Dharitri News
ବାଣିଜ୍ୟ |

ଭିଭିଆଇପି ବିମାନ ଉନ୍ନତିକରଣ ଲାଗି ଋଣ କରିବ ଏୟାର ଇଣ୍ଡିଆ

ଭିଭିଆଇପି ବିମାନ ଉନ୍ନତିକରଣ ଲାଗି ଋଣ କରିବ ଏୟାର ଇଣ୍ଡିଆ ନୂଆଦିଲ୍ଲୀ,୧୦-୧୨(ପି.ଟି)- ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆ ଏହାର ଭିଭିଆଇପି ବିମାନଗୁଡିକର ଉନ୍ନତିକରଣ ଲାଗି ୧,୧୦୦ କୋଟି ଟଙ୍କା ଋଣ କରିବାକୁ ଯୋଜନା କରିଛି। ଭିଭିଆଇପିଙ୍କ ଯାତ୍ରା ଲାଗି ଏୟାର ଇଣ୍ଡିଆ ଆସନ୍ତା ମାସରେ ୨ ଭିଭିଆଇପି ବୋଇଙ୍ଗ ଏୟାର କ୍ରାଫ୍ଟ ବ୍ୟବସ୍ଥା କରିବ। ଏୟାର ଇଣ୍ଡିଆକୁ ବୋଇଙ୍ଗ ୭୭୭-୩୦୦ ଇଆର ଏୟାର କ୍ରାଫ୍ଟ ଆସନ୍ତା ମାସରେ ଡେଲିଭରି ମିଳିବ। ବିମାନଗୁଡିକର ଇଣ୍ଟେରିୟର ଉନ୍ନତିକରଣ ଲାଗି ୧୮୦ ନିୟୁତ ଡଲାର ଖର୍ଚ୍ଚ ହେବା ଲାଗି ଯୋଜନା ରହିଛି। ବର୍ତ୍ତମାନର ଟଙ୍କାର ମୂଲ୍ୟ ଅନୁସାରେ ଏହା ପ୍ରାୟ ୧,୧୬୦ କୋଟି ଟଙ୍କା ହେବ ବୋଲି ଜଣା ଯାଇଛି। ଏହି ଯାନଗୁଡିକ ରାଷ୍ଟ୍ରପତି,ଉପ ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ଲାଗି ବ୍ୟବହାର ହେବ ବୋଲି ସୂଚନା ରହିଛି। କ୍ୟାଶ ଲେସ ଅର୍ଥନୀତିକୁ ପ୍ରୋତ୍ସାହନ ଲାଗି ଆସିବ ଶଂସୋଧିତ ଆଇନ୍‌ ନୂଆଦିଲ୍ଲୀ,୧୦-୧୨(ପି.ଟି)- ସରକାର ବର୍ତ୍ତମାନ କ୍ୟାଶ ଲେସ୍‌ ନେଣ ଦେଣକୁ ପ୍ରାଥମିକତା ଦେଉଛନ୍ତି। କ୍ୟାଶ ଲେସ ଅର୍ଥନୀତିକୁ ପ୍ରୋତ୍ସାହିତ କରିବାକୁ ସରକାର ଏକ ଶଂସୋଧିତ ଆଇନ ଆଣିବାକୁ ଯାଉଛନ୍ତି। ଆସନ୍ତା ସଂସଦୀୟ ଅଧିବେଶନରେ ଏହି ବିଧେୟକୁ ସରକାର ଆଣି ପାରନ୍ତି। ସରକାର ନେଗୋସିଏବଲ ଇନଷ୍ଟ୍ରୁମେଣ୍ଟ ଆକ୍ଟକୁ ଶଂସୋଧନ କରିବାକୁ ଚିନ୍ତା କରୁଥିବା ଜଣା ଯାଇଛି। ଏ ନେଇ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇ ସାରିଛି। ଏ ନେଇ ଏକ ଡ୍ରାଫ୍ଟ ବିଲ୍‌ ବର୍ତ୍ତମାନ ଅନ୍ତିମ ପର୍ଯ୍ୟାୟରେ ରହିଛି। ଏହାକୁ କ୍ୟାବିନେଟ ମଞ୍ଜୁରୀ ମିଳିବା ପରେ ଯାଇ ସଂସଦରେ ବିଧେୟକକୁ ଉପସ୍ଥାପିତ କରାଯିବ ବୋଲି ଅର୍ଥ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।ଡିସେମ୍ବର ୧୫ରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି ଯାହା ଜାନୁୟାରୀ ୫ ଯାଏ ଚାଲିବ। ଏହା ଉପରେ ୨୦୧୭-୧୮ ବଜେଟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଘୋଷଣା କରିଥିଲେ।

ବାଣିଜ୍ୟ |

ଆସିଲା ୟାମାହା ଏଫ୍‌ଜେଡ୍‌ ଏସ୍‌ ଏଫ୍‌ଆଇ

ଆସିଲା ୟାମାହା ଏଫ୍‌ଜେଡ୍‌ ଏସ୍‌ ଏଫ୍‌ଆଇ

ନୂଆଦିଲ୍ଲୀ,୧୭-୧ପ୍ରମୁଖ ୨ ଚକିଆ ଯାନ କମ୍ପାନୀ ୟାମାହା ମୋଟର ଇଣ୍ଡିଆ ପକ୍ଷରୁ ବଜାରକୁ ଆସିଛି ନୂଆ ୨୦୧୮ ୟାମାହା ଏଫ୍‌ଜେଡ୍‌ ଏସ୍‌ ଏଫ୍‌ଆଇ।

ବଜାରରେ ସାମ୍‌ସଙ୍ଗ ଗ୍ୟାଲେକ୍ସି ଏ୮ ପ୍ଲସ୍‌

ବଜାରରେ ସାମ୍‌ସଙ୍ଗ ଗ୍ୟାଲେକ୍ସି ଏ୮ ପ୍ଲସ୍‌

ନୂଆଦିଲ୍ଲୀ,୧୭-୧ ପ୍ରମୁଖ ସ୍ମାର୍ଟ ଫୋନ ନିର୍ମାତା ସାମ୍‌ସଙ୍ଗ ନୂଆ କରି ବଜାରକୁ ଆଣିଛି ଗ୍ୟାଲେକ୍ସି ଏ୮ ପ୍ଲସ।

 ଅଣ-ପଞ୍ଜୀକୃତ ହେବେ ଆଉ ୧.୨୦ ଲକ୍ଷ କମ୍ପାନୀ

ଅଣ-ପଞ୍ଜୀକୃତ ହେବେ ଆଉ ୧.୨୦ ଲକ୍ଷ କମ୍ପାନୀ

ନୂଆଦିଲ୍ଲୀ,୧୬-୧(ପି.ଟି.) କଳାଟଙ୍କା ବିରୋଧରେ ସରକାର ନିୟମିତ ବ୍ୟବଧାନରେ କାର୍ଯ୍ୟାନୁଷ୍ଠାନ ନେଇ ଆସୁଛନ୍ତି। ତେବେ କାର୍ଯ୍ୟାନୁଷ୍ଠାନର ଅଂଶବିଶେଷ ଆଉ ୧.୨୦ ଲକ୍ଷ କମ୍ପାନୀଙ୍କୁ ଅଣ-ପଞ୍ଜୀକୃତ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ପ୍ରକାର ନିୟମର ଉଲ୍ଲଂଘନ କରିଥିବାରୁ ଏମାନଙ୍କ ପଞ୍ଜୀକରଣ ରଦ୍ଦ କରାଯିବାକୁ ନିଷ୍ପତ୍ତି ହୋଇଥିବା ମଙ୍ଗଳବାର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଅରୁନ୍ଧତୀ ଜୁଏଲର୍ସ ଫେଷ୍ଟିଭ୍‌ ଧମାଲ୍‌ର ବିଜେତା ଘୋଷଣା

ଭୁବନେଶ୍ୱର,୧୬।୧- ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ‘ଫେଷ୍ଟିଭ୍‌ ଧମାଲ୍‌’ ଅଫରର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ମଙ୍ଗଳବାର ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧୫ଜଣ ଭାଗ୍ୟଶାଳୀ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା। କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ଭୁବନେଶ୍ୱର ମହାନଗର ନିଗମ ମେୟର୍‌ ଅନନ୍ତ ନାରାୟଣ ଜେନା, ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ସମେତ ବଲିଉଡ୍‌ ଅଭିନେତ୍ରୀ ଅମ୍ରିତା ରାଓ, ଅରୁନ୍ଧତୀର ବ୍ରାଣ୍ଡ ଆମ୍ବାସାଡର୍‌ ଅର୍ଚ୍ଚିତା ଏବଂ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ପ୍ରମୁଖ ଯୋଗ ଦେଇ ଥିଲେ। ଏଥିରେ ଭାଗ୍ୟଶାଳୀ ବିଜେତାଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା।

ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ପତଞ୍ଜଳି

ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ପତଞ୍ଜଳି

ନୂଆଦିଲ୍ଲୀ,୧୬-୧(ପି.ଟି.) ବାବା ରାମଦେବଙ୍କ ନେତୃତ୍ୱାଧୀନ କମ୍ପାନୀ ପତଞ୍ଜଳି ଆୟୁର୍ବେଦ ଏହାର ଏଫ୍‌ଏମ୍‌ସିଜି ଉତ୍ପାଦଗୁଡିକର ବିକ୍ରି ପାଇଁ ଇ-କମର୍ସ ପ୍ଲାଟ୍‌ଫର୍ମରେ ପ୍ରବେଶ କରିଛି। ଏଥିପାଇଁ କମ୍ପାନୀ ଆମାଜନ୍‌ ଏବଂ ଫ୍ଲିପ୍‌କାର୍ଟ ଭଳି ଅନ୍‌ଲାଇନ୍‌ ଶପିଂ ପୋର୍ଟାଲ୍‌ଗୁଡିକ ସହ ଅନୁବନ୍ଧିତ ହୋଇଛି। କମ୍ପାନୀ ଚଳିତବର୍ଷ ୧,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବିକ୍ରି ଲକ୍ଷ୍ୟ ରଖିଛି।

ଏୟାର ଏସିଆର ଭୁବନେଶ୍ୱର- ମାଡ୍ରାସ ବିମାନ ସେବା

ଏୟାର ଏସିଆର ଭୁବନେଶ୍ୱର- ମାଡ୍ରାସ ବିମାନ ସେବା

ଭୁବନେଶ୍ୱର, ୧୬-୧ ପ୍ରମୁଖ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଏସିଆ ପକ୍ଷରୁ ଭୁବନେଶ୍ୱର-ମାଡ୍ରାସ ବିମାନ ସେବା ସମ୍ପର୍କରେ ଘୋଷଣା କରାଯାଇଛି। ଏହା କମ୍ପାନୀର ୧୭ ତମ ଗନ୍ତବ୍ୟସ୍ଥଳ ହୋଇଥିବା ବେଳେ କମ୍ପାନୀ ୧୫ ତମ ବିମାନକୁ ଏଥିରେ ଯୋଡିଛି। ଦକ୍ଷିଣ ଭାରତରେ ସ୍ଥିତିକୁ ସୁଦୃଢ କରିବା ଲାଗି ଏହି ପଦକ୍ଷେପ ନିଆଯାଇଥିବା କମ୍ପାନୀ ପ୍ରକାଶ କରିଛି।

ସରକାରଙ୍କ ଲାଗି ଚ୍ୟାଲେଞ୍ଜ ହେବ ବଜେଟ

ସରକାରଙ୍କ ଲାଗି ଚ୍ୟାଲେଞ୍ଜ ହେବ ବଜେଟ

ସାମଗ୍ରୀ ଓ ସେବା ଟିକସ ଯୋଗୁ ୨୦୧୮-୧୯ର ବଜେଟ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ରହିବ। ୨୦୧୮-୧୯ ଆର୍ଥତ୍କ ବର୍ଷ ଲାଗି ଆସୁଥିବା ବଜେଟରେ ପରୋକ୍ଷ ଟିକସ ସମ୍ପର୍କରେ କୌଣସି ଘୋଷଣା ହେବ ନାହିଁ। ଏହା ଜିଏସଟି ପରବର୍ତ୍ତୀ ବଜେଟ ହୋଇଥିବା ଯୋଗୁ ସରକାରଙ୍କ ଲାଗି ଚ୍ୟାଲେଞ୍ଜ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକ ଲାଗି ୧୦,୭୦୦ କୋଟିର ଟେଲିକମ୍‌ ପ୍ରକଳ୍ପ

ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକ ଲାଗି ୧୦,୭୦୦ କୋଟିର ଟେଲିକମ୍‌ ପ୍ରକଳ୍ପ

ନୂଆଦିଲ୍ଲୀ,୧୬-୧- ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ଟେଲିକମ ଭିତ୍ତିଭୂମି ଦୃଢୀକରଣ ଲାଗି ସରକାର ୧୦,୭୦୦ କୋଟି ଟଙ୍କାର ଟେଲିକମ୍‌ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଉଛନ୍ତି। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଏହି ପ୍ରକଳ୍ପ ଦ୍ୱାରା ଉକ୍ତ ରାଜ୍ୟଗୁଡିକର ଟେଲି ସଂଯୋଗ ଉନ୍ନତ ହୋଇ ପାରିବ ବୋଲି ଟେଲିକମ୍‌ ମନ୍ତ୍ରୀ ମନୋଜ ସିହ୍ନା ପ୍ରକାଶ କରିଛନ୍ତି।

ରିଲାଏନ୍ସ ଜିଓ ପକ୍ଷରୁ ୧୦୦% କ୍ୟାଶବ୍ୟାକ୍‌ ଅଫର

ରିଲାଏନ୍ସ ଜିଓ ପକ୍ଷରୁ ୧୦୦% କ୍ୟାଶବ୍ୟାକ୍‌ ଅଫର

ନୂଆଦିଲ୍ଲୀ,୧୬-୧- ପ୍ରମୁଖ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ପୁଣି ଥରେ କ୍ୟାଶ ବ୍ୟାକ୍‌ ଅଫର ଘୋଷଣା କରିଛି। ଏହି ପଦକ୍ଷେପ ଅନ୍ତର୍ଗତ କମ୍ପାନୀ ୧୦୦% କ୍ୟାଶବ୍ୟାକ୍‌ ପ୍ରଦାନ କରିବ ବୋଲି ସୂଚନା ଦେଇଛି। ୩୯୮ କିମ୍ବା ଏହା ଠାରୁ ଅଧିକ ଦାମର ରିଚାର୍ଜ ଉପରେ ଗ୍ରାହକ ମାନେ ଏହି ଅଫର ଲାଭ କରିବାକୁ ସକ୍ଷମ ହୋଇ ପାରିବେ।

ଚାର୍ଜିଂ ଷ୍ଟେଶନ ସ୍ଥାପନକୁ ମିଳିବ ପ୍ରୋତ୍ସାହନ

ଚାର୍ଜିଂ ଷ୍ଟେଶନ ସ୍ଥାପନକୁ ମିଳିବ ପ୍ରୋତ୍ସାହନ

ନୂଆଦିଲ୍ଲୀ,୧୬-୧- ସରକାର ବିଦ୍ୟୁତ ଆଇନରେ ଆଗାମୀ ଦିନରେ ଶଂସୋଧନ ଆଣିବାକୁ ଯୋଜନା କରୁଛନ୍ତି। ଏହା ସହ ଇଯାନକୁ ପ୍ରୋତ୍ସାହିତ କରିବାକୁ ଚାର୍ଜିଂ ଷ୍ଟେଶନ ସ୍ଥାପନାକୁ ସରକାର ଗୁରୁତ୍ୱ ଦେଉଛନ୍ତି।

ବିଦେଶୀ ପର୍ଯ୍ୟଟକଙ୍କ ଯୋଗୁ ଭାରତକୁ ଲାଭ ୨୭ ବିଲିୟନ

ବିଦେଶୀ ପର୍ଯ୍ୟଟକଙ୍କ ଯୋଗୁ ଭାରତକୁ ଲାଭ ୨୭ ବିଲିୟନ

ନୂଆଦିଲ୍ଲୀ,୧୬-୧- ୨୦୧୭ରେ ବିଦେଶୀ ପର୍ଯ୍ୟଟକଙ୍କ ଯୋଗୁ ଭାରତ ୨୭ ବିଲିୟନ ଡଲାର(୧.୭୫ ଲକ୍ଷ କୋଟି) ପୁଞ୍ଜି ଲାଭ କରିଛି। ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଯୋଗୁ ଘରୋଇ ବଜାର ୨୦୧୭ରେ ୧୫.୨% ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ ହୋଇଛି ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଆଲଫନ୍ସ କାନନ ଥାନନ ସୂଚନା ଦେଇଛନ୍ତି।

୧୦% ବଢ଼ିପାରେ ଖାଦ୍ୟ ସବ୍‌ସିଡି ବିଲ୍‌

୧୦% ବଢ଼ିପାରେ ଖାଦ୍ୟ ସବ୍‌ସିଡି ବିଲ୍‌

ଆସନ୍ତା ବଜେଟ୍‌ରେ କେନ୍ଦ୍ର ସରକାର ଖାଦ୍ୟ ସବ୍‌ସିଡି ବିଲ୍‌ ବାବଦ ବ୍ୟୟବରାଦରେ ୧୦% ବୃଦ୍ଧି ଘଟାଇପାରନ୍ତି। ଏଥିପାଇଁ ବଜେଟ୍‌ରେ ୧.୬୦ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇପାରେ ବୋଲି ସୂତ୍ରରୁ ଜଣାଯାଇଛି।