ସମ୍ପାଦକୀୟ |

ବିସ୍ମୃତି ପଥେ ଭାରତୀୟତା

ବିସ୍ମୃତି ପଥେ ଭାରତୀୟତା
ଶିଶୁର ସର୍ବାଙ୍ଗୀଣ ବିକାଶ ପାଇଁ ପାଠ୍ୟକ୍ରମ ବାହାରେ ଶିଶୁ ମଧ୍ୟରେ ଚାରିପ୍ରକାର ବୋଧ ସୃଷ୍ଟି କରିବା ଆବଶ୍ୟକ। ସେଗୁଡିକ ହେଲା ରାଷ୍ଟ୍ରବୋଧ, ସମାଜବୋଧ, ସଂସ୍କୃତିବୋଧ ଓ ଅଧ୍ୟାତ୍ମବୋଧ। ଏହାକୁ ଶିକ୍ଷାରେ ‘ବୋଧ ଚତୁଷ୍ଟୟ’ବୋଲି କୁହାଯାଏ। ବର୍ତ୍ତମାନ ଶିକ୍ଷା କେବଳ ତଥ୍ୟ ଆଧାରିତ ହୋଇଯାଇଛି। ଶିଶୁ ମଧ୍ୟରେ ସମ୍ବେଦନା ସୃଷ୍ଟି କରିବାର ପ୍ରକ୍ରିୟା ଏଥିରେ ନାହିଁ। ଟି.ଏସ୍‌. ଇଲିୟଟ ତାଙ୍କ ରଚିତ ‘ଫୋର କ୍ୱାର୍ଟେଟ୍ରସ’ରେ ଲେଖିଛନ୍ତି, ”କାହିଁ ପ୍ରଜ୍ଞା? ଆମେ ତାକୁ ଜ୍ଞାନରେ ହରେଇଦେଇଛୁ। କାହିଁ ଜ୍ଞାନ? ଆମେ ତାକୁ ସୂଚନାରେ ହରେଇ ଦେଇଛୁ।“ ରାଷ୍ଟ୍ର ସହିତ ଭାବାତ୍ମକ ଏକତା ହେଉଛି ରାଷ୍ଟ୍ରବୋଧ। ଅଥର୍ବ ବେଦରେ ଉଲ୍ଲିଖିତ ଅଛି, ‘ମାତାଭୂମି ପୁତ୍ରୋଽହଂ ପୃଥିବ୍ୟାଃ’। ଏହି ଭୂମି ମୋର ମାଆ। ଏହି ଭୂମି ପାଇଁ ସର୍ବୋଚ୍ଚ ବଳିଦାନ ଦେବାକୁ ମୁଁ ପ୍ରସ୍ତୁତ ଅଛି। ଭାବନା ସ୍ତରରେ ରାଷ୍ଟ୍ର ସହିତ ଏହି ସମ୍ପୃକ୍ତି ହେଉଛି ରାଷ୍ଟ୍ରବୋଧ। ବୀର ସାବରକରଙ୍କୁ ଦୁଇଥର କଳାପାଣି ଦଣ୍ଡାଦେଶ ହୋଇଥିଲା। କ୍ରମାଗତ ପଚାଶ ବର୍ଷର ସଶ୍ରମ କାରାଦଣ୍ଡ। ଆଜି ଯଦି ଆପଣ ପୋର୍ଟବ୍ଲେୟାରର ସେଲ୍ୟୁଲାର ଜେଲ୍‌କୁ ଯିବେ ଗାଇଡ୍‌ ଆପଣଙ୍କୁ ଗୋଟିଏ ସେଲ୍‌ ଦେଖାଇବ। ଇଟାଚୂନର କାନ୍ଥ ଏବଂ ଗୋଟିଏ ଲୁହାଗେଟ୍‌। ମାତ୍ର ଆପଣଙ୍କୁ ସେ ଯେତେବେଳେ କହିବ ଯେ ଏହା ହେଉଛି ସେହି ସେଲ୍‌ ଯେଉଁଠାରେ ସାବରକର ଦୀର୍ଘଦିନର ସଶ୍ରମ କାରାଜୀବନ କଟାଇଥିଲେ, ସେଲ୍‌ଟି ଆପଣଙ୍କୁ ତୀର୍ଥସ୍ଥାନ ପରି ପ୍ରତୀୟମାନ ହେବ। ସାବରକରଙ୍କ ଉଦ୍ଦାତ୍ତ ବ୍ୟକ୍ତିତ୍ୱ ସମ୍ମୁଖରେ ଆପଣ ନତମସ୍ତକ ହୋଇଯିବେ। ଏହା ହେଉଛି ରାଷ୍ଟ୍ରବୋଧ। ହିମାଳୟ କ୍ରୋଡରେ କେତେ ମୁନିଋଷି ତପସ୍ୟା କରି ଭାରତୀୟ ସଂସ୍କୃତିକୁ ରୁଦ୍ଧିମନ୍ତ କରିଛନ୍ତି। ହିମାଳୟ ପ୍ରତି ଏହି ଭାବନା ଜାଗ୍ରତ ହେଲେ ହିମାଳୟ ଏକ ଭୌଗୋଳିକ ଏକକ ନ ହୋଇ ଦେବତାତ୍ମା ହିମାଳୟ ହୋଇଯିବ। ଗଙ୍ଗାନଦୀ ପ୍ରତି ଯେତେବେଳେ ଏହି ଭାବନାରାଜି ଉଦୟ ହେବ, ଗଙ୍ଗା ଏକ ସାଧାରଣ ନଦୀ ନ ହୋଇ ମୋକ୍ଷଦାୟିନୀ ପୁଣ୍ୟତୋୟା ଗଙ୍ଗା ହୋଇଯିବ। ଏହା ହେଉଛି ରାଷ୍ଟ୍ରବୋଧ। ୧୮୯୩ରେ ଶିକାଗୋ ଧର୍ମ ସମ୍ମିଳନୀରେ ଯୋଗଦେଇ ତିନିବର୍ଷ ଆମେରିକା ଓ ୟୁରୋପ ଭ୍ରମଣ ପରେ ୧୮୯୬ରେ ସ୍ବାମୀ ବିବେକାନନ୍ଦ ଭାରତ ପ୍ରତ୍ୟାବର୍ତ୍ତନ କରିବାର ପ୍ରସ୍ତୁତି କରୁଥିଲେ। ଜଣେ ଶିଷ୍ୟ ତାଙ୍କୁ ପଚାରିଲେ, ”ପାଶ୍ଚାତ୍ୟର ସମୃଦ୍ଧି, ଶକ୍ତି ଓ ବୈଭବ ଦର୍ଶନ କରିବା ପରେ ଭାରତବର୍ଷ ଆପଣଙ୍କୁ କିପରି ଲାଗିବ?“ ବିବେକାନନ୍ଦ ଉତ୍ତରଦେଲେ ”ମୁଁ ମୋର ଦେଶକୁ ପ୍ରେମ କରୁଥିଲି, ମାତ୍ର ବର୍ତ୍ତମାନ ଭାରତର ପ୍ରତ୍ୟେକ ଗୋଡି, ମାଟି, ଜଳବିନ୍ଦୁ ମୋ ପାଇଁ ତୀର୍ଥ ହୋଇଯାଇଛନ୍ତି।“ ଏହା ହେଉଛି ରାଷ୍ଟ୍ରବୋଧ। ବିଶିଷ୍ଟ ଗାନ୍ଧିବାଦୀ ନେତା କାକା କାଲେଲକର କହିଛନ୍ତି, ”ଆଚାର୍ଯ୍ୟ ଛାତ୍ରପରାୟଣ ହୁଅନ୍ତୁ, ଛାତ୍ର ଆଚାର୍ଯ୍ୟ ପରାୟଣ ହୁଅନ୍ତୁ, ଉଭୟେ ଶିକ୍ଷା ପରାୟଣ ହୁଅନ୍ତୁ, ଶିକ୍ଷା ସମାଜ ପରାୟଣ ହେଉ, ତେବେ ଭାରତର ଉଦ୍ଧାର ହେବ।“ ସମାଜ ସହିତ ତାଦାତ୍ମ୍ୟ, ସ୍ନେହ, କରୁଣାର ଭାବ, ଦୀନଦୁଃଖୀଙ୍କୁ ସାହାଯ୍ୟ କରିବା ପାଇଁ ତତ୍ପର ହେବା ହିଁ ସମାଜବୋଧ। ଆମର ଜୀବନ ନିର୍ବାହ ପାଇଁ ଆମେ ସମାଜ ପାଖରେ ବହୁ ଭାବରେ ଋଣୀ। ତେଣୁ କର୍ତ୍ତବ୍ୟବୋଧରେ ସମାଜସେବା ଆମର ଧ୍ୟେୟ ହେବା ଉଚିତ। ଆମର ମନ୍ତ୍ର ହେବା କଥା ”ଜୀବନେ ଯାବଦାଦାନଂ ସ୍ୟାତ୍‌ ପ୍ରଦାନଂ ତତୋଧିକ, ଇତ୍ୟେଶା ପ୍ରାର୍ଥନାଽସ୍ମାକଂ ଭଗବନ୍‌ ପରିପୂର୍ଯ୍ୟତାମ୍‌।“ ଅର୍ଥାତ୍‌ ଆମେ ସମାଜରୁ ଯାହା ପାଇଛୁ, ତା’ଠାରୁ ଅଧିକ ଦେବୁ, ହେ ଭଗବାନ ଆମର ଏହି ପ୍ରାର୍ଥନା ପୂରଣ କରନ୍ତୁ। ଦେଶର ସଂସ୍କୃତିକୁ ଜାଣିବା, ତା’ ପ୍ରତି ସ୍ବାଭିମାନ ଜାଗ୍ରତ କରିବା ଏବଂ ବ୍ୟବହାରରେ ତାକୁ ପ୍ରତିଫଳିତ କରିବା ହେଉଛି ସଂସ୍କୃତିବୋଧ। ଭାରତୀୟ ସଂସ୍କୃତି ଅତ୍ୟନ୍ତ ଉଦାତ୍ତ। ଇସାବାସ୍ୟ ଉପନିଷଦରେ କୁହାଯାଇଛି ‘ମା ଗୃଧଃ କସ୍ୟଚିଦ୍ଧଧନମ୍‌’ ଅର୍ଥାତ୍‌ ଲୋଭ କରନାହିଁ, ଏ ଧନ କାହାର? ଜଗଦୀଶଚନ୍ଦ୍ର ବୋଷ ଅଧ୍ୟାପନା କରୁଥିବା ବିଶ୍ୱବିଦ୍ୟାଳୟରେ ଦରମା ଦେବାରେ ରଙ୍ଗଭେଦ ନୀତି ଥିଲା। ପ୍ରତିବାଦରେ ସେ ତିନିବର୍ଷ ଦରମା ନେଇ ନ ଥିଲେ। ଫଳତଃ ତାଙ୍କ ଜୀବନ ଦାରିଦ୍ର୍ୟପୂର୍ଣ୍ଣ ଥିଲା। ଇଂଲଣ୍ଡର ଗୋଟିଏ କମ୍ପାନୀ ତାଙ୍କ ଆବିଷ୍କାରକୁ ପେଟେଣ୍ଟ କରି ବହୁତ ଅର୍ଥ ଦେବା ପାଇଁ ପ୍ରସ୍ତୁତ ଥିଲା। ମାତ୍ର ବୋଷ ଉତ୍ତର ଦେଲେ ‘ଜ୍ଞାନ ପେଟେଣ୍ଟ ପାଇଁ ନୁହେଁ। ଜ୍ଞାନ ସାର୍ବଭୌମିକ।’ ଭାରତୀୟ ପରମ୍ପରାରେ ଜ୍ଞାନ ସମସ୍ତଙ୍କ ପାଇଁ। ସଂସ୍କୃତିରେ ଅନୁପ୍ରାଣିତ ହୋଇ ବୋଷ ଦାରିଦ୍ର୍ୟରେ ରହିବା ଲାଗି ପସନ୍ଦ କରିଥିଲେ। ଭାରତୀୟ ସଂସ୍କୃତିରେ ଚରିତ୍ରକୁ ବହୁତ ମହତ୍ତ୍ୱ ଦିଆଯାଇଛି। ବିବେକାନନ୍ଦଙ୍କ ବେଶପୋଷାକ ଦେଖି ଜଣେ ଆମେରିକୀୟ କହିଲେ, ”ଆପଣ ସଭ୍ୟ ପରି ରହିବାର ଚେଷ୍ଟା କରନ୍ତୁ।“ ବିବେକାନନ୍ଦ ଉତ୍ତର ଦେଲେ- ”ଆପଣଙ୍କ ଦେଶରେ ଦର୍ଜି ଓ ବାରିକମାନେ ସଭ୍ୟତା ନିର୍ମାଣ କରନ୍ତି, ମାତ୍ର ଆମ ଦେଶରେ ଚରିତ୍ର ହିଁ ସଭ୍ୟତା ନିର୍ମାଣ କରେ।“ ସାହିତ୍ୟ, ସଙ୍ଗୀତ, ଚିତ୍ରକଳା, ସ୍ଥାପତ୍ୟରେ ଭାରତ ଉତ୍କର୍ଷ ଲାଭ କରିଥିଲା। ଏକଦା ଇଟାଲୀର ଏକ ସଙ୍ଗୀତ ସମ୍ମିଳନୀରେ ପଣ୍ଡିତ ଓଁକାରନାଥ ଠାକୁର ଯୋଗ ଦେଇଥିଲେ। ତତ୍କାଳୀନ ଇଟାଲୀର ଏକଚ୍ଛତ୍ରବାଦ ଶାସକ ମୁସୋଲିନୀଙ୍କୁ ସେ ସାକ୍ଷାତ କଲେ। ଚର୍ଚ୍ଚା ପ୍ରସଙ୍ଗରେ କହିଲେ ଯେ, ଭାରତୀୟ ସଙ୍ଗୀତରେ ସକାଳ, ସା, ସୁଖ, ଦୁଃଖ ପାଇଁ ଭିନ୍ନ ଭିନ୍ନ ରାଗ ଅଛି। ମୁସୋଲିନୀ କହିଲେ, ”ମୋତେ କିଛିଦିନ ହେଲା ନିଦ ଆସିନାହିଁ। ଆପଣଙ୍କ ପାଖରେ ଏପରି କୌଣସି ରାଗ ଅଛି କି ଯଦ୍ଦ୍ବାରା ମୁଁ ଶୋଇପାରିବି?“ ଚେଷ୍ଟା କରୁଛି କହି ଠାକୁରଜୀ ବଜେଇବା ଆରମ୍ଭ କଲେ। ଆଶ୍ଚର୍ଯ୍ୟଜନକ ଭାବେ ୧୫/୨୦ ମିନିଟ୍‌ରେ ମୁସୋଲିନୀ ଗଭୀର ନିଦରେ ଶୋଇଗଲେ। ଦୁଇଦିନ ପର୍ଯ୍ୟନ୍ତ ସେ ଶୋଇ ରହିଲେ। ଦୁର୍ଭାଗ୍ୟର ବିଷୟ ଯେ ଭାରତୀୟମାନେ ନିଜ ସଂସ୍କୃତିରୁ ଦୂରେଇ ଯାଉଛନ୍ତି। କଲମ୍ବିଆ ବିଶ୍ୱବିଦ୍ୟାଳୟର ସଂସ୍କୃତି ଓ ଇଣ୍ଡୋଲୋଜି ବିଭାଗର ପ୍ରଫେସର ସେଲ୍‌ଡନ ପୋଲକ କହିଛନ୍ତି- ଭାରତୀୟମାନେ ଖୁବ୍‌ଶୀଘ୍ର ଭାରତୀୟତାକୁ ଭୁଲିଯିବେ। ଭାରତ କେବଳ ଏକ ରାଜନୈତିକ ଦେଶ ହୋଇ ରହିବ। ଇଣ୍ଡୋଲୋଜିର ଅଧ୍ୟୟନ ପାଇଁ ଭାରତୀୟମାନଙ୍କୁ ଶିକାଗୋ, ନ୍ୟୁୟର୍କ ପ୍ରଭୃତି ଅନୁଷ୍ଠାନକୁ ଯିବାକୁ ପଡୁଛି। ଏହା ହେଲା ସୋସିଆଲ ଡିମ୍‌ନେସିଆ ଅର୍ଥାତ୍‌ ଏକ ଜାତିର ସାମାଜିକ ବିସ୍ମୃତି ଓ ବିକୃତି। ଆମ ଛାତ୍ରମାନଙ୍କୁ ଏହି ସାଂସ୍କୃତିକ ବିସ୍ମରଣରୁ ଉଦ୍ଧାର କରିବାକୁ ପଡିବ। ଛାତ୍ରମାନଙ୍କ ମଧ୍ୟରେ ଭୌତିକ ଜ୍ଞାନ ସହିତ ଆଧ୍ୟାତ୍ମ ଜ୍ଞାନର ମଧ୍ୟ ବିକାଶ ହେବା ଆବଶ୍ୟକ। ହୃଦୟର ଉତ୍କର୍ଷ ଆଧ୍ୟାତ୍ମବୋଧରୁ ଆସେ। ଆଇନଷ୍ଟାଇନ କହିଥିଲେ, ଧର୍ମ ବିନା ବିଜ୍ଞାନ ପଙ୍ଗୁ। ବିଜ୍ଞାନ ବିନା ଧର୍ମ ଅନ୍ଧ। ପ୍ରତ୍ୟେକ ବ୍ୟକ୍ତି ମୌଳିକ ରୂପରେ ଦୈବୀଶକ୍ତିଯୁକ୍ତ। ବିବେକାନନ୍ଦଙ୍କ ଭାଷାରେ- ”ଶିକ୍ଷା ହେଉଛି ଶିଶୁ ମଧ୍ୟରେ ଥିବା ଦୈବୀଶକ୍ତିର ଉନ୍ମୀଳନ।“ ପ୍ରସିଦ୍ଧ ଗାଣିତିକ ଶ୍ରୀରାମାନୁଜମଙ୍କ ଭାଷାରେ An equation for me has no meaning unless it represents a thought on God. ଭାରତୀୟ ସଂସ୍କୃତି ଅନୁସାରେ ”ଈଶ୍ୱରଃ ସର୍ବଭୂତାନାଂ..., ‘ଈଶାବାସ୍ୟମିଦଂ ସର୍ବମ୍‌’ ଅର୍ଥାତ୍‌ ଜୀବ ଜଡ ସବୁ ହେଉଛି ଈଶ୍ୱରଙ୍କ ଅଂଶବିଶେଷ। ଏହି ଆଧ୍ୟାତ୍ମବୋଧ ଶିଶୁ ମଧ୍ୟରେ ପ୍ରସ୍ଫୁଟିତ ହେଲେ ସେ ସମାଜ ଓ ପ୍ରକୃତି କାହାକୁ ମଧ୍ୟ ନିଜଠାରୁ ଭିନ୍ନ ମନେକରିବ ନାହିଁ। ଏହା ହେଉଛି ସାମାଜିକ ସଂହତି ଓ ପର୍ଯ୍ୟାବରଣ ରକ୍ଷାର ମୂଳମନ୍ତ୍ର। ପଦ୍ମପୁର, ବରଗଡ, ମୋ-୯୭୭୭୯୧୧୫୯୦
All Right Reserved By

ସମ୍ପାଦକୀୟ |

‘ବନ୍ଦ’ର ବିକଳ୍ପ ଜରୁରୀ

‘ବନ୍ଦ’ର ବିକଳ୍ପ ଜରୁରୀ

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ବିରୋଧରେ ଗତ ୯ ତାରିଖରେ କଂଗ୍ରେସ ଦ୍ୱାରା ବନ୍ଦ ଡାକରା ଦିଆଯାଇଥିଲା। ଗୋଟେ ଛୁଟି ମିଳିଗଲା ସଭିଙ୍କ ପାଇଁ- ମୂଲିଆ ମଜୁରିଆଠୁ ହାକିମଙ୍କ ଯାଏ।

ରାଫାଲ ଧୂଆଁ

ରାଫାଲ ଧୂଆଁ

ଭାରତର ଯୁଦ୍ଧ ସମ୍ପର୍କିତ ପ୍ରସ୍ତୁତି ବିଷୟରେ ଯେତେ ଅଳ୍ପ ଆଲୋଚନା ହେବ ସେତେ ଭଲ। ଏହାର ମୁଖ୍ୟ କାରଣ ହେଲା ଯେଉଁସବୁ ରାଜନୈତିକ ଦଳଗୁଡ଼ିକ ବିଭିନ୍ନ ସମୟରେ କ୍ଷମତା ହାସଲ କରି କେନ୍ଦ୍ରରେ ସରକାର ଗଢ଼ିଛନ୍ତି, ସେମାନେ ସମସ୍ତେ ପ୍ରତିରକ୍ଷାକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିଆସିଛନ୍ତି। 

ମହିଳାଙ୍କ ପ୍ରତିନିଧିତ୍ୱ

ମହିଳାଙ୍କ ପ୍ରତିନିଧିତ୍ୱ

ଆକାର ପଟେଲ

ପ୍ରତିରକ୍ଷା ସମ୍ବନ୍ଧିତ ଦୁଇଟି ବିଷୟରେ ଏବେ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଚାଲିଛି। ଗୋଟିଏ ହେଉଛି ଫ୍ରାନ୍ସଠାରୁ ଭାରତ ରାଫେଲ ଯୁଦ୍ଧବିମାନ କିଣିବା ଏବଂ ଅନ୍ୟଟି ହେଉଛି ଆମେରିକା ସହ ଭାରତର ୨+୨ କଥାବର୍ତ୍ତା। ମୁଁ ଦ୍ୱିତୀୟଟି ଉପରେ ଆଲୋଚନା କରୁଛି। ପ୍ରତିରକ୍ଷା ପ୍ରସଙ୍ଗରେ ସାଧାରଣତଃ ଖୁବ୍‌ କମ୍‌ ଲୋକଙ୍କର ଆଗ୍ରହ ଥାଏ। ବିଶେଷତଃ ଯେଉଁମାନେ ଏହା...

ସ୍କୁଲ ନୁହେଁ ମନ୍ଦିର

ସ୍କୁଲ ନୁହେଁ ମନ୍ଦିର

ପ୍ରକାଶ ତ୍ରିପାଠୀ

ଚଳିତ ମାସ ଦ୍ୱିତୀୟ ଶନିବାର ଦିନ ସକାଳୁ ମନଟା ଚଞ୍ଚଳ ହୋଇ ଉଠୁଥିଲା। ସରକାରୀ ଛୁଟି ସତ୍ତ୍ୱେ  ଅନ୍ୟ ଦିନଗୁଡ଼ିକ ପରି ନିତ୍ୟକର୍ମରେ ମୋର ତତ୍ପରତା ବିସ୍ମୟ ସୃଷ୍ଟି କରୁଥିଲା ଘର ଲୋକଙ୍କ ମନରେ। ମୁଁ କ୍ରମଶଃ ବ୍ୟଗ୍ର ହୋଇପଡୁଥିଲି କେତେ ଶୀଘ୍ର ସେଇ ମନ୍ଦିରରେ ଯାଇ ପହଞ୍ଚତ୍ ପାରିବି। ଏ ସେହି ମନ୍ଦିର, ଯେଉଁଠି ଦୀର୍ଘ ୩୭ ବର୍ଷ ତଳେ ମୋ ଭବିଷ୍ୟତ ପାଇଁ ମୂଳଦୁଆର ଭିତ୍ତିପ୍ରସ୍ତର ପଡ଼ିଥିଲା। ଏ ସେହି ମନ୍ଦିର, ଯାହା ପାଇଁ ଆଜି ମୁଁ ମୋର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏ ସେହି ମନ୍ଦିର, ଯାହାର ଅବଦାନ ମୋର ସ୍ଥିତି, ପ୍ରତିଷ୍ଠା ଓ ବ୍ୟକ୍ତିତ୍ୱର ପ୍ରତିଟି ଅଣୁରେ ଭରିରହିଛି। ଏହି ମନ୍ଦିର ହେଉଛି ମୋ ସ୍କୁଲ, ମୋ ନିଜ ସ୍କୁଲ। ମୋ ସ୍କୁଲର ପୁରାତନ ଛାତ୍ର ଅନୁଜମାନଙ୍କ ...

ପରମାଣୁ ବୈଜ୍ଞାନିକ

ପରମାଣୁ ବୈଜ୍ଞାନିକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ପରମାଣୁ ଶକ୍ତି ଆୟୋଗ ବା ଆଟମିକ୍‌ ଏନର୍ଜୀ କମିଶନ (ଏଇସି) ପରମାଣୁ ଶକ୍ତି ବିଭାଗ (ଡିଏଇ)ର ପରିଚାଳନା ସଂସ୍ଥା ଭାବେ ପରିଚିତ। ଦେଶର ପରମାଣୁ କାର୍ଯ୍ୟକ୍ରମକୁ ଦେଖାଶୁଣା କରିବା ସକାଶେ ୧୯୪୮ ମସିହାରେ ଏହା ପ୍ରତିଷ୍ଠା ହୋଇଥିଲା। ଭାରତରେ ପରମାଣୁ ବୈଜ୍ଞାନିକଙ୍କ ଗବେଷଣା କାର୍ଯ୍ୟର ଆୟୋଜନ ଓ ପ୍ରଶିକ୍ଷଣ, ଆୟୋଗର ନିଜସ୍ବ ପରୀକ୍ଷାଗାରରେ ପରମାଣୁ ଗବେଷଣାକୁ ତ୍ୱରାନ୍ବିତ ...

ଏଇ ଭାରତରେ

ଏଇ ଭାରତରେ

ଆନ୍ଧ୍ରପ୍ରଦେଶର ଜଣେ ପୋଲିସ ଇନ୍ସପେକ୍ଟର ନିର୍ବାଚିତ ପ୍ରତିନିଧିଙ୍କ ଜିଭ କାଟିଦେବାକୁ ଧମକ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଯଦି କୌଣସି ବିଧାୟକ କିମ୍ବା ସାଂସଦ ପୋଲିସ ବାହିନୀର ମନୋବଳକୁ ଭାଙ୍ଗିଦେବା ଭଳି କିଛି ମନ୍ତବ୍ୟ ଦିଅନ୍ତି ତେବେ ଏଭଳି କରାଯିବ ବୋଲି ସେ କହିଥିଲେ। ଅନନ୍ତପୁର ଜିଲାର କାଦିରି ଥାନା ଇନ୍ସପେକ୍ଟର ମାଧବ ଶାସକ ଦଳର ସାଂ...

ଫାଇଦାରେ କଶ୍ମୀର ବାବୁ

ଫାଇଦାରେ କଶ୍ମୀର ବାବୁ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ଜମ୍ମୁ-କଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ହେବା ଯୋଗୁ ରାଜ୍ୟ କ୍ୟାଡର ବାବୁମାନେ ବେଶ୍‌ ଫାଇଦାରେ ଅଛନ୍ତି। କାରଣ ପ୍ରଶାସନରେ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ମିଳିଛି। ୧୯୮୬ ବ୍ୟାଚ୍‌ ଜମ୍ମୁ-କଶ୍ମୀର କ୍ୟାଡର ଆଇଏଏସ୍‌ ଅଫିସର ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବି.ବି. ବ୍ୟାସ ରାଜ୍ୟପାଳଙ୍କ ଉପଦେଷ୍ଟା ଭାବେ ପୁନର୍ନିଯୁକ୍ତି ପାଇଛନ୍ତି। ସେହିପରି ରାଜ୍ୟ କ୍ୟାଡରର ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଖୁର୍ଶିଦ ଅହମଦ ଗନାଇ ଏବଂ ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର କେ. ବିଜୟ କୁମାର ମଧ୍ୟ କ୍ୟାବିନେଟ୍‌ର ସମତୁଲ ...

ଅନ୍ତହୀନ ତିନୋଟି ସମସ୍ୟା

ଅନ୍ତହୀନ ତିନୋଟି ସମସ୍ୟା

ମନ-ମାନଚିତ୍ର / ଡ. ନରହରି ବେହେରା

ପ୍ରାତଃଭ୍ରମଣ ସମୟରେ ଗୋବିନ୍ଦବାବୁ କହିଲେ, ତୁମେ ମହାଭାରତର ଯକ୍ଷ-ଯୁଧିଷ୍ଠିର ସମ୍ବାଦ ପଢ଼ିଛ? ଯକ୍ଷ ଯୁଧିଷ୍ଠିରଙ୍କୁ ପ୍ରଶ୍ନ କରିଥିଲେ- କେଉଁ ବ୍ୟାଧିର ଶେଷ ନାହିଁ? ଏହାର ଉତ୍ତରରେ ଯୁଧିଷ୍ଠିର କହିଥିଲେ, ଲୋଭରୂପକ ବ୍ୟାଧିକୁ ଉପଶମ କରିହେବ ନାହିଁ। ଆଚ୍ଛା, ତୁମେ କିଛି ସମୟ ପାଇଁ ଯୁଧିଷ୍ଠିର ହୋଇଯାଅ ଏବଂ ମୁଁ ତୁମକୁ ଯକ୍ଷ ଭାବରେ ଯେଉଁ ପ୍ରଶ୍ନ କରୁଛି ତାହାର ଉତ୍ତର ଦିଅ। ମୁଁ ଦେଖିବି ତୁମର ବୁଦ୍ଧି ...

ଧର୍ମରେ ଖେଚୁଡ଼ି

ଧର୍ମରେ ଖେଚୁଡ଼ି

ନାରାୟଣ ପଣ୍ଡା

ଏକଦା ଭକ୍ତପ୍ରବର ହନୁମାନଙ୍କୁ ଭୀମ ପଚାରିଲେ- ଭାଇ ହନୁମାନ, ତୁମେ କ’ଣ ଶ୍ରୀକୃଷ୍ଣଙ୍କୁ ରାମଙ୍କଠାରୁ ପୃଥକ୍‌ ଜ୍ଞାନ କର? ହନୁମାନ ହସି କହିଲେ,- ”ଶ୍ରୀନାଥେ ଜାନକୀନାଥେ ଅଭେଦଃ ପରମାତ୍ମନି, ତଥାପି ମମ ସର୍ବସ୍ବଃ ରାମଃ କମଳଲୋଚନଃ।“ ଅର୍ଥାତ୍‌ ରାମ ଓ କୃଷ୍ଣଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ। ତଥାପି କମଳଲୋଚନ ଶ୍ରୀରାମ ହେଉଛନ୍ତି ମୋର ଜୀବନସର୍ବସ୍ବ। କାରଣ ରାମଙ୍କ ଭାବ କୃଷ୍ଣଙ୍କ ...

ଏଇ ଭାରତରେ

ଏଇ ଭାରତରେ

ମହିଳାମାନେ ସ୍ବାମୀଙ୍କୁ ସତ୍‌ପଥରେ ଚାଲିବାକୁ ପରାମର୍ଶ ଦେଇଥାଆନ୍ତି। କିନ୍ତୁ ନିଜର ସୁଖସମୃଦ୍ଧି ପାଇଁ ସ୍ବାମୀଙ୍କୁ ଚୋରି କରିବାକୁ ଉତ୍ସାହିତ କରିବା ଘଟଣା କ୍ୱଚିତ୍‌ ଦେଖାଯାଏ। ଏପରି ଏକ ଘଟଣା ବେଙ୍ଗାଲୁରୁଠାରେ ଘଟିଛି। ମହାଦେବୀ ନାମ୍ନୀ ୨୮ ବର୍ଷୀୟା  ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ସୁନାଚେନ୍‌ ଛିଡାଇ ଆଣିବା ଭଳି କୁପ୍ରରୋଚନା ଦେଇଥିବାରୁ ଶେଷରେ ଗିରଫ ହୋଇଛନ୍ତି। ବାଲାରି ଜିଲାର ହୁବିନା ହଡାଗଳି ଥାନାରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଛି। କୁମ୍ବାଲଗୋଡୁର ବାସିନ୍ଦା ଏହି ମହିଳା ଜଣକ ବଦଖର୍ଚ୍ଚ କରି ବେଶ୍‌ ଅୟସରେ ...

ଆଜିର ଅର୍ଥନୀତି/ବାସ୍ତବ ଆହ୍ବାନ

ଆଜିର ଅର୍ଥନୀତି/ବାସ୍ତବ ଆହ୍ବାନ

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ତାଙ୍କର ଏକ ବୃହତ୍‌ ନୀତିଗତ ପଦକ୍ଷେପ ସ୍ବରୂପ ତିନୋଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଯୋଡ଼ି ଭାରତର ତୃତୀୟ ବୃହତ୍ତମ ବ୍ୟାଙ୍କ କରିବା ଲାଗି ସୋମବାର ଘୋଷଣା କରିଛନ୍ତି। ସେହି ବ୍ୟାଙ୍କଗୁଡ଼ିକ ହେଉଛି ବ୍ୟାଙ୍କ ଅଫ୍‌ ବରୋଦା (ବିଓବି), ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କ। ୨୦୧୮ ମାର୍ଚ୍ଚ ମାସର ତଥ୍ୟ ଅନୁସାରେ ଏହି ସମ୍ମିଳିତ ବ୍ୟାଙ୍କର ବଜାର ଅଂଶ ହେଉଛି ଜମା କ୍ଷେତ୍ରରେ ୭.୨ ପ୍ରତିଶତ ଓ ଋଣ ପ୍ରଦାନ କ୍ଷେତ୍ରରେ ୬.୮ ପ୍ରତିଶତ। ଫଳରେ ଜମା କ୍ଷେତ୍ରରେ ଏହା ଦେଶର ଦ୍ୱିତୀୟ ଏବଂ ଋଣ ପ୍ରଦାନ କ୍ଷେତ୍ରରେ ତୃତୀୟ ବୃହତ୍ତମ ବ୍ୟାଙ୍କରେ ପରିଣତ ହେବ। ପୁଣି ଏହି ମିଶ୍ରିତ ବ୍ୟାଙ୍କର ସାରା ଦେଶରେ ପ୍ରାୟ ୯୫୦୦ ଶାଖା ଥିବାରୁ ଏ କ୍ଷେତ୍ରରେ ଏ...

ପାକିସ୍ତାନର ଭବିଷ୍ୟତ

ପାକିସ୍ତାନର ଭବିଷ୍ୟତ

ଶରତ ଚନ୍ଦ୍ର ମିଶ୍ର

ଆନ୍ତର୍ଜାତିକ ମାନଦଣ୍ଡ, ଆୟତନ ଓ ଲୋକସଂଖ୍ୟା ଦୃଷ୍ଟିରୁ ପାକିସ୍ତାନ ଏକ ମଧ୍ୟମବର୍ଗର ବିକାଶଶୀଳ ରାଷ୍ଟ୍ର। ଏହାର ମାନବ ସମ୍ପଦ ସୁଗଠିତ, ବଳବାନ୍‌ ଓ ଦେଶ ଉତ୍ତମମାନର ସୈନିକ, ଚାଷୀ ଓ କାରିଗରରେ ଭରପୂର। ପଞ୍ଜାବ ପ୍ରଦେଶରେ ଜଳସେଚିତ ଜମି, ସିନ୍ଧୁନଦୀ ଓ ତାହାର ଶାଖାନଦୀ, ବେଲୁଚିସ୍ତାନର ଖଣିଜ ସମ୍ପଦ ଓ ପ୍ରାକୃତିକ ଗ୍ୟାସ, ଉତ୍ତରାଞ୍ଚଳର ପ୍ରାକୃତିକ ଦୃଶ୍ୟ, ଗିରିଶୃଙ୍ଗ, କରାଚୀର ବ୍ୟବସାୟିକ ପରମ୍ପରା, ଆରବ ସାଗର ସନ୍ନିହିତ ସୁଦୀର୍ଘ ଉପକୂଳର ଅବସ୍ଥିତି ହେତୁ ପାକିସ୍ତାନ ଏକ ସମୃଦ୍ଧିଶାଳୀ ଓ ଆକର୍ଷଣୀୟ ରାଷ୍ଟ୍ର ହେବାର ସମସ୍ତ ଉପାଦାନ ପ୍ରାପ୍ତ ହୋଇଛି। ବାଂଲାଦେଶ ମୁକ୍ତିଯୁଦ୍ଧ (୧୯୭୧)ରେ ଦେଶ ଦ୍ୱିଖଣ୍ଡିତ ହେବା ପର୍ଯ୍ୟନ୍ତ, ପାକିସ୍ତାନ ବିଶ୍ୱର ...