Dharitri News
ବାଣିଜ୍ୟ |

ନୂଆ ବର୍ଷରୁ ବଢ଼ିବ କାର୍‌ ଦର

ନୂଆ ବର୍ଷରୁ ବଢ଼ିବ କାର୍‌ ଦର ଭୁବନେଶ୍ୱର,୧୦-୧୨(ବ୍ୟୁରୋ)- ଯେଉଁମାନେ ନୂଆ କାର କ୍ରୟ କରିବା ପାଇଁ ଯୋଜନା କରୁଛନ୍ତି ସେମାନେ ନୂଆ ବର୍ଷ ପୂର୍ବରୁ କିଣିଦେବା ବୋଧ ହୁଏ ଉଚିତ ହେବ। କାରଣ ଉତ୍ପାଦନ ଖର୍ଚ୍ଚ ଏବଂ ଲଜିଷ୍ଟିକ ଚାର୍ଜ ବଢିଥିବାରୁ ଦେଶର ପ୍ରମୁଖ କାର ନିର୍ମାତା ଏବେ ସେମାଙ୍କର ବିଭିନ୍ନ ମଡେଲ ଦର ବଢାଇବାକୁ ପ୍ରସ୍ତୁତ ହେଲେଣି। ଏହି ଦର ବୃଦ୍ଧି ନୂଆ ବର୍ଷରୁ ଲାଗୁ କରିବା ପାଇଁ କେତେକ କମ୍ପାନୀ ଘୋଷଣା କରି ସାରିଲେଣି। ଆଉ କିଛି କମ୍ପାନୀ ଖୁବ୍‌ଶୀଘ୍ର ଏ ନେଇ ସେମାନଙ୍କ ନିଷ୍ପତ୍ତି ଘୋଷଣା କରିବେ ବୋଲି ପ୍ରକାଶ କରିଛନ୍ତି। ଟୟୋଟା କିର୍ଲୋସ୍କାର, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା, ହୋଣ୍ଡା ଭଳି କମ୍ପାନୀ ସେମାନଙ୍କ ଯୋଜନା ସ୍ପଷ୍ଟ କରିସାରିଛନ୍ତି। ଅପରପକ୍ଷରେ ମୂଲ୍ୟ ବୃଦ୍ଧି ନେଇ ମାରୁତି ସୁଜୁକି ମଧ୍ୟ ବିଚାର କରୁଛି ବୋଲି କମ୍ପାନୀର ଜଣେ ଆଞ୍ଚଳିକ ଅଧିକାରୀ କହିଛନ୍ତି। ତାଙ୍କ କହିବା ଅନୁସାରେ ଏ ପର୍ଯ୍ୟନ୍ତ ଏହା ଉପରେ କୌଣସି ସ୍ପଷ୍ଟ ନିଷ୍ପତ୍ତି ହୋଇ ନାହିଁ କି କମ୍ପାନୀ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ। କିନ୍ତୁ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ହୋଇଥିବାରୁ ଖୁବ୍‌ ଶୀଘ୍ର କମ୍ପାନୀ ଏହାର ଦର ବୃଦ୍ଧି ନିଷ୍ପତ୍ତି ଘୋଷଣା କରିପାରେ। କେତେ ପ୍ରତିଶତ ପର୍ଯ୍ୟନ୍ତ ଦର ବୃଦ୍ଧି ହେବ ତାହା ଆଗକୁ ଜଣାପଡିବ ବୋଲି ଅଧିକାରୀଜଣକ ସୂଚନା ଦେଇଛନ୍ତି। ସେହିପରି ହ୍ୟୁଣ୍ଡାଇର ଜଣେ ଅଧିକାରୀଙ୍କ କହିବା ଅନୁସାରେ ଏହାକୁ ନେଇ ବୋଧ ହୁଏ ଆଉ ୨ରୁ ୩ ଦିନ ମଧ୍ୟରେ ବିବୃତି ପ୍ରକାଶ ପାଇପାରେ। ଅନ୍ୟପକ୍ଷରେ ବର୍ତ୍ତମାନ ବର୍ଷ ଶେଷ ହେବାକୁ ଯାଉଥିବାରୁ କମ୍ପାନୀ ପକ୍ଷରୁ ଗ୍ରାହକ ଅନୁକୂଳ ପଦକ୍ଷେପ ଗ୍ରହଣ କରାଯାଉଛି। ଦର ବୃଦ୍ଧି ସମ୍ପର୍କରେ ଯଦି କୌଣସି ନିଷ୍ପତ୍ତି ହୁଏ ତେବେ ତାହା ଖୁବ୍‌ ଶୀଘ୍ର ଜଣାପଡିବ ବୋଲି ସେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ନିକଟରେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁସାରେ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରାର ସଭାପତି(ଅଟୋମୋବାଇଲ୍‌) ରାଜନ ଓ୍ବାଧେର କହିଛନ୍ତି ଯେ, ଉତ୍ପାଦନ ଖର୍ଚ୍ଚକୁ ଗୋଟିଏ ସୀମା ପର୍ଯ୍ୟନ୍ତ ସହ୍ୟ କରି ହେବ। ଏହାଠାରୁ ଅଧିକ ହେଲେ ଦର ବୃଦ୍ଧି କରିବାକୁ ପଡିବ। ସେହିପରି ଟୟୋଟା କିର୍ଲୋସ୍କାରର ଜଣେ ମୁଖପାତ୍ର କହିଛନ୍ତି, ଉତ୍ପାଦନ ଓ ମାଲ ପରିବହନ ଖର୍ଚ୍ଚ ମହଙ୍ଗା ହେବା କାରଣରୁ ଦରବୃଦ୍ଧି ଯୋଜନା କରାଯାଇଛି। ସୂଚନା ମୁତାବକ ଟୟୋଟା କିର୍ଲୋସ୍କାର ଏହାର ବିଭିନ୍ନ ମଡେଲ୍‌ରେ ୩% ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି କରିପାରେ। ଫଳରେ ମଡେଲ୍‌ଗୁଡିକ ୫ ହଜାରରୁ ୧ଲକ୍ଷ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବ। ସେହିଭଳି ହୋଣ୍ଡା କାର୍‌ସ ଇଣ୍ଡିଆ ୧ରୁ ୨% ଦର ବୃଦ୍ଧି କରିବ ବୋଲି ପ୍ରକାଶ କରିଛି। ଫଳରେ ବିଭିନ୍ନ ମଡେଲ୍‌ ଦରରେ ୨୫୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିବ। ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଏହାର ମଡେଲ୍‌ ଗୁଡିକର ଦର ୭୦୦୦ ରୁ ୩୦୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିପାରେ ବୋଲି ଖବର ପ୍ରକାଶ ପାଇଛି। ଇସୁଜୁ ମୋଟର୍ସ ଏହାର ମଡେଲ୍‌ଗୁଡିକ ଦରରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିପାରେ। ସ୍କୋଡା ଅଟୋ ମଧ୍ୟ ଏହାର ବିଭିନ୍ନ ମଡେଲ୍‌ ଦରରେ ୨ରୁ୩% ବୃଦ୍ଧି କରିବ ବୋଲି ଘୋଷଣା କରିଛି। ଅନ୍ୟପକ୍ଷରେ କେତେକ ନିର୍ଦ୍ଦିଷ୍ଟ କମ୍ପାନୀ ସ୍ଥାନୀୟ ଅଟୋ ଡିଲରମାନଙ୍କୁ ଦର ବୃଦ୍ଧି ସମ୍ପର୍କିତ ସୂଚନା ଦେଇସାରିଥିବା ଏମାନେ ପ୍ରକାଶ କରିଛନ୍ତି।

ବାଣିଜ୍ୟ |

ଗୋଦ୍‌ରେଜ୍‌ର ଆଣିଲା ନୂଆ ସିଙ୍ଗିଲ୍‌ ଡୋର୍‌ ରେଫ୍ରିଜରେଟର

ଗୋଦ୍‌ରେଜ୍‌ର ଆଣିଲା ନୂଆ ସିଙ୍ଗିଲ୍‌ ଡୋର୍‌ ରେଫ୍ରିଜରେଟର

ବମ୍ବେ, ୧୯-୧ ପ୍ରମୁଖ ହୋମ୍‌ ଆପ୍ଲାଏନ୍ସ କମ୍ପାନୀ ଗୋଦ୍‌ରେଜ୍‌ ସିଙ୍ଗିଲ୍‌ ଡୋର ରେଫ୍ରିଜ୍‌ରେଟର କ୍ଷେତ୍ରରେ ମାର୍କେଟ୍‌ ଲିଡର ହେବା ପାଇଁ ଲକ୍ଷ୍ୟ ରଖିଛି। ଏହି କ୍ଷେତ୍ରରେ ପ୍ରଥମ କମ୍ପାନୀ ଭାବେ ଏକ ସ୍ବତନ୍ତ୍ର ଡ୍ରୟାର ବିଶିଷ୍ଟ ନୂଆ ରେଫ୍ରିଜ୍‌ରେଟର ‘ଗୋଦ୍‌ରେଜ୍‌ ଏଜ୍‌ ଡ୍ୟୁ’ର ବଜାର ପ୍ରବେଶ ଅବସରରେ କମ୍ପାନୀ ପକ୍ଷରୁ ଏହା କୁହାଯାଇଛି। ଭାରତରେ ରେଫ୍ରିଜରେଟର ବ୍ୟବହାର କରୁଥିବା ପ୍ରାୟ ୮୦% ପରିବାର ସିଙ୍ଗିଲ୍‌ ଡୋର୍‌ ବିଶିଷ୍ଟ ରେଫ୍ରିଜ୍‌ରେଟର ବ୍ୟବହାର କରୁଛନ୍ତି ବୋଲି କମ୍ପାନୀ ପ୍ରକାଶ କରିଛି

ବଢିଚାଲିଛି ତୈଳ ଦର

ବଢିଚାଲିଛି ତୈଳ ଦର

ନୂଆଦିଲ୍ଲୀ, ୧୮-୧(ପି.ଟି.) ଦେଶରେ ଉଭୟ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଦର ହୁହୁ ହୋଇ ବଢି ଚାଲିଛି। ନୂଆଦିଲ୍ଲୀରେ ପେଟ୍ରୋଲ୍‌ ଲିଟର ୭୧ ଟଙ୍କା ଟପିଥିବା ବେଳେ ବମ୍ବେରେ ୮୦ ଟଙ୍କା ଛୁଇଁଛି। ସେହିପରି ଡିଜେଲ୍‌ ଦର ନୂଆଦିଲ୍ଲୀରେ ୬୨ ଟଙ୍କା ଟପିଥିବା ବେଳେ ବମ୍ବେରେ ୬୬ ଟପିଛି। କିନ୍ତୁ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ନେଇ କୌଣସି ସନ୍ତୋଷ ଜନକ ଉତ୍ତର ରଖିନାହାନ୍ତି।

ରାଜ୍ୟ ଅର୍ଥମନ୍ତ୍ରୀଙ୍କ ସହ ପ୍ରାକ୍‌ ବଜେଟ ବୈଠକ କଲେ ଜେଟ୍‌ଲୀ

ରାଜ୍ୟ ଅର୍ଥମନ୍ତ୍ରୀଙ୍କ ସହ ପ୍ରାକ୍‌ ବଜେଟ ବୈଠକ କଲେ ଜେଟ୍‌ଲୀ

ନୂଆଦିଲ୍ଲୀ, ୧୮-୧(ପିଟି) ଆସନ୍ତା ୩୧ ତାରିଖରୁ ୨୦୧୮-୧୯ ଆର୍ଥିକବର୍ଷ ପାଇଁ ବଜେଟ୍‌ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଫେବୃୟାରୀ ୧ରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ସାଧାରଣ ବଜେଟ ଉପସ୍ଥାପନ କରିବେ। ଏଥିପାଇଁ ଗୁରୁବାର ସବୁ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କୁ ନେଇ ଜେଟ୍‌ଲୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରାକ୍‌ ବଜେଟ ବୈଠକ ଅନୁଷ୍ଠିତ ହୋଇଯାଇଛି।

 ଅସ୍ଥିତ୍ୱ ହରାଇବ ଫିଜିକାଲ୍‌ ବ୍ୟାଙ୍କ

ଅସ୍ଥିତ୍ୱ ହରାଇବ ଫିଜିକାଲ୍‌ ବ୍ୟାଙ୍କ

ନୂଆଦିଲ୍ଲୀ,୧୮-୧(ପି.ଟି.) ଯେଉଁଠାରେ ବ୍ୟାଙ୍କ ଖାତା ଖୋଲିବା, ଟଙ୍କା ଜମା କରିବା, ଉଠେଇବା, ଡିମାଣ୍ଡ୍‌ଡ୍ରାଫ୍‌ଟ୍‌ ତଥା ଚାଲାଣ କାଟିବା ବ୍ୟବସ୍ଥା ଥାଏ ତାହାକୁ ସାଧାରଣତଃ ଏକ ବ୍ୟାଙ୍କ ଶାଖା କୁହାଯାଏ। ଜଣେ ପରିଚାଳକଙ୍କ ଅଧୀନରେ କେତେକ କର୍ମଚାରୀଙ୍କୁ ନେଇ ଏହା ନିର୍ଦ୍ଦିଷ୍ଟ ଅଞ୍ଚଳରେ ପରିଚାଳିତ ହୋଇଥାଏ। ଗ୍ରାହକମାନେ ନିଜର ଆର୍ଥିକ କାରବାର କରିବା ପାଇଁ ଏଠାକୁ ଯାଇ ଥାଆନ୍ତି।

୨୯ ଉତ୍ପାଦରୁ ଟିକସ କମିଲା

୨୯ ଉତ୍ପାଦରୁ ଟିକସ କମିଲା

ନୂଆଦିଲ୍ଲୀ,୧୮-୧(ପି.ଟି.) ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଅଧ୍ୟକ୍ଷତାରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ପରିଷଦର ୨୫ ତମ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେତେକ କୃଷିଜାତ ଉତ୍ପାଦ ସହ ୨୯ଟି ସାମଗ୍ରୀ ଏବଂ ୫୪ ପ୍ରକାର ସେବା ଉପରେ ଜିଏସ୍‌ଟି ହାର ହ୍ରାସ କରାଯାଇଛି। ୨୯ଟି ହସ୍ତଶିଳ୍ପ ସାମଗ୍ରୀକୁ ୦% ସ୍ଲାବ୍‌ରେ ରଖାଯାଇଛି।

କଲ୍‌ ଡ୍ରପ୍‌: ବାହାନା ଦେଖାଇ ପାରିବେନି ଟେଲିକମ୍‌ କମ୍ପାନୀ

କଲ୍‌ ଡ୍ରପ୍‌: ବାହାନା ଦେଖାଇ ପାରିବେନି ଟେଲିକମ୍‌ କମ୍ପାନୀ

ନୂଆଦିଲ୍ଲୀ,୧୮-୧(ପି.ଟି.) କଲ୍‌ ଡ୍ରପ୍‌ ସମସ୍ୟାକୁ ନେଇ ଟେଲିକମ୍‌ ବିଭାଗ(ଡଟ୍‌) ଅପରେଟର୍‌ମାନଙ୍କ ଉପରେ କଡା ଆଭିମୁଖ୍ୟ ପ୍ରକାଶ କରିଛି। ଏହି ସମସ୍ୟାକୁ ନେଇ କମ୍ପାନୀଗୁଡିକ ପକ୍ଷରୁ କୌଣସି ବାହାନା ଶୁଣାଯିବ ନାହିଁ। ମୋବାଇଲ୍‌ ଟାଓ୍ବାର ସଂସ୍ଥାପନ କ୍ଷେତ୍ରରେ ଅସୁବିଧା ହେଉଥିବାରୁ କଲ୍‌ ଡ୍ରପ୍‌ ସମସ୍ୟା ବଢ଼ୁଛି ବୋଲି ଟେଲିକମ୍‌ କମ୍ପାନୀଗୁଡିକ ବାହାନା ଦେଖାଉଥିବା ଡଟ୍‌ କହିଛି।

ହୋଟେଲ୍‌ଗୁଡିକ ଲାଗି ନୂଆ ନିୟମ: ରିସେପ୍‌ଶନ, ଓ୍ବେବ୍‌ସାଇଟ୍‌ରେ ପ୍ରଦର୍ଶିତ ହେବ ଷ୍ଟାର ମାନ୍ୟତା

ହୋଟେଲ୍‌ଗୁଡିକ ଲାଗି ନୂଆ ନିୟମ: ରିସେପ୍‌ଶନ, ଓ୍ବେବ୍‌ସାଇଟ୍‌ରେ ପ୍ରଦର୍ଶିତ ହେବ ଷ୍ଟାର ମାନ୍ୟତା

ନୂଆଦିଲ୍ଲୀ,୧୮-୧(ପି.ଟି.) ଏଣିକି ସମସ୍ତ ହୋଟେଲ ନିଜର ରିସେପ୍‌ଶନ ତଥା ଓ୍ବେବ୍‌ସାଇଟ୍‌ରେ ସେମାନଙ୍କ ଷ୍ଟାର ମାନ୍ୟତାକୁ ପ୍ରଦର୍ଶନ କରିବେ। ସେ ୫ ତାରକା ହେଉ କିମ୍ବା ୧ ତାରକା ତାହାକୁ ରିସେପ୍‌ଶନ ତଥା ନିଜ ଓ୍ବେବ୍‌ସାଇଟ୍‌ରେ ସ୍ପଷ୍ଟ ଭାବେ ପ୍ରଦର୍ଶିତ କରିବା ପାଇଁ ହୋଟେଲ୍‌ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ନିୟମ ଅନୁପାଳନ ପାଇଁ ୩ ମାସର ଡେଡ୍‌ଲାଇନ୍‌ ଧାର୍ଯ୍ୟ କରାଯାଇଛି।

ନିଶାନ ଇଣ୍ଡିଆର ‘ହାପି ଓ୍ବିଥ୍‌ ନିଶାନ୍‌’ ଅଭିଯାନ

ନିଶାନ ଇଣ୍ଡିଆର ‘ହାପି ଓ୍ବିଥ୍‌ ନିଶାନ୍‌’ ଅଭିଯାନ

ଦିଲ୍ଲୀ,୧୮-୧ ପ୍ରମୁଖ ଅଟୋ ନିର୍ମାତା କମ୍ପାନୀ ନିଶାନ୍‌ ଇଣ୍ଡିଆ ପକ୍ଷରୁ "ହାପି ଓ୍ବିଥ୍‌ ନିଶାନ୍‌" ଗ୍ରାହକ ସେବା ଅଭିଯାନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା ହୋଇଛି । ଏହି ଅଭିଯାନ ନିଶାନ୍‌ ଏବଂ ଡାଟ୍‌ସନ୍‌ର ସମସ୍ତ ଆଉଟଲେଟଗୁଡିକରେ ଚଳିତ ମାସ ୧୮-୨୮ ତାରିଖ ମଧ୍ୟରେ ପାଳନ ହେବ ।

ସାହାରା ଲାଇଫ୍‌ ବାଣିଜ୍ୟ ଅକ୍ତିଆର ମାମଲାକୁ ନେଇ ନିୟାମକ ନିର୍ଦ୍ଦେଶ ଉଚ୍ଛେଦ କଲେ ସ୍ୟାଟ୍‌

ସାହାରା ଲାଇଫ୍‌ ବାଣିଜ୍ୟ ଅକ୍ତିଆର ମାମଲାକୁ ନେଇ ନିୟାମକ ନିର୍ଦ୍ଦେଶ ଉଚ୍ଛେଦ କଲେ ସ୍ୟାଟ୍‌

ବମ୍ବେ,୧୮-୧ ସୁବ୍ରତ ରୟଙ୍କ ସାହାରା ଲାଇଫ୍‌ ଇନସ୍ୟୁରାନ୍ସ ବାଣିଜ୍ୟକୁ ଅକ୍ତିଆର ଲାଗି ଆଇସିଆଇସିଆଇ ପ୍ରୁଡେନସିଆଲ୍‌କୁ ବୀମା ନିୟାମକ ଆଇଆରଡିଏଆଇ ଦେଇଥିଲେ। ଏହି ନିର୍ଦ୍ଦେଶକୁ ଦି ସିକ୍ୟୁରିଟିଜ୍‌ ଆପିଲେଟ ଟ୍ରିବ୍ୟୁନାଲ (ସ୍ୟାଟ୍‌) ଉଚ୍ଛେଦ କରି ଦେଇଛନ୍ତି। ସାହାରା ମାମଲାର ଶୁଣାଣି ପରେ ପୁଣି ଏକ ନୂଆ ନିର୍ଦ୍ଦେଶ ଜାରି କରିବାକୁ ସ୍ୟାଟ୍‌ କହିଛନ୍ତି। ମାତ୍ର ଅନ୍ତରୀଣ ସମୟ ପାଇଁ ସାହାରା ଲାଇଫ ବାଣିଜ୍ୟର ପରିଚାଳନା ନିମନ୍ତେ ଏକ ଆଡମିନିଷ୍ଟ୍ରେଟର ନିଯୁକ୍ତ ଲାଗି ଆଇଆର୍‌ଡିଏଆଇ ନିଷ୍ପତ୍ତିକୁ ସ୍ୟାଟ୍‌ କାଏମ ରଖିଛନ୍ତି।

ଟୟୋଟା ପକ୍ଷରୁ ଇନୋଭା କ୍ରିଷ୍ଟାର ଟେଷ୍ଟ ଡ୍ରାଇଭ୍‌

ଟୟୋଟା ପକ୍ଷରୁ ଇନୋଭା କ୍ରିଷ୍ଟାର ଟେଷ୍ଟ ଡ୍ରାଇଭ୍‌

ଭୁବନେଶ୍ୱର,୧୮-୧ ପ୍ରମୁଖ ଚାରିଚକିଆ ଯାନ ନିର୍ମାଣକାରୀ କମ୍ପାନୀ ଟୟୋଟା କିର୍ଲୋସ୍କାର ମୋଟର୍ସ ପକ୍ଷରୁ ଏହାର ପ୍ରମୁଖ ମଡେଲ ଇନୋଭା କ୍ରିଷ୍ଟାର ଏକ ଟେଷ୍ଟ ଡ୍ରାଇଭ୍‌ ସ୍ଥାନୀୟ ପଟିଆସ୍ଥିତ ଏସ୍ପିରିଟ୍‌ ଟୟୋଟା ଶୋ’ରୁମଠାରେ ଅନୁଷ୍ଠିତ ହୋଇଯାଇଛି। କମ୍ପାନୀ ୨୦୦୫ରେ ପ୍ରଥମେ ଇନୋଭା ମଡେଲକୁ ବଜାରକୁ ଆଣିଥିବା ବେଳେ ୨୦୧୬ରେ ଏହାର ଅତ୍ୟାଧୁନିକ ଭର୍ଜନ ଇନୋଭା କ୍ରିଷ୍ଟାକୁ ଉନ୍ମୋଚନ କରିଛି।

ବ୍ରିଲିଆଣ୍ଟ ପକ୍ଷରୁ ନୂଆ ସ୍ବାଗତମ ଅଗରବତୀ

ବ୍ରିଲିଆଣ୍ଟ ପକ୍ଷରୁ ନୂଆ ସ୍ବାଗତମ ଅଗରବତୀ

ଭୁବନେଶ୍ୱର,୧୮-୧ ପ୍ରମୁଖ ଅଗରବତୀ କମ୍ପାନୀ ବ୍ରିଲିଆଣ୍ଟ ପକ୍ଷରୁ ଏହାର ନୂତନ ବ୍ରାଣ୍ଡ ବ୍ରିଲିଆଣ୍ଟ ସ୍ବାଗତମ ଅଗରବତୀ ବଜାରକୁ ଆସିଛି। ସାତପଡାଠାରେ ଅନୁଷ୍ଠିତ ଏକ ବିତରକ ସମ୍ମିଳନୀରେ ଏହି ନୂଆ ବ୍ରାଣ୍ଡର ବଜାର ପ୍ରବେଶ ହୋଇଛି।

ଗୀତମ୍‌ ପକ୍ଷରୁ ଏମ୍‌ବିଏ ପାଠ୍ୟକ୍ରମ ଲାଗି ନାମଲେଖା

ଗୀତମ୍‌ ପକ୍ଷରୁ ଏମ୍‌ବିଏ ପାଠ୍ୟକ୍ରମ ଲାଗି ନାମଲେଖା

ବିଶାଖାପାଟଣା,୧୮-୧ ଗୀତମ୍‌ ଡିମଡ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏମ୍‌ବିଏ ପାଠ୍ୟକ୍ରମ ଲାଗି ନାମଲେଖା ସମ୍ପର୍କରେ ଘୋଷଣା କରାଯାଇଛି। ଦେଶର ଏକ ପ୍ରମୁଖ ବିସ୍କୁଲ ଭାବେ ଗୀତମ୍‌ ସ୍କୁଲ ଅଫ୍‌ ଇଣ୍ଟରନ୍ୟାଶନାଲ ବିଜ୍‌ନେଶ(ଜିଏସ୍‌ଆଇବି) ଶନିବାର ଏହି ଘୋଷଣା କରିଛି। ଜିଏସ୍‌ଆଇବି ପକ୍ଷରୁ ଇଣ୍ଟରନ୍ୟାଶନାଲ ବିଜନେସ, ଏମ୍‌ବିଏ ଇନ୍‌ ଇଣ୍ଟରନ୍ୟାଶନାଲ ବ୍ୟାଙ୍କିଂ ଆଣ୍ଡ ଫାଇନାନ୍ସ, ଏମ୍‌ବିଏ ଇନ୍‌ ଗ୍ଲୋବାଲ ଲଜିଷ୍ଟିକ୍‌ ଆଣ୍ଡ ସପ୍ଳାଇ ଚେନ ମ୍ୟାନେଜମେଣ୍ଟ, ପୋଷ୍ଟ ଗ୍ରାଜୁଏଟ୍‌ ଡିପ୍ଲୋମା ଇନ୍‌ ବିଜନେସ ଆନାଲିଟିକ୍ସ (ପିଜିଡିବିଏ) ଭଳି ପାଠ୍ୟକ୍ରମ ପ୍ରଦାନ କରୁଛି।