁନ୍ଦୁରାଇଠାରେ ନିଖୋଜ ହୋଇଯାଇଥିବା ଜଣାପଡିଛି । ଦାଦନ ଖଟିବାକୁ ଯାଇଥିବା ଶୈଳଙ୍କ ବୃଦ୍ଧ ସ୍ବାମୀ ଅନିରୁଦ୍ଧ ସାହୁ ଶୁକ୍ରବାର ବଲାଙ୍ଗୀର ଆସି ନିଖୋଜ ବୃଦ୍ଧା ପତ୍ନୀକୁ ଖୋଜିବାକୁ ଆକୁଳ ନିବେଦନ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।

ରାଜ୍ୟ ପୋଲିସ ଭଲିବଲ: ମୟୂରଭଞ୍ଜ, ସମ୍ବଲପୁର, କୋରାପୁଟ ବିଜୟୀ

ରାଜ୍ୟ ପୋଲିସ ଭଲିବଲ: ମୟୂରଭଞ୍ଜ, ସମ୍ବଲପୁର, କୋରାପୁଟ ବିଜୟୀ

ସମ୍ବଲପୁର, ୨୧।୪ (ବ୍ୟୁରୋ)- ୭୫ତମ ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌-୨୦୧୮ ଶନିବାର ଦ୍ୱିତୀୟ ଦିବସ ମ୍ୟାଚ ସମ୍ବଲପୁର ରିଜର୍ଭ ପୋଲିସ ପଡିଆସ୍ଥିତ ୩ଟି ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏଥିରେ ମୟୂରଭଞ୍ଜ, ପ୍ରଥମ ଏସଏସବିଏମ୍‌ ସମ୍ବଲପୁର, ଓଏସଏପି ପଞ୍ଚମ ବାଟାଲିୟନ୍‌ ବିପିଡି, ଅନୁଗୋଳ, ୱାଇଏସ୍‌ଏଫ୍‌ ଭୁବନେଶ୍ୱର, ପ୍ରଥମ ଆଇଆରବିଏନ୍‌ କୋରାପୁଟ ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି।

ଜୟନାରାୟଣ ଅସୁସ୍ଥ, ଚିକିତ୍ସା ପାଇଁ ବୁର୍ଲା ନିଅାଗଲା

ଜୟନାରାୟଣ ଅସୁସ୍ଥ, ଚିକିତ୍ସା ପାଇଁ ବୁର୍ଲା ନିଅାଗଲା

ସୋହେଲା,୨୧୪ (ଡି.ଏନ.ଏ.) ବନାବିରା ଗୁଳିକାଣ୍ଡ ଓ ଡିଲେଶ୍ୱର ସାହୁ ହତ୍ୟା ମାମଲାରେ ଗିରଫ ହୋଇ ବରଗଡ଼ ଜିଲା ସୋହେଲା ଉପକାରାଗାରରେ ଥିବା ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ଅସୁସ୍ଥ ହୋଇପଡିଛନ୍ତି ଫଳରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ସନ୍ଧ୍ୟାରେ ତାଙ୍କୁ କଡା ସୁରକ୍ଷା ମଧ୍ୟରେ ବୁର୍ଲା ଡାକ୍ତରଖାନାକୁ ନିଅାଯାଇଛି ଗତ ଦୁଇଦିନ ତଳେ ଜୟନାରାୟଣ ଅସୁସ୍ଥ ହୋଇ ପଡିଥତ୍ଲେ ଜେଲ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଉଚ୍ଚତର ଚିକିତ୍ସାର ଅାବଶ୍ୟକତା ରହିଥିବା ଜଣାଇବା ପରେ ଜେଲ କର୍ତ୍ତୃପକ୍ଷ ସ୍ଥାନୀୟ କୋର୍ଟରେ ଦରଖାସ୍ତ ଦେବା ପରେ ମାଜିଷ୍ଟ୍ରେଟ ଅାବେଦନକୁ ମଞ୍ଜୁର କରିଥତ୍ଲେ

ସମସ୍ୟା ଘେରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ

ଖଡ଼ିଆଳ,୨୧।୪(ଡି.ଏନ୍‌.ଏ.)- ସିବିଏସଇ ଢାଞ୍ଚାରେ ଶିକ୍ଷାଦାନ ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିଛନ୍ତି। ହେଲେ ଖଡ଼ିଆଳ ବ୍ଲକରେ ଏହି ବିଦ୍ୟାଳୟ ସ୍ଥାପନକୁ ୩ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ହେଁ ସମସ୍ୟାଗୁଡ଼ିକର ସମାଧାନ ହୋଇପାରି ନାହିଁ।