ସମ୍ପାଦକୀୟ |

ସୌଦି ବସନ୍ତ

ସୌଦି ବସନ୍ତ
ପ୍ରକାଶ ତ୍ରିପାଠୀ ”ମୋତେ ଡରଲାଗୁଛି ଯେ ମୁଁ ଦିନେ ମରିଯିବି ଓ ତା’ ପୂର୍ବରୁ ମୁଁ ଯୋଜନା କରିଥିବା କାମଗୁଡିକ ସମ୍ପୂର୍ଣ୍ଣ କରିପାରିବିନି। ମୋ ଜୀବଦ୍ଦଶାରେ ଏହିସବୁ କାମ ଶେଷକରି ଏହାର ସୁଫଳ ନିଜ ଆଖିରେ ଦେଖିବାକୁ ଚାହେଁ।“ ସୌଦି ଆରବର ରାଜକୁମାର ତଥା ଭାବୀ ସମ୍ରାଟ୍‌ ୩୨ ବର୍ଷୀୟ ମହମ୍ମଦ ବିନ୍‌ ସଲମାନ୍‌ (ଏମ୍‌.ବି.ଏସ୍‌.)ଙ୍କର ଏହି ଉକ୍ତି ପ୍ରମାଣ ଦିଏ ଯେ ସୌଦି ଆରବର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେ କେତେ ଚିନ୍ତିତ। ଦେଶର ଅର୍ଥନୀତିଠାରୁ ଆରମ୍ଭକରି ସାମାଜିକ ବ୍ୟବସ୍ଥା, ପ୍ରଶାସନଠାରୁ ଧର୍ମୀୟ ଆଚରଣ, ସବୁ କ୍ଷେତ୍ରରେ ସେ ଆରମ୍ଭ କରିଛନ୍ତି ସଂସ୍କାର। ଆଗାମୀ ଦିନରେ ନିଜ ଦେଶକୁ ଏକ ପରିବର୍ତ୍ତିତ ରୂପରେ ଉପସ୍ଥାପିତ କରିବାକୁ ଚାହାନ୍ତି ଏମ୍‌.ବି.ଏସ୍‌. ଯେଉଁଥିରେ କି ରକ୍ଷଣଶୀଳତା, ଧର୍ମୀୟ ଅସହିଷ୍ଣୁତା, ଉଗ୍ର ଲିଙ୍ଗଭେଦ ତଥା ଦୁର୍ନୀତିର ଲେଶମାତ୍ର ସ୍ପର୍ଶ ନ ଥିବ। ଚଳିତ ଦଶକର ପ୍ରଥମ ଭାଗରେ ପଶ୍ଚିମ ଏସିଆର ଅନେକ ଦେଶରେ ସେଠାକାର ଶାସନ ବ୍ୟବସ୍ଥା ବିରୋଧରେ ଗଣବିପ୍ଳବ ସୃଷ୍ଟି ହୋଇଥିଲା। ଟ୍ୟୁନିସିଆର ଏକ ଛୋଟ ସହରର ଏକ ଘଟଣାରୁ ପ୍ରଥମେ ଲୋକଙ୍କ ପୁଞ୍ଜୀଭୂତ କ୍ରୋଧ ସେଠାକାର ସରକାରଙ୍କ ବିରୋଧରେ ସୃଷ୍ଟିହୋଇ ସୋସିଆଲ ମିଡିଆ ମାଧ୍ୟମରେ ସାରା ଦେଶକୁ ବ୍ୟାପିଥିଲା। ଫଳରେ ସେଠାକାର ସରକାର ଗାଦିଚ୍ୟୁତ ହେଲେ। ଟ୍ୟୁନିସିଆରୁ ଏହି ଗଣବିପ୍ଳବ ଚିନ୍ତାଧାରା ପରେ ଲିବ୍ୟା, ଇଜିପ୍ଟ, ୟେମେନ୍‌, ସିରିଆ, ବାହାରିନ୍‌, ଆଲଜେରିଆ, ଲେବାନନ୍‌ ଆଦି ଆରବୀୟ ରାଷ୍ଟ୍ରକୁ ସଂକ୍ରମିତ ହୋଇଥିଲା। ଅନ୍ତର୍ଜାତୀୟ ସମୁଦାୟରେ ସେତେବେଳେ ଏହାକୁ ‘ଆରବ ବସନ୍ତ’ ଭାବେ ବର୍ଣ୍ଣନା କରାଗଲା। କେବଳ ଟ୍ୟୁନିସିଆ ଓ ଇଜିପ୍ଟକୁ ବାଦ୍‌ଦେଲେ ଏହି ଗଣବିପ୍ଳବ ସେଠାକାର ସ୍ବେଚ୍ଛାଚାରୀ ସରକାର ଉପରେ କୌଣସି ପ୍ରଭାବ ପକାଇ ପାରି ନ ଥିଲା। ସମ୍ପ୍ରତି ଯୁବରାଜଙ୍କ ଦ୍ୱାରା ସୌଦିିରେ ଆରମ୍ଭ ହୋଇଥିବା ସଂସ୍କାର ଅଭିଯାନକୁ ବିଦେଶୀ ଗଣମାଧ୍ୟମଗୁଡିକ ‘ସୌଦି ବସନ୍ତ’ ଆଖ୍ୟା ଦେଲେଣି। ଏ ପ୍ରସଙ୍ଗରେ ଯୁବରାଜ ଏମ୍‌.ବି.ଏସ୍‌.ଙ୍କର କେତୋଟି ଉଲ୍ଲେଖନୀୟ ପଦକ୍ଷେପ ଏଠାରେ ଆଲୋଚନା କରୁଛୁ। ରାଜଧାନୀ ରିୟାଦଠାରେ ଗତ ଅକ୍ଟୋବର ୨୪ରୁ ୨୬ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା ଫ୍ୟୁଚର ଇନ୍‌ଭେଷ୍ଟମେଣ୍ଟ ଇନିସିଏଟିଭ ସମ୍ମିଳନୀ, ଯେଉଁଥିରେ କି ୮୮ଟି ରାଷ୍ଟ୍ରର ୩୦୦୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ଯୋଗ ଦେଇଥିଲେ। ମୁକ୍ତ ତଥା ଉଦାରବାଦୀ ଅର୍ଥନୀତି ଗ୍ରହଣ କରିବାରେ ସୌଦିି ଆରବ ପାଇଁ ଏହା ଏକ ବଳିଷ୍ଠ ମୂଳଦୁଆ। ବିଦେଶୀ ରାଷ୍ଟ୍ରଗୁଡିକୁ ପୁଞ୍ଜିନିବେଶ କରିବାକୁ ଆମନ୍ତ୍ରଣ କରିବା ପାଇଁ ଏମ୍‌.ବି.ଏସ୍‌.ଙ୍କର ଏହା ଥିଲା ଏକ ସଫଳ ପ୍ର୍ରୟାସ। ସମ୍ମିଳନୀ ସରିବାର ମାତ୍ର ଦିନକ ପରେ ଉକ୍ତ ହୋଟେଲକୁ ଏକ ଐତିହାସିକ ଜେଲର ରୂପରେଖ ଦେଇଥିଲେ ଯୁବରାଜ ଏମ୍‌.ବି.ଏସ୍‌. ଓ ଏହି ଜେଲରେ ପ୍ରାୟ ଦୁଇଶହ ଦୁର୍ନୀତିଗ୍ରସ୍ତ ଉଚ୍ଚ ପଦାଧିକାରୀ ଓ ବ୍ୟବସାୟିକ ଗୋଷ୍ଠୀର ମୁଖ୍ୟମାନଙ୍କୁ ଗିରଫ କରାଯାଇ ରଖାଯାଇଥିଲା। ଏହି ଦୁର୍ନୀତିଗ୍ରସ୍ତ କ୍ଷମତାଧାରୀଙ୍କ ମଧ୍ୟରେ ତାଙ୍କ ନିଜ ରାଜପରିବାରର ଅନେକ କ୍ଷମତାଶାଳୀ ସଦସ୍ୟ ଥିଲେ। ସୌଦିଆରବର ଭାବୀ ସମ୍ରାଟ୍‌ କ୍ଷମତାକୁ ସମ୍ପୂର୍ଣ୍ଣଭାବେ ଆସିବା ପୂର୍ବରୁ ଯେଉଁ ୪ଟି ପ୍ରସଙ୍ଗକୁ ଗୁରୁତ୍ୱ ଦେଉଛନ୍ତି, ତାହା ହେଉଛି ଉଦାର ଅର୍ଥନୀତି, ଦୁର୍ନୀତି ଓ ଭ୍ରଷ୍ଟାଚାରର ମୂଳୋତ୍ପାଟନ, ମହିଳାଙ୍କୁ ସ୍ବତନ୍ତ୍ରତା ଓ ସବୁ ଧର୍ମକୁ ସମ୍ମାନ। ମାତ୍ର ଦୁଇବର୍ଷ ମଧ୍ୟରେ ଦୁର୍ନୀତି ନିରୋଧୀ ଟିମ୍‌ ପକ୍ଷରୁ ୨୦୦ରୁ ଅଧିକ ଉଚ୍ଚ ପଦାଧିକାରୀ ତଥା ବ୍ୟବସାୟିକ ସଂସ୍ଥାର ମାଲିକଙ୍କ ତାଲିକା ପ୍ରସ୍ତୁତ ହୋଇଛି ଓ ସେମାନଙ୍କୁ ତୁରନ୍ତ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ମାତ୍ର ୧ ଭାଗ ଲୋକ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ପରେ ସେମାନଙ୍କୁ ଛାଡି ଦିଆଯାଇଛିା। ଅଳ୍ପ କିଛିଦିନ ମଧ୍ୟରେ ଫାଷ୍ଟଟ୍ରାକ୍‌ କୋର୍ଟ ଦ୍ୱାରା ଏହି ଦୁର୍ନୀତିର ବିଚାର କରାଯାଇ ଅବଶିଷ୍ଟ ୯୫ ଭାଗ ଅଭିଯୁକ୍ତଙ୍କଠାରୁ ପ୍ରାୟ ୧୦୦ ବିଲିଅନ ଡଲାର ଅର୍ଥ ରାଜକୋଷକୁ ଫେରାଇ ଅଣାଯାଇପାରିଲା। ଏହି ୯୫ ଭାଗ ଅଭିଯୁକ୍ତଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଏମ୍‌.ବି.ଏସ୍‌.ଙ୍କ ନିଜ ରାଜପରିବାରର ସଦସ୍ୟ। ପ୍ରକାଶଯୋଗ୍ୟ ଯେ, ସୌଦି ଆରବର ଦୁର୍ନୀତି ନିବାରଣ ସଂସ୍ଥାର ମୁଖ୍ୟ ହେଉଛନ୍ତି ସେ ଦେଶର ପବ୍ଲିକ ପ୍ରସିକ୍ୟୁଟର, ଯିଏ କି ସମ୍ରାଟଙ୍କ ଦ୍ୱାରା ନିଯୁକ୍ତ ହୋଇଥିଲେ ହେଁ ସ୍ବାଧୀନ ଭାବେ କାର୍ଯ୍ୟ କରିଥାନ୍ତି। କୌଣସି ପରିସ୍ଥିତିରେ ତାଙ୍କ କାର୍ଯ୍ୟରେ କେହି ବି ହସ୍ତକ୍ଷେପ କରନ୍ତି ନାହିଁ। ସୌଦି ଆରବ ଏଭଳି ଏକ ରାଷ୍ଟ୍ର ଯେଉଁଠାରେ ମହିଳାମାନଙ୍କୁ ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବେ ବିବେଚନା କରାଯାଏ। ସେମାନଙ୍କୁ ଗାଡି ଚଳାଇବାକୁ ଅନୁମତି ମିଳି ନ ଥାଏ। ସର୍ବସାଧାରଣ ସ୍ଥାନରେ ଏକୁଟିଆ ଆତଯାତ ପାଇଁ ବାରଣ କରାଯାଇଥାଏ। ସବୁବେଳେ ବୁର୍ଖା ପିନ୍ଧିବାକୁ ବାଧ୍ୟ କରାଯିବା ଭଳି ଅନେକ ସାମାଜିକ କଟକଣା ସେମାନଙ୍କ ପାଇଁ ରହିଛି। ଏକ ରକ୍ଷଣଶୀଳ ତଥା ମଧ୍ୟଯୁଗୀୟ ପରମ୍ପରାରେ ବିଶ୍ୱାସ ରଖୁଥିବା ଦେଶରେ ମହିଳାଙ୍କୁ ସ୍ବାଧୀନତା ତଥା ସ୍ବତନ୍ତ୍ରତା ପ୍ରଦାନ ପାଇଁ ଅଣ୍ଟା ଭିଡିଛନ୍ତି ଯୁବରାଜ ଏମ୍‌.ବି.ଏସ୍‌.। ମହିଳାଙ୍କୁ ସ୍ବାଧୀନତା ଦିଆଯିବା ସମ୍ପର୍କରେ ଏମ୍‌.ବି.ଏସ୍‌.ଙ୍କ ଘୋଷଣା ଦେଶରେ ବିତର୍କର ସୂତ୍ରପାତ କରିଛି। ତେବେ ଯୁବରାଜ ସ୍ପଷ୍ଟ ଭାବେ କହିଛନ୍ତି ଯେ, ସେ ଇସ୍‌ଲାମର ନୂଆ ବ୍ୟାଖ୍ୟା କରୁନାହାନ୍ତି। ୧୯୭୯ ପୂର୍ବର ତଥା ପୈଗମ୍ବର ମହମ୍ମଦଙ୍କ ସମୟର ଇସ୍‌ଲାମ ତତ୍ତ୍ୱ ତଥା ରୀତିନୀତିକୁ ସେ କେବଳ ପୁନଃସ୍ଥାପନ କରୁଛନ୍ତି। ସେ ସମୟରେ ମହିଳାମାନଙ୍କର ସ୍ବାଧୀନତା ଥିଲା ତଥା ଅନ୍ୟ ଧର୍ମ ପ୍ରତି ଉଚିତ ସମ୍ମାନ ପ୍ରଦର୍ଶନ କରାଯାଉଥିଲା। ଆଗାମୀ ଦିନରେ ସବୁ ଧର୍ମର ଲୋକଙ୍କୁ ଉଚିତ ସମ୍ମାନ ପ୍ରଦର୍ଶନ ସହ ମହିଳାମାନଙ୍କୁ ସବୁ ସୁବିଧା ସୌଦିି ଆରବ ପ୍ରଦାନ କରିବ। ଯୁବରାଜ ଏମ୍‌.ବି.ଏସ୍‌.ଙ୍କର ଏକ ସ୍ବପ୍ନ ହେଉଛି ୫୦୦ ବିଲିୟନ ଡଲାର ବ୍ୟୟରେ ଏକ ଅତ୍ୟାଧୁନିକ ସହର ନିଓମର ପ୍ରତିଷ୍ଠା। ୧୦,୨୩୦ ବର୍ଗମାଇଲ ପରିମିତ ଅଞ୍ଚଳରେ ପ୍ରତିଷ୍ଠିତ ହେବାକୁ ଥିବା ଏହି ସହର ସମ୍ପୂର୍ଣ୍ଣ ରୂପେ ରୋବଟ୍‌ ଦ୍ୱାରା ପରିଚାଳିତ ହେବ ଓ ଏହାର ଅୟମାରମ୍ଭ ହୋଇଛି ସୋଫିଆ ନାମ୍ନୀ ରୋବଟ୍‌ଠାରୁ। ଧର୍ମୀୟ ଅସହିଷ୍ଣୁତାର ବିଲୋପ, ଆତଙ୍କବାଦର ମୂଳୋତ୍ପାଟନ, ୫୦୦୦ ରାଜପରିବାର ସଦସ୍ୟଙ୍କ ସ୍ବେଚ୍ଛାଚାରିତା ଉପରେ ଲଗାମ, ପୁରୁଷଙ୍କ ଭଳି ମହିଳାମାନଙ୍କୁ ସମାନ ଅଧିକାର ଓ ଦେଶର ଫସିଲ ଫୁଏଲ ଇଣ୍ଡଷ୍ଟ୍ରିଗୁଡିକର ଆର୍ଥିକ କ୍ଷମତା ହ୍ରାସ ହେଉଛି ଯୁବରାଜଙ୍କ ନୂତନ ସୌଦିି ଆରବର ମୁଖ୍ୟ ରୂପରେଖ। ଯୁବରାଜଙ୍କ ଏଭଳି ଆଭିମୁଖ୍ୟକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ବିଶ୍ୱର ପ୍ରାୟ ସମସ୍ତ ବିକାଶଶୀଳ ରାଷ୍ଟ୍ର ପ୍ରଶଂସା କରିବା ସହ ସହଯୋଗର ପ୍ରତିଶ୍ରୁତି ଦେଇସାରିଲେଣି। ଅନେକେ ଭାବିପାରନ୍ତି ଯେ, ସୌଦି ଆରବ ଭଳି ଏକ ଇସ୍‌ଲାମିକ ରକ୍ଷଣଶୀଳ ରାଷ୍ଟ୍ରରେ ଏପରି ପରିବର୍ତ୍ତନ ଅସମ୍ଭବ। କାରଣ ଅତୀତରେ ଅନେକ ଆରବୀୟ ରାଷ୍ଟ୍ରରେ ବସନ୍ତ ପବନ ବହିବା ପୂର୍ବରୁ ଉଭାନ ହୋଇଯାଇଥିଲା। କିନ୍ତୁ ସେତେବେଳେ ସେହି ରଷ୍ଟ୍ରଗୁଡିକରେ ପରିବର୍ତ୍ତନର ଦାବି ତଳସ୍ତରରୁ ଉଠିଥିଲା। ହେଲେ ଏଥର ସୌଦି ଆରବରେ ପରିବର୍ତ୍ତନର ପ୍ରଚେଷ୍ଟା ଉପରସ୍ତରରୁ ଅର୍ଥାତ୍‌ ନିଜେ ଭାବୀ ସମ୍ରାଟ୍‌ ଆରମ୍ଭ କରିଛନ୍ତି। ଭାବୀ ସମ୍ରାଟ୍‌ ଏମ୍‌.ବି.ଏସ୍‌.ଙ୍କ ପ୍ରଚେଷ୍ଟା ସୌଦି ଆରବ ପାଇଁ ସତ ବସନ୍ତ ଆଣିବ ବୋଲି ଆମର ଆଶା। ମୋ-୯୪୩୭୨୩୨୪୬୩, prakas.tripathy09@gmail.com
All Right Reserved By

ସମ୍ପାଦକୀୟ |

ବିରୋଧୀଙ୍କ ପାଇଁ ମଉକା

ବିରୋଧୀଙ୍କ ପାଇଁ ମଉକା

ଆକାର ପଟେଲ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଦ୍ୱିତୀୟ ଦୀର୍ଘତମ ଅବଧି ଲାଗି ଅର୍ଥନୈତିକ ଅଭିବୃଦ୍ଧି ଜାରି ରହିଥିବାରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କିଛି ଲୋକପ୍ରିୟତା ଅର୍ଜନ କରିଛନ୍ତି। ଗତ ତ୍ରିମାସୀରେ ଆମେରିକାର ଅର୍ଥନୀତି ୪ ପ୍ରତିଶତ ହାରରେ ଅଭିବୃଦ୍ଧି କରିଥିଲା। ତେବେ ଆମେ ଭାରତୀୟମାନେ ଏଥିରେ ପ୍ରଭାବିତ ନ ହୋଇପାରୁ। କିନ୍ତୁ ସତକଥା ହେଲା, ଆମେରିକା ଅର୍ଥନୀତିର ଆକାର ହେଉଛି ଭାରତର ୧୦ ଗୁଣ, ଯଦିଚ ଏହାର ଲୋକସଂଖ୍ୟା ଭାରତର ୪ ଭାଗରୁ ଭାଗେ। ଏହାର ଅର୍ଥ ଜଣେ ହାରାହାରି ଆମେରିକୀୟ ଜଣେ ହାରାହା...

ଶୀତଳ ସମ୍ପ୍ରଦାୟ

ଶୀତଳ ସମ୍ପ୍ରଦାୟ

ଚିତ୍ରଚରିତ୍ର/ ନିରଞ୍ଜନ ପାଢ଼ୀ

ଯେଉଁ ସମ୍ପ୍ରଦାୟ ସମ୍ପର୍କରେ କଥାଟି କୁହାଯାଉଛି, ସେମାନଙ୍କ ପାଇଁ ‘ଶୀତଳ’ ଶବ୍ଦଟି ବୋଧହୁଏ ସବୁଠାରୁ ସଂଭ୍ରାନ୍ତ ଓ ମାର୍ଜିତ ବିଶେଷଣ। ଏମାନଙ୍କୁ ଶୀତଳ କୁହାଗଲେ ବି ଏମାନେ ଯେ କେବେ ଉଷ୍ମ ହୁଅନ୍ତି ନାହିଁ, ତାହା ନୁହେଁ। ଏମାନେ ଉଷ୍ମ ହୁଅନ୍ତି, ନିଜ ଭିତରେ ଜଳନ୍ତି ଓ ଅନ୍ୟମାନଙ୍କୁ ଜଳାଇବାର ବି ସାମର୍ଥ୍ୟ ରଖନ୍ତି। ୟେ ଉଷ୍ମତା କେବଳ ସୁରକ୍ଷିତ ଥାଏ ନିଜ ପାଇଁ ଓ ନିଜର ଯାବତୀୟ ସ୍ବାର୍ଥସାଧନ ଲାଗି। ମାତ୍ର ଆଖପାଖର ଦୁନିଆରେ ଆତଯାତ ହେଉଥିବା ଅନ୍ୟମାନଙ୍କ ପାଇଁ ଯେତେବେଳେ ଲୋଡ଼ାପଡ଼େ ତାତିଲାପଣ, ସେତେବେଳେ ଏମାନଙ୍କ ଉଷ୍ମ ପୌରୁଷ ଅଚାନକ ଛୁଟିରେ ଚାଲିଯାଏ ଓ ବଦଳରେ ପ୍ରତିଭାତ ହୁଏ ଏକ ହିମ ଶୀତଳ ନିର୍ଜୀବ ବ୍ୟକ୍ତିସତ୍ତା। ମନେହୁଏ, ସତେ ଯେମିତି ମଣିଷଟିଏ ନୁହେଁ ନିଥର କାଠ ଗଣ୍ଡିଟାଏ!...

‘ମିଲ୍‌କମ୍ୟାନ୍‌’ର ରୂପକାର

‘ମିଲ୍‌କମ୍ୟାନ୍‌’ର ରୂପକାର

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ମୋ ଚରିତ୍ରଗୁଡ଼ିକ ମୋ ପାଖକୁ ଆସି ଗପ ଲେଖିବାକୁ ମୋତେ କହନ୍ତି। ଯେତେବେଳ ଯାଏ ସେମାନେ ଆସି ନ ଥାନ୍ତି ସେତେବେଳ ପର୍ଯ୍ୟନ୍ତ ମୁଁ କିଛି ଲେଖିପାରେ ନାହିଁ। ’ ୨୦୧୮ ‘ମ୍ୟାନ୍‌ ବୁକର’ ପାଇବା ଲାଗି ଉତ୍ତର ଆୟର୍ଲାଣ୍ଡ ଲେଖିକା ଆନ୍ନା ବନର୍‌ସଙ୍କ ନାମ ଘୋଷଣା ହେବା ପରେ ସାମ୍ବାଦିକଙ୍କୁ ସେ ନିଜ ପ୍ରତିକ୍ରିୟାରେ ଉପରିଲିଖିତ ଉକ୍ତି ବାଢ଼ିଥିଲେ। ମ୍ୟାନ୍‌ ବୁକର ପାଇବାରେ ଆନ୍ନା ହେଉଛନ୍ତି ଉତ୍ତର ଆୟାର୍ଲାଣ୍ଡର ପ୍ରଥମ ଲେଖିକ। ଉପନ୍ୟାସ ‘ମିଲ୍‌କମ୍ୟାନ୍‌’ ପାଇଁ ସେ ଏହି ସମ୍ମାନ ପାଇବାକୁ ଯାଉଥିବାରୁ ତାଙ୍କୁ ବିଶ୍ୱବ୍ୟାପୀ ...

ଏଇ ଭାରତରେ

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ବଳରେ ଅସାଧ୍ୟ ସାଧନ କରିହୁଏ। ପିଲାଦିନରୁ କୌଣସି କାର୍ଯ୍ୟରେ ରୁଚି ଓ ଅଭ୍ୟାସ ରଖିଥିଲେ ଭବିଷ୍ୟତରେ ଏଥିରେ ସଫଳତା ଲାଭ କରିହୁଏ। ପ୍ରଶଂସା ଓ ପୁରସ୍କାର ବି ମିଳେ। ସେହିପରି ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ୧୦ବର୍ଷର ବାଳକ ...

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...

ଚନ୍ଦ୍ରରେ ଚିତ୍ରକର

ଚନ୍ଦ୍ରରେ ଚିତ୍ରକର

ଡ. ତୁଷାରକାନ୍ତି ଦାସ

ଦୁଇ ହାତ ପାପୁଲିରେ ଆଞ୍ଜୁଳାଏ ପାଣିରେ ଜହ୍ନକୁ ସେ ଧରିଛି। ସତେ ବା ସେ ଆଞ୍ଜୁଳାଏ ପାଣିରେ ଜହ୍ନଟା ଚିକ୍‌ମିକ୍‌ କରୁଛି- ଚିତ୍ରକରଟିଏ ଆଞ୍ଜୁଳାଏ ପାଣିରେ ଜହ୍ନର ପ୍ରତିବିମ୍ବକୁ କାନ୍‌ଭାସରେ ଉତାରୁଥିବାବେଳେ କେବେ ବି କ’ଣ ଭାବିଥିବ ଜହ୍ନକୁ ଯାଇ ସେଠାରେ ଜହ୍ନର ଛବି ଆଙ୍କିବ ବୋଲି? ହଁ ଆଜ୍ଞା, ଚିତ୍ରକରର ଏ ଭାବନା ସତ୍ୟ ହେବାକୁ ଯାଉଛି। ଆଉ ଆପଣ କହିପାରିବେନି ‘କବି କଳପନା ସରଗ ସିନା ଲୋ ମନ ଭୁଲାଇବା ପାଇଁ’। କାରଣ ଏ କଳ୍ପନା ବାସ୍ତବରେ ପରିଣତ ହେବାକୁ ଯାଉଛି। ଜାପାନୀ କୋଟିପତି ବ୍ୟବସାୟୀ ୟୁସାକୁ ମେଜାଓ୍ବା ୬ ...

ଏଇ ଭାରତରେ

ଏଇ ଭାରତରେ

ଧର୍ମନିରପେକ୍ଷ ଗଣତନ୍ତ୍ର ଦେଶ ଭାରତ । ଏହାର ପ୍ରତିଟି ପର୍ବପର୍ବାଣିରେ ଦେଖିବାକୁ ମିଳେ ସାମ୍ପ୍ରଦାୟିକ ସଦ୍‌ଭାବନାର ନିଆରା ନମୁନା। ବର୍ତ୍ତମାନ ଦେଶର କୋଣ ଅନୁକୋଣରେ ଦଶହରା ଯାକଜମକରେ ପାଳନ କରାଯାଉଛି। ଏଭଳି ସମୟରେ ସର୍ବଧର୍ମ ସମନ୍ବୟର ବାର୍ତ୍ତାବାହକ ସାଜିଛନ୍ତି ପୂର୍ବୋତ୍ତର ରାଜ୍ୟ ଆସାମରେ ହାସିମ୍‌ ଅଲି। ଡାରାଙ୍ଗ୍‌ ଜିଲାର ଡାଲଗାଓଁ ଅଞ୍ଚଳର ହାସିମ୍‌ ଇସଲାମ ଧର୍ମାବଲମ୍ବୀ...

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

କଟକ ମୁଣ୍ଡଳୀ ନିକଟ ମହାନଦୀରେ ୫ଟି ହାତୀ ଭାସି ଯାଉଥିବା ଖବର ଅକ୍ଟୋବର ୧୫ ସକାଳୁ ବ୍ୟାପିଯିବା ପରେ ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭିଡ଼ ହୋଇଥିଲା। ଏ ବିଷୟରେ ସୂଚନା ପାଇବାରୁ ଆଠଗଡ଼ ଓ ଚନ୍ଦକା ବନଖଣ୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସଙ୍ଗେ ସଙ୍ଗେ ମୁଣ୍ଡଳୀ ବ୍ୟାରେଜ୍‌ର ୪ଟି ଗେଟ୍‌ ବନ୍ଦ କରିଦିଆଯିବାରୁ ଜଳସ୍ରୋତ ହ୍ରାସ ପାଇଥିଲା ଓ ପାଣିରେ ଭାସୁଥିବା ହାତୀ ଉପରକୁ ଉଠି ଆସିଥିଲେ। ...

ପଶୁବଳି : ଏକ ଅମାନବୀୟ ପରମ୍ପରା

ପଶୁବଳି : ଏକ ଅମାନବୀୟ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ ରାଜ୍ୟରେ ପ୍ରମୁଖ ଦେବୀମନ୍ଦିରଗୁଡ଼ିକରେ ଶାରଦୀୟ ପୂଜାର ଏକ ବିଶେଷ ଅଙ୍ଗ ଥିଲା ପଶୁବଳିପ୍ରଥା। ପ୍ରତିବର୍ଷ ଦଶହରା ବେଳେ ଏସବୁ ଶକ୍ତିପୀଠରେ ଲକ୍ଷ ଲକ୍ଷ ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଥିଲା ଅତି ବୀଭତ୍ସ ଭାବରେ। ଏଭଳି ଏକ ଅମାନବୀୟ ପରମ୍ପରା ଉପରେ ନ୍ୟାୟାଳୟର ପ୍ରତିବନ୍ଧକ ଲାଗିବା ପରେ ଅଧିକାଂଶ ଦେବୀ ପୀଠରେ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ପଶୁବଳି। ଅନ୍ୟ କେତେକ ସ୍ଥାନରେ ଏହା ଲୁଚାଛପାରେ ଚାଲିଛି ପରମ୍ପରା ଦାୟରେ। କାରଣ ସଭ୍ୟତା ଯେତେ ଆଗକୁ ଗଲେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନି ...

ଆସ ମା’ ଦୁର୍ଗେ

ଆସ ମା’ ଦୁର୍ଗେ

ଡ. ଭାଗ୍ୟଲିପି ମଲ୍ଲ

କାଶତଣ୍ଡୀର ଶୁଭ୍ର ମେଳଣରେ ଏବେ ସୃଜନର ମୂର୍ଚ୍ଛନା। ପତଳା କୁହୁଡ଼ିଆ ଆକାଶରେ ଜହ୍ନ ପିନ୍ଧିଛି ଧଳାବଉଦର ମାଳ। ଅଧା ଛାଇ ଅଧା ଆଲୁଅର ଖେଳରେ ଆସକ୍ତ ଧରିତ୍ରୀର ଛାତି। ଆକାଶ ଦେଖୁଛି ମୁହଁ ମାଟିଦର୍ପଣରେ। ଠିକ୍‌ ଏଇ ସମୟରେ ଧରାବତରଣ କରୁଛନ୍ତି ମା’ ଦୁର୍ଗା, ଦୁର୍ଗତିନାଶିନୀ। ତାଙ୍କ ଆଗମନର ଆବାହନୀରେ ଭୂମିରୁ ଆକାଶ, ସବୁଠି ଶୁଭ୍ରତାର ସମାରୋହ। ସକଳ ସୃଷ୍ଟିରେ ଶରତର ମଧୁର ଆଶ୍ଳେଷ। ସେହି ଆଶ୍ଳେଷରେ ସମାହିତ ଶକ୍ତି ଏକ ଦିବ୍ୟ ଅନୁଭବ। ସେ ଶକ୍ତି ଜନ୍ମ ଓ ମୃତ୍ୟୁ, ଯନ୍ତ୍ରଣା ଓ ଆନନ୍ଦର କାରଣ। ତା’ ବିନା କିଛି ସମ୍ଭବ ନୁହେଁ। ତେଣୁ କୁହାଯାଏ ସେ ଜନ୍ମ ଓ ମୃତ୍ୟୁର ଊର୍ଦ୍ଧ୍ୱସ୍ଥ ଏକ ଦିବ୍ୟ ସତ୍ତା। ସକଳ ଚେତନାର ଉତ୍ସ। ଆମେ ଆଜି ସେଇ ଉତ୍ସକୁ ଆହ୍ବାନ କରୁଛୁ। ...

ଏଇ ଭାରତରେ

ଏଇ ଭାରତରେ

ଅନ୍ନଚିନ୍ତା ଚମତ୍କାରା। କ୍ଷୁଧା ଓ ଦାରିଦ୍ର୍ୟରେ ପେଷି ହେଉଥିବା ବ୍ୟକ୍ତି ହିତାହିତ ଜ୍ଞାନ ହରାଇବସେ। କ୍ଷୁଧା ପ୍ରପୀଡ଼ିତ ମା’ ପାଖରେ ସ୍ନେହମମତାର ମୂଲ୍ୟ କିଛି ନାହିଁ। ପିଲାଙ୍କ ଭୋକିଲା ପେଟକୁ ଆହାର ଯୋଗାଇପାରୁ ନ ଥିବା ମା’ ସେମାନଙ୍କ ଦୁଃଖକଷ୍ଟ ସହ୍ୟ କରି ନ ପାରି ବିନାଶ କରିଦେବାକୁ ବି ଇଚ୍ଛାକରେ। ଏପରି ଏକ ଦୁଃଖଦ ଘଟଣା ଗୁଜରାଟର ଅହମଦାବାଦଠାରେ ଘଟିଛି। ଗୁଜରାଟର ଭାବନଗର...