ବାଣିଜ୍ୟ |

ଉମା ଶଙ୍କର ଆର୍‌ବିଆଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ଉମା ଶଙ୍କର ଆର୍‌ବିଆଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ବମ୍ବେ,୧୦-୧୨-
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଆର୍ଥତ୍କ ଅନ୍ତର୍ଭୁକ୍ତି ଓ ଉନ୍ନତୀକରଣ ବିଭାଗର ଚିଫ୍‌ ଜେନେରାଲ ମ୍ୟାନେଜର(ସିଜିଏମ୍‌) ଦାୟିତ୍ୱ ଭାର ସମ୍ଭାଳୁଥିବା ଉମା ଶଙ୍କର କାର୍ଯ୍ୟକାରୀ ନିର୍ଦ୍ଦେଶକ (ଇଡି) ଭାବେ ନିଯୁକ୍ତ ହୋଇଛନ୍ତି। ଆରବିଆଇ ତତ୍ତ୍ୱାବଧାନ ବିଭାଗର ଇଡି ଥିବା ମିନା ହେମଚନ୍ଦ୍ରଙ୍କର କାର୍ଯ୍ୟକାଳ ନଭେମ୍ବର ଶେଷ ସପ୍ତାହରେ ଶେଷ ହୋଇଥିବାରୁ ଉପା ଶଙ୍କରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ମାତ୍ର ଏହି ନିଯୁକ୍ତି ନେଇ ବ୍ୟାଙ୍କ କୌଣସି ସୂଚନା ଦେଇ ନାହିଁ। ଅନ୍ୟ ଜଣେ କାର୍ଯ୍ୟକାରୀ ନିର୍ଦ୍ଦେଶକ ଦୀପାଳି ପନ୍ଥଙ୍କ କାର୍ଯ୍ୟକାଳ ଚଳିତ ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେଉଛି। ଆରବିଆଇ ଓ୍ବେବସାଇଟରେ ବର୍ତ୍ତମାନ ହେମଚନ୍ଦ୍ର ଇଡି ଓ ଉମା ଶଙ୍କର ସିଜିଏମ୍‌ ଦାୟିତ୍ୱରେ ରହିଥିବା ଉଲ୍ଲେଖ ରହିଛି।

All Right Reserved By

ବାଣିଜ୍ୟ |

ଫ୍ଲେକ୍ସି ଫେୟାର ପ୍ରଭାବ:ଯାତ୍ରୀ ହରାଉଛି ଭାରତୀୟ ରେଳ

ଫ୍ଲେକ୍ସି ଫେୟାର ପ୍ରଭାବ:ଯାତ୍ରୀ ହରାଉଛି ଭାରତୀୟ ରେଳ

ନୂଆଦିଲ୍ଲୀ,୨୧-୭(ପି.ଟି.): ଯାତ୍ରୀମାନେ ବାଧ୍ୟ ବାଧକତାରେ ଟ୍ରେନ୍‌ ଅପେକ୍ଷା ଏରୋପ୍ଲେନ୍‌ରେ ଯାତ୍ରା କରିବା ପାଇଁ ପସନ୍ଦ କରୁଛନ୍ତି। କେତେକ ରୁଟ୍‌ରେ ପ୍ରିମିୟମ ଟ୍ରେନ୍‌ଗୁଡ଼ିକରେ ଯେତେ ଭଡ଼ା ଲାଗୁଛି ଉକ୍ତ ସ୍ଥାନକୁ ବିମାନରେ ଯାତ୍ରା କଲେ ଭଡ଼ା କମ୍‌ ପଡ଼ୁଛି। କେନ୍ଦ୍ର ସରକାର ଶତାବ୍ଦୀ, ଦୂରନ୍ତୋ ଏବଂ ରାଜଧାନୀ ଭଳି ପ୍ରିମିୟମ ଏକ୍ସପ୍ରେସ୍‌ ଟ୍ରେନ୍‌ଗୁଡିକରେ ଫ୍ଲେକ୍ସି ଫେୟାର ସିଷ୍ଟମ ଲାଗୁ କରିବା ଫଳରେ ଏଭଳି ଘଟିଛି। ପରିଣାମ ସ୍ବରୂପ ଦେଶର ଏହି ଜାତୀୟ ପରିବହନ ବ୍ୟବସ୍ଥାରୁ ଯାତ୍ରୀମାନେ ମୁହଁ ଫେରାଉଛନ୍ତି ଏବଂ ବିମାନ ଆଡକୁ ମୁହଁାଇବା ପାଇଁ ବାଧ୍ୟ ହେଉଛନ୍ତି। ଦେଶର ମହାସମୀକ୍ଷାକାର ବା କମ୍ପଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ ଅଫ୍‌ ଇଣ୍ଡିଆ(ସିଏଜି) ଏକ ରିପୋର୍ଟରେ ଏଭଳି ସମୀକ୍ଷା କରିଛନ୍ତି।

ରାଜଧାନୀରେ ଖୋଲିଲା ଟର୍ଟଲର ୨ ଏକ୍ସକ୍ଲୁସିଭ୍‌ ଷ୍ଟୋର୍‌

ରାଜଧାନୀରେ ଖୋଲିଲା ଟର୍ଟଲର ୨ ଏକ୍ସକ୍ଲୁସିଭ୍‌ ଷ୍ଟୋର୍‌

ଭୁବନେଶ୍ୱର, ୨୧-୭(ବ୍ୟୁରୋ):ଦେଶର ପ୍ରମୁଖ ପୁରୁଷ ପରିଧାନ ବ୍ରାଣ୍ଡ୍‌ ଟର୍ଟଲ୍‌ ଲିମିଟେଡ୍‌ ଶୁକ୍ରବାର ଭୁବନେଶ୍ୱରରେ ଏହାର ଆଉ ଦୁଇଟି ନୂତନ ଏକ୍ସକ୍ଲୁସିଭ୍‌ ଆଉଟ୍‌ଲେଟ୍‌ ଉଦ୍‌ଘାଟନ କରିଛି। ଗୋଟିଏ ଜନପଥ ଏବଂ ଅନ୍ୟଟି ରସୁଲଗଡ଼ସ୍ଥିତ ଏସ୍‌ପ୍ଲାନେଡ୍‌ ମହଲ ଠାରେ ଖୋଲିଥିବାବେଳେ ବର୍ତ୍ତମାନ ଓଡିଶାରେ କମ୍ପାନୀର ମୋଟ ଶୋ’ରୁମ୍‌ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ସେହିପରି ଭୁବନେଶ୍ୱରରେ ଶୋ’ରୁମ୍‌ ସଂଖ୍ୟା ୭ରେ ପହଞ୍ଚିଛି ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ।

ଓଡ଼ିଶାରେ ୩,୪୮୪ କୋଟିର ଚିଟ୍‌ଫଣ୍ଡ୍‌ ଠକେଇ ମାମଲା:ଚାର୍ଜସିଟ୍‌ ଫାଇଲ୍‌ କଲା ସିବିଆଇ

ଓଡ଼ିଶାରେ ୩,୪୮୪ କୋଟିର ଚିଟ୍‌ଫଣ୍ଡ୍‌ ଠକେଇ ମାମଲା:ଚାର୍ଜସିଟ୍‌ ଫାଇଲ୍‌ କଲା ସିବିଆଇ

ନୂଆଦିଲ୍ଲୀ,୨୧-୭(ପି.ଟି.):ପୁଣେଭିତ୍ତିକ ଚିଟ୍‌ଫଣ୍ଡ୍‌ କମ୍ପାନୀ ସମୃଦ୍ଧ ଜୀବନ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଶୁକ୍ରବାର ଚାର୍ଜଶିଟ୍‌ ଫାଇଲ୍‌ କରିଛି। ୨୦୧୪ରେ ଏହି ମଲ୍ଟି ଷ୍ଟେଟ୍‌, ମଲ୍ଟି ପର୍ପଜ୍‌ କୋ-ଅପରେଟିଭ୍‌ ସୋସାଇଟି ଲିମିଟେଡ୍‌ ଓ଼ଡିଶାର ପ୍ରାୟ ୩୫ ଲକ୍ଷ ଲୋକଙ୍କଠାରୁ ୩,୩୮୪ କୋଟି ଟଙ୍କା ଠକି ନେଇଥିବା ଖବର ସେତେବେଳେ ଅଭିଯୋଗ ହୋଇଥିଲା।

ଓଡ଼ିଶାରେ ବଜାର ଅଂଶ ବୃଦ୍ଧି କରିବ ଲିଫୋନ୍‌

ଓଡ଼ିଶାରେ ବଜାର ଅଂଶ ବୃଦ୍ଧି କରିବ ଲିଫୋନ୍‌

କଟକ ଅଫିସ, ୨୧-୭-ଚାଇନାଭିତ୍ତିକ ମୋବାଇଲ୍‌ କମ୍ପାନୀ ଲିଫୋନ୍‌ କଟକ ଜିଲାରେ ଶୁକ୍ରବାର ଏହାର ଏକ ଡିଲର୍ସ ମିଟ୍‌ ଆୟୋଜନ କରିଛି। ଏହି ଅବସରରେ କମ୍ପାନୀ ଦୁଇଟି ସ୍ମାର୍ଟ ଫୋନ୍‌ ପି-୧ ଏବଂ ଡାଜେନ୍‌ ୬ଏ କୁ ବଜାର ପ୍ରବେଶ କରାଇଛି। ଏହି ଦୁଇଫୋନ୍‌ର ବଜାର ମୂଲ୍ୟ ଯଥାକ୍ରମେ ୩୯୯୯ ଏବଂ ୭୯୯୯ ଟଙ୍କା ରହିଛି ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ।

ରଥଯାତ୍ରାରେ ସିଣ୍ଡିକେଟ୍‌ ଜୁଏଲର୍ସର ସ୍ବତନ୍ତ୍ର ଅଫର

ରଥଯାତ୍ରାରେ ସିଣ୍ଡିକେଟ୍‌ ଜୁଏଲର୍ସର ସ୍ବତନ୍ତ୍ର ଅଫର

ଭୁବନେଶ୍ୱର, ୨୧-୭:ଦେଶର ପ୍ରମୁଖ ଜୁଏଲେରି ବ୍ରାଣ୍ଡ୍‌ ସିଣ୍ଡିକେଟ୍‌ ଜୁଏଲର୍ସ ରଥଯାତ୍ରା ଓ ବାହୁଡା ଯାତ୍ରା ଉପଲକ୍ଷେ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଅଫର ପ୍ରଦାନ କରୁଛି। ଏହି ଅବସରରେ ସିଣ୍ଡିକେଟ୍‌ ପକ୍ଷରୁ ପ୍ରତି ଏକ ଗ୍ରାମ ସୁନା ଗହଣାର ଗଢ଼ା ମଜୁରିରେ ଫ୍ଲାଟ୍‌ ୨୫୧ ଟଙ୍କା ଏବଂ ହୀରା ମୂଲ୍ୟରେ ଫ୍ଲାଟ୍‌ ୨୦% ରିହାତି ପ୍ରଦାନ କରୁଛି ବୋଲି ପ୍ରକାଶ କରିଛି।

ମିଥ୍ୟା ଖବର ରୋକିବାକୁ ହ୍ବାଟ୍ସ ଆପ୍‌ର ପଦକ୍ଷେପ

ମିଥ୍ୟା ଖବର ରୋକିବାକୁ ହ୍ବାଟ୍ସ ଆପ୍‌ର ପଦକ୍ଷେପ

ନୂଆଦିଲ୍ଲୀ,୨୧।୭(ପି.ଟି): ହ୍ବାଟ୍ସ ଆପ୍‌ରେ ମିଥ୍ୟା ମେସେଜ୍‌ ଯୋଗୁ ଦେଶରେ ବିଭିନ୍ନ ହିଂସାକାଣ୍ଡ ବ୍ୟାପୁଛି। ଏହାକୁ ନେଇ କମ୍ପାନୀ ବର୍ତ୍ତମାନ ଚିନ୍ତାରେ ଅଛି। ମିଥ୍ୟା ମେସେଜ ଉପରେ ନିୟନ୍ତ୍ରଣ ଜାରି ଲାଗି କମ୍ପାନୀ ଏକ ନୂଆ ପଦକ୍ଷେପ ନେଇଥିବା ଜଣାଯାଇଛି। ଉକ୍ତ ପଦକ୍ଷେପ ଅନ୍ତର୍ଗତ ୟୁଜରଙ୍କ ମେସେଜ ପ୍ରେରଣ ଉପରେ କମ୍ପାନୀ କଟକଣା ଲଗାଇଛି। ଏହା ଫଳରେ ୟୁଜର ଏକା ଥରକେ ୫ରୁ ଅଧିକ ଚାଟ୍‌କୁ ଆଉ ମେସେଜ ପଠାଇ ପାରିବେ ନାହିଁ।

ଗଠନ ହେବ ଜିଏସ୍‌ଟି ଜାତୀୟ ଟ୍ରିବ୍ୟୁନାଲ; ବମ୍ବେ, ଚେନ୍ନାଇ ଏବଂ କଲିକତାରେ ଆଞ୍ଚଳିକ ବେଞ୍ଚ

ଗଠନ ହେବ ଜିଏସ୍‌ଟି ଜାତୀୟ ଟ୍ରିବ୍ୟୁନାଲ; ବମ୍ବେ, ଚେନ୍ନାଇ ଏବଂ କଲିକତାରେ ଆଞ୍ଚଳିକ ବେଞ୍ଚ

ନୂଆଦିଲ୍ଲୀ,୨୧।୭(ପି.ଟି): ଜିଏସ୍‌ଟି ବ୍ୟବସ୍ଥାରେ ଏକ ଜାତୀୟ ଆପିଲେଟ ଟ୍ରିବ୍ୟୁନାଲ ସ୍ଥାପନ ନେଇ ସରକାର ଯୋଜନା ରଖିଛନ୍ତି। ଉକ୍ତ ଟ୍ରିବ୍ୟୁନାଲର ୩ଟି ଆଞ୍ଚଳିକ ବେଞ୍ଚ ମଧ୍ୟ ରହିବ। ଏଥିରେ ନ୍ୟାୟପାଳିକା ଏବଂ ଟିକସ ବିଭାଗର ସଦସ୍ୟ ରହିବେ। ଆଞ୍ଚଳିକ ବେଞ୍ଚଗୁଡିକ ବମ୍ବେ, ଚେନ୍ନାଇ ଏବଂ କଲିକତାରେ ସ୍ଥାପନ ହେବ। ଜୁଲାଇ ୨୧ରେ ଉକ୍ତ ପ୍ରସ୍ତାବକୁ ଜିଏସ୍‌ଟି ପରିଷଦ ସାମ୍ନାରେ ଉପସ୍ଥାପନ କରାଯିବ ବୋଲି ଜଣାଯାଇଛି।

ସୁପ୍ରିମକୋର୍ଟଙ୍କୁ ଆର୍‌ବିଆଇର ପକ୍ଷ;କ୍ରିପ୍ଟିକରେନ୍ସି ବେଆଇନ ନେଣଦେଣ ବଢାଇବ

ସୁପ୍ରିମକୋର୍ଟଙ୍କୁ ଆର୍‌ବିଆଇର ପକ୍ଷ;କ୍ରିପ୍ଟିକରେନ୍ସି ବେଆଇନ ନେଣଦେଣ ବଢାଇବ

ନୂଆଦିଲ୍ଲୀ,୨୧-୭(ପି.ଟି.): ଘରୋଇ ବଜାରରେ କ୍ରିପ୍ଟୋକରେନ୍ସି ବା ଭର୍ଚୁଆଲ କରେନ୍ସି କାରବାରକୁ ଭାରତୀୟ ରିଜର୍ଭ (ଆର୍‌ବିଆଇ)ନିଷେଧ କରିଛି। ଏହା ବେଆଇନ ନେଣଦେଣକୁ ବଢାଇବ ବୋଲି ସୁପ୍ରିମକୋର୍ଟଙ୍କ ନିକଟରେ ପକ୍ଷ ରଖି ଆର୍‌ବିଆଇ ଶୁକ୍ରବାର ଏହା କହିଛି। ଏହି ଭଳି ବିଭିନ୍ନ ଅସୁବିଧାକୁ ଧ୍ୟାନରେ ରଖି ବିଟ୍‌ କଏନ ଭଳି ବିଭିନ୍ନ ଭର୍ଚୁଆଲ କରେନ୍ସିର କାରବାର ବେଆଇନ ବୋଲି ସର୍କୁଲାର ଜାରି ହୋଇଥିବା ଆର୍‌ବିଆଇ କହିଛି।

ପ୍ରଥମ ଦିନରେ ଟ୍ରକ ଧର୍ମଘଟ: ୬୦% ଟ୍ରକ ଚଳାଚଳ ବନ୍ଦ

ପ୍ରଥମ ଦିନରେ ଟ୍ରକ ଧର୍ମଘଟ: ୬୦% ଟ୍ରକ ଚଳାଚଳ ବନ୍ଦ

ନୂଆଦିଲ୍ଲୀ,୨୧-୭: ବିଭିନ୍ନ ଦାବି ନେଇ ସାରା ଦେଶରେ ଶୁକ୍ରବାର ହେଉଥିବା ଟ୍ରକ ଧର୍ମଘଟ ଯୋଗୁ ପ୍ରଥମ ଦିନରେ ୫୦ରୁ ୬୦ ଭାଗ ଟ୍ରକ ଚଳାଚଳ ବନ୍ଦ ରହିଛି। ଆଗାମୀ ଦିନରେ ଅନ୍ୟ ଟ୍ରାନ୍ସପୋର୍ଟରମାନେ ଉକ୍ତ ଆନ୍ଦୋଳନକୁ ସମର୍ଥନ କରିବେ ବୋଲି ସର୍ବଭାରତୀୟ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ (ଏଆଇଏମ୍‌ଟିସି) କୋର କମିଟି ଅଧ୍ୟକ୍ଷ ବାଲ୍‌ ମାଲକିତ ସିଂ କହିଛନ୍ତି।

ଏଟିଏମ୍‌ ରିକାଲିବ୍ରେଶନ୍‌ ପାଇଁ ଦରକାର ୧୦୦ କୋଟି

ଏଟିଏମ୍‌ ରିକାଲିବ୍ରେଶନ୍‌ ପାଇଁ ଦରକାର ୧୦୦ କୋଟି

ମୁମ୍ବାଇ,୨୦-୭(ପି.ଟି.):ଖୁବ୍‌ଶୀଘ୍ର ନୂଆ ୧୦୦ ଟଙ୍କିଆ ନୋଟ୍‌ ବଜାରକୁ ଆସିବ। ତେବେ ଏହି ନୋଟ୍‌ ନିମନ୍ତେ ଦେଶରେ ଥିବା ୨.୪ ଲକ୍ଷ ଏଟିଏମ୍‌ଗୁଡିକର ରିଲାକିବ୍ରେଶନ୍‌ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏହା ଏକ ବଡ ଚ୍ୟାଲେଞ୍ଜ୍‌ ରହିବ ବୋଲି ଏଟିଏମ୍‌ ଶିଳ୍ପ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ କରି ଆସିଥିବା ୨୦୦ ଟଙ୍କିଆ ନୋଟ୍‌ ପାଇଁ ଏଟିଏମ୍‌ ରିକାଲିବ୍ରେଶନ୍‌ କାର୍ଯ୍ୟ ଶେଷ ହେବାକୁ ଥିବାବେଳେ ବର୍ତ୍ତମାନ ନୂଆ ୧୦୦ ଟଙ୍କିଆ ନୋଟ୍‌ ଚିନ୍ତା ଆହୁରି ବଢ଼ାଇବ ବୋଲି ଶିଳ୍ପ ପକ୍ଷରୁ କୁହାଯାଇଛି।

ଇ-କମର୍ସ ସଂସ୍ଥାଗୁଡିକୁ ଏଫ୍‌ଏସ୍‌ଏସ୍‌ଏଆଇ ନିର୍ଦ୍ଦେଶ;ଲାଇସେନ୍ସ ନଥିବା ଖାଦ୍ୟ ଅପରେଟରଙ୍କୁ ଅଣ-ପଞ୍ଜୀକୃତ କର

ଇ-କମର୍ସ ସଂସ୍ଥାଗୁଡିକୁ ଏଫ୍‌ଏସ୍‌ଏସ୍‌ଏଆଇ ନିର୍ଦ୍ଦେଶ;ଲାଇସେନ୍ସ ନଥିବା ଖାଦ୍ୟ ଅପରେଟରଙ୍କୁ ଅଣ-ପଞ୍ଜୀକୃତ କର

ନୂଆଦିଲ୍ଲୀ,୨୦-୭(ପି.ଟି.): ଲାଇସେନ୍ସ ନ ଥିବା ଖାଦ୍ୟ ଅପରେଟର୍‌ମାନଙ୍କୁ ଅଣ ପଞ୍ଜୀକୃତ କରିବାକୁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ କର୍ତ୍ତୃପକ୍ଷ(ଏଫ୍‌ଏସ୍‌ଏସ୍‌ଏଆଇ) ସ୍ବିଗି, ଜୋମାଟୋ, ଫୁଡ୍‌ପାଣ୍ଡା ସମେତ ଆଉ ୭ ଇ-କମର୍ସ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଛି।

ବିଳମ୍ବରେ ଚାଲିଛି ୨୦%ରୁ ଅଧିକ ରାଜଧାନୀ, ଶତାଦ୍ଦୀ ଟ୍ରେନ

ବିଳମ୍ବରେ ଚାଲିଛି ୨୦%ରୁ ଅଧିକ ରାଜଧାନୀ, ଶତାଦ୍ଦୀ ଟ୍ରେନ

ନୂଆଦିଲ୍ଲୀ,୨୦-୭(ପି.ଟି): ଗତ ଦୁଇ ମାସ ହେବ ଶତାଦ୍ଦୀ ଓ ରାଜଧାନୀ ଭଳି ପ୍ରିମିୟମ ଟ୍ରେନଗୁଡିକ ବିଳମ୍ବରେ ଚାଲୁଛି। ଏହି ଭଳି ପ୍ରମିୟମ ଟ୍ରେନଗୁଡିକର ପ୍ରାୟ ୨୦%ରୁ ଅଧିକ ଟ୍ରେନ ବିଳମ୍ବରେ ଚାଲୁଥିବା ଜଣାଯାଇଛି।

Model This Week

ରୂପେଶ