ବାଣିଜ୍ୟ |

ଆଦିତ୍ୟ ଗ୍ରୁପ ପକ୍ଷରୁ ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ

 ଆଦିତ୍ୟ ଗ୍ରୁପ ପକ୍ଷରୁ ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର,୧୦-୧୨- ଆଦିତ୍ୟ ମୋଟର୍ସ ତଥା ଆଦିତ୍ୟ ଗ୍ରୁପ ପକ୍ଷରୁ କଟକ ଫୁଲନଖରା ସ୍ଥିତ ଶୋରୁମରେ ଦ୍ୱିତୀୟ ବାର୍ଷିକ ଦିବସ ପାଳିତ ହୋଇ ଯାଇଛି। ଆଦିତ୍ୟ ଗ୍ରୁପ ଅଧ୍ୟକ୍ଷ ପଦ୍ମ ଚରଣ ପାତ୍ରଙ୍କ ଦ୍ୱାରା କାର୍ଯ୍ୟକ୍ରମ ଶଭାରମ୍ଭ ହୋଇଥିଲା। ଏଥିରେ ହରମୋଦନ ମହାନ୍ତି, ମନୋଜ କୁମାର ରଥ, ରାଜୀବ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଗ୍ରୁପ ପକ୍ଷରୁ ରକ୍ତଦାନ ଶିବିର, ଚକ୍ଷୁ ପରୀକ୍ଷା ଶିବିର, ଦନ୍ତ, ଡାଇବେଟିସ୍‌ ପରୀକ୍ଷା ଶିବିର ମାନ ଆୟୋଜନ କରାଯାଇଥିଲା। ରକ୍ତଦାନ ଶିବିରକୁ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଆଦିତ୍ୟ ପାତ୍ର ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଗ୍ରୁପର ସ୍ମରଣିକା ଅଥୁଲ୍ୟମ୍‌କୁ ଉନ୍ମୋଚନ କରାଯାଇଥିଲା। ଏଥିରେ ଆଦିତ୍ୟ ହ୍ୟୁଣ୍ଡାଇ ଉପ ସଭାପତି ହରମୋହନ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ।

All Right Reserved By

Model This Week

Model This Week

ବାଣିଜ୍ୟ |

ଘରୋଇ ସହାୟକଙ୍କ ପାଇଁ ଆସିବ ଜାତୀୟ ନୀତି

ଘରୋଇ ସହାୟକଙ୍କ ପାଇଁ ଆସିବ ଜାତୀୟ ନୀତି

ନୂଆଦିଲ୍ଲୀ, ୨୬-୪ ବ୍ୟକ୍ତିଗତ ଗାଡିଚାଳକ ତଥା ରୋଷେଇଆଙ୍କ ଭଳି ଘରୋଇ ସହାୟକଙ୍କ ପାଇଁ ଖୁସି ଖବର। ସେମାନଙ୍କ ଆର୍ଥିକ ସୁରକ୍ଷା ପାଇଁ ଶ୍ରମ ମନ୍ତ୍ରଣାଳୟ ଏକ ଜାତୀୟ ନୀତି ବା ବୋର୍ଡ ଗଠନ କରିବାକୁ ଯୋଜନା କରୁଛି।

ମୋବାଇଲ ନମ୍ବର ସହ ଆଧାର ସଂଯୋଗ ପ୍ରସଙ୍ଗରେ ସରକାରଙ୍କ ନିଷ୍ପତ୍ତି ଉପରେ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ

ମୋବାଇଲ ନମ୍ବର ସହ ଆଧାର ସଂଯୋଗ ପ୍ରସଙ୍ଗରେ ସରକାରଙ୍କ ନିଷ୍ପତ୍ତି ଉପରେ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ, ୨୬-୪ ମୋବାଇଲ ନମ୍ବର ସହିତ ଆଧାର ନମ୍ବର ସଂଯୋଗ କରିବା ବାଧ୍ୟତାମୂଳକ। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ଉପରେ ବୁଧବାର ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ ଉଠାଇଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ଖଣ୍ଡପୀଠ ବୁଧବାର ଆଧାର ବାଧ୍ୟତାମୂଳକ ପ୍ରସଙ୍ଗ ଉପରେ ଶୁଣାଣି କରି କହିଛନ୍ତି, ଯେଉଁମାନେ ମୋବାଇଲ ବ୍ୟବହାର କରୁଛନ୍ତି ଜାତୀୟ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ଯାଞ୍ଚ ହେବା ଆବଶ୍ୟକ।

ଭିଡିଓକନ୍‌ ଋଣ ମାମଲା:ଦୀପକ କୋଚ୍ଚରଙ୍କୁ ଆଇଟିର ସାନି ନୋଟିସ୍‌

ଭିଡିଓକନ୍‌ ଋଣ ମାମଲା:ଦୀପକ କୋଚ୍ଚରଙ୍କୁ ଆଇଟିର ସାନି ନୋଟିସ୍‌

ନୂଆଦିଲ୍ଲୀ,୨୬-୪(ପି.ଟି) ଭିଡିଓକନ ଗ୍ରୁପକୁ ଆଇସିଆଇସିଆଇ ବ୍ୟାଙ୍କର ବେଆଇନ୍‌ ଋଣ ମାମଲାରେ ଆୟକର ବିଭାଗ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଥିବା ଚନ୍ଦା କୋଚ୍ଚରଙ୍କ ସ୍ବାମୀ ଦିପକ କୋଚରଙ୍କୁ ସାନି ନୋଟିସ ଜାରି କରିଛି।

ନାଲ୍‌କୋ ପକ୍ଷରୁ କ୍ୱାଲିଟି ସର୍କଲ କନ୍‌ଭେନଶନ

ନାଲ୍‌କୋ ପକ୍ଷରୁ କ୍ୱାଲିଟି ସର୍କଲ କନ୍‌ଭେନଶନ

ଭୁବନେଶ୍ୱର,୨୬-୪(ବ୍ୟୁରୋ) ରାଷ୍ଟ୍ରାୟତ୍ତ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ(ନାଲ୍‌କୋ) ପକ୍ଷରୁ ଅଲ୍‌ ଓଡିଶା କ୍ୱାଲିଟି ସର୍କଲ କନଭେଶନର ୨୩ତମ ସଂସ୍କରଣ ସ୍ଥାନୀୟ ନାଲକୋ ନଗର ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ନାଲକୋ ଅଧ୍ୟକ୍ଷ ତପନ କୁମାର ଚାନ୍ଦ ଉଦଘାଟନ କରିଥିଲେ।

ଆଲ୍ଲାହାବାଦ୍‌ ବ୍ୟାଙ୍କର  ବ୍ୟାଙ୍କର-କଷ୍ଟମର ମିଟ୍‌

ଆଲ୍ଲାହାବାଦ୍‌ ବ୍ୟାଙ୍କର ବ୍ୟାଙ୍କର-କଷ୍ଟମର ମିଟ୍‌

ଭୁବନେଶ୍ୱର,୨୬-୪(ବ୍ୟୁରୋ) ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ଏହାର ୧୫୪ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସ୍ଥାନୀୟ ଏକ ହୋଟେଲରେ ବ୍ୟାଙ୍କର ଏବଂ ଗ୍ରାହକଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବ୍ୟାଙ୍କର ନିର୍ଦ୍ଦେଶକ ବି.କେ ସାହୁ, ଡିଜିଏମ୍‌ ତଥା ଜୋନ୍‌ ମୁଖ୍ୟ କେ. ମୂରଲୀ କ୍ରୀଷ୍ଣା ଉଦଘାଟନ କରିଥିଲେ।

ଇପିଏଫ୍‌ ଆକାଉଣ୍ଟ କମ୍ପାନୀ ଜମା କରୁ ନ ଥିଲେ ଜାଣିବେ କର୍ମଚାରୀ

ଇପିଏଫ୍‌ ଆକାଉଣ୍ଟ କମ୍ପାନୀ ଜମା କରୁ ନ ଥିଲେ ଜାଣିବେ କର୍ମଚାରୀ

ନୂଆଦିଲ୍ଲୀ, ୨୬-୪(ପି.ଟି.) କର୍ମଚାରୀଙ୍କ ଇପିଏଫ ଆକାଉଣ୍ଟକୁ କର୍ମସଂସ୍ଥାନ ପକ୍ଷରୁ ଯଦି ଅବଦାନ ପୈଠ କରା ନ ଯାଏ ତେବେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ(ଇପିଏଫ୍‌ଓ) ଏହାର ସଦସ୍ୟମାନଙ୍କୁ ଚିଠି ଲେଖିବ। ଇମେଲ୍‌ ଏବଂ ମୋବାଇଲ୍‌ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଏହି ଚିଠି ପଠାଯିବ।

ମେ ୪ରେ ୨୭ତମ ଜିଏସ୍‌ଟି ପରିଷଦ ବୈଠକ

ମେ ୪ରେ ୨୭ତମ ଜିଏସ୍‌ଟି ପରିଷଦ ବୈଠକ

ନୂଆଦିଲ୍ଲୀ, ୨୬-୪(ପି.ଟି.) ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ପରିଷଦର ୨୭ତମ ବୈଠକ ଆସନ୍ତା ମେ’ ୪ରେ ଅନୁଷ୍ଠିତ ହେବ। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏଥିରେ ଅଧ୍ୟକ୍ଷତା କରିବାକୁ ଥିବା ବେଳେ ପରୋକ୍ଷ ଟିକସ ବ୍ୟବସ୍ଥାରେ ବର୍ତ୍ତମାନ ଦେଖାଦେଉଥିବା କେତେକ ସମସ୍ୟା ଏବଂ ଜିଏସ୍‌ଟି ରିଟର୍ନ ଫାଇଲିଂ ଫର୍ମକୁ ସରଳୀକରଣ ସଂକ୍ରାନ୍ତରେ ଆଲୋଚନା ହେବ।

ଜାତୀୟ ବାଉଁସ ମିଶନରେ ଖର୍ଚ୍ଚ ହେବ ୧୨୯୦ କୋଟି

ଜାତୀୟ ବାଉଁସ ମିଶନରେ ଖର୍ଚ୍ଚ ହେବ ୧୨୯୦ କୋଟି

ନୂଆଦିଲ୍ଲୀ, ୨୬-୪ ୨୦୧୮-୧୯ ଆର୍ଥିକ ବର୍ଷ ସକାଶେ ନଳିତା( ର’ଝୋଟ)ର କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ( ଏମ୍‌ଏସ୍‌ପି) ୩୫୦୦ ଟଙ୍କାରୁ ୩୭୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ବୁଧବାର କେନ୍ଦ୍ର ସରକାର ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେହିପରି ପୂନଃଗଠିତ ଜାତୀୟ ବାଉଁସ ମିଶନ(ଏନ୍‌ବିଏମ୍‌) ବାବଦ ଆସନ୍ତା ୨ ବର୍ଷରେ ୧୨୯୦ କୋଟି ଟଙ୍କା ଖର୍ଚ୍ଚକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଛି।

ଇନ୍‌ସଲ୍‌ଭେନ୍ସି ମାମଲାର ବିଚାର ପାଇଁ ଜଜ୍‌ ଅଭାବ

ଇନ୍‌ସଲ୍‌ଭେନ୍ସି ମାମଲାର ବିଚାର ପାଇଁ ଜଜ୍‌ ଅଭାବ

ନୂଆଦିଲ୍ଲୀ,୨୬-୪ ଯେଉଁ କମ୍ପାନୀଗୁଡ଼ିକ ମାତ୍ରାଧିକ ଅନାଦାୟ ଋଣ ଭିତରେ ବୁଡ଼ି ରହିଛନ୍ତି ସେମାନଙ୍କୁ ପୂନଃ ବ୍ୟବସ୍ଥିତ କରିବା ତଥା ଦେବାଳିଆ ଘୋଷଣା କରି ଋଣ ଅସୁଲ କରିବା ନିମନ୍ତେ ଦେଶରେ ନୂତନ ବ୍ୟାଙ୍କରେପ୍ସି କୋଡ ଲାଗୁ ହୋଇଛି।

ପରବର୍ତ୍ତୀ ମାନ୍ଦାବସ୍ଥା ପାଇଁ ମଞ୍ଜିି ବୁଣୁଛି ସାଉଦି ଆରବ:ଅଶୋଧିତ ତୈଳ ଦରକୁ ୧୦୦ ଡଲାରରେ ପହଞ୍ଚାଇବାକୁ କରୁଛି ପ୍ରୟାସ

ପରବର୍ତ୍ତୀ ମାନ୍ଦାବସ୍ଥା ପାଇଁ ମଞ୍ଜିି ବୁଣୁଛି ସାଉଦି ଆରବ:ଅଶୋଧିତ ତୈଳ ଦରକୁ ୧୦୦ ଡଲାରରେ ପହଞ୍ଚାଇବାକୁ କରୁଛି ପ୍ରୟାସ

ନୂଆଦିଲ୍ଲୀ,୨୬-୪ ବ୍ୟାରେଲ ପିଛା ଅଶୋଧିତ ତୈଳ ଦରକୁ ୧୦୦ ଡଲାରରେ ପହଞ୍ଚାଇବା ପାଇଁ ସାଉଦି ଆରବ ଚେଷ୍ଟା କରୁଥିବା ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହା ଏକ ଗୁଜବ ହୋଇଥାଇପାରେ। କିନ୍ତୁ ଯଦି ତୈଳ ଦର ଉକ୍ତ ସ୍ତର ଛୁଏଁ ତା’ହେଲେ ପରବର୍ତ୍ତୀ ମାନ୍ଦାବସ୍ଥା ପାଇଁ ସାଉଦି ଆରବ ମଞ୍ଜି ବୁଣିବ।

ଗୋଇନ୍ଦା ଏଜେନ୍ସି ନିଯୁକ୍ତି ଦେବ ପିଏନ୍‌ବି:ଅପହଞ୍ଚ ଋଣକର୍ତ୍ତାଙ୍କୁ ଠାବ କରିବାକୁ ପ୍ରୟାସ

ଗୋଇନ୍ଦା ଏଜେନ୍ସି ନିଯୁକ୍ତି ଦେବ ପିଏନ୍‌ବି:ଅପହଞ୍ଚ ଋଣକର୍ତ୍ତାଙ୍କୁ ଠାବ କରିବାକୁ ପ୍ରୟାସ

ନୂଆଦିଲ୍ଲୀ,୨୬-୪(ପି.ଟି.) ଋଣ ନେଇ ଫେରାର୍‌ ହୋଇଯାଉଥିବା ଖିଲାପକାରୀମାନଙ୍କୁ ଠାବ କରିବା ପାଇଁ ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ(ପିଏନ୍‌ବି) ଗୋଇନ୍ଦା ଏଜେନ୍ସିଗୁଡିକୁ ନିଯୁକ୍ତି ଦେବ। ଏଥିପାଇଁ ବ୍ୟାଙ୍କ ବର୍ତ୍ତମାନ ଏହି ଏଜେନ୍ସିଗୁଡିକଠାରୁ ଆବେଦନପତ୍ର ଆହ୍ବାନ କରିଛି। ମେ’ ୫ ସୁଦ୍ଧା ଆବେଦନପତ୍ର ଦାଖଲ କରିବା ପାଇଁ ଇଚ୍ଛୁକ ଏଜେନ୍ସିଗୁଡିକୁ କୁହାଯାଇଛି।

ରିଲାଏନ୍ସ  ହୋମ୍‌ ଫାଇନାନ୍ସ ବୋର୍ଡରେ ଅନ୍‌ମୋଲ୍‌ ଅମ୍ବାନୀ

ରିଲାଏନ୍ସ ହୋମ୍‌ ଫାଇନାନ୍ସ ବୋର୍ଡରେ ଅନ୍‌ମୋଲ୍‌ ଅମ୍ବାନୀ

ନୂଆଦିଲ୍ଲୀ,୨୫-୪(ପି.ଟି.) ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କ ବଡ ପୁଅ ଅନ୍‌ମୋଲ୍‌ ଅମ୍ବାନୀ ରିଲାଏନ୍ସ ନିପନ୍‌ ଲାଇଫ୍‌ ଆସେଟ୍‌ ମ୍ୟାନେଜ୍‌ମେଣ୍ଟ ଏବଂ ରିଲାଏନ୍ସ ହୋମ୍‌ ଫାଇନାନ୍ସ ବୋର୍ଡରେ ନିଯୁକ୍ତି ପାଇଛନ୍ତି।