ବାଣିଜ୍ୟ |

କିଟ୍‌ରେ ଜାତୀୟ ଫାଇନାନ୍ସ କନକ୍ଲେଭ୍‌

କିଟ୍‌ରେ ଜାତୀୟ ଫାଇନାନ୍ସ କନକ୍ଲେଭ୍‌
ଭୁବନେଶ୍ୱର,୧୦-୧୨- କିଟ୍‌ ମ୍ୟାନେଜମେଣ୍ଟ ସ୍କୁଲ ପକ୍ଷରୁ ଅଷ୍ଟମ ଜାତୀୟ ଫାଇନାନ୍ସ କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି। ପଲିସି ଇଣ୍ଟରଭେନସନ୍ସ ଚ୍ୟାଲେଞ୍ଜେସ ଆଣ୍ଡ ପ୍ରସପେକ୍ଟ ଅଫ୍‌ ଇଣ୍ଡିଆନ୍‌ ବିଜନେସ ଶୀର୍ଷକ ଏହି କର୍ମଶାଳାରେ ଫାଇନାନ୍ସ ସଂକ୍ରାନ୍ତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନାମାନ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ଆର୍ଥତ୍କ ନୀତି ନିର୍ଦ୍ଧାରଣ ଓ କାର୍ଯ୍ୟକାରିତା ପଛରେ ଥିବା ଉଦ୍ଦେଶ୍ୟ ଉପରେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ପିୟରଲେସ୍‌ ସିକ୍ୟୁରିଟିଜ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ତଥା କାର୍ଯ୍ୟନିର୍ବାହୀ ଜିତେନ୍ଦ୍ର ପଣ୍ଡା ଗୁରୁତ୍ୱାରୋପ କରିଥିଲେ। ଏଥିରେ ବିମୁଦ୍ରୀକରଣ, ଜିଏସଟି, ମେକ ଇନ୍‌ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ, ଇଜ୍‌ ଅଫ୍‌ ଡୁଇଁ ବିଜନେସର କାର୍ଯ୍ୟକାରିତା ଉପରେ ଅତିଥିମାନେ ଆଲୋକପାତ କରିଥିଲେ। ବିଭିନ୍ନ ବାଣିଜ୍ୟ ନୀତିରେ ଆସିଥିବା ସଂସ୍କାର ଉପରେ କିଟ୍‌ ତଥା କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଲୋକପାତ କରିଥିଲେ। ଆର୍ଥତ୍କ ନୀତି ପରିବର୍ତ୍ତନ ଯୋଗୁ ବାଣିଜ୍ୟଗୁଡିକ ସାମ୍ନା କରୁଥିବା ସମସ୍ୟା ଓ ଏହାର ସମାଧାନ ଲାଗି ଦକ୍ଷତା ବିକାଶ ଉପରେ କିଟ୍‌ କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ମହିନ୍ଦ୍ରା ଆସେଟ ମ୍ୟାନେଜମେଣ୍ଟ ସିଆଇଓ ଲକ୍ଷ୍ମୀ ଆୟାର, ସେମ୍ବକର୍ପ ଗ୍ରୀନ୍‌ ଇନଫ୍ରାର ମୁଖ୍ୟ ବିତ୍ତ ଅଧିକାରୀ ସୁବ୍ରତ ଦାସ, ଫାଇନାନ୍ସ ଆପଷ୍ଟର ନିର୍ଦ୍ଦେଶକ ମହେଶ ଗୁପ୍ତା, ପ୍ରାକ୍ଟାଲ କ୍ୟାପିଟାଲ ପ୍ରତିଷ୍ଠାତା ନିର୍ଦ୍ଦେଶକ ସଞ୍ଜୀବ ଗୋସ୍ବାମୀ, କିଟ ମ୍ୟାନେଜମେଣ୍ଟ ସ୍କୁଲ ନିର୍ଦ୍ଦେଶକ ପ୍ରଫେସର ଦେବାଶିଷ୍‌ ଦାସ ଓ ଡିନ୍‌ ଏସ୍‌. ଏନ୍‌ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
All Right Reserved By

ବାଣିଜ୍ୟ |

କୋଇଲା ଯୋଗାଣରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ପ୍ରାଥମିକତା

କୋଇଲା ଯୋଗାଣରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ପ୍ରାଥମିକତା

ନୂଆଦିଲ୍ଲୀ,୧୫-୧୦: ତାପଜ ବିଦ୍ୟୁତ୍‌ ଉତ୍ପାଦନ କରୁଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକ ପ୍ରଥମେ କୋଇଲା ଯୋଗାଣ ଲାଗି କେନ୍ଦ୍ର ସରକାର କୋଲ୍‌ ଇଣ୍ଡିଆ ଲିମିଟେଡ୍‌(ସିଆଇଏଲ୍‌)କୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଗଚ୍ଛିତ କମ୍‌ ଥିବା ଘରୋଇ ବିଦ୍ୟୁତ୍‌ ଉତ୍ପାଦନକାରୀଙ୍କ ମଧ୍ୟରେ ଏବେ ଭାଳେଣି ପଡିଛି। 

ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌କୁ ଝଟ୍‌କା : ମାମଲାରୁ ବର୍ତ୍ତିବାକୁ ସମୟ ଦେଲେନି ଏନ୍‌ସିଏଲ୍‌ଟି

ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌କୁ ଝଟ୍‌କା : ମାମଲାରୁ ବର୍ତ୍ତିବାକୁ ସମୟ ଦେଲେନି ଏନ୍‌ସିଏଲ୍‌ଟି

ନୂଆଦିଲ୍ଲୀ,୧୫-୧୦: କେନ୍ଦ୍ର ସରକାର ଓ ଇନଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ୍‌ ଫାଇନାନ୍ସିଆଲ ସର୍ଭିସେସ୍‌(ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌)କୁ ଏନ୍‌ସିଏଲ୍‌ଟିରୁ ଜୋରଦାର ଝଟ୍‌କା ଲାଗିଛି।

ଆପ୍‌ ଜରିଆରେ ଟ୍ରେନ ଯାତ୍ରୀ ‘ଶୂନ୍‌ ଏଫଆଇଆର’ ଦାଏର କରିପାରିବେ

ଆପ୍‌ ଜରିଆରେ ଟ୍ରେନ ଯାତ୍ରୀ ‘ଶୂନ୍‌ ଏଫଆଇଆର’ ଦାଏର କରିପାରିବେ

ନୂଆଦିଲ୍ଲୀ,୧୫-୧୦:ଚୋରି, ଦୁର୍ବ୍ୟହାର, ମହିଳାଙ୍କ ବିରୋଧରେ ଅପରାଧ ଭଳି ଘଟଣାର ଅଭିଯୋଗ କରିବା ଲାଗି ଟ୍ରେନ ଯାତ୍ରୀଙ୍କୁ ଏଣିକି ପରବର୍ତ୍ତୀ ଷ୍ଟେଶନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବନି। ଯାତ୍ରା କାଳରେ ଟ୍ରେନ ଯାତ୍ରୀ ମୋବାଇଲ ଆପ୍‌ ଜରିଆରେ ଯେକୌଣସି ଅପରାଧିକ ପ୍ରସଙ୍ଗରେ ଅଭିଯୋଗ କରିପାରିବେ।

ବିମୁଦ୍ରୀକରଣ ପରେ ୧୦ ହଜାର ଜମାକାରୀଙ୍କୁ ନୋଟିସ୍‌

ବିମୁଦ୍ରୀକରଣ ପରେ ୧୦ ହଜାର ଜମାକାରୀଙ୍କୁ ନୋଟିସ୍‌

ନୂଆଦିଲ୍ଲୀ,୧୫-୧୦: କେନ୍ଦ୍ର ସରକାର ୨୦୧୬ରେ ବିମୁଦ୍ରୀକରଣ ଘୋଷଣା କରିବା ପରେ ସାଧାରଣ ଜନତା ଅଚଳ ହୋଇଯାଇଥିବା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ବ୍ୟାଙ୍କରେ ଜମା ରଖିଲେ। କିନ୍ତୁ ଆୟ ବହିର୍ଭୂତ ଟଙ୍କା ଜମା ରଖିବା ନେଇ ଏବେ ଆୟକର ବିଭାଗ ପକ୍ଷରୁ ବେନାମୀ ଆଇନ ଅଧୀନରେ ୧୦ ହଜାର ଜମାକାରୀଙ୍କୁ ନୋଟିସ ଜାରି କରାଯାଇଛି।

ନୂଆ କେୱାଇସି ଗାଇଡଲାଇନ ଲାଗି ଆର୍‌ବିଆଇକୁ ଅନୁରୋଧ

ନୂଆ କେୱାଇସି ଗାଇଡଲାଇନ ଲାଗି ଆର୍‌ବିଆଇକୁ ଅନୁରୋଧ

ନୂଆଦିଲ୍ଲୀ,୧୫-୧୦: ଆଧାର ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପରେ ଏବେ ବ୍ୟାଙ୍କିଙ୍ଗ ସେକ୍ଟରରେ କଓ୍ବୋଇସି(ନୋ ଇଓର କଷ୍ଟମର ବା ନିଜ ଗ୍ରାହକଙ୍କୁ ଜାଣନ୍ତୁ)କୁ ନେଇ ଏବେ ବ୍ୟାଙ୍କଗୁଡିକରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ଅନ୍ତରାଷ୍ଟ୍ରୀୟ ଉଡ଼ାନ ସେବା ଲାଗି ନିଲାମ ଆହ୍ବାନ କଲେ ସରକାର

ଅନ୍ତରାଷ୍ଟ୍ରୀୟ ଉଡ଼ାନ ସେବା ଲାଗି ନିଲାମ ଆହ୍ବାନ କଲେ ସରକାର

ନୂଆଦିଲ୍ଲୀ,୧୫-୧୦:କେନ୍ଦ୍ର ସରକାର ‘ଉଡ଼େ ଦେଶ କା ଆମ୍‌ ନାଗରିକ’(ଉଡ଼ାନ) ଯୋଜନାର ଅନ୍ତରାଷ୍ଟ୍ରୀୟ ସଂସ୍କରଣ ଲାଗି ଇଚ୍ଛୁକ କମ୍ପାନୀଙ୍କ ଠାରୁ ନିଲାମ ଆହ୍ବାନ କରିଛନ୍ତି। ଦେଶରୁ ବଛା ବଛା ଅନ୍ତରାଷ୍ଟ୍ରୀୟ ଗନ୍ତବ୍ୟସ୍ଥଳ ଲାଗି ବିମାନ ସମ୍ପର୍କ ବିସ୍ତାର କରିବାକୁ ସରକାର ଚାହୁଁଛନ୍ତି।

ଆଧାର ମଡେଲ ଆପଣାଇବାକୁ ଇଚ୍ଛୁକ ମାଲେସିଆ

ଆଧାର ମଡେଲ ଆପଣାଇବାକୁ ଇଚ୍ଛୁକ ମାଲେସିଆ

ନୂଆଦିଲ୍ଲୀ,୧୫-୧୦:ଆଧାର ମଡେଲକୁ ଆପଣାଇବା ଲାଗି ମାଲେସିଆ ଆଗ୍ରହ ପ୍ରକାଶ କରିଛି। ଏହାକୁ କାର୍ଯ୍ୟରେ ଲଗାଇ ଭାରତ ବ୍ୟାପକ ଆର୍ଥିକ ସଫଳତା ହାସଲ କରିଥିବାରୁ ନିଜ ଦେଶରେ ଦୁର୍ନୀତିକୁ ରୋକିବା ଲାଗି ମାଲେସିଆ ଏବେ ଆଧାର ମଡେଲ ଲାଗୁ କରିବାକୁ ଚାହୁଁଛି।

ତୈଳ କମ୍ପାନୀ ସିଇଓଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

ତୈଳ କମ୍ପାନୀ ସିଇଓଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫-୧୦: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଉଛି। ଏହି ପରିପ୍ରେକ୍ଷୀରେ ଦେଶ ସମ୍ମୁଖରେ ଏବେ ଆର୍ଥିକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ବୈଠକ ଡାକିଛନ୍ତି। 

ଡାଟା ଲୋକାଲାଇଜେଶନ; ଜିଦ୍‌ରେ ଅଟଳ ଆର୍‌ବିଆଇ

ଡାଟା ଲୋକାଲାଇଜେଶନ; ଜିଦ୍‌ରେ ଅଟଳ ଆର୍‌ବିଆଇ

ନୂଆଦିଲ୍ଲୀ,୧୫-୧୦: ଡାଟା ଲୋକାଲାଇଜେଶନକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ନିର୍ଦ୍ଦେଶ ଜାରି ପରେ ଭାରତରେ ବ୍ୟବସାୟ କରୁଥିବା ଗୁଗୁଲ୍‌, ଫେସବୁକ୍‌ ଭଳି ଅନ୍ତର୍ଜାତୀୟ କମ୍ପାନୀମାନେ ଏବେ ଅଡୁଆରେ ପଡିଯାଇଛନ୍ତି। ଚଳିତ ମାସ ୧୫ ତାରିଖ ସୁଦ୍ଧା ଅନ୍ତର୍ଜାତୀୟ କମ୍ପାନୀମାନେ ଦେଶରେ ସୃଷ୍ଟି ହେଉଥିବା ସମସ୍ତ ପେମେଣ୍ଟ ଡାଟାକୁ ଗଚ୍ଛିତ ରଖିବାକୁ ଆର୍‌ବିଆଇ ନିର୍ଦ୍ଦେଶ ଦେଇଛନ୍ତି।

 ଓଡିଶା ବଜାରରେ ପୁନଃ ପ୍ରବେଶ କଲା ଆଇଡି ବ୍ରାଣ୍ଡ

ଓଡିଶା ବଜାରରେ ପୁନଃ ପ୍ରବେଶ କଲା ଆଇଡି ବ୍ରାଣ୍ଡ

ଭୁବନେଶ୍ୱର,୧୪-୧୦: ପ୍ରମୁଖ ସୁ’ ବ୍ରାଣ୍ଡ ଆଇଡି ଓଡିଶାରେ ଏହାର ସ୍ଥିତି ଦୃଢୀକରଣ ପଦକ୍ଷେପ ଅନ୍ତର୍ଗତ ବଜାରରେ ପୁନଃ ପ୍ରବେଶ କରିଛି। ସାରା ରାଜ୍ୟରେ ଏହି ବ୍ରାଣ୍ଡ ପ୍ରତି ଡିଲର ତଥା ଗ୍ରାହକଙ୍କଠାରୁ ଭଲ ରେସପନ୍ସ ମିଳିବ ବୋଲି କମ୍ପାନୀ ଆଶାବାଦୀ ରହିଛି। ଓଡିଶା ପାଇଁ କମ୍ପାନୀ ଏହାର ବିତରଣକାରୀ ଭାବେ ରାମଜୀ ଏଣ୍ଟରପ୍ରାଇଜେସର ସଞ୍ଜୟ ଲୋହିଆଙ୍କ ସହ ଯୋଡି ହୋଇଛି। 

ୟୁବିଆଇର ଏନ୍‌ଏଫସି ଡେବିଟ୍‌ କାର୍ଡ

ୟୁବିଆଇର ଏନ୍‌ଏଫସି ଡେବିଟ୍‌ କାର୍ଡ

ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ୟୁବିଆଇ) ପକ୍ଷରୁ କଣ୍ଟାକ୍ଟଲେସ୍‌ ଡେବିଟ୍‌କାର୍ଡର ଶୁଭାରମ୍ଭ ହୋଇଛି। 

ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ପାର୍ବଣ ଧମାକା ଅଫର

ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ପାର୍ବଣ ଧମାକା ଅଫର

ଭୁବନେଶ୍ୱର,୧୩-୧୦: ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ପାର୍ବଣକୁ ନଜରରେ ରଖି ନୂଆ ପାର୍ବଣ ଧମାକା ଅଫର ସମ୍ପର୍କରେ ଘୋଷଣା କରାଯାଇଛି।୧୨ ଅକ୍ଟୋବରଠାରୁ ୧୧ ନଭେମ୍ବର ଯାଏ ଏହି ଅଫରର ଲାଭ ଗ୍ରାହକ ଉଠାଇ ପାରିବେ। ଏହି ସମୟରେ ୭୫,୦୦୦ ଟଙ୍କାରୁ ଅଧିକ ଦାମ୍‌ର ସୁନା ଗହଣା କ୍ରୟ ଉପରେ ଗଢାମୂଲ୍ୟରେ ଫ୍ଲାଟ ୫୦% ରିହାତି ଉପଲବ୍ଧ।