ସମ୍ପାଦକୀୟ |

ନିଜ ଗୋଡ଼ରେ କୁରାଢ଼ି

ନିଜ ଗୋଡ଼ରେ କୁରାଢ଼ି
ଆକାର ପଟେଲ କିଏ ଭାବିଥିଲା, ମଣିଶଙ୍କର ଆୟାର ଯାହା କହିଲେ ତାହା ଏକ ଇସ୍ୟୁ ହୋଇଯିବ ବୋଲି, ପୁଣି ଗୁଜରାଟ ନିର୍ବାଚନ ସମୟରେ? ମୁଁ ଯେତେବେଳେ ଉକ୍ତ ବିବାଦୀୟ ମନ୍ତବ୍ୟ ଶୁଣିଲି, ସେତେବେଳେ ଗୁଜରାଟୀ ଅଭିଧାନ ଦେଖିଲି। ସେଥିରେ ଲେଖା ଅଛି ‘ନୀଚ’ ମାନେ ‘ଦୁଷ୍ଟ’। ଇଂଲିଶରେ ଏହାର ଅନୁବାଦ ହେଉଛି: wicked (ଦୁଷ୍ଟ), vile (ନୀତିହୀନ) ଓ mean (ସଂକୀର୍ଣ୍ଣ)। ଆୟାର କ’ଣ ଏପରି ଅପଶବ୍ଦ ବ୍ୟବହାର କରିବା ଉଚିତ ଥିଲା? ନା, ରାଜନୈତିକ ବା ଯେକୌଣସି ପ୍ରକାର ବିତର୍କରେ ମାର୍ଜିତ ଓ ଶାଳୀନ ଶବ୍ଦ ବ୍ୟବହାର କରିବା ଉଚିତ। କିନ୍ତୁ ଏହି ଶବ୍ଦରେ ଜାତି କଥା ନାହିଁ। ଦ୍ୱିତୀୟ କଥା ହେଲା ମୋଦିଙ୍କ ଜାତି ପ୍ରସଙ୍ଗ। ପ୍ରଧାନମନ୍ତ୍ରୀ ହେଉଛନ୍ତି ଘାଞ୍ଚି ନାମକ ଏକ ସଫଳ ବ୍ୟବସାୟୀ ସମ୍ପ୍ରଦାୟର ଲୋକ। ଏହି ସମ୍ପ୍ରଦାୟର ଲୋକମାନଙ୍କର ତେଜରାତି ଦୋକାନ, ତେଲ ଘଣା ଏବଂ ଚାଉଳ, ଗହମ (ଓ ଚା) ଦୋକାନ ଅଛି। ମୋଦି କହିଲେ ତେଲିକୁ ବା ଡାଲି, ଚାଉଳ ବିକ୍ରି କରୁଥିବା ଦୋକାନୀକୁ ବୁଝାଏ। ଗାନ୍ଧୀ ସଂଜ୍ଞାର ଅର୍ଥ ବି ସେହିପରି- ବଣିଆ। ଗୁଜରାଟୀମାନେ ଘାଞ୍ଚି ସମ୍ପ୍ରଦାୟକୁ ପଛୁଆ ଜାତି ବୋଲି ଭାବନ୍ତି ନାହିଁ। କିନ୍ତୁ ୧୯୯୯ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଏହି ଜାତି ଅନ୍ୟାନ୍ୟ ପଛୁଆ ବର୍ଗ ବା ଓବିସି ତାଲିକାରେ ସାମିଲ ହେଲା। ତେଣୁ ମୋଦିଙ୍କ ପ୍ରତି ‘ନୀଚ’ ଶବ୍ଦ ବ୍ୟବହାର କଲେ, ତାହା ତାଙ୍କ ଜାତିକୁ ଆକ୍ଷେପ କରାଯାଇଛି ବୋଲି ଅଧିକାଂଶ ଗୁଜରାଟୀ ଭାବିବେ ନାହିଁ। ମୁଁ ଭାବୁଛି ଏହା ଏକ ନିର୍ବାଚନୀ ପ୍ରସଙ୍ଗ ଭାବରେ ଫଳପ୍ରଦ ହେବ ନାହିଁ। ତେବେ ସମୟ କହିବ ନିର୍ଦ୍ଦିଷ୍ଟ ଭାବରେ କେଉଁ ପ୍ରସଙ୍ଗ ଭାଜପାକୁ ଜିତାଇବାରେ ସାହାଯ୍ୟ କରିବ (ମୁଁ ଆଶା କରୁଛି ଭାଜପା ହିଁ ଜିତିବ, ଯାହା ମୁଁ ପୂର୍ବ ଥର ଉଲ୍ଲେଖ କରିଥିଲି) ଏବଂ ଗଣମାଧ୍ୟମ ଦ୍ୱାରା ସୃଷ୍ଟ କେଉଁ ପ୍ରସଙ୍ଗ ପବନରେ ଉଡ଼ିଯିବ। ମାତ୍ର ସୋମନାଥ ରେଜିଷ୍ଟର ପ୍ରସଙ୍ଗର କିଛି ପ୍ରଭାବ ପଡ଼ିବ ବୋଲି ମୁଁ ଭାବୁଛି। ଗାନ୍ଧୀ ଜଣେ ଅଣହିନ୍ଦୁ ଭାବେ ମନ୍ଦିର ରେଜିଷ୍ଟରରେ ନିଜ ନାମ ପଞ୍ଜୀକରଣ କରିବା କଥାକୁ ଗୁଜରାଟୀମାନେ ଭଲରେ ଗ୍ରହଣ କରିବେ ନାହିଁ। ପ୍ରକୃତରେ ଅଣହିନ୍ଦୁ ଭାବେ ନାମ ପଞ୍ଜୀକରଣ କରିବାକୁ ସେ କହି ନ ଥିବେ। କିନ୍ତୁ ଥରେ ପଞ୍ଜୀକୃତ ହୋଇଗଲା ପରେ ଏହା ଇତିହାସ ହୋଇଗଲା, ଯାହା ଉପରେ ଗଣମାଧ୍ୟମର ଆଗ୍ରହ ବଢ଼ିଯାଇଛି। ତା’ପରେ ରାହୁଲ ଗାନ୍ଧୀଙ୍କ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା କଥାଟାକୁ ଆୟାର ଶାହଜାହାନ ଓ ଔରଙ୍ଗଜେବଙ୍କ ଶାସନ ଗାଦି ଅକ୍ତିଆର କରିବା ସହ ତୁଳନା କରିବା ଏକ ପ୍ରସଙ୍ଗ। ତେବେ ଯେଉଁମାନେ ଆୟାରଙ୍କୁ ଏଥିପାଇଁ ସମାଲୋଚନା କରୁଛନ୍ତି ସେମାନେ ତାଙ୍କ କଥାକୁ ପୂରାପୂରି ଉଦ୍ଧାର କରୁନାହାନ୍ତି। କିନ୍ତୁ ଗାନ୍ଧୀ ଓ ଔରଙ୍ଗଜେବ ପ୍ରସଙ୍ଗକୁ ଯିଏ ଆଗକୁ ଆଣିଛନ୍ତି, ସେ ହେଉଛନ୍ତି ମୋଦି। ଏ ପ୍ରସଙ୍ଗ କେତେଦୂର ଫଳପ୍ରଦ ହେବ? ମୁଁ ଭାବୁଛି, ଏପରି ପ୍ରସଙ୍ଗକୁ ନେଇ ଲୋକେ କୌଣସି ନିର୍ଦ୍ଦିଷ୍ଟ ଦଳକୁ ଭୋଟ୍‌ ଦେବା ପାଇଁ ନିଷ୍ପତ୍ତି ନେବେ ନାହିଁ। କିନ୍ତୁ ଏହାଦ୍ୱାରା ଗୋଟିଏ ରାଜ୍ୟରେ ଦୁଇ ଦଶନ୍ଧିରୁ ଅଧିକ କାଳ ଶାସନ କରି ରାଜ୍ୟର ବିଶେଷ କିଛି ବିକାଶ କରିପାରି ନ ଥିବା ଭାଜପାକୁ ନିଜର ବିଫଳତାକୁ ଲୁଚେଇ କଂଗ୍ରେସ ବିରୋଧରେ କହିବା ପାଇଁ ସୁଯୋଗ ମିଳିଗଲା। ଏହା ପୂର୍ବରୁ ଭାଜପା ଏକ ହସ୍ପିଟାଲ ସମ୍ପର୍କରେ ରିପୋର୍ଟକୁ ଲିକ୍‌ କରିଦେଲା, ଯେଉଁ ହସ୍ପିଟାଲରେ ଅହମଦ ପଟେଲ ଜଣେ ଟ୍ରଷ୍ଟି ଥିଲେ ଏବଂ ଯେଉଁ ହସ୍ପିଟାଲର ଜଣେ କର୍ମଚାରୀ ବା ପୂର୍ବତନ କର୍ମଚାରୀ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବାର ଅଭିଯୋଗ ରହିଛି। କିନ୍ତୁ ପଟେଲ ଓ ଉକ୍ତ ଅଭିଯୁକ୍ତଙ୍କ ମଧ୍ୟରେ କୌଣସି ଯୋଗସୂତ୍ର ନ ଥିବା ବେଳେ ଏ ପ୍ରସଙ୍ଗର ମାନେ କିଛି ନାହିଁ। ଭାଜପା ଏପରି ପ୍ରସଙ୍ଗକୁ ବଡ଼ କରିବାର କାରଣ ହେଉଛି କଂଗ୍ରେସ ଆତଙ୍କବାଦୀଙ୍କ ପ୍ରତି ନରମ ମନୋଭାବ ପୋଷଣ କରୁଥିବା ନେଇ ଅଭିଯୋଗ କରି ଏହା ସେଥିରୁ ସବୁବେଳେ ଫାଇଦା ଉଠାଇବାକୁ ଚାହୁଁଛି। ଅଳ୍ପଦିନ ତଳେ କପିଲ ଶିବଲଙ୍କୁ ନେଇ ଆଉ ଏକ ପ୍ରସଙ୍ଗ ଉଠିଛି। କଂଗ୍ରେସ ନେତା ତଥା ଓକିଲ କପିଲ ଶିବଲ ୨୦୧୯ ନିର୍ବାଚନ ପୂର୍ବରୁ ବାବ୍ରି ମସ୍‌ଜିଦ ସମ୍ପର୍କିତ ରାୟ ପ୍ରକାଶ ନ କରିବାକୁ ସୁପ୍ରିମ୍‌କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଏହାଦ୍ୱାରା ଗଣମାଧ୍ୟମରେ ଚର୍ଚ୍ଚାର ଖୋରାକ ବଢ଼ାଇବା ପାଇଁ ମୋଦିଙ୍କୁ ଆଉ ଏକ ସୁଯୋଗ ମିଳିଗଲା। ଯେଉଁ ଅଯୋଧ୍ୟା ପ୍ରସଙ୍ଗକୁ ନେଇ ଭାଜପା ଏକ ଜାତୀୟ ଦଳରେ ପରିଣତ ହୋଇଛି ସେହି ପ୍ରସଙ୍ଗ ଏବେ ରାଜନୈତିକ ଭାବେ ମୃତ ହୋଇଥିଲେ ମଧ୍ୟ ତାହାକୁ ପୁଣି ଜାଣିଶୁଣି ଜୀବନ୍ତ କରିଦିଆଗଲା। ଶେଷ ପ୍ରସଙ୍ଗଟି ହେଉଛି ପାଟି ଚୁପ୍‌ କରିପାରୁ ନ ଥିବା ଆୟାରଙ୍କ ବିରୋଧରେ ମୋଦିଙ୍କ ସାଂଘାତିକ ଅଭିଯୋଗ। ମୋଦିଙ୍କୁ ରାସ୍ତାରୁ ହଟାଇବା ପାଇଁ ଆୟାର ପାକିସ୍ତାନୀଙ୍କୁ ସୁପାରି ଦେଇଥିବା ମୋଦି ଅଭିଯୋଗ କରିଛନ୍ତି। ଏହା ଅବଶ୍ୟ ସତ ନୁହେଁ। ହୁଏତ ଏହା ଏପରି ଏକ ଘଟଣା ଯାହାକୁ ପ୍ରଧାନମନ୍ତ୍ରୀ ବିଶ୍ୱାସ କରୁଛନ୍ତି, କିମ୍ବା ସେ ଜାଣିଶୁଣି ନିର୍ବାଚନୀ ଫାଇଦା ହାସଲ ପାଇଁ ଏପରି ଅଭିଯୋଗ କରୁଛନ୍ତି। ଯଦି ତାହା ହୋଇଥାଏ ତେବେ ଏହା ଅତ୍ୟନ୍ତ ଚିନ୍ତାଜନକ। ଯାହା ଜଣାପଡ଼ୁଛି, ଗଣମାଧ୍ୟମର ସହାୟତା ନେଇ କଂଗ୍ରେସ ବିରୋଧରେ ଭାଜପା ଉପରୋକ୍ତ ପ୍ରସଙ୍ଗ ସବୁ ଉଠାଇଛି ବା ତାକୁ ବଡ଼ କରିତୋଳିଛି। ଏହା ଭୟ ଓ ଆଶଙ୍କାରୁ ଜନ୍ମିଥିବା ଏକ ନକାରାତ୍ମକ ପ୍ରଚାର। ‘ସୁଶାସନ’ ଓ ‘ଅଚ୍ଛେ ଦିନ’ ଭଳି କଥା କହି ଭାଜପା ୨୦୧୪ରେ ଯେଉଁଭଳି ସକାରାତ୍ମକ ପ୍ରଚାର କରିଥିଲା, ଏବେ ଆଉ ସେପରି କରିବାକୁ ଚାହୁଁନାହିଁ। ଏହା ଦୁର୍ଭାଗ୍ୟଜନକ ହେଲେ ମଧ୍ୟ ଭାରତରେ ରାଜନୀତି କ୍ଷେତ୍ରରେ ଏପରି କରାଯିବା ନୂଆ କଥା ନୁହେଁ। କଂଗ୍ରେସ ମଧ୍ୟ ଭାବିବା ଦରକାର କେଉଁ ଭଳି ପ୍ରସଙ୍ଗକୁ ଆପଣେଇଲେ ତାହା ଗଣମାଧ୍ୟମ ପାଇଁ ରୋଚକ ହେବ। ଏଥର ଗୁଜରାଟ ନିର୍ବାଚନ ସମୟରେ କଂଗ୍ରେସ ଯେଉଁସବୁ ଭୁଲ୍‌ କରିଛି, ଆଗକୁ ସେପରି କରିବା ବା ନ କରିବା ତା’ ନିଜ ଉପରେ ନିର୍ଭର କରେ। ସେପରି କଲେ ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିବା ପରି ହେବ। Email: aakar.patel@gmail.com
All Right Reserved By

ସମ୍ପାଦକୀୟ |

ଇଣ୍ଡୋନେସିଆରେ ସୁନାମି, ଭାରତରେ ଭୟ

ଇଣ୍ଡୋନେସିଆରେ ସୁନାମି, ଭାରତରେ ଭୟ

୨୦୧୮ ଜୁଲାଇ ଓ ଅଗଷ୍ଟ ମାସର ଭୂକମ୍ପ ପରେ ସେପ୍ଟେମ୍ବର ୨୮ ତାରିଖର ଭୂକମ୍ପ ଥିଲା ଇଣ୍ଡୋନେସିଆରେ ଏ ବର୍ଷର ତୃତୀୟ ତଥା ଶକ୍ତିଶାଳୀ। ଇଣ୍ଡୋନେସିଆରେ ଛୋଟ-ବଡ଼ ଭୂକମ୍ପ ସାଧାରଣ କଥା।

ସମ୍ଭ୍ରାନ୍ତ ଠାଣି

ସମ୍ଭ୍ରାନ୍ତ ଠାଣି

ଅକ୍ଟୋବର ୧୩ ଅପରାହ୍ଣ ୪ଟା ୪୫ ମିନିଟ୍‌ରେ ଦିଲ୍ଲୀ ନିକଟସ୍ଥ ଗୁଡ୍‌ଗାଓଁର ଜିଲା କୋର୍ଟ ଭିତରେ ଅତିରିକ୍ତ ଦୌରା ଜଜ୍‌ କ୍ରିଷ୍ଣକାନ୍ତ ଶର୍ମା ଅନ୍ୟ ଜଣେ ବିଚାରପତିଙ୍କ ସହ କଥା ହେଉଥିବା ବେଳେ ତାଙ୍କ ମୋବାଇଲ୍‌ ଫୋନ୍‌କୁ ଏକ କଲ୍‌ ଆସିଲା। ଫୋନ୍‌ କରିଥିବା ବ୍ୟକ୍ତି ଥିଲେ କ୍ରିଷ୍ଣକାନ୍ତଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ମହିପାଲ ସିଂ।

 ବିବାଦରେ ଆକବର

ବିବାଦରେ ଆକବର

ଆକାର ପଟେଲ

ପ୍ରାୟ ୨୫ ବର୍ଷ ତଳେ ମୁଁ କାର୍ଯ୍ୟ ଅନ୍ବେଷଣରେ ସୁରତରୁ ବମ୍ବେ (ସେତେବେଳେ ମୁମ୍ବାଇ ନାଁ ହୋଇ ନ ଥିଲା) ଆସିଲି। ଆମ ପାରିବାରିକ ବ୍ୟବସାୟ ‘ପଲିଷ୍ଟର ପୋଷାକ ତିଆରି’ ଆଉ ଚାଲିଲା ନାହିଁ। ମୁଁ ଟେକ୍ସଟାଇଲ ବିଦ୍ୟାରେ ଡିପ୍ଲୋମା କରିଥିଲି। ବିଦ୍ୟାଳୟ ଶିକ୍ଷା ପରେ ଏହି ଡିପ୍ଲୋମା କରିବାରେ ମୋର ଦୁଇବର୍ଷ ଚାଲିଗଲା। ସୁତରାଂ କୌଣସି ଅଫିସ ଚାକିରି ପାଇଁ ମୋର ଶିକ୍ଷାଗତ ଯୋଗ୍ୟତା ନ ଥିଲା। ଜଣେ ...

ଶ୍ୱେତକେତୁ, ବିଛୁଆତି ଓ ଧାରା-୪୯୭

ଶ୍ୱେତକେତୁ, ବିଛୁଆତି ଓ ଧାରା-୪୯୭

ପ୍ରକାଶ ତ୍ରିପାଠୀ

ଶୁଣିଥିବା ଏକ ପୌରାଣିକ କଥାବସ୍ତୁରୁ ଆଲେଖ୍ୟଟିକୁ ଆରମ୍ଭ କରୁଛୁ। ଋଷି ଉଦ୍ଦାଳକ ଓ ତାଙ୍କ ପୁତ୍ର ଶ୍ୱେତକେତୁ ନିଜ ଆଶ୍ରମ ସନ୍ନିକଟରେ ବସି କୌଣସି ଏକ କାର୍ଯ୍ୟ ସମ୍ପାଦନ କରୁଥିଲେ। ଆଶ୍ରମରେ ସେତେବେଳେ ଉଦ୍ଦାଳକଙ୍କ ପତ୍ନୀ ଏକୁଟିଆ ଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଆଶ୍ରମ ଭିତରକୁ ପ୍ରବେଶ କରି ଉଦ୍ଦାଳକଙ୍କ ପତ୍ନୀଙ୍କୁ ଧରି ପଳାୟନ କଲେ। ଉଭୟ ପିତା ଓ ପୁତ୍ରଙ୍କ ଆଖି ସାମ୍ନାରେ ଘଟଣାଟି ...

ମୁଖ୍ୟ ଅର୍ଥନୀତିଜ୍ଞ

ମୁଖ୍ୟ ଅର୍ଥନୀତିଜ୍ଞ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ବିଶ୍ୱର ୧୮୯ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ବୃଦ୍ଧି, ବାଣିଜ୍ୟକୁ ସୁଗମ କରିବା, ଉଚ୍ଚ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିଶ୍ୱରୁ ଦାରିଦ୍ର୍ୟ ହ୍ରାସ ଦିଗରେ କାର୍ଯ୍ୟ କରିବା ହେଉଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ମୁଖ୍ୟ ଉଦ୍ଦେଶ୍ୟ। ୧୯୪୫ରେ ଗଠିତ ଏହି ବିଶ୍ୱ ସଂସ୍ଥାର ମୁଖ୍ୟାଳୟ ଆମେରିକା ରାଜଧାନୀ ଓ୍ବାଶିଂଟନ ଡି.ସି.ରେ ଅବସ୍ଥିତ। ଅନ୍ତର୍ଜାତୀୟ ସ୍ତରରେ ...

ଏଇ ଭାରତରେ

ଏଇ ଭାରତରେ

କେତେକ ବ୍ୟକ୍ତି ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇଥିଲେ ବି ସେମାନଙ୍କ ମନକୁ ଅହଂକାର ଛୁଇଁ ନ ଥାଏ। ସେମାନେ ସମାଜ ପାଇଁ କିଛି ନୂଆ ବାର୍ତ୍ତା ଦେବାକୁ ପ୍ରୟାସ କରିଥାଆନ୍ତି। ଏପରି ଏକ ଘଟଣାକ୍ରମରେ ମହାରାଷ୍ଟ୍ର ନାସିକ ଅଞ୍ଚଳର ଡାକ୍ତର ଦୁଇଭାଇ ଆସନ୍ତା ମାସରେ ଶ୍ରୀନଗରରୁ କନ୍ୟାକୁମାରୀ ଯାତ୍ରା କରି ‘ସୁସ୍ଥ ଜୀବନଶୈଳୀ’ର ବାର୍ତ୍ତା ପ୍ରଚାର କରିବେ। ସେମାନେ ହେଉଛନ୍ତି ଡା. ମହେନ୍ଦ୍ର ମହାଜନ ...

ସୁରକ୍ଷା ରଣନୀତି

ସୁରକ୍ଷା ରଣନୀତି


ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଜାତୀୟ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ଚେଷ୍ଟା କରିଛନ୍ତି। ଗତ କିଛିମାସ ଭିତରେ ସରକାର ପ୍ରତିରକ୍ଷା ଯୋଜନା କମିଟି (ଡିପିସି) ଗଠନ କରିଛନ୍ତି, ଜାତୀୟ ସୁରକ୍ଷା କାଉନ୍‌ସିଲ ସେକ୍ରେଟାରିଏଟ୍‌ ପାଇଁ ବଜେଟ୍‌ ବୃଦ୍ଧି କରିଛନ୍ତି ଏବଂ ଜାତୀୟ ସୁରକ୍ଷା ପରିଷଦକୁ ସହାୟତା କରିବା ପାଇଁ ଷ୍ଟ୍ରାଟେଜିକ୍‌ ପଲିସି ଗ୍ରୁପ୍‌ (ଏସ୍‌ପିଜି)ର ପୁନର୍ଗଠନ କ...

ସର୍ବୋଚ୍ଚ ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ସର୍ବୋଚ୍ଚ ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ମନ-ମାନଚିତ୍ର/ ଡ. ନରହରି ବେହେରା

ଆମ ଦେଶରେ ସର୍ବୋଚ୍ଚ ନ୍ୟାୟାଳୟର ସ୍ଥାନ କୌଣସି ପବିତ୍ର ଦେବାଳୟଠାରୁ କମ୍‌ ନୁହେଁ। ଯେକୌଣସି ବିବଦମାନ ବିଷୟରେ ନ୍ୟାୟାଳୟର ନିର୍ଣ୍ଣାୟକ ମନ୍ତବ୍ୟକୁ ଉକତ୍ଣ୍ଠାର ସହିତ ଅପେକ୍ଷା କରିଥାନ୍ତି ଜନସାଧାରଣ। ଏବେ ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ କେତୋଟି ରାୟ ଶୁଣାଇଛନ୍ତି, ସେଗୁଡ଼ିକ ରାଜନୀତିକ, ସାମାଜିକ ଏବଂ ପାରମ୍ପରିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହି ରାୟ ଉପରେ ବିତର୍କ ହେବା ସ୍ବାଭାବିକ।...

ସରଳତାର ସଂଜ୍ଞା

ସରଳତାର ସଂଜ୍ଞା

ସୁଧିରାଜ ରାଉତ

ବନ୍ଧୁ ଆଉ ମୁଁ ଫେରୁଥାଉ ମାଲକାନଗିରିରୁ। ସର୍ପିଳ ରାସ୍ତା, ଅଙ୍କାବଙ୍କା ନଈ, ଶାଳ, ପିଆଶାଳର ମାଇଲ ମାଇଲ ସାମ୍ରାଜ୍ୟ। ବନ୍ଧୁ କହିଲେ- ଏହି ଘଞ୍ଚ ବନାନୀ, ଦୁର୍ଗମ ପାହାଡ଼ ଓ ଆଦିବାସୀଙ୍କ ସରଳତାର ସୁଯୋଗ ନେଇ କିଛି ଧୂର୍ତ୍ତ ସେମାନଙ୍କୁ ଧରାଇ ଦେଇଛନ୍ତି ବନ୍ଧୁକ, ସଜାଇ ଦେଇଛନ୍ତି ମାଓବାଦୀ। ମୁଁ ଝରକା ଆଉ ଝରଣା ଆଡୁ ମୁହଁ ଫେରାଇ ବନ୍ଧୁଙ୍କୁ କହିଲି- ସରଳତା ଶବ୍ଦଟିକୁ ଆମେ ଯତ୍ରତତ୍ର ବ୍ୟବହାର କରୁଛୁ। ଆଦିବାସୀଙ୍କ ଶିକ୍ଷାର ଅଭାବ, ଅଜ୍ଞାନତା, ମାନସିକ ଅନଗ୍ରସରତାର ସୁଯୋଗ ନେଉଛନ୍ତି ଅନ୍ୟମାନେ। ଅଜ୍ଞାନତା କ’ଣ ସରଳତା? ଜଣେ ମାଓ କିଏ ଚିହ୍ନିନାହିଁ, ଅଥଚ ମାଓବାଦୀ ହୋଇଯାଉଛି- ଏହା ଅଜ୍ଞାନତା, ମୋଟେ ସ...

ଏଇ ଭାରତରେ

ଏଇ ଭାରତରେ

କୋଲକାତା ଦୁର୍ଗାପୂଜାର ପ୍ରସିଦ୍ଧି ବିଷୟରେ ସମସ୍ତେ ଅବଗତ। କିନ୍ତୁ ଉତ୍ତର କୋଲକାତାରେ ରାସ୍ତାକଡର ପିଲାଙ୍କ ଦ୍ୱାରା ନୂଆକରି ଏକ ଦୁର୍ଗାପୂଜା ଆରମ୍ଭ ହୋଇଛି। ଏହାକୁ ‘ଫୁଟ୍‌ପାଥ୍‌ ଦୁର୍ଗାପୂଜା’ କୁହାଯାଉଛି। ରାସ୍ତାକଡ ଝୁମ୍ପୁଡ଼ିରେ ବାସ କରୁଥିବା ପିଲାମାନେ ପ୍ରତିବର୍ଷ ଜନଗହଳିପୂର୍ଣ୍ଣ ଦୁର୍ଗାପୂଜା ଦେଖିବାକୁ ଯାଆନ୍ତି। କିନ୍ତୁ କେବେ ମା’ ଦୁର୍ଗାଙ୍କୁ ପୂଜା କରିବାର ଅବସର ପାଇ ନ ଥିଲେ। ଅପରିଚ୍ଛନ୍ନ ପୋଷା ...

 ଆଜିର ଅର୍ଥନୀତି/ ଜନସ୍ବାର୍ଥବିରୋଧୀ

ଆଜିର ଅର୍ଥନୀତି/ ଜନସ୍ବାର୍ଥବିରୋଧୀ

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଏଟିଏମ୍‌ରୁ ଦୈନିକ ଉଠାଣ ସୀମା ୪୦,୦୦୦ ଟଙ୍କାରୁ ୨୦,୦୦୦ ଟଙ୍କାକୁ ହ୍ରାସ କରିଛନ୍ତି। ଭାରତୀୟ ବ୍ୟାଙ୍କିଙ୍ଗ୍‌ କୋଡ୍‌ ଓ ମାନକ ପରିଷଦ (ବିସିଏସ୍‌ବିଆଇ)ର ନିୟମ ଅନୁସାରେ ବ୍ୟାଙ୍କର କୌଣସି ବି ସର୍ତ୍ତାବଳିରେ ପରିବର୍ତ୍ତନ କରାଯିବାର ଅନ୍ତତଃ ୩୦ ଦିନ ପୂର୍ବରୁ ଗ୍ରାହକମାନଙ୍କୁ ବିଜ୍ଞପ୍ତି ଜରିଆରେ ଅବଗତ କରାଇବା ଦରକାର। ତେଣୁ ଉକ୍ତ ହ୍ରାସପ୍ରାପ୍ତ ଉଠାଣ ସୀମା ଅକ୍ଟୋବର ୩୧ରୁ କାର୍ଯ୍ୟକାରୀ ହେବ। ନୂଆ ନିୟମ କାର୍ଯ୍ୟକାରୀ ହେବା ପୂର୍ବରୁ ବ୍ୟାଙ୍କ ତା’ର ଶାଖାଗୁଡ଼ିକୁ ଏ ବାବଦରେ ନୋଟି...

ଭ୍ରଷ୍ଟାଚାରକୁ ପ୍ରୋତ୍ସାହନ

ଭ୍ରଷ୍ଟାଚାରକୁ ପ୍ରୋତ୍ସାହନ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ 

ଗତ ତା୨୭ା୯ା୨୦୧୮ରିଖର ଏକ ଐତିହାସିକ ସିଦ୍ଧାନ୍ତରେ ସର୍ବୋଚ୍ଚ ନ୍ୟାୟାଳୟ ଦାମ୍ପତ୍ୟ ଜୀବନରେ ପରକୀୟା ପ୍ରୀତିଙ୍କୁ ଆଇନସିଦ୍ଧ ଘୋଷଣା କରିଛନ୍ତି। ଫଳରେ ସମାଜ ଜୀବନରେ ଅଭୂତପୂର୍ବ ନୈତିକ ବିଶୃଙ୍ଖଳା ଘଟିବାର ଆଶଙ୍କା ସୃଷ୍ଟି ହୋଇଛି। ଏହାଦ୍ୱାରା କାଳେ ଦେଶର ନାରୀ ସମାଜ ସ୍ବାମୀ ଏବଂ ସଂସାରର ପରାଧୀନତା ଶୃଙ୍ଖଳରୁ ମୁକ୍ତ ହୋଇ ପରପୁରୁଷ ସହିତ ଅବାଧ ଯୌନ ଉପଭୋଗର ଆନନ୍ଦ ନେଇ ପାରିବେ- ଯଦିଓ ଭାରତୀୟ ନାରୀମାନେ କେବେ ବି ସ୍ବାମୀ ଏବଂ ସଂସାରର ସ୍ନେହପ୍ରୀତି ଏବଂ ନୈତିକତାର ବନ୍ଧନକୁ ପରାଧୀନତା ମନେକରିବା ଶୁଣାଯାଇ ନାହିଁ। ସମାଜ ଜୀବନକୁ ଶୃଙ୍ଖଳିତ କରିବା ପାଇଁ କେଉଁ ଆବହମାନ କାଳରୁ ଆରମ୍ଭ ହୋଇଛି ନରନାରୀଙ୍କ ମଧ୍ୟ...