ଅପରାଧ |

ଜେଜେମା’, ନାତୁଣୀଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

ଜେଜେମା’, ନାତୁଣୀଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ
ହିଞ୍ଜିଳିକାଟୁ, ୧୦।୧୨(ଡି.ଏନ.ଏ.): ହିଞ୍ଜିଳି ଥାନା ବାଦିଆମୁ ଗାଁରେ ରବିବାର ସକାଳେ ଜଣେ ବ୍ୟକ୍ତି ପଡୋଶୀ ଘରର ଦୁଇଜଣଙ୍କୁ କାତରେ ଆକ୍ରମଣ କରି ହତ୍ୟା କରଛନ୍ତି। ସେମାନେ ସମ୍ପର୍କରେ ଜେଜେ ମା’ ଓ ନାତୁଣୀ ହୋଇଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ କମା ସେଠୀ(୬୫) ଓ ନାବାଳିକା ନାତୁଣୀ ଶ୍ରୀୟା ସେଠୀ(୫) ପ୍ରଥମେ ହିଞ୍ଜିଳିକାଟୁ ଏବଂ ପରେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ପୋଲିସ ଅଭିଯୁକ୍ତ ରଞ୍ଜନଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ଏହା ସହ ଆକ୍ରମଣରେ ବ୍ୟବହୃତ କାତକୁ ଜବତ କରାଯାଇଛି। ଆକ୍ରମଣର କାରଣ ସ୍ପଷ୍ଟ ହୋଇନାହିଁ।
All Right Reserved By

ଅପରାଧ |

ଫେକ୍‌ ଆଇଡିରେ ଅଶ୍ଳୀଳ ଭିଡିଓ ସେୟାର କରି ଯୁବକ ଗିରଫ

ଫେକ୍‌ ଆଇଡିରେ ଅଶ୍ଳୀଳ ଭିଡିଓ ସେୟାର କରି ଯୁବକ ଗିରଫ

କଟକ ଅଫିସ,୧୮।୧୦- ହାଟ୍ସଆପରେ ଫେକ ଆଇଡି ବନାଇ ଅଶ୍ଲୀଳ ଭିଡିଓ ସେୟାର କରିଥିବାରୁ ଗୁରୁବାର ଓଡ଼ିଶା କ୍ରାଇମବାଞ୍ଚ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଜଟଣୀ ଅଞ୍ଚଳର ପଓ୍ବନ ଅଗ୍ରଓ୍ବାଲ । 

ପିକଅପ ଭ୍ୟାନରୁ ୧୦ ଗୋରୁ ଉଦ୍ଧାର,ଗୋଶାଳା ପଠାଇଲା ପୋଲିସ

ପିକଅପ ଭ୍ୟାନରୁ ୧୦ ଗୋରୁ ଉଦ୍ଧାର,ଗୋଶାଳା ପଠାଇଲା ପୋଲିସ

କଣ୍ଟାପଡା,୧୮।୧୦(ଡି.ଏନ୍‌.ଏ.)- ଦୟନୀୟ ଅବସ୍ଥାରେ ଏକ ପିକଅପ ଭ୍ୟାନରେ ନିଆଯାଉଥିବା ୧୦ଟି ଗୋରୁଙ୍କୁ ଓଲଟପୁର ପୋଲିସ ଉଦ୍ଧାର କରି ଗୋଶାଳାକୁ ପଠାଇଥିବା ଜଣାପଡିଛି। ଗୋଚାଲାଣରେ ବ୍ୟବହୃତ ଓଆର ୦୨ ଏଏନ୍‌ ୨୬୯୭ ପିକଅପ ଭ୍ୟାନକୁ ପୋଲିସ ଜବତ କରିଥିବାବେଳେ ଏହାର ଡ୍ରାଇଭର ଓ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି। 

କୋଣାର୍କରେ  ଯୁବତୀଙ୍କୁ ଗଣବଳାତ୍କାର ଘଟଣା:  ପୀଡ଼ିତାଙ୍କୁ ଭେଟିଲେ ଭାଜପା, କଂଗ୍ରେସ ମହିଳା ଦଳ

କୋଣାର୍କରେ ଯୁବତୀଙ୍କୁ ଗଣବଳାତ୍କାର ଘଟଣା: ପୀଡ଼ିତାଙ୍କୁ ଭେଟିଲେ ଭାଜପା, କଂଗ୍ରେସ ମହିଳା ଦଳ

ପୁରୀ ଅଫିସ,୧୮ା୧୦: କୋଣାର୍କରେ ଘଟିଥିବା ଗତ ବୁଧବାର ଲଜ୍ଜା ଘଟଣାରେ ବନ୍ଦ କୋଠରିରୁ ଉଦ୍ଧାର ହୋଇଥିବା ଯୁବତୀଙ୍କୁ ଗୁରୁବାର ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ରାଜ୍ୟ ମହିଳା କଂଗ୍ରେସ ଓ ଭାଜପା ମହିଳା ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ପୀଡ଼ିତାଙ୍କ ସହ ମିଶି ଆଲୋଚନା କରିଥିଲେ। ଭାଜପା ମହିଳା ମୋର୍ଚ୍ଚା ସଭାପତି ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଆସିଥିବା ୫ଜଣିଆ ପ୍ରତିନିଧି ଦଳ ପୀଡ଼ିତାଙ୍କୁ ମିଶି ଘଟଣା ସମ୍ପର୍କରେ ବୁଝିଥିଲେ।

ଜୟପୁର ରଥ ପଡ଼ିଆ ଛକ ଗୁଳିକାଣ୍ଡ ମାମଲା:  ଆଉ ୩ ଗିରଫ

ଜୟପୁର ରଥ ପଡ଼ିଆ ଛକ ଗୁଳିକାଣ୍ଡ ମାମଲା: ଆଉ ୩ ଗିରଫ

ଜୟପୁର, ୧୮।୧୦ (ଡ଼ି.ଏନ.ଏ)-  ଜୟପୁର ରଥ ପଡ଼ିିଆ ଛକ ଗୁଳିକାଣ୍ଡ ମାମଲାରେ ୩ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ଗୋଡ଼ିଆ ଧୋବା ସାହିର ସନ୍ତୋଷ ନାୟକ ଓରଫ ମୁନା, ସୁରି ନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ । ୩ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ପୋଲିସ ଗିରଫ କରିଛି । ଏହି ମାମଲାରେ ପୂର୍ବରୁ ୩ ଜଣ ଗିରଫ ହୋଇଥିଲେ । କିନ୍ତୁ ମୁଖ୍ୟ ଅଭିଯୁକ୍ତ ବିକାଶ ପାତ୍ର ବର୍ତ୍ତମାନ ସୁଧା ଫେରାର ଅଛନ୍ତି।

ମନ୍ଦିର ପରିସରରୁ ୭ ଜୁଆଡ଼ି ଗିରଫ

ମନ୍ଦିର ପରିସରରୁ ୭ ଜୁଆଡ଼ି ଗିରଫ

ମାଥିଲି, ୧୮।୧୦ (ଡି.ଏନ.ଏ.)- ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ମାଉଁଲି ମା’ ମନ୍ଦିର ପରିସରରେ ବୁଧବାର ବିଳମ୍ବିତ ରାତିରେ ପୋଲିସ ଚଢାଉ କରି ୭ ଜୁଆଡିଙ୍କୁ ଗିରଫ କରିଛି । 

୭୫୦ ବୋତଲ ମଦ ସହ କାର ଜବତ, ୨ ଗିରଫ

୭୫୦ ବୋତଲ ମଦ ସହ କାର ଜବତ, ୨ ଗିରଫ

ବାଲିଅନ୍ତା,୧୭।୧୦(ଡି.ଏନ୍‌.ଏ.): ବାଲିଅନ୍ତା ଥାନା ଅଧୀନ ପାହାଳ ଫାଣ୍ଡି ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ନଖରାଗଡ଼ ନିକଟରୁ ୭୫୦ ବୋତଲ(୩୦ ପେଟି) ଆସ୍କା ଫର୍ଟି ମଦ ସହ ଏକ କାର ଜବତ କରିଛି। 

ଗାଡ଼ି ସହ ୬୦ ବସ୍ତା କୋଇଲା ଜବତ, ୩ ଗିରଫ

ଗାଡ଼ି ସହ ୬୦ ବସ୍ତା କୋଇଲା ଜବତ, ୩ ଗିରଫ

ତିହିଡ଼ି,୧୭।୧୦(ଡି.ଏନ୍‌.ଏ.): ଭଦ୍ରକ-ଚାନ୍ଦବାଲି ରାସ୍ତାର କାନପୁର ନିବଟରୁ ବୁଧବାର ସକାଳେ ତିହିଡ଼ି ପୋଲିସ ଏକ ଡେଲିଭରି ଭ୍ୟାନ୍‌ରୁ ୬୦ ବସ୍ତା କୋଇଲା ଜବତ କରିଛି। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ୩ଜଣଙ୍କୁ ଗିରଫ କରିଛି। 

#ମିଟୂ: ଚିତ୍ରଶିଳ୍ପୀ ଯତୀନ୍‌ ଦାସଙ୍କ ନାଁରେ ଅଭିଯୋଗ

#ମିଟୂ: ଚିତ୍ରଶିଳ୍ପୀ ଯତୀନ୍‌ ଦାସଙ୍କ ନାଁରେ ଅଭିଯୋଗ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ)- ସାରା ଦେଶରେ ଏବେ #ମିଟୂ ଅଭିଯାନ ଚହଳ ସୃଷ୍ଟି କରିଥିବାବେଳେ ଜଣକ ପରେ ଜଣେ ବିଶିଷ୍ଟ ଲୋକ ଅଭିଯୁକ୍ତଙ୍କ ତାଲିକାରେ ଯୋଡ଼ି ହୋଇଯାଉଛନ୍ତି। ନାନା ପାଟେକର, ଏମ୍‌.ଜେ. ଆକବର, ଚେତନ ଭଗତ, ବିନୋଦ ଦୁଆଙ୍କ ଭଳି ବହୁଚର୍ଚ୍ଚିତ ଚେହେରାଙ୍କ ପରେ ଏବେ ଓଡ଼ିଶା ଜନ୍ମିତ ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମଭୂଷଣ ଯତୀନ ଦାସଙ୍କ ନାଁରେ ଯୌନ ନିର୍ଯାତନା ଭଳି ସଙ୍ଗିନ ଅଭିଯୋଗ ଆସିଛି।

ମହିଳାଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳାଙ୍କ ପରିବାର

ମହିଳାଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳାଙ୍କ ପରିବାର

ନୟାଗଡ଼ ଅଫିସ,୧୭।୧୦-ନୟାଗଡ଼ ଜିଲା ସଦର ଥାନା ଖୁଣ୍ଟୁବନ୍ଧ ପଞ୍ଚାୟତ ଅଶ୍ୱତ୍ଥପଡ଼ା ଗ୍ରାମରେ  ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ଗ୍ରାମବାସୀ କଟୁରିରେ ଆକ୍ରମଣ କରିବାରୁ ସେ  ଗୁରୁତର ହୋଇଛନ୍ତି। ମହିଳା ଜଣଙ୍କ ହେଲେ ଅଶ୍ୱତ୍ଥପଡ଼ା  ଗ୍ରାମର  ପାଣୁଚରଣ ପ୍ରଧାନଙ୍କ ସ୍ତ୍ରୀ  ଗୌରୀ ପ୍ରଧାନ(୪୮)। 

ପୂର୍ବତନ ଡିଜିପିଙ୍କ ଝିଆରୀଙ୍କୁ ଅସଦାଚରଣ

ପୂର୍ବତନ ଡିଜିପିଙ୍କ ଝିଆରୀଙ୍କୁ ଅସଦାଚରଣ

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ)- ଆଇନକ୍ସ ଫିଲ୍ମ ହଲରେ ମଙ୍ଗଳବାର ରାତିରେ ଜଣେ ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ଓ ଦୁଇ ସହଯୋଗୀ ଅସଦାଚରଣ କରିଥିବା ଶହୀଦନଗର ଥାନାରେ ଅଭିଯୋଗ ହୋଇଛି।

କମିଶନରଙ୍କ ଅଫିସରେ ୨ ପୋଲିସ ଅଫିସରଙ୍କ ମଧ୍ୟରେ ମାରପିଟ

କମିଶନରଙ୍କ ଅଫିସରେ ୨ ପୋଲିସ ଅଫିସରଙ୍କ ମଧ୍ୟରେ ମାରପିଟ

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ)- ଧାର ଟଙ୍କାକୁ କେନ୍ଦ୍ରକରି ୨ ଜଣ ଓଏସ୍‌ଏପି ଅଫିସର ମାରପିଟ୍‌ ହୋଇଛନ୍ତି। ମଙ୍ଗଳବାର ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଜଣେ ଅଧିକାରୀଙ୍କ ମାଡ଼ରେ ସୂର୍ଯ୍ୟମଣି ପଣ୍ଡା ନାମକ ଅନ୍ୟ ଜଣେ ଅଧିକାରୀ ଆହତ ହୋଇଛନ୍ତି। ଏହି ଘଟଣା ପୋଲିସ ମୁଖ୍ୟାଳୟରେ ଚର୍ଚ୍ଚାର ବିଷୟ ପାଲଟିଛି। 

ନଦୀବାଲିରୁ ନିଖୋଜ ବାଳକର ମୁଣ୍ଡ ଗଣ୍ଡି ଅଲଗା ମୃତଦେହ ଉଦ୍ଧାର: ବଳି ଚର୍ଚ୍ଚା ଜୋର ଧରିଲା

ନଦୀବାଲିରୁ ନିଖୋଜ ବାଳକର ମୁଣ୍ଡ ଗଣ୍ଡି ଅଲଗା ମୃତଦେହ ଉଦ୍ଧାର: ବଳି ଚର୍ଚ୍ଚା ଜୋର ଧରିଲା

ବଲାଙ୍ଗୀର ଅଫିସ/ବଙ୍ଗୋମୁଣ୍ଡା, ୧୬ା୧୦(ଡି.ଏନ୍‌.ଏ.): ତିନିଧରି ନିଖୋଜ ଥିବା ଜଣେ ୯ ବର୍ଷର ବାଳକଙ୍କ ମୁଣ୍ଡ ଗଣ୍ଡି ଅଲଗା ଥିବା ମୃତଦେହ ଉନ୍ଦେର ନଦୀ ବାଲିରେ ଅଧା ପୋତା ଅବସ୍ଥାରେ ମଙ୍ଗଳବାର ଉଦ୍ଧାର ହୋଇଛି ।  ଟିଟିଲାଗଡ ଏସଡିପିଓଙ୍କ ଉପସ୍ଥିତିରେ ସିନ୍ଧେକେଲା ପୋଲିସ ଟିମ୍‌ ଉକ୍ତ ମୃତଦେହକୁ ଉଦ୍ଧାର କଲାପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ।